ଜଗବନ୍ଧୁଙ୍କ ଘର ରାମପୁର ଗାଁରେ । ତାଙ୍କର ଗୋଟିଏ ବୋଲି ସନ୍ତାନ । ତା’ର ନାମ ସୁଶୀଳା । ସୁଶୀଳା ଯେତେବେଳେ ଅତ୍ୟନ୍ତ ଛୋଟ ଥିଲା, ଠିକ୍ ସେତେବେଳେ ତା’ ବୋଉଙ୍କ ଦେହାନ୍ତ ହୋଇଗଲା । ଜଗବନ୍ଧୁ ଅତି ଆଦରରେ ସୁଶୀଳାକୁ ବଢାଇଥାନ୍ତି । ସୁଶୀଳା ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ୟ । ଜଗବନ୍ଧୁଙ୍କର ଜଣେ ବାଲ୍ୟବନ୍ଧୁ ଥା’ନ୍ତି । ତାଙ୍କ ଘର ସେଠାରୁ ଚାରି କୋଶ ଦୂର କେଶବପୁର ଗାଁରେ । ତାଙ୍କ ନାମ...
ସହରରେ ଥିଲେ ଜଣେ ନୀତିବାନ୍ ଶିକ୍ଷକ । ସେ ତାଙ୍କ ଛାତ୍ରମାନଙ୍କୁ ନୀତିନିଷ୍ଠ କରି ଗଢି ତୋଳିବା ଥିଲା ତାଙ୍କ ଲକ୍ଷ୍ୟ । ଦିନେ ତାଙ୍କର ପ୍ରିୟତମ ଛାତ୍ର ମିଛ କହି କିଛି ବନ୍ଧୁଙ୍କ ସହିତ ବଣଭୋଜି କରିବାକୁ ଚାଲିଗଲା । କିନ୍ତୁ ପରେ ଛାତ୍ରଟି ଅନୁତାପ ଜର୍ଜରିତ ହୋଇ ଶିକ୍ଷକଙ୍କ ଆଗରେ ସବୁ କଥା କହିଦେଲା । ଶିକ୍ଷକ ଜଣକ ଏହା ଶୁଣି ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ ଏବଂ ଛାତ୍ରକୁ ଆଉ ତାଙ୍କ ପାଖକୁ ନଆସିବାକୁ ଚରମ ବାଣୀ ଶୁଣାଇ...
ସମ୍ରାଟ୍ ଆକବରଙ୍କ ଦରବାର ସେଦିନ ଖୁବ୍ ଜନାରଣ୍ୟ ଥାଏ । ସେଦିନ ଏପରି ଜନାରଣ୍ୟ ହେବାର କାରଣ ଥିଲା ଯେ ସେ ରାଜ୍ୟରେ ହୋଇଥିବା ସମସ୍ତ ଚୋରି ମାଲ ଗୁଡିକ ଦରବାରରେ ଜମା କରାଯାଉଥିଲା । ପାରିଷଦ ବର୍ଗ ଖୁବ୍ ଉତ୍ସୁକତାର ସହିତ ଦରବାରକୁ ଆସୁଥିବା ସମସ୍ତ ଚୋରି ମାଲ୍ ଦେଖୁଥାଆନ୍ତି । ସେଦିନ ଯେତେଗୁଡିଏ ଚୋରି ମାଲ୍ ମହଜୁଦ୍ କରାଗଲା, ସେଥି ମଧ୍ୟରେ ଦେଖିବାଲାଗି ଏକ ଆକର୍ଷଣୀୟ କଥା ଥିଲା, ତାହା ହେଲା ଗୋଟାଏ ଯୁବକ ଗଧ...
ଶଙ୍କରପୁରର ବିଠଲ ସହିତ ପଡୋଶୀ ଗ୍ରାମର ସାବିତ୍ରୀର ବିବାହ ସମ୍ପନ୍ନ ହେଲା । ସାବିତ୍ରୀର ବାପ, ମା, ଜେଜେବାପା, ଜେଜେମା, ଦାଦା, ଖୁଡୀ ସମସ୍ତେ ଏକାଠି ରହୁଥିଲେ । ସାବିତ୍ରୀ ସେହି ବିରାଟ ପରିବାରରେ ଗୋଟିଏ ବୋଲି ଝିଅ । ତେଣୁ ଅତି ଗେହ୍ଲାରେ ସେ ବଢିଥାଏ । ତା’ ମା’ ତାକୁ ପିଲାଟିଦିନରୁ ପେଟ ଭରି ଖୁଆଏ । ସେହି ଅଭ୍ୟାସ ତା’ର ଥାଏ । ବିବାହ ପୂର୍ବରୁ ବିଠଲ ନିଜେ ଖାଦ୍ୟ ତିଆରି କରୁଥାଏ; କାରଣ ତା’ ଘରେ...
ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ...
ଲଛମନ ନାମରେ ଗୋଟିଏ ବ୍ୟବସାୟୀ ଥିଲେ । ତାଙ୍କୁ କିଏ ବୁଝାଇ ଦେଲା ଯେ ଭାରତର ପୂର୍ବରେ ଥିବା ଦ୍ୱୀପପୁଞ୍ଜରେ ବ୍ୟବସାୟ ବାଣିଜ୍ୟ କଲେ ଯଥେଷ୍ଟ ପଇସା ହେବ । ଗ୍ରାମରେ କେତେଲୋକ ବା ହୀରାମୋତି କିଣିବେ । କିନ୍ତୁ ତାଙ୍କର ପତ୍ନୀ ଓ ପିତାମାତା କହିଲେ କି ଦୂର ପର୍ବତ ସୁନ୍ଦର ପରି ଦୂରରେ ଥିବା ଦେଶ ବିଷୟରେ ଯାହା ଶୁଣାଯାଏ ସେସବୁ ସୁନ୍ଦର । ଏତେ ଦୂରକୁ ଯାଇ, ନାନା ପ୍ରକାର ବିପଦର ସମ୍ଭାବନା ମଧ୍ୟରେ ବେଶି ଟଙ୍କା ରୋଜଗାରର କିଛି...
ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ ଜିନିଷ କିଣି ଆଣିଲେ । ସେ ଆକିମ୍ ପାଇଁ ଗୋଟିଏ ଚାକରାଣୀ ବି...
କଥାଟି ଥିଲା ୧୯୨୪ ମସିହାର । ଥରେ କଟକ ମ୍ୟୁନିସପାଲଟି ପଡିଆରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଥାଏ । ଏହାର ଆୟୋଜକ ଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଏହାକୁ ପରିଚାଳନା କରିବା ପାଇଁ ବାରିଷ୍ଟର ମଧୁସୂଦନ ଦାସ, ଜନନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ସର୍ବୋଦୟ ସେବକ ଗୋପବନ୍ଧୁ ଚୌଧୁରୀ ଆଦି ନେତୃବୃନ୍ଦ ନିଯୁକ୍ତ ହୋଇଥାନ୍ତି । ସେ ଅଧିବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି । ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ । ଦୁଇଜଣଙ୍କୁ ଦୁଇଟି ଝୁଡି ଦେଇ ସେ କହିଲେ, “ଘର ପଛପଟ...
ରାଜସଭାରେ କାର୍ଯ୍ୟ ଖୁବ୍ ଗହଳି ମଧ୍ୟରେ ହେଉଥାଏ । ସାମାନ୍ୟ କଥା ହେଉ ହେଉ ସମ୍ରାଟଙ୍କ ସହିତ ବିରବଲଙ୍କର ଯୁକ୍ତି ଏପରି ହେଲା ଯେ ଶେଷରେ ବାଦ୍ଶାହା ରାଗିଗଲେ ଏବଂ ସଂଗେ ସଂଗେ ବିରବଲଙ୍କୁ ରାଜସଭାରୁ ବାହାରି ଯିବାକୁ ଆଦେଶ ଦେଲେ । ଆଉ ମଧ୍ୟ ରାଜ ସଭାକୁ ଆଉ ଆସିବ ନାହିଁ ବୋଲି ଆଦେଶ ଦେଲେ । ବିରବଲଙ୍କୁ ସମ୍ରାଟଙ୍କର ଏତାଦୃଶ ବ୍ୟବହାର ଖୁବ୍ ବାଧିଲା । ସେ ଆଉ କ୍ଷଣକ ଲାଗି ଦରବାରରେ ନ ରହି ବିଦା ହୋଇଗଲେ ।...
ମୂଷାମାନେ ବିଲେଇ ଡରରେ ବ୍ୟସ୍ତ ହୋଇ ଗୋଟିଏ ସଭା ଡାକିଲେ । ସେମାନଙ୍କର ମୁଖ୍ୟ ଚିନ୍ତା ହେଲା କିପରି ବିଲେଇଠାରୁ ରକ୍ଷା ପାଇବେ । ବହୁତ ଚିନ୍ତା କଲାପରେ ଜଣେ ମୂଷା କହିଲା, “ଯଦି ଆମେ ବିଲେଇ ବେକରେ ଗୋଟିଏ ଘଂଟି ବାନ୍ଧିଦେବା, ତେବେ ବିଲେଇ ଆସିବା କ୍ଷଣି ଆମେ ସେଇ ଘଂଟି ଶବ୍ଦ ଶୁଣି ବିଲେଇଠାରୁ ଦୌଡି ପଳାଇ ଯାଇ ନିଜକୁ ରକ୍ଷା କରିପାରିବା ।” ଏଥିରେ ସମସ୍ତେ ଖୁସି ହୋଇ, ଏହି ପ୍ରସ୍ତାବରେ ରାଜି ହୋଇଗଲେ । ହେଲେ ସବୁ...
ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ । ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ ଠିକ୍ କରିନେଲା ପଡୋଶୀ ଘରର ପୋଷା କୁକୁଡା ହିଁ ତା’ର ରୋଗର...
ଏକଦା ସଇତାନମାନଙ୍କର ରାଜା ଜଙ୍ଗଲ ଭିତର ଦେଇ ଯାଉ ଯାଉ ବାଟରେ ଗୋଟିଏ ଆଶ୍ରମ ଦେଖି ସେଠି ଅଟକିଲେ । ସେ ଘୋଡାରୁ ଓହ୍ଲାଇ ନିଜର ରାଜ ପୋଷାକ ଖୋଲି ଜଣେ ସାଧାରଣ ଲୋକ ବେଶ ଧାରଣ କରି ସେହି ଆଶ୍ରମ ମଧ୍ୟକୁ ପ୍ରବେଶ କଲେ । ଆଶ୍ରମ ମଧ୍ୟରେ ପ୍ରବେଶ କରୁ କରୁ ସେ ଜଣେ ଯୁବ ସନ୍ନ୍ୟାସୀଙ୍କୁ ଦେଖିଲେ । ସଇତାନଙ୍କ ରାଜା ତାଙ୍କୁ ଖୁବ୍ କର୍କଶ ସ୍ୱରରେ ଏବଂ ଚଢାଗଳାରେ କହିଲେ – “ଏ ପିଲା ! ମୋ ପାଇଁ କିଛି ଖାଇବାକୁ ଆଣ ।” ସଇତାନର...
ଗୁରୁନାଥ ଥଣ୍ଡା ଓ ସର୍ଦ୍ଦିଜ୍ୱରରେ ପୀଡିତ ହେଲେ । ତାଙ୍କ ଗଳା ଦରଜ ହୋଇ କଣ୍ଠସ୍ୱର ଭାରୀ ଶୁଭୁଥାଏ । ଆଖି, ନାକରୁ ପାଣିସବୁ ବୋହିପଡୁଥାଏ । ତା ସାଙ୍ଗକୁ ଅସହ୍ୟ ମୁଣ୍ଡବ୍ୟଥା । ଖାଇବା ପିଇବାକୁ ରୁଚୁ ନ ଥାଏ । ଶରୀରରେ ଜ୍ୱର ମଧ୍ୟ ରହୁଥାଏ । ଏହି ଅବସ୍ଥା ଆଉ ସହ୍ୟ କରି ନ ପାରିବାରୁ ସେ ତାଙ୍କ ପୁତ୍ରଙ୍କୁ ବୈଦ୍ୟଙ୍କ ନିକଟକୁ ଔଷଧ ପାଇଁ ପଠାଇଲେ । ବୈଦ୍ୟଙ୍କର କେତେପାନ ଔଷଧରେ ତାଙ୍କର ଜ୍ୱର ହଠାତ୍...
ଶିବପୁରୀର କନକଦାସଙ୍କର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଥିଲେ । ସେ ଦୁଇପୁତ୍ର ହେଲେ ମୋହନ ଦାସ୍, କୃଷ୍ଣ ଦାସ ଓ ଝିଅଟିର ନାମ ରାଧା ଥିଲା । ସେମାନଙ୍କର ଉପଯୁକ୍ତ ବୟସ ହେବାରୁ କନକ ଦାସ ସମସ୍ତିଙ୍କର ବିବାହ କରାଇଲେ । ତାଙ୍କ ପତ୍ନୀ ସୁଗୁଣା ବୋହୁମାନଙ୍କୁ ନିଜ ଝିଅ ପରି ଭଲ ପାଉଥା’ନ୍ତି । ଝିଅ ରାଧା ମଧ୍ୟ ସେହି ଗାଁରେ ବିବାହ କରି ରହିଥାଏ । ତା’ ସ୍ୱାମୀ ଗାଁରେ ଛୋଟ ଦୋକାନଟିଏ ଦେଇ ଭଲରେ ଚଳୁଥାଏ । ହଠାତ୍ କନକ...
ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା ଟିକେ ଘୁଂଚିଗଲା । ଏସବୁ ଦେଖି ରୂପେଲିର ଆଉ ଆଶ୍ଚର୍ଯ୍ୟର ସୀମା...
ବହୁ ପୁରାତନ କଥା । ଇଉରୋପର ଫ୍ରାନ୍ସ ରାଜ୍ୟରେ ଜଣେ ରାଜା ଥିଲେ । ତାଙ୍କର ଅବା କେଉଁ କଥାରେ ଅଭାବ । ଧନ, ସମ୍ପତ୍ତି, କ୍ଷମତା ତ ଯାହାକୁ ଯେତେ । ତେଣୁ ସେ ରାଜ୍ୟର ଲୋକେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ପାଖ ପାଡାଶୀ ରାଜାମାନେ ତାଙ୍କୁ ସର୍ବଦା ଭୟ କରି ଥାଆନ୍ତି । ହେଲେ ଏତେ ସୁଖ ସୌଭାଗ୍ୟ ମଧ୍ୟରେ କିନ୍ତୁ ରାଣୀଙ୍କର ମନରେ ଆଦୌ ସୁଖ ନଥାଏ । କାହିଁକିନା ଏପର୍ଯ୍ୟନ୍ତ ତାଙ୍କର କୋଳରେ ବିଧାତା ସନ୍ତାନଟିଏ ଦେଇ ନାହିଁ ।...
ଜଙ୍ଗଲରେ ଗୋଟିଏ ବଡ ଡେଙ୍ଗା ଗଛ ଥିଲା । ସେ ସବୁଠାରୁ ଡେଙ୍ଗା ବୋଲି ତା’ର ମନ କୁଣ୍ଢେ ମୋଟ । ତେଣୁ ସେ ଗର୍ବରେ ଛୋଟ ଶତ୍ରୁ ଓ ବୁଦାମାନଙ୍କୁ ଖାଲି ଥଟ୍ଟା କରେ । ଦିନେ ଜଣେ ଲୋକ ଗୋଟିଏ ବଡ ଗଛ ଖୋଜି ଖୋଜି ଆସି ସେ ଜଙ୍ଗଲରେ ପହଁଚିଲା । ଏହି ବଡ ଗଛଟିକୁ ଦେଖି ସେ ଲୋକଟିର ଭାରି ଲୋଭ ହେଲା । ସେ ଡେଙ୍ଗା ଗଛଟି ଯେତେ କନ୍ଦାକଟା କଲା, ହେଲେ ସେ ଲୋକଟି ତା’ କଥା ମୋଟେ ନଶୁଣି ତାକୁ କାଟି ନେଇଗଲା । ବିପଦରୁ ଦୂରରେ ରହିବାକୁ...
“ଆମେରିକା ଦେଶ ରାଷ୍ଟ୍ରପତି ପଦେ ରହିଥାନ୍ତି ଆବ୍ରାହମ୍ ଲିଙ୍କନ୍ ସେବେଳର ଏକ ଘଟଣାରୁ ଜଣାପଡେ ସିଏ ଥିଲେ କେତେ ମହାନ୍? ଅସହାୟ ଜନେ ହେଉଥିଲେ ସାହା ବୋଲିଥିଲେ ଜନପ୍ରିୟ ସବୁରି ଆଜି ସେ ନାହାଁନ୍ତି ଆମ ପାଶେ ସିନା ଅଛନ୍ତି ସଭିଙ୍କ ହୃଦେ ଆମରି ।” ସେତେବେଳେ ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦରେ ଥାଆନ୍ତି । ଏହା ସେହି ସମୟର ଘଟଣା । ବିଭିନ୍ନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭଳି ଆମେରିକାରେ ମଧ୍ୟ ବିଚାର କରି...
କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା । ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ, “ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି । ଏଥିପାଇଁ ଏତେ ଚିନ୍ତା କରିବା ଠିକ୍ ନୁହେଁ ।” ଏକଥା ଲୁଚି...
ଗୋଟିଏ ନଗରୀରେ ‘ଦେବଶକ୍ତି’ ନାମକ ଜଣେ ରାଜା ବାସ କରୁଥିଲେ । ରାଜାଙ୍କର ଏକମାତ୍ର ସନ୍ତାନ ଥାଏ । କିନ୍ତୁ ରାଜାଙ୍କ ମନରେ ସୁଖ ନଥାଏ । କାରଣ ରାଜକୁମାରଙ୍କ ପେଟରେ ଏକ ସାପ ଥାଏ । ରାଜ୍ୟରେ ଥିବା ବଡ ବଡ ଚିକିତ୍ସକ ମାନେ ଆସି ରାଜକୁମାରଙ୍କୁ ଚିକିତ୍ସା କଲେ ସତ, କିନ୍ତୁ ତନ୍ମଧ୍ୟରୁ କୌଣସିଟି କାର୍ଯ୍ୟ କଲାନାହିଁ । ଶେଷରେ ରାଜକୁମାର ବଂଚିବା ଆଶା ଛାଡିଦେଲେ । କାହାକୁ କିଛି ନକହି ରାତିରେ ପ୍ରାସାଦ ଛାଡି ଅନ୍ୟ ଏକ ରାଜ୍ୟକୁ...
ଧୀରାଜ ସ୍ୱଭାବତଃ ବଦ୍ଖର୍ଚ୍ଚୀ ଥିଲା । ତା’ ହାତରେ କେବେବି ପଇସାଟିଏ ମଧ୍ୟ ରହେନାହିଁ । ସେ ଦିନେ ଭାବିଲା ଏଥିପାଇଁ କିଛି ଉପାୟ କରିବା ନିହାତି ଜରୁରୀ । ତେଣୁ ସେ ତା’ର ବନ୍ଧୁ ଶ୍ରୀନାଥକୁ ଏକଥା କହିଲା । ଶ୍ରୀନାଥ ତାକୁ ଗୋଟିଏ ଛୋଟ ମୁହଁବୁଜା ଘଡି ଦେଇ କହିଲା, “ତୁ ଏଇଥିରେ ସବୁଦିନେ କିଛି କିଛି ପଇସା ପକା ।” ଧୀରାଜ ପଇସା ପକାଉଥାଏ । ଦିନେ କିଛି ଦରକାର ହେବାରୁ ମାଟି ଘଡିଟାକୁ ଭାଙ୍ଗି ଦେଇ ପଇସା...
ଏଇପର୍ଯ୍ୟନ୍ତ ଗଳ୍ପଟି କହି ସୌଦାମିନୀ ତା’ର ପିତାଙ୍କୁ କହିଲା, “ବାବା ଏ କ୍ଷେତ୍ରରେ କନକପ୍ରଭା କାହାକୁ ବିବାହ କରିବେ? କୌଣ୍ଡିନ୍ୟ ଦେଶର ଯୁବରାଜଙ୍କୁ ନା ରାଜଶେଖରଙ୍କୁ ନା ଗନ୍ଧର୍ବଙ୍କୁ? ଏହାହିଁ ଏହି ଗଳ୍ପର ସମସ୍ୟା । ମୋତେ ବିବାହ କରିବାକୁ ଆସୁଥିବା ଯୁବକମାନଙ୍କୁ ଆପଣ ଏହି ପ୍ରଶ୍ନହିଁ ପଚାରିବେ, ଯିଏ ଏ ଗଳ୍ପ ଶୁଣିବା ପରେ ନ୍ୟାୟସଙ୍ଗତ ଭାବରେ ସମାଧାନ କରିଦେବ ମୁଁ ତାକୁହିଁ ବିବାହ କରିବି ।” ...
ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି । ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି ରହେ । ସନ୍ଧ୍ୟା ହୋଇ ଆସିଲେ ସେ ପୋଖରୀ ତୁଠକୁ ଆସେ ।...
ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର...
ଗୋଟିଏ ଗାଆଁରେ ଅତି ଗରିବ ଶ୍ରେଣୀର ଲୋକମାନେ ବାସ କରୁଥାଆନ୍ତି । ସେମାନେ ନିକମା ହୋଇ ବସିବା ପାଇଁ ଭାରି ଭଲ ପାଉଥିଲେ । ସକାଳ ହେଲେ ସେମାନେ ଖାଇପିଇ ତାସ୍, ପଶା, ଲୁଡୁ, ପାଲି ଆଦି ଖେଳୁଥିଲେ । ଦିନେ ଅଧେ ମୂଲଲାଗି ସେମାନେ ଯାହା ଆଣି ଥାଆନ୍ତି, ତାହାକୁ ଲୁଣ ଭାତ ହିସାବରେ ଖାଇ ସେମାନେ ତାଙ୍କ ଜୀବନ ଧାରଣ କରନ୍ତି । ସେମାନେ ନଈରୁ ମାଛ ବି ଧରନ୍ତି । ବିଲରୁ ଧାନ ଯାହା ଆଣନ୍ତି ତାହା ଅଳ୍ପ ବହୁତ ଖାଇ ସେମାନେ ଜୀବନ ଧାରଣ...
ଅନ୍ଧାରକୁ ଆଉ ମାଡକୁ ପିଲାଟି ଡରୁଥିଲା ତା’ର ପିଲାଦିନେ ସେହି ପିଲା ଯେବେ ବଡହେଲା ତାକୁ ଦେଖି ଡରିଗଲେ ଗୋରାମାନେ ସିଏ ଥିଲେ ଚନ୍ଦ୍ରଶେଖର ଆଜାଦ୍ ଆମ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇ ଅମର ହେଲେ ସେ ଅପୂର୍ବ ସାହସ, ଦମ୍ଭ ନେଇ । ଆମ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚନ୍ଦ୍ରଶେଖର ଆଜାଦ୍ ଥିଲେ ଜଣେ ଅଭୁଲା ବ୍ୟକ୍ତିତ୍ୱ । ତାଙ୍କର ଅସୀମ ସାହସ, ଦମ୍ଭ ଆଗରେ ଇଂରେଜ ସରକାର ବି ଥରହର...
ନଟ ବୁଢାର ବଗିଚାଟା ଥାଏ ଗ୍ରାମର ପୂର୍ବ ଦିଗରେ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ସେହି ବଗିଚାରେ ତାର ରଶ୍ମି ବିଛାଇ ଦିଏ କିନ୍ତୁ ଯୂର୍ଯ୍ୟ ରଶ୍ମି ବୃକ୍ଷ ଭେଦ କରି ବଗିଚା ମଧ୍ୟରେ ପ୍ରବେଶ କରି ପାରେ ନାହିଁ । ତେଣୁ ସେହି ବଗିଚା ଭିତରେ ସବୁ ବେଳେ ଅନ୍ଧାର ଦେଖା ଯାଏ । ଗ୍ରାମର କେହି ଛୁଆଟିଏ ଅଝଟ ହେଲେ ତାଙ୍କ ମାଆମାନେ ନଟ ବୁଢା ବଗିଚା ଆଡେ ହାତ ଦେଖାଇ ନିଜ ଛୁଆକୁ ଡରାଇ ଦିଅନ୍ତି । ଛୁଆଟାକୁ ଏପରି ବାରମ୍ବାର ଡରାଇବା...
ଥରେ ଜଣେଯୁବକ ବିଦେଶ ଯାଇଥିଲେ । ସେଠାରେ ସେ ତାଙ୍କର ପୁରୁଣା ବନ୍ଧୁଙ୍କୁ ଭେଟିଲେ । ଦୁହେଁ ପିଲାଦିନେ ପାଠପଢିଲା ବେଳର ସହପାଠୀ ଥିଲେ ଓ ଭଲ ପାଠପଢୁଥିବା ଯୋଗୁଁ ପ୍ରତିଦ୍ୱନ୍ଦୀ ବି ଥିଲେ । କଲେଜ ପାଠ ପଢା ବେଳେ ମଧ୍ୟ ଦୁହେଁ ଜଣେ ଅଧ୍ୟାପକଙ୍କର ପ୍ରିୟପାତ୍ର ଥିଲେ । ପାଠପଢା ଶେଷ ହେଲା ପରେ ସେମାନଙ୍କ ଭିତରୁ ଜଣେ ବିଦେଶ ଯାଇ ଚାକିରି କରି ସେହିଠାରେ ହିଁ ରହିଯାଇଥିଲେ । ହେଲେ ଅନ୍ୟ ଜଣକ ନିଜ ଦେଶରେ ରହି ନିଜ...
ଶ୍ରୀପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ବିଦ୍ୱାନ ପଣ୍ଡିତ ଓ ବକ୍ତା ରହୁଥାନ୍ତି । ପ୍ରତିବର୍ଷ ନବରାତ୍ର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ଏକ ବଡ ଧାର୍ମିକ ସଭା ହୁଏ । ସେଥିରେ କୃଷ୍ଣଶାସ୍ତ୍ରୀ ପୋରହିତ୍ୟ କରନ୍ତି; ଭଗବାନଙ୍କୁ ଧ୍ୟାନ କରିବା ବିଷୟରେ ଓ ନାନା ଧାର୍ମିକ ଉପଦେଶ ଦେଇ ସେ ବକ୍ତୃତାମାନ ଦିଅନ୍ତି । ଲୋକେ ତାଙ୍କ ଭାଷଣକୁ ଖୁବ୍ ପସନ୍ଦ କରନ୍ତି । ତାଙ୍କ ପୁତ୍ର ହରିଦାସ ମଧ୍ୟ ପିତାଙ୍କ ପରି ବିଦ୍ୟା...
ଆଫ୍ରିକା ମୁଲକର ଗୋଟିଏ ଗାଁରେ ଡୁମ୍ବା ନାମରେ ଗୋଟିଏ ଗରୀବ ଲୋକ ଥାଏ । ସେ ସବୁଦିନେ ଗୋଟିଏ କାଠ ଭେଳାରେ ନଦୀ ଭିତରକୁ ଯାଏ ଓ କେତୋଟି ପାଛିଆ ପାଣିରେ ବୁଡାଇ ଦିଏ । ସେ ପାଛିଆ ଗୁଡିକ ମୁହଁରେ ଏମିତି ଭାବରେ ଜାଲ ଲାଗିଥାଏ ଯେ ମାଛ ତହିଁ ଭିତରେ ପଶିଯିବେ, କିନ୍ତୁ ବାହାରି ପାରିବେ ନାହିଁ । ପାଛିଆ ଦେହରେ ଦଉଡି ଲାଗିଥାଏ । ପାଛିଆ ପାଣିରେ ବୁଡିବା ପରେ ସେ ଦଉଡିର ଅନ୍ୟ ପ୍ରାନ୍ତଟିମାନ ଡୁମ୍ବା କୂଳରେ ଗୋଟିଏ ଖୁଂଟ ଦେହରେ...
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...
ରଥିପୁରର ଭୂପତିଙ୍କର ଜଣେ ଚାକର ଦରକାର ଥିଲା । ସେ ଏକଥା ତାଙ୍କ ବନ୍ଧୁ କିଶୋରଙ୍କୁ କହିଥିଲେ । କିଶୋର କହିଲେ, “ମୋ ପାଖରେ ଦୁଇ ଜଣ ଚାକର ଅଛନ୍ତି । ସେ ଦୁହେଁ ଭାରି ବିଶ୍ୱାସୀ । ସେ ଦୁହିଁଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ । ସେମାନଙ୍କ ମଧ୍ୟରୁ ଜଣେ ଭାରି ଚତୁର । କାମରେ ବେଶି ମନ ଦିଏ ନାହିଁ କିନ୍ତୁ ବେଶି ବେତନ ମାଗେ । ଅନ୍ୟଟି ଟିକିଏ ବୋକା, ହେଲେ ସେ ଖୁବ୍ ମନପ୍ରାଣ ଦେଇ କାମ କରେ । ବେତନ ମଧ୍ୟ ବେଶି ଦାବୀ କରେ ନାହିଁ ।...