ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ ।...
ମହେନ୍ଦ୍ର ନାଗପୁରର ରାଜା ଥିଲେ, ସେ ବଡ ଅତ୍ୟାଚାରୀ ଥିଲେ । ମୃତ୍ୟୁ ଶଯ୍ୟାରେ ଥାଇ ସେ ନିଜ କାମ ପାଇଁ ଅନୁତପ୍ତ ହୋଇ ପୁଅ ସୁଶୀଲ୍ଙ୍କୁ ଡାକି କହିଲେ, “ପୁତ୍ର, ମୋ ଶାସନ କାଳରେ ପ୍ରଜାମାନଙ୍କୁ ମୁଁ ବହୁତ କଷ୍ଟ ଦେଇଛି, ରାଜା ଭାବରେ ମୋର କର୍ତୃତ୍ୱ ବିଷୟରେ ସେତେବେଳେ ମୁଁ ଅନ୍ଧ ଥିଲି । ତେଣୁ ପ୍ରଜାଙ୍କର ଭଲ ମନ୍ଦ ନ ଦେଖି କେବଳ ନିଜର ସ୍ୱାର୍ଥସିଦ୍ଧି ପାଇଁ ପ୍ରଜାଙ୍କୁ ମୁଁ କେତେ ଯେ କଷ୍ଟ ଦେଇଛି, ତାହା ଏବେ ମୁଁ ଠିକ୍...
ବଡ଼ ଘଞ୍ଚ ଅରଣ୍ୟ ଗୋଟିଏ । ସେହି ଅରଣ୍ୟ ମଧ୍ୟରେ ଥାଏ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀରେ ନାନା ଜାତିର ଛୋଟ ଛୋଟ ମାଛ ଥାଆନ୍ତି । ଆଉ ଅନେକ ପାଣି ଥିବାରୁ ମାଛମାନେ ଖୁବ୍ ମନ ଆନନ୍ଦରେ ଖେଳାବୁଲା କରନ୍ତି । ଏହାରି ମଧ୍ୟରେ ଗୋଟିଏ କଳା ଜଟିଆ ବଗ ଆସି ସେହି ପୁଷ୍କରିଣୀ ତୁଠରେ ବସିଲା । କାହାରିକୁ କିଛି କହିଲା ନାହିଁ । ପ୍ରତିଦିନ ପୁଷ୍କରିଣୀ କୂଳକୁ ବଗ ଆସେ । କାହାକୁ କିଛି ନକହି ମଉନ ହୋଇ ବସେ । ସକାଳୁ...
ସବୁ ସଫଳତାର ପଛରେ ରହିଥାଏ ପ୍ରଚେଷ୍ଟା । ପ୍ରଚେଷ୍ଟା ବିନା କୌଣସି ସଫଳତା ଆଦୌ ହାସଲ କରାଯାଇ ପାରିବ ନାହିଁ । ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇ, ଯେଉଁମାନେ ନିଷ୍କ୍ରିୟ ହୋଇ ବସି ରହନ୍ତି, ସେମାନଙ୍କଠାରୁ ବଡ ନିର୍ବୋଧ ଏ ସାରା ସଂସାର ଭିତରେ ଆଉ କେହି ବି ନଥାନ୍ତି । ତିଳରୁ ତେଲ ବାହାରେ, ଧାନରୁ ଚାଉଳ ବାହାରେ – ଏହା ସତ୍ୟ, କିନ୍ତୁ ଉଦ୍ୟମ ନକଲେ ତିଳରୁ ତେଲ ଓ ଧାନରୁ ଚାଉଳ କେବେବି ବାହାରିବ ନାହିଁ । ଉଦ୍ୟମ...
ପୁରା କାଳରେ ଗୋଟିଏ ବଣ ପାଖରେ ଜଣେ ଶିକାରୀ ରହୁଥାଏ । ସେ ସବୁଦିନ ବଣରେ ବୁଲି ବୁଲି ହରିଣ ଶିକାର କରେ । ସାଧାରଣତଃ ତା’ ତୀର ଅବ୍ୟର୍ଥ । ସେ କେବେହେଲେ ଖାଲି ହାତରେ ଘରକୁ ଫେରିବାର ଗାଁ ଲୋକେ ଜାଣି ନଥିଲେ । ସବୁଦିନ ସେ ହରିଣ ମାରୁଥିବାରୁ ଲୋକେ ତାକୁ ନିଜ ନିଜ ଭିତରେ “ନିର୍ଦ୍ଦୟ” ବୋଲି ଡାକୁଥିଲେ । ଦିନେ ଶିକାରୀ ଅନେକ ସମୟ ଧରି ବଣରେ ବୁଲାବୁଲି କଲା; କିନ୍ତୁ କୌଣସି ଶିକାର ପାଇଲା ନାହିଁ । ତା’ ଆଖିରେ ହଠାତ୍ ଗୋଟିଏ...
“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ । ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।” ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ ସାବ୍ୟସ୍ତ ହେଲେ । ନିୟମାନୁସାରେ ଅଦାଲତଦ୍ୱାରା ଦୋଷୀକୁ ତ...
ରାଜା ବିକ୍ରମ ପୁଣି ଥରେ ବେତାଳକୁ ନିଜ ଅକ୍ତିଆରକୁ ଆଣି କାନ୍ଧ ଉପରେ ପକାଇ ଚାଲିଲେ । ଏହା ଦେଖି ବେତାଳ କହିଲା- “ ବିକ୍ରମ! ତୁମେ ତୁମ ଜିଦ୍ ରେ ଅଟଳ । କାହିଁକି ତୁମେ ମୋତେ ସେହି ଯୋଗୀ ପାଖକୁ ନେଇ ଯିବାକୁ ଚାହୁଁଛ? ମୁଁ ତୁମକୁ ପ୍ରଥମେ କହିଛି ସେ ଆଦୌ ଭଲ ଲୋକ ନୁହେଁ । କିନ୍ତୁ ତୁମେ ମୋ କଥା ଶୁଣୁ ନାହଁ । ଯଦି ମୋତେ ସାଙ୍ଗରେ ଆଣିଲଣି ରାସ୍ତା କାଟିବା ପାଇଁ ମୁଁ ତୁମକୁ ଆଉ ଏକ କାହାଣୀ କହୁଛି, ଶୁଣ ।” ...
ପ୍ରାୟ ଚାରି ଶହ ବର୍ଷ ତଳେ ମହିଶୂର ରାଜ୍ୟରେ ପୁରୁଷୋତ୍ତମ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଗଂଗବଂଶରେ ଜନ୍ମ ହୋଇଥିଲେ ଏବଂ ବେଶ୍ ପ୍ରସିଦ୍ଧ ଶାସକ ଥିଲେ । ସେ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ପାଇଁ ଯୋଗ୍ୟ କନ୍ୟା ନ ମିଳିବା ଯାଏଁ ସେ ବିବାହ ଆଦୌ କରିବେ ନାହିଁ । ସେତେବେଳେ କାଞ୍ଚିପୁରର ରାଜାଙ୍କର ଝିଅଟିଏ ଥିଲା । ସେ ତ୍ରିଲୋକ ସୁନ୍ଦରୀ ଭାବରେ ପ୍ରସିଦ୍ଧ ଥିଲେ । ବାସ୍ତବରେ ତାଙ୍କ ସମାନ...
ଓମାର୍ ଗୋଟିଏ ଛୋଟ ସହରରେ ରହୁଥିଲା । ସେ ଯେତିକି ଧୂର୍ତ୍ତ, କଥାବାର୍ତ୍ତାରେ ବି ସେ ସେତିକି ଭଦ୍ର । ଖାଲି ସେତିକି ନୁହେଁ, ତା’ ସହିତ ଯିଏ ଯେତେବେଳେ ସମ୍ପର୍କରେ ଆସିଛି, ସେ ନିଶ୍ଚୟ ଠକି ଯାଇଛି । ଅତଏବ ସେ ସହରରେ ଓମାର ପ୍ରତି ସମସ୍ତେ ସତର୍କ ହୋଇ ଚଳୁଥିଲେ । ବାଗ୍ଦାଦ୍ରୁ ମୁସ୍ତାଫା ନାମକ ଜଣେ ଯୁବକ ବ୍ୟବସାୟୀ ମଧ୍ୟେ ମଧ୍ୟେ ସେ ସହରକୁ ଆସୁଥାନ୍ତି । ମୁସ୍ତାଫା ବୁଦ୍ଧିମାନ ଓ...
ସମ୍ରାଟ୍ ଆକବରଙ୍କ ରାଜ୍ୟ । ସେହି ରାଜ୍ୟରେ ଜଣେ ସାଧାରଣ ବର୍ଗର ଲୋକ ବାସ କରୁଥାଆନ୍ତି । ତାଙ୍କର ପରିବାରଟି ଯେପରି ଛୋଟ, ସଂସାର ଚଳଣୀ ମଧ୍ୟମ ଧରଣର । ସେହିପରି ସେହି ଗ୍ରାମରେ ତା’ର ମଧ୍ୟ ଜଣେ ସାଙ୍ଗ ବାସ କରୁଥିଲେ । ସାଙ୍ଗଙ୍କର ପରିବାରଠାରୁ ତାଙ୍କର ପରିବାର ଅଧିକ ସାଙ୍ଗ ଦୁଇଜଣଙ୍କର ଖୁବ୍ ନିବିଡତା ଥାଏ । ଦିନକର କଥା, ପ୍ରଥମ ସାଙ୍ଗ ଜଣକ ସେହି ରାତ୍ରିରେ ଗୋଟିଏ ସ୍ୱପ୍ନ ଦେଖିଲା ଯେ, ସେ ତା’ର ସାଙ୍ଗକୁ ଶହେ ଟଙ୍କା...
ଗୋଟିଏ ସହରରେ ଚାରିଜଣ ବ୍ରାହ୍ମଣ ପିଲା ବାସ କରୁଥିଲେ । ପିଲାଟି ଦିନରୁ ସେମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ଥାଏ । କିନ୍ତୁ ସେମାନେ ଘୋର ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥାଆନ୍ତି । ଦିନେ ସେମାନେ ଚିନ୍ତାକଲେ କ’ଣ କଲେ ସେମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ । କାରଣ ଧନହୀନ ବ୍ୟକ୍ତିକୁ ସମାଜ ସବୁ ସମୟରେ ଘୃଣା ଚକ୍ଷୁରେ ଦେଖି ଆସିଛି । ଶେଷରେ ଚାରିବନ୍ଧୁ ଠିକ୍ କଲେ ଦେଶ ଛାଡି ଅନ୍ୟ ଏକ ଦେଶକୁ ଚାଲିଯିବେ । ତହିଁ...
ଘଞ୍ଚ ଅରଣ୍ୟ । ତା’ ମଧ୍ୟରେ ବହୁ ଜାତିର ଫଳ ଫୁଲ, ଲତାଦି ବୃକ୍ଷରେ ପୂର୍ଣ୍ଣ ହୋଇ ରହିଥାଏ । କେତେ ଜାତିର ସାତ ରଙ୍ଗରେ ଫୁଲ ସବୁ ବୃକ୍ଷରେ ଫୁଟି ହସୁଥାଏ । ନାଲି ହଳଦୀ ଆଉ ସବୁଜ ରଙ୍ଗର ପେନ୍ଥା ପେନ୍ଥା ଫଳ ମଧ୍ୟ ଝୁଲୁଥାଏ । ତେବେ କହିବାକୁ ଗଲେ ତାହା ଏପରି ଏକ ଅରଣ୍ୟ ଯେ ଝରଣାଠାରୁ ଫଳଫୁଲଯାଏ କୌଣସି କଥାରେ ଅଭାବ ନଥିଲା । ତେଣୁ ଏପରି ଏକ ନିର୍ଜନ ସହର ଓ ଗ୍ରାମ ଠାରୁ ବହୁ ଦୂରତ୍ୱ ଅରଣ୍ୟ ମଧ୍ୟରେ...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି । ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ । ଦୁଇଜଣଙ୍କୁ ଦୁଇଟି ଝୁଡି ଦେଇ ସେ କହିଲେ, “ଘର ପଛପଟ...
ଗୋଟିଏ ଗ୍ରାମରେ ପୂର୍ଣ୍ଣ ଓ କିଶୋର ନାମକ ଦୁଇ ବନ୍ଧୁ ଥା’ନ୍ତି । ପିଲାକାଳରୁ ସେ ଦୁହେଁ ନିରାଶ୍ରୟ; ଏତେ ବଡ ସଂସାରରେ ସେମାନଙ୍କର ନିଜର ବୋଲି ଆଉ କେହିବି ନାହିଁ । ଦୁହେଁ ଦିନସାରା କାମ କରନ୍ତି । ରାତିରେ ଗୋଟିଏ ବରଗଛ ଛାଇରେ ସେମାନେ ରହନ୍ତି । ବରଗଛରେ ଗୋଟିଏ ବଡ କୋରଡ ଥାଏ ସେଇଠି ଅଳ୍ପ କିଛି ଜିନିଷପତ୍ର ରଖିଥା’ନ୍ତି । ପାଖରେ ପୋଖରୀଟିଏ ଥାଏ । ଚଳିବାରେ କିଛି ଅସୁବିଧା ହୁଏନାହିଁ । ଏକଦିଗରୁ ଦେଖିଲେ ସେହି...
ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ ତା’ପଛରେ କିଛି ଲୋକ ଗୋଡାଇ ଗୋଡାଇ ତାକୁ ଟେକା ଫିଙ୍ଗୁଛନ୍ତି...
ବହୁଦିନ ପୂର୍ବର କଥା । ଚୀନ୍ରେ ଦୁଇଭାଇ ଥା’ନ୍ତି । ବଡ ବହୁତ କ୍ରୁର ସ୍ୱଭାବର, ମାତ୍ର ଛୋଟ ଭାଇ ଖୁବ୍ ବୁଦ୍ଧିମାନ ଓ ପରୋପକାରୀ । ସେମାନଙ୍କର ପିତାଙ୍କର ସ୍ୱର୍ଗବାସ ପରେ ବଡ ଭାଇ ଲିଆଙ୍ଗ୍ ସବୁ ସମ୍ପତ୍ତି ସାନ ଭାଇ ଚିଆଙ୍ଗ୍ଠାରୁ ନେଇଗଲା ଓ ସୁଧରେ ସବୁ ଟଙ୍କା ଲଗାଇ ଆନନ୍ଦରେ ଥାଏ । ସାନକୁ ସେ କିଛିବି ହେଲେ ସମ୍ପତ୍ତି ଦେଇ ନଥାଏ । ତଥାପି ମଧ୍ୟ ସାନଭାଇକୁ ଗ୍ରାମବାସୀମାନେ ଖୁବ୍ ଭଲ ପାଉଥିବାରୁ ତା’ର...
ରାଜା କୃଷ୍ଣ ଚନ୍ଦ୍ରଙ୍କର ବିଧବା ପିଉସୀ ବୁଢୀଟିଏ ଥିଲା । ସେ ବଡ କୃପଣ । କାହାକୁ ଦେହର ମଳି ଟିକେ ଦେବାକୁ ସେ ନାରାଜ ଥାଏ । ଦାନ ଧ୍ୟାନତ ତାଙ୍କର ପାଞ୍ଜିରେ ନାହିଁ । ମହାରାଜା ଦିନେ କଥାରେ କଥାରେ ଗୋପାଳକୁ କହିଲେ – ଗୋପାଳ ତୁମ୍ଭେ ତ ପ୍ରତ୍ୟେକ ଦିନ ଆମ୍ଭ ଠାରୁ ଟଙ୍କା ପଇସା ନାନା ପ୍ରକାର କଥାରେ ନେଇ ଚାଲି ଯାଅ । ଆଚ୍ଛା ଆଜି ଯାଅ ତ ଯେବେ ଆମ୍ଭର ପିଉସୀଙ୍କ ଠାରୁ କିଛି ଆଦାୟ କରି ପାରିବ ତେବେ...
ବଡଲୋକଙ୍କର ଜୀବନୀ ପୁସ୍ତକ ପଢି ପ୍ରଭାବିତ ହେଲା ବାଳକ ଆମେରିକା ରାଷ୍ଟ୍ରପତି ପଦ ଦିନେ ସେ ବାଳକ କରିଲା ଅଳଙ୍କୃତ । ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାରେ ଜାତ ଆଣେ ନାହିଁ ଜୀବନେ ସାର୍ଥକତା ସତ୍କର୍ମବଳେ ନିଃସ୍ୱ ମାନବ ବି ହୋଇପାରେ ଦିନେ ଜଗତଜିତା । ସମ୍ଭ୍ରାନ୍ତ, ସ୍ୱଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଦେଲେ ଜଣେ କଦାପି ମଧ୍ୟ ବଡ ମଣିଷ ହୋଇପାରେ ନାହିଁ । ଜଣେ ନିଃସ୍ୱ ମଣିଷ ବି ତା’ର ସତ୍କର୍ମ...
ଗୋଟିଏ ଗାଁରେ ରହୁଥିଲେ ଏକ ଚାଷୀ ପରିବାର । ସେମାନେ ଦୁଇଭାଇ । ତାଙ୍କ ମଧ୍ୟରୁ ଜଣକ ନାମ ଗୋପବନ୍ଧୁ, ଆର ଜଣକ ନାମ ଦୀନବନ୍ଧୁ । ଦୁଇଜଣଯାକ ଭିନ୍ନେ ହୋଇ ରହିଥା’ନ୍ତି । ଗୋପବନ୍ଧୁ ବଡ ମାତ୍ର ଦୀନବନ୍ଧୁ ସାନ । ଚାଷ କରି ପରିବାର ପୋଷଣ କରନ୍ତି ସେମାନେ । ବଡଭାଇ ଜଣକ ଭଲ ଚାଷୀ ବୋଲି ଗାଁ ଲୋକେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସାନ ଭାଇ ଦୀନବନ୍ଧୁ କିନ୍ତୁ ବଡଭାଇଙ୍କୁ ଅତ୍ୟନ୍ତ ଈର୍ଷା କରନ୍ତି ଏପରିକି ସେ ତାଙ୍କର ସୁନାମକୁ ଆଦୌ...
ଗୋଟିଏ ଗ୍ରାମରେ ଜଣେ ବଡ ଧନୀ ଥିଲେ । ତାଙ୍କର ବ୍ୟବସାୟ, ଚାଷ ଇତ୍ୟାଦି ନାନାପ୍ରକାରର ଧନରୋଜଗାର କରିବାର ପନ୍ଥା ଥିଲା । ତାଙ୍କର ଚାରିପୁଅ । କ୍ରମେ ସେ ବୃଦ୍ଧ ହୋଇ ବିଛଣା ଧରିଲେ । ବଡପୁଅ କାମ ଦାମ ବ୍ୟବସାୟ ଦେଖାଶୁଣା କରେ, ଦ୍ୱିତୀୟଟି ପଶୁମାନଙ୍କର ଦେଖାଶୁଣା କରେ । ତୃତୀୟଟି ଜମିବାଡି ଦେଖାଶୁଣା କରେ; ଚତୁର୍ଥଟିର ମନ ଏସବୁଥିରେ ନଥାଏ; ସେ ସର୍ବଦା ଶାସ୍ତ୍ର ପଢେ ଓ ଧାର୍ମିକ କାମସବୁ କରେ । ଏହି ପରି ଭାବରେ ସେ...
କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା । ଦିନକର କଥା, ସେହି ବିଶାଳ ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା...
ଗଜପୁର ଗ୍ରାମଟି ଏକ ବଡ ନଦୀ କୂଳରେ ଅବସ୍ଥିତ । ସେହି ଗ୍ରାମରେ ନରେନ୍ଦ୍ର ନାମକ ଯୁବକ ଜଣକ ଥାଏ ଯିଏ କି ବିଚକ୍ଷଣ ସନ୍ତରଣକାରୀ । ସେହି ଗ୍ରାମରେ ଚମ୍ପା ନାମରେ ଜଣେ ସୁନ୍ଦର ଝିଅଟିଏ ଥାଏ । ପିଲା କାଳରୁ ତା’ର ବାପମା’ ମରିଯିବାରୁ, ତା’ର ମାମୁଁ ମାଇଁ ଆସି ତା’ ଘରେ ରହି ତାକୁ ପାଳିଲେ । କାରଣ ଚମ୍ପାର ବାପା ଥିଲେ ଧନୀ । ମାମୁଁଙ୍କ ପରିବାର ଚମ୍ପାର ଧନରେ ଅତି ଆରାମରେ ଥା’ନ୍ତି । ମାମୁଁଙ୍କର ଗୋଟିଏ...
ଜଣେ ଶେଠ୍ ତାଙ୍କର ଜୀବନ କାଳ ଭିତରେ ନାନା କୁକର୍ମ କରି ଅନେକ ଧନଠୁଳ କରିଥିଲେ । ମାତ୍ର ତାଙ୍କର ଶେଷ ଜୀବନରେ ସେ ତୀର୍ଥ ଭ୍ରମଣ କରି ପୁଣ୍ୟ ଅର୍ଜନ କରିବା ଲାଗି ଇଚ୍ଛା କଲେ । ଧର୍ମ ବିଶ୍ୱାସ ଅନୁସାରେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି କରି ତୀର୍ଥଯାତ୍ରାରେ ଯିବାକୁ ଶେଠ୍ ଚାହିଁଲେ । ସ୍ୱର୍ଗପ୍ରାପ୍ତି ହେବା କଥା ଶେଠ୍ ଶୁଣିଲେ । ତେଣୁ ସ୍ତ୍ରୀକୁ ସାଥୀରେ ନେବା ପାଇଁ କହିଲେ । ମାତ୍ର ଶେଠ୍ ସ୍ତ୍ରୀ କହିଲେ...
ଅରଣ୍ୟ ମଧ୍ୟରେ ଗୋଟିଏ କୂପ ଥିଲା । ସେହି କୂପରେ ଗଙ୍ଗଦତ୍ତ ନାମକ ବେଙ୍ଗରାଜ ବାସ କରୁଥିଲେ । ଦିନକର କଥା ଯେ ହଠାତ୍ ତାହାଙ୍କର ପ୍ରଜାମାନେ ତାଙ୍କ ସହ ଆଚରଣ ମନ୍ଦ ଭାବରେ କରିବାରୁ ସେ ଦୁଃଖିତ ହୋଇପଡ଼ିଲା । ସେଥିଲାଗି ସେ ସେହିଦିନ କୂପ ପରିତ୍ୟାଗ କରି ବାହାରକୁ ଆସି ଚିନ୍ତା କଲାଯେ, ଏପାରି ଥାଇ ସେ ତାର ପ୍ରଜାମାନଙ୍କୁ ଏପରି ପାନେ ଓଷଧ ଚଖାଇବ ଯେ ବଳେ ବଳେ ଠିକ୍ ପଥକୁ ପ୍ରଜାମାନେ ପଳାଇ ଆସିବେ । ...
ଦୀନବନ୍ଧୁ ମହାପାତ୍ରଙ୍କୁ ଲୋକେ ଚତୁର ମହାପାତ୍ରେ ବୋଲି କହିବାର ଅନେକ କାରଣ ଥିଲା । ସେଦିନ ମହାପାତ୍ରେ ଚୌକିରେ ଆରାମ୍ କରି ବସିଥିଲେ । ସ୍ତ୍ରୀ ଲକ୍ଷ୍ମୀ ଆସି କହିଲେ, “ଶୁଣ, ଆଗାମୀ ମାସ ଆମ ଗାଁରୁ ଦଳେ ଲୋକ ବାରାଣସୀ ଯାଉଛନ୍ତି । ଆଉ କେଇଦିନ ପରେ ଆମେ ବୁଢାବୁଢୀ ହୋଇଯିବା । ବାଟ ଚାଲିବା ଆମ ପକ୍ଷରେ ଆଉ ସମ୍ଭବ ହେବ ନାହିଁ । ଚାଲ, ତୀର୍ଥ ଭ୍ରମଣ କରି ଆସିବା ।” ମହାପାତ୍ରେ ଚମକି ପଡି କହିଲେ, “ଏ ଘର...
ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ...
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି...
ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏତେବଡ ଗାଁଟାରେ କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ! ଗାଁମୁଣ୍ଡ ଦି’ମାଣ ଜମି ଛାଡି ପଦା ଢିଅରେ ଗୋଟିଏ ପଲାଘର । ଜାତିରେ ତ’ ସେ କଣ୍ଡରା- ଚୌକିଆ ବାପୁଡା ବୋଲି ପୁଞ୍ଜି ନୁହେଁ । ହେଲେ, ସେ ଗାଁ ଲୋକେ ତାକୁ ଭାରି ମାନନ୍ତି । ସେ ଆଉ ଗାଁ ଚଉକିଆ ପରି ନୁହେଁ । ଚିତାଏ ଉଂଚା ମୂଳିବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ, “ଏ ରାମ...
ଜନ୍ମେଜୟ ଉତଙ୍କଙ୍କଠାରୁ ନିଜ ପିତାଙ୍କର ମୃତ୍ୟୁ କଥା ଶୁଣିଲେ । ସେ ତ ଖୁବ୍ ଅଳ୍ପବୟସରୁ ସିଂହାସନରେ ବସିଥିଲେ । ତେଣୁ ଅନେକ କଥା ସେ ଜାଣି ନଥିଲେ । ମନ୍ତ୍ରୀମାନଙ୍କୁ ଡାକି ସେ କହିଲେ, “ମୋର ପିତାଙ୍କ ମୃତ୍ୟୁ ସର୍ପଦଂଶନ ଯୋଗୁଁ ହୋଇଥିଲା । ତେଣୁ ମହାତ୍ମା ଉତଙ୍କଙ୍କ କହିବା ଅନୁସାରେ ଆପଣମାନେ ସର୍ପଯଜ୍ଞର ବ୍ୟବସ୍ଥା କରନ୍ତୁ ।” ତା’ପରେ ରାଜ ପୁରୋହିତ, ଜ୍ୟୋତିଷ, ଋତ୍ୱିକ, ମୁନିଗଣ ଇତ୍ୟାଦିଙ୍କୁ ଜନ୍ମେଜୟ ଡାକି ପଚାରିଲେ...
ସଂପାତିଙ୍କଠାରୁ ମାତା ସୀତାଙ୍କର କିଛିଟା ଖବର ସଂଗ୍ରହ କରିବା ପରେ ବାନରମାନେ ଅତ୍ୟନ୍ତ ଆନନ୍ଦରେ ନାଚିଲେ, କୁଦିଲେ; ଡିଆଁ ମାରି ମାରି ଯାଇ ସମୁଦ୍ର କୂଳରେ ପହଁଚିଲେ । ହେଲେ ସମୁଦ୍ରର ଭୟଙ୍କର ରୂପ ଦେଖି ସେମାନଙ୍କ ଆନନ୍ଦ ଆଉ ରହିଲା ନାହିଁ । ସେମାନଙ୍କର ମୁହଁ ହଠାତ୍ ଶୁଖିଗଲା । ଅସୀମ ନୀଳ ସମୁଦ୍ରର ଉତାଳ ତରଙ୍ଗମାଳା । ଦିଗ୍ବଳୟ ବ୍ୟାପୀ ରହିଛି, ତା’ର ଶେଷ ନାହିଁ, କୂଳ କିନାରା ବି ନାହିଁ । ପୁଣି ତାହା ଭୟଙ୍କର...
ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ ପ୍ରତି ରାଜାଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ତାଙ୍କ ଭଣଜା...
ପୁରୁଣା ଦିନର କଥା – ତୁର୍କୀରେ ହମିଦ୍ ନାମକ ଏକ ବ୍ୟବସାୟୀ ରହୁଥିଲେ । ତାଙ୍କ ପାଖରେ ଏକ ଦାମୀ ଘୋଡା ଥିଲା । ନିଜେ ବୁଢା ହେବାରୁ ସେ ସେହି ଘୋଡାଟିକୁ ତିନିଶହ ଦିନାରରେ ବିକ୍ରି କରିବାକୁ ଚାହିଁଲେ । କିନ୍ତୁ ଏତେ ଦାମ୍ରେ କେହି କିଣିବାକୁ ରାଜି ହେଲେ ନାହିଁ । ଦିନେ ଅଜିଜ୍ ନାମକ ଜଣେ ଯୁବକ ଆସି ତାଙ୍କୁ କହିଲା, “ମହାଶୟ, ଏକ ଖାନ୍ଦାନ୍ ପରିବାରରେ ମୋର ଜନ୍ମ । କିନ୍ତୁ ମୁଁ ଏବେ କାଙ୍ଗାଳ କହିଲେ ଚଳେ ।...
ଲକ୍ଷ୍ମଣ ଓ ତା’ର ସ୍ତ୍ରୀ ମାଧବୀ ବଡ ଦୟାଳୁ ଓ ଉଦାର ପ୍ରକୃତିର ଥିଲେ । ଦାନ ଦେଇ ସମ୍ପତ୍ତି ଶେଷ ହୋଇଗଲା । ତା’ପରେ ସେମାନେ ଦରିଦ୍ର ହୋଇଗଲେ । ବାଡିରେ ନାନା ପ୍ରକାର ପରିବାପତ୍ର ଲଗାଇଲେ । ବହୁତ ପନିପରିବା, ଫଳ ସବୁ ଫଳିଲା । ସେସବୁ ବିକ୍ରି ହେବାକୁ ଯିବା ପୂର୍ବରୁ ଅଧେ ଦାନ ଦକ୍ଷିଣାରେ ଚାଲିଯାଏ । ଲକ୍ଷ୍ମଣ ଭାବିଲା ବରଂ ଅଧ୍ୟାପନା କାର୍ଯ୍ୟ କଲେ ଭଲ । କିଛିଟା ଜୀବିକାର୍ଜନ ସୁବିଧାରେ ହେବ । ସେ ଜଣେ ବିଦ୍ୱାନ୍ ଥିଲା ।...