ଆକବରଙ୍କ ଦରବାରରେ ବିରବଲ ଯେମିତି ଜଣେ ମନ୍ତ୍ରୀ ଥାଆନ୍ତି, ସେହିପରି ‘ମୁଲ୍ଲା-ଦୋ-ପ୍ୟାଜା’ ନାମକ ଜଣେ ବ୍ୟକ୍ତି ମଧ୍ୟ ମନ୍ତ୍ରୀ ଥାଆନ୍ତି । ‘ମୁଲ୍ଲା’ ଜଣେ ସୈନିକ ପରିବାରରୁ ଆସିଥାଆନ୍ତି । ବିରବଲ କିନ୍ତୁ ଜଣେ କୃଷକ ପରିବାରରୁ ଆସି ଥାଆନ୍ତି । ରାଜା ଆକବରଙ୍କର ବିରବଲଙ୍କ ପ୍ରତି ମାତ୍ରାଧିକ ସ୍ନେହ ମୁଲ୍ଲାଙ୍କୁ ଈର୍ଷାନ୍ୱିତ କରାଉଥାଏ । ମୁଲ୍ଲା କେମିତି ବିରବଲଙ୍କୁ ଅପମାନିତ କରିବେ ସବୁ ସମୟରେ ସୁଯୋଗ ଖୋଜୁ ଥାଆନ୍ତି...
ଭଲ୍ଲୁକଚର୍ମଧାରୀମାନେ ଉଗ୍ରଦତଙ୍କୁ ସୁଡଙ୍ଗ ମାର୍ଗରେ ନିଜ ସର୍ଦ୍ଦାର କନ୍ଧ ପାଖକୁ ନେଇଗଲେ । କନ୍ଧ କହିଲା, ବ୍ୟାଘ୍ରଚର୍ମଧାରୀ ଦଳର ନେତା ଏକପାଦକୁ ସଂହାର କରିବା ନିମନ୍ତେ ସେ ରାକ୍ଷସମାନଙ୍କ ସହାୟତା କାମନା କରେ । ସେ ଉଗ୍ରଦତଙ୍କୁ ଚେତାଇଦେଲା କି ଏକପାଦକୁ ମାରିବା ଏତେ ସହଜ ନୁହେଁ । କାରଣ ସିଏ ଯାହାର ରକ୍ତ ଦେଖିବ, ସିଏ ମରିଯିବ । ଆଉ ଯିଏ ତା’ର ରକ୍ତ ଦେଖିବ, ସିଏ ବି ମରିଯିବ । ତା’ପରେ… ବ୍ୟାଘ୍ରଚର୍ମଧାରୀଙ୍କ...
ଖୁବ୍ ବିସ୍ତାରିତ ଅରଣ୍ୟ । ରାଜ୍ୟର ରାଜାଙ୍କର ଏହି ଅରଣ୍ୟଟି ହେଉଛି ନିଜର ପାରିଧି କରିବାର ସ୍ଥାନ । ମଝିରେ ମଝିରେ ରାଜା ସେହି ଜଙ୍ଗଲକୁ ପାରିଧି କରିବାକୁ ଯାଇଥାଆନ୍ତି । ମନ ଖୁସିରେ ବାର୍ହା, ହରିଣ, ଖୁରଙ୍ଗ ଯାହାହେଲେ ଜନ୍ତୁଟିଏ ଶିକାର କରିଦେଲେ ବେଶ୍ ମନ ଆନନ୍ଦରେ ରାଜ ନଅରକୁ ଫେରି ଆସନ୍ତି । ସେହି ଅରଣ୍ୟଟି ଖୁବ୍ ବିସ୍ତୀର୍ଣ୍ଣ ଦେଖି ହାତୀଗୁଡ଼ିଏ ପିଲାଛୁଆ ଧରି ନିର୍ଭୟରେ ରହନ୍ତି । ଦଇବ ଯୋଗକୁ ଲାଗ...
ବିଜୟନଗର ଦରବାରରେ ଜଣେ ଯାଦୁକର ଥା’ନ୍ତି । ତାଙ୍କ ନାମ ଜୟନ୍ତ । ଥରେ ରାଜା ଗୋଟିଏ ପ୍ରଦର୍ଶନୀ କରିବା ପାଇଁ ଘୋଷଣା କଲେ । ସେଥିରେ ସବୁ ମୂଲ୍ୟବାନ୍ ଓ ବିଶେଷ ଜିନିଷ ସବୁ ରଖାଯିବାର କଥା । ପ୍ରଦର୍ଶନୀ ଖୋଲିଲା । ଜୟନ୍ତ ନିଜର ବନ୍ଧୁ ହରିଶଙ୍କୁ ସଙ୍ଗରେ ନେଇ ସେହି ପ୍ରଦର୍ଶନୀ ଦେଖିବାକୁ ଗଲେ । ହରିଶ ପ୍ରହରୀର ଆଖିରେ ଧୂଳି ଦେଇ ନବରତ୍ନ ହାରଟିଏ ଚୋରୀ କଲେ । କିନ୍ତୁ ଜୟନ୍ତ ତାଙ୍କ ବନ୍ଧୁଙ୍କର ଏହି କୃତୀଟି ଦେଖିନେଲେ । ସେ...
ନୀରଜା ସହରରୁ ପ୍ରଥମଥର ପାଇଁ ତା’ ପିଇସି ଝିଅର ବିବାହ ଦେଖିବାକୁ ତା’ ବାପା ନୀଳକଣ୍ଠଙ୍କ ସହ ଗ୍ରାମକୁ ଆସିଥାଏ । ତା’ର ବାପା ନୀଳକଣ୍ଠ ସହରର ଜଣେ ବିଖ୍ୟାତ ହୀରା ବ୍ୟବସାୟୀ । ବିବାହ ପରେ ନୀଳକଣ୍ଠ ସହର ଯିବାକୁ ବାହାରିଲେ । କିନ୍ତୁ ନୀରଜା ତା’ ବାପାଙ୍କୁ କହିଲା, “ଏଠାରେ ମୋତେ ବଡ ଭଲ ଲାଗୁଛି । ତେଣୁ ମୁଁ ଆଉ ସପ୍ତାହକ ପରେ ଫେରିବି ।” ନୀଳକଣ୍ଠ ତାକୁ ମନା କରିବାକୁ ଯାଉଛନ୍ତି...
ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ ତା’ପଛରେ କିଛି ଲୋକ ଗୋଡାଇ ଗୋଡାଇ ତାକୁ ଟେକା ଫିଙ୍ଗୁଛନ୍ତି...
ସୁଶୀଳ ଦେଶର ରାଜା ସର୍ବୋତ୍ତମ ଥିଲେ । ଥରେ ତାଙ୍କର ସନ୍ଦେହ ହେଲା କି ନିଜର ପ୍ରିୟ ସେବକମାନଙ୍କ ମଧ୍ୟରୁ କେହି ଗୁପ୍ତଚର ଅଛି । କାରଣ ଅନ୍ତଃପୁରରେ ଯାହା ଘଟୁଛି ତାହା ତୁରନ୍ତ କିପରି ପଡୋଶୀ ରାଜ୍ୟର ରାଜା ନିଦ୍ରାପ୍ରିୟଙ୍କୁ ଜଣାପଡୁଛି? ଶତ୍ରୁକୁ ନିଜ ରାଜ୍ୟ ବିଷୟରେ ଖବର ଦେବା ଏକ ବିଶ୍ୱାସଘାତକତାର କାର୍ଯ୍ୟ । ଏହାକୁ ଅତିଶୀଘ୍ର ବନ୍ଦ କରିବାକୁ ହେବ । କାରଣ ନିଦ୍ରାପ୍ରିୟ ବେଶି ବଳଶାଳୀ ରାଜା ନଥିଲେ ମଧ୍ୟ ହଠାତ୍ ଯଦି...
(ଜୟବର୍ମା, ଜୟସେନ ଦେଇଥିବା ପିତାଙ୍କର ପତ୍ର ପଢିଲେ । ସେହି ପତ୍ରରେ ସେ ଅଦ୍ଭୁତ ହାର ବିଷୟରେ ଲେଖିଥିବା ବିବରଣୀ ପଢିଲେ । କିନ୍ତୁ ସେହି ବିବରଣୀ ଗୁଢାର୍ଥ ପୂର୍ଣ୍ଣ ଥିଲା । ସେଥିରେ ସବୁକିଛି ସାଙ୍କେତିକ ଭାଷାରେ ଦିଆଯାଇଥିଲା । ତେଣୁ ଜୟବର୍ମା ସେସବୁ କିଛି ବୁଝିପାରିଲେ ନାହିଁ । ଏହିପରି ପାଂଚପିଢି ବିତିଗଲା । କିନ୍ତୁ ତା’ର ଅର୍ଥ କେହିବି ବୁଝିଲେ ନାହିଁ । ଏବେ ବର୍ତ୍ତମାନର ରାଜା ସୁଷେଣ ଚାହୁଁଥିଲେକି ଏହି ହାର ତାଙ୍କ...
ପୁରୁଣାକାଳର କଥା । ବାଗ୍ଦାଦ୍ରେ ଅଲି ନାମକ ଜଣେ ବାରିକ ଥାଏ । ସେ ତା’ ନିଜ ବୃତିରେ ଏତେ ପାରଙ୍ଗମ ଥିଲା ଯେ ନଗରୀର ସମସ୍ତ ବଡ ବଡ ଲୋକ ତାରି ପାଖକୁ ହିଁ ଆସନ୍ତି । ଦିନେ ଅଲିର ଘରେ ଜାଳେଣୀ କାଠ ସରି ଯାଇଥାଏ । ବାହାରେ ସେ ଅପେକ୍ଷା କରିଥାଏ କେହି କାଠୁରିଆ ଯାଉଥିଲେ ତାକୁ ସେ ଡାକିବ ବୋଲି । କିଛି ସମୟ ପରେ ସେ ଦେଖିଲା ସେଇବାଟେ ବୁଢା କାଠୁରିଆଟିଏ ଗଧ ଉପରେ କିଛି ଜାଳେଣୀ କାଠ ଲଦି ବିକିବାକୁ ଯାଉଛି ।...
ଜଣେ ଜମିଦାର ଥିଲେ । ତାଙ୍କର ଧନସମ୍ପତ୍ତି ବି କିଛି କମ୍ ନଥିଲା । କିନ୍ତୁ ସେ ନ୍ୟାୟବନ୍ତ ହେବା ପରିବର୍ତ୍ତେ ଥିଲେ ଅହଂକାରୀ, ନିଷ୍ଠୁର ତଥା ସଂସ୍କାର ଶୂନ୍ୟ । ଅପର ପକ୍ଷରେ ତାଙ୍କ ପତ୍ନୀ କିନ୍ତୁ ଥିଲେ ବୁଦ୍ଧିମତୀ, ଦୟାଶୀଳା ଓ କ୍ଷମାଶୀଳା । ତେଣୁ ସେ ଦୁହିଁଙ୍କ ଚରିତ୍ରରେ ଆଦୌ ମେଳ ଖାଉ ନଥିଲା । ଅମାପ ଧନସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ସେମାନେ ଦୁହେଁ ନିଃସନ୍ତାନ ଥିଲେ । ଦିନକର କଥା । ଜଣେ ଗରିବ ପଣ୍ଡିତ ବ୍ରାହ୍ମଣ...
ରାଜସ୍ଥାନରେ ଜୟପୁର ଗୋଟିଏ ବଡ ସହର । ସେହିଠାରେ ଜଣେ ଧନୀ ସୌଦାଗର ବାସ କରୁଥାଆନ୍ତି । ସହରରେ ତାଙ୍କର ବିରାଟ କୋଠା; ଦାସଦାସୀ, ଯାନବାହନ ଯାହାକୁ ଯେତେ । ତାଙ୍କ ପିଲାମାନେ ଅତ୍ୟନ୍ତ ବାଧ୍ୟ ଏବଂ ଯୋଗ୍ୟ । ଏତେ ବଡ ବ୍ୟବସାୟକୁ ସେମାନେ ସମ୍ଭାଳି ଥାଆନ୍ତି । ସଂସାରରେ ସୁଖସମ୍ପତ୍ତି କହିଲେ ଯାହା କୁହାଯାଏ, ସେ ଧନୀବଣିକଙ୍କର ସେହି ସବୁ ଭରପୁର ହୋଇ ରହିଥିଲା । ଧନସମ୍ପତ୍ତିର ଦେବୀ ହେଉଛନ୍ତି ଲକ୍ଷ୍ମୀ । ତାଙ୍କ ନାମ ଚଂଚଳା ।...
ଦେବଗିରିରେ ଜଣେ ଗୃହସ୍ଥଙ୍କର ଦୁଇପୁତ୍ର ଥିଲେ । ବଡ ପୁଅ ବାପାଙ୍କ ନିର୍ଦ୍ଧେଶରେ ଜମିବାଡି ଦେଖାଶୁଣା କରିବାରେ ଖୁବ୍ ମନ ଦେଇଥାଏ । କିନ୍ତୁ ସାନ ଭାଇ ସୋମଦେବର ପାଠ ପଢିବାକୁ ତୀବ୍ର ଇଚ୍ଛା । ବାପା ଓ ବଡ ଭାଇ କହିଲେ କି ସେ ପାଠ ପଢୁ, କିନ୍ତୁ ଦେବଗିରିରେ ରହି ପଢୁ । କିନ୍ତୁ ସୋମଦେବର ଏକା ଜିଦି ସେ ଭୁବନେଶ୍ୱରରେ ଥିବା ବିଖ୍ୟାତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିବ । କାଳେ ଏଥିରେ ଘରେ...
ଦିନେ ଆକବର ଠିକ୍ କଲେ ଦରବାରରେ ଥିବା ପାରିଷଦବର୍ଗ ଏବଂ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏକ ଭୋଜି ଦେବେ । ସେଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେଲା । ଭୋଜିଦିନ ନିର୍ଦ୍ଧାରିତ ସମୟରେ ସମସ୍ତେ ଆସି ଗୋଟିଏ ସ୍ଥାନରେ ରୁଣ୍ଡ ହେଲେ । ପ୍ରକୃତପକ୍ଷେ ରାଜା ଆକବରଙ୍କ ଦ୍ୱାରା ପ୍ରଦତ୍ତ ଏହି ଭୋଜିଟି ଭଗବାନଙ୍କ ଉଦ୍ଧେଶ୍ୟରେ ସମର୍ପିତ ଥିଲା । ରାଜାଙ୍କର କର୍ମଚାରୀମାନେ ସମସ୍ତେ ସୂଚାରୁ ରୂପେ ସେମାନଙ୍କର କାର୍ଯ୍ୟ ସଂପାଦନ...
ସୀତାରାମଙ୍କର ଅରୁଣା ବୋଲି ଗୋଟିଏ ଝିଅ ଥିଲା । ସେ ଦେଖିବାକୁ ବଡ ସୁନ୍ଦର ଥିଲା । ନିକଟରେ ଥିବା ଗ୍ରାମର ବୀରଦାସ ଦିନେ ସୀତାରାମଙ୍କ ପାଖକୁ ଏହି ଖବର ପଠାଇଲେ କି ସେ ତାଙ୍କ ପୁଅ ଜୟନ୍ତ ସହିତ ଅରୁଣାର ବିବାହ ଦେବାକୁ ଚାହାଁନ୍ତି । ତା’ପରେ ସୀତାରାମ ତାଙ୍କ ଘର ବିଷୟରେ ସବୁ ଖବର ସଂଗ୍ରହ କରିବାକୁ ଗଲେ । ବୀରଦାସ ପଢାପଢି କରିଛନ୍ତି, ଶିକ୍ଷିତ ଓ ଧନୀ ଉଭୟ, ସେ ସୀତାରାମଙ୍କର ସତ୍କାର କରି କହିଲେ, “ମୁଁ...
ଛୋଟ ଗାଁଟିଏ । ସେହିଠାରେ ଜଣେ ଗରିବ ଚାଷୀ ବାସ କରୁଥାଏ । ତାର ସମ୍ପତ୍ତି କହିଲେ ଛୋଟ ଚାଳଘରଟିଏ, ଜମି ଦୁଇମାଣ ଓ ହଳୁଟିଏ ବଳଦ । ପରିବାର ଭିତରେ ତାର ସ୍ତ୍ରୀ ଓ ତିନୋଟି ପୁଅ । ସେ ଚାଷୀଟି ଚାଷ କରି ଯାହା ଅମଳ କରେ, ସେଥିରେ ତ ତା ପରିବାରକୁ ନିଅଂଟ ହୁଏ । ସେମାନେ ଦିନେ ଖାଇଲେ ଆଉ ଦିନେ ଉପବାସ ରହନ୍ତି । ଏଇମିତି ଦୁଃଖେ ସୁଖେ ଦିନ ଯାଉଥାଏ । ଦିନକର କଥା । ସେ ଚାଷୀ ଜଣକ ତାର ବଳଦ ନେଇ ବିଲରେ ହଳ କରୁଥାଏ । ତା ସାନପୁଅଟି...
ବିକ୍ରମାଦିତ୍ୟଙ୍କ କଥା ଅନୁସାରେ ତାଳବେତାଳ ସ୍ୱର୍ଗକୁ ଯାଇଥିଲେ । ଠିକ୍ ଏତିକିବେଳେ ପାରିଜାତ ପୁଷ୍ପ ଧରି ବିକ୍ରମାଦିତ୍ୟଙ୍କର ରାଜସଭାରେ ପ୍ରବେଶ ହେଲେ । ତାଳବେତାଳ ଦୁହେଁ ରାଜାଙ୍କ ଆଦେଶରେ ଯାଇ ବତ୍ରିଶ ସିଂହାସନକୁ ସେଠାରୁ ଧରି ଆସିଲେ । ନାନା ରତ୍ନ ଅଳଙ୍କାରମାନ ମଧ୍ୟ ସଙ୍ଗରେ ଆଣିଥିଲେ । ଅଳକାପୁରୀ ପରି ପୁରକୁ ସଜାଇଲେ । ପାରିଜାତ ପୁଷ୍ପର ହାର କରି ରାଜା ନିଜେ ପରିଧାନ କଲେ । ତାହାପରେ ବିକ୍ରମାଦିତ୍ୟ ବତ୍ରିଶ...
ବହୁ ପୁରାକାଳର କଥା । କାନ୍ୟକୁବ୍ଜ ନାମକ ଗୋଟିଏ ଦେଶ ଥିଲା । କାନ୍ୟକୁବ୍ଜର ରାଜା ‘ତୁଙ୍ଗବଳ’ ନାମକ ଏକ ଯୁବକଙ୍କୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ । ‘ତୁଙ୍ଗବଳ’ ଦେଖିବାକୁ ଯେପରି ସୁନ୍ଦର, ସେହିପରି ମଧ୍ୟ ଧନବାନ୍ । ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସଂପାଦନ କରୁଥାଆନ୍ତି । ଦିନେ ତୁଙ୍ଗବଳ ରାସ୍ତାରେ ଚାଲି ଚାଲି ବୁଲୁଥାନ୍ତି । ରାସ୍ତାର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟ...
ଭାରତ ବର୍ଷର ଦକ୍ଷିଣରେ ‘ପାଟଳୀପୁତ୍ର’ ନାମକ ଏକ ନଗରୀ ଅବସ୍ଥିତ । ସେହି ନଗରୀରେ ମଣିଭଦ୍ର ନାମକ ଏକ ବଣିକ ବାସ କରୁଥିଲେ । ମାତ୍ର ଦୁର୍ଭାଗ୍ୟ କ୍ରମେ ସେ କ୍ରମେ ଗରୀବ ହୋଇଗଲେ । ସ୍ୱାଭାବିକ ଭାବରେ ଦରିଦ୍ର ବ୍ୟକ୍ତିତ ସମସ୍ତଙ୍କର ଘୃଣାର ଶିକାର ହୋଇଥାଏ । ମଣିଭଦ୍ର ବା’ ଏଥିରୁ ବାଦ୍ ଯିବେ କିପରି? ବ୍ୟକ୍ତି ଯେତେ ଉଚ୍ଚକୁଳ ସମ୍ଭୁତ, ଅଶେଷ ଗୁଣ ବନ୍ତ ହୁଅନ୍ତୁ ନା କାହିଁକି, ଧନ ନଥିଲେ ସବୁ ଅସାର । ବ୍ୟକ୍ତିଯେତେ ପଣ୍ଡିତ...
ଚାନ୍ଦୁ ତା’ର କୌଣସି ଏକ କାର୍ଯ୍ୟ ଉପଲକ୍ଷେ ସହରକୁ ଯାଉଥିଲା । ବାଟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲା । ସେ ଦେଖିଲା ଦୁଇଜଣ ବ୍ୟକ୍ତି ହାତରେ ଦର୍ପଣ ଧରି ସୂର୍ଯ୍ୟକିରଣକୁ ପାଣି ଉପରେ ପ୍ରତିବିମ୍ବିତ କରାଉଛନ୍ତି । ସେ ଘଟଣା କ’ଣ ବୋଲି ପଚାରିବାକୁ ପାଖକୁ ଆସି ସେ ଦେଖିଲା ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଗ୍ରାମର କୃଷ୍ଣ; ଆଉ ଅନ୍ୟଟି ସହରୀ ଲୋକ । ସେ ପଚାରିଲା, “ବଡ ଆଶ୍ଚର୍ଯ୍ୟ ଲାଗୁଛି; ଆପଣମାନେ ଏଠି କ’ଣ କରୁଛନ୍ତି?”...
ଏକଦା ପାର୍ବତୀମାତା ଈଶ୍ୱରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କଲେ । ତେଣୁ ଈଶ୍ୱର, ପାର୍ବତୀଙ୍କୁ ନିଜ ସାଙ୍ଗରେ ନେଇ ନୈମିଷ୍ୟାରଣରେ ପହଁଚିଲେ । ନୈମିଷ୍ୟାରଣ ହେଉଛି ଗୋଟିଏ ସୁନ୍ଦର ଓ ପବିତ୍ର ସ୍ଥାନ । ସେଠାରେ ମୁନି ଋଷିମାନେ ବାସ କରନ୍ତି । ଈଶ୍ୱର ଓ ପାର୍ବତୀ ଦୁହେଁ ସେହି ଅରଣ୍ୟର ଏକ ନିକାଂଚନ ସ୍ଥାନରେ ଯାଇ ଉପସ୍ଥିତ ହେଲେ । ସେଠାରେ ଗୋଟିଏ ବିରାଟ ଚମ୍ପାଗଛ ଥାଏ । ସେହି ଚମ୍ପାଗଛରେ...
କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର, ଅସମର୍ଥ ଠାରେ ମଧ୍ୟ ଦୁର୍ବାର କାମନା ଜାଗେ । ଏହି...
ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ । ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟତ ନିମନ୍ତେ ସୁଖପ୍ରଦ...
ଅଜଣା ପାହଡମାଳା ଓ ଉପତ୍ୟକା ଭିତରେ ବୁଲୁ ବୁଲୁ ଚନ୍ଦ୍ରବର୍ମା ଗୋଟିଏ କୁଡିଆରେ ଯାଇ ପଶିଲେ । ପରେ ପରେ ସେ ଯେଉଁ ବୁଢାକୁ ସେଠାରେ ଭେଟିଲେ, ସେ ବୁଢା ପାଖରେ ରହସ୍ୟମୟ ଧୂସର ଦୁର୍ଗରେ ପହଁଚିବାର ମାନଚିତ୍ର ଥିଲା । ତାକୁ ରାଜାଙ୍କ ଲୋକେ ଖୋଜୁଥିଲେ । ରାଜସୈନ୍ୟମାନେ ଆସିବାର ଜାଣି ବୁଢା ସେଠୁ ଖସି ଚାଲିଗଲା । ଚନ୍ଦ୍ରବର୍ମା କବାଟ ଖୋଲିଲେ । ତା’ପରେ… କୁଡିଆ ଭିତରୁ ଚନ୍ଦ୍ରବର୍ମା ବାହାରି ଆସିବାର ଦେଖି ସୈନିକମାନଙ୍କ...
ଏକ ସହରରେ ଶେଠ୍ ଶମ୍ଭୁଦୟାଲ ନାମରେ ଜଣେ ଧର୍ମପରାୟଣ ବ୍ୟକ୍ତି ରହୁଥିଲେ । ଏକଦା ସେ ପୁଣ୍ୟ ଅର୍ଜନ କରିବା ପାଇଁ ବ୍ରାହ୍ମଣ ଭୋଜନର ଆୟୋଜନ କଲେ । ଏଥିପାଇଁ ଆଖ ପାଖ ଅଂଚଳରୁ ଅନେକ ବ୍ରାହ୍ମଣ ନିମନ୍ତ୍ରିତ ହୋଇ ଆସିଲେ । ସେଦିନ ଶେଠ୍ ଙ୍କର ସୁସଜ୍ଜିତ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତି ବାସ୍ନାରେ ଚଉଦିଗ ମହକୁଥାଏ । ବ୍ରାହ୍ମଣ ଭୋଜନ ବେଳେ ଶେଠ୍ ପୁଣ୍ୟ କର୍ମ କରୁଛନ୍ତି ବୋଲି ଗର୍ବ ଅନୁଭବ କରି ଖୁସିରେ ବିଭୋର ହୋଇ...
ନିଦରୁ ଉଠିବା ମାତ୍ରେ ମୋଗଲସରାଇର ଜମିଦାରଙ୍କୁ ଭାଟ ତା’ର ପ୍ରଶଂସାପୂର୍ଣ୍ଣ ଗୀତ ଶୁଣାଏ । ଏହି ପ୍ରଥା ପ୍ରତ୍ୟେକ ରାଜା, ଜମିଦାରଙ୍କର ଚଳି ଆସୁଅଛି । ସବୁଦିନେ ଏକହିଁ କଥା ଶୁଣି ଶୁଣି ଜମିଦାର ଖୁବ୍ ବିରକ୍ତ ହୋଇ ଦିନେ ଦେବାନ୍ଙ୍କୁ ଡାକି କହିଲେ, “ଏହି ଭାଟ ପ୍ରଥା ଟିକିଏ ବନ୍ଦ କରାଅ ତ । କିଛି କାମ ନାହିଁ, ଦିନସାରା ଅଳସୁଆ ହୋଇ ବସି ରହିବ, ଆଉ ମାସିକ ଭତ୍ତା ପାଇବ; ତାକୁ ଦେଖି ଅନ୍ୟଲୋକମାନେ ମଧ୍ୟ ସେଇଆ କରିବେ । ତା’ର...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାଆନ୍ତି । ତାଙ୍କର କୌଣସି କଥାରେ ବି ଅଭାବ ଅସୁବିଧା ନଥାଏ । ବିରାଟ କୋଠାଘର, ଜମିବାଡି, ଗୋରୁଗାଈ, ମେଣ୍ଢା, ଛେଳି, ଦୋକାନ, ଚାକର ଚାକରାଣୀ ସବୁଥିରେ ପରିପୂର୍ଣ୍ଣ ଖଞ୍ଜା । ଗାଆଁର ଲୋକମାନେ ତାଙ୍କ ଜମି ଚାଷ କରନ୍ତି । ତାଙ୍କର ଧନସମ୍ପତ୍ତି ଏତେ ଯେ, ଯେତେ ଦାନକଲେ ମଧ୍ୟ ସରିବ ନାହିଁ । କିନ୍ତୁ ସେ ଦାନ ଧର୍ମଠାରୁ ଯଥେଷ୍ଟ ଦୂରରେ ଥାଆନ୍ତି । ବରଂ କୁଆଡୁ କେମିତି ଧନ ଆସି ତାଙ୍କ ଭଣ୍ଡାର...
ଅନେକ ଦିନ ତଳର କଥା । ଥରେ ବୋଧିସତ୍ୱ କାଶୀ ରାଜ୍ୟର ଗୋଟିଏ ପଲ୍ଲିରେ ଜନ୍ମଗ୍ରହଣ କରିଥାନ୍ତି । ବାପା ମା ତାଙ୍କ ନାମ କମଳ ରଖିଥିଲେ । ସେମାନେ ବହୁତ ସ୍ନେହ ଯତ୍ନରେ କମଳକୁ ବଢାଇଥିଲେ । କମଳ ତ ଶିଶୁଅବସ୍ଥାରେହିଁ ନିଜର ଅସାଧାରଣ ବୁଦ୍ଧି ଓ ବିବେକର ପରିଚୟ ଦେଲା । ବାପା ମା ତାକୁ ଯେତିକି ସ୍ନେହ କରୁଥିଲେ, ତାହାଠାରୁ ତା’ ଜେଜେ ବାପା ତାକୁ ବହୁଗୁଣ ଅଧିକ ସ୍ନେହ କରୁଥିଲେ । ତେବେ...
ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ । ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ-କ୍ରିୟା ସମାପ୍ତ ପରେ ରାଜୁ ଚରଣକୁ ନିଜ ଦୁଃଖ ଜଣାଇ କହିଲା...
କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରାନ୍ତରେ ଗୋଟିଏ ଛୋଟିଆ ରାଜ୍ୟ ଥାଏ । ତା’ର ନାମ ଭଦ୍ରପୁର । ରାଜା ସତ୍ୟବ୍ରତଙ୍କର ଏକ ମାତ୍ର ପୁତ୍ର ଜୟବ୍ରତ ଦୟାନଦୀ କୂଳରେ ଧଉଳି ପାହାଡର ପାଦଦେଶରେ ଥିବା ଗୁରୁକୁଳରେ ବିଦ୍ୟା ସମାପନ କରି ଯେତେବେଳେ ନିଜ ରାଜଧାନୀକୁ ଫେରିଗଲେ, ସେତେବେଳେ ତାଙ୍କ ପିତା ରାଜା ସତ୍ୟବ୍ରତ ଅସୁସ୍ଥ । ଶଯ୍ୟାଶାୟୀ ରାଜା ଯୁବରାଜଙ୍କୁ କହିଲେ “ପୁତ୍ର! ତମେ ଉପଯୁକ୍ତ ସମୟରେ ଆସିଛ । ମୋ କାଳ ସରିଲା...
ଅନେକ ଦିନ ତଳର କଥା । ଜଣେ ଧନୀ ବଣିକ ସହର ଠାରୁ କିଛି ଦୂରରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ମନସ୍ଥ କଲେ । କାର୍ଯ୍ୟରତ ବଢେଇମାନେ ପ୍ରତ୍ୟେକ ଦିନ ସହରକୁ ମଧ୍ୟାହ୍ନଭୋଜନ କରିବାପାଇଁ ଯାଉଥିଲେ । ଦିନେ ଗୋଟିଏ ମାଙ୍କଡ ଦଳ ସେହି ମନ୍ଦିର ତିଆରି ହେଉଥିବା ସ୍ଥାନକୁ ଆସିଲେ । ଜଣେ ବଢେଇ କାଠଗଣ୍ଡିର ମଧ୍ୟ ଭାଗକୁ କରତରେ ଚିରି ସେଥିରେ ଖୁଂଟିକୁ ଭର୍ତ୍ତି କରିଥିଲେ । ଯାହାଫଳରେ କି କାଠ ଗଣ୍ଡିଟି ଖୋଲା ନ ରହି...
ରାମପୁରର ବଡ ବ୍ୟବସାୟୀ ହେଲେ ପୂର୍ଣ୍ଣବାବୁ । ତାଙ୍କୁ ଷାଠିଏ ବର୍ଷ ହେବା ମାତ୍ରେ ସେ ତାଙ୍କ ବ୍ୟବସାୟର ସମସ୍ତ ଦାୟିତ୍ୱ ନିଜ ପୁଅ କେଶବ ଉପରେ ଦେଇ ଘରେ ବସି ବସି ଖାଲି ଆରାମ୍ କଲେ । କାମ ନକରି ବସିବାର ତ ତାଙ୍କର ଅଭ୍ୟାସ ନାହିଁ; ତେଣୁ ସେ ଏବେ କ’ଣ କରିବେ? ବେଳେ ବେଳେ ସେ ତାଙ୍କ ପତ୍ନୀ ବା ପୁଅ ବୋହୁଙ୍କ ସହିତ ଝଗଡା କରନ୍ତି । ପୁଣି ଆପେ ଆପେ ସେ ଚୁପ୍ ହୋଇଥା’ନ୍ତି । ସମସ୍ତେ ଜାଣନ୍ତି ବୁଢା ବୟସ ଯୋଗୁଁ ଏପରି ହେଉଛି ।...
ଦିନେ ଛଂଚାଣ ଗୋଟିଏ ଛୋଟ ମେଣ୍ଢାଛୁଆକୁ ପଡିଆରୁ ଟେକି ନେଇ ଗଛ ଉପରେ ଆରାମ୍ରେ ବସି ଖାଇଲା । ଠିକ୍ ଏହି ସମୟରେ ଆଉ ଗୋଟିଏ ଗଛ ଉପରେ ବସି କାଉଟି ଏସବୁ ଦେଖୁଥିଲା । ଏହା ଦେଖି ସେ କାଉଟି ଭାବିଲା ଯେ ଏପରି ଶିକାର କରିବା ପ୍ରକୃତରେ ଗୋଟେ ଭଲ ଉପାୟ । ସେ ମଧ୍ୟ ଏହିପରି ଶିକାର କରି ଖାଇବ । ଦିନେ ସେ କାଉଟି ଗୋଟିଏ ବଡ ମେଣ୍ଢା ଉପରେ ବସି ତାକୁ ତା’ର ଗୋଡରେ ଉଠାଇବାକୁ ଚେଷ୍ଟା କଲା । ଏଥିରେ ଓଲଟି ସେ କାଉର...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟି ମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣପୂର୍ବକ...