ପଂଚଭୂତର ସାହାଯ୍ୟ ନେଇ ବ୍ରହ୍ମା ସଂସାର ଗଢିଲେ । ସେମାନଙ୍କୁ ପଚାରିଲେ କିଏ କ’ଣ କରିବାକୁ ଚାହୁଁଛି ମୋତେ କୁହ । ସେହି ପଂଚଭୂତ ହେଲା – କ୍ଷିତ୍, ଅପ୍, ତେଜ୍, ମରୁତ୍ ଓ ବ୍ୟୋମ ଅର୍ଥାତ୍ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ । ସେହି ପଂଚଭୂତମାନେ ବ୍ରହ୍ମାଙ୍କ ପାଖକୁ ଧାଡିବାନ୍ଧି ଆସିଲେ । ପ୍ରଥମେ ଆସିଲେ ଆକାଶ । ତାଙ୍କୁ ବ୍ରହ୍ମା ପଚାରିବାରୁ ସେ କହିଲେ – “ପ୍ରଭୁ ! ମୋତେ ସବୁଠାରୁ ଏବଂ ସମସ୍ତଙ୍କ ଉପରେ...
ସମୁଦ୍ର ତଟରେ ଥିବା ଏକ ଗ୍ରାମରେ କେଶବ ନାମକ ଏକ ଗରିବ ଯୁବକ ଥାଏ । ସେ ତା’ ମନେ ମନେ ଭାବିଲା ଯେ ବାଣିଜ୍ୟ କରିବାକୁ ଯାଉଥିବା ଜାହାଜରେ ଦୂର ଦେଶକୁ ଯାଇ ସେ କିଛି ଧନ ଅର୍ଜନ କରିବ । ଏହିପରି ମନ ନେଇ ସୁବିଧା ଦେଖି ଗୋଟିଏ ଜାହାଜରେ ସେ ଚଢିଲା । କିଛିଦିନ ସମୁଦ୍ରଯାତ୍ରା କରିବା ପରେ ଭୟଙ୍କର ଏକ ତୋଫାନ ହେଲା ଓ ସେ ଜାହଜଟି ବୁଡିଗଲା । କେଶବ ଭାସି ଭାସି ଆସି ଗୋଟିଏ ଦ୍ୱୀପରେ ଲାଗିଲା । ଚାରିଆଡେ ବୁଲି...
ରାଜା ବୀରଭାନୁଙ୍କର ଦୁଇ ପୁଅ ଥିଲେ । ବଡ ପୁଅ ନାମ ମୟଙ୍କ ଓ ସାନ ପୁଅର ନାମ ଶଶାଙ୍କ ଥିଲା । ହେଲେ ଶଶାଙ୍କ ରାଜାଙ୍କର ଜନ୍ମିତ ପୁଅ ନଥିଲା । ଥରେ ରାଜା ଶିକାର କରିବାକୁ ଯିବା ବାଟରେ ଗୋଟିଏ ଗଛମୂଳରେ ଶିଶୁଟିଏ ଏକାକୀ ଥିବାର ଦେଖି ତାକୁ ସେ ନିଜ ପ୍ରାସାଦକୁ ନେଇ ଯାଇଥିଲେ । ସେତେବେଳେ ସେହି ଶିଶୁଟିର ବୟସ ମାତ୍ର ଏକ ବର୍ଷ ଥିଲା । ରାଜା ଏବଂ ରାଣୀଙ୍କଠାରୁ ବାପା ମା’ଙ୍କର ସ୍ନେହ ପାଇ ଶିଶୁଟି କ୍ରମଶଃ ବଡ ହେଲା । ସେଇ...
ପାହାନ୍ତା ରାତିରେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ସବୁ ଭାସି ବୁଲୁଥାଏ । ତା ସାଙ୍ଗକୁ ଥଣ୍ଡା ପବନ ବି ଉତ୍ତର ଦିଗରୁ ବହୁଥାଏ । ଲାଗୁଥାଏ ଯେପରି ନିଶ୍ଚୟ ବର୍ଷା ହେବ । ତେଣୁ ଆକାଶ ଖୁବ୍ ଭୟଙ୍କର ଦେଖାଯାଉଛି । ଏହି ସମୟରେ ସୋମୁର ମାଆ ସୋମୁକୁ କହିଲେ ତୋର କାଲି ଜନ୍ମ ଦିନ । ଜିନିଷ ପତ୍ର ସଜାଡୁ ସଜାଡୁ ଆସି ପାହାନ୍ତା ରାତି ହେଲାଣି । ଚାଲ ଏଥର ଆମେ ଶୋଇବାକୁ ଯିବା । ପ୍ରଭୁଙ୍କ ଦୟାରୁ କାଲି ଯେପରି ବର୍ଷା ନ ହେଉ । ନହିଲେ ଆମେ...
ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି...
ନଦୀ ପଠାରେ ଗୋଟିଏ ବଡ ବରଗଛ ଚାରିଆଡକୁ ତାର ଓହଳ ଲମ୍ବାଇ ବଢିଥାଏ । ତେଣୁ ବଡ ଆକାରର ଛାୟା ସୃଷ୍ଟି କରିଥାଏ ସେହି ଗଛଟି । ବହୁତ ପଥିକ ସେଠି ବିଶ୍ରାମ ନିଅନ୍ତି । ଗଛରେ ଚଢେଇ, ଗୁଣ୍ଡୁଚି ମୂଷା, ସାପ, ଗୋଧି, ନେଉଳ ଇତ୍ୟାଦି ବସା କରିଥାନ୍ତି । ସେ ନଦୀ ପଠାର ନାଳତଳକୁ ଗୋଟିଏ ଦରିଦ୍ର ବସ୍ତି ରହିଥାଏ । ସେଠାରେ ବଡ ଦୁସ୍ଥ ଓ ଅସହାୟ ଭାବରେ ବାସ କରିଥାଏ ପ୍ରେମୀ ନାନୀ । ତା’ର ତ ପୁଅଝିଅ ବୋଲି କେହିବି ନଥିଲେ । ବୁଢା ସ୍ୱାମୀ...
ଏହାପରେ ବିକ୍ରମ ପୁଣି ଥରେ ଯାଇ ବେତାଳକୁ ସେହି ଗଛରୁ ଆଣି କାନ୍ଧରେ ପକାଇ ସିଧା ଶ୍ମଶାନ ଅଭିମୁଖେ ଚାଲିଲେ । ବାଟ ଚାଲିବା ସମୟରେ ନୀରବତାକୁ ଦୂର କରିବାପାଇଁ ବେତାଳ ପୁଣି ଏକ କାହାଣୀ କହିବା ଆରମ୍ଭ କଲା । କାହାଣୀଟି ଅବନ୍ତୀ ଦେଶର ରାଜକୁମାରୀଙ୍କ କଥା । ଅବନ୍ତୀ ନରେଶଙ୍କର ଗୋଟିଏ ବୋଲି କନ୍ୟା ଥିଲା । ତାର ନାମ ଶଶିବାଳା ଅଟେ । ନାମ ଯେମିତି ରୂପ ମଧ୍ୟ ସେମିତି । ଶଶିବାଳା ଯୋଗ୍ୟା ହେବାରୁ ବହୁ ଦେଶର ରାଜକୁମାର ତାଙ୍କୁ...
ଆଦିବାସୀ କନ୍ଧ ପିଲାଟିଏ । ଦାରିଦ୍ର୍ୟ ହେତୁ ସେ ମାଲିକର ଗାଈ ଚରାଇବା କାମରେ ନିୟୋଜିତ ହୋଇଥାଏ । ସୁତରାଂ ନିତି ବଣକୁ ଯାଇ ସେ ଗାଈ ଚରାଇ ଠିକ୍ ସଂଧ୍ୟାବେଳକୁ ଘରକୁ ଫେରିଆସେ । ଦିନସାରା ବଣରେ ବୁଲିବୁଲି ତା’କୁ ଭୋକ ଲାଗିଲେ ଝରଣାପାଣି ପେଟେ ପିଇଦେଇ ସେ ତା’ ଭୋକ ମାରେ । ସଂଜବେଳେ ମାଲିକଙ୍କ ଘରେ ନୀତିବାଣୀ ଚର୍ଚ୍ଚା ହୁଏ । ପିଲାଟି ତାକୁ ମନ ଦେଇ ଶୁଣେ । ଫଳରେ ତା’ ମନରେ ବି କରୁଣା ଜାଗ୍ରତ ହୁଏ ।...
ସେ କାଳର ପ୍ରତ୍ୟେକ ରାଜାଙ୍କ ପାଖରେ ରହସ୍ୟ ପୂର୍ଣ୍ଣ ଦୁଇ ଚାରି ଜଣ ଭାଣ୍ଡ ଥିଲେ । ସେମାନେ ରାଜାଙ୍କର ନିରସ ମନକୁ ସରସ କରିବା ପାଇଁ କଥା କଥାକେ ହସର ଯୁଆର ଛୁଟାଇ ଦେଉ ଥିଲେ । ହେଲେ ଗୋପାଳ ଭାଣ୍ଡର ସୁଖ୍ୟାତି ଯେତେ ଦୂର ବ୍ୟାପି ଯାଇ ଥିଲା ତା’ପରି କୌଣସି ଭାଣ୍ଡ କୌଣସି ରାଜାଙ୍କ ପାଖରେ ଥାଇ ସେହି ପରି ସୁନାମ ଅର୍ଜନ କରି ନଥିଲେ । ତଥାପି ସେମାନେ ଗୋପାଳର ନାମ ଓ କାମ ଶୁଣି ତା’ ଉପରକୁ ମନେ ମନେ ଚିଡି ଉଠୁ ଥିଲେ । ଭାବୁ...
କାଇରୋ ନଗରରେ ଜଣେ ବିଦୂଷକ ଥା’ନ୍ତି, ତାଙ୍କ ନାମ ଗୋହୋ । ଥରେ ସେ ଭାବିଲେ ତାଙ୍କର ବଳକା ସମୟକୁ ବଗିଚା ତିଆରି କରିବାରେ ସେ ଲଗାଇବେ । ତା’ପରେ ସେ ଭଲ ମାଟି ଅଣାଇ ଏକ ବିସ୍ତୃତ ସ୍ଥାନ ଉପରେ ବଗିଚା ବନାଇଲେ । ସେ ନିଜେହିଁ ସବୁ ଦେଖାଶୁଣା କରୁଥା’ନ୍ତି । ନାନା ସ୍ଥାନରୁ ନାନା ପ୍ରକାରର ଫଳ ଓ ଫୁଲ ଗଛ ସବୁ ଅଣାଇ ସେ ଏକ ସୁନ୍ଦର ବଗିଚା ବନାଇଲେ । ଯିବା ଆସିବା ଲୋକେ ବଗିଚାଟି ଦେଖି ଖୁବ୍ ଆନନ୍ଦିତ ହେଉଥା’ନ୍ତି ।...
ପ୍ରାଚୀନ କାଳରେ ଚକ୍ରବର୍ତ୍ତି ମହାରାଜା ବିକ୍ରମାଦିତ୍ୟଙ୍କ ଶାସନ ସମୟକୁ ସ୍ୱର୍ଣ୍ଣଯୁଗ ବୋଲି କୁହାଯାଉଥିଲା । ତାଙ୍କ ରାଜଧାନୀର ନାମ ଥିଲା ଉଜ୍ଜୟିନୀ । ତାଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ବୀରତ୍ୱ, ସାହାସ, ବଳିଦାନ, ଧର୍ମଧାରଣା, ନ୍ୟାୟ, ପରୋପକାର, ସହିଷ୍ଣୁତା, ଗୁଣଗ୍ରାହୀତା, ବନ୍ଧୁବତ୍ସଳତାର ପଟ୍ଟାନ୍ତର ନାହିଁ । ଅମିତ ଯଶ ଗୌରବର ଅଧିକାରୀ ମହାରାଜ ବିକ୍ରମାଦିତ୍ୟ ଯେଉଁ ସିଂହାସନ ଆରୋହଣ କରିଥିଲେ ତା’ର...
ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।” ବାସ୍, ତା’ପରେ ସବୁ ମଦୁଆ, ଜୁଆଡୀ ଯିଏ ଯୁଆଡେ ପାରିଲେ ଧାଇଁ...
ତିନିହଜାର ବର୍ଷ ତଳର କଥା । ଚୀନ୍ର ସମ୍ରାଟ ଚଉଦ ବର୍ଷର ସୁନ୍ଦର ଝିଅଟିଏ ବାହା ହେଲେ । ତା’ର ନାମ ସଲିଙ୍ଗସି ଥିଲା । ସେ ବଡ ଲଜ୍ଜାଶୀଳା ଥିଲା । ତାକୁ ଖୁସି ରଖିବା ପାଇଁ ସମ୍ରାଟ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥା’ନ୍ତି । ସବୁ ସତ୍ତ୍ୱେ ମଧ୍ୟ ସିଲିଙ୍ଗସି ସର୍ବଦା ଉଦାସ ରହିଥାଏ । କେବେ ବା ତା’ଆଖିରୁ ଅଶ୍ରୁବିନ୍ଦୁ ସବୁ ଝରିଯା’ନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ସେ ଖୁସି ହୁଏ ନାହିଁ । ପ୍ରଥମ କାରଣ...
ପଲ୍ଲବ ରାଜ୍ୟର ଅଧିପତି ରାଜା ଲଳିତସେନ କାବ୍ୟକବିତାର ଅତ୍ୟନ୍ତ ଆଦର କରୁଥିଲେ । ଗୁଣୀ କବିମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସେ ନାନାଦି ପୁରସ୍କାରର ବ୍ୟବସ୍ଥା କରିଥିଲେ । ରାଜ୍ୟର ପାଞ୍ଚଜଣ ବିଶିଷ୍ଟ କବିଙ୍କୁ ସେ ରାଜକବିର ସମ୍ମାନ ଦେଇ ନଅର ପାଖରେ ପାଞ୍ଚଟି ଘର ଦେଇ ସପରିବାରେ ରଖାଇଥିଲେ । ସେ ପାଞ୍ଚଜଣଙ୍କୁ ପଂଚରତ୍ନ ବୋଲି କୁହାଯାଉଥିଲା । କୌଣସି ନୂଆ କବି ରାଜାଙ୍କ ଆଗରେ କବିତା ପଢିବାକୁ ମନ କଲେ...
ଅନଂଗ ଦେଶରେ ସନ୍ତ ଏବଂ ବସନ୍ତ ନାମରେ ଦୁଇଭାଇ ବସବାସ କରୁଥିଲେ । ସେମାନେ ଦେଖିବାକୁ ଯେମିତି ସୁନ୍ଦର, ସେହିପରି ମଧ୍ୟ ଗୁଣବାନ । ସେମାନେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । କେହି କାହାକୁ ଗୋଟିଏ ମୁହୂର୍ତ ପାଇଁ ମଧ୍ୟ ଛାଡୁନଥାନ୍ତି । ସେମାନଙ୍କର ଏହି ଭାତୃପ୍ରେମ ଦେଖି ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି । ସେମାନଙ୍କର ଖାଇବା, ପିଇବା, ଶୋଇବା ଏପରିକି ବୁଲିବାକୁ ଯିବା କାର୍ଯ୍ୟ ମଧ୍ୟ ସାଂଗହୋଇ କରନ୍ତି । ଦିନେ ଦୁଇଭାଇ...
ନଦୀ ସ୍ରୋତଭଳି ସମୟ ଧାଇଁଛି ଥରେ ଚାଲିଗଲେ ଆସେନା ଫେରି ପ୍ରାଣୀର ଆୟୁକୁ ଘେନି ଯାଉଛନ୍ତି ଦିନ ଆଉ ରାତି ଠିକ୍ ସେପରି । ଏହି କଥା ବୁଝି ସମୟ ତାଳରେ କାର୍ଯ୍ୟ କରେ ଯିଏ ନିତି ଜୀବନେ ସେହିଭଳି ବ୍ୟକ୍ତି ସ୍ମରଣୀୟ ହୋଇ ରହିଯାଇଥାନ୍ତି ଧରାରେ ଦିନେ । ଏହି ଘଟଣାଟି ଅନେକ ଦିନ ତଳର । ଘଟିଥିଲା ଜର୍ଜ ୱାଶିଂଗଟନ୍ଙ୍କ ଜୀବନରେ । ସମୟାନୁବର୍ତ୍ତିତା ଉପରେ ଅଧିକ ଗୁରୁତ୍ୱ ଦେଇ ସାଧାରଣ ସ୍ତରରୁ ସେ...
ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ । ସେହି ବଗିଚାର ଫୁଲଗଛଗୁଡିକ କ୍ରମେ କ୍ରମେ ବଡ ହେବାକୁ ଲାଗିଲା । ଗୋଟିଏ ଫୁଲଭରା ଗଛ...
ଶ୍ରୀବିଷ୍ଣୁ ଆଦିଶେଷଙ୍କୁ ଆଦେଶ ଦେଇ କହିଲେ, “ଶେଷ, ମୁଁ ଦେବତାମାନଙ୍କର ସହାୟତା କରିବି । ତୁମେ ଯାଇ ମନ୍ଦର ପର୍ବତକୁ ଉପାଡି ନେଇ ତାହାକୁ କ୍ଷୀରସାଗରରେ ରଖ ।” ଆଦିଶେଷ ଶ୍ରୀବିଷ୍ଣୁଙ୍କ ଆଜ୍ଞା ପାଳନ କଲେ । କଥା ହେଲା ସାଗରମନ୍ଥନରୁ ଯେଉଁ ଅମୃତ ବାହାରିବ ସେଥିରୁ କିଛି ଅଂଶ କ୍ଷୀରସାଗରକୁ ଦିଆଯିବ ଓ ବାକିତକ ଦେବତାମାନେ ଖାଇବେ । ଅସୁରମାନଙ୍କୁ ଅନ୍ୟ କିଛି ଦେଇ ସନ୍ତୁଷ୍ଟ କରାଯିବ । କିନ୍ତୁ ମନ୍ଦର...
ଥତାନ୍ତ୍ରିକ ଶଂଖୁ ରହୁଥିବା ନିର୍ଜନ ଅଂଚଳରେ ଚନ୍ଦ୍ରବର୍ମାଙ୍କ ସହ ହଠାତ୍ କାପାଳିନୀର ସାକ୍ଷାତ୍ ହେଲା । ଶଂଖୁକୁ ଦମନ କରିବାର ଉପାୟ ଉଭୟେ ଚିନ୍ତା କଲେ । ସୂର୍ଯ୍ୟୋଦୟ ବେଳେ ଗୋଟିଏ ପାହାଡ ଉପରେ ଥିବା ଯେଉଁ ଶିଳା ଉପରେ ଠିଆ ହୋଇ ଶଂଖୁ ମନ୍ତ୍ର ପଢୁଥାଏ, ସେହି ଶିଳା ଦେହରେ ଦଉଡି ବାନ୍ଧି ରଖାଗଲା । ଶଂଖୁ ଆସି ତାହା ଉପରେ ଠିଆ ହେବା ମାତ୍ରେ ଦଉଡି ଝିଙ୍କି ଦିଆଗଲା । ତା’ପରେ…...
ମାତା ପାର୍ବତୀଙ୍କ କଥା ଶୁଣିବା ପରେ ଗଣେଶ ମାମୁଁ ଶ୍ରୀବିଷ୍ଣୁଙ୍କ ପାଖକୁ ଗଲେ । ତା’ପରେ ସେ ତାଙ୍କୁ ପଚାରିଲେ, “ଭଗବାନ, କୁମାରଙ୍କର ମୟୁର ବାହନ ଓ ମୋର ମୂଷା । ମୁଁ କିପରି ତାଙ୍କ ସହିତ ପ୍ରତିଯୋଗିତା କରିପାରିବି? ଏଇଟା କ’ଣ ଅନ୍ୟାୟ ନୁହେଁ?” ତହୁଁ ବିଷ୍ଣୁ କହିଲେ, “ବତ୍ସ, ତୁମେ ଚିନ୍ତା କରନାହିଁ । ତମେ ଲକ୍ଷେଥର ଶିବ ପଂଚାକ୍ଷରୀ ଜପ କରିବା ପରେ ପାର୍ବତୀ ଓ ପରମେଶ୍ୱରଙ୍କୁ ତିନିଥର ପରିକ୍ରମା କରିବ ତେବେ ପୃଥିବୀ...
ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ସତେ ଯେପରି ଥରି ଯାଉଥାନ୍ତି । ଭୀଷଣ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ସବୁ ଶୁଭୁଥାଏ । ତାସହିତ ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ କ୍ଷଣିକ ପାଇଁ ମଧ୍ୟ ବିଚଳିତ ବୋଧ ନକରି ପୂନର୍ବାର ସେ ପ୍ରାଚୀନ...
ଶ୍ରୀକୃଷ୍ଣ ଓ ଇନ୍ଦ୍ର, ସତ୍ୟଭାମା ଓ ଶଚୀଦେବୀଙ୍କୁ ନେଇ ଦେବମାତା ଅଦିତିଙ୍କୁ ଦେଖା କରିବାକୁ ଗଲେ । ଅଦିତି ଏମାନଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ତା’ପରେ ଇନ୍ଦ୍ର ଅଦିତିଙ୍କୁ ତାଙ୍କର କୁଣ୍ଡଳ ଯୋଡିକ ଦେଇ ଶ୍ରୀକୃଷ୍ଣ କିପରି ନରକାସୁରକୁ ବଧ କଲେ ସେହି ସବୁ ବିଷୟରେ କହିଲେ । ଅଦିତି ସବୁ ଶୁଣି ଶ୍ରୀକୃଷ୍ଣଙ୍କର ଭୁରି ଭୁରି ପ୍ରଶଂସା କଲେ ଓ ତାଙ୍କୁ ଆଶୀର୍ବାଦ ଦେଇ ସେ କହିଲେ, “ବତ୍ସ, ତୁମେ ତୁମର...
ରତ୍ନପୁର ପ୍ରଦେଶର ସୀମାବର୍ତ୍ତୀ କିଛି ଗ୍ରାମ ସମୁଦ୍ର ନିକଟରେ ଅବସ୍ଥିତ ଥିଲା । ତେଣୁ ବହୁ ସମୟରେ ଏହି ଗ୍ରାମଗୁଡିକ ସାମୁଦ୍ରିକ ଝଡତୋଫାନର ଶିକାର ହେଉଥିଲେ । ପାଶ୍ୱବର୍ତ୍ତୀ କ୍ଷୁଦ୍ର ଜଙ୍ଗଲରେ ନିଆଁଲାଗି ସେହି ଗ୍ରାମର ବହୁତ କ୍ଷତି ଘଟୁଥିଲା । ଏହି ବିପଦରୁ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବରେ ତ୍ରାହି ପାଇଛନ୍ତି କି ନାହିଁ, ପ୍ରଚଣ୍ଡ ବର୍ଷା ଓ ପବନ ଆରମ୍ଭ ହେଲା । କ୍ରମଶଃ ତାହା ସାମୁଦ୍ରିକ ତୋଫାନର ରୂପ ନେଲା ।...
ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ସହିତ ମିଶୁଥିଲା ହେଲେ ତା’ର ଏ ପ୍ରକାର ସ୍ୱଭାବ ସଂପର୍କରେ ସେ ଅଜ୍ଞ ଥିଲା । ସେମାନେ ଉଭୟେ ଏକ ପ୍ରକାର ବେପାର କରୁଥିଲେ । ନୂଆ ନୂଆ ସେମାନଙ୍କର ବେପାର ଭଲ ଚାଲିଲା । କିଛି ଦିନ ପରେ ହାସାନ୍ ବେପାର ମାନ୍ଦା...
ସୋଭିଏତ୍ ଋଷର ଗୋଟିଏ ଛୋଟ ଗାଁ ଥାଏ। ସେଇ ଗାଆଁରେ ଜଣେ ଚାଷୀ ଲୋକର ତିନୋଟି ଝିଅ ଥିଲେ । ସେ ଝିଅମାନଙ୍କର ମାଆ ତ ମରିଯାଇଥିଲା । ତେଣୁ ସେହି ଝିଅମାନେ ନିଜର ବାପା ପାଖରେ ରହୁଥିଲେ । ମାଆ ମଲାଦିନୁ ଘରଯାକର ଦାୟିତ୍ୱ ସେ ସାନଝିଅ ମୁଣ୍ଡରେ । ବଡ ଦି’ ଉଉଣୀ କିନ୍ତୁ ଘରକାମରେ ମୋଟେ ମନ ଦିଅନ୍ତି ନାହିଁ । ବଡ ଦି’ ଭଉଣୀମାନେ ଖାଲି ସବୁବେଳେ ବେଶଭୂଷା ହୋଇ ଗାଁଯାକ ବୁଲୁଥାଆନ୍ତି । ତେଣୁ ସେ ସାନଝିଅଟି ଉପରେ ଚାଷୀଟି ଅତ୍ୟନ୍ତ...
ଜଣେ ପ୍ରଜା ବସିଳ ରାଜା ଶାସନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ବେଳେବେଳେ ଦରବାରୀ କାର୍ଯ୍ୟରେ କ୍ଳାନ୍ତ ଅନୁଭବ କଲେ ରାଜା ପ୍ରମୋଦ ଉଦ୍ୟାନକୁ ଯାଇ ପଶା ଖେଳିଥାନ୍ତି । ଦିନକର କଥା । ରାଜାଙ୍କର ପ୍ରମୋଦ ଉଦ୍ୟାନର ଆମ୍ବବଗିଚା ଭିତରେ ପଶାଖେଳ ଚାଲିଥାଏ । ହଠାତ୍ କେଉଁଆଡୁ ଢେଲାଟିଏ ଆସି ରାଜାଙ୍କ ମୁଣ୍ଡରେ ବାଜିଲା । ଅବଶ୍ୟ ମୁଣ୍ଡରେ ମୁକୁଟ ଥିବାରୁ ରାଜାଙ୍କର ବିଶେଷ କ୍ଷତି ହେଲାନି; ମାତ୍ର ମୁଣ୍ଡଟି ତକ୍ଷଣାତ୍...
ବୋଧିସତ୍ୱ ବାରାଣସୀରେ ଜନ୍ମ ହୋଇ ଜଣେ ବ୍ରାହ୍ମଣଙ୍କର ଶିଷ୍ୟ ହୋଇଥିଲେ । ସେ ମନପ୍ରାଣ ଲଗାଇ ଗୁରୁଙ୍କର ସେବା କରୁଥିଲେ । ଏଇ ବ୍ରାହ୍ମଣ ଗୋଟିଏ ମନ୍ତ୍ର ଜାଣିଥିଲେ । ସେ ମନ୍ତ୍ରର ନାମ ବେଦବର । ବ୍ରାହ୍ମଣ ମନ୍ତ୍ର ପଢି ଆକାଶକୁ ଚାହିଁଦେଲେ ସୁନା ରୂପା ଆଦି ଧନସଂପଦ ବର୍ଷା ହେଉଥିଲା । କେଉଁ ଗ୍ରହ ଓ କେଉଁ ନକ୍ଷତ୍ର ଆକାଶରେ ଥିବାବେଳେ ମନ୍ତ୍ର ପଢିଲେ ଏପରି ଧନ ବର୍ଷାହେବ ବ୍ରାହ୍ମଣ ତାହା ଜାଣିଥିଲେ । ଦିନକର ଘଟଣା ।...
ଅତ୍ୟାଚାରୀ ବୀରସିଂହ ବାରମ୍ବାର ହିନସ୍ତା ହେବାକୁ ଲାଗିଲା । ଜୟନଗରରୁ ସେ ଜବର୍ଦସ୍ତ୍ ନେଇଯାଇଥିବା କନକ ଦୁର୍ଗାଙ୍କ ପ୍ରତିମା ଅଦ୍ଭୁତ ଭାବରେ ଜୟନଗର ଫେରିଗଲା । ରାଜକୁମାରୀ ସୁକନ୍ୟା ମାଙ୍କଡ ପାଲଟିଗଲେ! ନଅରର ଐଶ୍ୱର୍ଯ୍ୟର ମୂଲ୍ୟାୟନ ପାଇଁ ଆସିଥିବା ବିଶେଷଜ୍ଞମାନେ ଦେଖିବାବେଳକୁ ବିଦ୍ରୋହୀ ଦଳର ଲୋକେ । ସେମାନେ ସବୁ ସମ୍ପତ୍ତି ଧରି ପଳାଇ ଗଲେ । ଅମୃତପୁର ରାଜପ୍ରାସାଦରେ ରାଜା ପବିତ୍ର ଉତ୍କଣ୍ଠିତ ଭାବରେ କହିଲେ, “ମୋ...
ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ । ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର ମୁଖ୍ୟ ଚିନ୍ତା । ତାଙ୍କ ଗୁମାସ୍ତା ଦୁଇଜଣ ଯୁବକଙ୍କ ନାମ...
ପ୍ରତିଦିନ ବିରବଲଙ୍କୁ ନାନାଦି ଅଜବ ପ୍ରଶ୍ନ ପଚାରି ଉତ୍ତର ଆଦାୟ କରିବା ଆକବରଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ଦିନେ ବିରବଲ ଭାବିଲେ, ମହାରାଜ ତ’ ସବୁଦିନ ମୋତେ ପ୍ରଶ୍ନ ପଚାରୁଛନ୍ତି । ଦିନେ ମୁଁ ତାଙ୍କୁ ପ୍ରଶ୍ନ ପଚାରିବି । ଦେଖିବା ମହାରାଜ କେମିତି ଉତ୍ତର ଦେଉଛନ୍ତି । ଏହା ଭାବି ବିରବଲ ଦିନେ ଦରବାର ବସିଥିବା ସମୟରେ ମହାରାଜାଙ୍କୁ ପଚାରିଲେ, “ମହାରାଜ! ଆଜି ଗୋଟାଏ ଅଦ୍ଭୁତ କଥା ମୋ ମନକୁ ବାରମ୍ବାର ଗ୍ରାସ କରୁଛି ।...
ଯମୁନା ତଟରେ ଗୋପପୁର ନାମରେ ଗ୍ରାମଟିଏ ଥିଲା, ଏହା ପ୍ରାକୃତିକ ସମ୍ପଦରେ ସମୃଦ୍ଧିଶାଳୀ ଥିଲା । ଗୋପପୁରର ଅଧିକାଂଶ ବାସିନ୍ଦା ଗୋପାଳ ଥିଲେ । ଗୋପାଳନ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା । ନନ୍ଦ ସେମାନଙ୍କର ରାଜା ଥିଲେ । ରୋହିଣୀ ଓ ଯଶୋଦାଙ୍କ କୋଳରେ ରାମ ଓ କୃଷ୍ଣ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲେ । କୃଷ୍ଣଙ୍କର ବୟସ ମାତ୍ର କେତେ ଦିନ । ମାସଟିଏ ବି ହୋଇ ନାହିଁ । କିନ୍ତୁ ତାଙ୍କର ଦିବ୍ୟ ସୌନ୍ଦର୍ଯ୍ୟରେ...
ଘରେ ଅନେକ ଦୁଧିଆଳୀ ଗାଈ ରଖିବାକୁ ଜଣେ ଜମିଦାରଙ୍କର ଭାରି ସଉକ୍ ଥାଏ । ତେଣୁ ସେ ତାଙ୍କ ଗୁମାସ୍ତାକୁ ସାଙ୍ଗରେ ଧରି ହାଟକୁ ଯାଇ ଗାଈସବୁ ବାଛି କିଣନ୍ତି । ଥରେ ସେ ହାଟକୁ ଯାଇ ବହୁତ ଖୋଜି ଖୋଜି ଭଲ ଗାଈ ପାଇଲେ ନାହିଁ । ସେ ଫେରି ଯିବାକୁ ବସିଛନ୍ତି । ଠିକ୍ ଏହି ସମୟରେ ସେ ଦେଖିଲେ ଜଣେ ଚାଷୀ ଗାଈଟିଏ ବାଛୁରୀ ସହିତ ଧରି ବିକ୍ରି କରିବାକୁ ଯାଉଛି । ସେ ଗାଈଟିକୁ ଦେଖି ଜମିଦାରଙ୍କୁ ଭାରି ଭଲ ଲାଗିଲା ।...
ସୁମଥବାବୁ ନିଜ କନ୍ୟା ସକାଶେ ବର ଖୋଜିବା ନିମନ୍ତେ ବାହାରିଥିଲେ । ସ୍ତ୍ରୀ ପଚାରିଲେ “ତମେ ଆଜି ରାତିରେ କେଉଁଠି ରହିବ?” କାରଣ ସେଦିନ ତ ଆଉ ସୁମଥବାବୁ ସହରରେ ପହଁଚି ପାରିବେ ନାହିଁ । ସୁମଥବାବୁ କହିଲେ “ବାଟରେ ହରିପୁରଠିଁ ମୋ ସାଙ୍ଗ ଦିବାକର ଘରେ ମୁଁ ରହିଯିବି ।” ସୁମଥବାବୁଙ୍କ ସ୍ତ୍ରୀ କହିଲେ “ତମେ ଯଦି ଦିବାକରଙ୍କ ଘରେ ରହିବ, ତେବେ ତାଙ୍କ ପୁଅ ରବିଶଙ୍କର ସହ ପ୍ରସ୍ତାବ କାହିଁକି...