ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରିପୂର୍ଣ୍ଣ ମାନବିକତା

ବିକ୍ରମପୁରର ରାଜାଙ୍କ ଆକସ୍ମିକ ମୃତ୍ୟୁ ହେବା ଯୋଗୁଁ ଅଳ୍ପ ବୟସରେ ରାଜକୁମାରଙ୍କ ରାଜ୍ୟାଭିଷେକ ହେଲା । ସଂସାର ଅନଭିଜ୍ଞ ନୂଆ ରାଜାଙ୍କୁ ରାଜଗୁରୁ କହିଲେ, “ଯିଏ ଶାସକ ହୁଏ, ତା’ର ପ୍ରଥମ ଜାଣିବା ଉଚିତ୍ ଯେ ପ୍ରତ୍ୟେକ ମାନବ ମଧ୍ୟରେ ମାନବିକତା କେତେଦୂର ରହିଛି । ଯେତେବେଳେ ଆବଶ୍ୟକ ହେବ ମୁଁ ତୁମକୁ ଏସବୁ ବିଷୟରେ ଶିକ୍ଷା ଦେବି ।”                 ନୂଆରାଜା ରାଜଗୁରୁଙ୍କୁ ପଚାରିଲେ “ଏସବୁ ଜ୍ଞାନ ହେବାକୁ କେତେ ସମୟ...

Read More

ପକ୍ଷୀ ଗଣତି

ରାଜା କୃଷ୍ଣଦେବରାୟ କେବେ କେବେ ତେନାଲୀରାମାଙ୍କୁ ପରୀକ୍ଷା କରିବାପାଇଁ ଅଜବ ପ୍ରଶ୍ନ ପଚାରି ଦିଅନ୍ତି । ଦିନେ ରାଜା ଦରବାରରେ ବସିଥିବା ସମୟରେ ପଚାରିଲେ, “ତେନାଲୀରାମା! ତୁମେ କହିପାରିବ ଆମ ରାଜ୍ୟରେ ମୋଟ୍ ପକ୍ଷୀ ସଂଖ୍ୟା କେତେ?                 ରାଜାଙ୍କ କଥା ଶୁଣି ତେନାଲୀରାମା କହିଲେ, “ଅବଶ୍ୟ କହିପାରିବି ମହାରାଜ । କିନ୍ତୁ ମୋ ଠାରୁ ବହୁତ ବଡ ବଡ ପଣ୍ଡିତ ମଧ୍ୟ ଏହି ଦରବାରରେ ଉପସ୍ଥିତ ଅଛନ୍ତି । ସେମାନେ ଥାଉ ଥାଉ...

Read More

ତିନୋଟି ରେଖା

ପ୍ରାଚୀନ କାଳର କଥା । ଚୀନ୍ ଦେଶରେ ଚ୍ୟାଙ୍ଗ ନାମରେ ଜଣେ ମହାବୀର ଥିଲେ । ଦୁଷ୍ଟ ଓ ଅତ୍ୟାଚାରୀମାନଙ୍କୁ ଦମନ କରିବାରେ ଓ ସାଧୁ ଲୋକଙ୍କୁ ସହାୟତା କରିବାରେ ସେ ନିଜର ବଳ ଉପଯୋଗ କରୁଥା’ନ୍ତି । ଥରେ ସେ ବୀର ଯୋଦ୍ଧା ଚ୍ୟାଙ୍ଗ ରାଜଧାନୀ ଅଭିମୁଖେ କୌଣସି ଏକ କାରଣରୁ ଯାଉଥା’ନ୍ତି । ମାତ୍ର ସଂଧ୍ୟ୍ୟା ହେବା ବେଳକୁ ସେ ବାଟ ଭୁଲି ଅନ୍ୟ ରାସ୍ତାରେ ଯାଉଥା’ନ୍ତି । ଦୂରରେ ଗୋଟିଏ ଗୃହ ଓ ତନ୍ମଧ୍ୟରୁ ଆସୁଥିବା ଆଲୋକ ରେଖା ଦେଖାଗଲା...

Read More

ବୀର ହନୁମାନ

ଚୈତ୍ର ପଞ୍ଚମୀରେ ଶ୍ରୀରାମ ବନବାସ କରିବାକୁ ଯାଇଥିଲେ ଏବେ ଲଙ୍କାରୁ ଫେରିବା ରାସ୍ତାରେ ଚୈତ୍ର ଚତୁର୍ଥୀ ଆସି ହେଲାଣି, ଆଉ ଦିନଟିଏ ମାତ୍ର ଶ୍ରୀରାମ ପୁଷ୍ପକ ବିମାନକୁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରଖାଇ ମୁନିଙ୍କୁ ଯାଇ ଦେଖା କଲେ । ସେ ପଚାରିଲେ, “ମୁନିବର, ଅଯୋଧ୍ୟା ନଗରୀ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଅଛି ତ? ଭରତର ରାଜ୍ୟ ଠିକ୍ ଭାବରେ ଚଳୁଛି ତ? ଆଉ ଆମ ମା’ମାନେ କୁଶଳରେ ଅଛନ୍ତି ତ?”                 ଭରଦ୍ୱାଜ କହିଲେ...

Read More

ବିକ୍ରମାଦିତ୍ୟଙ୍କ ବିବାହ

 ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା ଶିବପୂଜା କରି ଗଲା । ଗଇଶ ଦୁଦୁରା ବିଲ୍ୱଦଳ ଦେଇ ଶିବଙ୍କୁ...

Read More

ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ

       ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...

Read More

ସତ୍କର୍ମର ପୁଣ୍ୟଫଳ

ଗୋଟିଏ ଚୋର ଥିଲା । ସେ ଧରାପଡିଯିବା ଭୟରେ ବଡ ଚୋରି ନକରି ଛୋଟ ଛୋଟ ଚୋରି କରୁଥାଏ । ଏହାଦ୍ୱାରା ସେ ତା’ର ପରିବାର ପୋଷଣ କରିବାରେ କଷ୍ଟ ଅନୁଭବ କରୁଥାଏ । ଦିନେ ସେ ଭାବିଲା ଧରାପଡିଯିବି ପଛେ ବଡ ବଡ ଚୋରି କରିବି । ଫଳରେ ପରିବାର ପ୍ରତିପୋଷଣରେ ଆଉ କିଛି ଅସୁବିଧା ହେବ ନାହିଁ ।        ଏବେ ଚୋରଟି କ’ଣ ଭାବିଲା କେଜାଣି ବଡ ଚୋରି ଆରମ୍ଭ କରିବା ପୂର୍ବରୁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିରକୁ ଗଲା । କେବେ...

Read More

ଭାଗ୍ୟର ବିଡମ୍ବନା

ବୀରପୁର ଗାଁରେ ଭୈରବ ନାମକ ଟୋକା ଥିଲା । ସେ ଗରୀବ ଥିଲା; କିନ୍ତୁ ତା’ଠାରୁ ଦୁଃଖର କଥା ହେଲା, ବିଚରା ପିଲାବେଳେ ଥରେ ଗୋଟାଏ ରୋଗରେ ପଡି କଥା କହିବା ଶକ୍ତି ହରାଇଥିଲା ।                 ଜୀବିକା ନିର୍ବାହ ଦିଗରେ ତା’ର ଅବଶ୍ୟ ବିଶେଷ ସେମିତି କିଛି ଅସୁବିଧା ନଥିଲା । ତା’ର ପଲେ ମେଣ୍ଢା ଥିଲେ । ଗାଁଠାରୁ ଏକ କୋଶ ଦୂରରେ ଗୋଟିଏ ବଣ ଥିଲା । ବଣ ଓ ଗାଁ ମଝିରେ ବିସ୍ତୃତ ଘାସ ପଡିଆ । ଭୈରବ ସବୁଦିନ ତା’ ମେଣ୍ଢା ପଲକୁ...

Read More

ପରୀକ୍ଷା

ଅନେକ ଦିନ ତଳର କଥା । ସେତେବେଳେ ଯୁଗଳପୁର ଗୋଟାଏ ସମୃଦ୍ଧ ତାଲୁକ ଥିଲା । ତାହା ଶ୍ରୀପୁର ଜମିଦାରଙ୍କ ଜମିଦାରିର ଏକ ଅନ୍ତର୍ଭୁକ୍ତ ଥିଲା ।                 ଯୁଗଳପୁରରେ ଜମିଦାରଙ୍କର ଯିଏ ପ୍ରତିନିଧି ଥିଲେ, ତାଙ୍କୁ ନାଏବ କୁହାଯାଉଥିଲା । ନାଏବ ଲୋକଙ୍କଠୁଁ ଖଜଣା ଆଦାୟ କରିବାଠୁଁ ଆରମ୍ଭ କରି ସେମାନଙ୍କ ହାରିଗୁହାରି ସବୁ ଶୁଣିବା ଯାଏଁ ଓ ଝଗଡାଝାଟି ଫଏସଲା କରିବା ଯାଏଁ ସବୁ କାମ ସେ କରୁଥିଲେ ।                 ଯିଏ...

Read More

ମଧୁମାଳତୀ କଥା

ପରଦିନ ଭୋଜରାଜ ସିଂହାସନ ପାଖରେ ପହଁଚିବାକ୍ଷଣି ପୁତ୍ତଳିକା ମଧୁମାଳତୀ ଉଠିପଡି କହିଲା, “ମହାରାଜ! ସିଂହାସନରେ ବସିବା ପାଇଁ ଏତେ ବ୍ୟଗ୍ର ହୁଅନ୍ତୁ ନାହିଁ । ଇଏ ଏମିତି ସେମିତି ସାଧାରଣ ସିଂହାସନ ନୁହେଁ । ଖୋଦ୍ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଏହା ଉପରେ ବସି ପ୍ରଜାପାଳନ କରୁଥିଲେ । ଏଥିରେ ବସିବା ପାଇଁ ତାଙ୍କଭଳି ମହାଦାନୀ, ପ୍ରଜାନୁରଞ୍ଜନ ଓ ପରାକ୍ରମୀ ହେବା ଦରକାର । ପ୍ରଥମେ ମୋଠାରୁ ତାଙ୍କ ସମ୍ପର୍କରେ ଏକ କାହାଣୀ...

Read More

ଈର୍ଷାପରାୟଣ ସଭ୍ୟ

 ବିରବଲ ତାଙ୍କର ଚତୁରତା ପାଇଁ ଦିନକୁ ଦିନ ଲୋକପ୍ରିୟ ହୋଇପଡୁଥାଆନ୍ତି । ରାଜା ଆକବର ମଧ୍ୟ କୌଣସି ମୁହୁର୍ତ୍ତ ରେ ବିରବଲଙ୍କୁ ପାଖଛଡା କରୁନଥାନ୍ତି । ରାଜା ଯେ କୌଣସି କାର୍ଯ୍ୟ କରିବସିଲେ ପ୍ରଥମେ ବିରବଲଙ୍କୁ ପଚାରୁଥିଲେ । ତାଙ୍କୁ ନଜଣାଇ କୌଣସି କାର୍ଯ୍ୟ କରାଯାଉନଥିଲା । ଏହା ଦେଖି ଆକବରଙ୍କ ଦରବାରରେ ଥିବା ଅନ୍ୟ ମନ୍ତ୍ରୀମାନେ ଈର୍ଷାପରାୟଣ ହୋଇଉଠୁଥିଲେ । ଦିନେ ସେମାନେ ସମସ୍ତେ ଏକତ୍ରିତ ହୋଇ ମହାରାଜଙ୍କୁ କହିଲେ...

Read More

ପ୍ରକୃତ ଜ୍ଞାନ

ଦିନକର କଥା । ଜଣେ ଭଦ୍ରବ୍ୟକ୍ତି ନିଜର ଦଶ ବର୍ଷର ପୁଅକୁ ଧରି ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁଅ ନଦୀରେ ଗାଧେଇଲା ଓ ପରେ ସେଇ ନଦୀ ବାଲିରେ ସେ ଖେଳିବାକୁ ଲାଗିଲା । ନଦୀ ବାଲିରେ ସେ ପୁଅଟି ଏକ ସୁନ୍ଦର ଘର ତିଆରି କରୁଥିଲା । ଠିକ୍ ଏତିକି ବେଳେ ସେ ପିଲାଟିର ବାପା ନଦୀରୁ ଗାଧୋଇ ସାରି ଆସି ତାଙ୍କ ପିଲାଟିକୁ ଘରକୁ ଯିବାକୁ ଡାକିଲେ । ଘର ତିଆରିରେ ବ୍ୟସ୍ତ ଥିବା ସେ ପିଲାଟି, ତା ବାପାଙ୍କର କୌଣସି କଥାକୁ ଆଦୌ ଗୁରୁତ୍ୱ...

Read More

ଭୂତ କୋଠି

କୈଳାସର ଏକମାତ୍ର ଝିଅ । ସେହି ଝିଅଟିର ନାଆଁ ସୁରମା । ସୁରମାକୁ ଦଶ ବାର ବର୍ଷ ବୟସ ବେଳେ ତା’ ମାଆ ତ ମରି ଯାଇଥା’ନ୍ତି । କୈଳାସର ‘ସ୍ତ୍ରୀ’ ମରିଯିବା ପରେ ସେ ଗାଆଁର ଭିଟାମାଟି ତଥା ଜମିବାଡି ଯାହାଥିଲା ସେସବୁ ବିକ୍ରୟ କରି କୈଳାସ ସହରକୁ ଚାଲିଆସିଲା । ସହରରେ ଘରଭଡା ନେଇ ବାପ ଝିଅ ତ ବେଶ୍ ସୁଖରେ ଥାଆନ୍ତି । କୈଳାସ ସହରରେ ବେପାର ବଣିଜ କରେ । ଝିଅ ସୁରମା ଘରେ ଥାଏ । କୈଳାସ ଗାଆଁରୁ ସହରକୁ ଆସିବା ପ୍ରାୟ ସାତ ଆଠ ବର୍ଷ...

Read More

ଆମ୍ବ ଭୂତ

ଚାରି ଆଡେ ଶୁନ୍ ଶାନ୍ । ସହର ଠାରୁ କିଛି ଦୂରରେ ଠିଆ ହୋଇଛି ସେହି ପୁରାତନ ଘର । ପ୍ରାୟ ଦୁଇ ଏକର ଜାଗା ମଝିରେ କାହିଁ କେଉଁ ବ୍ରିଟିସ୍ ଅମଳରୁ ମୁଣ୍ଡ ଟେକି ଠିଆ ହୋଇଛି ସେହି ପ୍ରାସାଦଟି । କେଉଁ ରାଜା ରାଜୁଡା ସେ ଘର ତିଆରି କରିଥିଲେ କେଜାଣି । ବର୍ତ୍ତମାନ ତା ମଧ୍ୟରେ କମିସନର ସାହେବ୍ ନିଜେ ରହୁଛନ୍ତି । ଘର ଗୁଡିକ କେବଳ ରଙ୍ଗ ବୋଳା ହୋଇ ଆଧୁନିକ ଦେଖା ଯାଉ ଥିଲେ କ’ଣ ହେବ । ପୁରାତନ ସ୍ମୃତି ତା ମଧ୍ୟରେ ଉଦ୍ଜୀବିତ ଥିଲା...

Read More

ପରିବର୍ତ୍ତନ

ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା?                 ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା ମନ ତାହା କହି ସେ ଗାଳି ଦେବେ । ତାଙ୍କ ପାଖରେ ଯେଉଁ...

Read More

କିଏ ହେବ ବନ୍ଧୁ?

 ଗୋଟିଏ ଜଙ୍ଗଲରେ ଭାରି ଶକ୍ତିଶାଳୀ ସିଂହଟିଏ ରହୁଥିଲା । ଦିନେ ଗୋଟିଏ ବିଲୁଆ ତା’ ପାଖରେ ଜୁଟି ତା’ ଆଗରେ ଚୁଗୁଲୀଆମି କଲା । ଚୁଗୁଲୀଆମିରେ ଖୁସି ସିଂହ ତାକୁ ବନ୍ଧୁ ଭାବେ ଗ୍ରହଣ କଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ ହେଲାଯେ ସେମାନଙ୍କ ଭିତରେ ପାଣି ଗଳିଲା ନାହିଁ । ଦିନେ ଗୋଟିଏ ମସ୍ତବଡ ହାତୀ ଜଙ୍ଗଲକୁ ଆସିଲା । ସେଇ ଜଙ୍ଗଲରେ ହାତୀ ନଥିଲେ । ହାତୀର ଆକାର ଦେଖି ସିଂହ ବି ଡରିଗଲା । ହାତୀ ସହିତ ଶତ୍ରୁତା କଲେ...

Read More

ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ

     ରାଜାଙ୍କ ଘରେ ନୀଳ ରଙ୍ଗର ପିଆଲାଟିଏ ଥିଲା । ଏହା ଅତି ସୁନ୍ଦର ଦେଖାଯାଉଥିଲା । ସୁତରାଂ ରାଜା ତାକୁ କେବଳ ଅତିଥିମାନଙ୍କୁ ଦେଖାଇବା ପାଇଁ ରଖିଥିଲେ । ଏହା ରାଜାଙ୍କର ସତେଯେମିତି ଅମୂଲ୍ୟ ସମ୍ପତି ଭାବରେ ଗଣା ଯାଉଥିଲା । ଏହାକୁ ଜଗିବା ପାଇଁ ସିପାହୀ ନିଯୁକ୍ତ ହୋଇଥିଲାବେଳେ ରାଜକର୍ମଚାରୀମାନେ ଯତ୍ନ ନେବାରେ ବି ହେଳା କରୁନଥାନ୍ତି ।        ଥରେ ରାଜା ଅନ୍ୟ ଦେଶ ଜୟକରି ବାହାରିଲେ । କିଛି ଦିନ ପରେ ବିଜୟୀ ହୋଇ ବି...

Read More

ଧନ୍ୟ ସେ କୃଷକ ପିଲାର ସାହସ

“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ? ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।” ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ ବାପାଙ୍କ ସହିତ ଜମିବାଡି କାର୍ଯ୍ୟ କରିବାକୁ ଯାଉଥିଲେ । ଫଳରେ...

Read More

ସୁନ୍ଦରବତୀ କଥା

ପରଦିନ ନିଜର ଭବିଷ୍ୟତକୁ ନିଜର ଭାଗ୍ୟହାତରେ ଛାଡିଦେଇ ଭୋଜରାଜ ଚମତ୍କାରୀ ସିଂହାସନ ପାଖରେ ଉପସ୍ଥିତ ହେବାକ୍ଷଣି ପଂଚଦଶ ପୁତ୍ତଳିକା ସୁନ୍ଦରବତୀ ଛିଡା ହୋଇ କହିଲା, “ଆଜ୍ଞା! ଏ ସିଂହାସନରେ ବସିବା ଆଗରୁ ପ୍ରଥମେ ମୋ କଥା ଶୁଣନ୍ତୁ । ମହାରାଜ ବିକ୍ରମାଦିତ୍ୟଙ୍କ ପରି ଆପଣ ଅଦ୍ଭୂତଦାନ ଏବଂ କଲ୍ୟାଣକର କାର୍ଯ୍ୟ କରୁଛନ୍ତି କି ନାହିଁ ମନେ ପକାନ୍ତୁ ।” ସୁନ୍ଦରବତୀ କାହାଣୀ ଶୁଣାଇଲା:        ମହାରାଜ ବିକ୍ରମାଦିତ୍ୟ ନିଜ...

Read More

ପ୍ରାର୍ଥୀ ମନୋନୟନ

ଦୁର୍ଗାପୁରର ଜମିଦାର ଲକ୍ଷ୍ମୀକାନ୍ତଙ୍କ ମାଳୀ ଭୋଳା ବୁଢା ହୋଇଯିବାରୁ ତା’କାମରୁ ସେ ଏଥର ଅବସର ନେବାକୁ ଚାହିଁଲା । ତେଣୁ ଜମିଦାର ତା’ର ଦରମା ବ୍ୟତୀତ ତାକୁ ଆଉ ଅଧିକ କିଛି ଧନ ଦେଇ କାମରୁ ଛୁଟି ଦେଲେ । ମାତ୍ର ଯିବା ପୂର୍ବରୁ ଜମିଦାର ସେ ଭୋଳାକୁ କହିଲେ, “ଦେଖ, ଭୋଳା, ତୁ ଯିବା ପୂର୍ବରୁ ତୋ ସ୍ଥାନରେ ତୋ ପରି ଜଣେ ଭଲ ମଣିଷକୁ ରଖାଇଦେଇ ଯିବୁ ।”                 ଏଣେ ଭୋଳାର ସ୍ଥାନ ଖାଲି ହେଉଛି ବୋଲି ଶୁଣି ତିନିଜଣ...

Read More

ବିରବଲଙ୍କ ଚତୁରତା

 ଆକବର ପ୍ରତିଦିନ ବିରବଲଙ୍କୁ ନାନାଦି ପ୍ରଶ୍ନ ପଚାରନ୍ତି । ବିରବଲ ମଧ୍ୟ ହାର ମାନିବା ଲୋକ ନୁହେଁ । ସେ ସମସ୍ତ ସମସ୍ୟାର ସମାଧାନ କରିଦିଅନ୍ତି । ତେଣୁ ବିରବଲଙ୍କୁ କେମିତି ବୋକା ବନାଇବେ ସେଥିପାଇଁ ଆକବର ମନେ ମନେ ଏକ ଯୋଜନା କଲେ । ଆକବର ତାଙ୍କର ମନ୍ତ୍ରୀମାନଙ୍କ ଆଗରେ ଏହି କଥା ପ୍ରକାଶ କଲେ । ସମସ୍ତେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ ।          ଦିନେ ବିରବଲ ଆସିବା ପୂର୍ବରୁ ରାଜା ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ...

Read More

ରାକ୍ଷସ ଓ ସାହସୀ ପିଲା

ଗୋଟିଏ ଗାଁରେ ଦୁଇଜଣ ଭାଇ ଭଉଣୀ ରହୁଥିଲେ । ଭାଇର ନାମ ଅୟୁତା ଓ ଭଉଣୀଟିର ନାମ ଆଦାମା । ଭାଇ ସାନ, ଆଉ ଭଉଣୀ ବଡ । ସେ ପିଲା ଦୁଇଟିଙ୍କର ବାପ, ମା ହଠାତ୍ ରୋଗରେ ପଡି ମରିଗଲେ । ଏତେବଡ ଦୁନିଆଁରେ ସେମାନଙ୍କର ଆଉ କେହି ବି ସାହା ଭରସା ରହିଲେ ନାହିଁ । ଏ ଅନାଥ ପିଲା ଦୁଇଟିଙ୍କୁ ଗରିବ ଗ୍ରାମବାସୀ ବା କି ସାହାଯ୍ୟ କରି ପାରିବେ?                 ତେଣୁ ଦିନେ ସେ ପିଲା ଦୁଇଟି ଗାଁ ଛାଡି ସହରଆଡେ ଚାଲିଲେ । ଭାଗ୍ୟରେ ଥିଲେ...

Read More

ବିପଦର ବନ୍ଧୁ ପ୍ରକୃତ ବନ୍ଧୁ

ଦୁଇ ସାଙ୍ଗ ମଦନ ଓ ପଦନ । ଦୁଇ ଜଣ ସହରକୁ ଯାଉ ଥିଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେମାନେ କଥା ବାର୍ତ୍ତା ହୋଇ ହୋଇ ଯାଉ ଯାଉ ବାଟରେ ଗୋଟିଏ ବିରାଟ କାୟ ଭାଲୁକୁ ସେମାନେ ଦେଖିଲେ । ଯଦି ଭାଲୁ ସେମାନଙ୍କୁ ଆକ୍ରମଣ କରେ ତେବେ ସେମାନେ କ’ଣ କରିବେ? ନିଜ ନିଜର ପ୍ରାଣକୁ କିଭଳି ରକ୍ଷା କରିବେ? ବର୍ତ୍ତମାନ ଭାଲୁ ଆସି ଆମ ଦୁଇ ଜଣଙ୍କୁ ଆକ୍ରମଣ କରିବ ଆଉ ଆମ ଦୁଇ ଜଣଙ୍କୁ ମାରି ପକାଇବ ।                 ମଦନ ବହୁତ ଚାଲାକ୍...

Read More

ସହରର ଅଶାନ୍ତି

ଦୁଇଟି ମୂଷା ବହୁତ ଭଲ ସାଙ୍ଗ ଥିଲେ । ତାଙ୍କ ଭିତରୁ ଜଣେ ଗାଁରେ ରହୁଥିଲା ଓ ଆଉ ଜଣେ ସହରରେ ରହୁଥିଲା । ଗାଁରେ ଥିବା ମୂଷାଟି ବିଲରେ ଶାନ୍ତିରେ ରହୁଥାଏ । ତାକୁ ସେଠି ଯାହା ବି ଫସଲ ମିଳେ, ସେ ତାକୁ ଖାଇ ଆନନ୍ଦରେ ରହୁଥାଏ । ଥରେ ସେ ଗାଁରେ ରହୁଥିବା ମୂଷା ନିକଟକୁ ତା’ର ସହରୀ ସାଙ୍ଗ ବୁଲିଆସିଲା । ସାଙ୍ଗକୁ ଦେଖି ଏ ଗାଁରେ ରହୁଥିବା ମୂଷା ଭାରି ଖୁସି ହୋଇଗଲା । ସେ ଯାହାସବୁ ଫସଲ ସାଇତି କରି ରଖିଥିଲା, ତାକୁ ସବୁ...

Read More

ଭିନ୍ନ ମତ

       ଥରେ ଜଣେ ଭଦ୍ରବ୍ୟକ୍ତି ଏକ ଦେଉଳ ନିର୍ମାଣ କାର୍ଯ୍ୟ ଦେଖିବାକୁ ଗଲେ । ସେଠାରେ ଅନେକ ଶିଳ୍ପୀ କାମ କରୁଥାନ୍ତି ।        ସେଇ ଭଦ୍ରବ୍ୟକ୍ତି ଜଣକ ଜଣେ ଶିଳ୍ପୀକୁ ପଚାରିଲେ, “ଭାଇ, ଏଠାରେ କ’ଣ କରୁଛ?” ମୁଁ ପରା ପଥର ଖୋଦେଇ କାର୍ଯ୍ୟରେ ନିଯୁକ୍ତି ପାଇ ସେହି କାମ କରୁଛି? ଆଉ କ’ ଣ କରନ୍ତି?”        ସେହି ଭଦ୍ରବ୍ୟକ୍ତି ଜଣକ ପୁଣି ଆଗକୁ ଚାଲିଲେ । ସେ ଆଉ ଜଣେ ପଥର ଖୋଦେଇ ଶିଳ୍ପୀକୁ ପଚାରିବାରୁ ସେ କହିଲା, “କ’ଣ...

Read More

ଅଣ୍ଡଭୂତ ଜାତକ

ବାରାଣସୀରେ ବ୍ରହ୍ମଦତ ନାମରେ ଜଣେ ରାଜା ଥିଲେ । ତାଙ୍କର ପାଟରାଣୀଙ୍କ ଗର୍ଭରେ ବୋଧିସତ୍ୱ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ବୋଧିସତ୍ୱ ବୟଃପ୍ରାପ୍ତ ହେବାରୁ ଗୁରୁଙ୍କ ନିକଟରୁ ବିବିଧ ଶାସ୍ତ୍ର ଶିକ୍ଷାକରି ପାରଙ୍ଗମ ହେଲେ ଓ ପିତାଙ୍କ ମୃତ୍ୟୁ ପରେ ରାଜସିଂହାସନ ଆରୋହଣ କଲେ । ତାଙ୍କର ନ୍ୟାୟପୂର୍ଣ୍ଣ ଶାସନରେ ରାଜ୍ୟରେ ସର୍ବତ୍ର ସୁଖଶାନ୍ତି ବିଦ୍ୟମାନ ଥିଲା ।          ପଶାଖେଳ ବୋଧିସତ୍ୱଙ୍କର ଅତି ପ୍ରିୟ ଥିଲା ଓ ପ୍ରାୟ...

Read More

ପୁରୁଣା ଅଭ୍ୟାସ

ଗୋଟିଏ ବିଲେଇର ଗୋଟିଏ ସୁନ୍ଦର ଯୁବକକୁ ବାହାହେବାକୁ ଭାରି ଇଚ୍ଛାହେଲା, ତେଣୁ ସେ ଠାକୁରଙ୍କୁ ପ୍ରାର୍ଥନା କଲା, “ମୋତେ ଗୋଟିଏ ଝିଅ କରିଦିଅ, ଯେମିତିକି ମୁଁ ସେ ଲୋକକୁ ବାହା ହୋଇ ପାରିବି” । ଠାକୁର ସେ ବିଲେଇର ପ୍ରାର୍ଥନା ଶୁଣି ସେ ବିଲେଇକୁ ତୁରନ୍ତ ଗୋଟିଏ ଝିଅ କରିଦେଲେ ଏବଂ ତାପରେ ସେ ଝିଅ ଯୁବକକୁ ବାହାହୋଇ ଅତ୍ୟନ୍ତ ଆରାମ୍ରେ ରହିଲା ।                 ଦିନେ ଠାକୁର ଦେଖିବାକୁ ଚାହିଁଲେ ଯେ, ସେ ଝିଅର ପୂର୍ବ ବିଲେଇ...

Read More

ସୁଯୋଗ ହରାଅ ନାହିଁ

ଗୋଟିଏ ଛୋଟ ଛେଳି ଛୁଆ ଏକୁଟିଆ ବୁଲୁଥିଲା । ସେତେବେଳେ କେଉଁଠାରୁ ଗୋଟିଏ ହେଟାବାଘ ସେଠାରେ ଆସି ପହଁଚିଗଲା । ହେଟାବାଘ ସେ ଛେଳିକୁ ଯେତେବେଳେ ଖାଇବାକୁ ବାହାରିଲା ଛେଳିଛୁଆ କହିଲା, “ତୁ ମୋତେ ନିଶ୍ଚୟ ଖାଇବୁ, କିନ୍ତୁ ତୁ ଏତେ ଭଲ ବଇଁଶୀ ବଜାଉ ଯେ ତୋଠାରୁ ବଇଁଶୀ ଶୁଣିବାକୁ ମୋର ବହୁତ ଇଚ୍ଛା ହେଉଛି, ତୁ ଆଗ ଟିକେ ବଇଁଶୀ ବଜା, ତାପରେ ପଛେ ମୋତେ ତୁ ଖାଇବୁ” ।                 ଏଥିରେ ସେ ହେଟାବାଘ ଅତ୍ୟନ୍ତ ଖୁସି ହୋଇଗଲା...

Read More

ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଡର ନାମ ଡମପଡା । ସେ ରାଜ୍ୟ ଖଣ୍ଡିକ ଖୁବ୍ ବିଖ୍ୟାତ । ସେଠାକାର ରାଜାଙ୍କ ନାମ ମହାମର୍ଦ୍ଦରାଜ ସିଂହ । ତାଙ୍କର ଥିଲେ ଯୋଡିଏ ରାଣୀ । ଗୋଟିଏ ଥିଲେ ବାଙ୍କୀଗଡ ଝିଅ, ଆଉ ଗୋଟିଏ ଥିଲେ ସରଣ୍ଡା ଗଡ ଝିଅ । ବାଙ୍କି ଝିଅଙ୍କ ନାମ କୁସୁମବତୀ, ଆଉ ସେ ସରଣ୍ଡା ଗଡର ଝିଅର ନାମ ସରୋଜବତୀ । ଦିହେଁଯାକ ଦେଖିବାକୁ ଖୁବ୍ ସୁନ୍ଦରୀ । ରାଜା ବି ଉଭୟ ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ହେଲେ ସେମାନଙ୍କ ମଧ୍ୟରେ ଥାଏ ଅହି ନକୁଳ...

Read More

ଏକ କୁମ୍ଭାରର କାହାଣୀ

ଗୋଟିଏ ସହରରେ ଯୁଧିଷ୍ଠିର ନାମକ ଏକ କୁମ୍ଭାର ବାସ କରୁଥିଲା । ସେ ସବୁ ସମୟରେ ମଦ୍ୟପାନ କରୁଥାଏ । ଦିନେ ସେ ମଦ୍ୟପାନ କରି ମାତାଲ୍ ହୋଇ ଗଢିଥିବା ହାଣ୍ଡିତକ ସବୁ ଭାଙ୍ଗିଦେଲା । ମଦ ନିଶାରେ ହାଣ୍ଡି ଉପରେ ପଡିବାରୁ ଖପରା ମୁଣ୍ଡରେ ଗଳି ମୁଣ୍ଡକୁ ଚିରିଦେଲା । କ୍ଷତ ସ୍ଥାନରୁ ରକ୍ତ ବାହାରି ଦେହସାରା ହୋଇଗଲା । ଖୁବ୍ କଷ୍ଟରେ ସେ ସେହି ହାଣ୍ଡି ଗଦା ମଧ୍ୟରୁ ଉଠିଲା । ଉପଯୁକ୍ତ ଯତ୍ନର ଅଭାବରୁ କ୍ଷତ ସ୍ଥାନ ଗୁଡିକ ଶୀଘ୍ର ଭଲ...

Read More

ଦାନ

ବିଳାସପୁରରେ ଗୁରୁଦତ ନାମକ ଜଣେ ଧନୀବ୍ୟକ୍ତି ଥା’ନ୍ତି । ଥରେ ସେ ରୋଗରେ ପଡି ଶଯ୍ୟାଶାୟୀ ହେଲେ । ଅନେକ ବୈଦ୍ୟ ଚେଷ୍ଟା କଲେ ମଧ୍ୟ କୌଣସି ଫଳ ହେଲା ନାହିଁ ।                 ଦିନେ ସେ ବୈଦ୍ୟ ଜଗଦୀଶଙ୍କୁ ପାଖକୁ ଡାକି କହିଲେ, “ବୈଦ୍ୟରାଜ, ମୁଁ ତ ଆଜିପର୍ଯ୍ୟନ୍ତ କୌଣସି ପୁଣ୍ୟକାର୍ଯ୍ୟ କରିନାହିଁ । ଏବେ ମୁଁ ଉପଲବ୍ଧି କରୁଛି ଯେ, ମୃତ୍ୟୁ ପରେ ମୋର ନରକ ଭୋଗହିଁ ଯାହା ସାର ହେବ ।”                 ବୈଦ୍ୟ ଜଗଦୀଶ ସବୁ...

Read More

ଶ୍ରୀ ଲୋକନାଥ

ତ୍ରେତୟା ଯୁଗର କଥା । ଏବେ ଶ୍ରୀକ୍ଷେତ୍ରରେ ଯେଉଁଠି ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର ଅବସ୍ଥିତ, ସେତେବେଳେ ସେ ସ୍ଥାନ ଏତେ ମନୋରମ ନଥାଇ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଥରେ ଲଙ୍କାର ରାଜା ରାବଣ ପାରିଧି କରିବାକୁ ଆସି ଘନ ଜଙ୍ଗଲ ଭିତରେ ଶିବଲିଙ୍ଗ ଥିବା ଏକ ସ୍ଥାନଟିକୁ ଆବିଷ୍କାର କଲା । ରାବଣ ରାକ୍ଷସ ହେଲେ କ’ଣ ହେବ, ସେ ଜଣେ ବ୍ରାହ୍ମଣ ପଣ୍ଡିତ ଓ ଶିବ ଭକ୍ତ ଥିଲା । ତେଣୁ ଏହି ଶିବ ଲିଙ୍ଗକୁ ଆବିଷ୍କାର କରିବା ପରେ...

Read More

ଦୁଇ ଭଉଣୀ

ବରଲକ୍ଷ୍ମୀ ଓ ଧନଲକ୍ଷ୍ମୀ ଦୁଇ ଭଉଣୀ; ବୟସରେ ସେମାନେ ବର୍ଷେ ସାନବଡ; ସେଥିପାଇଁ ସେଦୁହେଁ ସାଙ୍ଗପରି ଚଳନ୍ତି । କିନ୍ତୁ ସାନ ଭଉଣୀ ମଧ୍ୟରେ ଈର୍ଷ୍ୟା, ଅହଂକାର, ଅସହନଶୀଳତା ବେଶି ଦେଖାଯାଏ ।                 ସେ ଦୁଇଭଉଣୀ ମଧ୍ୟରେ ସାନ ଅଧିକ ସୁନ୍ଦର ଥିଲ ।  ଜଣେ ଧନୀ ଯୁବକ ତା’ର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବିବାହ କରିବାକୁ ସ୍ଥିରକଲା; କିନ୍ତୁ ବଡ ଭଉଣୀ ବାହା ନ ହେଲେ ସାନ ଭଉଣୀ କିପରି ବାହା ହେବ ବୋଲି ତାଙ୍କ ବାପମା’...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ