ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ । ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ । ଏ କଥା ଶୁଣି ସମସ୍ତେ ଭୟରେ ଥରହର ହେଲେ । କେତେ ବେଳେ କ’ଣ ରାଜାଙ୍କ ଆଦେଶ ହେଉଛି କହିବା ବହୁତ...
ଗୋପାଳ ଏକ ଦିନେ ଗୋଟିଏ ଗଉଡୁଣୀ ସଙ୍ଗରେ ଥଟ୍ଟା ପରିହାସର କଥା ହେଉ ଥିଲା । ଏଣେ ଜଳା କବାଟି ବାଟେ ତା ଭାର୍ଯ୍ୟା ଦେଖି କ୍ରୋଧରେ ଗୋପାଳକୁ ବହୁତ ଗାଳି ଦେଲା । ଗୋପାଳ କିଛି ନ କହି ମନେ ମନେ ଭାର୍ଯ୍ୟାକୁ ଜବତ କରିବା ସକାଶେ ରାଗଟି ରଖିଲା । ଅକସ୍ମାତ୍ ଦିନେ ତାହାର ମଝିଆଁ ଜୋଇଁ ଆପଣା ମନକୁ ବୁଲିବାକୁ ଆସି ଥିଲା । ତାହାକୁ ଗୋପାଳ ଗୌରବ କରି ବସାଇଲା । ବୋଇଲା ବାବୁ । ଏହି ବୈଠକ ଖାନା ଘରେ ବସ ମୁଁ ଘରୁ...
ବିଜୟପୁରରେ ଜଣେ ବ୍ୟକ୍ତି ବସି ପାଟି କରୁଥାଏ । “ନାମ ବିକ୍ରି କରିବି । ମହାଶୟମାନେ କିଣି ନିଅନ୍ତୁ । ଏହା ବହୁମୂଲ୍ୟବାନ୍ ନାମ ।” ଏପରି ଚିତ୍କାର କରି ସେ ଲୋକମାନଙ୍କୁ ନିଜପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥାଏ । ସେ ଲୋକଟିର ନାମ ପ୍ରତାପ । ଘରେ ତା’ର ଶଯ୍ୟାଶାୟୀ ସ୍ତ୍ରୀ, ଓ ବିବାହଯୋଗ୍ୟା ଝିଅଟିଏ । ଏଣୁ ଧନ ତା’ର ନିହାତି ଦରକାର । ଯୁବକ ଥିବା ବେଳେ ସେ ଲୋକଟି ରାଜାଙ୍କ ସୈନ୍ୟ ବିଭାଗରେ ଥିଲା ।...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ଏକଦା ଜଣେ ଲୋକର ସ୍ତ୍ରୀ ମରିଯିବାପରେ ସେ ଦ୍ୱିତୀୟ ବିବାହ କଲା । ତାର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଖୁବ୍ ଗର୍ବୀ ତଥା ଅହଂକାରୀ ପ୍ରକୃତିର ଥିଲା । ସେ ସ୍ତ୍ରୀଲୋକଟିର ବି ତା’ ଆଗସ୍ୱାମୀର ଦୁଇଟି ଝିଅ ଥିଲେ ଏବଂ ସେମାନେ ତାଙ୍କ ମା ପ୍ରକୃତିର ଥିଲେ । ଏହି ବ୍ୟକ୍ତି ଜଣଙ୍କର ଆଗ ସ୍ତ୍ରୀର ଗୋଟିଏ ଛୋଟ ଝିଅ ମଧ୍ୟ ଥିଲା । ସେ ମଧ୍ୟ ତା ମା ପରି ଖୁବ୍ ସୁନ୍ଦର ଓ ଶାନ୍ତଶିଷ୍ଟ ସ୍ୱଭାବର ଥିଲା । କିଛି ଦିନପରେ ଏଇ ଛୋଟ ଝିଅଟିର...
ବହୁତ ଦିନ ତଳର କଥା । ସେତେବେଳେ ତ ସେ ଆରବ ଦେଶରେ ସୁଲତାନ୍ ଆବ୍ରାହମ ରାଜୁତି କରୁଥିଲେ । ସେ ବହୁତ କଠୋର ଓ ନିର୍ଦ୍ଦୟ ବି ଥିଲେ । ଦୋଷ ଥାଉ କି ନଥାଉ, ଯଦି କେଉଁ ପ୍ରଜାର ଦୋଷ ସେ ବିଚାର କରୁଥିଲେ ତ ତା’ର ମୁଣ୍ଡକାଟି ଦେଉଥିଲେ । ସେହି ସୁଲତାନଙ୍କ ଦରବାରରେ ଦୁଇଜଣ ଜ୍ୟୋତିଷ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ଆରବ ଦେଶର ଜ୍ୟୋତିଷ । ତାଙ୍କର ସହାୟକ ଥିଲେ ଜଣେ ଇଣ୍ଡିଆର ଜ୍ୟୋତିଷ । ଆରବଦେଶର...
ପ୍ରତିଦିନ ଭଳି ଭୋଜରାଜ ସିଂହାସନ ପାଖରେ ପହଁଚିବା ପରେ ପରବର୍ତ୍ତି ପୁତ୍ତଳିକା ରୂପରେଖା କହିଲା, “ହେ ରାଜା! ମହାରାଜ ବିକ୍ରମାଦିତ୍ୟ ଖୁବ୍ ନ୍ୟାୟ ପରାୟଣ ଥିଲେ । ଯେତେ ଜଟୀଳ ସମସ୍ୟା ହେଲେ ମଧ୍ୟ ତାହାକୁ ଖୁବ୍ ସହଜରେ ସମାଧାନ କରି ଦେଉଥିଲେ । ତାଙ୍କ ସମ୍ପର୍କରେ ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି ସିଂହାସନରେ ବସିବା ପାଇଁ ।” ଥରେ ଦୁଇଜଣ ତପସ୍ୱୀ ଏକ ସମସ୍ୟା...
ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ । ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ ସେଠାକୁ ଆସିଲେ । ରାଜାଙ୍କର ଏକ ଇଚ୍ଛା ଥିଲା ଯେ “ସର୍ବକଳା...
ଦଇତାପୁର ଗାଆଁର ମଧୁ ଦାସଙ୍କ ପୁଅ ବାବନା ହାଇସ୍କୁଲରେ ପାଠ ପଢୁଥାଏ । ସିଏ ଯେତେ ଟିଉସନ୍ ହେଲେ ବି ତା’ ମୁଣ୍ଡରେ ପାଠ ମୋଟେ ପଶୁ ନଥାଏ । ବହିପତ୍ର, ଖାତା, କଲମର କୌଣସି ଅଭାବ ରଖନ୍ତି ନାହିଁ ମଧୁଦାସ । ସେ ମଧୁଦାସ ତାଙ୍କ ଗାଆଁର ଛକ ମୁଣ୍ଡରେ ଗୋଟିଏ ବଡ ତେଜରାତି ଦୋକାନ କରିଥାଆନ୍ତି । ଆଖପାଖ ପାଂଚଖଣ୍ଡ ଗାଆଁର ଲୋକେ ତାଙ୍କରି ଦୋକାନରୁ ହିଁ ସଉଦା ନିଅନ୍ତି । କାହିଁକିନା ତାଙ୍କ ଜିନିଷରେ ଭେଜାଲ୍ ମୋଟେ ନଥାଏ । ଠିକ୍...
“ପିଲାଟିଏ ସିନା ସତ କହୁଥିଲା ବିଦ୍ୟାଳୟେ ପାଠ ପଢିବା ବେଳେ ସତ କହିବାକୁ ହେଲାନି ସାହସ ଲେଖିଲା କାଗଜ କଲମ ବଳେ । ଚିଠିଟିଏ ଲେଖି ପ୍ରଧାନଶିକ୍ଷକ ହାତେ ଦେଇ ଦଣ୍ଡ ପାଇଲେ ଯେତେ ଗର୍ଡିମର ନାମେ ନୋବେଲ୍ ବିଜେତା ପ୍ରସିଦ୍ଧ ଲେଖିକା ଥିଲେ ଅତୀତେ ।” ଅନେକ ବର୍ଷ ତଳର କଥା । ସେତେବେଳେ ତ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତି ଚରମ ସୀମାରେ ପହଁଚି ଯାଇଥାଏ । କେପ୍ଟାଉନ୍ର ଗୋଟିଏ...
କୌଣସି ଏକ ରାଜ୍ୟରେ ଜଣେ ରାଜା ଥିଲେ । ନୂଆ ନୂଆ ଘର କରିବା, ସେ ରାଜାଙ୍କ ଏକ ସଉକ୍ । ଦିନକର କଥା, ଏକ ଘର କରିବା ପାଇଁ ଜାଗା ନିର୍ବାଚନ କରାଗଲା । ଘରର ନକ୍ସା ତିଆରି ପରେ ଜାଗାଟିଏ ମାପଚୁପ କରାଗଲା । ଜାଗାଟିଏ ମାପଚୁପ ବେଳେ ଦେଖାଗଲା ଯେ ସେହି ଜାଗାଟିରେ ଜଣେ ଗରିବ ନିରାଶ୍ରୟା ବିଧବା ବୁଢୀ କୁଡିଆଟିଏ କରି ରହିଛି । ରାଜା ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଲେ । ସେ ବୁଢୀଟିକୁ ଏକ ଭଲ ଘର ଦିଅ ଓ ତାକୁ ସେ କୁଡିଆଟିକୁ...
ରଘୁସିଂହ ଲଳିତପୁର ଗାଁରେ ରହୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତା’ର ନାମ ସୁପ୍ରିୟା । ସେ ଝିଅଟି ଅତି ସାନ ହୋଇଥିଲା ବେଳେ ରଘୁସିଂହଙ୍କର ସ୍ତ୍ରୀ ପରଲୋକଗମନ କଲେ । ସେହିଦିନଠୁଁ ରଘୁସିଂହ ତାଙ୍କ ଝିଅ ସୁପ୍ରିୟାକୁ ଅତି ଯତ୍ନରେ ବଢାଇଥିଲେ । ସୁପ୍ରିୟାର ସ୍ୱଭାବ ଏପରି ଯେ ସେ ମାଛିକୁ ମ ସୁଧାବି କହିବ ନାହିଁ, ତେଣେ କିଛି ଅନ୍ୟାୟ କରିବ ନାହିଁ କି ସହିବ ନାହିଁ । ସେ ଯେତିକି ସତ୍, ସେତିକି ସାହସୀ...
ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ । ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି...
ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା । ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ...
ଲଛମନ ନାମରେ ଗୋଟିଏ ବ୍ୟବସାୟୀ ଥିଲେ । ତାଙ୍କୁ କିଏ ବୁଝାଇ ଦେଲା ଯେ ଭାରତର ପୂର୍ବରେ ଥିବା ଦ୍ୱୀପପୁଞ୍ଜରେ ବ୍ୟବସାୟ ବାଣିଜ୍ୟ କଲେ ଯଥେଷ୍ଟ ପଇସା ହେବ । ଗ୍ରାମରେ କେତେଲୋକ ବା ହୀରାମୋତି କିଣିବେ । କିନ୍ତୁ ତାଙ୍କର ପତ୍ନୀ ଓ ପିତାମାତା କହିଲେ କି ଦୂର ପର୍ବତ ସୁନ୍ଦର ପରି ଦୂରରେ ଥିବା ଦେଶ ବିଷୟରେ ଯାହା ଶୁଣାଯାଏ ସେସବୁ ସୁନ୍ଦର । ଏତେ ଦୂରକୁ ଯାଇ, ନାନା ପ୍ରକାର ବିପଦର ସମ୍ଭାବନା ମଧ୍ୟରେ ବେଶି ଟଙ୍କା ରୋଜଗାରର କିଛି...
ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି...
ଚୈତ୍ର ପଞ୍ଚମୀରେ ଶ୍ରୀରାମ ବନବାସ କରିବାକୁ ଯାଇଥିଲେ ଏବେ ଲଙ୍କାରୁ ଫେରିବା ରାସ୍ତାରେ ଚୈତ୍ର ଚତୁର୍ଥୀ ଆସି ହେଲାଣି, ଆଉ ଦିନଟିଏ ମାତ୍ର ଶ୍ରୀରାମ ପୁଷ୍ପକ ବିମାନକୁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରଖାଇ ମୁନିଙ୍କୁ ଯାଇ ଦେଖା କଲେ । ସେ ପଚାରିଲେ, “ମୁନିବର, ଅଯୋଧ୍ୟା ନଗରୀ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଅଛି ତ? ଭରତର ରାଜ୍ୟ ଠିକ୍ ଭାବରେ ଚଳୁଛି ତ? ଆଉ ଆମ ମା’ମାନେ କୁଶଳରେ ଅଛନ୍ତି ତ?” ଭରଦ୍ୱାଜ କହିଲେ...
ଇଣ୍ଡିଆ ଦେଶର ମଗଧ ଦେଶ । ସେହି ସହରରେ ସୁନନ୍ଦ ସେନ ନାମକ ଜଣେ ରାଜା ଥିଲେ । ତାଙ୍କର ଛଇଳା ନାମରେ ଏକ କନ୍ୟା ଥିଲା । ରାଜକୁମାରୀ ଛଇଳା ଅତ୍ୟନ୍ତ ସୁନ୍ଦରୀ ଏତେ ସୁନ୍ଦରୀ ଯେ ସେହି ସୌନ୍ଦର୍ଯ୍ୟ ନମନ୍ତେ ରାଜକୁମାରୀ ଖୁବ୍ ଅହଂକାରୀ ଥିଲେ । ଆଉ ମଧ୍ୟ ସେ ଶପଥ କରି ଥିଲେ ଯେଉଁ ଯୁବକ ମୋର ସାତ ଗୋଟି ପ୍ରଶ୍ନର ଉତ୍ତର ଦେଇ ଦେବ ରାଜ କୁମାରୀ ଛଇଳା ସେହି ଯୁବକଙ୍କୁ ବିବାହ କରିବ । ରାଜ କୁମାରୀ ଛଇଳାଙ୍କର ଏହି ଘୋଷଣା ସବୁ...
ମୁନି ମୈତ୍ରୟଙ୍କ ପ୍ରସ୍ଥାନଅନ୍ତେ, ଧୃତରାଷ୍ଟ୍ର ବିଦୁରଙ୍କୁ କିମ୍ଭୀର ସଂହାର ବୃତ୍ତାନ୍ତଟି ଶୁଣାଇବା ପାଇଁ କହିଲେ । ତେଣୁ ବିଦୂର ବର୍ଣ୍ଣନା ଆରମ୍ଭ କଲେ । ଅରଣ୍ୟବାସ ଉଦ୍ଧେଶ୍ୟରେ ଯାଇଥିବା ପାଣ୍ଡବଗଣ, ତିନିଦିନ ଉପରାନ୍ତେ ଅର୍ଦ୍ଧରାତ୍ର ସମୟରେ କାମ୍ୟକବନ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି । ଅକସ୍ମାତ ସେମାନଙ୍କ ପଥରୋଧ କରି ଏକ ଭୟଙ୍କର ରାକ୍ଷସ ଆସି ସେଠାରେ ଉଭାହେଲା । ରକ୍ତବର୍ଣ୍ଣର ଅଗ୍ନିପିଣ୍ଡ ସଦୃଶ...
କୋଶଳ ରାଜ୍ୟରେ ବୀରଦାସ ନାମରେ ଜଣେ ଯୁବକ ଥିଲା । ପିଲାଦିନରୁ ବାପମା’ ମରିଯାଇଥିବାରୁ ଜେଜେମା ତାକୁ ପାଳିଥାଏ; ଏତେ ଆଦରରେ ପାଳିଥାଏ ଯେ ସେ ତାକୁ କିଛି କାମ କରିବାକୁ ଦିଅନ୍ତି ନାହିଁ । ତେଣୁ ବୀରୁର ଦୁଇଟି ମାତ୍ର କାମ ଥାଏ ଖାଇବା ଓ ଶୋଇବା । କୋଶଳ ରାଜ୍ୟରେ ସେ ଜନ୍ମ ହୋଇ ମଣିଷ ହୋଇଛି । ଥରେ ପଡୋଶୀ ବିଦେହ ରାଜ୍ୟର ରାଜା ସିଂହସେନ କୋଶଳ ଉପରେ ଯୁଦ୍ଧ ଘୋଷଣା କଲେ । ଗୁପ୍ତଚରଙ୍କ ଠାରୁ କୋଶଳ ରାଜା ଚନ୍ଦ୍ରକାନ୍ତ ଏହି ଖବର...
ଇଣ୍ଡିଆରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ ପଚିଶରୁ ତିରିଶ ମଧ୍ୟରେ ହେଲେ ମଧ୍ୟ ଦେଖିବାର ଲୋକମାନେ କହିବେ...
ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ସେଠାରୁ ଉତାରି...
ଶ୍ରୀରାମ ଯେତେବେଳେ ସୁଗ୍ରୀବଙ୍କୁ ରାବଣ ବିଷୟରେ ପଚାରିଲେ, ସେତେବେଳେ ସୁଗ୍ରୀବ ଦୁଃଖପୂର୍ଣ୍ଣ ସ୍ୱରରେ କହିଲେ, “ହେ ରାମ, ରାବଣର ରାଜ୍ୟ ଘର ଇତ୍ୟାଦି ବିଷୟରେ ମୁଁ କିଛି ବି ଆଦୌ ଜାଣେନାହିଁ । ତଥାପି ବି ଏତିକି ମୁଁ କହିପାରେ ଯେ ରାବଣ ଯେଉଁଠି ଥିଲେ ମଧ୍ୟ ମୁଁ ତା’ବିଷୟରେ ଖବର ସଂଗ୍ରହ କରି ସୀତା ଦେବୀଙ୍କୁ ଫେରାଇ ଆଣିବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି । ଏ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ମଧ୍ୟ ମୋର...
ଆଗ କାଳର କଥା । ଗୋଟିଏ ରାଜ୍ୟରେ ରାଜା କୁମାରଗୁପ୍ତ ରାଜୁତି କରୁଥାଆନ୍ତି । ପ୍ରଜାମାନେ ତାଙ୍କର କିପରି ସୁଖରେ ରହିବେ, ସେଥିପାଇଁ ସେ ରାଜାଙ୍କର ସବୁବେଳେ ଚିନ୍ତା । ମନ୍ତ୍ରୀ, ସେନାପତିଙ୍କୁ ମଧ୍ୟ ସେ ରାଜାଙ୍କର କଠୋର ନିର୍ଧେଶ ଥାଏ, ଯେପରି ତାଙ୍କ ପ୍ରଜାମାନେ ଆଦୌ ଅତ୍ୟାଚାରିତ ନ ହୁଅନ୍ତି । ତେଣୁ ସେ ରାଜାଙ୍କର ଦଣ୍ଡ ଭୟରେ ଚୋରୀ, ଡକାୟତି ସେ ରାଜ୍ୟରେ ଆଦୌ ନ ଥିଲା । ପ୍ରଜାମାନେ କୃଷି କର୍ମ କରି ଅତ୍ୟନ୍ତ ସୁଖରେ ଚଳି...
ଅରଣ୍ୟ ମଧ୍ୟରେ ଗୋଟିଏ କୂପ ଥିଲା । ସେହି କୂପରେ ଗଙ୍ଗଦତ୍ତ ନାମକ ବେଙ୍ଗରାଜ ବାସ କରୁଥିଲେ । ଦିନକର କଥା ଯେ ହଠାତ୍ ତାହାଙ୍କର ପ୍ରଜାମାନେ ତାଙ୍କ ସହ ଆଚରଣ ମନ୍ଦ ଭାବରେ କରିବାରୁ ସେ ଦୁଃଖିତ ହୋଇପଡ଼ିଲା । ସେଥିଲାଗି ସେ ସେହିଦିନ କୂପ ପରିତ୍ୟାଗ କରି ବାହାରକୁ ଆସି ଚିନ୍ତା କଲାଯେ, ଏପାରି ଥାଇ ସେ ତାର ପ୍ରଜାମାନଙ୍କୁ ଏପରି ପାନେ ଓଷଧ ଚଖାଇବ ଯେ ବଳେ ବଳେ ଠିକ୍ ପଥକୁ ପ୍ରଜାମାନେ ପଳାଇ ଆସିବେ । ...
ପୌଣ୍ଡ୍ର ବାସୁଦେବ ବୋଲି ଜଣେ ରାଜା ଥା’ନ୍ତି । ସେ ନିଜକୁ ଭଗବାନ୍ ବାସୁଦେବ ବୋଲି କହୁଥାନ୍ତି ଓ ଶ୍ରୀକୃଷ୍ଣଙ୍କୁ ଠକ ବୋଲି କହୁଥା’ନ୍ତି । ଏସବୁ ମଜା ଦେଖିବା ତ ନାରଦଙ୍କ କାମ । ଦିନେ ଋଷିବର ନାରଦ କୌତୁକ ଦେଖିବା ପାଇଁ ପୌଣ୍ଡ୍ର ବାସୁଦେବଙ୍କ ପାଖରେ ଯାଇ ପହଁଚିଲେ । ନାରଦଙ୍କୁ ଦେଖି ବହୁତ ଭକ୍ତି ଦେଖାଇ ତଥା ତାଙ୍କ ପାଦ ଧୋଇ ତାଙ୍କୁ ଆସନରେ ବସାଇ ସେ କହିଲେ, “ମହାଶୟ ଆପଣ ତ ସାରା ସଂସାର, ଚଉଦ ବ୍ରହ୍ମାଣ୍ଡ ଘୁରି...
ରାଜା ବିକ୍ରମାଦିତ୍ୟଙ୍କ ଆଦେଶ ପାଇ ତାଳ ବେତାଳ ଅନବରତ ଜଗିଥାନ୍ତି । ଶେଯ ଚଉପାଶେ ଆଲୋକ ସଜ୍ଜିତ ହେଲା । କର୍ପୁର କସ୍ତୁରୀ ଚନ୍ଦନ ରଖିଥାଏ । ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ଏହି ସମୟରେ ଦ୍ୱାର ଦେଶରେ ପ୍ରବେଶ ହେଲା । ଦ୍ୱାର ଖୋଲି ଚିତ୍ରରଥର ପଦ ଧୌତକରି ସୁନ୍ଦର ବସନରେ ପୋଛି ଦେଲା । ଚିତ୍ରରଥ ରାଜଜେମାକୁ ଆଲିଙ୍ଗନ କରି ଶଯ୍ୟାରେ ବସାଇଲା । ଖୁଆଇଦେଲା, ଉଭୟେ ପ୍ରେମରେ ମାତିଲେ । ଗନ୍ଧର୍ବ ରତିରେ ପଣ୍ଡିତ । ତା’ପରେ କେଳି...
ଗୌତମପୁର ଗ୍ରାମରେ ସୋମୁ ନାମରେ ଚାଷୀଟିଏ ଥାଏ । ତା’ର ଲିମନ୍ ନାମରେ ପୁଅଟିଏ ଥାଏ । ତାକୁ ଆସି ଷୋଳବର୍ଷ ହେଲାଣି, କିନ୍ତୁ ସେ ତା’ବାପକୁ କୌଣସି କାମରେ ଟିକିଏ ହେଲେବି ସାହାଯ୍ୟ କରେନାହିଁ । ସବୁବେଳେ ଖାଲି ସେ ଇଆଡେ ସିଆଡେ ବୁଲୁଥାଏ । ଦିନେ ସୋମୁ ତା’ ପୁଅ ଲିମନ୍କୁ କହିଲା, “ଆରେ ଏମିତି ବେକାର ହୋଇ ସବୁବେଳେ ବୁଲୁଛୁ । କାମ ତ କିଛି କରିବୁ? କାମ ନ କଲେ ପେଟ ପୋଷିବୁ କିମିତି? ଶେଷରେ ଭୋକରେ ମରିବୁ...
ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀ ମଧ୍ୟରେ ଏକ ବିରାଟ ବରଗଛ ରହିଥିଲା । ସେହି ବରଗଛଟିରେ କୁଆ ମାନଙ୍କର ରାଜା ‘ମେଘବର୍ଣ୍ଣ’ ତାର ବନ୍ଧୁ, ପରିଜନ ଏବଂ ଅନୁଚର ବର୍ଗଙ୍କୁ ନେଇ ବାସ କରୁଥିଲା । ସେହି ବରଗଛ ନିକଟରେ ଏକ ପର୍ବତ ଗୁମ୍ଫା ଥାଏ । ସେହି ଗୁମ୍ଫା ମଧ୍ୟରେ ପେଚା ରାଜା ‘ଅରିମର୍ଦ୍ଧନ’ ତା’ର ଅନୁଚର ମାନଙ୍କୁ ନେଇ ବାସ କରୁଥାଏ । କୁଆରାଜା ଏବଂ ପେଚା ରାଜା ଉଭୟଙ୍କ ମଧ୍ୟରେ କେଉଁ ପୁରାତନ...
କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ । ତାଙ୍କ ଆଶୀର୍ବାଦରେ ସେ ମୂର୍ତ୍ତିରେ ଜୀବନ୍ୟାସ ହୋଇ...
ଦୁଇ ଶହ ବର୍ଷ ପୂର୍ବରୁ ମେସୁର କ୍ଷେତ୍ରରେ ‘ନିଜଗଲ୍ଲ’ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟର ରାଜାଙ୍କର ନାମ ରାମସ୍ୟ ନାୟକ ଥିଲା । ସେ ଜଣେ ବୀର ଏବଂ ସହୃଦୟ ଶାସକ ଥିଲେ । ତାଙ୍କର ମୁଖ୍ୟ ରାଣୀଙ୍କର ନାମ ‘ଲକୁମବା’ ଥିଲା । ସେ ରାଜାଙ୍କ ପାଖରେ ସମସ୍ତ ପ୍ରକାର ବୈଭବ ଏବଂ ଐଶ୍ୱର୍ଯ୍ୟ ଭରି ରହିଥିଲା । ବିବାହର ଦୁଇ ବର୍ଷ ବିତିଗଲା କିନ୍ତୁ ତାଙ୍କର କୌଣସି ସନ୍ତାନସନ୍ତତି ହେଲେ ନାହିଁ । ସେମାନେ ସବୁ...
ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି । ଏହି ପୁଟୁଳିଟିକୁ ସେ ଅତି ସତର୍କତାର ସହିତ ରଖୁଥିଲେ ।...
ଶ୍ରୀବିଷ୍ଣୁ ଆଦିଶେଷଙ୍କୁ ଆଦେଶ ଦେଇ କହିଲେ, “ଶେଷ, ମୁଁ ଦେବତାମାନଙ୍କର ସହାୟତା କରିବି । ତୁମେ ଯାଇ ମନ୍ଦର ପର୍ବତକୁ ଉପାଡି ନେଇ ତାହାକୁ କ୍ଷୀରସାଗରରେ ରଖ ।” ଆଦିଶେଷ ଶ୍ରୀବିଷ୍ଣୁଙ୍କ ଆଜ୍ଞା ପାଳନ କଲେ । କଥା ହେଲା ସାଗରମନ୍ଥନରୁ ଯେଉଁ ଅମୃତ ବାହାରିବ ସେଥିରୁ କିଛି ଅଂଶ କ୍ଷୀରସାଗରକୁ ଦିଆଯିବ ଓ ବାକିତକ ଦେବତାମାନେ ଖାଇବେ । ଅସୁରମାନଙ୍କୁ ଅନ୍ୟ କିଛି ଦେଇ ସନ୍ତୁଷ୍ଟ କରାଯିବ । କିନ୍ତୁ ମନ୍ଦର...