ପୁରୁଣା ଦିନର କଥା – ତୁର୍କୀରେ ହମିଦ୍ ନାମକ ଏକ ବ୍ୟବସାୟୀ ରହୁଥିଲେ । ତାଙ୍କ ପାଖରେ ଏକ ଦାମୀ ଘୋଡା ଥିଲା । ନିଜେ ବୁଢା ହେବାରୁ ସେ ସେହି ଘୋଡାଟିକୁ ତିନିଶହ ଦିନାରରେ ବିକ୍ରି କରିବାକୁ ଚାହିଁଲେ । କିନ୍ତୁ ଏତେ ଦାମ୍ରେ କେହି କିଣିବାକୁ ରାଜି ହେଲେ ନାହିଁ । ଦିନେ ଅଜିଜ୍ ନାମକ ଜଣେ ଯୁବକ ଆସି ତାଙ୍କୁ କହିଲା, “ମହାଶୟ, ଏକ ଖାନ୍ଦାନ୍ ପରିବାରରେ ମୋର ଜନ୍ମ । କିନ୍ତୁ ମୁଁ ଏବେ କାଙ୍ଗାଳ କହିଲେ ଚଳେ ।...
କୀର୍ତନପୁର ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କ ଜମିରେ ଚାଷ କରୁଥିବା ଶ୍ରମିକମାନଙ୍କ ଉପରେ ସେ ସର୍ବଦା ଅତ୍ୟାଚାର କରୁଥିଲେ । ତାଙ୍କର ଥିଲେ ତିନିଟି ପୁତ୍ର । ପ୍ରଥମ ଦୁଇଜଣ ପିତାଙ୍କର ଆଜ୍ଞାକାରୀ ଥିଲେ; କିନ୍ତୁ ତୃତୀୟ ପୁତ୍ର ରାମର ସ୍ୱଭାବ ବିପରୀତ ଥିଲା । ସେ ଖାଲି ବରାବର କହୁଥାଏ, “ଚାକରମାନେ ତାଙ୍କ ପେଟ ପୋଷିବାକୁ ଆମର ସେବାଯତ୍ନ ଓ ଆମ କାମ ମନ ଦେଇ ଖଟି ଖଟି କରୁଛନ୍ତି । ସେମାନଙ୍କ...
ନିଦରୁ ଉଠିବା ମାତ୍ରେ ମୋଗଲସରାଇର ଜମିଦାରଙ୍କୁ ଭାଟ ତା’ର ପ୍ରଶଂସାପୂର୍ଣ୍ଣ ଗୀତ ଶୁଣାଏ । ଏହି ପ୍ରଥା ପ୍ରତ୍ୟେକ ରାଜା, ଜମିଦାରଙ୍କର ଚଳି ଆସୁଅଛି । ସବୁଦିନେ ଏକହିଁ କଥା ଶୁଣି ଶୁଣି ଜମିଦାର ଖୁବ୍ ବିରକ୍ତ ହୋଇ ଦିନେ ଦେବାନ୍ଙ୍କୁ ଡାକି କହିଲେ, “ଏହି ଭାଟ ପ୍ରଥା ଟିକିଏ ବନ୍ଦ କରାଅ ତ । କିଛି କାମ ନାହିଁ, ଦିନସାରା ଅଳସୁଆ ହୋଇ ବସି ରହିବ, ଆଉ ମାସିକ ଭତ୍ତା ପାଇବ; ତାକୁ ଦେଖି ଅନ୍ୟଲୋକମାନେ ମଧ୍ୟ ସେଇଆ କରିବେ । ତା’ର...
ଥରେ ଦେହର ସବୁ ଅଂଗ ଗୋଡ, ହାତ, ମୁହଁ, ଦାନ୍ତ ଆଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପେଟକୁ କହିଲେ – କ’ଣ ଭାଈ ପେଟ! କିଛି କାମ କରୁଛ ନା ନାହଁ । କେବଳ ବସି ବସି ଖାଉଛ । ଆମକୁ ଦେଖ ଆମେ ଦିନ ରାତି କାମ କରୁ କରୁ ଥକି ପଡୁଛୁ ଆଉ ତୁମେ ଅଛ କେବଳ ବସି ବସି ଖାଉଛ, ଥକି ପଡୁ ନାହଁ । ନାଁ ଭାଈ! ଏହି ଭଳି କାମ ଚଳିବ ନାହିଁ । ଏହାର ଗୋଟିଏ ପ୍ରତିକାର ଆମର ଦରକାର । ନ ହେଲେ ଆଜି ଠାରୁ ତୁମ ରାସ୍ତା ଆମ ରାସ୍ତା ଅଲଗା ଅଲଗା ହେବ ।...
ହରିପୁର ଗାଁର ବିଜୟ ସାଆନ୍ତେ ତାଙ୍କ ନାତି ମହେଶକୁ କହିଲେ, “ଆରେ ଟୋକା, ଆମେ ବୁଢା ବୁଢୀ ତ ପୁଣି ମରିବୁ, ନା ବୁଢା ବୟସରେ ଘୁସୁରି ଘୁସୁରି କଷ୍ଟ କରି ଏମିତି ବଂଚି ରହିଥିବୁ?” ମହେଶ କହିଲା “ଏଭଳି ବିଚିତ୍ର ପ୍ରଶ୍ନର ଅର୍ଥ? ମୁଁ ଚାହେଁ ତୁମେ ଦୁହେଁ ବଂଚି ରହିଥିବ ଅଥଚ ବାର୍ଦ୍ଧକ୍ୟର ଦୁଃଖ କଷ୍ଟ ତୁମେ ମାନେ କେବେବି ଭୋଗିବ ନାହିଁ ।” ବିଜୟ ସାଆନ୍ତେ କହିଲେ “ଇଏ ଠିକ୍ ଜଣେ...
ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ ଥିବା ଗୋଟିଏ ଉଜ୍ଜ୍ୱଳ ଗୋଲକ ଉପରେ ନଳୀଟିଏ ଥାପି ଫୁଙ୍କି...
ଦୁର୍ଯ୍ୟୋଧନଙ୍କର ମାମୁଁ ଶକୁନି ଗାନ୍ଧାର ଦେଶର ରାଜା ସୁବଳଙ୍କ ପୁତ୍ର ଥିଲେ । ଗାନ୍ଧାରୀ ଉଆଁସୀ କନ୍ୟା ଥିବାରୁ ତାକୁ ବିବାହ କରିବାକୁ କେହିବି ରାଜି ହେଉ ନଥିଲେ । ତେଣୁ ତାଙ୍କ ପିତା ତାଙ୍କୁ ପ୍ରଥମେ ଗୋଟିଏ ମେଣ୍ଢା ସହିତ ବିବାହ ଦେଲେ; ମେଣ୍ଢା ମରିଯିବାରୁ ଧୃତରାଷ୍ଟ୍ରଙ୍କ ସହିତ ତାଙ୍କୁ ବିବାହ ଦେଲେ । ତେବେ ତଦ୍ୱାରା ତାଙ୍କର ଗ୍ରହର ଖରାପ ଅଂଶ କଟିଗଲା । କିନ୍ତୁ ଥରେ ଭୀମସେନ ଓ ଦୁର୍ଯ୍ୟୋଧନ...
ଖରାଦିନେ ଚାରିଆଡେ ସୁବିଧାରେ ଖାଇବାକୁ ମିଳୁଥାଏ । ପିମ୍ପୁଡି ଦିନଯାକ କାମ କରି ଯାହା ବି ପାଏ ସେଥିରୁ ଅଧା ଖାଏ ଓ ବାକି ଅଧା ବର୍ଷା ଦିନ ପାଇଁ ରଖିଦିଏ । କିନ୍ତୁ ଝିଂଟିକା ଏସବୁ ଆଦୌ ଭାବେ ନାହିଁ, ଯାହା ଖାଇବାକୁ ମିଳେ ତାକୁ ସେ ଖାଇଦିଏ ଏବଂ ବାକି ସମୟ ଗୀତ ଗାଇ କଟେଇ ଦିଏ । ଏପରିକି ସେ ଝିଂଟିକା ବର୍ଷାଦିନ ପାଇଁ ବି କିଛି ଜିନିଷ ସାଇତି ରଖେ ନାହିଁ । ଯେମିତି ବର୍ଷାଦିନ ଆସିଲା, ଚାରିଆଡେ ଖାଲି...
ଅତିକାୟ ପକ୍ଷୀ ଉପରେ ବସି ଚନ୍ଦ୍ରବର୍ମା ଆରାମ୍ରେ ଉଡି ଚାଲିଥିଲେ । ହଠାତ୍ ପକ୍ଷୀଟି ଗୋଟିଏ ସରୋବରରେ ଭାସୁଥିବା କୁମ୍ଭୀରକୁ ଲକ୍ଷ୍ୟ କରି ଝାମ୍ପ ମାରିବା ଫଳରେ ଚନ୍ଦ୍ରବର୍ମା ଖସି ପଡିଲେ । କୌଣସି ମତେ ସେ କୂଳକୁ ଆସି ତାନ୍ତ୍ରିକ ଶଂଖୁ ଥିବା ପାହାଡ ଆଡେ ଗଲା ବେଳକୁ କାପାଳିନୀ ବୁଢୀର ଆର୍ତ୍ତନାଦ ଶୁଣି ତା’ ପାଖରେ ସେ ପହଁଚିଲେ । ଦୁଇ ଶିଳାଖଣ୍ଡ ମଝିରେ କାପାଳିନୀ ପଡି ରହି ଅତ୍ୟନ୍ତ ନିମ୍ନ କଣ୍ଠରେ ଆର୍ତ୍ତନାଦ କରୁଥିବାର...
ଗୋଟିଏ ବଣ ମଇଁଷୀ ନଈରୁ ପାଣି ପିଇଲା ବେଳେ ତାହାର ପ୍ରତିଚ୍ଛବି ପାଣିରେ ପଡିଥିବା ଦେଖି ସେ ନିଜର ବିରାଟ କାୟ ଆକୃତି ବିଷୟରେ ଜାଣି ବହୁତ ଖୁସି ହେଲା । ସେ ମନକୁ ମନ କହିବାକୁ ଲାଗିଲା – ଆହାଃ ! ଭଗବାନ ମୋତେ କେତେ ସୁନ୍ଦର କରି ଗଢିଛନ୍ତି ସତେ । ମୋ ମୁହଁକୁ ଗଢିଲା ବେଳେ ଭଗବାନ୍ ମୋତେ ଗୋଟିଏ ଅତି ସୁନ୍ଦର ଛାଂଚରେ ଗଢିଛନ୍ତି । ତାହା ଉପରେ ବିରାଟକାୟ ଶିଙ୍ଘ, କେତେ ସୁନ୍ଦର ବଡ ବଡ କାନ । ବଡ ବଡ ଆଖି, ପୁଣି କଳା...
ଅନେକ, ଅନେକ ଦିନ ତଳେ ଜଣେ ରାଣୀ ଥିଲେ । ତାଙ୍କ ନାମ ମୀନାକ୍ଷି । ତାଙ୍କୁ ରାତିରେ ଆଦୌ ଭଲ ନିଦ ହେଉ ନଥିଲା । ସାରା ରାତି ସେ ଖାଲି ବିଛଣାରେ ଏକଡ ସେକଡ ହେଉଥିଲେ । ଫଳରେ ତାଙ୍କ ମିଜାଜ୍ ବଡ ଖିଟିମିଟିଆ ହୋଇ ଯାଇଥିଲା । ମୁହଁରେ ବିରକ୍ତି ଓ ଅସନ୍ତୋଷ ଭାବ ଫୁଟି ଉଠିଥିଲା । ସେ ସର୍ବଦା ଅଭିଯୋଗ କରୁଥିଲେ, ମୋ ଶେଯ ଯଥେଷ୍ଟ ନରମ ହେଉନାହିଁ । ମୁଁ କିମିତି ଶୋଇବି?” ରାଜା ଦେଶ ବିଦେଶକୁ କେତେ ଲୋକ ପଠେଇଲେ...
ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାଆନ୍ତି । ତାଙ୍କର କୌଣସି କଥାରେ ବି ଅଭାବ ଅସୁବିଧା ନଥାଏ । ବିରାଟ କୋଠାଘର, ଜମିବାଡି, ଗୋରୁଗାଈ, ମେଣ୍ଢା, ଛେଳି, ଦୋକାନ, ଚାକର ଚାକରାଣୀ ସବୁଥିରେ ପରିପୂର୍ଣ୍ଣ ଖଞ୍ଜା । ଗାଆଁର ଲୋକମାନେ ତାଙ୍କ ଜମି ଚାଷ କରନ୍ତି । ତାଙ୍କର ଧନସମ୍ପତ୍ତି ଏତେ ଯେ, ଯେତେ ଦାନକଲେ ମଧ୍ୟ ସରିବ ନାହିଁ । କିନ୍ତୁ ସେ ଦାନ ଧର୍ମଠାରୁ ଯଥେଷ୍ଟ ଦୂରରେ ଥାଆନ୍ତି । ବରଂ କୁଆଡୁ କେମିତି ଧନ ଆସି ତାଙ୍କ ଭଣ୍ଡାର...
ଅରଣ୍ୟ ସମୀପରେ ଶରଭ ନାମକ ଜଣେ ବଳଶାଳୀ ଲୋକ ବାସ କରୁଥିଲା । ସଂସାରରେ ତା’ଠାରୁ ଅଧିକ ବଳଶାଳୀ ଆଉ କେହି ବି ନାହାଁନ୍ତି । ଏପରି ଭାବି ସେ ଖୁବ୍ ଗର୍ବିତ ଅନୁଭବ କରେ । ଏହା ପଛରେ ଗୋଟିଏ କାରଣ ଥିଲା, ତାହା ହେଉଛି, ଅନ୍ୟମାନଙ୍କ ତୁଳନାରେ ଦଶଗୁଣ ଅଧିକ କାଠର ବୋଝ ଜଙ୍ଗଲରୁ ସେ ବୋହି ଆଣିପାରେ । ତେଣୁ ସେ ତା’ ପତ୍ନୀକୁ ବଢାଇ କରି କହେ, “ମୁଁ କଳିଯୁଗ ଭୀମ । ନଚେତ୍ ଏତେ ବଡ ବୋଝ ଆଉ କିଏ ବୋହି ପାରିବ ଦେଖି କହିଲ”...
ରାଜା କୃଷ୍ଣ ଚନ୍ଦ୍ର ଦିନେ ଗୋପାଳ ଭାଣ୍ଡକୁ କୌଣସି କାରଣ ନେଇ ବିରକ୍ତ ହୋଇ କହିଲେ “ମୁଁ ଆଉ ତୁମ୍ଭର ମୁହଁ ଚାହିଁବି ନାହିଁ ।” ଏକଥା ଶୁଣି ଗୋପାଳ କିଛି ମାତ୍ର ଚିନ୍ତିତ ନ ହୋଇ ତା’ପର ଦିନ ରାଜ ସଭାକୁ ଆସିବା ସମୟରେ ଦୂରରେ ମହାରାଜାଙ୍କୁ ଦେଖି କରି ମହାରାଜାଙ୍କ ଆଡକୁ ପଶ୍ଚାତ୍ କରି ଆସିବାକୁ ଆରମ୍ଭ କଲେ । ତା ଦେଖି ରାଜା କହିଲେ – କିହୋ ଗୋପାଳ ଏହା କ’ଣ? ଏହା ଶୁଣି ଗୋପାଳ କହିଲେ – ଆଜ୍ଞା...
ପାଣି ପାଖରେ ପଡି ପଡି କଇଁଚକୁ ଆଉ ଭଲ ଲାଗିଲା ନାହିଁ । ତା’ର ଆକାଶରେ ଉଡିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଦିନେ ଛଂଚାଣକୁ ଡାକି କହିଲା, “ଛଂଚାଣ ଭାଇ, ତୁ’ ତ ଆକାଶରେ ଏତେ ଉଡୁଛୁ । ମୋତେ ବି ଟିକେ ଉଡିବା ଶିଖାଇ ଦେ ।” ଏକଥା ଶୁଣି ଛଂଚାଣ ସେ କଇଁଚକୁ ବୁଝାଇ କରି କହିଲା, “ତୋତେ ତ ଭଗବାନ ଉଡିବା ପାଇଁ ଜନ୍ମ କରି ନାହାଁନ୍ତି । ତୋର ଦେହର ଗଠନ ଯାହା, ସେଥରେ ତ ତୁ ଆଦୌ ଉଡିପାରିବୁ ନାହିଁ ।” କିନ୍ତୁ ଏଥିରେ ସେ କଇଁଚର...
ଆଦିବାସୀ କନ୍ଧ ପିଲାଟିଏ । ଦାରିଦ୍ର୍ୟ ହେତୁ ସେ ମାଲିକର ଗାଈ ଚରାଇବା କାମରେ ନିୟୋଜିତ ହୋଇଥାଏ । ସୁତରାଂ ନିତି ବଣକୁ ଯାଇ ସେ ଗାଈ ଚରାଇ ଠିକ୍ ସଂଧ୍ୟାବେଳକୁ ଘରକୁ ଫେରିଆସେ । ଦିନସାରା ବଣରେ ବୁଲିବୁଲି ତା’କୁ ଭୋକ ଲାଗିଲେ ଝରଣାପାଣି ପେଟେ ପିଇଦେଇ ସେ ତା’ ଭୋକ ମାରେ । ସଂଜବେଳେ ମାଲିକଙ୍କ ଘରେ ନୀତିବାଣୀ ଚର୍ଚ୍ଚା ହୁଏ । ପିଲାଟି ତାକୁ ମନ ଦେଇ ଶୁଣେ । ଫଳରେ ତା’ ମନରେ ବି କରୁଣା ଜାଗ୍ରତ ହୁଏ ।...
ଧର୍ମର ମହିମା ବଖାଣି ଦେଶବିଦେଶେ ହିନ୍ଦୁଧର୍ମ ଭାଗବତ୍ ଗୀତା ଗ୍ରନ୍ଥକୁ ରଖିଲେ ସବୁଠୁ ଶୀର୍ଷେ । ଦେଶପ୍ରେମ ଦୀପ ଜାଳି ଦେଇଥିଲେ ଦେଶବାସୀଙ୍କର ମନରେ ଦିନେ ସିଏ ଥିଲେ ସ୍ୱାମୀ ବିବେକାନନ୍ଦ ଯେ ପଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ସ୍ୱାମୀ ବିବେକାନନ୍ଦ କେବଳ ଆମ ଇଣ୍ଡିଆ କାହିଁକି ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦୀ ଆଧ୍ୟାତ୍ମିକ ନେତା ଥିଲେ । ୧୮୯୩ ମସିହା ସେପ୍ଟେମ୍ବର ମାସରେ...
ଗଜପୁର ଗ୍ରାମଟି ଏକ ବଡ ନଦୀ କୂଳରେ ଅବସ୍ଥିତ । ସେହି ଗ୍ରାମରେ ନରେନ୍ଦ୍ର ନାମକ ଯୁବକ ଜଣକ ଥାଏ ଯିଏ କି ବିଚକ୍ଷଣ ସନ୍ତରଣକାରୀ । ସେହି ଗ୍ରାମରେ ଚମ୍ପା ନାମରେ ଜଣେ ସୁନ୍ଦର ଝିଅଟିଏ ଥାଏ । ପିଲା କାଳରୁ ତା’ର ବାପମା’ ମରିଯିବାରୁ, ତା’ର ମାମୁଁ ମାଇଁ ଆସି ତା’ ଘରେ ରହି ତାକୁ ପାଳିଲେ । କାରଣ ଚମ୍ପାର ବାପା ଥିଲେ ଧନୀ । ମାମୁଁଙ୍କ ପରିବାର ଚମ୍ପାର ଧନରେ ଅତି ଆରାମରେ ଥା’ନ୍ତି । ମାମୁଁଙ୍କର ଗୋଟିଏ...
(ଆପାତତଃ ରାଜୁ ଆସି ଏପରି ଏକ ରାଜ୍ୟରେ ପହଁଚିଛି, ଯେଉଁଠି ଲୋକେ ସର୍ବଦା ସନ୍ତୁଷ୍ଟ । କାହାରି ମନରେ କିଛି ପାଇବା ପାଇଁ ଆଶା ନାହିଁ; ତେଣୁ ହତାଶା ବି ନାହିଁ । ରାଜକୁମାରୀ ଯେପରି ଗୀତ ଗାଇ ପାରିବେ ସେହି ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ତାଙ୍କ ସାହାଯ୍ୟରେ ତା’ର ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ ବହୁତ ଉଦ୍ୟମ କଲା । ତା’ପରେ…) ହରିଣଟିଏ ଦୌଡିଯାଉଥିବାର ଦେଖି ରାଜକୁମାରୀ ପାଟି କରି କହିଲେ, “ହରିଣ! ନୀଳ ପର୍ବତ...
ପଦନପୁର ଗାଆଁରେ ଜଣେ ବ୍ରାହ୍ମଣ ଓ ବ୍ରାହ୍ମଣର ସ୍ତ୍ରୀ ବାସ କରୁଥିଲେ । ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ପିଲାଛୁଆ ନ ହେବାରୁ ସେମାନେ ବହୁତ ମନଦୁଃଖରେ ସମୟ ଅତିବାହିତ କରୁଥାନ୍ତି । ବ୍ରାହ୍ମଣୀ ନାନାପ୍ରକାର ବ୍ରତ କରେ । ବ୍ରାହ୍ମଣ ମଧ୍ୟ ପ୍ରତିଦିନ ଠାକୁରକୁ ଡାକି କହେ, “ ହେ ପ୍ରଭୁ ! ଆମ କୋଳରେ ଗୋଟିଏ ପିଲା ଦିଅ । ” ଠାକୁର ସେମାନଙ୍କର ଦୁଃଖ ଶୁଣିଲେ । ବ୍ରାହ୍ମଣୀ ଗର୍ଭବତୀ ହେଲା । କିଛିଦିନ ପରେ ବ୍ରାହ୍ମଣୀ...
ନିଶା ଗରଜୁଥାଏ; ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତେଣେ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି...
ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି । ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ...
ଦୁଇହଜାର ବର୍ଷ ତଳେ ଚୀନ୍ ଦେଶରେ ସୋ-ପୋ-ତାବୁ ନାମକ ଏକ ବୃଦ୍ଧ ପଣ୍ଡିତ ଥିଲେ । କିନ୍ତୁ ତାଙ୍କ ପାଣ୍ଡିତ୍ୟକୁ ଚିହ୍ନି ତାଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେବା ଭଳି ବ୍ୟକ୍ତି ତାଙ୍କ ଆଖପାଖରେ କେହି ବି ନଥିଲେ । ତେଣୁ ସେ ବଡ ଆର୍ଥିକ ସଂକଟ ମଧ୍ୟ ଦେଇ ଜୀବନ ନିର୍ବାହ କରୁଥା’ନ୍ତି । ସେଠାରୁ ଅନେକ ଦୂରରେ ଚୁ ନାମକ ଏକ ରାଜ୍ୟ ଥାଏ । ସେଠାକାର ରାଜା ଜ୍ଞାନୀ ଗୁଣି ବ୍ୟକ୍ତିଙ୍କୁ ଯଥେଷ୍ଟ ଧନ ଦେବାର ଶୁଣାଯାଉଥିଲା କାରଣ ରାଜା...
ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ ।...
ତୁଳସୀ ଦାସ (୧୪୯୭ / ୧୫୩୨ – ୧୬୨୩ ଖ୍ରୀଷ୍ଟାଦ୍ଧ) ସତେଯେପରି ଜନ୍ମରୁ ପ୍ରତିକୂଳ ପରିସ୍ଥିତିକୁ ଆପଣେଇ ନେଇଥିଲେ । ତେଣୁ ଖୁବ୍ କମ୍ ବୟସରୁ ତାଙ୍କୁ ଭିକ୍ଷାଟନ କରିବାକୁ ପଡିଥିଲା । ଏମିତି ସେ ଭିକ୍ଷାଟନରେ ବୁଲୁବୁଲୁ ଥରେ କାଶୀଧାମରେ ଯାଇ ପହଁଚିଗଲେ । କିଏ ବା ଜାଣିଥିଲା ଭିକ୍ଷା ମାଗି ବୁଲୁଥିବା ଏଇ ଅନାଥ ବାଳକ ଜଣକ ଦିନେ କେବଳ ତାଙ୍କ ନିଜ ପ୍ରଦେଶ କାହିଁକି ବରଂ ଇଣ୍ଡିଆରେ ପ୍ରଷିଦ୍ଧ ହୋଇଯିବ...
ଆଜି ଅଙ୍କିତାର ପଂଚମ ଶ୍ରେଣୀ ବୃତି ପରୀକ୍ଷା ସରିଛି । ତେଣୁ ସେ ନିଶ୍ଚିନ୍ତ ହୋଇ ଶୋଇଚି ଗାଢ ନିଦରେ । ମାମା ସେ ମଶାରୀ ପକାଇବାକୁ ଆସି ଦେଖିଲେ ଅଙ୍କିତାର ଆଖି ପତା ତଳେ ଡୋଳା ଏପଟ ସେପଟ ହେଉଛି । ତା ମୁହଁରେ ପୁଣି ହସର ଛିଟା । ଏଥିରୁ ମାମା ଜାଣି ଗଲେ ଯେ, ଅଙ୍କିତା ସ୍ୱପ୍ନ ଦେଖୁଚି ଆଉ ସେ ପୁଣି, କିଛି ଗୋଟାଏ ଭଲ ସ୍ୱପ୍ନ । ନ ହେଲେ ତା’ ମୁହଁ ଏମିତି ହସ ହସ କାହିଁକି? ସ୍ୱପ୍ନ ବିଜ୍ଞାନ କୁହେ ଏଇଲେ ଯଦି ତାକୁ ନିଦରୁ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ବି ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ...
ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’ ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ...
ସ୍ୱାମୀ ବିବେକାନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସାରି ସାରା ଇଣ୍ଡିଆ ଭ୍ରମଣରେ ବାହାରିଲେ । ସେତେବେଳେ ପାଖରେ ତାଙ୍କର ପଇସାଟିଏ ବି ନଥାଏ । ତଥାପି ବି ଶୂନ୍ୟ ହସ୍ତରେ ସେ ଜଣେ ପରିବ୍ରାଜକ ହିସାବରେ ଭ୍ରମଣ ଆରମ୍ଭ କରିଦେଲେ । ଏହିଭଳି ବୁଲିବୁଲି ଆଠବର୍ଷରେ ସେ ସାରା ଇଣ୍ଡିଆବର୍ଷ ବୁଲିଆସିଲେ । ତାଙ୍କର ଭ୍ରମଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବିଭିନ୍ନ ଅଂଚଳର ବେଶ, ପୋଷାକ, ଖାଦ୍ୟ, ଭାଷା, ରୀତିନୀତି ଓ ଲୋକଙ୍କର ଆଚାର ବ୍ୟବହାର...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତାମାନଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷ ଆରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ...
ଗୋଟିଏ ଗ୍ରାମରେ ଦଣ୍ଡପାଣି ନାମକ ଜଣେ ବ୍ୟକ୍ତି ଥା’ନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ଭଦ୍ରା । ସେମାନଙ୍କର ଚାରି ପୁଅ ଓ ଚାରି ବୋହୁ ଥା’ନ୍ତି କିନ୍ତୁ ଘର ଚଳାଇବାର ସବୁକିଛି ଦାୟିତ୍ୱ ଭଦ୍ରା ତୁଲାଇଥା’ନ୍ତି । କ୍ରମେ ତାଙ୍କର ବୟସ ହୋଇଯିବାରୁ ସେ ଚିନ୍ତା କଲେ ଯେ ଏତେ ବଡ ଘର ଓ ପରିବାରର ଦାୟିତ୍ୱ ତାଙ୍କ ପରେ କିଏ ଚଳାଇବ । ବୋହୁମାନଙ୍କ ମଧ୍ୟରୁ ଏ କାମ ପାଇଁ କାହାର ଯୋଗ୍ୟତା ଅଛି । ଭଦ୍ରାଙ୍କର ଏ ଚିନ୍ତା...
ଗ୍ରୀଷ୍ମ ଦିନ ହୋଇଥାଏ । ଖରା ତେଜରେ ନଦୀ, ନାଳ, କୂଅ, ପୋଖରୀ ସବୁ ଶୁଖିଗଲା । ରାଜ୍ୟର ଅବସ୍ଥା ଅନୁଧ୍ୟାନ କରିବାକୁ ଦିନେ ଆକବର ବିରବଲଙ୍କୁ ସାଙ୍ଗରେ ଧରି ବାହାରିଲେ । ରାସ୍ତାରେ ଯିବା ସମୟରେ ଏକ କୂପ ପଡିଲା । ରାଜା ବିରବଲଙ୍କର ବୁଦ୍ଧି ପରୀକ୍ଷା କରିବାପାଇଁ ହଠାତ୍ ନିଜ ହାତରୁ ମୁଦି ବାହାର କରି କୂପ ମଧ୍ୟକୁ ଫିଙ୍ଗିଦେଲେ । କୂପରେ ତ’ ପାଣି ନଥାଏ । ଏହାପରେ ରାଜା ବିରବଲଙ୍କୁ ପ୍ରଶ୍ନ କଲେ, “ବିରବଲ! କୂପ...
ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ । ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା...