ଦିନକର ଘଟଣା । ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି । ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ । ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି । ତାଙ୍କ କୋଠରୀ ସଫା ନ ଥାଏ । ଆକବର କୋଠରୀ ସଫା କାମରେ ଲାଗିଗଲେ । ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେନାହିଁ । ଯଦି କେହି ନିଜ କୋଠରୀ ସଫା ନ କରନ୍ତି ତା’ହେଲେ ଗାନ୍ଧିଜୀ କାହାରିକୁବି ଅପେକ୍ଷା ନ କରି ନିଜେ ସେହି କୋଠରୀ ସଫା କରିଦିଅନ୍ତି । ତାଙ୍କ ମନରେ ନିଜ-ପର...
ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ ପ୍ରଫୁଲ୍ଲର ଘରକୁ କିଛିଦିନ ପାଇଁ ଆସିଲା । ପ୍ରଫୁଲ୍ଲ ତାକୁ...
କୁନ୍ତଳ ରାଜ୍ୟର ରାଜା ଜଗଦେବଙ୍କ ଦରବାରରେ ଜଣେ ବିଶିଷ୍ଟ କବି ଥିଲେ । ତାଙ୍କ ନାମ ଲଳିତ ମିଶ୍ର । ରାଜା ତାଙ୍କୁ ବହୁତ ସମ୍ମାନ କରୁଥିଲେ । କଥାରେ କଥାରେ ତାଙ୍କ କବିତାରୁ ଉଦ୍ଧୃତି ଦେଉଥିଲେ । ଲଳିତ ମିଶ୍ର ଯେ ବାସ୍ତବିକ ଜଣେ ପ୍ରତିଭାଧର କବିଥିଲେ, ଏଥିରେ କାହାରିବି ସନ୍ଦେହ ନଥିଲା । ରାଜ୍ୟର ଅନ୍ୟ ଗୁଣୀ କବିମାନେ ତାଙ୍କୁ ସେମାନଙ୍କ ଆଦର୍ଶ ରୂପେ ଦେଖୁଥିଲେ । ଥରେ ରାଜା ଘୋଷଣା କଲେ...
ରାଜା ବିକ୍ରମ! ମୁଁ ତୁମକୁ ବର୍ତ୍ତମାନ ଏକ ସତ୍ୟ ଘଟଣା ସଂପର୍କରେ କହିବାକୁ ଯାଉଛି । ସ୍ୱର୍ଣ୍ଣ ଦେଶରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ । ସେ ସବୁ ସମୟରେ ଗରୀବମାନଙ୍କର ସହାୟତା କରୁଥିଲେ । ତେଣୁ ତାଙ୍କର ପ୍ରଶଂସା ସବୁଆଡେ ବ୍ୟାପୁଥାଏ । ସ୍ୱର୍ଣ୍ଣ ଦେଶର ରାଜା ମଧ୍ୟ ଧନୀ ବ୍ୟକ୍ତିକୁ ଖୁବ୍ ପ୍ରଶଂସା କରୁଥାଆନ୍ତି । ସେହି ଧନୀ ବ୍ୟକ୍ତିଙ୍କର ଗୋଟିଏ ବୋଲି ପୁତ୍ରଥାଏ । ଏକମାତ୍ର ସନ୍ତାନ ହୋଇଥିବାରୁ ଧନୀ ସେଠ୍ ଏବଂ ତାଙ୍କର...
ଉପରୋକ୍ତ କଥାଟିଥିଲା ବିରବଲଙ୍କ ନିମନ୍ତେ ବହୁ ଅତୀତ କାଳର କଥା । ଥରେ ବିରବଲ ନାନା ଦେଶ ଭ୍ରମଣରେ ବାହାରିଲେ । ଏହି ଭ୍ରମଣରେ ଯାଉ ଯାଉ ବିରବଲ ଯାଇ କାବୁଲ୍ ନାମକ ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ମାତ୍ର ଦୁଇ ଗୋଟି ଦିବସ ରହିଯିବା ପରେ ବିରବଲଙ୍କୁ ସେହି ସ୍ଥାନଟି ଆଦୌ ଭଲ ଲାଗିଲା ନାହିଁ । ସମସ୍ତ ଲୋକ ଯେପରି ତାଙ୍କୁ ଖାପଛଡା ଲାଗିଲା । ଏହାର କାରଣ ଯେ କାବୁଲ୍ର ଲୋକ ବିରବଲଙ୍କ ଚାଲିଚଳନ ଦେଖି ଭାବି...
ଦିନେ ଜଙ୍ଗଲରେ ମୟୂର ଖୁସି ହୋଇ ନାଚିବାକୁ ଆରମ୍ଭ କଲା । ଗୋଟିଏ ବିଲୁଆ ତା’ ନାଚ ଦେଖି ଭାରି ଖୁସି ହେଉଥାଏ, ସେଇ ସମୟରେ ଗୋଟିଏ କୋଇଲି ଗଛ ଡାଳରୁ ଗାଇବା ଆରମ୍ଭ କଲା । ତାପରେ ସେ ମୟୂର ନାଚ ବନ୍ଦ କରି ବିଲୁଆକୁ କହିଲା ମୋର ଗୋଟିଏ ବଡ ଦୁଃଖ ଯେ, ମୁଁ କୋଇଲି ପରି ଗାଇ ପାରୁନାହିଁ । ଏକଥା ଶୁଣି ବିଲୁଆ ମୟୂରକୁ କହିଲା, ତୁ କେତେ ସୁନ୍ଦର ନାଚ କରିପାରୁ ସେଥିପାଇଁ ତ ତୋର ଗର୍ବ କରିବା କଥା, ନଗାଇ ପାରିଲେ...
ହନୁମାନ ତୀର ବେଗରେ ଯାଇ ଚନ୍ଦ୍ରସେନାଙ୍କ କକ୍ଷରେ ପହଁଚିଲେ ସେହି ମହଲଟି ଅତି ମୂଲ୍ୟବାନ ପଥର ଓ ଧାତୁରେ ନିର୍ମିତ ହୋଇଥାଏ । ଅତି ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ । ସେଠାରେ କେହି ପ୍ରହରୀ ନ ଥିଲେ ବୋଧହୁଏ କାଳୀ ମନ୍ଦିରକୁ ସମସ୍ତେ ଉତ୍ସବ ଦେଖିବାକୁ ଯାଇଥା’ନ୍ତି । କିନ୍ତୁ ସେ ଦେଖିଲେ ଏକ ଭୟାନକ ସର୍ପରାକ୍ଷସ । ଦୁହେଁ ଦୁହିଁକୁ ଭଲଭାବରେ ଦେଖିଲେ । ସର୍ପରାକ୍ଷସର ଗୋଡ ଥାଏ ଓ ସେଥିରେ ବିରାଟ ନଖସବୁ ।...
ହେମଗିରି ନାମରେ ଛୋଟିଆ ଗାଁଟିଏ ଥାଏ । ଦଶଜଣ ଡାକୁ ମିଶି ସେଠାରେ ଗୋଟିଏ ଡାକୁଦଳ ଗଢିଥା’ନ୍ତି । ଗାଁ ପାଖରେ ଥିବା ବଣ ଭିତରେ ସେ ଡାକୁମାନେ ରହୁଥାନ୍ତି । ହେମଗିରି ଗାଁ ସେମାନଙ୍କର ଶୀକାର କ୍ଷେତ୍ର ହୋଇଯାଇଥାଏ । ସେମାନେ ମଝିରେ ମଝିରେ ଏଇ ଗାଁକୁ ଆକ୍ରମଣ କରି ଗ୍ରାମବାସୀଙ୍କର ଧନସମ୍ପତ୍ତି ନେଇ ଯା’ଆନ୍ତି; ତା’ ଛଡା ଜଣେ ଦୁଇଜଣ ସୁନ୍ଦରୀ ଝିଅ ଓ ଗୋଟିଏ ଦୁଇଟି ପିଲା ମଧ୍ୟ ଜବରଦସ୍ତି ନେଇ ଯା’ଆନ୍ତି । ସେମାନଙ୍କ ଏଭଳି...
ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ ମୁଁ ସହରକୁ ଯାଇ ସେଠାରେ...
ମହାଭାରତ ଯୁଦ୍ଧ ପାଇଁ କୌରବ ଆଉ ପାଣ୍ଡବମାନଙ୍କ ଭିତରେ ପ୍ରସ୍ତୁତି ଚାଲିଥାଏ । କୌରବ ପକ୍ଷର ମୁଖ୍ୟ ଯୁବରାଜ ଦୁର୍ଯ୍ୟୋଧନ ଏଥିପାଇଁ ବ୍ୟାପକ ଆୟୋଜନ କରି ସାରିଥାଆନ୍ତି । ବହୁ ରାଜ୍ୟର ରାଜାମାନେ କୌରବଙ୍କ ପକ୍ଷ ସମର୍ଥନ କରି ହସ୍ତୀନା ନଗରୀରେ ଆସି ପହଁଚୁଥାଆନ୍ତି । ଏସମସ୍ତ ଖବର ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିରଙ୍କର ହସ୍ତଗତ ହେଉଥାଏ । କୌରବଙ୍କ ପକ୍ଷରେ ନାରାୟଣୀ ସେନା । ପାଣ୍ଡବଙ୍କ ସପକ୍ଷରେ ସ୍ୱୟଂ...
ଗୋଟିଏ ଗ୍ରାମରେ ଶମ୍ଭୁ ନାମକ ଜଣେ ଦରିଦ୍ର ଓ ବଡ ଧାର୍ମିକ ସ୍ୱଭାବର ବ୍ୟକ୍ତି ଥିଲା । ତା’ର ସ୍ତ୍ରୀର ନାମ ସୁମତି । ଗ୍ରାମରେ ଅକାଳ ପଡିଲା, ଖାଇବାକୁ ମିଳିଲା ନାହିଁ, ଗୋରୁମହିଷି ସବୁ ମରିଗଲେ । କାମ କରିବାକୁ ଚାହିଁଲେ ମଧ୍ୟ ମିଳିଲା ନାହିଁ । ଦୁଇଚାରି ଦିନରେ ଥରେ କୌଣସି ମତେ ଖାଦ୍ୟ କପାଳରେ ଜୁଟେ । ଏପରି ଅବସ୍ଥାରେ ଦିନେ ସୁମତି ଶମ୍ଭୁକୁ କହିଲା, “ଏତେ କଷ୍ଟ ସହି ଏଠାରେ ପଡିବା ଅପେକ୍ଷା ତମେ ସହରକୁ ଯାଅ ସେଠାରେ ତମକୁ...
ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ । କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ...
ଗୋଟିଏ ବଗିଚାରେ ଜଣେ ବୁଢୀ ରହୁଥିଲା । ଆଉ ସେ ବଗିଚାରେ କାମ କରିବା ପାଇଁ ବହୁତ ଚାକର ବାକର ବି ଥିଲେ । ସେମାନଙ୍କୁ ସକାଳୁ, ଉଠାଇ ସେ ବୁଢୀ କାମ କରାଏ । ସେ ବୁଢୀର ଗୋଟିଏ କୁକୁଡା ବି ଥାଏ, କୁକୁଡା ଭୋରରୁ ଡାକିଲେ ବୁଢୀର ନିଦ ହଠାତ୍ ଭାଙ୍ଗିଯାଏ ଏବଂ ତାପରେ ସେ ତା’ ଚାକରମାନଙ୍କୁ ଉଠାଏ । ଦିନେ ସେ ଚାକରମାନେ ଭାବିଲେ ଏ କୁକୁଡା ଭୋରୁ ବୁଢୀକୁ ଉଠାଉଛି ବୋଲି ବୁଢୀ ସିନା ତାଙ୍କୁ ସବୁ ଉଠାଇ କାମରେ ଲଗାଉଛି । କୁକୁଡାକୁ...
ପୋତନମ ନଗରୀର ଶାସକ ରାଜା ସୋମଚନ୍ଦ୍ର ଥିଲେ । ତାଙ୍କ ସ୍ତ୍ରୀ ଧାରିଣୀ ଅତ୍ୟନ୍ତ ପତିବ୍ରତା ଥିଲେ । ସେମାନଙ୍କର ପୁଅଟିଏ ଥାଏ । ତା’ର ନାମ ପ୍ରସନ୍ନଚନ୍ଦ୍ର । ଦିନେ ରାଣୀ ରାଜାଙ୍କର କେଶଗୁଚ୍ଛ ସଜାଡି ଦେଉଥିଲେ । ସେ ଦେଖିଲେ ତାଙ୍କ ସ୍ୱାମୀ ତଥା ରାଜାଙ୍କର କେତୋଟି କେଶ ଧଳା ହୋଇ ଯାଇଛି । ରାଣୀ ରାଜାଙ୍କୁ ପରିହାସରେ କିଛି କଥା କହିଲେ; କିନ୍ତୁ ରାଜା କହିଲେ, “ଦେଖ, ଏହା ମୋର ବାର୍ଦ୍ଧକ୍ୟର ସୂଚନା ଦେଉଛି...
ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି । ସେ ଶ୍ରମିକମାନଙ୍କୁ କହନ୍ତି, “ସଙ୍କୋଚ କର ନାହିଁ, ଆରାମ୍ରେ ଖାଅ; ଶ୍ରମ ତ ପେଟ ପାଇଁ...
ହୋଲାପୁରୀ ଜଙ୍ଗଲରେ ଶିକାରୀମାନଙ୍କ ସଂଖ୍ୟା କ୍ରମେ ବଢି ଚାଲିଲା ଓ ପଶୁଙ୍କ ସଂଖ୍ୟା କ୍ରମେ କମିଗଲା । ତେଣୁ ରାଜା ବିଦ୍ୟାଧର ଏହା ଘୋଷଣା କଲେ ଯେ ତାଙ୍କ ଅନୁମତି ପତ୍ର ବିନା କେହି ଯେପରି ଶିକାର କରିବାକୁ ଯିବେ ନାହିଁ, ଆଉ ଗଲେ କଠିନ ଦଣ୍ଡ ପାଇବେ । ଥରେ ଦୁଇଜଣ ଶିକାରୀ ଜଙ୍ଗଲରେ ଶିକାର କରୁଥା’ନ୍ତି । ରାଜାଙ୍କ ଲୋକ ସେଠାରେ ପହଁଚି ସେମାନଙ୍କୁ ରାଜାଙ୍କ ମୋହର ଥିବା ଅନୁମତି ପତ୍ର ମାଗିଲେ । ଏକଥା ଶୁଣି...
(ନାଗପୁରୀ ରାଜଭବନରୁ ଯେଉଁ “ଶତାଦ୍ଦିକା” ପୁଷ୍ପ ଚୋରି ହୋଇଥିଲା ତାହା ସମୁଦ୍ରତଟରେ ଥିବା ନୌକାରୁ ମିଳିଲା । ତା’ପରେ ଦଳପତି ନାଗସିଂହ ଓ କେତେକ ସୈନ୍ୟଙ୍କ ସହ ଉତୁଙ୍ଗ “ଶତାଦ୍ଦିକା” ଫୁଲ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଗଲେ । ଅଳ୍ପବାଟ ଯିବା ପରେ ନାଗସିଂହ ଉତୁଙ୍ଗଙ୍କୁ ସମୁଦ୍ରରେ ଠେଲି ପକାଇଦେଲେ ଓ “ଶତାଦ୍ଦିକା” ଫୁଲ ଧରି ଗଲେ । ଉତୁଙ୍ଗ କୌଣସି ମତେ କୂଳ ଆଡକୁ ଆସିଲେ । ଏଣିକି ଆଗକୁ ପଢନ୍ତୁ) ...