ରାଜା ଶିକାର କରିବାକୁ ଗଲେ । ସେତେବେଳେ ତାଙ୍କ ସାଥିରେ ଜଣେ ଅମାତ୍ୟ ବି ଥିଲେ । ରାଜା ସେହି ବଣ ଭିତରେ ଚାରି ପାଂଚଘଂଟା ବିତାଇ ମଧ୍ୟ ଗୋଟାଏ ବି ଶିକାର ପାଇଲେ ନାହିଁ । ସୁତରାଂ ତାଙ୍କ ମୁହଁରେ ବିରକ୍ତି ଭାବ ଫୁଟି ଉଠୁଥାଏ । ହଠାତ୍ ହରିଣ ଛୁଆଟାଏ ଦେଖାଗଲା । ରାଜା ତରବରିଆ ଭାବେ ତୀର ଯୋଖିଲେ ଓ ମାରିଲେ । କିନ୍ତୁ ସେହି ତୀରଟି ହରିଣଛୁଆଠୁଁ ପ୍ରାୟ ଦୁଇଗଜ ଛାଡି ପଡିଲା । ଅମାତ୍ୟ କହିଲେ “ସାବାସ୍...
କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା । ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଦୌଡିବେ । ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି । କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା । ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥା’ନ୍ତି, କରଜ ନେଇଥିବା ଲୋକର ନାମଧାମ ଲେଖିବାକୁ ଓ କରଜ ଟଙ୍କା ଆଦାୟ କରିବାକୁ । ପ୍ରଶାନ୍ତଙ୍କ ଏହି କରଜ ଦେବାର ବ୍ୟବସାୟ ଦେଖି...
ସାରା ରାତି ଘୋଡା ଚଢି କୃଷ୍ଣବର୍ମା ପରଦିନ ଦ୍ୱିପ୍ରହର ବେଳକୁ କୌମୁଦି ଦେଶରେ ଯାଇ ପହଁଚିଲେ । ସେହି ଜଙ୍ଗଲରେ ଏକ ସ୍ଥାନରେ ସେ ଦେଖିଲେ ଏକ ବିରାଟ ଚନ୍ଦନ ବୃକ୍ଷ । ସେହି ବୃକ୍ଷର ନିମ୍ନଭାଗରେ ଦୁଇଟି ସର୍ପ ଖୋଦିତ ହୋଇଥିବା ଏକ ଶିଳା ମଧ୍ୟ ରହିଛି । ବହୁତ ସାବଧାନ ହୋଇ ସେ ଚତୁର୍ଦ୍ଦିଗ ତନ୍ନ ତନ୍ନ କରି ଦେଖିଲେ । ଘୋଡାକୁ ବାନ୍ଧି ଦେଇ ସେ ଖୋଦିତ ଶିଳା ପାଖକୁ ଗଲେ । ଠିକ୍ ସେତିକିବେଳେ ପଛରୁ କେହି ତାଙ୍କୁ କହିଲା...
ଦିନେ ବୁଢାବାପ ଓ ତାର ପୁଅ ତାଙ୍କ ଗଧକୁ ସାଙ୍ଗରେ ନେଇ ବଜାରକୁ ଗଲେ । ଗଧ ଚାଲିଥାଏ, ବାପ, ପୁଅ ଦୁଇଜଣ ବି ଚାଲିଥାନ୍ତି । କିଛି ଦୂର ଗଲାପରେ ବାଟରେ ଗୋଟିଏ ଲୋକ ହସି ହସି କହିଲା “ଏ ବୁଢା କେଡେ ବୋକା, ଗଧଟା ତ ଖାଲିରେ ଚାଲିକିରି ଯାଉଚି, ପୁଅକୁ ସେ ଗଧ ଉପରେ ବସାଇ କାହିଁକି ନେଉନାହିଁ”? ବୁଢା ଏହା ଶୁଣି ତା’ପୁଅକୁ ସେ ଗଧ ଉପରେ ବସାଇ ତାଙ୍କ ସାଙ୍ଗରେ ଚାଲିଲା । କିଛି ବାଟ ଚାଲିଲା ପରେ ଆଉ ଜଣେ ଲୋକ...
ଚୀନ ଦେଶର କଥା । ସେଇଠି ଗୋଟିଏ ଗାଁରେ ଚ୍ୟାଙ୍ଗ୍ ବୋଲି ପିଲାଟିଏ ଥିଲା । ପିଲାଦିନୁ ସେ ଭାରି ସାହସୀ । ତା ଗାଁ ଥିଏଟରରେ ସେ ବେଳେ ବେଳେ ଅଭିନୟ କରେ ବୋଲି ତାକୁ ସେ ଗାଁ ଲୋକ ଅତ୍ୟନ୍ତ ସୁଖ ପାଆନ୍ତି । ଡର କ’ଣ ସେ ଆଦୌ କିଛି ଜାଣିନାହିଁ । ଅନ୍ଧାର ରାତିରେ ଯେଉଁ ବାଟରେ କେହି କେବେ ଯାଆନ୍ତି ନାହିଁ, ଚ୍ୟାଙ୍ଗ୍ ସେଠାରେ ନିଧଡକ ଭାବରେ ବୁଲୁଥାଏ । ଗାଁର ନଈକୂଳ, ଶ୍ମଶାନ କିମ୍ବା ଅପନ୍ତରା ପଡିଆ ଉପରେ ସେ ଚ୍ୟାଙ୍ଗ୍...
ହେଲାପୁରୀର ବିଶ୍ୱେଶ୍ୱରଙ୍କ ନାଟକ-କଳା ସମିତି ବହୁତ ବିଖ୍ୟାତ ଓ ପ୍ରସିଦ୍ଧ । କିନ୍ତୁ ଧୀରେ ଧୀରେ ଲୋକଙ୍କ ମଧ୍ୟରେ ପଇସା ଦେଇ ନାଟକ ଦେଖିବାର ଉତ୍ସାହ ଦିନକୁ ଦିନ କମିଗଲା । ଏପରି ପରିସ୍ଥିତିରେ ବିଶ୍ୱେଶ୍ୱର “ପାରିଜାତ ହରଣ” ନାମକ ଆଉ ଏକ ନାଟକର ରଚନା କଲେ । ସେଥିପାଇଁ ଯାହା କିଛି ବି ଖର୍ଚ୍ଚ ହେବ, ସେ ବିଷୟରେ ସେ ତାଙ୍କର ବନ୍ଧୁ ସୁଦର୍ଶନଙ୍କ ସହ ଆଲୋଚନା କଲେ । ସୁଦର୍ଶନ ନିଜେ କିଛି ଆର୍ଥିକ ସାହାଯ୍ୟ...
ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ କିତିକାତିଆ ହୋଇ ଧାଆଁନ୍ତି କୂଳକୁ । ଏହା ନିତି ଦିନିଆଁ ଖେଳ...
ଏକଦା ଜଣେ ଲୋକର ସ୍ତ୍ରୀ ମରିଯିବାପରେ ସେ ଦ୍ୱିତୀୟ ବିବାହ କଲା । ତାର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଖୁବ୍ ଗର୍ବୀ ତଥା ଅହଂକାରୀ ପ୍ରକୃତିର ଥିଲା । ସେ ସ୍ତ୍ରୀଲୋକଟିର ବି ତା’ ଆଗସ୍ୱାମୀର ଦୁଇଟି ଝିଅ ଥିଲେ ଏବଂ ସେମାନେ ତାଙ୍କ ମା ପ୍ରକୃତିର ଥିଲେ । ଏହି ବ୍ୟକ୍ତି ଜଣଙ୍କର ଆଗ ସ୍ତ୍ରୀର ଗୋଟିଏ ଛୋଟ ଝିଅ ମଧ୍ୟ ଥିଲା । ସେ ମଧ୍ୟ ତା ମା ପରି ଖୁବ୍ ସୁନ୍ଦର ଓ ଶାନ୍ତଶିଷ୍ଟ ସ୍ୱଭାବର ଥିଲା । କିଛି ଦିନପରେ ଏଇ ଛୋଟ ଝିଅଟିର...
ଗଣପତି ନଗରୀରେ ଶାନ୍ତାବାଇ ନାମକ ଜଣେ ବିଧବା ମହିଳା ଥିଲେ । ତାଙ୍କର ଦୁଇପୁଅଙ୍କର ବିବାହ ହେବା ପରେ ସେ ପାଳି କରି ଦୁଇଜଣଙ୍କ ଘରେ ରହୁଥାନ୍ତି । ବଡ ପୁଅ ଧନୀ ଥିଲା । ସାନ କୌଣସିମତେ ନିଜ ସଂସାର ଚଳାଉଥିଲା । ଏପରି ଅବସ୍ଥାରେ ଥରେ ଶାନ୍ତାବାଇ ଅସୁସ୍ଥ ହୋଇ ପଡିଲେ ଓ ଶେଷକୁ ମରିଗଲେ । ସେତେବେଳେ ସେ ତାଙ୍କ ସାନପୁଅ ଘରେ ଥିଲେ । ଏକଥା ଶୁଣି ବଡପୁଅ ଓ ତାର ପରିବାର ଦେଖିବାକୁ ଆସିଲେ । ବଡପୁଅ ରାମରାଜ ସାନ ସୋମରାଜକୁ କହିଲା...
ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ । ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରୁଥାନ୍ତି । ଉଦାହରଣ ସ୍ୱରୂପ ସେ...
ରାଜା ଇନ୍ଦ୍ରଦ୍ୟୁମ୍ନ ଯେପରି ପ୍ରଜାବତ୍ସଳ, ଠିକ୍ ସେହିପରି ଧର୍ମପ୍ରାଣ ମଧ୍ୟ ଥିଲେ । ତାଙ୍କ ମହତ୍ୱ ବର୍ଣ୍ଣନା କରି କେତେ କବି କବିତା ଲେଖିଥିଲେ, କେତେ ଗାୟକ ମଧ୍ୟ ତାଙ୍କ ପ୍ରଶସ୍ତି ଗାନ କରୁଥିଲେ । ସେ ରାଜା ବି କିଛି କମ୍ ଗୁଣଗ୍ରାହୀ ନଥିଲେ । ଦେଶର ଶିଳ୍ପୀ, ଭାସ୍କର, କବି, ନାଟ୍ୟକାର–ଏମିତିକି ତାଙ୍କ ପୃଷ୍ଠପୋଷକତାରୁ କେହି ବି ବଂଚିତ ହେଉନଥିଲେ । ସମସ୍ତେ ସୁଖୀ ଥିଲେ । କିନ୍ତୁ...
ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି । ଭଦ୍ରାଙ୍କର ଏ ଚିନ୍ତା...
ରାମ ତା’ର କୌଣସି ଏକ କାମରେ ସହର ଯାଇଥିଲା; ସେଠାରୁ ସେ ଚାଲି ଚାଲି ତା’ଗ୍ରାମକୁ ଫେରୁଥାଏ, ବାଟରେ ହଠାତ୍ ଅନ୍ୟ ଗ୍ରାମର ଭୋଳା ନାମକ ବ୍ୟକ୍ତି ସହିତ ତା’ର ଦେଖାହେଲା । ଦୁହେଁ ସାଙ୍ଗ ହୋଇ ବାଟ ଚାଲୁଥାନ୍ତି । ବାଟଚଲାର କ୍ଳେଶ ଭୂଲିବା ପାଇଁ ସେମାନେ ଗଳ୍ପ କହିବାକୁ ଆରମ୍ଭ କଲେ । ରାମୁ ବଡ ଗପୁଡି ସ୍ୱଭାବର ଥିଲା । ତେଣୁ ସେ ଗପି ଚାଲିଲା । ଗପୁ ଗପୁ ସେ କହିଲା, “ଜାଣ ଆମ ଗ୍ରାମରେ କାହାର କୌଣସି ବି ରୋଗ ନାହିଁ ।”...
ଗୋଟିଏ ଗାଁରେ ଜଣେ କୃଷକ ଓ ଜଣେ ବଣିଆ ଦୁଇ ପଡୋଶୀ ଥିଲେ । କୃଷକ ଜଣକ ଭାରି ସଚ୍ଚୋଟ ଓ ଖୁବ୍ ପରିଶ୍ରମୀ ଥିଲେ । ବଣିଆ ଜଣକ ବି ଉତ୍ତମ ସ୍ୱଭାବର ଥିଲେ । ସୁତରାଂ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ମିତ ବସିଥିଲେ । ସେହି ଗାଁରେ ରାତ୍ରି ଜଗୁଆଳି କାମରେ ଜଣେ ସିପାହୀ ନିଯୁକ୍ତ ହୋଇଥିଲେ । ତାଙ୍କର ସ୍ୱଭାବ ଭଲ ନ ଥିଲା । ସେ କୁଆଡୁ କ’ଣ ଚୋରିକରି ନେଇ ରାତାରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିଲା । ସୁତରାଂ ଦୁର୍ନୀତି...
ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଘନ ଘନ ବର୍ଷା ହେଉଥାଏ । ଗଛଲତାଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି...
ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ ଅନେକ ପୋଷ୍ଟଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରି ଆସିଲେଣି । ଆଜିକୁ ଦଶବର୍ଷ ହେଲା କଟକ ସଦର ପୋଷ୍ଟଅଫିସରେ ବରାବର ରହି ସେ କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି । ବର୍ତ୍ତମାନ ସେ ହେଡ୍ପିଅନ, ଦରମା ମାସକୁ ତାଙ୍କର ନଅ ଟଙ୍କା । କଟକ ସହରରେ ତ ସବୁ ଜିନିଷ କିଣା । ନିଆଁ ଟିକକ ପାଇଁ ଦିଆସିଲିଟା ମଧ୍ୟ ନ କିଣିଲେ ନଚଳେ ।...
ମହାନଦୀ କୂଳରେ ଗ୍ରାମଟିଏ । ତା’ର ନାଁ ପାଟପୁର । ରାମନାରାୟଣ ଏହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକ । କିନ୍ତୁ ସ୍ୱଭାବରେ ସେ ଅତି କୃପଣ । ଦିନେ ତାଙ୍କ ବିହନ ଗୋଦାମରେ ସାପଟିଏ ଦେଖି, ଚାକର ତୁରନ୍ତ ମାଲିକଙ୍କୁ ଜଣେଇଲା । ତା’ଉପରେ ଚିଡି ଉଠି ରାମନାରାୟଣ କହିଲେ, “ଯାଃ, ଯାଃ ତାକୁ ଠେଙ୍ଗାରେ ବାଡେଇ ମାରି ବାହାରେ ଫୋପାଡି ଦେ ।” “ମାଲିକ ସେଇଟି ସାଧାରଣ ସାପ ନୁହେଁ, ହଳଦୀ ରଙ୍ଗର ବିଷଧର ସାପ । ମୋ ପକ୍ଷରେ...
ଦିନେ ରାଜା କୃଷ୍ଣ ଚନ୍ଦ୍ର ପ୍ରଭାତରେ ନିତ୍ୟ କର୍ମ ସାରି ବସି ଛନ୍ତି ଏ ସମୟରେ ଗୋପାଳ ଉପସ୍ଥିତ ହେଲା । ରାଜା ଗୋପାଳକୁ ଦେଖି ଡାକି କହିଲେ – ଗୋପାଳ, ଆସ ଆସ, କାଲି ମୁଁ ଗୋଟିଏ ଅସାର ସ୍ୱପ୍ନ ଦେଖିଛି । ଏହି କ୍ଷଣି ତୁମ୍ଭ ଆଗରେ କହିବା ସକାଶେ ମନ କରୁଥିଲା ଡକାଇ ଥାନ୍ତି । ତୁମ୍ଭେ ତ ଆସି ପହଁଚି ଗଲଣି । ବୋଧ ହୁଏ ଗୋପାଳ ତୁମ୍ଭର ବହୁତ ପରମାୟୁ ହେବ । ଗୋପାଳ କହିଲା – ତେବେ ଆଜି ମୁଁ ଧନ୍ୟ, କାରଣ...
ଏକଦା କଲିକତା ମହାନଗରୀରେ ମହାମାରୀ ବ୍ୟାପୀଥାଏ । ବିଶେଷକରି ଅଧିକାଂଶ ରୋଗୀ ବସ୍ତିଅଂଚଳରୁ ଡାକ୍ତରଖାନାକୁ ବୁହାଚାଲିଥାନ୍ତି । ଅନେକ ଲୋକ ପୋକମାଛି ପରି ବି ମରୁଥାନ୍ତି । ସେହି ଆକ୍ରାନ୍ତ ରୋଗୀମାନଙ୍କ ଭିତରେ ଜୀବନକୁ ପାଣି ଛଡେଇ ଜଣେ ବିଦେଶିନୀ ମହିଳା ଘୂରି ବୁଲୁଥାନ୍ତି ସେମାନଙ୍କ ମନରେ ଆତ୍ମୀୟତାର ହସ ଫୁଟାଇ । ସେହି ମହିଳା ଜଣକ ଥିଲେ ବିଶ୍ୱବନ୍ଦନୀୟା ମଦର ଟେରେସା । ଠିକ୍ ସେତିକିବେଳେ ଫ୍ରାନ୍ସରୁ...
ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନଟି ଥିଲା ଆକବରଙ୍କର ସବୁ ଦାନ୍ତ ପଡିଯାଇଛି କେବଳ ଗୋଟିଏ ଦାନ୍ତ ରହିଛି । ସ୍ୱପ୍ନଟି ଦେଖିବାପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ । ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ । ଜ୍ୟୋତିଷମାନେ ଆସିବାପରେ ମହାରାଜ୍ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଜ୍ୟୋତିଷମାନେ ସବୁ ଶୁଣିବାପରେ କହିଲେ, “ହଜୁର୍! ଏପରି ସ୍ୱପ୍ନ ଦେଖିବା ଅର୍ଥ ଏହା ସୂଚନା...
ସୁବଳା ମହାକୁଡ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷି ପଲ ଥିଲା । ମହାକୁଡ ହରିଶପୁର ବଣ ଭିତରେ ପଲାରେ ସବୁବେଳେ ଥାଏ । ଘରକୁ ସେ କେବେବି ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା’ ପକ୍ଷରେ ସମାନ । ହେଲେ ବର୍ଷାଦିନଟା ତା’ଲାଗି ବଡ ଆନନ୍ଦର ଦିନ । କାହିଁକିନା ସେତେବେଳେ ଚରା ଢେର୍ ମିଳେ, ତାଛଡା ମଇଁଷିଗୁଡାକ ବି ବଡ ଦୁଧିଆଳୀ ହୁଅନ୍ତି । ତାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଂଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ...
ରାମଚନ୍ଦ୍ର ଜଣେ ବଡ ଚାଷୀ ଥିଲେ । ତାଙ୍କର ଗୋରୁଗାଈ ଚରାଇବାକୁ ଜଣେ ଲୋକ ଦରକାର ହେଲା । ଏହି ଖବର ଶୁଣି ଜଣେ ଯୁବକ ତାଙ୍କ ପାଖକୁ ଆସି କାମ ବିଷୟରେ ପଚାରିଲା । ରାମଚନ୍ଦ୍ର କହିଲେ “ତୁମେ ଯଦି ବିଶ୍ୱାସୀ ହେବ ଓ ଭଲ ପରିଶ୍ରମ କରିବ, ତେବେ ମୁଁ ତୁମକୁ ରଖିନେବି; କାରଣ ତୁମ ଆଗରୁ ଥିବା ପିଲାଟି ମୋ ସହିତ ସେ ବଡ ବିଶ୍ୱାସଘାତକତା କଲା । ବାଛୁରୀଟିଏ ବାହାରେ ବିକିଦେଇ ସେ କହିଲା ତାକୁ କୁଆଡେ ବାଘ ଖାଇଗଲା ।...
ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ ଥିବା ଗୋଟିଏ ଉଜ୍ଜ୍ୱଳ ଗୋଲକ ଉପରେ ନଳୀଟିଏ ଥାପି ଫୁଙ୍କି...
‘ଲୋ ରେବତୀ – ଲୋ ରେବି – ଲୋ ନିଆଁ, ଲୋ ଚୁଲି’ କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ତା’ର ପାଟପୁର । ଆଉ ସେ ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର । ଅଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ଡଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ହିଁ ବସନ୍ତି ।...
କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରାନ୍ତରେ ଗୋଟିଏ ଛୋଟିଆ ରାଜ୍ୟ ଥାଏ । ତା’ର ନାମ ଭଦ୍ରପୁର । ରାଜା ସତ୍ୟବ୍ରତଙ୍କର ଏକ ମାତ୍ର ପୁତ୍ର ଜୟବ୍ରତ ଦୟାନଦୀ କୂଳରେ ଧଉଳି ପାହାଡର ପାଦଦେଶରେ ଥିବା ଗୁରୁକୁଳରେ ବିଦ୍ୟା ସମାପନ କରି ଯେତେବେଳେ ନିଜ ରାଜଧାନୀକୁ ଫେରିଗଲେ, ସେତେବେଳେ ତାଙ୍କ ପିତା ରାଜା ସତ୍ୟବ୍ରତ ଅସୁସ୍ଥ । ଶଯ୍ୟାଶାୟୀ ରାଜା ଯୁବରାଜଙ୍କୁ କହିଲେ “ପୁତ୍ର! ତମେ ଉପଯୁକ୍ତ ସମୟରେ ଆସିଛ । ମୋ କାଳ ସରିଲା...
ସେଦିନ ଆମେ ଯେତେବେଳେ ବସ୍ରୁ ଅବତରଣ କଲୁ ରଣପୁର ବଜାର ଉପରେ, ସମୟ ସେତେବେଳକୁ ପ୍ରାୟ ସାଢେ ପାଂଚଟା ହେବ । ଶୀତୁଆ ସଂନ୍ଧ୍ୟା ସୂର୍ଯ୍ୟ ଦେବଙ୍କ ନାଲିଆ କିରଣ ଚାରି ଆଡେ ବିଛାଡି ହୋଇ ପଡି ଥାଏ । ରଣପୁର ଥାନା ସାମ୍ନାରେ ଠିଆ ହୋଇ ମୁଁ ସୂର୍ଯ୍ୟ ଦେବଙ୍କୁ ଲକ୍ଷ୍ୟ କଲି । ସତେ ଅବା ମଣିନାଗ ପାହାଡ ଉପରେ ସିନ୍ଦୁର ଟୋପାଏ କିଏ ଲଗାଇ ଦେଇଛି । ସେହି ସମୟରେ ପ୍ରକୃତିର ବିଚିତ୍ର ଶୋଭା ଦେଖି ମୁଁ ଆତ୍ମହରା ହୋଇ ପଡିଲି । ମାଆ...
ଏକଦା ହିମାଳୟର ପାଦ ଦେଶରେ ଜଣେ ସାଧୁ ବାସ କରୁ ଥାଆନ୍ତି । ସେହି ସାଧୁ ଜଣକ ଦିନକୁ ମାତ୍ର ଥରେ ଲେଖାଏଁ ଖାଦ୍ୟ ଖାଇ ଥାଆନ୍ତି । ଦିନକର ଘଟଣା । ମଧ୍ୟାହ୍ନ ସମୟରେ ସନ୍ଥଙ୍କ ନିକଟରେ ଥିବା ବାଳକଟି ମୁହଁ ହାତ ଧୋଇ ତାକୁ ଦିଆଯାଇଥିବା ଖାଦ୍ୟ ଖାଇବାକୁ ଯାଉଥାଏ । ଠିକ୍ ଏଇ ସମୟରେ ହଠାତ୍ ସାଧୁ ଆସି ବାଳକଟିକୁ ନିର୍ଦେଶ ଦେବା ଭଙ୍ଗୀରେ କହିଲେ ଟିକେ ଅପେକ୍ଷା କର । ବାଳକଟି କହିଲା – “ସାଧୁ ମହାଶୟ ! କ’ଣ ହେଲା?”...
ବହୁତଦିନ ତଳର କଥା । ସେତେବେଳକୁ ମଟରଗାଡି, ରେଳଗାଡି, ବିଜୁଳିବତୀ କିଛି ବି ବାହାରି ନ ଥାଏ । ତେଣୁ ଦୂର ଦୂରାନ୍ତ ଜାଗାକୁ ଲୋକମାନେ ପାଦରେ ଚାଲି ଚାଲି ଯିବା ଆସିବା କରୁଥାଆନ୍ତି । ଘରେ ଘରେ ତେଲ ଦୀପ ଜଳେ । ସେଇଥିରେ ଲୋକମାନେ କାରବାର ହୁଅନ୍ତି । ଏହା ସେଇ ଯୁଗର କଥା । ସେତେବେଳେ କାଶୀକୁ ସଂସ୍କୃତ ବିଦ୍ୟାନଗରୀ ବୋଲି କୁହାଯାଉଥାଏ । ଯେତେ ବଡ ବଡ ସଂସ୍କୃତ ବିଦ୍ୱାନ ସେଇଠି ରହି ଶାସ୍ତ୍ର ଅଧ୍ୟୟନ କରୁଥାଆନ୍ତି । ଏହି...
ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ ।...
ପ୍ରତିବର୍ଷ ପରି ଏଥର ମଧ୍ୟ ହରିପୁର ଗ୍ରାମରେ ଚିତ୍ର ପ୍ରଦର୍ଶନୀ ଖୋଲାଯାଇଥାଏ । ଏହି ପ୍ରଦର୍ଶନୀରେ ଯୋଗ ଦେବା ପାଇଁ ଦେଶର ବହୁ ପ୍ରସିଦ୍ଧ ଚିତ୍ରକର ଆସିଥାନ୍ତି । ତତ୍ ସହିତ ଅନେକ ନୂତନ ଓ ଅଳ୍ପ-ପ୍ରସିଦ୍ଧ ଚିତ୍ରକର ମଧ୍ୟ ସେମାନଙ୍କର ଚିତ୍ର ସମ୍ଭାର ସହ ସେ ପ୍ରଦର୍ଶନୀରେ ଭାଗ ନେଇଥାଆନ୍ତି । ଦେଶର ପ୍ରାୟ ସବୁ ଅଂଚଳର ଚିତ୍ରକର ଏହି ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ଭାଗ ନେଉଥିବାରୁ, କଳାପ୍ରେମୀ...
ବିକ୍ରମାଦିତ୍ୟଙ୍କ ସମୟରେ ଭୋଜ ନାଁରେ ଆଉଜଣେ ରାଜା ଆଉ ଏକ ରାଇଜରେ ରାଜପଣ କରୁଥିଲେ । ତାହାଙ୍କଠିଁ ଯେତେ ଗୁଣ ଥିଲେବି କୁହୁକ ବିଦ୍ୟାରେ ସେ ପୋଖତ ଥିଲେ ବୋଲି ତାଙ୍କର ଖୁବ୍ ନାମଡାକ ଥିଲା । ସେମିତିକା ଅଦ୍ଭୁତ କୁହୁକ ବିଦ୍ୟା ଯେ ଦେଖୁଥିଲା, ସେ ଅବାକ୍ ହୋଇ ନିଜ ଆଖିକୁ ବି ମଧ୍ୟ ବିଶ୍ୱାସ କରିପାରୁ ନଥିଲା । ଲୋକେ କହନ୍ତି ତାହାଙ୍କଠୁଁ ସେହି ଆଶ୍ଚର୍ଯ୍ୟକର ବିଦ୍ୟା ଆରମ୍ଭ ହୋଇଥିଲା ବୋଲି ତାହାକୁ ଭୋଜବିଦ୍ୟା କହନ୍ତି ।...
ବିଲୁଆ ଦିନେ ରାତିରେ ବୁଲୁ ବୁଲୁ ଗୋଟିଏ କୁକୁରକୁ ଦେଖିଲା । ସେ ବିଲୁଆର ତ ଖାଇବା ପିଇବାରେ ଆଦୌ ଠିକ୍ ନଥାଏ । ତେଣୁ ସେ ଭାରି ଦୁର୍ବଳ ହୋଇଯାଇଥିଲା । ମାତ୍ର କୁକୁର ମାଲିକର ଘରେ ଭଲ ଖାଦ୍ୟ ଖାଇ ମୋଟା ହୋଇଯାଇଥିଲା; ତହୁଁ ସେ କୁକୁର ବିଲୁଆକୁ ଏ ଅବସ୍ଥାରେ ଦେଖି କହିଲା, “ତୁ ଯଦି ମୋର ମାଲିକ ଘରେ କାମ କରିବୁ ତାହେଲେ ତୋତେ ଭଲ ଖାଇବାକୁ ମିଳିବ ।” ଏହା ଶୁଣି ସେ ବିଲୁଆର ମନ ବେଶ୍ ଖୁସି । ତା’ପରେ ସେ ବିଲୁଆ କୁକୁର...
ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ...