(ନାଗପୁରୀ ରାଜଭବନରୁ ଯେଉଁ “ଶତାଦ୍ଦିକା” ପୁଷ୍ପ ଚୋରି ହୋଇଥିଲା ତାହା ସମୁଦ୍ରତଟରେ ଥିବା ନୌକାରୁ ମିଳିଲା । ତା’ପରେ ଦଳପତି ନାଗସିଂହ ଓ କେତେକ ସୈନ୍ୟଙ୍କ ସହ ଉତୁଙ୍ଗ “ଶତାଦ୍ଦିକା” ଫୁଲ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଗଲେ । ଅଳ୍ପବାଟ ଯିବା ପରେ ନାଗସିଂହ ଉତୁଙ୍ଗଙ୍କୁ ସମୁଦ୍ରରେ ଠେଲି ପକାଇଦେଲେ ଓ “ଶତାଦ୍ଦିକା” ଫୁଲ ଧରି ଗଲେ । ଉତୁଙ୍ଗ କୌଣସି ମତେ କୂଳ ଆଡକୁ ଆସିଲେ । ଏଣିକି ଆଗକୁ ପଢନ୍ତୁ) ...
ଥରେ ସ୍ୱର୍ଗରେ ଦେବେନ୍ଦ୍ର ସିଂହାସନରେ ବସି ଭାବିଲେ ସମସ୍ତିଙ୍କର ଇଚ୍ଛା ସେ ପୁରଣ କରିବେ; ବିଶେଷତଃ ଭୂଲୋକବାସୀଙ୍କର । ସେଥିପାଇଁ ସେ ସାତଜଣ ନକ୍ଷତ୍ରଙ୍କୁ ଡାକିଲେ । ଏହାପରେ ସେମାନେ ଉପସ୍ଥିତ ହୋଇ ଦେବେନ୍ଦ୍ରଙ୍କୁ ପଚାରିଲେ, “ଆମମାନଙ୍କ ପ୍ରତି କ’ଣ ଆଦେଶ ପ୍ରଭୁ?” ଏହା ଶୁଣି ଦେବେନ୍ଦ୍ର କହିଲେ, “ମୁଁ ସମସ୍ତ ଭୂଲୋକବାସୀଙ୍କୁ ସୁଖ ପ୍ରଦାନ କରିବାକୁ ଚାହୁଁଛି । ମାତ୍ର ମୁଁ ଚାହେଁ ଯାହା କିଛି ମୁଁ ଦେବି ତୁମମାନଙ୍କ...
ଗୋଟିଏ ରାଜ୍ୟରେ ଦୁଇଜଣ ସାଙ୍ଗ ଥାଆନ୍ତି । ଜଣଙ୍କର ନାମ ଧର୍ମବୁଦ୍ଧି ଓ ଅନ୍ୟ ଜଣଙ୍କର ନାମ ପାପବୁଦ୍ଧି । ଧର୍ମବୁଦ୍ଧି ସାଙ୍ଗଟି ସଦା ସତ୍ୟ କହେ, ଅନିଷ୍ଠ ଚିନ୍ତା କରେ ନାହିଁ । ଭାରି ସରଳ ଓ ସାଧୁ ପ୍ରକୃତିର । କିନ୍ତୁ ନାମ ଅନୁସାରେ ପାପବୁଦ୍ଧି ଖୁବ୍ ଜଟିଳ ଏବଂ କୁଟୀଳ ପ୍ରକୃତିର । ଏମିତି ଅନେକ ମନ୍ଦ ଚରିତ୍ରର ଲୋକ ଅଛନ୍ତି । ସେମାନେ ସଦାସର୍ବଦା ପରର ଅନିଷ୍ଟ କରିବାରେ ଥାଆନ୍ତି । ପାପବୁଦ୍ଧିର...
ଗୋଟିଏ ବେଙ୍ଗ ତା’ ପିଲାଙ୍କ ସାଙ୍ଗରେ ପଡିଆରେ ବୁଲୁଥିଲା । ସେ ବେଙ୍ଗ ଦେଖିଲା ପାଖରେ ଗୋଟିଏ ବଡ ବଳଦ ଚରୁଛି । ତାପରେ ସେ ବେଙ୍ଗ ଭାବିଲା – ମୁଁ କାହିଁକି ବଳଦ ପରିକା ବଡ ନ ହୋଇ ପାରିବି । ସେଇ ବିଶ୍ୱାସ ନେଇ ବେଙ୍ଗ ନିଜ ଛାତି ଫୁଲାଇ ତା’ ପିଲାଙ୍କୁ ପଚାରିଲା, “ମୁଁ କ’ଣ ସେ ବଳଦଠାରୁ ବଡ ହେଲି? ତା’ ପିଲାମାନେ କହିଲେ, “ନା ବଳଦ ତୁମଠାରୁ ବହୁତ ବଡ । ଏଥିରେ ସେ ବେଙ୍ଗ ରାଗିଯାଇ ଆହୁରି ଜୋର୍ରେ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଏଥି ସହିତ ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ଗୋଟିଏ ଗାଁ’ରେ ଜଣେ କୃଷକ ଓ ତା’ସ୍ତ୍ରୀ ରହୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି । ସେଥିପାଇଁ ସେମାନଙ୍କ ମନ ଭାରି କଷ୍ଟ ହେଉଥାଏ । ବହୁତ ଓଷାବ୍ରତ କଲାପରେ ସେ କୃଷକ ସ୍ତ୍ରୀର ଗୋଟିଏ ପିଲା ଜନ୍ମ ହେଲା । ହେଲେ ଏଥିରେ ସେମାନେ ମୋଟେ ଖୁସି ହେଲେ ନାହିଁ । କାରଣ ସେ ପିଲାଟି ଥିଲା ଗୋଟିଏ ବେଙ୍ଗ । ଏପରି ଏକ ଅଦ୍ଭୁତ ପିଲାକୁ ଦେଖି ସେ କୃଷକ କହିଲା, ‘ଏ ବେଙ୍ଗଟିକୁ ବିଲରେ...
ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି । ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ । ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ...
ପୁରୁଣାକାଳର କଥା । ବାଗ୍ଦାଦ୍ରେ ଅଲି ନାମକ ଜଣେ ବାରିକ ଥାଏ । ସେ ତା’ ନିଜ ବୃତିରେ ଏତେ ପାରଙ୍ଗମ ଥିଲା ଯେ ନଗରୀର ସମସ୍ତ ବଡ ବଡ ଲୋକ ତାରି ପାଖକୁ ହିଁ ଆସନ୍ତି । ଦିନେ ଅଲିର ଘରେ ଜାଳେଣୀ କାଠ ସରି ଯାଇଥାଏ । ବାହାରେ ସେ ଅପେକ୍ଷା କରିଥାଏ କେହି କାଠୁରିଆ ଯାଉଥିଲେ ତାକୁ ସେ ଡାକିବ ବୋଲି । କିଛି ସମୟ ପରେ ସେ ଦେଖିଲା ସେଇବାଟେ ବୁଢା କାଠୁରିଆଟିଏ ଗଧ ଉପରେ କିଛି ଜାଳେଣୀ କାଠ ଲଦି ବିକିବାକୁ ଯାଉଛି ।...
ସମ୍ରାଟ୍ ଆକବରଙ୍କର ରାଜ୍ୟ ଶାସନକାଳର କଥା । ତାଙ୍କ ରାଜତ୍ୱ କାଳରେ ଗୋଟିଏ ଗ୍ରାମରେ ଜଣେ ଲୋଭୀ ବାସ କରୁଥିଲା । ଲୋଭୀ ବହୁତ ଧନ ରୋଜଗାର କରେ । ତାହାକୁ କେବେହେଲେ ଖର୍ଚ୍ଚକରେ ନାହିଁ । ଅଜା ଅମଳର ଗୋଟିଏ ସିନ୍ଧୁକ ଥିଲା । ସେଥିରେ ସେ ସବୁଧନତକ ସାଇତି ରଖେ । ଲୋଭରେ ସେ ସାଇତି ରଖେ ଧନ, ପେଟକୁ ଖାଇବ ନାହିଁ ଅତିଥି କିମ୍ବା ଭିକାରୀ ଗୋଟିଏ ଆସିଲେ ତାଙ୍କୁ ଦାଣ୍ଡରୁ ନାନା କଥା କହି ଫେରାଇ ଦିଏ । ନିଜର...
ରାଜାପୁର ଗ୍ରାମରେ ରଙ୍ଗନାଥ ନାମରେ ଜଣେ ଲୋକ ଥିଲା । ସେ ସବୁକଥା ଭୁଲି ଯାଉଥାଏ ଓ ସେଥିପାଇଁ ସେ ତା’ ସ୍ତ୍ରୀ ଜାନକୀଠାରୁ ଗାଳି ଖାଏ । ଦିନେ ଜାନକୀ ତା’ ସ୍ୱାମୀକୁ କହିଲା, “ଯାଅ ତ ପାଖ ସହରରୁ କିଛି ଜିନିଷ ନେଇଆସ ।” ରଙ୍ଗନାଥ ଏହାଶୁଣି କହିଲା, “ଶୁଣ, ତମେ ତ ଜାଣିଛ ମୁଁ ସବୁକିଛି ଭୁଲିଯାଏ; ତମେ ପୁଣି ଏତେଗୁଡାଏ ଜିନିଷ ବରାଦ କରିଛ । ତେଣୁ କାଗଜରେ ଲେଖିଦିଅ କ’ଣ କ’ଣ ଦରକାର, ସେହି ଅନୁସାରେ ମୁଁ ସଉଦା କରି ଆଣିବି ।”...
କାଶୀପୁର ଗ୍ରାମରେ ଶ୍ରୀଧର ନାମକ ଜଣେ ସାଧାରଣ କୃଷକ ବାସ କରନ୍ତି । ତାଙ୍କର ସ୍ୱଳ୍ପ ଭୂସମ୍ପତ୍ତିରୁ ଯାହା କିଛି ଆୟ ହୁଏ, ତାକୁ ସମ୍ବଳ କରି ସେ ନିଜର ଜୀବିକା ସୁଖେ ଦୁଃଖେ ନିର୍ବାହ କରନ୍ତି । ବହୁ ଦିନରୁ ସର୍ପମନ୍ତ୍ର ଶିକ୍ଷା କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥାଏ । କିନ୍ତୁ ମନ୍ତ୍ର ଶିଖାଇବା ପାଇଁ ଗୁରୁ ମିଳୁ ନଥିବାରୁ ତାଙ୍କର ଆଶା ପୂରଣ ହୋଇ ପାରୁ ନଥାଏ । ଥରେ ସେ ତାଙ୍କର ଜଣେ...
ଅନଂଗ ଦେଶରେ ସନ୍ତ ଏବଂ ବସନ୍ତ ନାମରେ ଦୁଇଭାଇ ବସବାସ କରୁଥିଲେ । ସେମାନେ ଦେଖିବାକୁ ଯେମିତି ସୁନ୍ଦର, ସେହିପରି ମଧ୍ୟ ଗୁଣବାନ । ସେମାନେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । କେହି କାହାକୁ ଗୋଟିଏ ମୁହୂର୍ତ ପାଇଁ ମଧ୍ୟ ଛାଡୁନଥାନ୍ତି । ସେମାନଙ୍କର ଏହି ଭାତୃପ୍ରେମ ଦେଖି ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି । ସେମାନଙ୍କର ଖାଇବା, ପିଇବା, ଶୋଇବା ଏପରିକି ବୁଲିବାକୁ ଯିବା କାର୍ଯ୍ୟ ମଧ୍ୟ ସାଂଗହୋଇ କରନ୍ତି । ଦିନେ ଦୁଇଭାଇ...
ବହୁ ପୁରାତନ କଥା । ଇଉରୋପର ଫ୍ରାନ୍ସ ରାଜ୍ୟରେ ଜଣେ ରାଜା ଥିଲେ । ତାଙ୍କର ଅବା କେଉଁ କଥାରେ ଅଭାବ । ଧନ, ସମ୍ପତ୍ତି, କ୍ଷମତା ତ ଯାହାକୁ ଯେତେ । ତେଣୁ ସେ ରାଜ୍ୟର ଲୋକେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ପାଖ ପାଡାଶୀ ରାଜାମାନେ ତାଙ୍କୁ ସର୍ବଦା ଭୟ କରି ଥାଆନ୍ତି । ହେଲେ ଏତେ ସୁଖ ସୌଭାଗ୍ୟ ମଧ୍ୟରେ କିନ୍ତୁ ରାଣୀଙ୍କର ମନରେ ଆଦୌ ସୁଖ ନଥାଏ । କାହିଁକିନା ଏପର୍ଯ୍ୟନ୍ତ ତାଙ୍କର କୋଳରେ ବିଧାତା ସନ୍ତାନଟିଏ ଦେଇ ନାହିଁ ।...
ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ । କୌଣସି ବିଷୟରେ ତା’ର କିଛି ଆଗ୍ରହ ନାହିଁ । ସିଏ ପଥର ଭଳି...
ପଶ୍ଚିମଘାଟ ପର୍ବତମାଳାର ପାଦ ଦେଶରେ ଶଙ୍ଖଗ୍ରାମ ନାମକ ଏକ ପଲ୍ଲିରେ ଜୟକୁମାର ନାମକ ଯୁବକ ଥାଏ । ତା’ର ଗୋଟିଏ ନୌକା ଥାଏ । ସେହି ନୌକାରେ ସେ ଲୋକଙ୍କୁ ନଦୀ ପାରି କରାଏ । କିଏ ଗୋଟାଏ ପଇସା ଦିଏ ତ ପୁଣି କିଏ ତାକୁ ମୁଠିଏ ଚାଉଳ ଦିଏ । ଯାତ୍ରୀ ନଥିବା ବେଳେ ସେ ନୌକାରୁ ଜାଲ ପକାଏ । ମୋଟାମୋଟି ଜୟକୁମାର ସେଥିରେ ଚଳୁଥାଏ । ଦିନେ ସେ ଦେଖିଲା, ତା’ ନୌକାର ତଳି ପଟାଟି ଧିରେ ଧିରେ ଘୋରି ହୋଇ ଗଲାଣି ।...
ଗୋଟିଏ ଚୋର ଥିଲା । ସେ ଧରାପଡିଯିବା ଭୟରେ ବଡ ଚୋରି ନକରି ଛୋଟ ଛୋଟ ଚୋରି କରୁଥାଏ । ଏହାଦ୍ୱାରା ସେ ତା’ର ପରିବାର ପୋଷଣ କରିବାରେ କଷ୍ଟ ଅନୁଭବ କରୁଥାଏ । ଦିନେ ସେ ଭାବିଲା ଧରାପଡିଯିବି ପଛେ ବଡ ବଡ ଚୋରି କରିବି । ଫଳରେ ପରିବାର ପ୍ରତିପୋଷଣରେ ଆଉ କିଛି ଅସୁବିଧା ହେବ ନାହିଁ । ଏବେ ଚୋରଟି କ’ଣ ଭାବିଲା କେଜାଣି ବଡ ଚୋରି ଆରମ୍ଭ କରିବା ପୂର୍ବରୁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିରକୁ ଗଲା । କେବେ...
ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ । ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି ବସନ୍ତି । ରାଜାଙ୍କର କାର୍ଯ୍ୟରେ କେହି ପ୍ରତିବାଦ କରନ୍ତି...
ଚନ୍ଦ୍ରବର୍ମା ତାନ୍ତ୍ରିକ ବୋଲି ରାଜା ଶିବସିଂହଙ୍କ ଅନୁଚରମାନେ ଧରି ନେଇଥିଲେ । ଚନ୍ଦ୍ରବର୍ମା ଧୂସର ଦୁର୍ଗକୁ ଯିବାର ନକ୍ସା ବୁଢାଠୁଁ ନେଇ ନେଇଥିଲେ । ନାଗରିକମାନେ ଚନ୍ଦ୍ରବର୍ମାଙ୍କୁ ମହାତାନ୍ତ୍ରିକ ରୂପେ ସ୍ୱାଗତ କଲେ । ତୋରଣମାନ ଅତିକ୍ରମ କରି ଚନ୍ଦ୍ରବର୍ମା ଯେତେବେଳେ ରାଜଭବନ ପାଖରେ ଯାଇ ପହଁଚିଲେ, ସେତେବେଳେ ତାଙ୍କୁ ଭବନ ସାମ୍ନାରେ ରାଜା ଶିବସିଂହ, ମନ୍ତ୍ରୀ ଓ ଅମାତ୍ୟମାନେ ସ୍ୱାଗତ କଲେ । ରାଜା...
ପିଲାଟିଏ ତା’ର ବାପାମାଆଙ୍କ ସହିତ ପରିବାରରେ ଅତି ଖୁସିରେ ଥାଏ । ମାତ୍ର ସେ ତା’ର ମାଆଙ୍କୁ ଅନେକ ସମୟରେ କାନ୍ଦୁଥିବାର ଦେଖେ । ଦିନେ ଏହାର କାରଣ ପିଲାଟି ମାଆଙ୍କୁ ପଚାରି ବସିଲା । କହିଲା, “ମାଆ ତୁମେ ବେଳେବେଳେ କାନ୍ଦୁଛ କାହିଁକି? ତୁମେ ତ ପରିବାରରେ ସମସ୍ତଙ୍କ କଥା ବୁଝୁଛ ହେଲେ ତୁମର କେଉଁକଥା ଅବୁଝା ରହିଯାଉଛି ଯେ, ତୁମେ କାନ୍ଦୁଛ?” ପିଲାଟିର ଏଭଳି ପ୍ରଶ୍ନ ମାଆଙ୍କୁ ବଡ ଅଡୁଆରେ ପକାଇ ଦେଲା । ମାଆ...
ବହୁ ବର୍ଷ ପୂର୍ବରୁ ସମୁଦ୍ର ତଟରେ କେରଳ ରାଜ୍ୟର ଏକ ଦ୍ୱୀପର ମାଟି ଚାଷ ପାଇଁ ଉପଯୋଗୀ ନଥିଲା । ସେଥିରେ ଅଧିକାଂଶ ସ୍ଥାନ ପଥରରେ ପୂର୍ଣ୍ଣ ଥିଲା । ତେଣୁ ସେଠାକାର ଅଧିବାସୀମାନଙ୍କ ମଧ୍ୟରେ ଅଧିକାଂଶ ମତ୍ସ୍ୟଜୀବୀ ଥିଲେ, ଅଥବା ବୋଇତ ବା ଜାହାଜରେ ଚାକିରୀ କରୁଥିଲେ । କେହି କେହି ବା ଗଭୀର ସମୁଦ୍ରରୁ ମୁକ୍ତା, ପ୍ରବାଳ ପ୍ରଭୃତି ସଂଗ୍ରହ କରି ବ୍ୟବସାୟୀମାନଙ୍କୁ ବିକ୍ରି କରି ଜୀବିକାର୍ଜନ କରୁଥିଲେ । ସେହି...
(ମଗଧ ସିଂହାସନର ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବା ପୂର୍ବରୁହିଁ ବିନ୍ଦୁସାରଙ୍କର ଦେହାନ୍ତ ଘଟିଲା । ସୁଶେମ ମହାରାଜାଙ୍କ ମୃତ୍ୟୁ ଖବର ପାଇଲେ ମଧ୍ୟ ସେ ଆଉ ତକ୍ଷଶିଳାରୁ ଯାତ୍ରା କଲେ ନାହିଁ । ଉଜ୍ଜୟିନୀରୁ କିଛି ସୈନିକଙ୍କୁ ସଙ୍ଗରେ ଧରି ଅଶୋକ ପାଟଳିପୁତ୍ରରେ ଯାଇ ପହଁଚିଲେ । ତାଙ୍କୁ ମାରିବା ପାଇଁ ହୋଇଥିବା ଷଡଯନ୍ତ୍ର ବିଫଳ ହେଲା । ଏହି ସଂଘର୍ଷରେ ଛଅଜଣଯାକ ରାଜ କୁମାର ନିଜ ପ୍ରାଣ ହରାଇଲେ । ବରିଷ୍ଠ ଲୋକମାନଙ୍କର...
ଗୋଟିଏ ହରିଣକୁ ମାରିବାକୁ ଶିକାରୀମାନେ ଗୋଡାଉଥିଲେ । ଦୌଡି ଦୌଡି ସେ ହରିଣ ଯାଇ ପ୍ରାଣ ବିକଳରେ ଶେଷରେ ଏକ ଅଙ୍ଗୁର ଲତା ଗହଳରେ ଲୁଚିଗଲା । ଶିକାରୀମାନେ ତାକୁ ଖୋଜି ଖୋଜି ନ ପାଇ ସେଠାରୁ ଫେରି ଯାଉଥିଲେ । ଏଣେ ଏ ହରିଣ ଭାବିଲା, ସେ ଏଥର ନିରାପଦ । ଆରାମରେ କଅଁଳିଆ ଅଙ୍ଗୁରପତ୍ର ଛିଣ୍ଡେଇ ଖାଇଲା । ଜଣେ ଶିକାରୀ ପତ୍ରର ଖସ୍ ଖସ୍ ଶବ୍ଦ ଶୁଣି ହରିଣକୁ ଦେଖିଦେଲା । ଲକ୍ଷ୍ୟ କରି ସେ ଶିକାରୀ ଶର ବିନ୍ଧିଲା ଓ ହରିଣ ତଳେ ପଡିଗଲା...
ଜଣେ ଲୋକର ଦୁଇଟି ଝିଅ ଥିଲେ । ସେ ଲୋକଟି ତା’ର ବଡ ଝିଅକୁ ଜଣେ ଚାଷୀକୁ ଓ ସାନ ଝିଅକୁ ଗୋଟିଏ କୁମ୍ଭାରକୁ ବାହା ଦେଲା । କିଛିନିନ ପରେ ସେ ଲୋକଟି ତା’ ଝିଅମାନଙ୍କ ଘରକୁ ବୁଲି ବାହାରିଲା । ପ୍ରଥମେ ସେ ତା ବଡ ଝିଅ ଘରକୁ ଗଲା ଓ ଝିଅକୁ ଖୁସିରେ ଥିବାର ଦେଖି ସେ ଲୋକଟି କହିଲା, “ଭଗବାନ ତୋତେ ତ ବେଶ୍ ଭଲରେ ରଖିଛନ୍ତି । ତାହେଲେ କହ ମୁଁ ଭଗବାନଙ୍କ ପାଖରେ ତୋ ପାଇଁ ଆଉ କ’ଣ ପ୍ରାର୍ଥନା କରିବି?” ଏକଥା ଶୁଣି...
ଦୁର୍ଯ୍ୟୋଧନଙ୍କର ମାମୁଁ ଶକୁନି ଗାନ୍ଧାର ଦେଶର ରାଜା ସୁବଳଙ୍କ ପୁତ୍ର ଥିଲେ । ଗାନ୍ଧାରୀ ଉଆଁସୀ କନ୍ୟା ଥିବାରୁ ତାକୁ ବିବାହ କରିବାକୁ କେହିବି ରାଜି ହେଉ ନଥିଲେ । ତେଣୁ ତାଙ୍କ ପିତା ତାଙ୍କୁ ପ୍ରଥମେ ଗୋଟିଏ ମେଣ୍ଢା ସହିତ ବିବାହ ଦେଲେ; ମେଣ୍ଢା ମରିଯିବାରୁ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କୁ ବିବାହ ଦେଲେ । ତେବେ ତଦ୍ୱାରା ତାଙ୍କର ଗ୍ରହର ଖରାପ ଅଂଶ କଟିଗଲା । କିନ୍ତୁ ଥରେ ଭୀମସେନ ଓ ଦୁର୍ଯ୍ୟୋଧନ...
ଥରେ ଜଣେ ବ୍ୟକ୍ତି ତାଙ୍କର ଗୁରୁଙ୍କୁ ପଚାରିଲେ, “ମହାଶୟ ! ମୋ ମନରେ ଏକ ପ୍ରଶ୍ନ ଜାଗି ଉଠିଛି । ଦୟାକରି ତା’ର ଉତ୍ତର ମୋତେ ଦିଅନ୍ତୁ ।” ପ୍ରଶ୍ନ ଥିଲା ଏହିପରି – ଗୋଟିଏ ପରିବେଶ, ସମାନ ବାପା ମାଆ ଏବଂ ଏକାଭଳି ଲାଳନପାଳନ ଭିତରେ ମଧ୍ୟ ପିଲାଏ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱରେ ପରିଣତ ହୁଅନ୍ତି, ଏହା କିପରି ସମ୍ଭବ?” ଗୁରୁ କହିଲେ, “ଏହାର କାରଣ ତୁମେ ଗୋଟିଏ ଅନୁଭୂତିରୁ ଯାହା ଆହରଣ କର, ଅନ୍ୟଜଣେ...
ତ୍ରିରୂପ ଦେଶର ରାଜକୁମାରୀ ଚନ୍ଦ୍ରମତୀ ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ । ଥରେ ସେ ବିଚିତ୍ରତାରେ ପୂର୍ଣ୍ଣ ବିରୁପ ଦେଶକୁ ବୁଲିବାକୁ ଗଲେ । ସେଠାରେ ସେ ପହଁଚିବା ମାତ୍ରେ ସେଠାକାର ଯୁବରାଜ ବୀରସେନ ତାଙ୍କୁ ସ୍ୱାଗତ କଲେ ଓ ତାଙ୍କୁ ସାରାଦେଶ ବୁଲାଇ ଦେଖାଇଲେ । କିଛିଦିନ ଏକାଠି ରହିବା ଦ୍ୱାରା ସେ ଦୁହିଁଙ୍କ ମନ ଦୁହିଁଙ୍କ ପ୍ରତି ଆକର୍ଷିତ ହେଲା । କିଛି ଦିନ ପରେ ଚନ୍ଦ୍ରମତୀ ନିଜ ଦେଶକୁ ଫେରି ଆସିଲେ । ...
ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ । କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ । ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ କରୁଥିଲେ । ସେ ଯେପରି ଭଲ ମଣିଷ ହେବ, ସେଥିପାଇଁ ଅନେକ...
ପ୍ରିୟନାଥ ଓ ସୁପ୍ରିୟା ସ୍ୱାମୀ ସ୍ତ୍ରୀ ଥିଲେ । ସେମାନଙ୍କ ନାମରେ ଯେପରି ସାମଞ୍ଜସ୍ୟ ଥିଲା, ସ୍ୱଭାବରେ ବି ସେହିପରି ଥିଲା । ସେମାନଙ୍କ ସ୍ୱଭାବର ଯାହା ବିଶେଷତ୍ୱ, ତାହା ବିବାହ ପରେ ପରେ ଉଭୟଙ୍କ ପାଖରେ ସ୍ପଷ୍ଟ ହୋଇ ଯାଇଥିଲା । ତାହା ଏହି ପ୍ରକାରେ ଘଟିଥିଲା; ସେଦିନ ପ୍ରିୟନାଥ ଓ ସୁପ୍ରିୟା ସେମାନଙ୍କର ଜଣେ ବନ୍ଧୁବାନ୍ଧବଙ୍କ ଘରେ ବାହାଘର ଯୋଗୁଁ ଉପହାର ରୂପେ ପଠାଇବା ନିମନ୍ତେ ଖଣ୍ଡିଏ ଶାଢୀ କିଣିବା...
ମହେନ୍ଦ୍ରପୁରର ତରୁଣ ରାଜା ଯେପରି ବୁଦ୍ଧିମାନ ସେ ଠିକ୍ ସେହିପରି ସହାନୁଭୂତିଶୀଳ ଥିଲେ । ଯେତେବେଳେ ତାଙ୍କ ବିବାହ ପାଇଁ ନାନା ଆଡୁ ପ୍ରସ୍ତାବ ସବୁ ଆସିଲା, ସେତେବେଳେ ସେ ଏହା ଜଣାଇ ଦେଲେ କି ସେ ଯେ କୌଣସି ରାଜପରିବାରରେ ବିବାହ କରିବେ, ସେଭଳି କିଛି କଥା ନାହିଁ । ଯେ କୌଣସି ସାଧାରଣ ଘରର ଝିଅ ପସନ୍ଦ ହେଲେ ସେ ତାକୁ ବିବାହ କରିବାକୁ ପ୍ରସ୍ତୁତ । ଏକଥା ଚାରିଆଡେ ଅଧିକ ମାତ୍ରାରେ ପ୍ରଚାର ହୋଇଗଲା ।...
ଗୋଟିଏ ଗ୍ରାମରେ ମନ୍ଥରକ ନାମକ ଏକ ତନ୍ତୀ ବାସ କରୁଥାଏ । ଲୁଗା ବୁଣି ସେ ତା’ର ଗୁଜୁରାଣ ମେଂଟାଏ । ଦିନେ ଲୁଗା ବୁଣୁଥିବା ସମୟରେ ତା’ର ତନ୍ତଟି ଭାଂଗିଗଲା । ତନ୍ତ ଭାଂଗିଯିବା ପରେ ମନ୍ଥରକ କୁରାଢିଟି ନେଇ ବଣକୁ ଗଲା । ତନ୍ତ ମରାମତି କରିବା ପାଇଁ ଭଲ କାଠ ଆବଶ୍ୟକ । ଭଲ କାଠ ଗଛ ଖୋଜୁ ଖୋଜୁ ଶେଷରେ ସେ ଏକ ଶିଂଶପା ଗଛ ଦେଖି ପାରିଲା । ସେହି ଗଛଟିକୁ ହାଣିବା ଆରମ୍ଭ କଲା । କିନ୍ତୁ ସେହି ଗଛରେ ଏକ ରାକ୍ଷସ ରହୁଥାଏ । ସେ...
ଦିନେ ଆକବର କୌଣସି ଏକ ଘଟଣାକୁ ନେଇ ଖୁବ୍ ରାଗିଗଲେ, ଏବଂ ବିରବଲଙ୍କୁ, ଦେଶ ଛାଡି ଚାଲିଯିବାକୁ କହିଲେ । ବିରବଲ ଆକବରଙ୍କୁ କହିଲେ, “ହଜୁର୍! ଆପଣ ମୋତେ ଯେତେବେଳେ ରାଜ୍ୟ ତ୍ୟାଗ କରିଯିବା ପାଇଁ କହିଛନ୍ତି ମାନେ ମୁଁ ଚାଲିଯିବି । ହେଲେ ଆପଣ ମୋତେ ନଡାକିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ । ଏହାକହି ବିରବଲ ଚାଲିଗଲେ । କିଛିଦିନ ଯିବାପରେ ଆକବର ମନେ ମନେ ବିରବଲଙ୍କୁ ଖୋଜୁଥାଆନ୍ତି । ବିରବଲ ନ...
ରାଜାଙ୍କର ପ୍ରଧାନ ମାଳି ହେଲା ଶଙ୍କର । ରାଜାଙ୍କ ବଗିଚା ମାଇଲ୍ ମାଇଲ୍ ବ୍ୟାପି ବିସ୍ତୃତ । ତହିଁ ଭିତରେ କେତେ ରଙ୍ଗର ଫୁଲ, ସବୁଜ ଘାସର ମଖମଲ, ଆଉ ବିରାଟ ବିରାଟ ଗଛ । ଏଣୁ ଶଙ୍କରକୁ ସକାଳଠୁ ସଞ୍ଜ ଯାଏଁ ବ୍ୟସ୍ତ ରହିବାକୁ ପଡୁଥିଲା । ଶୁଖିଲା ପତ୍ରମାନ ଝାଡୁଦେଇ ପରିଷ୍କାର କରିବା, ଫୁଲଗଛମାନଙ୍କରେ ପାଣିଦେବା, ଟିକି ଚାରାଟିମାନ ବଢାଇବା, ଅନାବନା ଗଛଲତା ସବୁ ଉପାଡିବା, ମାଟି କୋଡିବା, ସାରଦେବା ଇତ୍ୟାଦି କାମ ତାକୁ...
ପୁରୋହିତ କାମଦେବ କାଶୀପୁର ଗ୍ରାମନିବାସୀ ଅଟନ୍ତି । ସେ ଦୁଇଟି କନ୍ୟା ସନ୍ତାନର ଜନକ ହୋଇଥିବାରୁ, ପୁତ୍ରର ଅଭାବ ଜନିତ ଦୁଃଖ ତାଙ୍କୁ ସବୁବେଳେ ଘାରୁଥାଏ । ଥରେ ନିକଟସ୍ଥ କୋଦଣ୍ଡପୁର ଗ୍ରାମର ପୁରୋହିତ ବାମଦେବ ତାଙ୍କ ଗ୍ରାମକୁ ଏକ ବିବାହ-ଉତ୍ସବ ଅବସରରେ ଆସିଥାନ୍ତି । ସେ କାମଦେବଙ୍କ ଘରେ ଅବସ୍ଥାନ କରୁଥାନ୍ତି । କାମଦେବ ସେହି ସମୟରେ ନିଜ ମନର ଦୁଃଖ ତାଙ୍କ ଆଗରେ ପ୍ରକାଶ କଲେ । ...