ବହୁତ ଦିନ ପୁରୁଣା କଥା । ସମ୍ରାଟ୍ ଆକବରଙ୍କ ସାମ୍ରାଜ୍ୟ ମଧ୍ୟରେ ଦୁଇଜଣ ବନ୍ଧୁ ବାସ କରୁଥିଲେ । ଦୁହିଁଙ୍କ ମଧ୍ୟରେ ଖୁବ୍ ମିତ୍ରତା ଥିଲା । ସେହି ଦୁଇଜଣଙ୍କ ମଧ୍ୟରୁ ମୋତିଲାଲ୍ ଥିଲେ ବ୍ୟବସାୟୀ । ସେହିପରି ରାମଦାସ ମଧ୍ୟ ସାମାନ୍ୟ ନଥିଲେ, ତାଙ୍କର ମଧ୍ୟ ଅମାପ ଧନ ଥିଲା । ସେଥିଲାଗି ଏହି ଦୁଇ ମିତ୍ରଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା । ଏମିତି ଏକ ସମୟ ଆସିଲା କି ରାମଦାସ ଓ ତାଙ୍କ ସ୍ତ୍ରୀଙ୍କର ଇଚ୍ଛା...
ଢେର୍ ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡିଆ ପଡାର ଉତ୍ତର-ଦକ୍ଷିଣ ଲମ୍ବା ସଡକର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସେ ସବୁଗୁଡିକ ଅମଲା ମୁକ୍ତାର ଓକିଲମାନଙ୍କ ବସା । ଗିରସ୍ତି ଘର ଗୋଟିଏ ହେଲେ ବି ସେଠି ନାହିଁ । କଟକ, ପୁରୀ, ଯାଜପୁରବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡାରେ ହିଁ ବସା କରି ରହନ୍ତି । ମୁକ୍ତାରବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମପଟ ସାହାଲାର ମଝିରେ ।...
କୈଳାସ ଶିଖର ଓ କାଂଚନ ଶିଖରରେ ପହଁଚି ହନୁମାନ ଔଷଧ ଗଛ ଗୁଡିକ ଖୋଜିବାରେ ଲାଗିଲେ । କିନ୍ତୁ ସବୁ ଗଛ ତ ପ୍ରାୟ ସମାନ ଦିଶୁଛି । ସେ ବିରକ୍ତ ହୋଇ ସମଗ୍ର ପର୍ବତଟିକୁ ଉପାଡି ଧରି ଆକାଶରେ ଉଡିଉଡି ଫେରିଲେ । ଦୂରରୁ ଏତେବଡ ପାହାଡ ଧରି ଉଡିଆସୁଥିବା ହନୁମାନଙ୍କୁ ଦେଖି ବାନର ସୈନ୍ୟମାନେ ସିଂହନାଦ କଲେ । ହନୁମାନ ଆକାଶରୁ ତଳକୁ ଓହ୍ଲାଇଲେ, ଗୁରୁଜନ ମାନଙ୍କୁ ପ୍ରଣାମ କଲେ ଓ ସମାସ୍କନ୍ଧ ମାନଙ୍କୁ ଆଲିଙ୍ଗନ କଲେ । ଔଷଧ ଦିଆଗଲା ।...
ରାବଣର ଦରବାରରେ ଥିବା ରାକ୍ଷସମାନେ ନିଜ ନିଜର ବାହାଦୁରୀ କହିସାରିବା ପରେ ବିଭୀଷଣ ନିଜ ଆସନରୁ ଉଠି ରାବଣକୁ ପ୍ରଣାମ କରି କହିଲେ, “ଶାସ୍ତ୍ର ବଚନ ହେଲା ସାମ, ଦାନ, ଓ ଭେଦ ଦ୍ୱାରା କାମ ନ ହେଲେ ଦଣ୍ଡ ଦିଆଯାଇଥାଏ । ଏଠାରେ ଆପଣଙ୍କ ଶତ୍ରୁ ହେଲେ ରାମ । ଏଠାରେ ଦଣ୍ଡ ବି କୌଣସି କାମ ହେବନାହିଁ; କାରଣ ତାଙ୍କ ଶକ୍ତି ଅପାର । ତାଙ୍କର ଶକ୍ତିକୁ ଅନୁମାନ କରିବାହିଁ ନିତାନ୍ତ କଷ୍ଟକର । କେବଳ ହନୁମାନର ଶକ୍ତିକୁ ଦେଖନ୍ତୁ । ଏତେ...
ଏମିତି ଅନେକ ଗୁରୁକୁଳ ଆଶ୍ରମ ମଧ୍ୟରେ ଗୁରୁ ରାମାନନ୍ଦଙ୍କର ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମର ଚତୁଃପାଶ୍ୱର୍ରେ ଅନୁପମ ପରିବେଶ । ବିଶାଳ ବୃକ୍ଷ ସବୁ ସୁସ୍ୱାଦୁ ଫଳରେ ପରିପୂର୍ଣ୍ଣ । ବଗିଚାଟି ରଙ୍ଗ ବେରଙ୍ଗର ସୁଗନ୍ଧିତ ପୁଷ୍ପରାଜିରେ ପରିଶୋଭିତ । ପୁନଃଶ୍ଚ ତାଙ୍କ ଆଶ୍ରମ ନିକଟରେ ଏକ ସୁବିସ୍ତୀର୍ଣ୍ଣ ସ୍ୱଚ୍ଛ ନୀରଯୁକ୍ତ ପୁଷ୍କରିଣୀ । ଏସବୁ ସତ୍ତ୍ୱେ ଗୁରୁ ରାମାନନ୍ଦଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିଲା । ସେ ଥିଲେ...
(ଆପାତତଃ ରାଜୁ ଆସି ଏପରି ଏକ ରାଜ୍ୟରେ ପହଁଚିଛି, ଯେଉଁଠି ଲୋକେ ସର୍ବଦା ସନ୍ତୁଷ୍ଟ । କାହାରି ମନରେ କିଛି ପାଇବା ପାଇଁ ଆଶା ନାହିଁ; ତେଣୁ ହତାଶା ବି ନାହିଁ । ରାଜକୁମାରୀ ଯେପରି ଗୀତ ଗାଇ ପାରିବେ ସେହି ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ତାଙ୍କ ସାହାଯ୍ୟରେ ତା’ର ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ ବହୁତ ଉଦ୍ୟମ କଲା । ତା’ପରେ…) ହରିଣଟିଏ ଦୌଡିଯାଉଥିବାର ଦେଖି ରାଜକୁମାରୀ ପାଟି କରି କହିଲେ, “ହରିଣ! ନୀଳ ପର୍ବତ...
ବୁଦ୍ଧିମାନ୍ କହିଲେ, “ମହାଶୟ, କେହି ଯଦି ଆମ ଯୁବକମାନଙ୍କୁ ପ୍ରତିଯୋଗିତା ପାଇଁ ଆହ୍ୱାନ କରେ, ତେବେ ସେମାନେ ଯଥାର୍ଥ ପ୍ରତ୍ୟୁତ୍ତର ଦିଅନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ଅତୁଳନୀୟ । ସେଥିପାଇଁ ସମସ୍ତେ ନୀରବ । ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ, କିଛିଦିନ ଏଠାରେ ରହି ଆମ ଯୁବକମାନଙ୍କୁ କ୍ରୀଡା ଓ ଯୁଦ୍ଧର କୌଶଳସବୁ ଶିଖାଇବେ । ଏଠାରେ ଆମେ ମଧ୍ୟ ଯତ୍ନର ସହିତ ଆପଣଙ୍କୁ ରଖାଇଛୁ । ଆନନ୍ଦ ଓ ଖୁସିରେ ରହନ୍ତୁ । ଆପଣ ଦେଶକୁ...
ବହୁଦିନ ତଳର କଥା । ରାଜଦରବାରରେ ନାରାୟଣ ଭଟ୍ଟ ନାମକ ଜଣେ ବିଦୂଷକ ଥିଲେ । ରାଜା ତାଙ୍କୁ ରାଜନଅରର ଅପରପାଶ୍ୱର୍ରେ ଏକ ସୁନ୍ଦର ନିବାସ ଉପହାର ଦେଇଥାଆନ୍ତି । ନାରାୟଣ ଭଟ୍ଟ ଏହି ଗୃହରେ, ଅନେକ ବର୍ଷ ବେଶ୍ ଆନନ୍ଦରେ କଟେଇଲେ । କିନ୍ତୁ ଅଳ୍ପଦିନ ତଳେ ସେହି ଗୃହର ସମୀପରେ ଅନ୍ୟ ଏକ ଗୃହ ବହୁମଲ୍ଲ ନାମକ ଜଣେ ମଲ୍ଲଯୋଦ୍ଧା କ୍ରୟ କଲେ । ସେ ସେଠାରେ ରହିବାକୁ ଆରମ୍ଭ କରିବା ଦିନଠାରୁ ଭଟ୍ଟଙ୍କ ଆଖିରୁ ନିଦ...
ବହୁତ ଦିନ ତଳର କଥା । ଗାନ୍ଧାର ଦେଶରେ ଜଣେ ଗରିବ କୃଷକ ଓ ତା’ର ପରିବାର ଏକ ପାହାଡ ଗୁମ୍ଫାରେ ରହୁଥିଲେ । ଗରିବ ହେଲେ ମଧ୍ୟ ସେ କୃଷକ ଜଣକ କର୍ମଠ, ଦାୟିତ୍ୱବାନ ଓ ପରିଶ୍ରମୀ ଥିଲା । ତା’ର ପାଖରେ ଦୁଇତିନି ଖଣ୍ଡ ପାହାଡିଆ ଜମି ଥିଲା । ପାହାଡିଆ ଜମି ଯୋଗୁଁ ମାଟି ଆଦୌ ଉର୍ବର ନଥିଲା । ସେଥିପାଇଁ ଫସଲ ବି ଭଲ ହଉନଥିଲା । ତେଣୁ ସେ ପରିବାରର ଅନ୍ୟ ସଦସ୍ୟମାନେ ଏହି ଦୁଃଖ ଦୁର୍ଦ୍ଦଶା ପାଇଁ କେବଳ ସେ କୃଷକଙ୍କୁ ହିଁ ବହୁତ...
ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟଙ୍କର ନାନାଦି କିସମର ଅଦ୍ଭୁତ ଜିନିଷ ସବୁ ସଂଗ୍ରହ କରିବାରେ ସଉକ୍ ଥିଲା । ରାଜାଙ୍କର ଏହି ସଉକ୍ ପୂରଣ କରିବାପାଇଁ ରାଜାଙ୍କ ପାରିଷଦ ବର୍ଗ ମଧ୍ୟ ସବୁ ସମୟରେ କେବଳ ଚେଷ୍ଟା କରୁଥାଆନ୍ତି । ମହାରାଜଙ୍କର ମନ କିଣିବା ସମସ୍ତଙ୍କର ଯେପରି ଗୋଟିଏ ଉଦ୍ଧେଶ୍ୟ । ଦିନେ ରାଜାଙ୍କର ଜଣେ ସେବକ ଆସି ରାଜାଙ୍କୁ କହିଲା, “ମହାରାଜ! ମୁଁ ଆପଣଙ୍କ ପାଇଁ ଏକ ଅଦ୍ଭୁତ୍ ଜିନିଷ ଆଣିଛି । ଆପଣ ତ କେବେବି...
ରାଜା ବିଜୟଦେବ ଅନୁପମ ନାମକ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେ ଜଣେ ଜ୍ଞାନୀ ଗୁଣୀ ରାଜା ଥିଲେ । ତାଙ୍କ ଦରବାରରେ ସେ ନାନା ଦେଶରୁ ବୁଦ୍ଧିମାନ ଓ ଜ୍ଞାନୀ ପଣ୍ଡିତମାନଙ୍କୁ ଡକାଉଥିଲେ । କାହିଁକିନା ତାଙ୍କ ଦରବାରରେ ଜ୍ଞାନର ବିଶେଷ ଆଦର ଥିଲା । ତେଣୁ ସେ ପଣ୍ଡିତମାନଙ୍କୁ ଡକାଇ ସେମାନଙ୍କ ଭିତରେ ପ୍ରଶ୍ନୋତ୍ତର ଓ ଆଳାପ ଆଲୋଚନା କରାଉଥିଲେ । ତଦ୍ୱାରା ପାରିଷଦ୍ବର୍ଗ ମଧ୍ୟ ବହୁ ଜ୍ଞାନ ଅର୍ଜ୍ଜନ କରୁଥିଲେ । ସଭା ଶେଷରେ...
ଜଣେ ଗୁରୁଙ୍କର ଦୁଇ ଜଣ ଶିଷ୍ୟ ଥିଲେ । ସେମାନେ ହେଲେ ବ୍ରଜାନନ୍ଦ ଓ ଆଲୋକାନନ୍ଦ । ସେମାନଙ୍କର ବହୁ ଦିନ ହେଲା ଭେଟ ହୋଇ ନଥିଲା । ଦିନେ ସେ ଦୁହେଁ ବିପରୀତ ଦିଗରୁ ଆସୁ ଆସୁ ବାଟରେ ପରସ୍ପର ପରସ୍ପରକୁ ହାବୁଡିଲେ । ଗପସପ ହେଉ ହେଉ ବ୍ରଜାନନ୍ଦ କହିଲେ, “ମୁଁ ଦେଖୁଛି ପ୍ରତ୍ୟେକ ମଣିଷ ଭିତରେ କୌଣସି ନା କୌଣସି ଗୁଣ ରହିଛି ।” “ବାଜେ କଥା । ପ୍ରତି ମଣିଷ ଭିତରେ ସେମିତି କିଛି ଗୁଣ ଥିବ...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ...
ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ଲାଭ କରି ସାରିବା ପରେ ସେମାନେ ରାଜସୂୟ ଯଜ୍ଞ କରିବା ପାଇଁ ଆୟୋଜନ କଲେ । ଯଜ୍ଞ ମଧ୍ୟ ଆରମ୍ଭ ହେଲା ଠିକ୍ ମୁହୂର୍ତ୍ତରେ । ସମ୍ରାଟ ଯୁଧିଷ୍ଠିରଙ୍କ ଆଦେଶରେ ଦାନ ପାଇଁ ଭଣ୍ଡାର ଘରକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦିଆ ଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦାନ ଗ୍ରହୀତାମାନେ ଭୋଜନ ସାରି ନିଜ ନିଜର ଦାନ ନେଇ ଫେରି ଯାଉଥାଆନ୍ତି । ଦିବସର ଅନ୍ତିମ ଭାଗକୁ ଯଜ୍ଞ କାର୍ଯ୍ୟ ଶେଷ ହେବାକୁ...
ଅନ୍ୟ ରାଜ୍ୟରୁ ହୋଲାପୁରୀ ରାଜ୍ୟକୁ ସୁନା ଆଣି ବିକ୍ରି କରିବା, ନିଷେଧ କରାଗଲା । ଯଦି କେହି ସେପରି କରେ ତ ତାକୁ ଦଣ୍ଡ ଦିଆଯିବ । କଳିଙ୍ଗ ରାଜ୍ୟର ଯୁବକଟିଏ ନଗର ଦ୍ୱାରରେ ପ୍ରବେଶ କରିବା ବେଳେ, ନଗର ରକ୍ଷକଙ୍କୁ ପଚାରିଲା, “ମହାଶୟ, ଆସନ୍ତାଥର ମୁଁ ଯେତେବେଳେ ଆସିବି, କିଛି ସୁନା ବିକ୍ରି କରିବାକୁ ନେଇ ଆସିବି କି?” ନଗର ରକ୍ଷକ କହିଲେ, “ଅସମ୍ଭବ, ଏହା ତ ଘୋର୍ ଅପରାଧ” ତା’ପରେ...
ଜାମ୍ଲା ଗାଁ’ରେ ଜଣେ ଗରିବ ଲୋକଟିଏ ରହୁଥାଏ । ହେଲେ ସେ କଥା କହିପାରୁ ନଥାଏ । ତା’ର ଥାଆନ୍ତି ଯୋଡିଏ ଗାଈ । ସବୁଦିନ ସେ ଲୋକଟି ତା ଗାଈମାନଙ୍କୁ ଚରାଇବାକୁ ପାହାଡ ନିକଟକୁ ନିଏ । ଆଉ ସେଇ ପାହାଡର ଗୁମ୍ଫାରେ ରହୁଥାଆନ୍ତି ଜଣେ ସାଧୁ । ସେ ଏ ଗାଈ ଦୁଇଟିଙ୍କୁ ବେଶ୍ ଭଲ ପାଉଥାନ୍ତି । ଏପରିକି ଗାଈମାନେ ଚରୁଥିବା ବେଳେ ସେ ସାଧୁଜଣକ ସେମାନଙ୍କ ଉପରେ ଆଖି ରଖିଥାନ୍ତି । ସମୟକ୍ରମେ ସେ ଲୋକଟିର ଗାଈ ସଂଖ୍ୟା...
ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା । ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ...
ଯାମୁନଗରର ରାଜା ହରିକାନ୍ତ ଭୋଗବିଳାସରେ ଥାଇ ଅତି ନିଶ୍ଚିନ୍ତ ମନରେ ଶାସନ କାର୍ଯ୍ୟ ଚଲାଉଥା’ନ୍ତି । କାରଣ ଏକେ ତ ତାଙ୍କର ଶତୃଭୟ ପ୍ରାୟ ନଥିଲା; ଦ୍ୱିତୀୟରେ ମନ୍ତ୍ରୀମାନେ ଅତ୍ୟନ୍ତ ବିଶ୍ୱସ୍ତ ଓ କାର୍ଯ୍ୟଦକ୍ଷ । କିଛିଦିନ ପରେ ଦେଖାଗଲା କ୍ରମଶଃ ରାଜା ଅଧିକରୁ ଅଧିକ ମୋଟା ହେବାକୁ ଲାଗିଲେ । ଶେଷରେ ସେ ଏତେ ମୋଟା ହେଲେ ଯେ ଗୋଟିଏ ସ୍ଥାନରୁ ଉଠିବା ତାଙ୍କ ପକ୍ଷେ ଖୁବ୍ କଷ୍ଟସାଧ୍ୟ ହୋଇ ପଡିଲା । ସେ...
ଏକଦା ଶରୀରର ବାମହାତ ମନରେ ଡାହାଣ ହାତ ପ୍ରତି ଈର୍ଷାଭାବ ଜାତ ହେଲା । ତହୁଁ ବାମହାତ ମଣିଷକୁ କହିଲା, “ତୁମେ ତୁମର ଡାହାଣ ହାତକୁ ନେଇ ଭଲ ଭଲ କାମ ସବୁ କରୁଛ । ଯେପରି ଡାହାଣ ହାତରେ ବହିଲେଖା, ଛବିଅଙ୍କା ଓ ଖାଦ୍ୟ ଖାଇବା କାମ ବି ହେଉଛି । ଏତଦ୍ ବ୍ୟତିତ ସମସ୍ତ ଧର୍ମ କର୍ମରେ ଡାହାଣ ହାତ ବି ଲୋଡା ପଡିଯାଏ । ମାତ୍ର ମୁଁ ସମସ୍ତ ପ୍ରକାର ଅପରିଷ୍କାର କାର୍ଯ୍ୟରେ ନିୟୋଜିତ ହେଉଛି । ସତେଯେମିତି ସମସ୍ତ ପ୍ରକାର ଅଶୁଭ...
ଜଣେ ରାଜା ଥିଲେ, ସେ ଖୁବ୍ ଉଦାର ଓ ଦୟାଳୁ । ସବୁ ପ୍ରଜାଏଁ କିପରି ସୁଖରେ, ମଙ୍ଗଳରେ ରହିବେ, କାହାରି କିଛି ଅସୁବିଧା, ଅଭିଯୋଗ ରହିବ ନାହିଁ, ଏହାହିଁ ତାଙ୍କର ଚିନ୍ତା ଥିଲା । ଲୋକଙ୍କ ଅବସ୍ଥା ନିଜେ ଦେଖିବା ପାଇଁ ସେ ଥରେ ଛଦ୍ମବେଶରେ ରାଜ୍ୟ ଭିତରେ ବୁଲୁଥିଲେ । ଦିନେ ଛଦ୍ମବେଶରେ ବୁଲୁଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ତାଙ୍କ ଆଖିରେ ପଡିଲା । ଚଷାଟିଏ ତା ବିଲରେ ହଳ କରୁଥିଲା । କିନ୍ତୁ ବଳଦ ପରିବର୍ତ୍ତେ...
ଅନେକ ଦିନ ତଳର କଥା । ଉଗ୍ରସେନ ନାମକ ଜଣେ ରାଜା ପ୍ରତାପଗଡରେ ଶାସନ କରୁଥିଲେ । ତାଙ୍କର ଏକ ବିଶାଳ ସେନା ଥିଲା । ଏହି ଶକ୍ତିଶାଳୀ ସେନା ବଳରେ ରାଜା ଉଗ୍ରସେନ ଅନେକ ରାଜ୍ୟ ଜୟ କରିଥିଲେ । ତଥାପି ରାଜାଙ୍କର ଯୁଦ୍ଧଖୋର ପ୍ରକୃତି ଯୋଗୁଁ ସେ ଅଧିକରୁ ଅଧିକ ରାଜ୍ୟ ଜୟ କରିବାକୁ ଚାହିଁଲେ । ସେ ରାଜାଙ୍କ ଶକ୍ତିଶାଳୀ ସେନାରେ ବିଚିତ୍ର ମୋହନ ନାମକ ଏକ ସୈନ୍ୟ ଥିଲା । ଏହି ସୈନିକ ଜଣକ ସବୁ ଯୁଦ୍ଧରେ ରାଜାଙ୍କ ସହିତ ରହି...
ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର ଚଳିଯାଏ । ବାଲ୍ୟକାଳରୁ ସେ ଦାସିଆ ବାଉରୀ ପ୍ରଭୁ...
ଥରେ ଚାରିଜଣ ବ୍ୟବସାୟୀ ବନ୍ଧୁ ବାଗଦାଦ୍ ସହରରେ ଯାଇ ପହଁଚିଲେ । ସେମାନେ ଗୋଟିଏ ପାନ୍ଥନିବାସରେ ତାଙ୍କର ଜିନିଷପତ୍ର ସବୁ ରଖି, ସ୍ନାନାଦି ଶେଷ କରି ବଜାରକୁ ଗଲେ । ସୁଯୋଗ ଦେଖି ଗୋଟିଏ ଚୋର ସେମାନଙ୍କ ଘରେ ପଶି ସେମାନଙ୍କର ଶୁଖୁଥିବା ଲୁଗା ସବୁ ନେଇ ଚାଲିଗଲା । ଲୁଗାସବୁ ନେଇ ସେ ହାଟକୁ ବିକିବାକୁ ଗଲା । ହେଲେ ପୁରୁଣା ଲୁଗା ବୋଲି ସେଗୁଡିକୁ କେହି ବି କିଣିଲେ ନାହିଁ । ତଥାପି ବି ବିକିବା ଆଶାରେ...
ରାକ୍ଷସ ଉଗ୍ରାକ୍ଷର ଅତିଥି ଭାବରେ ଥିବା ବେଳେ ରାତିରେ ରାଜା ଚିତ୍ରସେନ ଅଗ୍ନିଦ୍ୱୀପର ଭୟଙ୍କର ପକ୍ଷୀମାନଙ୍କ କଥା ଶୁଣି ସେମାନଙ୍କୁ ଦେଖିବାକୁ ଗଲେ । ଉଗ୍ରାକ୍ଷର ଅନୁଚରମାନଙ୍କ ସହ ସେ ପକ୍ଷୀମାନଙ୍କ ଉପରେ ସବାର୍ ହୋଇ ଆସିଥିବା ଲୋକଙ୍କର ଲଢେଇ ହେଲା । ଉଗ୍ରାକ୍ଷ ଆହତ ହେଲା । ତା’ପରେ… ଉଗ୍ରାକ୍ଷ ନିଜ ସେବକ କାନ୍ଧରେ ଭରାଦେଇ ଠିଆ ହେଲା । ଯନ୍ତ୍ରଣା ଯୋଗୁଁ ଥରେ ସେ ଚିତ୍କାର କଲା । କିଛି ସମୟ ଚିନ୍ତା କରି ସେ...
ଦିନେ ରାଜା ଘରର ବାରିକକୁ ଗୋପାଳ କହିଲା – ବଡ ବେଶୀ ରୁଢ ହୋଇ ଗଲାଣି, ଆଜି ଭାଇ ମୋତେ ଖିଅର କରି ଦେବୁ । କିନ୍ତୁ ବାରିକ ତ ଧୂର୍ତ, ସେ ଜାଣେ ଯେ, ଗୋପାଳ ଭାଣ୍ଡ ପଇସା ଟିଏ ତ ମୋତେ ଦେବ ନାହିଁ, ସେ ତାକୁ କହିଲା କାଲି ଖିଅର କରି ଦେବି । ପର ଦିନ ଗୋପାଳ ପୁଣି ଖିଅର କରିବା କଥା କହିବାରୁ ସେ କହିଲା କାଲି କ’ଣ ହେଲାଣି କି? ଏପରି କହିବାରୁ ଗୋପାଳ ଜାଣିଲା ଏ ମୋତେ ଠକିଲା, ମୁଁ ପଇସା ନ ଦେଇ ଖିଅର ହୋଇ...
ଦିନେ ତେନାଲୀରାମା ଖବର ପାଇଲେ ଯେ ରାଣୀ ତିରୁମାଲା ଦେବୀ ହଇରାଣରେ ପଡିଛନ୍ତି ଏବଂ ତେନାଲୀରାମାଙ୍କୁ ସଂଗେ ସଂଗେ ଦେଖା କରିବା ପାଇଁ କହିଛନ୍ତି । ଏ ଖବର ପାଇଲା ମାତ୍ରକେ ତେନାଲୀରାମା ବି ସଂଗେ ସଂଗେ ରାଣୀଙ୍କ ପାଖରେ ଯାଇ ପହଁଚିଗଲେ । ରାଣୀ କହିଲେ, “ଦିନେ ରାଜା କୃଷ୍ଣଦେବ ରାୟ ସ୍ୱ ରଚିତ ନାଟକ ମୋତେ ଶୁଣାଉଥିବା ସମୟରେ ଅସୁସ୍ଥତା ଜନିତ କ୍ଳାନ୍ତି ହେତୁ ମୋତେ ଟିକେ ନିଦ ଆସିଗଲା । ତେଣୁ ମୋତେ ଖାଲି ହାଇ ଉପରେ ହାଇ...
ମୂଷାମାନେ ବିଲେଇ ଡରରେ ବ୍ୟସ୍ତ ହୋଇ ଗୋଟିଏ ସଭା ଡାକିଲେ । ସେମାନଙ୍କର ମୁଖ୍ୟ ଚିନ୍ତା ହେଲା କିପରି ବିଲେଇଠାରୁ ରକ୍ଷା ପାଇବେ । ବହୁତ ଚିନ୍ତା କଲାପରେ ଜଣେ ମୂଷା କହିଲା, “ଯଦି ଆମେ ବିଲେଇ ବେକରେ ଗୋଟିଏ ଘଂଟି ବାନ୍ଧିଦେବା, ତେବେ ବିଲେଇ ଆସିବା କ୍ଷଣି ଆମେ ସେଇ ଘଂଟି ଶବ୍ଦ ଶୁଣି ବିଲେଇଠାରୁ ଦୌଡି ପଳାଇ ଯାଇ ନିଜକୁ ରକ୍ଷା କରିପାରିବା ।” ଏଥିରେ ସମସ୍ତେ ଖୁସି ହୋଇ, ଏହି ପ୍ରସ୍ତାବରେ ରାଜି ହୋଇଗଲେ । ହେଲେ ସବୁ...
ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି ରାଜୁ ଯାଇ ଜ୍ଞାନ-ବିଜ୍ଞାନ ରାଜ୍ୟରେ ପହଁଚିଗଲା । ସେ ରାଜ୍ୟର ବକ୍ର-ଦାଢୀବନ୍ତ ପୁରୋହିତ ତା’ଉପରେ ବିରକ୍ତ ହୋଇ ତାକୁ ଧରିବା ପାଇଁ ସିପାହୀମାନଙ୍କୁ ନିର୍ଦେଶ ଦେଲା । ରାଜୁ ଦୌଡି ପଳାଇ ଯାଉ ଯାଉ ଗୋଟିଏ ପାହାଡ ଉପରେ ଲୋମହର୍ଷକ ଦୃଶ୍ୟଟିଏ ଦେଖି ହଠାତ୍ ରହିଗଲା । ତା’ପରେ… ରାଜୁ ଦେଖିଲା, ପାହାଡ ଉପରେ ସୁକୁମାର ବାଳକଟିଏ ସତେ ଅବା ମନ୍ତ୍ରମୁଗ୍ଧ ହୋଇ ଅଚଳ ଭାବରେ ଠିଆ...
କୌଣସି ଗୋଟିଏ ଗ୍ରାମରେ ଦୁଇଜଣ ବନ୍ଧୁ ଥା’ନ୍ତି । ସେ ଦୁହେଁ ଏକୁ ଆରେକ ବଳି ଅଳସୁଆ ଓ ଠକ । ତନ୍ମଧ୍ୟରୁ ଜଣକ ନାମ ବକ୍ରବୁଦ୍ଧି; ଅନ୍ୟ ଜଣକର ନାମ ହେଉଛି ଦୁର୍ବୁଦ୍ଧି । ନିଜ ଗ୍ରାମରେ ସେମାନେ ଆଉ କେତେ ଠକି ଖାଇବେ । ଏଭଳି ଭାବି ଦିନେ ସେ ଦୁହେଁ ବିଚାର କରି ଠିକ୍ କଲେ କୌଣସି ଦୂର ରାଜ୍ୟକୁ ଯାଇ ନିଜର ବୁଦ୍ଧି ବଳରେ କିଛି ଗୋଟେ ବ୍ୟବସ୍ଥା ନିଶ୍ଚୟ କରିବେ । ଦିନେ ନିଜ ଗ୍ରାମ ଛାଡି ସେ ଦୁହେଁ ଚାଲିଲେ । ସଂଧ୍ୟା ହେବା...
ଗୁରୁ ଧୈମ୍ୟ ମୁନିଙ୍କ ଆଶ୍ରମର ଜଣେ ଶିଷ୍ୟ ଥିଲେ ଉପମନ୍ୟୁ । ସେ ଥିଲେ ଗୁରୁ ଆଶ୍ରମର ଗାଈମାନଙ୍କୁ ପାଳନ କରିବାର ଦାୟିତ୍ୱରେ । ଦିନ ତମାମ୍ ସେ ସେହି ଗାଈମାନଙ୍କ ସେବାରେ ବ୍ୟସ୍ତ ରହୁଥିଲେ । ଦିନରେ ଏହି କାର୍ଯ୍ୟ କରିସାରି ରାତିରେ ସେ ଭିକ୍ଷା ମାଗିବା ପାଇଁ ଯାଉଥିଲେ । ଗୁରୁଦେବ ଥରେ ଉପମନ୍ୟୁଙ୍କର ଐକାନ୍ତିକ ଗୁରୁଭକ୍ତିକୁ ପରୀକ୍ଷା କରିବା ଲାଗି ଚିନ୍ତା କଲେ । ତେଣୁ ଦିନେ ସେ ମୁନି ଉପମନ୍ୟୁଙ୍କୁ ପାଖକୁ ଡାକି କହିଲେ...
ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ । ସେ ସବୁବେଳେ ନାକରେ କଥା କୁହେ, ପୁଣି ନାସ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ । ତା’ ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ “ନାକୁଆ ନିମନ୍” ବୋଲି ଡାକନ୍ତି । ନିମନ ପରିଶ୍ରମ କରି ତା’ ନିଜ ପେଟ ପୋଷେ । ହେଲେ କେଉଁଠି କିଛି ବିନା ପରିଶ୍ରମରେ ମାଗଣା ମିଳିଗଲେ ସେ ବଡ ଆନନ୍ଦ ପାଏ । କାହାକୁ ନାନା କଥା କହି...
ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ...
ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ । ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର ମୁଖ୍ୟ ଚିନ୍ତା । ତାଙ୍କ ଗୁମାସ୍ତା ଦୁଇଜଣ ଯୁବକଙ୍କ ନାମ...