ଛୋଟ ଗାଁଟିଏ । ସେଠାରେ ଜଣେ ବ୍ରାହ୍ମଣ ବାସ କରୁଥିଲେ । ପରିବାର କହିଲେ ସେ ଏବଂ ତାଙ୍କର ସ୍ତ୍ରୀ । ଜମିବାଡି ତାଙ୍କର କିଛି ବି ନ ଥିଲା । ପୁରୋହିତ କାମ କରି ଦୁଃଖେ ସୁଖେ ସେ ତାଙ୍କ ସଂସାର ଚଳାଉଥିଲେ । ଦିନକର କଥା । ରାତିରେ ସେ ବ୍ରାହ୍ମଣ ଜଣକ ସ୍ୱପ୍ନ ଦେଖିଲେ, ତାଙ୍କର ସ୍ୱର୍ଗତ ବାପା ବଳଦ ପିଠିରେ ବସି ତାଙ୍କ ପାଖରେ ଆସି ହାଜର । ପୁଅକୁ କହିଲେ, “ତୁ ମୋତେ ଶ୍ରାଦ୍ଧ ଦେଉ ନାହୁଁ କାହିଁକି?” ସ୍ୱପ୍ନ ଦେଖିସାରିଲା ବେଳକୁ...
(ପଦ୍ମପାଦ ଏବଂ ପିଙ୍ଗଳ ଭଲ୍ଲୁକ ପର୍ବତ ଘାଟି ଭିତରେ ବହମାନ ନଦୀ ତୀରରେ ଆସି ପହଁଚିଗଲେ । ନଦୀ ଶୁଖାଇବା ନିମନ୍ତେ ପଦ୍ମପାଦ ଧ୍ୟାନସ୍ଥ ହେଲେ ଏବଂ ଜପ କରିବାକୁ ଲାଗିଲେ । ପିଙ୍ଗଳ ଗଦା ହସ୍ତେ ତାଙ୍କୁ ପୈଶାଚିକ ଶକ୍ତିମାନଙ୍କ କବଳରୁ ରକ୍ଷା କଲେ । କ୍ରମେ ନଦୀ ଜଳ ଶୁଖିଗଲା । ନଦୀ ଭିତରୁ ମନ୍ଦିରର ଚୁଡା ଦେଖାଗଲା । ଆଉ ତା’ପରେ) ଧ୍ୟାନ ତୁଟିବାରୁ ପଦ୍ମପାଦ ମନ୍ଦିର ଆଡେ ଦୃଷ୍ଟିପାତ କଲେ । ମନ୍ଦିରର ଗୋଟିଏ...
ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ ମୋଟେ ଅନାଇ ପାରିଲେ ନାହିଁ । କେତେ ଅନୁନୟ ବିନୟ ହୋଇ ସେ ରାଣୀ...
ଯେତେ ବେଳେ କାଉ ମୟୂରକୁ ଦେଖେ ସେତେ ବେଳେ ତାର ମନରେ ପ୍ରତି ହିଂସା ଜାତ ହୋଇ ଥାଏ । କାରଣ ତାର ସୁନ୍ଦର ରୂପରେ ସେ ବିମୋହିତ ହେବା ସହିତ ତା ମନରେ ହିଂସା ଜାତ ହେଉ ଥିଲା । ସେ ଭଗବାନଙ୍କୁ କୁହେ ଯେ ଭଗବାନ ତୁମେ ମୟୂରକୁ ଏତେ ସୁନ୍ଦର ରୂପ ଦେଲ ଅଥଚ ମୋତେ… । ଯଦି ମୋତେ ମୟୂର ଭଳି ସୁନ୍ଦର ରୂପ ଟିଏ ଦେଇ ଥାନ୍ତ ତେବେ ମୋର ଆନନ୍ଦର ସୀମା ରହି ନଥାନ୍ତା । ମୁଁ ଖୁବ୍ ଆନନ୍ଦରେ ଦିନ ଅତିବାହିତ କରି ଥାନ୍ତି । ଏକଦା...
ସୁନା ମିଳୁଥିବା ଦେଶଗୁଡିକରୁ ଚୋରେଇ ଲୁଚେଇ ଅନ୍ୟ ଦେଶର ଲୋକେ ନିଜ ଦେଶକୁ ସୁନା ବୋହି ନେଉଥିଲେ । ଏଥିପାଇଁ ସେମାନେ ଯୁଦ୍ଧର ସାହାଯ୍ୟ ମଧ୍ୟ ନେଉଥିଲେ । ସୁନା ବୋଝେଇ ହୋଇଥିବା ବୋଇତ ବା ଜାହାଜମାନ ଯାତ୍ରା କରୁଥିଲା ସମୁଦ୍ରରେ । ତେବେ ସମୁଦ୍ର ମଧ୍ୟ ମଝିରେ ମଝିରେ ଏଭଳି ଅନ୍ୟାୟ କାର୍ଯ୍ୟର ପ୍ରତିରୋଧ କରୁଥିଲା । ସମୁଦ୍ରରେ ଭୀଷଣ ଝଡ ଉଠି ସମୁଦ୍ରରେ ବୁଡି ଯାଉଥିଲା ସୁନା ବୋଝେଇ ବୋଇତମାନ । ସେଥିରେ ଥିବା ଲୁଣ୍ଠିତ ସୁନାକୁ...
ମାତା ପାର୍ବତୀଙ୍କ କଥା ଶୁଣିବା ପରେ ଗଣେଶ ମାମୁଁ ଶ୍ରୀବିଷ୍ଣୁଙ୍କ ପାଖକୁ ଗଲେ । ତା’ପରେ ସେ ତାଙ୍କୁ ପଚାରିଲେ, “ଭଗବାନ, କୁମାରଙ୍କର ମୟୁର ବାହନ ଓ ମୋର ମୂଷା । ମୁଁ କିପରି ତାଙ୍କ ସହିତ ପ୍ରତିଯୋଗିତା କରିପାରିବି? ଏଇଟା କ’ଣ ଅନ୍ୟାୟ ନୁହେଁ?” ତହୁଁ ବିଷ୍ଣୁ କହିଲେ, “ବତ୍ସ, ତୁମେ ଚିନ୍ତା କରନାହିଁ । ତମେ ଲକ୍ଷେଥର ଶିବ ପଂଚାକ୍ଷରୀ ଜପ କରିବା ପରେ ପାର୍ବତୀ ଓ ପରମେଶ୍ୱରଙ୍କୁ ତିନିଥର ପରିକ୍ରମା କରିବ ତେବେ ପୃଥିବୀ...
ପୁରୁଣା ଦିନର କଥା – ତୁର୍କୀରେ ହମିଦ୍ ନାମକ ଏକ ବ୍ୟବସାୟୀ ରହୁଥିଲେ । ତାଙ୍କ ପାଖରେ ଏକ ଦାମୀ ଘୋଡା ଥିଲା । ନିଜେ ବୁଢା ହେବାରୁ ସେ ସେହି ଘୋଡାଟିକୁ ତିନିଶହ ଦିନାରରେ ବିକ୍ରି କରିବାକୁ ଚାହିଁଲେ । କିନ୍ତୁ ଏତେ ଦାମ୍ରେ କେହି କିଣିବାକୁ ରାଜି ହେଲେ ନାହିଁ । ଦିନେ ଅଜିଜ୍ ନାମକ ଜଣେ ଯୁବକ ଆସି ତାଙ୍କୁ କହିଲା, “ମହାଶୟ, ଏକ ଖାନ୍ଦାନ୍ ପରିବାରରେ ମୋର ଜନ୍ମ । କିନ୍ତୁ ମୁଁ ଏବେ କାଙ୍ଗାଳ କହିଲେ ଚଳେ ।...
ରାତି ଅଧବେଳକୁ ଜରାସନ୍ଧ ଅତିଥିମାନଙ୍କ କଥା ମନେ ପକାଇଲେ । ସେ ଯଜ୍ଞଶାଳାକୁ ଆସି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କୁ କହିଲେ, “ମହୋଦୟ, ଆପଣ ନିଜକୁ ଯେଉଁ କୁଳର ବ୍ରାହ୍ମଣ ବୋଲି ପରିଚୟ ଦେଉଛନ୍ତି, ସେମାନେ ତ କାହିଁ ଫୁଲହାର ପକାନ୍ତି ନାହିଁ ବା ଚନ୍ଦନ ଚିତା ଘେନନ୍ତି ନାହିଁ । ଆପଣମାନଙ୍କ ବାହୁରେ ଅସ୍ତ୍ରାଘାତର ଚିହ୍ନ ଅଛି । ପୁଣି ଆପଣମାନେ ମୁଖ୍ୟ ଦ୍ୱାରରେ ନଆସି କୌଣସି ଗୁପ୍ତ ପଥରେ ଏଠାକୁ ଆସିଛନ୍ତି । ଏବେ କୁହନ୍ତୁ ଆପଣଙ୍କର...
ଗୋଟିଏ ମରୁଭୂମିରେ ଗୋଟିଏ ଓଟ ରହୁଥିଲା । ସେ ବହୁତ ସରଳ ବିଶ୍ୱାସୀ ଥିଲା । ହଠାତ୍ ତା ଶରୀର ଓ ମନ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଭାବିଲା ଏ ମରୁଭୂମିରେ ମୁଁ ବା ଆଉ କେତେଦିନ ରହିବି । କେତେ ଦିନ ବଂଚିବି । ଜୀବନରେ ନା ଭଲ କରି ଟିକେ ଖାଇ ପାରିଲି ନା ଏ ମରୁଭୂମି ଛଡା ମୁଁ ଅନ୍ୟତ୍ର କିଛି ବି ଦେଖିପାରିଲି । ଏକଥା ଭାବୁ ଭାବୁ ସେ ନିଶ୍ଚୟ କଲା କାଲି ସକାଳ ହେବା କ୍ଷଣି ସେ ମରୁଭୂମି ଛାଡି ଚାଲିଯିବ । ସକାଳ ହେଲା ।...
ମେଣ୍ଢା ମାନଙ୍କ ପଛରେ ଗୋଟିଏ, ଗୋଟିଏ ମା’ଗଧିଆ ମାନେ ବହୁତ ଦିନ ହେଲା ଲାଗି ରହି ଥିଲେ, ପରନ୍ତୁ ମେଣ୍ଢା ମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ । ତଥାପି ମେଣ୍ଢା ମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁ ଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ଥିଲେ । ଏହି ଭଳି ବହୁତ ଦିନ ଅତିବାହିତ ହୋଇ ଗଲା, ମେଣ୍ଢା ମାନେ ଦେଖିଲେ ଅନ୍ୟ ଗଧିଆ ମାନେ ତାଙ୍କର କୌଣସି ଅନିଷ୍ଟ କରୁ...
ସୁବର୍ଣ୍ଣପୁରୀର ରାଜା ବିକ୍ରମସେନ ଦୀର୍ଘକାଳ ଅସୁସ୍ଥ ରହି ପ୍ରାଣର ଆଶା ଛାଡି ଦେଇଥିଲେ । ସେ ଯେଉଁଦିନ ସୁସ୍ଥ ହୋଇ ନଅରର ସଭାକକ୍ଷ ଭିତରକୁ ଆସିଲେ, ସେଦିନ ଅନେକ ଅମାତ୍ୟ ଓ ସାମନ୍ତ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ସେଠାରେ ଆସି ପହଁଚିଲେ । ହଠାତ୍ ସଭାଗୃହ ଭିତରକୁ ଜଣେ ମଳିମୁଣ୍ଡିଆ ପଶି ଆସିଲା । ତା’ ପଛେ ପଛେ ସଭାଗୃହ ଦ୍ୱାର ଜଗୁଥିବା ପ୍ରହରୀ ମଧ୍ୟ ଦୌଡି ଆସିଲା ଓ କହିଲା, “ମଣିମା! ମୁଁ ତିନିଦିନ...
ଋଷ୍ ଦେଶର ଛୋଟିଆ ଗାଁଟିଏ । ସେଇଠି ଦୁଇଜଣ ବୁଢାବୁଢୀ ବାସ କରୁଥିଲେ । ତାଙ୍କର ଗୋଟିଏ ଝିଅ ଥାଏ । ତାର ନାଁଟି ରୂପା । ସେ ଦେଖିବାକୁ ରୂପ ଗୁଣରେ ଭାରି ସୁନ୍ଦର । ମାଛିକି ‘ମଅ’ ବୋଲି ସେ କେବେବି କହେ ନାହିଁ । ଗାଁରେ ସମସ୍ତେ ସେ ରୂପାକୁ ଅତ୍ୟନ୍ତ ସୁଖ ପାଆନ୍ତି । ଦିନକର କଥା । ରୂପାର ବୋଉକୁ ବଡ ବାଧିକା ପଡିଲା । ବୁଢୀ ଜାଣିପାରିଲା ଯେ ସେ ଆଉ ଖୁବ୍ ଅଳ୍ପ ଦିନ ବଂଚିବ । ତେଣୁ ସେ ତାର ଝିଅ ରୂପାକୁ ପାଖକୁ ଡାକି ଚୁପ୍କରି...
ସଦା ହାଟରୁ ଫେରୁ ଥାଏ । ସାଇକେଲ୍ ହ୍ୟାଣ୍ଡଲ୍ରେ ଦୁଇଟି ବ୍ୟାଗ୍ ପରିବା ଭର୍ତ୍ତି । ଆଉ ଘର ସଉଦା ବସ୍ତାରେ ପୁରାଇ ପଛ କେରିଅଲ୍ରେ ରଖି ଦେଇ ଥାଏ । ଆଠ ଦିନରେ ଥରେ ହାଟ ଗହଳି ପରିବାର । ସବୁ ଦରକାରୀ ସମଗ୍ରୀ ଧରି ସଦା ସେହି ହାଟରୁ ନିଜ ଘରକୁ ଫେରୁ ଥାଏ । ଗାଁ ଆଉ ଅଳ୍ପବାଟ ଅଛି ଗାଁକୁ ଯିବା ବାଟରେ ଗୋଟେ ତୋଟା ପଡେ ରାତି କଥା ଛାଡ ଦିନରେ ସେହି ତୋଟାଟା ମଧ୍ୟ ଖୁବ୍ ନିଛାଟିଆ ହୋଇ ପଡେ । ସେଦିନ ହାଟ ସାରୁ ସାରୁ ସଦାର ଖୁବ୍...
ଗୋଟିଏ ଗାଁରେ ଦୁଇଟି ବୁଢା ଥା’ନ୍ତି । ଜଣେ ସ୍ୱଭାବରେ ଉତ୍ତମ, ଆଉ ଅନ୍ୟଟି ସ୍ୱଭାବରେ ଦୁଷ୍ଟ । ଥରେ ନୂଆବର୍ଷର ପ୍ରଥମ ଦିନରେ ସେ ଦୁହେଁ ପରସ୍ପରକୁ ଭେଟିଲେ । ଉତ୍ତମ ବ୍ୟକ୍ତି କହିଲା, “ଗତ ରାତ୍ରିରେ ମୁଁ ଏକ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲି । ଆକାଶରୁହିଁ ମୋ ପାଇଁ ଧନ ସବୁ ତଳକୁ ଆସୁଛି ।” ଦୁଷ୍ଟ କହିଲା “ଆରେ ଏହା ବଡ ମଜା କଥା ତ । ମୁଁ ମଧ୍ୟ କାଲି ରାତିରେ ଏକ ସ୍ୱପ୍ନ ଦେଖିଛି ଜମି...
ଗୋଟିଏ ଗାଆଁରେ ବହୁଲୋକଙ୍କର ଝାଡା ବାନ୍ତି ହେଉଥାଏ । କାହାକୁ ବା ଜ୍ୱର ଧରି ଛାଡୁ ନଥାଏ । ହଳଦିଆକାମ୍ଳ, ଟାଇଫଏଡ୍ ଇତ୍ୟାଦି ରୋଗ ଅତି ସାଘାଂତିକ ଅବସ୍ଥା କରି ଦେଇଥାଏ । ସରକାରୀ ସ୍ତରରୁ ଡାକ୍ତରମାନେ ଔଷଧ ଦେଇଥାଆନ୍ତି । ସେହି ସମୟରେ ଖରାପ ପାଣି ପିଇବାକୁ ତ ଡାକ୍ତରମାନେ ବାରଣ କରୁଥାଆନ୍ତି । ନିଜ ନିଜ ହାତ ସାବୁନ୍ରେ ଧୋଇବା ପାଇଁ କହୁଥାଆନ୍ତି । ଏପରିକି ସଫା ସୁତୁରା ରହିବା ପାଇଁ ମଧ୍ୟ ସତର୍କ କରୁଥାଆନ୍ତି । ସେ ଗାଁର...
ଦୁଇ ସାଙ୍ଗ ମଦନ ଓ ପଦନ । ଦୁଇ ଜଣ ସହରକୁ ଯାଉ ଥିଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେମାନେ କଥା ବାର୍ତ୍ତା ହୋଇ ହୋଇ ଯାଉ ଯାଉ ବାଟରେ ଗୋଟିଏ ବିରାଟ କାୟ ଭାଲୁକୁ ସେମାନେ ଦେଖିଲେ । ଯଦି ଭାଲୁ ସେମାନଙ୍କୁ ଆକ୍ରମଣ କରେ ତେବେ ସେମାନେ କ’ଣ କରିବେ? ନିଜ ନିଜର ପ୍ରାଣକୁ କିଭଳି ରକ୍ଷା କରିବେ? ବର୍ତ୍ତମାନ ଭାଲୁ ଆସି ଆମ ଦୁଇ ଜଣଙ୍କୁ ଆକ୍ରମଣ କରିବ ଆଉ ଆମ ଦୁଇ ଜଣଙ୍କୁ ମାରି ପକାଇବ । ମଦନ ବହୁତ ଚାଲାକ୍...
ଯଦି କୌଣସି ଏକ ମିଥ୍ୟା କଥାକୁ ବାରମ୍ବାର ସତ୍ୟ ବୋଲି ଅଭିହିତ କରାଯାଏ କିମ୍ବା ବହୁବ୍ୟକ୍ତି ମିଥ୍ୟାକୁ ସତ୍ୟର ଆଖ୍ୟା ଦିଅନ୍ତି । ତା’ହେଲେ ମିଥ୍ୟା ସତ୍ୟରେ ପରିଣତ ହୋଇଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ ତେନାଲୀରାମାଙ୍କ ବିରୋଧୀମାନେ ଏକ ଷଡଯନ୍ତ୍ର ଆରମ୍ଭ କଲେ ଯେ – ତେନାଲୀରାମାଙ୍କ ବିରୋଧରେ ରାଜାଙ୍କୁ କିଛି କହିବା ପାଇଁ । ସେଥିପାଇଁ ଦରବାରରେ ଥିବା ପ୍ରତ୍ୟେକ କର୍ମଚାରୀ ଜଣ ଜଣ କରି ପ୍ରତିଦିନ...
ବିନୟଭୂଷଣ କବି ଥିଲେ । ସେ ଦିନେ ରଘୁ ପ୍ରଧାନର ତେଜରାତି ଦୋକାନ ଆଗଦେଇ ଯାଉଛନ୍ତି, ଠିକ୍ ସେତିକିବେଳେ ପ୍ରଧାନେ ଗାଁ ଅବଧାନଙ୍କୁ କହୁଥିବାର ସେ ଶୁଣିଲେ, “ଅବଧାନେ, ମୁଁ ମୋ ସାରା ଜୀବନ କିଣାବିକାହିଁ କରି ଚାଲିଛି!” ବାସ୍! ଘରକୁ ଯାଇ କବି ବିନୟଭୁଷଣ ଗୋଟିଏ କବିତା ଲେଖିଲେ । ତା’ର ପ୍ରଥମ ପାଦ: ଜୀବନ ବିତିଲା କେତେ ଯେ ସଉଦା କରି, ଏତେ ବୋଝ ନେଇ କିପରି ମୁଁ ଯିବି...
ରାଜା ସମରସେନ ସେଦିନ ଶିକାର କରୁକରୁ ଏକ ନିଘଂଚ ଅରଣ୍ୟ ମଧ୍ୟରେ ଯାଇ ପ୍ରବେଶ କଲେ । ତାଙ୍କ ସହିତ ଆସିଥିବା ତାଙ୍କର ଅନୁଚରମାନେ କେଉଁଆଡେ ରହିଗଲେ? ଏଣେ ଏ ରାଜାଙ୍କୁ ଖୁବ୍ ଶୋଷ ହେଲା । ସେ ଖୋଜିଖୋଜି ଯାଇ ଗୋଟିଏ କ୍ଷୁଦ୍ର କୁଟୀର ଦେଖିବାକୁ ପାଇଲେ । ବାହାରେ ଜଣେ ବୃଦ୍ଧ ବ୍ୟକ୍ତି ବସିଥିଲେ । ସେ ଏକ ଚିତ୍ରପଟ ଆଙ୍କୁଥିଲେ । ରାଜା ଜାଣିପାରିଲେ ଯେ ସେ ଜଣେ କଳାକାର ବୋଲି । ରାଜା ତାଙ୍କ ପାଖରେ ଯାଇ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ...
ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ । ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା । ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା...
ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା । ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ? ମନେ ହୁଏ କିଛି ଶୁଭସମାଚାର ।” ବୀର କହିଲା “ଆଜ୍ଞା ହଁ...
ସମସ୍ତିପୁର ବୋଲି ଗୋଟିଏ ଗାଁ ଥିଲା । ସେ ଗାଁରେ ଜଣେ କାଠୁରିଆ, ତା’ ସ୍ତ୍ରୀ ଓ ସେମାନଙ୍କର ଏକ ବାରବର୍ଷର ପୁଅ ଦିପୁ ବି ରହୁଥିଲେ । କାଠୁରିଆ ସେ ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଏ । ତା’ର ସେହି କାର୍ଯ୍ୟରେ ତା’ର ସ୍ତ୍ରୀ ମଧ୍ୟ ତାକୁ ସାହଯ୍ୟ କରିଥାଏ । ଖୁବ୍ ଛୋଟ ଦିନରୁ ଦିପୁ ବି ତା ବାପାମା’ଙ୍କ ସହିତ ସେ ଜଙ୍ଗଲ ମଧ୍ୟକୁ ଯାଏ । ତେଣୁ ସେ ଜଙ୍ଗଲର ପରିବେଶ ସହିତ ଦିପୁ ବେଶ ପରିଚିତ...
ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି । ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ...
ପ୍ରତାପ ବାରବର୍ଷର ବାଳକ । ଘରେ ସମସ୍ତ କାମରେ ବଡମାନଙ୍କୁ ସେ ଖୁବ୍ ସାହାଯ୍ୟ କରେ । ଏପରିକି ପଡୋଶୀମାନଙ୍କର କିଛି ଦରକାର ପଡିଲେ, ସେ ତାଙ୍କୁ ଖୁସିରେ ଯାଇ ସାହାଯ୍ୟ କରେ । ଖାଲି ସେଇଥିପାଇଁ ସେ ସମସ୍ତିଙ୍କର ଅତି ପ୍ରିୟ । ସମବୟସ୍କ ନରେନ୍ଦ୍ର ତା’ର ଘନିଷ୍ଠ ବନ୍ଧୁ । ନରେନ୍ଦ୍ରର ଘର ପ୍ରତାପର ଘରକୁ ଲାଗିଛି । ନରେନ୍ଦ୍ର ଧନୀ ଘରର ପିଲା । ତେଣୁ ସେ ଅତ୍ୟନ୍ତ ଅୟସରେ ବଢିଛି । କାମ ଦାମ କିଛି କରେ ନାହିଁ...
ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ । ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ ଶ୍ରୀମତୀଙ୍କୁ ସେଠାରେ ଦେଖି ଆହୁରି ରାଗିଗଲେ । ତେଣୁ ନାରଦ...
ବାରାଣସୀର ରାଜା ବ୍ରହ୍ମଦତଙ୍କର ପୁଅ ପିଲାବେଳରୁହିଁ ଅତ୍ୟନ୍ତ ଦୁଷ୍ଟ ହେବାର ଦେଖାଗଲା । ଯେତେବେଳେ ତା’ ବୟସ କୋଡିଏ, ସେତେବେଳେ ତାକୁ ନେଇ ରାଜା ବଡ ଚିନ୍ତାରେ ପଡିଲେ । ଦଳେ କୁସଙ୍ଗ ମେଳରେ ପଡି ରାଜପୁତ୍ର ସର୍ବଦା ନିରୀହ ଲୋକଙ୍କୁ ହଇରାଣ କରୁଥାନ୍ତି । ଦୂର ଦେଶର ତୀର୍ଥଯାତ୍ରୀମାନଙ୍କ ଉପରେ ଚଢଉ କରି ସେମାନଙ୍କ ସର୍ବସ୍ୱ ସେ ଲୁଣ୍ଠନ କରୁଥାନ୍ତି । ଯେତେବେଳେ ଯାହା ମନ ହେଉଥାଏ, ତାହା ସେ କରୁଥାନ୍ତି । ଦିନେ ଆକାଶରେ ମେଘ...
ଗୋଟିଏ ଜଂଗଲରେଏକ ଘର ଚଟିଆ ଦମ୍ପତି ବାସ କରୁଥିଲେ । ସେମାନେ ଏକ ବୃକ୍ଷରେ ବସା ବାନ୍ଧି ଖୁସିରେ ଦିନ କାଟୁଥାଆନ୍ତି । କିଛି ଦିନ ପରେ ମା’ ଘରଚଟିଆଟି ସେହି ବସାରେ ଅଣ୍ଡା ଦେଲା । ଦିନେ ଏକ ଦୁଷ୍ଟ ହାତୀ ସେହି ବୃକ୍ଷ ନିକଟରେ ଆସି ପହଁଚିଲା । ସେ ତା’ର ଶୁଣ୍ଡରେ ଗଛର ଡାଳ ସବୁ ଭାଙ୍ଗି ଖାଇବାକୁ ଲାଗିଲା । ଘରଚଟିଆ ଦଂପତି ବାସ କରୁଥିବା ଡାଳକୁ ମଧ୍ୟ ଭାଙ୍ଗି ଦେଲା । ଏହାଦ୍ୱାରା ତା’ର ଅଣ୍ଡା ଗୁଡିକ ନଷ୍ଟ ହୋଇଗଲା ଓ...
ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ ।...
ପୋଛିକୋଟ ବୋଲି ଖଣ୍ଡିଏ ଛୋଟିଆ ରାଜ୍ୟ । ବୈତରଣୀ ନଦୀ କୂଳରେ ଅନେକ କୋଶ ବାଟ ଛଡା । ବଣ ଜଙ୍ଗଲରେ ପରିପୂର୍ଣ୍ଣ । ସେଠିକାର ଚାଷ ଜମି ମାନଙ୍କରେ ବଢିଆ ଫସଲ ହୁଏ । ଲୋକମାନେ ଖୁସିରେ ଚଳନ୍ତି । ଦେଢୀ ମହାଜନୀ ଲଗାନ୍ତି । କେହି କାହାକୁ ବି ଆଶ୍ରା କରନ୍ତିନି । ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ଚଳନ୍ତି । ଅଭାବ ସିନା ମଣିଷ ଜୀବନରେ ଆଘାତ ଦେଇ ତାକୁ ଆଗେଇ ଦିଏନି, ଯାହାର ଅଭାବ ନାହିଁ ତା’ର ପୁଣି ଅସୁବିଧା କ’ଣ? ଜଗତରେ ଗୋଟିଏ...
ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ?
ଯାହାର ଯେତେ କମ୍ କାମ ତାହାର ସେତେ ଅଧିକ ପ୍ରତିବାଦ ।
ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର...
ଋଷି ଗୌତମଙ୍କର ତିନି ପୁତ୍ର ଥିଲେ । ଏକକ, ଦ୍ୱିତ ଏବଂ ତ୍ରିତ । ସାନ ତ୍ରିତ ନିଜର ବୁଦ୍ଧି, ବିଦ୍ୟା ଓ ଆଚରଣ ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲା । ତେଣୁ ଋଷିମାନେ ତ୍ରିତର ବହୁତ ପ୍ରଶଂସା କରୁଥିଲେ । କ୍ରମେ ଗୌତମ ଋଷିଙ୍କର ତିନି ପୁତ୍ରଯାକ ବଡ ହେଲେ । ଥରେ ଦୂରରେ ଥିବା ଋଷିଙ୍କର ଶିଷ୍ୟମାନଙ୍କ ସହ ଦେଖା କରିବା ନିମନ୍ତେ ତିନିଜଣଯାକ ଋଷିପୁତ୍ର ଆଶ୍ରମରୁ ବାହାରିଗଲେ । ଶିଷ୍ୟମାନେ ସେ ତିନିଜଣଙ୍କୁ ବହୁତ ଆଦର...