(ଟ୍ରୋୟ ନଗରୀ ଉପରେ ବିଜୟ ହାସଲ କରିବା ପରେ ରୂପଧର ତାଙ୍କର ସୈନିକମାନଙ୍କୁ ଧରି ସମୁଦ୍ରରେ ବୋଇତ ମେଲି ଦେଲେ । ସେତେବେଳେ ତାଙ୍କର ଲକ୍ଷ୍ୟ ଥିଲା ନିଜ ଦେଶକୁ ବାହୁଡି ଯିବା । ସମୁଦ୍ର – ଝଡରେ ବୋଇତଗୁଡିକ ଯାଇ ଏକ ଅଜଣା ଦ୍ୱୀପରେ ଲାଗିଲେ । ସେଠାରେ ଏକଆଖିଆ ରାକ୍ଷସ କେତେ ସୈନ୍ୟ ଖାଇଗଲା । ରୂପଧର କୌଶଳ କରି ବହୁକଷ୍ଟରେ ସେହି ରାକ୍ଷସ କବଳରୁ ମୁକ୍ତ ହୋଇ ନିଜ ବୋଇତକୁ ଫେରି ଆସିଲେ । ତା’ପରେ ସେମାନେ ପୁଣି ବୋଇତ ବାହି...
ନକୁଳବେଢା ଗୋଟିଏ ଛୋଟ ସହର । ସେଠାରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି କହିଲେ ଚଳେ । ତେଣୁ ଗୋବିନ୍ଦବାବୁଙ୍କ ସ୍ତ୍ରୀ ସୁମତି ଦେବୀଙ୍କୁ କିଏ ବା ନ ଚିହ୍ନନ୍ତା? ତେବେ ସୁମତି ଦେବୀଙ୍କୁ ସମସ୍ତେ ଚିହ୍ନନ୍ତି ବୋଲି କହିବାର ଭିନ୍ନ ଅର୍ଥ ଅଛି । ଭଦ୍ର ମହିଳା ଅତ୍ୟନ୍ତ ମୁଖରା ଥିଲେ । ଯାହାର ବ୍ୟବହାର ବା ସ୍ୱଭାବ ତାଙ୍କର ନାପସନ୍ଦ ହେବ, ତା’କୁ ଯାହା ମନ ତାହା କହି ସେ ଗାଳି ଦେବେ । ତାଙ୍କ ପାଖରେ ଯେଉଁ...
ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା । ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ ଗ୍ୟାଲେରୀରେ ସ୍ଥାନ ଦେଇଥାନ୍ତି । ଆଉ ଯେଉଁଗୁଡିକ ସ୍ଥାନାଭାବରୁ...
ଥରେ କୌଣସି ଏକ କଲେଜ୍ ଅଧ୍ୟାପକ ଶିକ୍ଷାଦାନ ଦେଉଥାନ୍ତି । ସେ ଲକ୍ଷ୍ୟ କରୁଥିଲେ, ପାଠପଢା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣକ ପରେ ଜଣେ ଛାତ୍ର ଆସି ବିଳମ୍ବରେ ପହଁଚୁଥାନ୍ତି । ସେ ପିଲାଙ୍କର କାହିଁକି ଡେରି ହେଲା ବୋଲି ଅଧ୍ୟାପକ ଜଣଜଣ କରି ପଚାରିଲେ । ମାତ୍ର ସେମାନେ ଡେରିପାଇଁ ନାନା ବାହାନା ଦେଖାଇ ଖସି ଯିବାକୁ ଚାହିଁଲେ । ହେଲେ ପ୍ରକୃତ କଥାଟି ଥିଲା, କୌଣସି ପିଲା ସମୟର ମୂଲ୍ୟ ନେଇ ସଚେତନ ନଥିଲେ...
ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା: ବହୁ ପୁରୁଣା କାଳର କଥା । ଆର୍ଯ୍ୟାବର୍ତର ଅମ୍ବାବତୀ ରାଜ୍ୟରେ ଗନ୍ଧର୍ବସେନ ରାଜୁତି...
ଗୋଟିଏ ଗ୍ରାମରେ ରାମ ଓ ଶ୍ୟାମ ନାମକ ଦୁଇ ମିତ୍ର ଥିଲେ । ପରିଶ୍ରମ କରି ସେ ଦୁହେଁ ପେଟ ପୋଷୁଥା’ନ୍ତି । ଦିନେ ସେମାନେ ଶୁଣିଲେ ପାଖ ଗ୍ରାମର ଜମିଦାରଙ୍କ ପାଖରେ ଚାକିରୀ ପାଇଁ ଲୋକ ଦରକାର । ଦୁହେଁ ସେଠାକୁ ଗଲେ । ସେଠାରେ ପହଁଚି ସେମାନେ ଜମିଦାରଙ୍କ ପାଖକୁ ଖବର ପଠାଇଲେ ଯେ ସେମାନେ ଚାକିରୀ କରିବାକୁ ଆସିଛନ୍ତି । କିନ୍ତୁ ଜମିଦାର ସେ ବିଷୟ ନିଜ କାନକୁ ମୋଟେ ନେଲେ ନାହିଁ; ବରଂ ତାକୁ ସେ ଉପେକ୍ଷା କଲେ ।...
ମାଣିକପୁରୀରେ ଯେଉଁ ବସନ୍ତୋତ୍ସବ ସମ୍ପନ୍ନ ହେଲା, ସେଥିରେ ଉତୁଙ୍ଗ ନାମକ ପାହାଡି ଜାତିର ଜଣେ ଯୁବକ ଭାଗ ନେଇଥିଲା । ସେ ରାଜକୁମାରୀ ପ୍ରିୟମ୍ବଦାଙ୍କୁ ଉପହାର ସ୍ୱରୂପ ଏକ ଫୁଲତୋଡା ଦେଲା । ରାଜକୁମାରୀଙ୍କ ଇଚ୍ଛା ଅନୁସାରେ ରାଜା ପ୍ରତାପବର୍ମା ସେହି ଫୁଲର ଗଛ ଆଣିବାକୁ ସୈନିକମାନଙ୍କୁ ପଠାଇଲେ । କିନ୍ତୁ ସେମାନେ ଅଧିକ କିଛି ଫୁଲ ଧରି ସେଠାରୁ ଫେରି ଆସିଲେ । ରାଜଗୁରୁ ଗୌରୀନାଥ କହିଲେ ଯେ ଏ ଫୁଲ ଅଶୁଭସୂଚକ । ଏଣିକି ଆଗକୁ...
ଦୁଇହଜାର ବର୍ଷ ତଳେ ଚୀନ୍ ଦେଶରେ ସୋ-ପୋ-ତାବୁ ନାମକ ଏକ ବୃଦ୍ଧ ପଣ୍ଡିତ ଥିଲେ । କିନ୍ତୁ ତାଙ୍କ ପାଣ୍ଡିତ୍ୟକୁ ଚିହ୍ନି ତାଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେବା ଭଳି ବ୍ୟକ୍ତି ତାଙ୍କ ଆଖପାଖରେ କେହି ବି ନଥିଲେ । ତେଣୁ ସେ ବଡ ଆର୍ଥିକ ସଂକଟ ମଧ୍ୟ ଦେଇ ଜୀବନ ନିର୍ବାହ କରୁଥା’ନ୍ତି । ସେଠାରୁ ଅନେକ ଦୂରରେ ଚୁ ନାମକ ଏକ ରାଜ୍ୟ ଥାଏ । ସେଠାକାର ରାଜା ଜ୍ଞାନୀ ଗୁଣି ବ୍ୟକ୍ତିଙ୍କୁ ଯଥେଷ୍ଟ ଧନ ଦେବାର ଶୁଣାଯାଉଥିଲା କାରଣ ରାଜା...
ଜଣେ ନବାବ୍ ଥିଲେ । ତାଙ୍କର ସୁନ୍ଦରୀ କନ୍ୟାଟିଏ ଥିଲେ । ଖାଲି ସୁନ୍ଦରୀ ନୁହେଁ, ସେ ଯୁଦ୍ଧ ବିଦ୍ୟାରେ, ଘୋଡା ଚଢିବାରେ, ତୀର ଚାଳନାରେ ବି ଧୁରନ୍ଧର ଥିଲେ । ନବାବ୍ଙ୍କର ପୁଅ ନଥିଲେ ବୋଲି ପୁଅପିଲା ଯେଉଁ ସବୁ ବିଦ୍ୟା ଶିଖିବା ସ୍ୱାଭାବିକ, କନ୍ୟା ବା ଶାହ୍ଜାଦୀ ସେସବୁ ଶିଖି ନେଇଥିଲେ । ଶାହ୍ଜାଦୀଙ୍କ ବିଭା ହେବା ବୟସ ହେଲା । ନବାବ୍ ପାତ୍ର ଖୋଜିଲେ । ଶାହ୍ଜାଦୀ କହିଲେ, “ବାବା, ତମେ ଏଣୁତେଣୁ ଜଣେ ନବାବ୍ ବା ସୁଲତାନ୍ର...
ବିଜେ ନରହରିପୁର ଶାସନମୁଣ୍ଡ ସାହାଲା ଘରକୁ ଛାଡି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡି ସେ ପିଣ୍ଡିର ଆଉ ତିନିପଟରେ ପାଂଚଶାଲି, ଦଶଶାଲି, ମଧ୍ୟଭଳି ଅତି ପୁରୁଣା ବୁଢା, ଗଣତିରେ ଶହେ ସାତ ନଡିଆଗଛ । ଏଗୁଡିକ ସବୁ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକ ସଙ୍ଗରେ ତୋଳାଯାଇ ଭାଗପିଛେ ବାଂଟ ହୁଏ । ସକାଳ ଓଳି ବେଳ ଘଡିକ ସମୟରେ ନଡିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ...
ରାଜସଭାରେ କାର୍ଯ୍ୟ ଖୁବ୍ ଗହଳି ମଧ୍ୟରେ ହେଉଥାଏ । ସାମାନ୍ୟ କଥା ହେଉ ହେଉ ସମ୍ରାଟଙ୍କ ସହିତ ବିରବଲଙ୍କର ଯୁକ୍ତି ଏପରି ହେଲା ଯେ ଶେଷରେ ବାଦ୍ଶାହା ରାଗିଗଲେ ଏବଂ ସଂଗେ ସଂଗେ ବିରବଲଙ୍କୁ ରାଜସଭାରୁ ବାହାରି ଯିବାକୁ ଆଦେଶ ଦେଲେ । ଆଉ ମଧ୍ୟ ରାଜ ସଭାକୁ ଆଉ ଆସିବ ନାହିଁ ବୋଲି ଆଦେଶ ଦେଲେ । ବିରବଲଙ୍କୁ ସମ୍ରାଟଙ୍କର ଏତାଦୃଶ ବ୍ୟବହାର ଖୁବ୍ ବାଧିଲା । ସେ ଆଉ କ୍ଷଣକ ଲାଗି ଦରବାରରେ ନ ରହି ବିଦା ହୋଇଗଲେ ।...
ସୁଶୀଳ ଦେଶର ରାଜା ସର୍ବୋତ୍ତମ ଥିଲେ । ଥରେ ତାଙ୍କର ସନ୍ଦେହ ହେଲା କି ନିଜର ପ୍ରିୟ ସେବକମାନଙ୍କ ମଧ୍ୟରୁ କେହି ଗୁପ୍ତଚର ଅଛି । କାରଣ ଅନ୍ତଃପୁରରେ ଯାହା ଘଟୁଛି ତାହା ତୁରନ୍ତ କିପରି ପଡୋଶୀ ରାଜ୍ୟର ରାଜା ନିଦ୍ରାପ୍ରିୟଙ୍କୁ ଜଣାପଡୁଛି? ଶତ୍ରୁକୁ ନିଜ ରାଜ୍ୟ ବିଷୟରେ ଖବର ଦେବା ଏକ ବିଶ୍ୱାସଘାତକତାର କାର୍ଯ୍ୟ । ଏହାକୁ ଅତିଶୀଘ୍ର ବନ୍ଦ କରିବାକୁ ହେବ । କାରଣ ନିଦ୍ରାପ୍ରିୟ ବେଶି ବଳଶାଳୀ ରାଜା ନଥିଲେ ମଧ୍ୟ ହଠାତ୍ ଯଦି...
ଗୋଟିଏ ଗ୍ରାମରେ ଫକୀର ନାମକ ଚାଷୀଟିଏ ରହୁଥାଏ, ତା’ ସ୍ତ୍ରୀ ପାଲିଆ ଅତି କଜିଆଖୋରଣୀ ଥିଲା । ସୁବିଧା ପାଇଲେହିଁ ସେ କଳି କରିବ । ଦିନେ ଫକୀର ଓ ପାଲିଆ ପଡୋଶୀ ଗ୍ରାମରୁ ଘରକୁ ଫେରୁଥା’ନ୍ତି । ରାସ୍ତାରେ ଫଳ ଭର୍ତ୍ତି ଆମ୍ବଗଛଟିଏ ଦେଖିଲେ । ପାଲିଆ ସଙ୍ଗେ ସଙ୍ଗେ ସ୍ୱାମୀକୁ ଚାହିଁ କହିଲା, “ଦେଖ, କି ସୁନ୍ଦର ପାଚିଲା ଆମ୍ବ ସବୁ ଝୁଲୁଛି, ଗଛ ଚଢି କିଛି ନେଇ ଆସ ତ । ଏ ବର୍ଷ ମୁଁ ଏପର୍ଯ୍ୟନ୍ତ ଆମ୍ବ...
ଜଣେ ପଣ୍ଡିତ ତାଙ୍କର ଚାକରକୁ ନେଇ କୌଣସି ଏକ ସ୍ଥାନକୁ ଶାସ୍ତ୍ର ଆଲୋଚନା କରିବା ପାଇଁ ଯାଉଥାନ୍ତି । ଆଗେ ଆଗେ ପଣ୍ଡିତ ଛତାମୁଣ୍ଡେଇ ଯାଉଥିଲା ବେଳେ ପଛେ ପଛେ ଚାକର ଶାସ୍ତ୍ର ଲେଖାଥିବା ବହିଗୁଡିକ ଗଣ୍ଠିଲି କରି ମୁଣ୍ଡେଇ ଚାଲିଥାଏ । ବାଟରେ ଯିଏ ପଚାରେ ତାକୁ ପଣ୍ଡିତେ କହନ୍ତି ଇଏ ମୋର ଚାକର ନିହାତି ଗଜମୂର୍ଖଟାଏ ।” ଏହିଭଳି ସମସ୍ତଙ୍କ ଆଗରେ କହି କହି ଚାକରଟିକୁ ସତେଯେମିତି ଘୃଣା କରି ଦେଇଛନ୍ତି, କେବଳ...
ଚିନୁ ତା’ ଜେଜେମାଆଙ୍କୁ କୁଣ୍ଢାଇ ପକାଇ ପଚାରିଲା “ଜେଜେମାଆ, ତୁମେ ଚିଂଟୁକୁ ମୋଠାରୁ ଅଧିକ ଭଲପାଅ । ଏ କଥା ସତ ନା?” ତହୁଁ ଜେଜେମାଆ କହିଲେ “ତୁମେ କାହିଁକି ଏପରି କଥା କହୁଛ, ଚିନୁ? ତୁମେ ମୋର ଯେତିକି ପ୍ରିୟ ତୁମର କାକା ପୁଅ ଭାଇ ଚିଂଟୁ ମଧ୍ୟ ମୋର ସେତିକି ପ୍ରିୟ । ତୁମେ ଦୁହେଁ ମୋର ଦୁଇ ଆଖି ପରି । ସମସ୍ତେ ମୋ ପାଇଁ ସମାନ ।” ଚିନୁ ଯୁକ୍ତି କରି କହିଲା “ତେବେ ତୁମେ କାହିଁକି କହୁଛ ଯେ ତୁମେ...
କୌଣସି ଏକ ଗ୍ରାମରେ ଏକ କୃଷକ ତା’ର ପତ୍ନୀ ସହିତ ବସବାସ କରୁଥାଏ । ଦିନକୁ ଦିନ କୃଷକର ବୟସ ବଢିବାରୁ ତା’ର ସ୍ତ୍ରୀ ପରପୁରୁଷ ମାନଙ୍କ ପ୍ରତି ଆକୃଷ୍ଟ ହେଉଥାଏ । ସବୁ ସମୟରେ କୃଷକକୁ ଖରାପ ବ୍ୟବହାର ଦେଖାଉଥାଏ । ପ୍ରତିଦିନ ସେ ଗ୍ରାମ ମଧ୍ୟରେ ଏବଂ ନିକଟସ୍ଥ ସହରକୁ ସାଥୀଟିଏ ଖୋଜିବା ପାଇଁ ଯାଏ । ଏହିପରି ଖୋଜିବା ମଧ୍ୟରେ ତା’ର ଏକ ବ୍ୟକ୍ତି ସହିତ ସାକ୍ଷାତ ହୁଏ । ଉକ୍ତ ବ୍ୟକ୍ତିଟି ଦିନେ କୃଷକର ସ୍ତ୍ରୀକୁ କହିଲା, ‘ପ୍ରିୟେ’...
ଅତି ପ୍ରାଚୀନ କାଳରେ କାଶୀ ରାଜ୍ୟରେ ଚାରୋଟି ଭାଇ ଥିଲେ । ସେମାନଙ୍କ ମଧ୍ୟରେ ସ୍ନେହ ଓ ସଦ୍ଭାବ ରହିଥିଲା । ସଂସାର ଅନିତ୍ୟ; ସୁଖ ବୋଲି ଯାହାକୁ ଲୋକେ କହନ୍ତି, ତାହା ପ୍ରକୃତରେ ଦୁଃଖର ନାମାନ୍ତର ମାତ୍ର । ଏହିପରି ବିଚାରି ଚାରିଭାଇଯାକ ସନ୍ନ୍ୟାସ ଅବଲମ୍ବନ କଲେ । ଗ୍ରାମ ଓ ସହର ତ୍ୟାଗକରି ସେମାନେ ହିମାଳୟର ପାଦଦେଶରେ ଚାରୋଟି କୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ । ବନର ଫଳମୂଳ ସେମାନଙ୍କର ଖାଦ୍ୟ ଓ ନଦୀ...
ଗୋଟିଏ ଶାର୍ଗୁଣା ତା’ର କିଛି ଛୁଆ ସହିତ ତାଳ ଗଛ ଉପରେ ବସା ବନାଇ ରହି ଆସୁ ଥିଲା । ଦିନେ ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇବାକୁ ମିଳି ନଥିଲା । ସେମାନେ କେବଳ ଭୋକରେ ଆଉଟୁ ପାଉଟୁ ହେବାକୁ ଲାଗିଲେ । ଶାର୍ଗୁଣା ତାଙ୍କର ଭୋକ ମେଂଟାଇବାକୁ ଜଙ୍ଗଲର ସେପଟେ ଭୋଜନର ତଲାସ୍ରେ ଚାଲି ଗଲା । ହଠାତ୍ ଶାର୍ଗୁଣାର ନଜରରେ ଗୋଟିଏ ବିଲୁଆ ଛୁଆ ପଡିଲା । ମନକୁ ମନ ଶାର୍ଗୁଣାଟି କହିବାକୁ ଲାଗିଲା କେତେ ସୁନ୍ଦର ଏ ଛୁଆଟି ହୋଇଛି । ମୁଁ...
ଗୋବିନ୍ଦଙ୍କର ଏକ ମିଠା ଦୋକାନ ଥାଏ । ଏହି ଦୋକାନରୁ ତାଙ୍କର ପ୍ରଚୁର ଆୟ ହେଉଥାଏ । ରତ୍ନମାଳା ତାଙ୍କର ଏକମାତ୍ର କନ୍ୟା । ରତ୍ନମାଳାକୁ ଯିଏ ବିବାହ କରିବ, ସିଏହିଁ ଗୋବିନ୍ଦଙ୍କ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ । ତେଣୁ ରତ୍ନମାଳାକୁ ବିବାହ କରିବା ପାଇଁ ଅଗଣିତ ପ୍ରସ୍ତାବ ଆସୁଥାଏ । ଗୋବିନ୍ଦ ମଧ୍ୟ ତା’ଙ୍କ କନ୍ୟାର ବିବାହକୁ ବେଶ୍ ଗୁରୁତ୍ୱ ଦେଉଥାନ୍ତି । ଏକ ଯୋଗ୍ୟ ବର ନିର୍ବାଚନ କରିବା ପାଇଁ ସେ...
ଅତି ପୁରାକାଳରେ ବ୍ରହ୍ମଦତ ବାରାଣସୀରେ ରହି ରାଜ୍ୟ ଶାସନ କରୁଥିଲେ । ବାରାଣସୀଠାରୁ କିଛି ଦୂରରେ ଗଙ୍ଗାତୀରରେ ଗୋଟିଏ ଗ୍ରାମ ଥିଲା । ଏଥିରେ ପାଂଚଶତ ସୂତ୍ରଧର ବାସ କରୁଥିଲେ । ସେମାନେ ଗୃହ ନିର୍ମାଣର ଉପକରଣମାନ ପ୍ରସ୍ତୁତ କରୁଥିଲେ । ଏହି ଉଦ୍ଧେଶ୍ୟରେ ସେମାନେ ନୌକାରେ ବସି କିଛି ଦୂରରେ ଥିବା ଗୋଟିଏ ବନକୁ ଯାଉଥିଲେ । ବନରୁ କାଠ ଆଣି ସେଥିରେ ଗୃହର ବିଭିନ୍ନ ଜିନିଷ ତିଆରି କରୁଥିଲେ । ପରେ ସେଗୁଡିକ ନୌକାରେ ଲଦି...
ଦିନକର କଥା । ବାଦ୍ଶାହା ଉଆସ ମଧ୍ୟରେ ବୁଲୁଥାନ୍ତି । ହଠାତ୍ ତାଙ୍କର ନଜର ପଡିଗଲା ଯେ ଚୂନ କୁଣ୍ଡରେ କିଛି ବଳକା ଚୂନ ରହିଯାଇଅଛି । ସମ୍ରାଟ୍ ସେହି ଚୂନକୁ ବାହାର କରି ଫିଙ୍ଗି ଦେବାକୁ କହି ଚାଲିଗଲେ । ସେଦିନ ଚାକର ଜଣକ ସମ୍ରାଟଙ୍କ କଥା ଶୁଣିଲେ ସତ ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥାଇ ସମ୍ରାଟଙ୍କ ଦେଇଥିବା ଆଦେଶକୁ ଭୁଲିଗଲେ । ତା’ପରଦିନ ସମ୍ରାଟ୍ ଆସି ଦେଖନ୍ତି ତ କାନ୍ଥରେ ବୋଳାଯାଇଥିବା ବଳକା...
ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଚମତ୍କାରୀ ସିଂହାସନ ପାଖରେ ପହଁଚିଗଲେ । ତାଙ୍କୁ ଦେଖି ପରବର୍ତ୍ତି ପୁତ୍ତଳିକା ଚନ୍ଦ୍ରଜ୍ୟୋତି ଛିଡାହୋଇ କହିଲା, “ଭୋଜରାଜ! ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ମହାନୁଭବତା ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ ଏବଂ ଆତ୍ମସମୀକ୍ଷା କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ ଯୋଗ୍ୟ କି ନୁହେଁ ।” ଥରେ ମହାରାଜ ବିକ୍ରମାଦିତ୍ୟ ରାଜ୍ୟ ତଥା ପ୍ରଜାମାନଙ୍କର ମଙ୍ଗଳ ପାଇଁ ଏକ ସତସଂଗ...
ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ ପ୍ରଫୁଲ୍ଲର ଘରକୁ କିଛିଦିନ ପାଇଁ ଆସିଲା । ପ୍ରଫୁଲ୍ଲ ତାକୁ...
ଥରେ ବିଜୟନଗର ରାଜ୍ୟର ଅନ୍ୟ ଏକ ରାଜ୍ୟ ସହିତ ଯୁଦ୍ଧ ଲାଗିଥିଲା । ଯୁଦ୍ଧରେ ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟ ଜୟଯୁକ୍ତ ହେଲେ । ଯୁଦ୍ଧରେ ବିଜୟ ଲାଭ କରିଥିବାରୁ ରାଜା ତାଙ୍କ ରାଜଧାନୀରେ ବିଜୟ ଉତ୍ସବ ପାଳନ କଲେ । ଉତ୍ସବର ସମାପ୍ତି ଦିନ ରାଜା କହିଲେ, “ଯୁଦ୍ଧ ଜୟ କେବଳ ମୋର ବିଜୟ ନୁହେଁ । ମୋର ସମସ୍ତ ସାଥୀ ଏବଂ ସହଯୋଗୀମାନେ ମଧ୍ୟ ଏହି ବିଜୟର ହକ୍ଦାର । ମୁଁ ଚାହୁଁଛି ମୋର ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଏହି ଅବସରରେ...
ବାନର ସେନାମାନେ ଲଙ୍କାନଗରକୁ ଘେରି ରହିଥା’ନ୍ତି । ସମଗ୍ର ତ୍ରିକୁଟ ପର୍ବତରେ ବାନର ସେନା ଭର୍ତ୍ତି ହୋଇଥା’ନ୍ତି । ସେମାନଙ୍କ କୋଳାହଳରେ ଚତୁର୍ଦ୍ଦିଗ ମୁଖରିତ । ପୂର୍ବନିର୍ଦ୍ଧାରିତ ରଣସଜ୍ଜା ଅନୁସାରେ, ବିଭିନ୍ନ ଦ୍ୱାରକୁ, ବିଭିନ୍ନ ଯୋଦ୍ଧା ଓ ସୈନ୍ୟବଳ ଘେରି ରହିଥା’ନ୍ତି । କେବଳ ଯୁଦ୍ଧ ପାଇଁ ଅପେକ୍ଷା କରି ରହିଛନ୍ତି, ବାନରମାନେ ବଡ ଉତ୍ସାହର ସହିତ ପଥର ଓ ବଡ ବଡ ଦ୍ରୁମ ଉତ୍ପାଟନ କରି ହାତରେ ଧରିଥା’ନ୍ତି । ଆଦେଶ...
ଧର୍ମପୁର ଗ୍ରାମରେ ଦୁଇ ମିତ୍ର ଥିଲେ । ସେମାନେ ହେଲେ କେଶବ ଓ ରାଜୀବ । ପରେ ଜୀବିକା ଅର୍ଜନ ସକାଶେ ସେ ଦୁହେଁ ଦୁଇଟି ଭିନ୍ନ ଗ୍ରାମରେ ରହି ବ୍ୟବସାୟ କଲେ ମଧ୍ୟ ସେମାନଙ୍କର ମିତ୍ରତା ଅତୁଟ ଥିଲା । କିଛିଦିନ ମଧ୍ୟରେ ସେ ଦୁଇଜଣଙ୍କର ବ୍ୟବସାୟ ବହୁତ ଉନ୍ନତି କଲା । ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । କେଶବର ପୁଅ ବିଦ୍ୟାଧର ଓ ରାଜୀବର ଝିଅ ମନ୍ଦାକିନୀ – ଏ ଦୁଇଜଣଙ୍କର ବିବାହ ଯୋଗ୍ୟ ବୟସ ହୋଇ...
ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ବିରାଟ ବୃକ୍ଷ ଥିଲା । ସେହି ବୃକ୍ଷଟି ନାନା ଜାତିର ଫଳ, ଫୁଲରେ ପୂରି ଉଠିଥିଲା । ସେହି ବୃକ୍ଷରେ ମଧ୍ୟ ନାନାଦି ଜାତିର ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ବୃକ୍ଷଟି ବାଟୋଇ ମାନଙ୍କୁ ଗ୍ରୀଷ୍ମ ସମୟରେ ମଧ୍ୟ ଶୀତଳ ଛାୟା ପ୍ରଦାନ କରୁଥିଲା । ଏହି ବୃକ୍ଷର ଏକ ଶାଖାରେ ‘ଲଘୁପତନକ’ ନାମକ ଏକ କୁଆ ବାସ କରୁଥିଲା । ଏକଦା କୁଆଟି...
ଭିକାରି ବୁଢାଟିଏ । ଗାଆଁ ଗାଆଁ ଭିକ ମାଗି ଚଳେ । ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ । ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତସିଆଁ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା । ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ । ସେ ଭିକାରି ବୁଢାଟିର ଘର ସ୍ୱର୍ଣ୍ଣପୁର ଗାଆଁରେ । ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନାହିଁ । ଝିଅକୁ ଦି’ ବରଷ ବେଳେ ହଇଜାରେ ସ୍ତ୍ରୀ ଆଖି ବୁଜିଲା । ବନ୍ୟାରେ ତା’ ଘର ଖଣ୍ଡିକ ବି...
ଜଣେ ରାଜା ଥିଲେ । ସେ ଭାରି ଅହଙ୍କାରୀ । ଅନ୍ୟର ପ୍ରଶଂସାକୁ ସେ ଆଦୌ କେବେବି ସହଜରେ ଗ୍ରହଣ କରିପାରୁ ନଥିଲେ । ସେହି ରାଜ୍ୟରେ ଜଣେ ସାଧୁ ଥିଲେ । ପ୍ରଜାଗଣ ସେ ସାଧୁଙ୍କୁ ବହୁତ ପ୍ରଶଂସା କରୁଥିଲେ ଓ ତାଙ୍କର ଆଦର ମଧ୍ୟ କରୁଥିଲେ । ସାଧୁଙ୍କ ଏପରି ପ୍ରଶଂସା ଶୁଣି ଦିନେ ରାଜା ସେ ସାଧୁଙ୍କୁ ଦେଖା କରିବାକୁ ଗଲେ । ସେହି ସମୟରେ ସେ ସାଧୁ ଜଣକ ଗୋଟିଏ କୁକୁର ଉପରେ ହାତ ବୁଲାଇ ତାକୁ ଖୁବ୍ ଆଦର କରୁଥିଲେ । ରାଜା ଆସି ସେ...
ଭୀମ ଯେମିତି ବଳୁଆ, ଠିକ୍ ସେମିତି ସେ ସାହସୀ ମଧ୍ୟ । ଗାଁ ଲୋକେ ତାକୁ ବଡ ଭଲ ପାଉଥିଲେ । ଯାହା ଘରେ ପିଠାପଣା ହେଲେ ସେଥିରୁ ତାକୁ ଭାଗ ମିଳୁଥିଲା । କାରଣ, ତା’ର ନିଜର ବୋଲି କେହିବି ନଥିଲେ । ସେ ଶିଶୁଥିବା ସମୟରେ ତା’ର ମା ବାପା ଏ ସଂସାର ଛାଡି ଚାଲି ଯାଇଥିଲେ । କକା ଘରେ ରହି ସେ ମଣିଷ ହୋଇଥିଲା । କକା ବି ଆଉ ଇହଧାମରେ ନଥିଲେ । ଭୀମ ସବୁବେଳେ ଉଦାସ ରହୁଥାଏ । ଲୋକେ ଭାବୁଥାନ୍ତି, ସଂସାରରେ ତା’ ନିଜ ଲୋକ ଆଉ କେହି...
ଆଜକୁ ଚାଳିଶ ବର୍ଷ ପୂର୍ବ କଥା । ବାଲେଶ୍ୱର ଜିଲ୍ଲାରୁ ଲୁଣ ପୋକ୍ତାନ ଉଠିଗଲା । ଲୁଣାଦାଣ୍ଡୀ ଲୋକମାନଙ୍କର ସର୍ବନାଶ ଉପସ୍ଥିତ । ବାଲେଣ୍ୱର ଜିଲ୍ଲାର ପୂର୍ବାଂଚଳ ଉତ୍ତର ସୁବର୍ଣ୍ଣରେଖା କୂଳଠାରୁ ଦକ୍ଷିଣ ଧାମରା ନଦୀକୂଳ ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନର ନାମ ଥିଲା ଲୁଣାଦାଣ୍ଡୀ । ଏ ଅଂଚଳବାସୀ ଅର୍ଦ୍ଧଲକ୍ଷାଧିକ ଲୋକର ଜୀବନାବଲମ୍ବନ ଏକମାତ୍ର ଲବଣ ପୋକ୍ତାନ । କେହି ଲୁଣ ମାରେ, କେହି ତହିଁରେ ନାନା ପ୍ରକାର...
ବ୍ରିଟେନ୍ର ଡାକ୍ତର କଲିନ୍ସ ଏକ ଖ୍ୟାତନାମା ଡାକ୍ତରଖାନାରେ ଡାକ୍ତର ଥିଲେ । ସେ ସବୁବେଳେ ଗରିବ, ନିଃସ୍ୱ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ଚାହୁଁଥିଲେ । ସୁତରାଂ ସେ ଲଣ୍ଡନରେ ରହି ଅଜସ୍ର ଟଙ୍କା ରୋଜଗାର କରିବାକୁ ଆଦୌ ଚାହିଁଲେ ନାହିଁ । ଫଳରେ ଡାକ୍ତର କଲିନ୍ସ୍ ଚାକିରି ଛାଡିଦେଇ କଙ୍ଗୋର ଘଂଚ ଜଙ୍ଗଲିଆ ଅଂଚଳକୁ ଚାଲିଗଲେ । ସେଠାରେ ସେ କୁଷ୍ଠରୋଗୀଙ୍କୁ ସେବା କରିବା ପାଇଁ ମନସ୍ଥ କରିନେଲେ । ...
ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ । ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା...