ଥରେ ତେନାଲୀରାମାଙ୍କର ପତ୍ନୀଙ୍କର ଦେହ ଭୀଷଣ ଖରାପ ହେଲା । ତେଣୁ ତେନାଲୀରାମା ରାଜାଙ୍କଠାରୁ ଏକ ଶହ ସ୍ୱର୍ଣ୍ଣମୁଦ୍ରା ଧାର୍ ଆଣିଲେ । ପତ୍ନୀ ଆରୋଗ୍ୟ ହେବା ପରେ ରାଜା ଯେତେବେଳେ ତେନାଲୀରାମାଙ୍କୁ ଧାର୍ ଆଣିଥିବା ପଇସା ଚୁକ୍ତି କରିବାକୁ କହିଲେ, ତେନାଲୀରାମା ସେ କଥା ମୋଟେ ଶୁଣିଲେ ନାହିଁ । ତେଣୁ ରାଜା ଭାବିଲେ, “ତେନାଲୀରାମାଙ୍କ ମୁଣ୍ଡ ବୋଧହୁଏ ଠିକ୍ ନାହିଁ । ତା’ହେଲେ ତାଙ୍କ ଘରକୁ ଯାଇ ପଇସା...
ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ ପ୍ରଶଂସା କରି କହିଲେ, “ଆହା, ମୁଁ ତ ଜାଣିନଥିଲି ଯେ ମୁଁ ମହାକାବ୍ୟ...
ସେ କାଳର ପ୍ରତ୍ୟେକ ରାଜାଙ୍କ ପାଖରେ ରହସ୍ୟ ପୂର୍ଣ୍ଣ ଦୁଇ ଚାରି ଜଣ ଭାଣ୍ଡ ଥିଲେ । ସେମାନେ ରାଜାଙ୍କର ନିରସ ମନକୁ ସରସ କରିବା ପାଇଁ କଥା କଥାକେ ହସର ଯୁଆର ଛୁଟାଇ ଦେଉ ଥିଲେ । ହେଲେ ଗୋପାଳ ଭାଣ୍ଡର ସୁଖ୍ୟାତି ଯେତେ ଦୂର ବ୍ୟାପି ଯାଇ ଥିଲା ତା’ପରି କୌଣସି ଭାଣ୍ଡ କୌଣସି ରାଜାଙ୍କ ପାଖରେ ଥାଇ ସେହି ପରି ସୁନାମ ଅର୍ଜନ କରି ନଥିଲେ । ତଥାପି ସେମାନେ ଗୋପାଳର ନାମ ଓ କାମ ଶୁଣି ତା’ ଉପରକୁ ମନେ ମନେ ଚିଡି ଉଠୁ ଥିଲେ । ଭାବୁ...
ଅତି ପୁରାଣ କାଳରେ ଜଣେ ସାହାଯ୍ୟକାରୀ ବାବା ଥିଲେ । ବାବା କେବଳ ଯେ ମନୁଷ୍ୟ ସମାଜର କଲ୍ୟାଣ କରୁନଥିଲେ ବରଂ ବିଶ୍ୱର ସମସ୍ତ ପ୍ରାଣୀ ତଥା ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ତାଙ୍କ ହୃଦୟରେ ଅଶେଷ ପ୍ରେମ ଓ କରୁଣା ଥିଲା । ତେଣୁ ସେ ବାବା ସର୍ବଦା କହୁଥିଲେ – ସମସ୍ତଙ୍କୁ ସାହାଯ୍ୟ କର, ଅନ୍ୟକୁ କଷ୍ଟ ଦିଅନାହିଁ । ଥରେ ବାବା ଅବସର ବିନୋଦନ ପାଇଁ ତାଙ୍କ ଭକ୍ତମାନଙ୍କ ସହ ଏକ ପର୍ବତମାଳାକୁ ଯାତ୍ରା କଲେ । ବାବାଙ୍କ ଆଗମନ ଯୋଗୁଁ...
ରାତି ପାହି ସକାଳ ହେଲା, ରାଜା ଦିୱାନ୍କୁ ତୁରନ୍ତ ଆସିବାକୁ କହିଲେ । ସମ୍ବାଦ ପାଇ ଦିୱାନ୍ ସଙ୍ଗେ ସଙ୍ଗେ ଆସି ଛାମୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଗଲା । ଦିୱାନ୍ଙ୍କୁ ଦେଖି ରାଜା ତାଙ୍କୁ ଆଦେଶ ଦେଲେ – ଦେଖ ଆଜି ରାତ୍ରିର ଦ୍ୱିତୀୟ ଘଡି ପରେ ଏକ ସାପ ଆସି ମୋତେ ଦଂଶନ କରିବ । ସେଥି ଲାଗି ତୁମେ ମୁଁ ଯାହା କହୁଛି ପାଳନ କର । ଦିୱାନ୍ କହିଲା – ତାହା ହେଲେ ଆଦେଶ କରନ୍ତୁ ଛାମୁ । ଆଦେଶ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଯାହା...
ପାଣି ପାଖରେ ପଡି ପଡି କଇଁଚକୁ ଆଉ ଭଲ ଲାଗିଲା ନାହିଁ । ତା’ର ଆକାଶରେ ଉଡିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଦିନେ ଛଂଚାଣକୁ ଡାକି କହିଲା, “ଛଂଚାଣ ଭାଇ, ତୁ’ ତ ଆକାଶରେ ଏତେ ଉଡୁଛୁ । ମୋତେ ବି ଟିକେ ଉଡିବା ଶିଖାଇ ଦେ ।” ଏକଥା ଶୁଣି ଛଂଚାଣ ସେ କଇଁଚକୁ ବୁଝାଇ କରି କହିଲା, “ତୋତେ ତ ଭଗବାନ ଉଡିବା ପାଇଁ ଜନ୍ମ କରି ନାହାଁନ୍ତି । ତୋର ଦେହର ଗଠନ ଯାହା, ସେଥରେ ତ ତୁ ଆଦୌ ଉଡିପାରିବୁ ନାହିଁ ।” କିନ୍ତୁ ଏଥିରେ ସେ କଇଁଚର...
ଅନେକ ଦିନ ତଳର କଥା । ସୁବୁଦ୍ଧିପୁର ଗାଁରେ ଗୋବିନ୍ଦ ବୋଲି ବୁଦ୍ଧିମାନ୍ ତରୁଣଟିଏ ଥାଏ । କେହି କୌଣସି ସମସ୍ୟାରେ ପଡିଲେ ତା’ର ପରାମର୍ଶ ନେଇ ସମସ୍ୟାର ସମାଧାନ କରନ୍ତି । ତେବେ ଗୋବିନ୍ଦ କିଛି ଉପାର୍ଜନ କରେ ନାହିଁ । ସେ ଅତି ଛୋଟ ଥିଲାବେଳେ ତା’ ବାପା ମା ମରିଯାଇଥିଲେ । ବଡ ଭାଇ ତାକୁ ପୋଷୁଥିଲେ । ନିଜେ କେବେ କିଛି ଉପାର୍ଜନ କରିବା କଥା ତା’ ମୁଣ୍ଡକୁ ଆସି ନଥିଲା । ଦିନେ ତା’ ଭାଇ...
ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ ‘ହେନା’ । ତିନିବର୍ଷ ପରେ ରାଣୀଙ୍କର ଆଉ ଗୋଟିଏ ଝିଅ ହେଲା ।...
ଗୋଟିଏ ବଣ ମଇଁଷୀ ନଈରୁ ପାଣି ପିଇଲା ବେଳେ ତାହାର ପ୍ରତିଚ୍ଛବି ପାଣିରେ ପଡିଥିବା ଦେଖି ସେ ନିଜର ବିରାଟ କାୟ ଆକୃତି ବିଷୟରେ ଜାଣି ବହୁତ ଖୁସି ହେଲା । ସେ ମନକୁ ମନ କହିବାକୁ ଲାଗିଲା – ଆହାଃ ! ଭଗବାନ ମୋତେ କେତେ ସୁନ୍ଦର କରି ଗଢିଛନ୍ତି ସତେ । ମୋ ମୁହଁକୁ ଗଢିଲା ବେଳେ ଭଗବାନ୍ ମୋତେ ଗୋଟିଏ ଅତି ସୁନ୍ଦର ଛାଂଚରେ ଗଢିଛନ୍ତି । ତାହା ଉପରେ ବିରାଟକାୟ ଶିଙ୍ଘ, କେତେ ସୁନ୍ଦର ବଡ ବଡ କାନ । ବଡ ବଡ ଆଖି, ପୁଣି କଳା...
ଏକଦା ଅଯୋଧ୍ୟା ନଗରୀରେ ଜଣେ ଶୁଦ୍ର ବ୍ୟକ୍ତି ବସବାସ କରୁଥିଲେ । ସେ ଅଯୋଧ୍ୟା ନଗରୀରେ ଜନ୍ମ ଗ୍ରହଣ କରିଥିବା ହେତୁ ନିଜକୁ ଜଣେ ପୁଣ୍ୟବାନ ବ୍ୟକ୍ତି ରୂପେ ଚିନ୍ତା କରି ଆସୁଥିଲେ । ଦିନେ ସେ ଅବନ୍ତୀକା ପୁରକୁ ଚାଲି ଚାଲି ଯାଇ ସେଠାରେ ଥିବା କୃପା ବାରିଧି ନାମକ ଜନୈକ ଶିବ ଭକ୍ତଙ୍କୁ ନିଜର ଗୁରୁ ରୂପେ ଗ୍ରହଣ କରିନେଲେ । ଏହାପରେ ସେ ତାଙ୍କ ଗୁରୁଙ୍କ ନିର୍ଦେଶରେ ଶିବ ପଂଚାକ୍ଷର ନାମ ଜପ କରିବାକୁ ଲାଗିଲେ । ହେଲେ ସେ...
ଅନେକ ଦିନ ତଳର କଥା । ଓଡିଶାର ଜଣେ ବଣିକ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓରେ ଓଡିଶାର ଦ୍ରବ୍ୟ ବିକ୍ରୟ କରି ସେଠାରୁ ସୁନା, ରୂପା, ହୀରା ଓ ନୀଳା, ମୋତି, ମାଣିକ୍ୟ ଆଦି ଜିନିଷ ନେଇ ଆସନ୍ତି । ସେଇ ସାଧବ ପୁଅମାନଙ୍କ ଲାଗି ଦେଶରେ ସୁନା ଫଳୁଥିଲା । ଏହାର ନାବିକମାନଙ୍କ ଉପରେ ଜଳ ଦସ୍ୟୁମାନେ ବାରମ୍ବାର ଆକ୍ରମଣକରି ସେମାନଙ୍କ ଠାରୁ ସେହି ମୂଲ୍ୟବାନ୍ ସମ୍ପତ୍ତିମାନ ଛଡାଇ ନେଉଥିଲେ । ଏକଦା ଗ୍ରାମର...
ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ । ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ ନୁହଁନ୍ତି । ଅବଶ୍ୟ ତା’ର ସାଙ୍ଗମାନେ ଖୁବ୍ ଭଲପିଲା ।...
ଅନେକ ବର୍ଷ ତଳେ ଗୋଟିଏ ଦେଶର ରାଣୀ ରାଜପ୍ରସାଦରେ ଥିବା ତାଙ୍କ କକ୍ଷରେ କଳା ମଚମଚ କରୁଥିବା ଶିଶୁକାଠର ଆସନରେ ବସି ରେଶମ ସୂତାରେ କିଛି ବୁଣାବୁଣି କରୁଥିଲେ । ସେତେବେଳେ ଶୀତଋତୁ ହୋଇଥିବାରୁ ଚାରିଆଡେ ତ ତୁଷାର ବର୍ଷା ହେଉଥାଏ । ବାହାରର ତୁଷାର ବର୍ଷାର ସୌନ୍ଦର୍ଯ୍ୟକୁ ଚାହିଁ ରାଣୀ ଅନ୍ୟମନସ୍କ ହୋଇ ଉଠିବାରୁ ବୁଣୁଥିବା ଛୁଂଚିଟି ରାଣୀଙ୍କ ଆଙ୍ଗୁଠିରେ ଫୁଟି ଯାଇ କିଛି ବୁନ୍ଦାରକ୍ତ ତୁଷାରର ଆସ୍ତରଣ ଉପରେ ପଡିଲା ।...
ଥରେ ତିନିଜଣ ସାଧୁ ସାଥୀ ହୋଇ ଏକ ନଈକୂଳିଆ ରାସ୍ତା ଦେଇ ଚାଲିଥାନ୍ତି । ସେମାନଙ୍କ ଭିତରେ ଜଣେ ତରୁଣ, ଜଣେ ପ୍ରୌଢ ଓ ଜଣେ ବୃଦ୍ଧ ଥିଲେ । ବର୍ଷାଋତୁ ସମୟ, ନଈର ଦୁଇକୂଳ ଲଘିଂ ବନ୍ୟାଜଳ ପ୍ରବାହିତ ହେଉଥାଏ । ବନ୍ୟା ଜଳରେ ଗଛପତ୍ର, ଶୁଖିଲା କାଠଗଡ ଆଦି ଭାସି ଆସୁଥାଏ । ହଠାତ୍ ତରୁଣ ସାଧୁଜଣକ ଦୃଷ୍ଟିରେ ପଡିଲା କଳା ରଂଗର କମ୍ବଳଟି ଭଳି କ’ଣ ଭାସିଯାଉଛି । ସେ ଏହାକୁ କମ୍ବଳଟିଏ ବୋଲି ବିଚାରି ଗୁରୁଦେବଙ୍କୁ...
ଗୋଟିଏ ଜଙ୍ଗଲରେ ‘ଖର୍ଣ୍ଣଖର’ ନାମକ ଏକ ସିଂହ ବାସ କରୁଥିଲା । ଦିନେ ସେ କୌଣସି ଖାଦ୍ୟ ନପାଇ ଏଣେ ତେଣେ ବୁଲିବାକୁ ଲାଗିଲା । ତଥାପି ମଧ୍ୟ ସେ କୌଣସି ଖାଦ୍ୟ ପାଇଲା ନାହିଁ । ଦିନ ଗଡିଯାଇ ରାତି ହେବାକୁ ବସିଲା । ଖର୍ଣ୍ଣଖର ଏକ ବଡ ଗୁମ୍ଫା ନିକଟରେ ଯାଇ ପହଁଚିଲା, ଏବଂ ଭାବିଲା, ଏହି ଗୁମ୍ଫା ମଧ୍ୟକୁ ଯେଉଁ ପ୍ରାଣୀ ଆସିବ, ତାକୁ ଧରି ଖାଇବି । ଏହା ଚିନ୍ତା କରି ଖର୍ଣ୍ଣଖର ସେହି ଗୁହା ମଧ୍ୟରେ ଲୁଚି ରହି ଶିକାରକୁ ଅପେକ୍ଷା...
ମହାରାଜ ଆକବର ଏବଂ ପାରସ୍ୟର ସମ୍ରାଟଙ୍କ ମଧ୍ୟରେ ସୁସଂପର୍କ ଥାଏ । ଉଭୟେ ସବୁ ସମୟରେ ପରସ୍ପର ନିକଟକୁ ନାନାଦି ଜଟିଳ ପ୍ରଶ୍ନ ପଠାଉଥାଆନ୍ତି । ଯିଏ ସମସ୍ୟାର ସମାଧାନ କରିପାରେ, ସେ ଚତୁର ବୋଲି ପରିଗଣିତ ହୁଏ । ଦିନେ ପାରସ୍ୟ ସମ୍ରାଟ୍ ଗୋଟିଏ ପିଞ୍ଜରା ମଧ୍ୟରେ ଏକ ସିଂହ ତିଆରି କରି ତାଙ୍କର ଜଣେ କର୍ମଚାରୀ ହାତରେ ଏକ ଜଟିଳ ପ୍ରଶ୍ନ ଲେଖି ପଠାଇଥାଆନ୍ତି । କର୍ମଚାରୀ ସହିତ ଥିବା ପିଞ୍ଜରା ମଧ୍ୟସ୍ଥ ସିଂହକୁ ଦେଖି...
ବିକାଶର ଶିକ୍ଷା ସମାପ୍ତ ହେବା ପରେ ବିନା କଷ୍ଟରେ ସେ ସହରରେ ଭଲ ଚାକିରୀଟିଏ ପାଇଲା । ତେଣୁ ଗ୍ରାମରୁ ସେ ତା’ ପରିବାରଙ୍କୁ ନେଇ ସହରରେ ଘର ଭଡା ନେଇ ରହିଲା । ପ୍ରତିଦିନ ସେ ଗାଡିଟିଏ ଭଡା କରି କାର୍ଯ୍ୟାଳୟକୁ ଯାଏ । ବୁଢାବୁଢୀମାନଙ୍କ ପ୍ରତି ବିକାଶ ହୃଦୟରେ ସର୍ବଦା ସହାନୁଭୂତି ଥାଏ । ଯେଉଁ ଗାଡିରେ ପ୍ରତିଦିନ ସେ ଯାଏ ସେଇ ଗାଡିର ଚାଳକ ନଟକୁ ସେ ମାସକୁ ପଚାଶ ଟଙ୍କା ଦିଏ । ଗାଡିରେ ଯିବାବେଳେ ସେ ନଟକୁ...
ସ୍ୱାମୀ ବିବେକାନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସାରି ସାରା ଇଣ୍ଡିଆ ଭ୍ରମଣରେ ବାହାରିଲେ । ସେତେବେଳେ ପାଖରେ ତାଙ୍କର ପଇସାଟିଏ ବି ନଥାଏ । ତଥାପି ବି ଶୂନ୍ୟ ହସ୍ତରେ ସେ ଜଣେ ପରିବ୍ରାଜକ ହିସାବରେ ଭ୍ରମଣ ଆରମ୍ଭ କରିଦେଲେ । ଏହିଭଳି ବୁଲିବୁଲି ଆଠବର୍ଷରେ ସେ ସାରା ଇଣ୍ଡିଆବର୍ଷ ବୁଲିଆସିଲେ । ତାଙ୍କର ଭ୍ରମଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବିଭିନ୍ନ ଅଂଚଳର ବେଶ, ପୋଷାକ, ଖାଦ୍ୟ, ଭାଷା, ରୀତିନୀତି ଓ ଲୋକଙ୍କର ଆଚାର ବ୍ୟବହାର...
ସିଂହ ଶକ୍ତିଶାଳୀ ଥିଲା, ସେହି ପରି ଚିତା ମଧ୍ୟ ଶକ୍ତିଶାଳୀ ଥିଲା । ସିଂହ ଚିତାକୁ ଡରୁ ନଥିଲା କି ଚିତା ମଧ୍ୟ ସିଂହକୁ ଡରୁ ନଥିଲା । ଦୁହେଁ ନିଜ ନିଜ ଶକ୍ତିରେ ବଳବାନ୍ ଥିଲେ । ଏକଦା ସେମାନେ ଦୁଇଜଣ ଏକା ସାଙ୍ଗରେ ଶିକାର ପାଇଁ ବାହାରିଲେ । ଶିକାର ଖୋଜି ଖୋଜି ସେମାନଙ୍କ ନଜର ଗୋଟିଏ ହରିଣ ଉପରେ ପଡି ଗଲା । ତେଣୁ ଦୁଇ ଜଣ ଯାକ ତାକୁ ଚାରି ପଟୁ ଘେରି ଗଲେ । ଦୁର୍ବଳ ହରିଣ ଏହି ଭଳି ପରିସ୍ଥିତିରେ ପଡି ବହୁତ ଡରିଗଲା ।...
ଅନ୍ତିମ ଶଯ୍ୟାରେ ଶୋଇଛନ୍ତି ଜଣେ ମଣିଷ । ସେ କିନ୍ତୁ ସାଧୁ କି ସନ୍ୟାସୀ ନୁହଁନ୍ତି । ଖାଲି ଜଣେ ଭଲ ମଣିଷ । ଭଲ ମଣିଷ ମାନେ ଆଉ କଣ? ଅନ୍ୟର ଅନିଷ୍ଟ ନ କରିଲେ ତ ଜଣେ ଭଲ ମଣିଷ ହୁଏ । ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ସମସ୍ତେ ତାଙ୍କ ଚାରିପାଖେ ଘେରି ବସିଚନ୍ତି । ଶେଷ ସମୟ ହୋଇଗଲା ଜାଣି କେହି ଜଣେ ଯାଇ ତାଙ୍କ ପୁରୋହିତଙ୍କୁ ଡାକି ଆଣିଲେ । ଶେଷ ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିବା । ପୁରୋହିତ ତାଙ୍କୁ...
ମେଣ୍ଢା ମାନଙ୍କ ପଛରେ ଗୋଟିଏ, ଗୋଟିଏ ମା’ଗଧିଆ ମାନେ ବହୁତ ଦିନ ହେଲା ଲାଗି ରହି ଥିଲେ, ପରନ୍ତୁ ମେଣ୍ଢା ମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ । ତଥାପି ମେଣ୍ଢା ମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁ ଥିଲେ ଏବଂ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁ ଥିଲେ । ଏହି ଭଳି ବହୁତ ଦିନ ଅତିବାହିତ ହୋଇ ଗଲା, ମେଣ୍ଢା ମାନେ ଦେଖିଲେ ଅନ୍ୟ ଗଧିଆ ମାନେ ତାଙ୍କର କୌଣସି ଅନିଷ୍ଟ କରୁ...
ଉପରୋକ୍ତ କଥାଟିଥିଲା ବିରବଲଙ୍କ ନିମନ୍ତେ ବହୁ ଅତୀତ କାଳର କଥା । ଥରେ ବିରବଲ ନାନା ଦେଶ ଭ୍ରମଣରେ ବାହାରିଲେ । ଏହି ଭ୍ରମଣରେ ଯାଉ ଯାଉ ବିରବଲ ଯାଇ କାବୁଲ୍ ନାମକ ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ମାତ୍ର ଦୁଇ ଗୋଟି ଦିବସ ରହିଯିବା ପରେ ବିରବଲଙ୍କୁ ସେହି ସ୍ଥାନଟି ଆଦୌ ଭଲ ଲାଗିଲା ନାହିଁ । ସମସ୍ତ ଲୋକ ଯେପରି ତାଙ୍କୁ ଖାପଛଡା ଲାଗିଲା । ଏହାର କାରଣ ଯେ କାବୁଲ୍ର ଲୋକ ବିରବଲଙ୍କ ଚାଲିଚଳନ ଦେଖି ଭାବି...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ଗଛଲତାମାନେ ସତେ ଅବା ଚପା କଣ୍ଠରେ ନିଜ ନିଜ ଭିତରେ କୌଣସି ଭାବର ଆଦାନ ପ୍ରଦାନ କରୁଥା’ନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ପଲ୍ଲୀ ଗାଁଟିଏ । ଗାଁର ଶେଷ ମୁଣ୍ଡ ପୋଖରୀ ହୁଡାରେ ସୁନ୍ଦର ମନ୍ଦିର ଥାଏ। ସେହିଠାରେ ଜଣେ ସାଧୁ ରହୁଥାନ୍ତି । ପ୍ରତିଦିନ ସେହି ମନ୍ଦିରକୁ ଭକ୍ତଙ୍କର ସୁଅ ଛୁଟୁଥାଏ । କାହାର କେମିତି ମାନସିକ ପୂରଣ ହେଲେ ମନ୍ଦିର ଲାଗି ଟଙ୍କା ପଇସା ବା ଜିନିଷପତ୍ର ଦାନସ୍ୱରୂପ ଆସି ପହଁଚୁଥିଲା । ସାଧୁବାବା ଥାଆନ୍ତି ଠାକୁରଙ୍କର ମାଲିକ ସ୍ୱରୂପ । ସୁତରାଂ ଦାନସୂତ୍ରରୁ ମିଳୁଥିବା ଜିନିଷ ରଖି ଦିଅନ୍ତି ସିନା କାହାକୁ କିଛି ଧନ୍ୟବାଦ...
ଜଣେ ଜମିଦାର ଥିଲେ । ତାଙ୍କର ଧନସମ୍ପତ୍ତି ବି କିଛି କମ୍ ନଥିଲା । କିନ୍ତୁ ସେ ନ୍ୟାୟବନ୍ତ ହେବା ପରିବର୍ତ୍ତେ ଥିଲେ ଅହଂକାରୀ, ନିଷ୍ଠୁର ତଥା ସଂସ୍କାର ଶୂନ୍ୟ । ଅପର ପକ୍ଷରେ ତାଙ୍କ ପତ୍ନୀ କିନ୍ତୁ ଥିଲେ ବୁଦ୍ଧିମତୀ, ଦୟାଶୀଳା ଓ କ୍ଷମାଶୀଳା । ତେଣୁ ସେ ଦୁହିଁଙ୍କ ଚରିତ୍ରରେ ଆଦୌ ମେଳ ଖାଉ ନଥିଲା । ଅମାପ ଧନସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ସେମାନେ ଦୁହେଁ ନିଃସନ୍ତାନ ଥିଲେ । ଦିନକର କଥା । ଜଣେ ଗରିବ ପଣ୍ଡିତ ବ୍ରାହ୍ମଣ...
ଜଣେ ଗରିବ ଭକ୍ତ ଥିଲେ । ଦୈନିକ ରୋଜଗାରରେ ତାଙ୍କ ପରିବାର ଦି’ ମୁଠା ଖାଇ କେବଳ ବଂଚିରହିବା ଛଡା ଆଉ କିଛି ବାଟ ନ ଥିଲା । ଭବିଷ୍ୟତ ବିପଦ ଆପଦ ପାଇଁ କାଣି କଉଡିଟିଏ ସଂଚିବା ପାଇଁ ବି କିଛି ବଳକା ରହୁ ନଥିଲା । ତାଙ୍କର ବାସଗୃହ ବୋଲି ଝୁମ୍ପୁଡି ଘର ଖଣ୍ଡିଏ, ସମ୍ପତି ବାଡି ବୋଲି ପିନ୍ଧାଲୁଗା ଦି’ଖଣ୍ଡ ଓ ରୋଷେଇ ସରଂଜାମ ଦି’ଟା ଛଡା ଆଉ କିଛି ନ ଥିଲା । ହେଲେ ତାଙ୍କ ମନରେ ତିଳେ ଦୁଃଖ ନଥାଏ । ଦିନରାତି ଭଗବାନଙ୍କୁ...
ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ । ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ । ରାଜାଙ୍କ...
ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ । ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ ଠିକ୍ କରିନେଲା ପଡୋଶୀ ଘରର ପୋଷା କୁକୁଡା ହିଁ ତା’ର ରୋଗର...
ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି ଗଲା । ରାଜ କୁମାରୀ ଜାଣିଛି ୟେ କେବେ...
ଯେତେବେଳେ ରାଜା ବ୍ରହ୍ମଦତ କାଶୀରେ ରାଜୁତି କରୁଥିଲେ, ସେତେବେଳେ ବୋଧିସତ୍ତ୍ଵ ଗୋଟିଏ ଶ୍ୟାମଳ ରଙ୍ଗର ବାଛୁରୀ ରୂପରେ ଜନ୍ମ ଗ୍ରହଣ କରିଥିଲେ । ସେହି ବାଛୁରୀଟି ଦେଖିବାକୁ ଏଡେ ଡଉଲଡାଉଲ ଓ ସୁନ୍ଦର ହୋଇଥାଏ ଯେ ତା’ ଆଡକୁ ଥରେ ଅନାଇଲେ ଆଖି ଫେରାଇ ଆଣିବା ଏତେ ସହଜ ହେଉ ନଥାଏ । ସମସ୍ତେ ତା’କୁ ମୁଗ୍ଧ ହୋଇ ଦେଖୁଥାନ୍ତି । ସେ ବାଛୁରୀର ଯିଏ ମାଲିକ କୌଣସି କାରଣରୁ ତା’କୁ ସେ ଗାଁ ଛାଡି ଚାଲିଯିବାକୁ ପଡିଲା । ଜଣେ ବୁଢୀଠାରୁ...
ଦିନେ ଜଙ୍ଗଲରେ ସବୁ ଜୀବଜନ୍ତୁମାନଙ୍କର ଏକ ସଭା ହେଲା । ଆଉ ସେ ସଭାରେ ସମସ୍ତେ କାହାର କେତୋଟି ପିଲା ସେ ବିଷୟରେ କଥାବାର୍ତ୍ତା ହେଲେ । କିଏ କହିଲା ମୋର ଦୁଇଟି ପିଲା, ତ ଆଉ କିଏ କହିଲା ମୋର ଚାରୋଟି ପିଲା । ଶେଷରେ ଘୁଷୁରି କହିଲା, “ମୋର ବାରଟା ପିଲା” । ଏହି ସମୟରେ ସିଂହ ଆସି ପହଁଚିଗଲା । ଏହା ଶୁଣି ସେ କହିଲା, “ମୋର ତ ଗୋଟିଏ ମାତ୍ର ପିଲା; କିନ୍ତୁ ସେ ସବୁଠାରୁ ବଳୁଆ ଓ ସବୁଠାରୁ ଚାଲାକ୍ ।”...
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...
ଗୋଟିଏ ଜଙ୍ଗଲରେ ଖାଲି ଭୂତ ପିଶାଚମାନେ ରହୁଥାନ୍ତି । ସେମାନଙ୍କ ମଧ୍ୟରେ କୁନି ଭୂତୁଣୀଟିଏ ବି ଥାଏ । ଥରେ ତା’ର ଦୁଷ୍ଟାମୀ ଯୋଗୁଁ ତା’ମା ତାକୁ ଖୁବ୍ ଗାଳି ଦେଲା । ତେଣୁ ସେ ରାଗିଯାଇ ନିଜର ଘରଦ୍ୱାର ଛାଡି ଗୋଟିଏ ଗାଁକୁ ଚାଲିଆସିଲା । ସେଠାରେ ସେ ଗୋଟିଏ ଘରପାଖ ନିମଗଛରେ ଥାଏ । ଲକ୍ଷ୍ମଣ ନାମକ ଚାଷୀ ହେଉଛନ୍ତି ସେ ଘରର ମାଲିକ । ତା’ର ବଡଝିଅର ନାମ ହେଉଛି ଲକ୍ଷ୍ମୀ । ସେ ବିବାହିତା, କିନ୍ତୁ ତା’ର ଶାଶୁଘର ଲୋକେ ଅଧିକ...