ଧନୀ ସାହୁ ମହାଜନ ଚନ୍ଦନପୁର ଗାଁର ଜଣେ ବେଶ୍ ଜଣାଶୁଣା ଲୋକ । କେବଳ ଚନ୍ଦନପୁର ଗାଁ କାହିଁକି ଆଖପାଖର କୋଡିଏ ଖଣ୍ଡ ଗାଁର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି । ଅଉଲ ବାରମାଣ ଚାଷଜମି ସାଙ୍ଗକୁ ଭଲ ମହାଜନୀ କାରବାର ବି ରହିଛି । ସୁଧଟିକେ ଚଢାହେଲେ ବି ରାତିଅଧରେ ପହଁଚିଲେ ଧନୀ ସାହୁ କାହାରିକୁ ବି ନିରାଶ କରେନାହିଁ । ଆଜିକାଲି କାଳ ଯେମିତି ହେଲାଣି ଖାଲି କାଗଜ ଖଣ୍ଡକରେ ଦି’ଧାଡି ଲେଖା ରଖି କିଏ ବା କାହାକୁ କରଜ ଦେଉଛି? ଧନୀ...
ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ । ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଉଦ୍ଧେଶ୍ୟରେ ଆସିଥିଲେ । ଏକ କଠିନ ବେମାରୀରେ ପଡି, ଭାଗ୍ୟବଶତଃ...
ଦକ୍ଷଶିଳା ନଗରୀ । ସେହି ନଗରୀରେ ରାଜା ଥିଲେ ଦକ୍ଷଦତ୍ତ । ସେ ରାଜା ଖୁବ୍ ପ୍ରଜାବସିଳ ଥିଲେ । ତାଙ୍କର ରାଜୁତି ସମୟରେ ପ୍ରଜାମାନେ ବେଶ୍ ଆନନ୍ଦରେ ସମୟ ଅତିବାହିତ କରୁଥାଆନ୍ତି। ହଠାତ୍ ରାଜକୁମାରଙ୍କୁ ଗୋଟିଏ ବିଷାକ୍ତ ସର୍ପ ଦଂଶନ କରିଦେଲା । ରାଜାପୁଅ ଆଉ ବଞ୍ଚିଲା ନାହିଁ । ସେ ତତ୍କ୍ଷଣାତ୍ ମରିଗଲା । ପୁତ୍ର ଶୋକରେ ରାଜାରାଣୀ ଦୁହେଁ ଭାଙ୍ଗି ପଡ଼ିଲେ । ରାଜକୁମାରଙ୍କର ମୃତ୍ୟୁ ହେବାର ସମ୍ବାଦ ସଙ୍ଗେ...
ଗୋଟିଏ କୋକୀ ତା’ଜୀବନରେ କେବେ ବି ସିଂହ ଦେଖି ନଥିଲା । ତେଣୁ ପ୍ରଥମ ଥର ସେ କୋକୀ ଯେବେ ସିଂହ ଦେଖିଲା ଭୟରେ ଖାଲି ଥରିଲା । ଦ୍ୱିତୀୟ ଥର ସିଂହକୁ ହାବୁଡି ଯିବାରୁ ଦୌଡିଯାଇ ସେ କୋକୀ ଗାତରେ ପଶିଗଲା । ମାତ୍ର ତୃତୀୟଥର ସିଂହକୁ ଦେଖି କୋକୀ ତା’ ମନରେ ଖୁବ୍ ସାହସ ବାନ୍ଧିଲା । ଆଉ ସିଂହ ପାଖକୁ ଯାଇ କୋକୀ କହିଲା – ଓଳଗି ମଣିମା ! ହଠାତ୍ ଏକଥା ଶୁଣି ସିଂହ ହସିଦେଲା ।
ଭଲ ବ୍ୟବହାର ପାଇଲେ ବଳବାନ ବି ବନ୍ଧୁ ହେବେ ।
ଗୌତମପୁର ଗ୍ରାମରେ ସୋମୁ ନାମରେ ଚାଷୀଟିଏ ଥାଏ । ତା’ର ଲିମନ୍ ନାମରେ ପୁଅଟିଏ ଥାଏ । ତାକୁ ଆସି ଷୋଳବର୍ଷ ହେଲାଣି, କିନ୍ତୁ ସେ ତା’ବାପକୁ କୌଣସି କାମରେ ଟିକିଏ ହେଲେବି ସାହାଯ୍ୟ କରେନାହିଁ । ସବୁବେଳେ ଖାଲି ସେ ଇଆଡେ ସିଆଡେ ବୁଲୁଥାଏ । ଦିନେ ସୋମୁ ତା’ ପୁଅ ଲିମନ୍କୁ କହିଲା, “ଆରେ ଏମିତି ବେକାର ହୋଇ ସବୁବେଳେ ବୁଲୁଛୁ । କାମ ତ କିଛି କରିବୁ? କାମ ନ କଲେ ପେଟ ପୋଷିବୁ କିମିତି? ଶେଷରେ ଭୋକରେ ମରିବୁ...
ଆଜିକୁ ପ୍ରାୟ ଦୁଇଶହ ବର୍ଷ ତଳର କଥା । ସେ ସମୟରେ ଆଉ ଆଜିକାଲି ଭଳି ଟ୍ରକ୍, ମଟର, ବସ୍ ଆଦି ଯାନବାହନ ନଥିଲା । ତେଣୁ ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଶଗଡ ବଳଦ ଗାଡିରେ ଯାଉଥିଲେ । ଯେଉଁଠି ରାତି ହେଉଥିଲା ସେଇଠି ହିଁ ବିଶ୍ରାମ ନେଉଥିଲେ । ଶଗଡ ଚାଳକକୁ ତ ଶଗଡିଆ କହନ୍ତି । ହରିସାମନ୍ତପୁର ନାମକ ଏକ ଗାଆଁରେ ଅଧିକାଂଶ ଲୋକଙ୍କର ଶଗଡ ଖଣ୍ଡେ ଲେଖାଏଁ ଅଛି । ସେମାନେ ସକାଳେ ଗାଧୋଇ ପାଧୋଇ ଖାଇ ନିଜ ନିଜର ଶଗଡରେ ବଳଦ...
ବାରଣାସୀ ନାମକ ଏକ ନଗର ଥିଲା । ସେହି ନଗରରେ ଜଣେ ଶୁଦ୍ଧପୂତ ତଥା ବେଦଜ୍ଞ ବ୍ରାହ୍ମଣ ବାସ କରୁଥାଆନ୍ତି । ବ୍ରାହ୍ମଣ ଜ୍ଞାନରେ ଯେପରି ଅପରିସୀମା ସରଳତାରେ ସେହିପରି । ବ୍ରାହ୍ମଣମାନଙ୍କର ସାମାନ୍ୟ ଭାବରେ ଚାଷଜମି ଥାଏ । ସେହି ଚାଷ ଜମିରେ ଯାହା ଧାନ, ମୁଗ, ବିରି ଆଦି ଫସଲ ଆମଦାନୀ ହୁଏ ସେଥିରେ ସେ ନିଜର ପରିବାରକୁ ଅଧାଦିନ ଆହାର ଯୋଗାଇ ଥାଆନ୍ତି । ଅବଶିଷ୍ଟ ଅଧା ସମୟକୁ ନଗର ବାସୀଙ୍କର ଯେଜମାନି ଆଦି...
ସୀତାପୁରରେ ସୀତାରାମଙ୍କର ବିଶ୍ୱାସ ଯେ କୌଣସି ଯୁକ୍ତିତର୍କ, ଇତ୍ୟାଦିରେ ସେ ସମସ୍ତଙ୍କୁ ହରାଇ ଦେଇ ପାରିବେ, କିନ୍ତୁ ଗ୍ରାମବାସୀଙ୍କର ବିଶ୍ୱାସ ଯେ ସେହି ଗ୍ରାମର ରାଜାରାମ ଜିଦ୍ଖୋର୍ ହେଲେ ମଧ୍ୟ ଯୁକ୍ତିତର୍କରେ ଯାହାକୁ ହେଲେ ବି ସେ ହରାଇ ଦେଇ ପାରିବ । ଦିନେ ସୀତାରାମ ଓ ରାଜାରାମ କ୍ଷେତ ବାଡି ଦେଖିବାକୁ ଯାଇ ପରସ୍ପରକୁ ଭେଟିଲେ । କୌଣସି ପ୍ରକାରରେ ତର୍କ କରିବା ପାଇଁ ଉତ୍କଣ୍ଠିତ ସୀତାରାମ କହିଲେ...
ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ ମୋ କ’ଥା ରଖିବେ । ରାଜା ବିକ୍ରମାଦିତ୍ୟ କହିଲେ ପ୍ରିୟେ...
ଗୋବିନ୍ଦ ଲୁଗା ଦୋକାନ କରିଥାଏ । ସେ ଥରେ ସହରରୁ ଖଣ୍ଡିଏ ଦାମିକା ପଶମ ଚଦର ନେଇ ଆସିଲା । ସେତେବେଳେ ତା’ ଶଳା ନିତେଇ ତ ବୁଲି ଆସିଥାଏ । ସେ ତା’ ଭିଣେଇକୁ କହିଲା, “ଗୋବିନ୍ଦ ଭାଇ, ଏ ଶାଲ୍ କିଏ କିଣିବ?” ଏହା ଶୁଣି ଗୋବିନ୍ଦ କହିଲା, “ଆରେ ଭାଇ, ବିକି ଜାଣିଥିଲେ ସବୁ ସମ୍ଭବ ।” ଏହା କହି ଗୋବିନ୍ଦ ନିତେଇକୁ ଦୂରରୁ ଆସୁଥିବା ଜଣେ ଭଦ୍ରଲୋକଙ୍କୁ ଦେଖାଇ ଦେଇ ଚୁପ୍ ଆଉ କିଛି କହନା ବୋଲି କହିଲେ । ଭିଣେଇ ଭାଇର କଥାନୁସାରେ...
ଦିନେ ଜଙ୍ଗଲରେ ଗୋଟିଏ ବିଲୁଆର କୁକୁର ସହିତ ଦେଖା ହୋଇଗଲା । କୁକୁର କହିଲା, ‘ବିଲୁଆ ଭାଇ, ଆମେ ଦୁହେଁ ଗୋଟିଏ ଘରେ ସାଙ୍ଗ ହୋଇ ରହିଲେ କେମିତି ହୁଅନ୍ତା?’ ବିଲୁଆ କୁକୁର କଥାଟାକୁ ଖୁବ୍ ପସନ୍ଦ କଲା । ତା’ପରେ ସେ ଦୁହେଁ ଜଙ୍ଗଲ ଭିତରେ ଘର ଖୋଜି ଖୋଜି ଶେଷରେ ଗୋଟିଏ ପାହାଡର ଗୁମ୍ଫା ପାଖରେ ଯାଇ ପହଁଚିଲେ । ସେତେବେଳେ ତ ସେ ଗୁମ୍ଫା ଭିତରେ କେହି ବି ନଥିଲେ । ତେଣୁ ଏ କୁକୁର ଓ ବିଲୁଆ ସେଇ ଗୁମ୍ଫାରେ ରହିଲେ । ସେ ବିଲୁଆର...
ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ । ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ ପହଁଚିଗଲା । ସୁତରାଂ ନରେଶ ତପସ୍ୱୀଙ୍କୁ ଭେଟି ତାଙ୍କର ସେବା କରିବା ନିମନ୍ତେ କିଛିଦିନ...
‘ବର୍ଦ୍ଧମାନ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ତାଙ୍କର ନାମ ହେଉଛି ‘ଦାନ୍ତିଲ୍’ । ସମଗ୍ର ନଗରୀରେ ତାଙ୍କର ଆଧିପତ୍ୟ ଥିଲା । ତାଙ୍କ ସମୟରେ ସାଧାରଣ ଜନତା ଏବଂ ରାଜା ଉଭୟେ ଖୁସିରେ କାଳାତିପାତ କରୁଥିଲେ । ସେଥିପାଇଁ ରାଜା ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । କିଛି ଦିନ ଗଲା ପରେ ଦାନ୍ତିଲ୍ ଙ୍କର ର କନ୍ୟାର ବିଭାଘର ଠିକ୍ ହେଲା ଏହି ବିବାହ ଭୋଜିରେ ଯୋଗ ଦେବା ପାଇଁ...
ଶ୍ୟାମସୁନ୍ଦର ନାୟକ ଜଣେ ଅତି ଧର୍ମପରାୟଣ ବ୍ୟକ୍ତି ଥିଲେ । ମୁଣ୍ଡଝାଳ ତୁଣ୍ଡରେ ମାରି ବିଲ ବାଡିରେ କଠିନ ପରିଶ୍ରମ କରନ୍ତି । ଚାଷରୁ ଯାହା ଆୟ କରନ୍ତି, ନିଜର ପରିବାର ପ୍ରତିପୋଷଣ କରନ୍ତି । ଶ୍ୟାମସୁନ୍ଦର ଅତ୍ୟନ୍ତ ସାଧୁ ସ୍ୱଭାବର ମଣିଷ । ନୀତି ନିୟମର ମଣିଷ । ସେ ସମସ୍ତଙ୍କୁ ହୃଦୟର ସହିତ ଅତ୍ୟନ୍ତ ଭଲ ପାଉଥିଲେ । ଦିନକର ଘଟଣା । ଶ୍ୟାମସୁନ୍ଦର ଶାନ୍ତିରେ ଶୋଇଥିବା ଅବସ୍ଥାରେ ସେ ଗୋଟିଏ ସ୍ୱପ୍ନ...
ମହାରାଜ ଆକବର ଏବଂ ପାରସ୍ୟର ସମ୍ରାଟଙ୍କ ମଧ୍ୟରେ ସୁସଂପର୍କ ଥାଏ । ଉଭୟେ ସବୁ ସମୟରେ ପରସ୍ପର ନିକଟକୁ ନାନାଦି ଜଟିଳ ପ୍ରଶ୍ନ ପଠାଉଥାଆନ୍ତି । ଯିଏ ସମସ୍ୟାର ସମାଧାନ କରିପାରେ, ସେ ଚତୁର ବୋଲି ପରିଗଣିତ ହୁଏ । ଦିନେ ପାରସ୍ୟ ସମ୍ରାଟ୍ ଗୋଟିଏ ପିଞ୍ଜରା ମଧ୍ୟରେ ଏକ ସିଂହ ତିଆରି କରି ତାଙ୍କର ଜଣେ କର୍ମଚାରୀ ହାତରେ ଏକ ଜଟିଳ ପ୍ରଶ୍ନ ଲେଖି ପଠାଇଥାଆନ୍ତି । କର୍ମଚାରୀ ସହିତ ଥିବା ପିଞ୍ଜରା ମଧ୍ୟସ୍ଥ ସିଂହକୁ ଦେଖି...
ଅନେକ ବର୍ଷ ତଳର କଥା । ବିଜୟପୁରର ପଶ୍ଚିମ ଅଂଚଳରେ ଜବଗ୍ରାମ ଇଲାକାରେ ଜଣେ ଦକ୍ଷ ରାଜପ୍ରତିନିଧି ଥିଲେ । ସେ ସ୍ଥାନୀୟ ପ୍ରଜାମାନଙ୍କୁ ଏପରି ସୁଖରେ ଲାଳନ ପାଳନ କରୁଥିଲେ ଯେ ସେମାନେ ରାଜପ୍ରତିନିଧିଙ୍କୁହିଁ ରାଜା ଭଳି ମାନ୍ୟ କରୁଥିଲେ । ଏଣେ ରାଜପ୍ରତିନିଧି ରାଜାଙ୍କ ପ୍ରତି ମଧ୍ୟ ଖୁବ୍ ବିଶ୍ୱସ୍ତ ଥିଲେ । ତେବେ ଦିନେ ବୃଦ୍ଧାବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା । ରାଜା ବଡ ଦୁଃଖ କଲେ ଓ...
(ମାଣିକୀପୁରୀର ଦକ୍ଷିଣରେ ଥିବା ସମୁଦ୍ରତଟସ୍ଥିତ, କେତେକ ଗ୍ରାମ ଅକସ୍ମାତ୍ ଧରାଶାୟୀ ହୋଇଗଲା । ଗ୍ରାମବାସୀମାନେ ଭୟରେ ଗ୍ରାମଛାଡି ପଳାଇଲେ । ନିଜର ପ୍ରାଣ ବଂଚାଇବା ପାଇଁ କେତେକ ଲୋକ ଆସି ରାଜଧାନୀରେ ପହଁଚିଗଲେ । ରାଜା, ରାଜକୁମାରୀ ଓ ସେନାପତି ସେମାନଙ୍କୁ ଆଶ୍ରୟ ଦେଇ ଥଇଥାନ କରିବାରେ ଲାଗିଗଲେ । ସମୁଦ୍ରତଟରୁ ଫେରିଥିବା ସୈନିକମାନେ କହିଲେ କି ସେପରି ଧ୍ୱଂସର କାରଣ ହେଉଛି ଏକ ରାକ୍ଷସ । ସେ ରାତ୍ରିରେ ସମୁଦ୍ର ମଧ୍ୟରୁ...
ଅନେକ ବର୍ଷ ତଳର କଥାଟିଏ । ଗୋଟିଏ ଗାଁରେ ଦୁଇଭାଇ ବାସ କରୁଥିଲେ । ନିଜ ନିଜର କର୍ମ ଅନୁସାରେ ସମୟ କ୍ରମେ ବଡଭାଇ ଜଣକ ବଡଧନୀ ପାଲଟି ଯାଇଥିଲା ବେଳେ ସାନଭାଇ ଅତ୍ୟନ୍ତ ଗରିବ ହୋଇଯାଇଥିଲା । ଦୁହେଁ ଗୋଟିଏ ମାଆ ପେଟର ଦୁଇଭାଇ ହୋଇଥିଲେ ମଧ୍ୟ ସାନଭାଇର ଦାରିଦ୍ର୍ୟତାକୁ ବଡଭାଇ ଘୃଣା କରୁଥାଏ । କଥା କଥାରେ ଲୋକଙ୍କ ଆଗରେ ଦେଖାଇ ଶିଖେଇ ନାନା କୁତ୍ସାଟନା କରିବାକୁ ବି ପଛାଉ ନଥାଏ । ସାନ ଭାଇ କର୍ମକୁ ଆଦରି ସବୁ ସହିଯାଉଥାଏ ।...
ଥରେ ପାର୍ବତୀ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ “ଭାଇ, ଶିବଙ୍କୁ ଗଜାସୁର ନିଜ ହୃଦୟରେ ଲିଙ୍ଗ ରୂପରେ ଲୁଚାଇ ରଖିଛି । ତାଙ୍କୁ କୈଳାସ ଫେରାଇ ଆଣିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ ।” ଶ୍ରୀବିଷ୍ଣୁ ତାଙ୍କୁ ସାନ୍ୱନା ଦେଇ କହିଲେ, “ଭଉଣୀ, ମୁଁ ଖୁବ୍ ଅଳ୍ପ ଦିନରେ ତୁମ ଦୁଃଖ ଦୂର କରିବି ।” ତା’ପରେ ସେ କୈଳାସ ଓ ପାର୍ବତୀଙ୍କୁ ରକ୍ଷା କରିବା ଲାଗି ଗଣମାନଙ୍କୁ ନିଯୁକ୍ତ କରି ରୁଦ୍ରଗଣଙ୍କୁ ସାଥିରେ ଧରି...
ରାଜା କୀର୍ତ୍ତି ବର୍ମାଙ୍କର ବିଶାଳ ଦେଶରେ ଶାସନ ଥିଲା । ତାଙ୍କ ଶାସନ ଯୋଗୁଁ ତାଙ୍କ ରାଜ୍ୟ ସମୃଦ୍ଧିଶାଳୀ ଥିଲା ଓ ସେଠାକାର ପ୍ରଜାମାନେ ଅତ୍ୟନ୍ତ ଶାନ୍ତି ତଥା ଆନନ୍ଦରେ ରହୁଥିଲେ । ପଡୋଶୀ ରାଜ୍ୟର ବିଦୁଷକ ଥରେ ସେ ରାଜାଙ୍କ ସହିତ ଆସି କଥା କହୁ କହୁ କହିଲେ, “ଆପଣଙ୍କ ରାଜ୍ୟରେ ଶାନ୍ତି, ଆନନ୍ଦ, ବିଭବ ସବୁ ବିରାଜମାନ କରୁଛି । ହେଲେ ମୁଁ ଲକ୍ଷ୍ୟ କରି ଦେଖିଲି ଯେ, ମୂର୍ଖଙ୍କ ସଂଖ୍ୟା ମଧ୍ୟ ଶହେ ବାର ।” ଏହା ଶୁଣି...
ବିଜୟନଗର ଦରବାରରେ ଜଣେ ଯାଦୁକର ଥା’ନ୍ତି । ତାଙ୍କ ନାମ ଜୟନ୍ତ । ଥରେ ରାଜା ଗୋଟିଏ ପ୍ରଦର୍ଶନୀ କରିବା ପାଇଁ ଘୋଷଣା କଲେ । ସେଥିରେ ସବୁ ମୂଲ୍ୟବାନ୍ ଓ ବିଶେଷ ଜିନିଷ ସବୁ ରଖାଯିବାର କଥା । ପ୍ରଦର୍ଶନୀ ଖୋଲିଲା । ଜୟନ୍ତ ନିଜର ବନ୍ଧୁ ହରିଶଙ୍କୁ ସଙ୍ଗରେ ନେଇ ସେହି ପ୍ରଦର୍ଶନୀ ଦେଖିବାକୁ ଗଲେ । ହରିଶ ପ୍ରହରୀର ଆଖିରେ ଧୂଳି ଦେଇ ନବରତ୍ନ ହାରଟିଏ ଚୋରୀ କଲେ । କିନ୍ତୁ ଜୟନ୍ତ ତାଙ୍କ ବନ୍ଧୁଙ୍କର ଏହି କୃତୀଟି ଦେଖିନେଲେ । ସେ...
ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା ଟିକେ ଘୁଂଚିଗଲା । ଏସବୁ ଦେଖି ରୂପେଲିର ଆଉ ଆଶ୍ଚର୍ଯ୍ୟର ସୀମା...
କୌଣସି ଏକ ଜଙ୍ଗଲରେ ନିର୍ବାସ ନାମକ ଜଣେ ମୁନି ଥିଲେ । ସ୍ୱଭାବତଃ ସେ ବଡ କ୍ରୋଧୀ ଥିଲେ । ଅଳ୍ପ କଥାରେ ରାଗିଗଲେ ଅଭିଶାପ ଦେଇ ବସୁଥିଲେ । ଥରେ ରାଜା ସୁଦୀପ କୌଣସି ଛୋଟ ଏକ ଭୁଲ୍ କଲେ ବୋଲି ମୁନି ରାଗିଯାଇ ତାଙ୍କୁ କହିଲେ, “ତୁମେ ରାକ୍ଷସ ହୋଇଯାଅ ।” ଫଳରେ ସେ ରାଜା ତତ୍କ୍ଷଣାତ୍ ରାକ୍ଷସ ହୋଇଗଲେ ଓ ନିଜ ପ୍ରଜାମାନଙ୍କୁ ହଇରାଣ ହରକତ କଲେ, ଖାଇ ଗୋଡାଇଲେ । ଏଣେ ରାଜା ସୁଦୀପଙ୍କର ଅନୁପସ୍ଥିତିରେ ତାଙ୍କୁ...
ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ ।...
ଅନେକ ପୂର୍ବ କାଳର କଥା । ଚୀନ୍ର ଗୋଟିଏ ଗାଁରେ ବାଙ୍ଗ୍ ନାମକ ଗରୀବ ଚାଷୀଟିଏ ରହୁଥାଏ । ତା’ର ଆଉ ଏ ଦୁନିଆରେ ନିଜର ବୋଲି କେହିବି ନଥାଏ, ଉତ୍ତରାଧିକାରୀ ଭାବରେ ସେ ତା’ ବାପର ମାତ୍ର ଦେଢ ଏକର ଜମି ପାଇଥାଏ । ସେହି ଜମିରେ ସେ ଅନେକ ଫଳ ଚାଷ କରେ । ନିଜେ ଖାଏ ଓ ବଳକା ଫଳ ବିକି ପଇସା ଜମା କରିଥାଏ । ତା’ ଜମିକୁ ଲାଗି କିଛି ଅନାବାଦୀ ଜମି ପଡିଆ ପଡିଥାଏ । ଇତିମଧ୍ୟରେ ସେ ଜଣେ ଭଲ ଚାଷୀ ଭାବରେ ପ୍ରମାଣିତ...
ଉପରୋକ୍ତ କଥାଟିଥିଲା ବିରବଲଙ୍କ ନିମନ୍ତେ ବହୁ ଅତୀତ କାଳର କଥା । ଥରେ ବିରବଲ ନାନା ଦେଶ ଭ୍ରମଣରେ ବାହାରିଲେ । ଏହି ଭ୍ରମଣରେ ଯାଉ ଯାଉ ବିରବଲ ଯାଇ କାବୁଲ୍ ନାମକ ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ମାତ୍ର ଦୁଇ ଗୋଟି ଦିବସ ରହିଯିବା ପରେ ବିରବଲଙ୍କୁ ସେହି ସ୍ଥାନଟି ଆଦୌ ଭଲ ଲାଗିଲା ନାହିଁ । ସମସ୍ତ ଲୋକ ଯେପରି ତାଙ୍କୁ ଖାପଛଡା ଲାଗିଲା । ଏହାର କାରଣ ଯେ କାବୁଲ୍ର ଲୋକ ବିରବଲଙ୍କ ଚାଲିଚଳନ ଦେଖି ଭାବି...
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ ପହଁଚିଲା । ସେହି ସ୍ଥାନରେ ଏକ ଘଂଟି ପଡିଥିବାର ଦେଖି ସେ ତାକୁ ମନ...
ରାଜା କୃଷ୍ଣଦେବ ରାୟ ନିଜ ରାଜ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । ତେଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ ନିଜ ଇଚ୍ଛା ପ୍ରକାଶ କଲେ ଏବଂ ମନ୍ତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ନିରୂପଣ କରିବାପାଇଁ ମଧ୍ୟ କହିଲେ । ମନ୍ତ୍ରୀ ନଗର ଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲରେ ସ୍ଥାନ ଚିହ୍ନଟ କଲେ । ରାଜାଙ୍କ ଆଦେଶରେ ସେହି ସ୍ଥାନଟି ପରିଷ୍କାର କରାଗଲା । ଜଙ୍ଗଲ ପରିଷ୍କାର କରିବା ସମୟରେ ସୁବର୍ଣ୍ଣ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି...
ପାରସ୍ୟର ସମ୍ରାଟ୍ ଏବଂ ମହାରାଜ ଆକବର ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ଥରେ ପାରସ୍ୟ ସମ୍ରାଟ୍ ଭାରତ ଭ୍ରମଣରେ ଆସିଥାଆନ୍ତି । ସେ ଆକବରଙ୍କୁ ପଚାରିଲେ, “ବନ୍ଧୁ! ତୁମ ପାଖରେ ଏପରି ଏକ ଅଲୌକିକ ପଥର ଅଛି କି, ଯାହାକୁ ତୁମେ ଛୁଇଁଲା ମାତ୍ରକେ ସୁନା ପାଲଟିଯିବ? ସମ୍ରାଟ୍ ଙ୍କ କଥା ଶୁଣିବା ପରେ ଆକବର କିଛି ସମୟ ନୀରବ ହୋଇଗଲେ । ଏହାପରେ ବିରବଲଙ୍କୁ ପାଖକୁ ଡକାଇଲେ । ପାରସ୍ୟ ସମ୍ରାଟ୍ ଙ୍କ ସହିତ ତାଙ୍କର ପରିଚୟ କରାଇଦେବାକୁ ଯାଇ...
ଦିନେ ମଣିଷ ଓ ସିଂହ ଭିତରେ ଝଗଡା ହେଲା, ତାଙ୍କ ଭିତରେ ବଡ କିଏ? ଯାଉ ଯାଉ ବାଟରେ ସେମାନେ ଗୋଟିଏ ବଡ ମୂର୍ତ୍ତି ଦେଖିଲେ । ସେଥିରେ ହର୍କୁ୍ୟଲେସ୍ ସିଂହକୁ ଖାଲି ହାତରେ ମାରୁ ଥିବାର ଦେଖାଯାଇଛି । ଏହାକୁ ଦେଖି ମଣିଷ କହିଲା – “ଦେଖ ସିଂହ, ଏ ମୂର୍ତ୍ତିରୁ ଜଣାପଡୁଛି ଯେ ମଣିଷ ସିଂହଠାରୁ ବି ବଡ ।” ମାତ୍ର ସିଂହ ଏହା ଦେଖି କହିଲା, “ଏ ମୂର୍ତ୍ତିଟା ତ ମଣିଷ କରିଛି, ତେଣୁ ସେ ଏହିପରି ତିଆରି କରିଛି । ଯଦି ସିଂହ ତାକୁ ତିଆରି...
ସୁରେଖା ତା’ ପିତାମାତାଙ୍କର ଏକମାତ୍ର ଅଲିଅଳୀ ଝିଅ । ତା’ର ବୟସ ପାଂଚ ବର୍ଷ ହେଲେ କ’ଣ ହେବ, ସେ ଖୁବ୍ ବୁଦ୍ଧିମତୀ ଓ ଚଂଚଳ ବି । ଯେତେବେଳେ ଦେଖ, ସିଏ ତା’ ଘରେ ଖାଲି ପାଟିଗୋଳ କରୁଥାଏ, ଘର ସାରା ମନଖୁସିରେ ସେ ଡିଆଡେଇଁ କରୁଥାଏ । ଦିନେ ରାତିରେ ମା’ ସୁରେଖାକୁ କହିଲେ, “ସୁରେଖା, ବାରିପଟ ବାରଣ୍ଡାରୁ ଝାଡୁ ନେଇ ଆସିଲୁ ।” ସୁରେଖା ଉତ୍ତର ଦେଲା “ବାରିପଟେ ଅନ୍ଧାର ହୋଇଛି । ଏଣୁ ମୋତେ କିଛି ଦିଶୁ ନାହିଁ । ମୁଁ ସେଠାକୁ...
ଚିତ୍ରସେନ ରାଜା ହେବା ପରେ ସେ ତାଙ୍କର ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ଡାକୁମାନଙ୍କୁ କୌଶଳକ୍ରମେ ସାଧାରଣ ନାଗରିକ ଭାବରେ ବନାଇ ରଖିଲେ । ରାଣୀ କାନ୍ତିମତି ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ । ଯେଉଁଦିନ ତାକୁ ପାଞ୍ଚବର୍ଷ ପୁରିଲା, ସେହିଦିନ ସର୍ତ୍ତ ଅନୁସାରେ ରାକ୍ଷସ ଉଗ୍ରାକ୍ଷ ଆସି ତାକୁ ନେଇ ଯିବାପାଇଁ ପହଁଚିଗଲା । ତାକୁ ଗୋଟାଏ ଶିଶୁ ହସ୍ତାନ୍ତର କରାଗଲା, କିନ୍ତୁ ସେ ଶିଶୁ ଯେ ରାଜପୁତ୍ର ନୁହେଁ, ଏହା ସେ ଅଚିରେ...


