କମଳ ଦ୍ୱିପ୍ରହରର ଭୋଜନ ପରେ ଆରାମ୍ରେ ପିଣ୍ଡାରେ ଶୋଇ ଏଣୁତେଣୁ ଭାବୁଥାଏ । ମନ ଏମିତି ଏକ ଜିନିଷ ତାକୁ ଖାଲି ଛାଡିଦେଲେ, ଭୂତମାନେ ତା’ଉପରେ ସବାର ହୋଇଯାନ୍ତି । ଯେତେସବୁ ବାଜେ ଚିନ୍ତା ମନକୁ ଆସେ । ଏପରି ସମୟରେ ଜଣେ ପଥିକ ଆସି ତାକୁ ପଚାରିଲା, “ଆଜ୍ଞା, ଏଇଟା କମଳର ଘର ତ?” ମନେ ହେଉଥିଲା ସେ ଯେମିତି ବହୁଦୂରରୁ ଆସିଛି ।” ସେତେବେଳେ ତ କମଳର ମନରେ କେବଳ ନାନା ଉଦ୍ଭଟ ଚିନ୍ତାସବୁ ଆସୁଥା’ନ୍ତି । ସେ...
ଉପରୋକ୍ତ କଥାଟିଥିଲା ବିରବଲଙ୍କ ନିମନ୍ତେ ବହୁ ଅତୀତ କାଳର କଥା । ଥରେ ବିରବଲ ନାନା ଦେଶ ଭ୍ରମଣରେ ବାହାରିଲେ । ଏହି ଭ୍ରମଣରେ ଯାଉ ଯାଉ ବିରବଲ ଯାଇ କାବୁଲ୍ ନାମକ ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ମାତ୍ର ଦୁଇ ଗୋଟି ଦିବସ ରହିଯିବା ପରେ ବିରବଲଙ୍କୁ ସେହି ସ୍ଥାନଟି ଆଦୌ ଭଲ ଲାଗିଲା ନାହିଁ । ସମସ୍ତ ଲୋକ ଯେପରି ତାଙ୍କୁ ଖାପଛଡା ଲାଗିଲା । ଏହାର କାରଣ ଯେ କାବୁଲ୍ର ଲୋକ ବିରବଲଙ୍କ ଚାଲିଚଳନ ଦେଖି ଭାବି...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...
ଋଷି ଜମଦଗ୍ନି ଓ ରେଣୁକାଙ୍କ ପାଂଚପୁତ୍ର ଥିଲେ । ସର୍ବକନିଷ୍ଠ ରାମ ଥିଲେ ଅତ୍ୟନ୍ତ ଚତୁର, ବୁଦ୍ଧିମାନ, ବିବେକୀ । ବଳବିକ୍ରମରେ ମଧ୍ୟ ସେ ଅନ୍ୟ ଭାଇମାନଙ୍କଠାରୁ ଆଗରେ ଥିଲେ । ଏହାସହ ସେ ଭାରି ଦୁଷ୍ଟ ମଧ୍ୟ ଥିଲେ । ଥରେ ଜମଦଗ୍ନିଙ୍କୁ ମାତା ରେଣୁକା ରାମଙ୍କ ପାଇଁ ଉପଯୁକ୍ତ ଗୁରୁ ଯୋଗାଡ ପାଇଁ କହିଲେ । ଜମଦଗ୍ନି ଏହାର ଉତ୍ତରରେ କହିଲେ ମୁଁ କାହିଁକି ଗୁରୁ ହୋଇପାରିବିନି? ବାଳକ ରାମ ଏହାର ଅର୍ଥ ବୁଝିପାରିଲେ ନାହିଁ । ମାଆ...
ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ । ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି ବସନ୍ତି । ରାଜାଙ୍କର କାର୍ଯ୍ୟରେ କେହି ପ୍ରତିବାଦ କରନ୍ତି...
ଗୋଟିଏ ଜଙ୍ଗଲରେ ‘ଖର୍ଣ୍ଣଖର’ ନାମକ ଏକ ସିଂହ ବାସ କରୁଥିଲା । ଦିନେ ସେ କୌଣସି ଖାଦ୍ୟ ନପାଇ ଏଣେ ତେଣେ ବୁଲିବାକୁ ଲାଗିଲା । ତଥାପି ମଧ୍ୟ ସେ କୌଣସି ଖାଦ୍ୟ ପାଇଲା ନାହିଁ । ଦିନ ଗଡିଯାଇ ରାତି ହେବାକୁ ବସିଲା । ଖର୍ଣ୍ଣଖର ଏକ ବଡ ଗୁମ୍ଫା ନିକଟରେ ଯାଇ ପହଁଚିଲା, ଏବଂ ଭାବିଲା, ଏହି ଗୁମ୍ଫା ମଧ୍ୟକୁ ଯେଉଁ ପ୍ରାଣୀ ଆସିବ, ତାକୁ ଧରି ଖାଇବି । ଏହା ଚିନ୍ତା କରି ଖର୍ଣ୍ଣଖର ସେହି ଗୁହା ମଧ୍ୟରେ ଲୁଚି ରହି ଶିକାରକୁ ଅପେକ୍ଷା...
ଦକ୍ଷିଣ ଇଣ୍ଡିଆର କର୍ଣ୍ଣାଟକ ରାଜ୍ୟରେ ମହିଶୁର ବୋଲି ଗୋଟିଏ ସହର । ସେହି ସହରରେ ଗୋପାଳ ସ୍ୱାମୀ ବୋଲି ଗୋଟିଏ ଗରିବ ପିଲା ଥାଏ । ପିଲାଟି ଦିନରୁ ତ ତା ମା’ ବାପା ମରିଯାଇଥା’ନ୍ତି । ପିଲାଟି କିନ୍ତୁ ଭଲ ପଢେ । ସେଥିପାଇଁ ସ୍କୁଲ ଶିକ୍ଷକ ମାନେ ତାକୁ ସାହାଯ୍ୟ କରନ୍ତି । ଅନ୍ୟର ସାହାଯ୍ୟରେ ଗୋପାଳ ମାଇନର୍ ପାଶ୍ କରିଗଲା । ଏଥର ହାଇସ୍କୁଲ୍ରେ ନାଁ ଲେଖାଇବା କଥା । ଗୋପାଳ ମନେ ମନେ ଭାବିଲା ସେ ଆଉ ଲୋକଙ୍କୁ ହାତ ପାତି ପଇସା...
ସେ ସମୟରେ ବେଙ୍ଗଲ୍ର ପ୍ରଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରୁ କେଶବଚନ୍ଦ୍ର ସେନ୍ ଥିଲେ ଅନ୍ୟତମ । ସେ ବ୍ରାହ୍ମସମାଜର ସ୍ଥାପନ କରିଥିଲେ । ଥରେ ଶ୍ରୀ ରାମକୃଷ୍ଣ ତାଙ୍କ ପାଖରେ ଥିବାବେଳେ ହଠାତ୍ ସମାଧି ଅବସ୍ଥାକୁ ଚାଲିଗଲେ; କେଶବଚନ୍ଦ୍ର ଓ ବିଦ୍ୱାନ ମଣ୍ଡଳୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଦିନେ ଶ୍ରୀ ରାମକୃଷ୍ଣଙ୍କ ମନରେ ଏକ ବିଚିତ୍ର ଅଭୀପ୍ସା ଜାଗ୍ରତ ହେଲା, “ଥରେ ସେ ଶ୍ରୀଚୈତନ୍ୟଙ୍କୁ ନିଜର ଭକ୍ତ...
ଗୋଟିଏ ଗ୍ରାମକୁ ଲାଗି ଛୋଟିଆ ଜଙ୍ଗଲଟିଏ ଥାଏ । ସେହି ଜଂଗଲରେ ଏକ ଶୃଗାଳ ବାସ କରୁଥାଏ । ଦିନେ ସେ ଖାଦ୍ୟ ଅନ୍ୱେଷଣ କରୁ କରୁ ପାଖ ଗାଁ କୁ ଚାଲିଗଲା । ଗ୍ରାମ ମଧ୍ୟରେ ଏକ ଶୃଗାଳକୁ ଦେଖି ଗ୍ରାମର କୁକୁର ମାନେ ଉଚ୍ଚ ସ୍ୱରରେ ଭୁକିବାକୁ ଆରମ୍ଭ କଲେ, ଏବଂ ସେମାନଙ୍କର ମୁନିଆଁ ଦାନ୍ତରେ କାମୁଡିବାକୁ ଗୋଡାଇଲେ । ବିଚରା ଶୃଗାଳଟି କୁକୁର ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକ ଧୋବା ଘରେ ଥିବା ନୀଳ କୁଣ୍ଡରେ ପଡିଗଲା । କୁକୁର...
ହଳଧର ସିଂହ ନାମକ ଜଣେ ସମ୍ଭ୍ରାନ୍ତ ଜମିଦାର କୃଷ୍ଣ ନଗରରେ ବାସ କରନ୍ତି । ହଳଧର ବାବୁ ଏକ ଦିନ ନିଜ ଗୃହର ପିଣ୍ଢାରେ ବସିଛନ୍ତି, ଏହି ସମୟରେ ଗୋପାଳ ଭାଣ୍ଡ ରାସ୍ତାରେ ଚାଲି ଯିବାର ଦେଖିଲେ । ସେ କୌତୁକ କଥା ଶୁଣିବା ଅଭିପ୍ରାୟରେ ଗୋପାଳ ଭାଣ୍ଡକୁ ଡାକି କରି କହିଲେ – କିହୋ ଗୋପାଳ । କୁଆଡେ ଯାଉଛ? ଆଚ୍ଛା ସତ କରି କୁହତ ତୁମର ନାମ କ’ଣ? ...
ଯେତେବେଳେ ବାରମ୍ବାର ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ, ସେତେବେଳେ ଯୁଦ୍ଧରେ ନିହତ ଅସୁରମାନଙ୍କୁ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମୃତସଞ୍ଜିବନୀ ମନ୍ତ୍ର ପଢି ସେମାନଙ୍କୁ ପୁନର୍ଜୀବନ ଦେଉଥାନ୍ତି । ଏଣୁ ଦେବତାମାନେ ମଧ୍ୟ ସ୍ଥିର କଲେ, ଯେ କୌଣସି ପ୍ରକାରେ ହେଉ ପଛେ ସେମାନଙ୍କୁ ବି ମୃତସଞ୍ଜିବନୀ ଶିଖିନେବାକୁ ହେବ । ଏପରି ଭାବି ସେମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚକୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ...
ଦୟାକ୍ଷମା ସେବା ପରୋପକାର ତ ପ୍ରତ୍ୟେକ ଧର୍ମର ଅସଲତତ୍ତ୍ୱ ଏହିକଥା ମନେ ରଖି ନିଜ ନିଜ ଧର୍ମକୁ ପ୍ରଚାର କର ସତତ । କୁସଂସ୍କାର ଅନ୍ଧବିଶ୍ୱାସ ସମାଜୁ ହଟାଇବା ପାଇଁ ହେଲେ ଉଦ୍ୟମ ଆମ ସମାଜରେ ଧର୍ମର ମହତ୍ତ୍ୱ ଅଚିରେ ହୋଇବ ପ୍ରତିପାଦନ । ସମ୍ରାଟ୍ ଅଶୋକ କଳିଙ୍ଗଯୁଦ୍ଧର ଭୟାନକ ଦୃଶ୍ୟ ଦେଖି ବିଚଳିତ ହୋଇଯାଇଥିଲେ । ତାଙ୍କୁ ସବୁଠାରୁ ଅଧିକ ବିଚଳିତ କରିଥିଲା ଜଣେ ବୃଦ୍ଧା ତା’ର ପୁଅର ଜୀବନଭିକ୍ଷା କରିବା ପ୍ରସଂଗରେ...
ମୁନି ମୈତ୍ରୟଙ୍କ ପ୍ରସ୍ଥାନଅନ୍ତେ, ଧୃତରାଷ୍ଟ୍ର ବିଦୁରଙ୍କୁ କିମ୍ଭୀର ସଂହାର ବୃତ୍ତାନ୍ତଟି ଶୁଣାଇବା ପାଇଁ କହିଲେ । ତେଣୁ ବିଦୂର ବର୍ଣ୍ଣନା ଆରମ୍ଭ କଲେ । ଅରଣ୍ୟବାସ ଉଦ୍ଧେଶ୍ୟରେ ଯାଇଥିବା ପାଣ୍ଡବଗଣ, ତିନିଦିନ ଉପରାନ୍ତେ ଅର୍ଦ୍ଧରାତ୍ର ସମୟରେ କାମ୍ୟକବନ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି । ଅକସ୍ମାତ ସେମାନଙ୍କ ପଥରୋଧ କରି ଏକ ଭୟଙ୍କର ରାକ୍ଷସ ଆସି ସେଠାରେ ଉଭାହେଲା । ରକ୍ତବର୍ଣ୍ଣର ଅଗ୍ନିପିଣ୍ଡ ସଦୃଶ...
ସିପାହୀଟି ବହୁତ ବଳବାନ୍, ବହୁତ ବାହାଦୂର, ବହୁତ ଯୁଦ୍ଧଖୋର ମଧ୍ୟ ଥିଲା । ତାର ଘୋଡା ମଧ୍ୟ ସେହି ଭଳି ବଳବାନ୍, ବାହାଦୂର୍, ନିର୍ଭୀକ ତଥା ଯୁଦ୍ଧଖୋର ଥିଲା । ଏକଦା ସିପାହୀ ଜଣକ ନିଜ ଘୋଡାରେ ନିଜେ ବସି କୌଣସି ଏକ ପାହାଡୀ ରାସ୍ତାରେ ଯାଉ ଥିଲା ।ଅଚାନକ ଘୋଡାର ଗୋଡ ଗୋଟିଏ ପଥର ଉପରେ ବାଜି ଘୋଡାର ନାଲ ଛିଣ୍ଡି ଗଲା । ନାଲ ବାହାରି ଯିବାରୁ ଘୋଡାକୁ ବହୁତ କଷ୍ଟ ହେଲା ଆଉ ସେ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲା । ସିପାହୀ ଜଣକ...
ଏକଦା ଅଯୋଧ୍ୟା ନଗରୀରେ ଜଣେ ଶୁଦ୍ର ବ୍ୟକ୍ତି ବସବାସ କରୁଥିଲେ । ସେ ଅଯୋଧ୍ୟା ନଗରୀରେ ଜନ୍ମ ଗ୍ରହଣ କରିଥିବା ହେତୁ ନିଜକୁ ଜଣେ ପୁଣ୍ୟବାନ ବ୍ୟକ୍ତି ରୂପେ ଚିନ୍ତା କରି ଆସୁଥିଲେ । ଦିନେ ସେ ଅବନ୍ତୀକା ପୁରକୁ ଚାଲି ଚାଲି ଯାଇ ସେଠାରେ ଥିବା କୃପା ବାରିଧି ନାମକ ଜନୈକ ଶିବ ଭକ୍ତଙ୍କୁ ନିଜର ଗୁରୁ ରୂପେ ଗ୍ରହଣ କରିନେଲେ । ଏହାପରେ ସେ ତାଙ୍କ ଗୁରୁଙ୍କ ନିର୍ଦେଶରେ ଶିବ ପଂଚାକ୍ଷର ନାମ ଜପ କରିବାକୁ ଲାଗିଲେ । ହେଲେ ସେ...
ହେଲାପୁରୀର ଧନୀ ଗଙ୍ଗାରାମ ଜଣେ ମଧ୍ୟବୟସ୍କ ବ୍ୟକ୍ତି । ତାଙ୍କର ଅନେକ ବ୍ୟବସାୟ, ତେଣୁ ଅନେକ ରୋଜଗାର । ସେ ପୁଅ ହାତରେ ସବୁ କିଛି ସମର୍ପି ଦେଇ ନିଜେ ଶାନ୍ତିରେ ଜୀବନ ବିତାଇବାକୁ ଚାହିଁଲେ । ଦିନେ ଦୁଆର ପାଖରେ ପଡିଯାଇ ସେ ତାଙ୍କ ଗୋଡ ଭାଙ୍ଗିଲେ । ଶଯ୍ୟାଶାୟୀ ହୋଇ ସେ ପଡିଥା’ନ୍ତି; ତାଙ୍କ ବାଲ୍ୟବନ୍ଧୁ ଗୋବିନ୍ଦ ଏକଥା ଶୁଣି ଦେଖିବାକୁ ଆସିଲେ । ସେ ପଚାରିଲେ, “କିଓ ଏ ବୟସରେ ତମେ କ’ଣ ଡିଆଁ ଡେଇଁ କରି...
ତ୍ରିରୂପ ଦେଶର ରାଜକୁମାରୀ ଚନ୍ଦ୍ରମତୀ ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ । ଥରେ ସେ ବିଚିତ୍ରତାରେ ପୂର୍ଣ୍ଣ ବିରୁପ ଦେଶକୁ ବୁଲିବାକୁ ଗଲେ । ସେଠାରେ ସେ ପହଁଚିବା ମାତ୍ରେ ସେଠାକାର ଯୁବରାଜ ବୀରସେନ ତାଙ୍କୁ ସ୍ୱାଗତ କଲେ ଓ ତାଙ୍କୁ ସାରାଦେଶ ବୁଲାଇ ଦେଖାଇଲେ । କିଛିଦିନ ଏକାଠି ରହିବା ଦ୍ୱାରା ସେ ଦୁହିଁଙ୍କ ମନ ଦୁହିଁଙ୍କ ପ୍ରତି ଆକର୍ଷିତ ହେଲା । କିଛି ଦିନ ପରେ ଚନ୍ଦ୍ରମତୀ ନିଜ ଦେଶକୁ ଫେରି ଆସିଲେ । ...
ଗୋଟିଏ ଜଙ୍ଗଲରେ ଏକ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷ ମଧ୍ୟରେ କେତେ ଗୁଡିଏ ବଗ ବସବାସ କରୁଥିଲେ । ସେହି ବୃକ୍ଷ ମଧ୍ୟରେ ଏକ ବଡ କୋରଡ ଥିଲା । ସେହି କୋରଡ ମଧ୍ୟରେ ଏକ କଳାସାପ ବାସ କରୁଥିଲା । ସେହି ସାପଟି ଦୁଷ୍ଟ ସ୍ୱଭାବର ଥିଲା । ସେହି ବୃକ୍ଷରେ ବସା ବାନ୍ଧିଥିବା ବଗର ସମସ୍ତ ଛୁଆଙ୍କୁ ସାପ ମାରି ଦେଉଥିଲା । ଗୋଟିଏ ବଗର ଛୁଆକୁ ସାପ ମାରିବା ପରେ ଦିନେ ବଗଟି ମନ ଦୁଃଖରେ ସରସ୍ୱତୀ ନଦୀ ତଟରେ ପହଁଚିଲା । ନଦୀ...
ଥରେ ସିଂହର ପେଟ ଖାଲି ଭୋକରେ ଜଳୁଥାଏ । କେଉଁଠି କିଛି ଶିକାର ନ ପାଇ ସେ ସିଂହ ରାସ୍ତାକଡ ଗଛମୂଳେ ଛପିକରି ବସିଥାଏ । ହଠାତ୍ ସେ ସିଂହଟି ଦେଖିଲା ଘୋଡାଟାଏ ଦଉଡି ଦଉଡି ଆସୁଚି । ତେଣୁ ସେ ତା’ ମନେ ମନେ ଭାବିଲା ଭଲ ଭୋଜନଟାଏ ମିଳିଗଲା । ଘୋଡାକୁ ଦେଖି ସିଂହ ଡାକିଲା-ଆରେ, ମୁଁ ଗୋଟାଏ ଭଲ ଡାକ୍ତର । ତୋର କିଛି ବେମାରି ଅଛି? ସିଂହକୁ ଦେଖିଦେଇ ଘୋଡା ତ ଧୀରେ ଚାଲୁଥିଲା । କହିଲା...
ଗୋଟିଏ ଗ୍ରାମରେ ଫକୀର ନାମକ ଚାଷୀଟିଏ ରହୁଥାଏ, ତା’ ସ୍ତ୍ରୀ ପାଲିଆ ଅତି କଜିଆଖୋରଣୀ ଥିଲା । ସୁବିଧା ପାଇଲେହିଁ ସେ କଳି କରିବ । ଦିନେ ଫକୀର ଓ ପାଲିଆ ପଡୋଶୀ ଗ୍ରାମରୁ ଘରକୁ ଫେରୁଥା’ନ୍ତି । ରାସ୍ତାରେ ଫଳ ଭର୍ତ୍ତି ଆମ୍ବଗଛଟିଏ ଦେଖିଲେ । ପାଲିଆ ସଙ୍ଗେ ସଙ୍ଗେ ସ୍ୱାମୀକୁ ଚାହିଁ କହିଲା, “ଦେଖ, କି ସୁନ୍ଦର ପାଚିଲା ଆମ୍ବ ସବୁ ଝୁଲୁଛି, ଗଛ ଚଢି କିଛି ନେଇ ଆସ ତ । ଏ ବର୍ଷ ମୁଁ ଏପର୍ଯ୍ୟନ୍ତ ଆମ୍ବ...
ବହୁତ ଦିନ ତଳେ ଜଣେ ରାଜା ମାଙ୍କଡମାନଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ସେ ରାଜା ଗୋଟିଏ ମାଙ୍କଡକୁ ନିଜର ଦେହରକ୍ଷୀ କରି ରଖିଥିଲେ । ଦିନେ ସେ ରାଜାଙ୍କୁ ଭାରି କ୍ଳାନ୍ତ ଲାଗିଲା । ତେଣୁ ସେ ଶୋଇବାକୁ ଚାହିଁଲେ ମାତ୍ର ତା’ପୂର୍ବରୁ ସେ ତାଙ୍କ ଦେହରକ୍ଷୀ ମାଙ୍କଡକୁ କହିଲେ “ତୁମେ ଏଠାରେ ଜଗି କରି ବସ କେହି ଯେପରି ମୋ ନିଦ ନ ଭାଙ୍ଗନ୍ତି ।” ଏକଥା ଶୁଣି ସେ ମାଙ୍କଡ ଗୋଟାଏ ଖଣ୍ଡା ଧରି...
ଇଣ୍ଡିଆରେ ଗୋରା ଶାସନକାଳର କଥା । ସେତେବେଳେ ଇଂରେଜ ସରକାର ଇଣ୍ଡିଆନମାନଙ୍କୁ କ୍ରୀତଦାସ ଭଳି ବ୍ୟବହାର କରୁଥିଲେ । ସେମାନେ ଯେ କେବଳ ଇଣ୍ଡିଆର ସ୍ୱାଧୀନତା ଅପହରଣ କରିନଥିଲେ, ତା ନୁହେଁ ବରଂ ସେମାନେ ପ୍ରତିଭାବାନ୍ ଇଣ୍ଡିଆନଙ୍କ ପ୍ରତିଭା, ବିଦ୍ବତା ଓ ବାଗ୍ମୀତାକୁ ମଧ୍ୟ ହୀନ ଦୃଷ୍ଟିରେ ଦେଖୁଥିଲେ । ମୋଟ ଉପରେ କହିବାକୁ ଗଲେ ସେମାନେ କଳା ଇଣ୍ଡିଆନମାନଙ୍କୁ ହୀନଦୃଷ୍ଟିରେ ଦେଖୁଥିଲେ । ଚାକିରି କ୍ଷେତ୍ରରେ ମଧ୍ୟ ସମାନ...
ଜଗବନ୍ଧୁଙ୍କ ଘର ରାମପୁର ଗାଁରେ । ତାଙ୍କର ଗୋଟିଏ ବୋଲି ସନ୍ତାନ । ତା’ର ନାମ ସୁଶୀଳା । ସୁଶୀଳା ଯେତେବେଳେ ଅତ୍ୟନ୍ତ ଛୋଟ ଥିଲା, ଠିକ୍ ସେତେବେଳେ ତା’ ବୋଉଙ୍କ ଦେହାନ୍ତ ହୋଇଗଲା । ଜଗବନ୍ଧୁ ଅତି ଆଦରରେ ସୁଶୀଳାକୁ ବଢାଇଥାନ୍ତି । ସୁଶୀଳା ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ୟ । ଜଗବନ୍ଧୁଙ୍କର ଜଣେ ବାଲ୍ୟବନ୍ଧୁ ଥା’ନ୍ତି । ତାଙ୍କ ଘର ସେଠାରୁ ଚାରି କୋଶ ଦୂର କେଶବପୁର ଗାଁରେ । ତାଙ୍କ ନାମ...
ରାଜାଙ୍କ ଦରବାରରେ ବୋଧନ ରାୟଙ୍କର ଅନେକ ମିତ୍ର ଥିଲେ । ସେମାନଙ୍କ ପ୍ରଭାବରେ ସେ ଜୟପାଟଣା ତାଲୁକର ଶାସନକର୍ତ୍ତା ରୂପେ ଅଭିଷିକ୍ତ ହେଲେ । କିନ୍ତୁ ସେ ଜୟପାଟଣାରେ ଯାଇ ଶାସନଭାର ଗ୍ରହଣ କରିବାର କେଇମାସ ଭିତରେ ସମସ୍ତେ ବୁଝିଗଲେ ଭଦ୍ରଲୋକଙ୍କର ନା ଅଛି ଶାସନ ଦକ୍ଷତା, ନା ଅଛି ଆଇନ୍କାନୁନ୍ ସମ୍ପର୍କରେ କୌଣସି ଜ୍ଞାନ । ବିଶିଷ୍ଟ ଲୋକେ ରାଜାଙ୍କୁ ଗୋପନରେ ତାଙ୍କ ଅପାରଗତା ବିଷୟରେ ଜଣାଇ ଦେଲେ । ରାଜା...
ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା ।...
ଥରେ ଗୋଟିଏ ବଣରେ ଗୋଟିଏ ମୂଷା ଓ ଗୋଟିଏ ଚଢେଇ ସାଙ୍ଗ ହୋଇ ରହୁଥିଲେ । ଚଢେଇଟି ଗଛଡାଳରେ ଓ ମୂଷାଟି ଗଛ ମୂଳର ଗାତରେ ରହୁଥିଲା । ସେ ବଣରେ ଶୀତଦିନେ ଖୁବ୍ ବରଫ ପଡୁଥିବାରୁ ସେମାନଙ୍କୁ କିଛି ବି ଖାଦ୍ୟ ଶସ୍ୟ ମିଳୁନଥିଲା । ତେଣୁ ଚଢେଇ ଓ ମୂଷା ଦୁଇଜଣଯାକ ଶୀତ ଦିନ ପାଇଁ କିଛି ଖାଦ୍ୟ ସଂଗ୍ରହ କରି ଗୋଟିଏ ଗାତ ଖୋଳି ଖାଦ୍ୟ ପଦାର୍ଥ ସଂଚୟ କରିରଖିଲେ । ସେମାନେ ଦୁହେଁ ପ୍ରତିଜ୍ଞା କଲେ ଯେ କେହି କାହାର ଅଜ୍ଞାତରେ ସେ ଗାତରୁ...
ପୋଛିକୋଟ ବୋଲି ଖଣ୍ଡିଏ ଛୋଟିଆ ରାଜ୍ୟ । ବୈତରଣୀ ନଦୀ କୂଳରେ ଅନେକ କୋଶ ବାଟ ଛଡା । ବଣ ଜଙ୍ଗଲରେ ପରିପୂର୍ଣ୍ଣ । ସେଠିକାର ଚାଷ ଜମି ମାନଙ୍କରେ ବଢିଆ ଫସଲ ହୁଏ । ଲୋକମାନେ ଖୁସିରେ ଚଳନ୍ତି । ଦେଢୀ ମହାଜନୀ ଲଗାନ୍ତି । କେହି କାହାକୁ ବି ଆଶ୍ରା କରନ୍ତିନି । ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ଚଳନ୍ତି । ଅଭାବ ସିନା ମଣିଷ ଜୀବନରେ ଆଘାତ ଦେଇ ତାକୁ ଆଗେଇ ଦିଏନି, ଯାହାର ଅଭାବ ନାହିଁ ତା’ର ପୁଣି ଅସୁବିଧା କ’ଣ? ଜଗତରେ ଗୋଟିଏ...
ଦିନେ ଜଣେ ଚାଷୀ ଦେଖିଲା ଯେ ତା ଜମିରେ ଗୋଟିଏ ସିଂହ ବୁଲୁଛି । ତାପରେ ଚାଷୀ ସେ ସିଂହକୁ ବଡ କୌଶଳ କରି ନିଜ ଗୁହାଳ ଭିତରେ ପୁରାଇ ବାହାରୁ ତାଲା ପକାଇଦେଲା । ସିଂହ ସେ ଗୁହାଳରେ ଥିବା ସବୁ ମେଣ୍ଢାଙ୍କୁ ଗୋଟି ଗୋଟି କରି ଖାଇଲା । ସବୁ ମେଣ୍ଢାଙ୍କୁ ଖାଇ ସାରିବା ପରେ ସେ ସିଂହ ବଳଦକୁ ବି ଖାଇବାକୁ ବାହାରିଲା । ସେତେବେଳେ ହିଁ ଚାଷୀ ତାର ଭୁଲ୍ ବୁଝିପାରିଲା ଏବଂ ଗୁହାଳ ଖୋଲି ସେ ସିଂହକୁ ବାହାର କରିଦେଲା । ...
ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର...
ଗୋଟିଏ ବିରାଟ ଜଙ୍ଗଲ ଥିଲା । ସେ ଜଙ୍ଗଲ ନିକଟରେ ଛୋଟିଆ ନଈଟିଏ କୁଳୁ କୁଳୁ ହୋଇ ବହିଯାଉଥିଲା । ସେହି ନଈପଠାରେ କିଆବୁଦା ମୂଳରେ ଗାତଟିଏ କରି ଚଣ୍ଡରବ ନାମରେ ବିଲୁଆଟିଏ ତା’ ପିଲାଛୁଆ ଧରି ବାସ କରୁଥିଲା । ବିଲୁଆମାନଙ୍କର କଙ୍କଡା ଖାଇବାକୁ ଭାରି ସଉକ ଥିଲା । ତେଣୁ ଚଣ୍ଡରବ କଙ୍କଡା ଖାଇବା ଆଶାରେ ନଈପାଣିର ଧାରେ ଧାରେ ଦୌଡୁ ଦୌଡୁ ବହୁତ ବାଟ ଚାଲିଗଲା । ତା’ପରେ କିଛି ବାଟ ଯିବାପରେ ପଲେ କୁକୁର ତାକୁ ଦେଖି ତା’ ପଛେ ପଛେ...
ଅର୍ଗୋସର ରାଜା ପ୍ରୋଇଟସ୍ଙ୍କ ସହିତ ବେଲ୍ଲୋରୋଫନ୍ ନାମକ ଏକ ରାଜକୁମାର ସାକ୍ଷାତ୍ କରିବାକୁ ଆସି ତାଙ୍କ ପ୍ରାସାଦରେ ଅତିଥି ହୋଇ ରହିଥା’ନ୍ତି । ବେଲ୍ଲୋରୋଫନ୍ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତଥା ବୁଦ୍ଧିମାନ୍ ଥିଲେ । ସେଥିପାଇଁ ରାଜା ପ୍ରୋଇଟସ୍ ତାଙ୍କୁ ଇର୍ଷ୍ୟା କରି ମାରିଦେବାକୁ ଚାହିଁଲେ । ସମ୍ମୁଖ ଯୁଦ୍ଧରେ ତ ସେ ତାଙ୍କର ଶତ୍ରୁଙ୍କୁ କେବେ ମଧ୍ୟ ମାରିପାରିବେ ନାହିଁ, ତେଣୁ ସେଥିପାଇଁ ସେ ଅନ୍ୟ ଏକ ପନ୍ଥା ଖୋଜିଲେ ।...
ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି । ଭଦ୍ରାଙ୍କର ଏ ଚିନ୍ତା...
କମଳ ଦେଶର ରାଜକୁମାରୀ କମଳ କୁମାରୀ, ଅତ୍ୟନ୍ତ ବୁଦ୍ଧିମତୀ ଯୁଦ୍ଧବିଦ୍ୟା ଓ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଦ୍ୟାରେ ମଧ୍ୟ ଧୂରନ୍ଧର ଥିଲେ । ରାଜା ତାଙ୍କ ଝିଅ କମଳ କୁମାରୀଙ୍କୁ ବିବାହ ଦେବାକୁ ଚାହିଁଲେ । ଝିଅ କମଳ କୁମାରୀଙ୍କୁ ବିଦ୍ୟା ଓ ବୁଦ୍ଧିରେ ଯେଉଁ ରାଜକୁମାର ଜିତିଯିବ ସେ ସେହି ରାଜକୁମାରଙ୍କୁ ହିଁ ବିବାହ କରିବେ । ରାଜା ବି ତାଙ୍କ ଝିଅ କଥାରେ ସମ୍ମତି ଜଣାଇଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କରେ ଦୂତ ମାଧ୍ୟମରେ ପ୍ରଚାର...