ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସାଧୁକୃପା

ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି । ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା । ଭଲ ମଣିଷ ସେ । ମାସକ ମଧ୍ୟରେ ସେ ବଡ ଜନପ୍ରିୟ ହୋଇଗଲେ ।...

Read More

ଅତି ଚାତୁରୀରେ ମୃତ୍ୟୁ

ଗୋଟିଏ ଘଂଚ ଜଙ୍ଗଲ । ଆଉ ସେଇ ଜଙ୍ଗଲ ଭିତରେ ଥାଏ ଗୋଟିଏ ପାହାଡ । ପାହାଡ ଦେହରୁ ଝରଣା ବହିଯାଇଛି । ସେସବୁ ଝରଣା ପାଣି ଗୋଟିଏ ଜାଗାରେ ଜମି ରହି ପୋଖରୀ ଭଳି ବଡ ଜଳଶୟଟି ହୋଇଛି । ସଂଧ୍ୟା ହେଲେ ସେହି ଜଳାଶୟ ପାଖକୁ ତ ଅନେକ ଜୀବଜନ୍ତୁ ପାଣି ପିଇବାକୁ ଆସନ୍ତି । ସେଠାରେ ଗୋଟିଏ ବିଲୁଆ ବୁଦା ଆଢୁଆଳରେ ଲୁଚି କରି ବସିଥାଏ । ସବୁ ଜୀବଜନ୍ତୁଙ୍କ ଆସିବା, ପାଣି ପିଇବା, ଜଙ୍ଗଲକୁ ଫେରିବା ଲକ୍ଷ୍ୟ କରୁଥାଏ । ତାର ଭାରି ଇଚ୍ଛା ଥାଏ...

Read More

ବୁଦ୍ଧିମାନ କିଏ

ରଘୁନାଥ ଓ ବଲରାଜ ଦୁଇବନ୍ଧୁ ଭାବନ୍ତି ଯେ ଜଣେ ଅନ୍ୟଠାରୁ ଅଧିକ ବୁଦ୍ଧିମାନ । ଥରେ ଦୁହେଁ ରାସ୍ତାରେ ବିବାଦ କରିବାବେଳେ ପ୍ରିୟନାଥ ନାମକ ସେଇ ଗ୍ରାମର ଅନ୍ୟ ଏକ ଭଦ୍ରଲୋକ ସେଠାରେ ପହଁଚି କହିଲେ, “ମୁଁ ତୁମ ଦୁହିଁଙ୍କର ବିବାଦ ଭାଙ୍ଗିଦେବି । ଦେଖ, ମୁଁ ତୁମ ଦୁହିଁଙ୍କୁ ଏକ ପ୍ରଶ୍ନ ପଚାରିବି । ଯିଏ ଭଲ ଉତ୍ତର ଦେଇପାରିବ ସେହିଁ ବୁଦ୍ଧିମାନ । ଯଦି ତୁମ ଦୁହିଁଙ୍କ ଭିତରୁ କିଏ ବି ଉତ୍ତର ଦେଇପାରିବ ନାହିଁ ତେବେ ମୁଁ...

Read More

ଲୁହାର ଭୀମ ଚୁନା ହେଲା

ଯେତେବେଳେ ଧୃତରାଷ୍ଟ୍ରଙ୍କ ପ୍ରଥମ ପୁତ୍ର ଜନ୍ମ ହେଲା, ଅନ୍ଧ ପିତା ନିଜର ଜନ୍ମିତ ପୁତ୍ରକୁ କୋଳରେ ଧରିବାକୁ ଅତ୍ୟନ୍ତ ଇଚ୍ଛା କଲେ । ରାଜା ଧୃତରାଷ୍ଟ୍ରଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କ ମନ୍ତ୍ରୀ ତଥା ଦୂରଦର୍ଶୀ ବିଦୁର ପୁଅକୁ ଆଣି ରାଜାଙ୍କ କୋଳରେ ଧରାଇ ଦେଲେ । ତାପରେ ମନ୍ତ୍ରୀ ରାଜାଙ୍କୁ କହିଲେ, ମହାରାଜ! ଏ ପୁଅ ବଡ ଲକ୍ଷ୍ମୀବନ୍ତ ହେବ । ରାଜାଙ୍କ ଭିତରେ ସେ ଜଣେ ମଉଡମଣି ହେବ । ତା’ ହାତରେ ପଦ୍ମ ଓ ଶଙ୍ଖ ଚିହ୍ନ...

Read More

ବିଶ୍ୱର ମଙ୍ଗଳ

ଏକଦା ବହୁ ଦିନ ଧରି ବିକ୍ରମକେତୁଙ୍କ ରାଜ୍ୟରେ ବର୍ଷା ହେଲା ନାହିଁ । ଫଳରେ ମରୁଡି ପରିସ୍ଥିତି ସୃଷ୍ଟି ହେଲା । ରାଜା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କଲେ । ପରିସ୍ଥିତିର ଗମ୍ଭୀରତା ହ୍ରାସ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ମଧ୍ୟ କଲେ ।                 ଏହି ଦୁର୍ବିପାକର ସମାଧାନ ପାଇଁ ସେ କିଛି କ୍ଷୁଦ୍ରମିଆଦି ଯୋଜନା ଆରମ୍ଭ କଲେ ।                 ରାଜକୋଷରୁ ଅର୍ଥର ସ୍ରୋତ ଛୁଟିଲା ।...

Read More

କୁକୁରର ଲାଞ୍ଜ

ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି ସଳଖେ ନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜା କହିଲେ...

Read More

ବ୍ୟାକୁଳ ଭରତ

ଭରତ ନାମକ ଜଣେ ବଡ ଭଲ ମଣିଷ ଥିଲା । ସେ ବରାବର ପାଖ ପଡୋଶୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କୁ ସାହାଯ୍ୟ କରି ଆନନ୍ଦ ପାଉଥାଏ । ସେମାନେ କିନ୍ତୁ ତା’ପ୍ରତି କେବେବି ଭଲ ବ୍ୟବହାର କରନ୍ତି ନାହିଁ; ସେହି କାରଣରୁ ତା’ମନ ବଡ ବ୍ୟାକୁଳ ହୋଇଉଠେ । ଭରତର ସ୍ତ୍ରୀ ରାଣୀ ବଡ ଭଲ ସ୍ୱଭାବର ଝିଅ ଥିଲା । ଭରତର ଏପରି ଦୁଃଖ ସହି ନପାରି ଦିନେ ସେ କହିଲା, “ତୁମେ ଅନ୍ୟକୁ ସାହାଯ୍ୟ କରି ଯେଉଁ ଆନନ୍ଦ ପାଉଛ ତାହାଠାରୁ ଅଧିକ ମାତ୍ରାରେ ଚିନ୍ତା...

Read More

ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ

ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି । ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ ବଂଚିବ । ତେଣୁ ସେ ତାର ଝିଅ ରୂପାକୁ ପାଖକୁ ଡାକି ଚୁପ୍କରି...

Read More

ମା’ର ଋଣ

ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର ଦେଖିବାକୁ ଆସିଲେ । ବଡପୁଅ ରାମରାଜ ସାନ ସୋମରାଜକୁ କହିଲା...

Read More

ଗଧର ବୁଦ୍ଧି

ସମୁଦ୍ର କୂଳରେ ତ ଲୁଣ ଭାରି ଶସ୍ତାରେ ମିଳେ । ତେଣୁ ଜଣେ ବଣିକ ଲୁଣ ବସ୍ତା ଗଧ ପିଠିରେ ଲଦି ସମୁଦ୍ର କୂଳରୁ ସହରକୁ ଆଣିଲା । ସେ ଲୁଣ ବସ୍ତା ବହୁତ ଓଜନ ଥିବାରୁ ଏଣେ ଏ ଗଧକୁ ଭାରି କଷ୍ଟ ହେଲା । ନଈ କୂଳରେ ଚାଲୁ ଚାଲୁ ଭାର ସମ୍ଭାଳି ନପାରି ଗଧର ଗୋଡ ହଠାତ୍ ଖସିଗଲା ଏବଂ ସେ ନଈରେ ପଡିଗଲା । ଫଳରେ ପାଣିରେ ପଡି ଲୁଣ କିଛି ମିଳାଇଗଲା ଏବଂ ସେଥିରେ ଭାର ଟିକେ ହାଲୁକା ହୋଇଯିବାରୁ ଗଧକୁ ବି ବେଶ୍ ଆରାମ ମିଳିଲା । ଆଉ ଦିନେ ସେ...

Read More

ଏକ ବୃଦ୍ଧ ବଣିକର କାହାଣୀ

ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ‘କାମାତୁର’ ନାମକ ଏକ ବୃଦ୍ଧ ବଣିକ ବାସ କରୁଥିଲେ । ଦୁର୍ଭାଗ୍ୟକୁ ଅଳ୍ପଦିନ ମଧ୍ୟରେ ତାଙ୍କର ପତ୍ନୀ ବିୟୋଗ ଘଟିଲା । ଏହି ଦୁଃଖରେ କାମାତୁର ମ୍ରିୟମାଣ ହୋଇପଡିଲେ । ନିଜ ଜୀବନର ଉପାର୍ଜିତ ଅର୍ଥରୁ ଅଧାଅଧି ଏକ ଗରୀବ ବଣିକକୁ ଦାନ କରି ତାହାର ଯୁବତୀ କନ୍ୟାକୁ ପୁନର୍ବାର ବିବାହ କଲେ । କିନ୍ତୁ କନ୍ୟାଟି ବୁଢା କାମାତୁରକୁ ବିବାହ କରିଥିବାରୁ ତା’ର ମନରେ ସୁଖ ନଥାଏ । ପ୍ରତିଦିନ ସେ ବୁଢା...

Read More

ଯାହା ଚାହିଁବ ତାହା ପାଇବ

       ଗୋଟିଏ ନଗରୀରେ ସାଗରଦତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ପାଇବାର ଥିବ ତାହା ତୁମ ନିକଟକୁ ନିଶ୍ଚୟ ଆସିବ’ । ଅନ୍ୟ ଅର୍ଥରେ କହିଲେ ଭାଗ୍ୟ ଯାହା ନିକଟକୁ ଯାହା ପଠାଇଥାଏ ତାହା ତା’ନିକଟରେ ଆସି ନିଶ୍ଚୟ ପହଁଚିବ । ଯେତେବେଳେ ସାଗରଦତ ଏହି...

Read More

ମୁଁ ଘାତକିନୀ ରାଜ ଜେମା

ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ କରି ରହି ଛନ୍ତି । ଏ କଥା ରାଜ କୁମାରଙ୍କର ବିଶ୍ୱାସ ହେଉ...

Read More

ଭୀରୁର ଭୂମିକା

ରାମପୁର ଗୋଟିଏ ଛୋଟିଆ ରାଜ୍ୟ । ସେ ରାଜ୍ୟର ଗୋଟିଏ ଗ୍ରାମରେ ପ୍ରସାଦ ନାମକ ବାଳକ ଥାଏ । ପିଲାବେଳରୁ ପ୍ରସାଦର ବାପା ମା ତ ମରି ଯାଇଥାନ୍ତି । ତାକୁ ତା’ ବୁଢୀମା ପାଳି ପୋଷି ମଣିଷ କରିଥାନ୍ତି ।                 ପ୍ରସାଦ ଦେଖିବାକୁ ଡଉଲ୍ ଡାଉଲ୍ ବାଳକ, କିନ୍ତୁ ତା’ ଭଳି ଡରୁଆ ଜୀବଜଗତରେ ଆଉ କେହିବି ନଥିବେ ।                 ଦିନେ ଜଣେ ସନ୍ନ୍ୟାସୀ ସେମାନଙ୍କ ଘରେ ଅତିଥି ହୋଇଥାନ୍ତି । ସେ ଖାଇବାକୁ ବସିଛନ୍ତି...

Read More

ଚିକିତ୍ସା ରହସ୍ୟ

ପ୍ରାୟ ପଚାଶ ବର୍ଷ ତଳର ଗୋଟିଏ କଥା । ମଙ୍ଗଳପୁର ଗାଁରେ ଜଣେ ଜମିଦାର ଥିଲେ । ତାଙ୍କ ନାମ ବିଷ୍ଣୁ ଗୁପ୍ତ ଥିଲା । ତାଙ୍କ ଜମିଦାରି ସେପରି ବିଶେଷ ବଡ ନଥିଲା, ତେବେ ଜମିଦାରି ସାଙ୍ଗକୁ ତାଙ୍କର କିଛି ବ୍ୟବସାୟ ମଧ୍ୟ ଥିଲା ।                 ମଙ୍ଗଳପୁର ଗାଁରେ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ବିଷ୍ଣୁ ଗୁପ୍ତଙ୍କର ଦେହ ପା ଖରାପ ହେଲେ ସେ ଦେଖୁଥିଲେ । ବୈଦ୍ୟଙ୍କର ପରଲୋକ ହୋଇଯିବାରୁ ବିଷ୍ଣୁ ଗୁପ୍ତ ବହୁତ ଦୁଃଖିତ ହେଲେ ।...

Read More

ଆଶା – ନିରାଶା

ରଙ୍ଗନାଥ ଏବଂ ରାମନାଥ ଉଭୟେ ପଡୋଶୀ ଥିଲେ । ସେମାନଙ୍କ ଭିତରେ ଉତ୍ତମ ବନ୍ଧୁତା ଥିଲା । ରଂଗନାଥଙ୍କର ପୁଅ କାମ ଖୋଜୁଥିଲା । ସେ ବହୁ ଥର ଉଦ୍ୟମ କରି ବି ବିଫଳ ହୋଇଥିଲା । ଥରେ ସହରରେ ସେ ଗୋଟିଏ କାମ ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାହା ହରାଇଲା । ଫଳରେ ସମସ୍ତଙ୍କର ମନଦୁଃଖ ହେଲା ।                 କିଛି ଦିନ ପରେ, ରଂଗନାଥର ପରିବାରକୁ ତାଙ୍କ ଝିଅ ଚନ୍ଦ୍ରମତି ପାଇଁ ବିବାହ...

Read More

ମହାବଳୀ

ଅରଣ୍ୟ ସମୀପରେ ଶରଭ ନାମକ ଜଣେ ବଳଶାଳୀ ଲୋକ ବାସ କରୁଥିଲା । ସଂସାରରେ ତା’ଠାରୁ ଅଧିକ ବଳଶାଳୀ ଆଉ କେହି ବି ନାହାଁନ୍ତି । ଏପରି ଭାବି ସେ ଖୁବ୍ ଗର୍ବିତ ଅନୁଭବ କରେ । ଏହା ପଛରେ ଗୋଟିଏ କାରଣ ଥିଲା, ତାହା ହେଉଛି, ଅନ୍ୟମାନଙ୍କ ତୁଳନାରେ ଦଶଗୁଣ ଅଧିକ କାଠର ବୋଝ ଜଙ୍ଗଲରୁ ସେ ବୋହି ଆଣିପାରେ । ତେଣୁ ସେ ତା’ ପତ୍ନୀକୁ ବଢାଇ କରି କହେ, “ମୁଁ କଳିଯୁଗ ଭୀମ । ନଚେତ୍ ଏତେ ବଡ ବୋଝ ଆଉ କିଏ ବୋହି ପାରିବ ଦେଖି କହିଲ”...

Read More

ସୃଷ୍ଟିର ଆନନ୍ଦ

ଜେଜେବାପା ଗାଁରୁ ଆସି ପହଁଚିଲା ମାତ୍ରେ ତିନି ନାତୁଣୀଯାକ ତାଙ୍କୁ ଘେରି ଯିବେ  । କିଏ ଆଗ ତାଙ୍କ ବ୍ୟାଗ୍ ଖୋଲିପକେଇବ ସେଥିରେ କ’ଣ ଅଛି ଦେଖିବାକୁ । କିଏ ଝାଳରେ ଓଦା ହୋଇ ଯାଇଥିବା ତାଙ୍କ ଖଦଡ ପଞ୍ଜାବିଟାକୁ ନେଇ ଦୁଆରେ ଖରାରେ ଶୁଖାଇ ଦେଇ ଆସିବ । କିଏ ପଚାରିବ – “ଜେଜେବାପା ! କେତେଦିନ ରହିବ?”                 ଜେଜେବାପାଙ୍କର ହସ ହସ ଉତ୍ତର – “କିରେ ! ମୁଁ ଘରେ ନ ପଶୁଣୁ କ’ଣ ପଚାରିଲଣି – କେବେ ଯିବ? ମୁଁ କ’ଣ...

Read More

ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ

ପ୍ରେମଚାନ୍ଦ ଥିଲେ ହିନ୍ଦୀ ସାହିତ୍ୟର ଜଣେ ଖ୍ୟାତନାମା ଲେଖକ । ଆମ ଦେଶରେ ତ ସେତେବେଳେ ଗୋରା ସରକାରର ଶାସନ ଚାଲିଥାଏ । ସେତେବେଳେ ଉତ୍ତର ପ୍ରଦେଶର ବଡଲାଟ୍ ଥାଆନ୍ତି – ସାର୍ ମାଲକମ୍ ହେଲି । ଥରେ ହେଲି ପ୍ରେମଚାନ୍ଦଙ୍କ ନିକଟକୁ ଖବର ପଠାଇଲେ ଯେ, ତାଙ୍କୁ ତାଙ୍କର ସାହିତ୍ୟକୃତି ପାଇଁ “ରାୟସାହେବ” ଉପାଧିରେ ସମ୍ମାନିତ କରାଯିବ ।                 ଏ ସମ୍ବାଦ ପାଇବା କ୍ଷଣି ପ୍ରେମଚାନ୍ଦଜୀ ଅତ୍ୟନ୍ତ ଚିନ୍ତିତ ହୋଇପଡିଲେ ।...

Read More

ବିଚିତ୍ର ପୁଷ୍ପ

(ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ଦଳନାୟକ ନାଗସିଂହ ସମୁଦ୍ରରେ ଉତୁଙ୍ଗଙ୍କୁ ଠେଲି ପକାଇ ଦେଲା । ଉତୁଙ୍ଗ କିନ୍ତୁ ଅକ୍ଷତ ଅବସ୍ଥାରେ ଫେରି ଆସି ରାଜାଙ୍କୁ ସେହି ସମାଚାର ଶୁଣାଇଲେ; ରାଜା ସେନାପତି ଓ ସୈନ୍ୟଦଳ ନେଇ ସମୁଦ୍ରତଟରେ ପହଁଚିଲେ; ରାକ୍ଷସଜନ୍ତୁ ନାଗସିଂହର ନୌକା ପଛରେ ଆସୁଥାଏ । ରାଜା ଓ ଉତୁଙ୍ଗଙ୍କ ଆଦେଶ ଅନୁସାରେ ସୈନ୍ୟମାନେ ରାକ୍ଷସଜନ୍ତୁ ଉପରକୁ ଜଳନ୍ତା ତୀର ଓ ମଶାଲ ଫିଙ୍ଗିଲେ । ଫଳରେ ରାକ୍ଷସଜନ୍ତୁ ଦେହରେ...

Read More

ମହାଭାରତ

ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ ହେବାପାଇଁ ବାଧ୍ୟ । ଶଚୀଦେବୀ ତାଙ୍କ ପ୍ରସ୍ତାବରେ ଭୟଭୀତ...

Read More

ଉତ୍ତରାଧିକାରୀର ଅଧିକାର

 “ଶୁଣ ରାଜା ବିକ୍ରମ! ବାତୀ ଦ୍ୱୀପରେ ମଦନ ଏବଂ ରତନ ନାମକ ଦୁଇଜଣ ଯୁବକ ବାସ କରୁଥିଲେ । ଦୁଇଜଣ ଯାକ ବହୁତ ସାଂଗ ଥିଲେ । ଦୁଇଜଣଯାକ ମଧ୍ୟ ଯୋଗ୍ୟ, ଜ୍ଞାନୀ ଥିଲେ । ଦୁଇଜଣଯାକ ସାଂଗ ହୋଇ ବ୍ୟବସାୟ ମଧ୍ୟ କରୁଥାଆନ୍ତି । ବେପାରରେ ମଧ୍ୟ ସେମାନଙ୍କର ବହୁତ ଲାଭ ହେଉଥିଲା । ଦିନେ ସେମାନେ ଗୋଟିଏ ବୃକ୍ଷ ମୂଳରେ ବସି ବେପାରରୁ ବଳିଥିବା ଜିନିଷକୁ ହିସାବ କରିବାକୁ ଲାଗିଲେ । ସେମାନେ ସେମାନଙ୍କର କାମରେ ମଜ୍ଜିଥିବା ସମୟରେ ଜଣେ...

Read More

କର୍ମ ଘେନି ଫଳ

ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ ତା’ପଛରେ କିଛି ଲୋକ ଗୋଡାଇ ଗୋଡାଇ ତାକୁ ଟେକା ଫିଙ୍ଗୁଛନ୍ତି...

Read More

ସାବତ ମା

ମହେନ୍ଦ୍ର ବର୍ମା ଜଣେ ବିଶିଷ୍ଟ ନାଟ୍ୟକାର ରୂପେ ବେଶ୍ ଖ୍ୟାତି ଲାଭ କରିଥାନ୍ତି । ତାଙ୍କର ଅସାମାନ୍ୟ ପ୍ରତିଭା ଯୋଗୁଁ ସେ ଦିନେ ରାଜସଭାରେ ଅଭିନନ୍ଦିତ ହେଲେ । ଯେଉଁ ନାଟକ ଯୋଗୁଁ ସେ ଏ ସମ୍ମାନ ପାଇଲେ, ସେ ନାଟକର ବିଷୟବସ୍ତୁ ଅତ୍ୟନ୍ତ ବିଷାଦମୟ; ଜଣେ ଭଲ ପିଲା କିପରି ତା’ ବିମାତାର ବିଷ ଦୃଷ୍ଟିରେ ପଡି ସବୁ କ୍ଷେତ୍ରରେ ଅପମାନ ଓ ପରାଭବ ପାଇଛି ।                 କିନ୍ତୁ ମହେନ୍ଦ୍ରବର୍ମା ନିଜେ ଶିଶୁ କାଳରେ ନିଜ...

Read More

ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ

ଗୋଟିଏ ଗାଁରେ ଚାରିଜଣ ବୋକାପିଲା ସାଙ୍ଗ ହୋଇ ପଢିବା ପାଇଁ ଯାଆନ୍ତି । ତାଙ୍କୁ ବିଦ୍ୟାଳୟରେ କୌଣସି ପିଲା ବି ନିଜ ସାଙ୍ଗ କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି କେହିବି ନିଜ ପାଟି ଫିଟାନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କୁ ଯାହା ପାଠ ପଚାରନ୍ତି ସେମାନେ କାହାର କିଛିବି ଉତ୍ତର ଦେଇପାରନ୍ତି ନାହିଁ । ସେହି ବୋକାମାନଙ୍କ କଥା ବୋକାମାନେ ହିଁ ଠିକ୍ ବୁଝିପାରନ୍ତି । ତେଣୁ ସେମାନେ ପରସ୍ପର ପରସ୍ପରକୁ ଦେଖି ଅତ୍ୟନ୍ତ...

Read More

ବୀର ହନୁମାନ

ହନୁମାନ ଲଙ୍କା ନଗରୀରେ ପ୍ରବେଶ କରି ନିଜ ମନ ଖୁସିରେ ବୁଲୁଥା’ନ୍ତି । ସେତେବେଳେ ତାଙ୍କର ଶରୀରଟି ଏତେ ଛୋଟ ଥିଲା ଯେ ତାଙ୍କୁ କେହି ବି ଜାଣିପାରବା ବଡ କଠିନ । ସେ ଦେଖିଲେ କେତେକ ରାକ୍ଷସଙ୍କର ଜଟା ତ ଆଉ କେତେକଙ୍କର ସମ୍ପୂର୍ଣ୍ଣ ଲଣ୍ଡା ମୁଣ୍ଡ, କେତେକଙ୍କର ଲମ୍ବା ବାଳ ଗାଲ ମୁଚ୍ଛ ତ ପୁଣି କେତେକ ଭୟଙ୍କର ନିଶ ସବୁ ରଖିଛନ୍ତି । କିଏ ହତିଆର ନେଇ ଖେଳ ଖେଳୁଛି ତ ଆଉ କିଏ ମଦ୍ୟପାନ କରୁଛି । କିଏ ବା ନୃତ୍ୟଗୀତରେ ବିଭୋର ।...

Read More

ବିରବଲଙ୍କ ଘରକୁ ରାସ୍ତା

 ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?” ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ ରାସ୍ତା ବତାଇଦେଲେ ସତ କିନ୍ତୁ ନିଜେ ବିରବଲ ବୋଲି ପରିଚୟ ଦେଲେ...

Read More

ଶିବ ପୁରାଣ

ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର ଜ୍ୟୋତିସ୍ତମ୍ବରେ ପରିଣତ ହେଲା । ଏହା ଜ୍ୟୋତିର୍ଲିଙ୍ଗ...

Read More

ଦୁଇଟି ବୃକ୍ଷର କଥା

       ଅତି ପ୍ରାଚୀନ କାଳର କଥା । ଗୋଟିଏ ଜଙ୍ଗଲରେ ଦୁଇଟି ବୃକ୍ଷ ପାଖା ପାଖି ଥାଆନ୍ତି । ପାଖାପାଖି ଥିବାରୁ ସୂର୍ଯ୍ୟ କିରଣ ଭୂମି ଉପରେ ପଡୁ ନଥାଏ । ତେଣୁ ଜଙ୍ଗଲର ଜୀବଜନ୍ତୁ ମାନେ ସେହି ଗଛ ଛାଇ ତଳେ ପ୍ରତିଦିନ ଆସି ବସନ୍ତି ଏବଂ ଜଙ୍ଗଲରୁ ଶିକାର କରି ଆଣିଥିବା ଜୀବଜନ୍ତୁ ମାନଙ୍କୁ ଖାଆନ୍ତି । ଖାଇ ସାରିବା ପରେ ହାଡ ଗୁଡିକୁ ସେହି ଗଛ ମୂଳରେ ପକାଇ ଦିଅନ୍ତି । ହାଡ ଗୁଡିକ ସେଠାରେ କିଛି ଦିନ ପଡିବା ପରେ ଦୁର୍ଗନ୍ଧ ହୁଏ...

Read More

ନିଶ୍ରାଗ୍ରସ୍ତ

ଚନ୍ଦନପୁର ଗାଁର ମୁଖିଆ ବୀରସିଂହ ବଡ ଦୁଷ୍ଟ ପ୍ରକୃତିର ଲୋକ ଥିଲେ, ସରଳ ଲୋକଙ୍କୁ ହଇରାଣ କରି ସେ ବହୁତ ଖୁସି ହେଉଥିଲେ । ସେହି ଗାଁରେ ଦୀନୁ ନାମକ ଜଣେ ଯୁବକକୁ ଥରେ ସେ କହିଲେ, “ଆରେ ଦୀନୁ, ତୁ କେଉଁଠି ରହିଛୁ? ଆମ ଘରକୁ ଆସି, ମୋତେ ଜମିଜମା କାମରେ ଟିକିଏ ସାହାଯ୍ୟ କର; ଦେଖିବୁ ଭଗବାନ୍ ତୋତେ ନିଶ୍ଚୟ ଭଲ ଫଳ ଦେବେ ।” ଏହାପରେ ବିଚାରା ଦୀନୁକୁ ମୁଖିଆ ଅଳ୍ପ କିଛି ଖାଇବାକୁ ଦେଇ ତା’ଠାରୁ ବହୁତ କାମ ସେ ଆଦାୟ କରୁଥାନ୍ତି ।...

Read More

ବିଦ୍ୟା – ଦାନ

ଚନ୍ଦ୍ରସେନ ଥିଲେ କାଂଚନପୁର ରାଜ୍ୟର ସବୁଠାରୁ ଦକ୍ଷ ଶାସକ । ତାଙ୍କ ପିତାଙ୍କ ଆକସ୍ମିକ ମୃତ୍ୟୁ ହେତୁ ସେ ଖୁବ୍ କମ୍ ବୟସରେ ରାଜସିଂହାସନ ଆରୋହଣ କରିଥିଲେ । ସେ ଯୁବକ ଓ ଶିକ୍ଷିତ ଥିଲେ । କେବଳ ଶାସନ-ପଦ୍ଧତି ନୁହେଁ, ବରଂ ସାମାଜିକ କ୍ଷେତ୍ରରେ ବି ସେ ଅନେକ ପରିବର୍ତ୍ତନ ଆଣିଲେ । ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ କେତେକ ସଂସ୍କାର ଆଣିବା ପାଇଁ ତାଙ୍କ ମନରେ ତୀବ୍ର ଇଚ୍ଛା ଥିଲା । ରାଜା ଚନ୍ଦ୍ରସେନ ନିଜ ଇଚ୍ଛାକୁ ସାକାର...

Read More

ଭୂତତାନ୍ତ୍ରିକ

ଭଦ୍ରପୁରର ପ୍ରିତୁ ବଡ ତାନ୍ତ୍ରିକ ଥିଲା । ସମସ୍ତେ କୁହନ୍ତି ତା’ର ନାମ ପଡିଲେ ଭୂତପ୍ରେତ ସେଠାରୁ ଛାଡି ପଳାନ୍ତି । ତା’ର ସ୍ତ୍ରୀ ଅନ୍ନପୂର୍ଣ୍ଣା ଅତି ଭଲ ସ୍ୱଭାବର ସ୍ତ୍ରୀଲୋକ, କିନ୍ତୁ ପ୍ରିତୁର ସ୍ୱଭାବ ସମ୍ପୂର୍ଣ୍ଣ ବିପରୀତ । ଦିନେ ସଂଧ୍ୟା ପରେ ଚାରିଜଣ ଲୋକ ଆସି ତାଙ୍କ ଘରେ ପହଁଚିଲେ । ସେମାନେ ଅନ୍ନପୂର୍ଣ୍ଣାର ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ । ସେମାନେ କହିଲେ, “ଅନ୍ନପୂର୍ଣ୍ଣା, ଆମେ ବହୁ ଦୂରରୁ ଚାଲି ଚାଲି ଏଠାକୁ...

Read More

ଦିବସ ବା ରାତ୍ରି?

ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ ସେ ତୁରନ୍ତ ଆସି ଜମିଦାରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ