ଅନନ୍ତ ନାମକ ଜଣେ ପଣ୍ଡିତ ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଘରୁ ଲୁଚି କାଶୀ ପଳାଇଥିଲେ । ସେଠାରେ କୌଣସି ପଣ୍ଡିତଙ୍କ ଦୟାରୁ କିଛି ଶାସ୍ତ୍ର ଅଧ୍ୟୟନ କରି ବହୁବର୍ଷ ପରେ ସେ ତାଙ୍କ ଗ୍ରାମକୁ ଫେରିଲେ । ତେଣୁ ଲୋକେ ତାଙ୍କୁ କାଶୀପଣ୍ଡିତ ବୋଲି କହୁଥା’ନ୍ତି । ତାଙ୍କର ଅଭ୍ୟାସ ଅନ୍ୟାନ୍ୟ ପଣ୍ଡିତଙ୍କୁ ସମାଲୋଚନା କରି ନିଜପାଇଁ ଗର୍ବ କରିବା । ଥରେ ସେ ପାଖ ଗ୍ରାମରେ ଥିବା ନିଜର ଭଉଣୀ ଘରକୁ ଯାଇଥା’ନ୍ତି...
ଥରେ ବୋଧିସତ୍ୱ ବାରାଣସୀର ଏକ ଧନୀ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟକାଳ ସୁଖରେ ଅତିବାହିତ ହୋଇଥିଲା । ବୟସର ବୃଦ୍ଧି ହେବାରୁ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହେଲେ ଓ ସେଠାରେ ସୁଯୋଗ୍ୟ ଅଧ୍ୟାପକଙ୍କର ଶିଷ୍ୟ ହୋଇ ଶିକ୍ଷାଲାଭ କଲେ । ଶିକ୍ଷା ସମାପ୍ତ ହେବାରୁ ସେ ଗୁରୁଙ୍କର ଅନୁମତି ନେଇ ପିତାମାତାଙ୍କ ନିକଟକୁ ଫେରିଆସିଲେ । ପିତା ଦେଖିଲେ ପୁତ୍ର ବିବିଧ ବିଦ୍ୟାରେ ନୈପୁଣ୍ୟ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ, ତାକୁ ତାଙ୍କ କାନ୍ଧରେ...
ଦିନକର କଥା । ସମ୍ରାଟ୍ ଆକବରଙ୍କ ସଭା ଖୁବ୍ ଜୋରସୋର୍ରେ ଚାଲିଥାଏ । ସେହି ସମୟରେ ଦରବାରରେ ହଠାତ୍ ଜଣେ ପ୍ରବେଶ ହୋଇ ସମ୍ରାଟଙ୍କ ନିକଟରେ ଆପତ୍ତି କଲା ଯେ, ସାତବର୍ଷ ଧରି ମୁଁ ଗୋଟିଏ ଆମ୍ବଗଛ ଆଜ୍ଞା ରୋପଣ କରିଥିଲି । ଏଥର ସେହି ଆମ୍ବ ବୃକ୍ଷରେ ଖୁବ୍ କରି ଆମ୍ବ ହୋଇଛି । ସେହି ବୃକ୍ଷର ଫଳ ସବୁକୁ ଦେଖି ମୋର ପାଖ ପଡୋଶୀ ହଟ ନାମକ ବ୍ୟକ୍ତି କହୁଛି, ସେହି ଆମ୍ବ ବୃକ୍ଷଟି ତାହାର । ହେ ହଜୁର୍, ଏତେ ଯତ୍ନ, ଏତେ ପରିଶ୍ରମ କରି...
ମହାରାଜା ସଙ୍କର୍ଷଣ ରାୟ ଦିନେ ରାଜସଭାରେ କହିଲେ, “ରାଜାମାନେ ନିଜ ଗୁଣଗାନ ଶୁଣି କାହିଁକି ବହୁତ ମୁଗ୍ଧ ହୋଇଯା’ନ୍ତି, ମୁଁ କାହିଁ ସେକଥା ବୁଝି ପାରୁନାହିଁ । ଯିଏ ମୋର ଯେତେ ଖୋସାମୋଦି କଲେ ବି ମୁଁ ସେଥିରେ ତୁଷ୍ଟ ହେବା ଲୋକ ନୁହେଁ । କେହି ମୋତେ ସେଭଳି ଭାବରେ ଖୁସି କରି ପାରିଲେ ମୁଁ ତାକୁ ହଜାରେ ଟଙ୍କା ପୁରସ୍କାର ଦେବି ।” ସେଦିନ ରାଜସଭାରେ ଜଣେ ଆଶୁକବି ଉପସ୍ଥିତ ଥିଲେ । ଯେତେବେଳେ ତାଙ୍କ କବିତା...
ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ । ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ ନୁହଁନ୍ତି । ଅବଶ୍ୟ ତା’ର ସାଙ୍ଗମାନେ ଖୁବ୍ ଭଲପିଲା ।...
ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀ ମଧ୍ୟରେ ଏକ ବିରାଟ ବରଗଛ ରହିଥିଲା । ସେହି ବରଗଛଟିରେ କୁଆ ମାନଙ୍କର ରାଜା ‘ମେଘବର୍ଣ୍ଣ’ ତାର ବନ୍ଧୁ, ପରିଜନ ଏବଂ ଅନୁଚର ବର୍ଗଙ୍କୁ ନେଇ ବାସ କରୁଥିଲା । ସେହି ବରଗଛ ନିକଟରେ ଏକ ପର୍ବତ ଗୁମ୍ଫା ଥାଏ । ସେହି ଗୁମ୍ଫା ମଧ୍ୟରେ ପେଚା ରାଜା ‘ଅରିମର୍ଦ୍ଧନ’ ତା’ର ଅନୁଚର ମାନଙ୍କୁ ନେଇ ବାସ କରୁଥାଏ । କୁଆରାଜା ଏବଂ ପେଚା ରାଜା ଉଭୟଙ୍କ ମଧ୍ୟରେ କେଉଁ ପୁରାତନ...
ଦିନେ ଗୋପାଳ ତା’ର ବନ୍ଧୁ ଘରକୁ ଯାଉ ଯାଉ ଭୁଲ୍ରେ ଗୋଟିଏ ଗ୍ରାମ ଭିତରକୁ ପଶି ଗଲା । ସେ ଗ୍ରାମରେ ଜଣେ ଭଦ୍ର ଲୋକ ପିଣ୍ଡା ଉପରେ ବସି ତମାଖୁ ଖାଉ ଥାଆନ୍ତି । ଗୋପାଳ ସେହି ବାଟରେ ଗଲା ବେଳେ ଭଦ୍ର ଲୋକଟି ତାକୁ ଚିହ୍ନି ପାରି ଡାକ ପକାଇଲେ । ଗୋପାଳ ମଧ୍ୟ ଭଦ୍ର ଲୋକଟି ସଙ୍ଗରେ ଏଣୁ ତେଣୁ ଗପ ଲଗାଇ ହୁକା ଟାଣୁ ଥାଆନ୍ତି । ଗୋପାଳ ଆଉ ସହ୍ୟ କରି ପାରିଲାନି । ତମାଖୁ ଖାଇବ ବୋଲି ଛ’ ସାତ ବାର ବଳେ ବଳେ ହାତ...
ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।” “ମହାରାଜ ବିକ୍ରମାଦିତ୍ୟ ଥିଲେ ଜଣେ ଗୁଣଗ୍ରାହୀ ବ୍ୟକ୍ତି । ଗୁଣର ଆଦର କରୁଥିଲେ ।...
ପୁରାଣ ଯୁଗର କଥା । ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି ଶ୍ରୀକୃଷ୍ଣ ଆଉ ବଳରାମ ମଧ୍ୟ ମୁନିଙ୍କ ଆଶ୍ରମରେ ରହି ଶିକ୍ଷାଲାଭ...
ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି ଦେଲେ । ସେତେ ବେଳ ଯାଏଁ ଅବୋଲକରା ଶୋଇ ରହି ଥାଏ । ଚତୁର...
ଅନେକ ଦିନ ତଳର କଥା । ରାକ୍ଷସ ରାଜ୍ୟରେ ଧର୍ମନନ୍ଦନ ନାମକ ଜଣେ ରାଜା ଥିଲେ । ସେ ତାଙ୍କ ପିଲାଟିଦିନରୁ ଭଲ ସ୍ୱଭାବର ଓ ବିବେକବାନ୍ ଥିଲେ । ତେଣୁ ତାଙ୍କର ଚାଲିଚଳଣ ଦେଖି ଅନ୍ୟ ରାକ୍ଷସମାନଙ୍କର ଚକ୍ଷୁଶୁଳ ହେଉଥିଲା । ଏଣୁ ସେମାନେ ତାଙ୍କ କଥାକୁ ପ୍ରାୟ ମାନୁ ନଥିଲେ । ସେମାନେ ସାଧୁସନ୍ଥଙ୍କ ଉପରେ ଦୌରାତ୍ମ୍ୟ ଚଳାଉଥିଲେ । ଉପକାରୀ ଲୋକର କ୍ଷତି କରୁଥିଲେ । ଏସବୁ ଧର୍ମନନ୍ଦନଙ୍କ ପାଇଁ ବଡ ଅସହ୍ୟ ଥିଲା । ...
ଅଜଣା ପାହଡମାଳା ଓ ଉପତ୍ୟକା ଭିତରେ ବୁଲୁ ବୁଲୁ ଚନ୍ଦ୍ରବର୍ମା ଗୋଟିଏ କୁଡିଆରେ ଯାଇ ପଶିଲେ । ପରେ ପରେ ସେ ଯେଉଁ ବୁଢାକୁ ସେଠାରେ ଭେଟିଲେ, ସେ ବୁଢା ପାଖରେ ରହସ୍ୟମୟ ଧୂସର ଦୁର୍ଗରେ ପହଁଚିବାର ମାନଚିତ୍ର ଥିଲା । ତାକୁ ରାଜାଙ୍କ ଲୋକେ ଖୋଜୁଥିଲେ । ରାଜସୈନ୍ୟମାନେ ଆସିବାର ଜାଣି ବୁଢା ସେଠୁ ଖସି ଚାଲିଗଲା । ଚନ୍ଦ୍ରବର୍ମା କବାଟ ଖୋଲିଲେ । ତା’ପରେ… କୁଡିଆ ଭିତରୁ ଚନ୍ଦ୍ରବର୍ମା ବାହାରି ଆସିବାର ଦେଖି ସୈନିକମାନଙ୍କ...
ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ । ଗଞ୍ଜା ନ ଥିବାରୁ କାଳେ ସେ ବୁଢୀ ଡେରିଯାଏ ଶୋଇପଡିବ ଓ ସେହି ମଉକା ପାଇ ଦାସୀମାନେ ମଧ୍ୟ...
ରାମଚନ୍ଦ୍ର ଜଣେ ବଡ ଚାଷୀ ଥିଲେ । ତାଙ୍କର ଗୋରୁଗାଈ ଚରାଇବାକୁ ଜଣେ ଲୋକ ଦରକାର ହେଲା । ଏହି ଖବର ଶୁଣି ଜଣେ ଯୁବକ ତାଙ୍କ ପାଖକୁ ଆସି କାମ ବିଷୟରେ ପଚାରିଲା । ରାମଚନ୍ଦ୍ର କହିଲେ “ତୁମେ ଯଦି ବିଶ୍ୱାସୀ ହେବ ଓ ଭଲ ପରିଶ୍ରମ କରିବ, ତେବେ ମୁଁ ତୁମକୁ ରଖିନେବି; କାରଣ ତୁମ ଆଗରୁ ଥିବା ପିଲାଟି ମୋ ସହିତ ସେ ବଡ ବିଶ୍ୱାସଘାତକତା କଲା । ବାଛୁରୀଟିଏ ବାହାରେ ବିକିଦେଇ ସେ କହିଲା ତାକୁ କୁଆଡେ ବାଘ ଖାଇଗଲା ।...
ଯଦି କୌଣସି ଏକ ମିଥ୍ୟା କଥାକୁ ବାରମ୍ବାର ସତ୍ୟ ବୋଲି ଅଭିହିତ କରାଯାଏ କିମ୍ବା ବହୁବ୍ୟକ୍ତି ମିଥ୍ୟାକୁ ସତ୍ୟର ଆଖ୍ୟା ଦିଅନ୍ତି । ତା’ହେଲେ ମିଥ୍ୟା ସତ୍ୟରେ ପରିଣତ ହୋଇଥାଏ । ଏହି ସିଦ୍ଧାନ୍ତ ଅନୁଯାୟୀ ତେନାଲୀରାମାଙ୍କ ବିରୋଧୀମାନେ ଏକ ଷଡଯନ୍ତ୍ର ଆରମ୍ଭ କଲେ ଯେ – ତେନାଲୀରାମାଙ୍କ ବିରୋଧରେ ରାଜାଙ୍କୁ କିଛି କହିବା ପାଇଁ । ସେଥିପାଇଁ ଦରବାରରେ ଥିବା ପ୍ରତ୍ୟେକ କର୍ମଚାରୀ ଜଣ ଜଣ କରି ପ୍ରତିଦିନ...
କୌଣସି ଏକ ଗ୍ରାମରେ ବଲ୍ଲଭ ନାମକ ଏକ କାଠୁରିଆଟିଏ ଥାଏ । ଦିନେ ଭୋର୍ରୁ ଉଠି ସେ କାଠ କାଟିବାକୁ ଯିବ ବୋଲି ବାହାରିଛି । ଠିକ୍ ସେହି ସମୟରେ ତା’ ସ୍ତ୍ରୀ ତାକୁ କହିଲା, “କାଲି ଆମ ଝିଅର ଜନ୍ମଦିନ, ଏହା ଜାଣିଛ ତ? ତେଣୁ ଆଜି ବେଶି କାଠ କାଟି ବଜାରରେ ବିକ୍ରିକଲେ ହାତକୁ କିଛି ଟଙ୍କା ଆସିବ । ଝିଅ ପାଇଁ ନୂଆ ପୋଷାକ ଅଣା ହେବ; ପୁଣି ପଡୋଶୀମାନଙ୍କୁ ବି ଆମେ ଖାଇବାକୁ ଡାକିବା । ତୁମ ଅପେକ୍ଷାରେ ମୁଁ ଥିବି ।” ସ୍ତ୍ରୀ କଥାରେ...
ମିଥିଳାରେ ବାସ କରୁଥିବା ଯଶୋଦାଙ୍କ ଭାଇ କୁମ୍ଭକଙ୍କ ଗୋଶାଳାରେ ରାକ୍ଷସ କାଳନେମୀର ସାତ ସନ୍ତାନ ଷଣ୍ଢ ରୂପେ ଜନ୍ମ ଗ୍ରହଣ କରି ତାଙ୍କ ରାଜ୍ୟରେ ଭୀଷଣ ଉପଦ୍ରବ କରୁଥାନ୍ତି । କୁମ୍ଭକ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଆଦୌ ସମ୍ଭାଳିପାରୁ ନଥାନ୍ତି । ପ୍ରଜାମାନଙ୍କର ପନିପରିବା ନଷ୍ଟ କରିବା ସଙ୍ଗେ ସଙ୍ଗେ ସେ ଷଣ୍ଢମାନେ ଯାହାକୁ ସେମାନଙ୍କ ଆଗରେ ଦେଖୁଥାନ୍ତି, ତାକୁ ଆକ୍ରମଣ କରି ତଡିନେଇ ଯାଉଥାନ୍ତି । ସେମାନଙ୍କ ହାବୁଡରେ...
ଜଣେ ଜମିଦାରଙ୍କ ଗ୍ରାମରେ ରଘୁ ନାମରେ ଦରିଦ୍ର ଚାଷୀଟିଏ ବାସ କରୁଥାଏ । ତା’ର ଦରିଦ୍ରାବସ୍ଥା ଦେଖି ଜମିଦାର ଦୟାପରବଶ ହୋଇ ଗ୍ରାମଠାରୁ ଦୂରେ ଥିବା ଦୁଇ ଏକର ଅନାବାଦୀ ଜମି ତାକୁ ଦାନ କଲେ । ଯେପରି କି ସେ ସେହି ଜମିଟିକୁ ଆବାଦ୍ କରି ଚାଷ କରି ଭଲରେ ଚଳିଯିବ । ରଘୁ ଖୁସି ହୋଇ ପରଦିନ ଲଙ୍ଗଳ ନେଇ ଜମି ଚାଷ କରିବାକୁ ଗଲା । ହଳ କରୁ କରୁ ଗୋଟିଏ ସୁନାମୋହର ପୂର୍ଣ୍ଣ କଳସୀ ମାଟିତଳୁ ବାହାରିଲା । ସେ ଭାବିଲା...
ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ କରି ରହି ଛନ୍ତି । ଏ କଥା ରାଜ କୁମାରଙ୍କର ବିଶ୍ୱାସ ହେଉ...
ଜଗାର ଏକମାତ୍ର ଭଉଣୀ ସୁଭଦ୍ରା । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଭାଇ ଭଉଣୀ ଦୁହେଁ ଦୁଃଖେ ସୁଖେ ରହିଥା’ନ୍ତି । ଜଗା, ସୁଭଦ୍ରାକୁ ଖୁବ୍ ଭଲ ପାଏ । ଜଗାର ସ୍ତ୍ରୀ ଜାନକୀ ମଧ୍ୟ ସୁଭଦ୍ରାକୁ ଖୁବ୍ ଭଲ ପାଆନ୍ତି । ଭାଇ ଭାଉଜଙ୍କ ଶ୍ରଦ୍ଧାରେ ସେ ସୁଭଦ୍ରା ଅତ୍ୟନ୍ତ ଖୁସିରେ ଥାଏ । ଜଗାର ଭାରି ଇଚ୍ଛା ସୁଭଦ୍ରାକୁ ଭଲ ପାତ୍ରଟିଏ ଦେଖି ବିବାହ ଦେବ । ଭୋଗ ଅପେକ୍ଷା ତ୍ୟାଗର ମୂଲ୍ୟବୋଧକୁ ସେ ସୁଭଦ୍ରା ତା’...
ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା ଟିକେ ଘୁଂଚିଗଲା । ଏସବୁ ଦେଖି ରୂପେଲିର ଆଉ ଆଶ୍ଚର୍ଯ୍ୟର ସୀମା...
ଗୋଟିଏ ବୁଢୀର ଥରେ ଆଖି ଖରାପ ହେଲା । ତା’ପରେ ଚିକିତ୍ସା ପାଇଁ ସେ ବୁଢୀ ଜଣେ ଡାକ୍ତର ପାଖକୁ ଗଲା । ଡାକ୍ତର ସହିତ ଚୁକ୍ତି ହେଲା ଯେ, ମାସକ ଭିତରେ ଆଖି ଭଲ କରିଦେଲେ ସେ ଡାକ୍ତରକୁ ଯଥେଷ୍ଟ ପାରିଶ୍ରମିକ ମିଳିବ । ମାତ୍ର ଭଲ ନ କଲେ ସେ ଡାକ୍ତରକୁ କିଛି ବି ମିଳିବ ନାହିଁ । ଏଥିରେ ସେ ଡାକ୍ତର ଜଣକ ରାଜି ହୋଇଗଲେ । ତା’ପରେ ଡାକ୍ତର ସେ ବୁଢୀ ଘରକୁ ଯାଇ ଦେଖିଲେ ସେ ଘରେ ଅନେକ ଜିନିଷ । ଚିକିତ୍ସା...
ବନବାସ କାଳରେ ଥରେ ରାମ ତାଙ୍କ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଏକ ସୁନ୍ଦର ଫୁଲ ବଗିଚାରେ ଯାଇ ପହଁଚିଲେ । ଫୁଲଗୁଡିକର ସୌନ୍ଦର୍ଯ୍ୟରେ ସୀତା ଏପରି ମୋହିତା ହୋଇ ପଡିଲେ ଯେ, ସେ ସେତକ ଫୁଲସବୁ ତୋଳିବାରେ ଲାଗିପଡିଲେ । ଏହାଦେଖି ସେ ବଗିଚାର ମାଳି ଆସି ସୀତାଙ୍କୁ ଫୁଲ ତୋଳିବାକୁ ବାରଣ କଲା । ସାମାନ୍ୟ ଜଣେ ମାଳିର ଏପରି ଆସ୍ପର୍ଦ୍ଧା ଦେଖି ସୀତା ଆଗ ହଠାତ୍ ରାଗିଗଲେ ଏବଂ ଅଭିଶାପ ଦେଇ କହିଲେ – “ଫୁଲ ବଗିଚା ପାଇଁ ତୋ...
ସେ ସମୟରେ ବେଙ୍ଗଲ୍ର ପ୍ରଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରୁ କେଶବଚନ୍ଦ୍ର ସେନ୍ ଥିଲେ ଅନ୍ୟତମ । ସେ ବ୍ରାହ୍ମସମାଜର ସ୍ଥାପନ କରିଥିଲେ । ଥରେ ଶ୍ରୀ ରାମକୃଷ୍ଣ ତାଙ୍କ ପାଖରେ ଥିବାବେଳେ ହଠାତ୍ ସମାଧି ଅବସ୍ଥାକୁ ଚାଲିଗଲେ; କେଶବଚନ୍ଦ୍ର ଓ ବିଦ୍ୱାନ ମଣ୍ଡଳୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଦିନେ ଶ୍ରୀ ରାମକୃଷ୍ଣଙ୍କ ମନରେ ଏକ ବିଚିତ୍ର ଅଭୀପ୍ସା ଜାଗ୍ରତ ହେଲା, “ଥରେ ସେ ଶ୍ରୀଚୈତନ୍ୟଙ୍କୁ ନିଜର ଭକ୍ତ...
ସେତେବେଳେ କାଶୀ ନଗରୀରେ ରାଜା ବ୍ରହ୍ମଦତ ରାଜୁତି କରୁଥିଲେ । ତାଙ୍କ ପାଟରାଣୀ ମଦ୍ରଦେଶର ରାଜକନ୍ୟା ଚନ୍ଦ୍ରାଦେବୀ ଥିଲେ । ରାଜା ସୁଚାରୁ ରୂପେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ ଓ ନିଜେ ନିଜ କର୍ତ୍ତବ୍ୟ ପରାୟଣତା ଯୋଗୁଁ ବେଶ୍ ଖୁସିଥିଲେ । ପ୍ରଜାମାନେ ବି ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ । କିନ୍ତୁ କ୍ରମେ ତାଙ୍କୁ ଗୋଟିଏ ଚିନ୍ତା ଘାରିଲା । ତାଙ୍କର ପିଲାପିଲି ଆଦୌ ହେଲେ ନାହିଁ । ଦିନେ ସେ ରାଜ୍ୟର...
ସାହସୀ ପର୍ସିଅସ୍ ମେଡୁସାକୁ ମାରି ତା’ର ମୁଣ୍ଡ ନିଜ ପାଖରେ ରଖିଥା’ନ୍ତି । ଫେରିବା ସମୟରେ ସେ ସୁନ୍ଦରୀ ରାଜକୁମାରୀ ଆଣ୍ଡ୍ରେମିଡାଙ୍କୁ ଭୟଙ୍କର ସାମୁଦ୍ରିକ ପଶୁ କବଳରୁ ରକ୍ଷା କରିବାରୁ ତାଙ୍କ ପିତାମାତା ଏଥିରେ ଅତ୍ୟନ୍ତ ଖୁସି ହୋଇ ପର୍ସିଅସ୍ଙ୍କ ସହିତ ତାଙ୍କ ଝିଅ ତଥା ଆଣ୍ଡ୍ରେମିଡାର ବିବାହ କରାଇ ଦେଲେ । ସେମାନଙ୍କ ବିବାହ ବଡ ଆଡମ୍ବର ସହକାରେ ଅନୁଷ୍ଠିତ ହେଲା । ସେ ବାହାଘରରେ ସମସ୍ତେ ଖୁସି ଥିଲେ ମଧ୍ୟ, ଫିନିୟସ୍ ନାମକ...
କାଶୀନାଥ ଏକ ଧନୀ ଚାଷୀ ଥିଲା । କରଜ ଦେବାରେ ଓ ନିଷ୍ଠୁର ଭାବରେ ସେତକ ଆଦାୟ କରିବାରେ ସେ ଖୁବ୍ ପାରଙ୍ଗମ ଥିଲା । ଦିନେ ସେ ତା’ର ଚାରିବନ୍ଧୁଙ୍କ ସହିତ ଅତି ଆରାମ୍ରେ ବାଡି ହଲେଇ ହଲେଇ ରାସ୍ତାରେ ଯାଉଥିଲା । ସେତେବେଳେ ଜୀବନର ମିଠାଇ ଦୋକାନରୁ ଲଡୁର ବାସନା ଆସିଲା । ସେ ଚାରିବନ୍ଧୁଙ୍କୁ ଧରି ମିଠାଇ ଦୋକାନରେ ପ୍ରବେଶ କରି କହିଲା, “ରେ ଜୀବନ, ତୋ ମିଠାଇର ବାସନା ମୋତେ ଦୂରରୁ ଏଠାକୁ ଟାଣି ଆଣିଲା । ଭାବିଲି, ଯାଏ ଦେଖେ...
ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ...
ନିକୁମ୍ଭ ନାମକ ଜଣେ ପଣ୍ଡିତ ଅନେକ ଦେଶ ଭ୍ରମଣ କରି ସେଠାକାର ପଣ୍ଡିତମାନଙ୍କୁ ନିଜ ପାଣ୍ଡିତ୍ୟ ବଳରେ ହରାଉଥିଲେ । ସେ ପ୍ରତ୍ୟେକ ଦେଶର ରାଜଧାନୀରେ ପହଁଚି ସେଠାକାର ରାଜାଙ୍କୁ ଦେଖା କରି କହୁଥିଲେ କି ସେ ଜଣେ ପଣ୍ଡିତ ଓ ସେ ସେହି ଦେଶର ପଣ୍ଡିତମାନଙ୍କ ସହିତ ତର୍କ କରିବାକୁ ଚାହାଁନ୍ତି । ରାଜା ପଣ୍ଡିତ ସଭା ଡାକନ୍ତି । ନିକୁମ୍ଭ ବାଜିରଖି ନାନା ତର୍କ ବିତର୍କ କରି ପଣ୍ଡିତମାନଙ୍କୁ ହରାଇ ଦିଅନ୍ତି ଓ କିଛି ପୁରସ୍କାର...
ଗୋଟିଏ କୂଅରେ ବହୁତ ବେଙ୍ଗ ଥିଲେ, ସେମାନଙ୍କର ଗୋଟିଏ ବେଙ୍ଗ ରାଜା ବି ଥିଲା । କିନ୍ତୁ କିଛିଦିନ ପରେ ସେ ରାଜାକୁ ଆଉ କେହି ବି ମାନିଲେ ନାହିଁ । ତାପରେ ସେମାନେ ସବୁ ବାହାରୁ ଗୋଟିଏ ରାଜା ପଠାଇବାକୁ ଭଗବାନଙ୍କୁ ଅନୁରୋଧ କଲେ । ଭଗବାନ ସେ ବେଙ୍ଗମାନଙ୍କୁ ବହୁତ ବୁଝାଇଲେ “ତୁମର ମଙ୍ଗଳ ପାଇଁ ତୁମ ଭିତରୁ ଜଣକୁ ରାଜା କର”; କିନ୍ତୁ ଭଗବାନଙ୍କ କଥା ଶୁଣିବାକୁ ସେ ବେଙ୍ଗମାନେ ତ ନାରାଜ । ଏ ବିଷୟରେ ସେହି ବେଙ୍ଗମାନେ ଖାଲି...
ଗୋଟିଏ ଜଙ୍ଗଲରେ ‘ଖର୍ଣ୍ଣଖର’ ନାମକ ଏକ ସିଂହ ବାସ କରୁଥିଲା । ଦିନେ ସେ କୌଣସି ଖାଦ୍ୟ ନପାଇ ଏଣେ ତେଣେ ବୁଲିବାକୁ ଲାଗିଲା । ତଥାପି ମଧ୍ୟ ସେ କୌଣସି ଖାଦ୍ୟ ପାଇଲା ନାହିଁ । ଦିନ ଗଡିଯାଇ ରାତି ହେବାକୁ ବସିଲା । ଖର୍ଣ୍ଣଖର ଏକ ବଡ ଗୁମ୍ଫା ନିକଟରେ ଯାଇ ପହଁଚିଲା, ଏବଂ ଭାବିଲା, ଏହି ଗୁମ୍ଫା ମଧ୍ୟକୁ ଯେଉଁ ପ୍ରାଣୀ ଆସିବ, ତାକୁ ଧରି ଖାଇବି । ଏହା ଚିନ୍ତା କରି ଖର୍ଣ୍ଣଖର ସେହି ଗୁହା ମଧ୍ୟରେ ଲୁଚି ରହି ଶିକାରକୁ ଅପେକ୍ଷା...