ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...
ସଙ୍ଗମ ରାଜପ୍ରାସାଦଠାରୁ ବହୁତ ଦୂରରେ ଗୋଟିଏ ଘଞ୍ଚ ଅରଣ୍ୟ ଥିଲା । ସେହି ଅରଣ୍ୟରେ ବହୁ ସଂଖ୍ୟକ ବ୍ୟାଘ୍ର, ହସ୍ତୀ, ସିଂହ, ବାର୍ହା, ମୃଗ, ଶୃଗାଳ ଆଦି ବହୁତ ହିଂସ୍ରଜୀବ ବାସ କରୁଥାଆନ୍ତି । ହଠାତ୍ ସେହି ଅରଣ୍ୟରେ ପଶୁମାନଙ୍କର ଖାଇବା ଲାଗି ଖାଦ୍ୟ ସଙ୍କଟ ଦେଖାଦେଲା । ପଶୁପକ୍ଷୀମାନେ ସେହି ଅରଣ୍ୟରେ ବାସ କରୁଥିଲେ ମଧ୍ୟ ପ୍ରତିଦିନ ସକାଳ ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ପଳାଇ ଯାଆନ୍ତି ଓ ସନ୍ଧ୍ୟାହେଲେ ଖାଇ ପିଇ ସେହି...
ଗୋପାଳ ଭାଣ୍ଡର ପ୍ରତିବାସୀ ଜଣେ ବ୍ରାହ୍ମଣ ଗୁରୁ ଥାଆନ୍ତି । ଦିନେ ସେ ତାଙ୍କର ଶିଷ୍ୟ ଘରକୁ ଗଲେ । ସାଙ୍ଗରେ ଗୋପାଳକୁ ମଧ୍ୟ ନେଇ ଯାଇ ଥିଲେ । ଶିଷ୍ୟ ଗୁରୁଙ୍କୁ ଦେଖି ବଡ କଉ ମାଛ ଖୋଜି ଆଣି ରୋଷେଇ କରିବାର ଯୋଗାଡ କରି ଦେଲେ । ଗୁରୁ ମହାଶୟ ଯତ୍ନର ସହିତ ରନ୍ଧନ କରି ଭୋଜନର ବ୍ୟବସ୍ଥା କଲେ । ନିଜ ସକାଶେ ଓ ଗୋପାଳ ସକାଶେ ଦୁଇ ଖଣ୍ଡ ପତ୍ର ପକାଇ ବାଢିଲେ, କିନ୍ତୁ ଗୁରୁ ମହାଶୟ ନିଜ ପତ୍ରରେ ବଡ ବଡ କଉ...
ଗୋଟିଏ ଗ୍ରାମରେ ଶକୁ ନାମରେ ସ୍ତ୍ରୀଲୋକଟିଏ ଥାଏ । ସେ ବଡ କଞ୍ଜୁସ୍ । ତା’ ବିଷୟରେ ଲୋକେ କଞ୍ଜୁସ୍ ବୋଲି କହିଲେ ସେ ସେମାନଙ୍କ କଥା ମୋଟେ ମାନେନାହିଁ; ଓଲଟି କୁହେଯେ ସେ ମିତବ୍ୟୟି । ଶକୁ ବହୁଦିନୁ ବିଧବା । ତା’ର ଗୋଟିଏ ବୋଲି ପୁଅ ଶ୍ୟାମକୁ ପାଳି ପୋଷି ସେ ବଡ କଲା । ଏବେ ସୁନ୍ଦରୀ ସୁଲକ୍ଷଣୀ ବୋହୁଟିଏ ପାଇଁ ସେ ଚାରିଆଡେ ତା’ଆଖି ବୁଲାଇଲା । ଶକୁର ବହୁତ ଧନ ଥାଏ ହେଲେବି ସେ ଭାରି କଞ୍ଜୁସ୍ । ସେଥିପାଇଁ ଅନେକ ଲୋକ...
ଏକ ସହରରେ ଜଣେ ଶେଠ୍ ଥିଲେ । ଦାତାମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ସେ । ହେଲେ ତାଙ୍କର ଦାନଦେବାର ଢଙ୍ଗ ସମ୍ପୂର୍ଣ୍ଣ ଅଲଗା ଥିଲା । ତାଙ୍କର ନାଁ ପ୍ରଚାରପାଇଁ ବଡ ବଡ ମନ୍ଦିର, ଧର୍ମଶାଳା, ଡାକ୍ତରଖାନା ଆଦି ନିର୍ମାଣ କରି ଖବର କାଗଜରେ ଫଟୋଚିତ୍ର ଦେଖିବାକୁ ଖୁସି ହେଉଥିଲେ । ତାଙ୍କ କୀର୍ତିରାଜି ନିକଟରେ ନିଜର ଦାନ ଫଳକକୁ ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଉଥିଲେ । ଏସବୁ ତାଙ୍କ ମନରେ ଅପାର ଗର୍ବ ଆଣି ଦେଇଥିଲା । ...
ରାଜା ବିଜୟଦେବ ଅନୁପମ ନାମକ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେ ଜଣେ ଜ୍ଞାନୀ ଗୁଣୀ ରାଜା ଥିଲେ । ତାଙ୍କ ଦରବାରରେ ସେ ନାନା ଦେଶରୁ ବୁଦ୍ଧିମାନ ଓ ଜ୍ଞାନୀ ପଣ୍ଡିତମାନଙ୍କୁ ଡକାଉଥିଲେ । କାହିଁକିନା ତାଙ୍କ ଦରବାରରେ ଜ୍ଞାନର ବିଶେଷ ଆଦର ଥିଲା । ତେଣୁ ସେ ପଣ୍ଡିତମାନଙ୍କୁ ଡକାଇ ସେମାନଙ୍କ ଭିତରେ ପ୍ରଶ୍ନୋତ୍ତର ଓ ଆଳାପ ଆଲୋଚନା କରାଉଥିଲେ । ତଦ୍ୱାରା ପାରିଷଦ୍ବର୍ଗ ମଧ୍ୟ ବହୁ ଜ୍ଞାନ ଅର୍ଜ୍ଜନ କରୁଥିଲେ । ସଭା ଶେଷରେ...
ରାମ ତା’ର କୌଣସି ଏକ କାମରେ ସହର ଯାଇଥିଲା; ସେଠାରୁ ସେ ଚାଲି ଚାଲି ତା’ଗ୍ରାମକୁ ଫେରୁଥାଏ, ବାଟରେ ହଠାତ୍ ଅନ୍ୟ ଗ୍ରାମର ଭୋଳା ନାମକ ବ୍ୟକ୍ତି ସହିତ ତା’ର ଦେଖାହେଲା । ଦୁହେଁ ସାଙ୍ଗ ହୋଇ ବାଟ ଚାଲୁଥାନ୍ତି । ବାଟଚଲାର କ୍ଳେଶ ଭୂଲିବା ପାଇଁ ସେମାନେ ଗଳ୍ପ କହିବାକୁ ଆରମ୍ଭ କଲେ । ରାମୁ ବଡ ଗପୁଡି ସ୍ୱଭାବର ଥିଲା । ତେଣୁ ସେ ଗପି ଚାଲିଲା । ଗପୁ ଗପୁ ସେ କହିଲା, “ଜାଣ ଆମ ଗ୍ରାମରେ କାହାର କୌଣସି ବି ରୋଗ ନାହିଁ ।”...
ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ । ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ-କ୍ରିୟା ସମାପ୍ତ ପରେ ରାଜୁ ଚରଣକୁ ନିଜ ଦୁଃଖ ଜଣାଇ କହିଲା...
ଚିତ୍ରପୁର ନାମକ ନଗରରେ ଚିତ୍ରରଥ ନାମକ ଜଣେ ରାଜାଙ୍କର ରାଜତ୍ୱ ଥିଲା । ରାଜାଙ୍କର ପୁଷ୍ପ ଉଦ୍ୟାନ ମଧ୍ୟରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ଅନେକ ଗୁଡ଼ି ହଂସ ବାସ କରୁଥିଲେ । ସେହି ହଂସମାନେ ପ୍ରତି ଛଅମାସରେ ଗୋଟିଏ ଲେଖା ସୁନାର ଅଣ୍ଡା ଦେଉଥିଲେ । ରାଜା ଯେତେବେଳେ ପୁଷ୍ପ ଉଦ୍ୟାନକୁ ରାଣୀଙ୍କୁ ନେଇ ସାନ୍ଧ୍ୟ ଭ୍ରମଣରେ ଯାଆନ୍ତି ପରିଚାରିକାମାନଙ୍କୁ ଲଗାଇ ସେହି ଅଣ୍ଡାଗୁଡ଼ିକ ସଂଗ୍ରହ କରି ନଅରକୁ ନେଇ...
ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି ସଳଖେ ନାହିଁ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାଜା କହିଲେ...
ରାମହରି ପଟ୍ଟନାୟକେ ଥିଲେ ପୋଲିସର ଦାରୋଗା । ସାଲେପୁର ପ୍ରଗନା ଗୋପୀନାଥପୁର ଗାଁରେ ସେ ଜଣେ ଖୁବ୍ ଜଣାଶୁଣା ଲୋକ । ଭଲମନ୍ଦ କଥା ପଡିଲେ ଆଖପାଖ ଦଶଖଣ୍ଡ ଗାଁ ଲୋକେ ପରାମର୍ଶ ଲୋଡିବାକୁ ତାଙ୍କ ପାଖକୁ ଧାଇଁଆସନ୍ତି । ପଂଚାୟତ ଲୋକେ ଚାହିଁ ବସିଥାନ୍ତି, ରାମହରିବାବୁ ଆସିବେ, ତେବେ ଯାଇ କଥା ପଡିବ । ବାବୁ ପେନ୍ସନ୍ ପାଇ ପାଂଚବର୍ଷ ଯାଏଁ ଘରେ ବସିଥିଲେ । ତାଙ୍କ ବିୟୋଗ ବେଳକୁ ତାଙ୍କ ପୁତ୍ର ଶିବସୁନ୍ଦରର ବୟସ ମାତ୍ର ଦଶ ।...
ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ । ରାସ୍ତାରେ କିଛି ବାଟ ଚାଲିଲା ପରେ ନଦୀଟିଏ ପଡିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀ ପାର ହେବା ପରେ ସେମାନେ କିଛିବାଟ ଚାଲିବା ପରେ ମନ୍ଦିରରେ ଯାଇ ପହଁଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସେହି ସ୍ଥାନଟିର...
ପ୍ରତିଦିନ ଭଳି ଭୋଜରାଜ ସିଂହାସନ ପାଖରେ ପହଁଚିବା ପରେ ପରବର୍ତ୍ତି ପୁତ୍ତଳିକା ରୂପରେଖା କହିଲା, “ହେ ରାଜା! ମହାରାଜ ବିକ୍ରମାଦିତ୍ୟ ଖୁବ୍ ନ୍ୟାୟ ପରାୟଣ ଥିଲେ । ଯେତେ ଜଟୀଳ ସମସ୍ୟା ହେଲେ ମଧ୍ୟ ତାହାକୁ ଖୁବ୍ ସହଜରେ ସମାଧାନ କରି ଦେଉଥିଲେ । ତାଙ୍କ ସମ୍ପର୍କରେ ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି ସିଂହାସନରେ ବସିବା ପାଇଁ ।” ଥରେ ଦୁଇଜଣ ତପସ୍ୱୀ ଏକ ସମସ୍ୟା...
ରାଜା ନରେନ୍ଦ୍ର ସିଂହ ଏପରି ଜଣେ କର୍ମଚାରୀ ନିଯୁକ୍ତ କରିବାକୁ ଚାହୁଁଥିଲେ, ଯିଏ କି ନିର୍ଲୋଭୀ ହୋଇଥିବ । ସେ କର୍ମଚାରୀ ତାଙ୍କ ରାଜ୍ୟ ସୀମାନ୍ତରେ ରହିବ ଏବଂ ସେଠାକାର ଆଦିବାସୀ ପ୍ରଜାଙ୍କଠାରୁ କର ଅସୁଲ୍ କରିବ । କଥା କ’ଣ କି, ସେ ସରଳ ପ୍ରଜାଙ୍କଠୁଁ ନିୟମଠୁଁ ବେଶି କର ସଂଗ୍ରହ କରି ଆତ୍ମସାତ୍ କରିବାର ଲୋଭୀ କର୍ମଚାରୀମାନଙ୍କୁ ଆଉ ସମ୍ବରଣ କରିପାରୁ ନଥିଲେ । ରାଜାଙ୍କର ଚାରିଜଣ ଅମାତ୍ୟ ଚାରିଜଣ...
ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ ଅଳସୁଆ । ଛୁଆଦିନରୁ ମା’ ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି । ପଚିଶବର୍ଷର ଯୁବକ ଦିପହର ହେଲେ ଶେଯରୁ ଉଠିବ । ତା’ ବାପା ସକାଳୁ ଉଠି ଗାଈ ଦୁହିଁ, ଦୁଧ କେତେଜଣଙ୍କ ଘରେ ନାଗୁଆ ଦେଇ ଆସେ ରନ୍ଧାବଢା କରିସାରି କ୍ଷେତକୁ ଯାଏ; ତା’ପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ । ନିତ୍ୟକର୍ମ କୌଣସିମତେ ଶେଷ କରି ଖାଇଦେଇ ଯାଇ ଏଠି ସେଠି ସେ ବୁଲେ ।...
ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା । ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ...
ଦିନେ ଗୋଟିଏ ଝିଅ ଗାଧୋଇଲା ବେଳେ, ହଠାତ୍ ତାର ଗୋଡ ଖସିଗଲା ଓ ସେ ପାଣିରେ ବୁଡିଗଲା । ଯେତେବେଳେ ସେ ଝିଅଟି ଉବୁଟୁବୁ ହେଉଥାଏ, ସେ ଦେଖିଲା ତା’ପାଖରେ ନାଉରୀ ଯାଉଛି । ତେଣୁ ସେ ଝିଅ ନାଉରୀକୁ ପାଟିକରି ଡାକିଲା ଏବଂ ସେ ନାଉରୀ ବି ପାଖକୁ ଆସି ଝିଅଟିର ଏ ଅବସ୍ଥା ଦେଖିଲା, କିନ୍ତୁ ସେ ନାଉରୀ ଝିଅଟିକୁ ପାଣିରୁ ନଟାଣି ଓଲଟି ବୁଝାଇବାକୁ ଆରମ୍ଭ କଲା ଯେ କାହିଁକି ଏକୁଟିଆ ସେ ଏ ନଈରେ ଗାଧୋଉଥିଲା ଓ ଏତେ ପାଣିରେ ସେ କାହିଁକି...
ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, “ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।” ରଘୁ ବଡ କଞ୍ଜୁସ୍ ଥିଲା । ପୁଣି ସେ ଏହା ବି ଜାଣିଥିଲା ଯେ ରାମପ୍ରସାଦର ଅବସ୍ଥା...
ସୀତାପୁର ନାମକ ଗ୍ରାମରେ ଗୋବିନ୍ଦ ଦାସ ନାମରେ ଜଣେ ସାଧାରଣ ଗୃହସ୍ଥ ଥିଲେ । ତାଙ୍କର ସୁଭାଷିନୀ ନାମକ ଝିଅଟିଏ ଥାଏ । ସେ ତାଙ୍କର ଏକମାତ୍ର ସନ୍ତାନ । କ୍ରମେ ସେ ସୁଭାଷିନୀର ବିବାହ ବୟସ ହେଲା । ଏଣୁ ଗୋବିନ୍ଦ ଦାସ ତା’ପାଇଁ ବର ଖୋଜିବାକୁ ଲାଗିଲେ । କିନ୍ତୁ ଯେଉଁଠି ପ୍ରସ୍ତାବ ପଡୁଥାଏ ସେମାନେ ନଗଦ ତିନିହଜାର ଟଙ୍କା ଯୌତୁକ ଦେବାକୁ ଦାବୀ କରନ୍ତି । ବିଚରା ଗୋବିନ୍ଦ ଦାସ ବିବାହ ଖର୍ଚ୍ଚ ନିମନ୍ତେ ଏତେ ଟଙ୍କା କେଉଁଠୁ ଆଣିବ...
(ତକ୍ଷଶିଳାରେ ସୃଷ୍ଟି ହୋଇଥିବା ବିଦ୍ରୋହ, ସଫଳତାର ସହ ଦମନ କରି ବିଜୟୀ ଅଶୋକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ । ସୁଶେମ ତାଙ୍କୁ ପଥ ମଧ୍ୟରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ, ତାହା ବିଫଳ ହେଲା । ଜ୍ୟେଷ୍ଠପୁତ୍ରର କୁଟିଳ ବୁଦ୍ଧିସମ୍ବନ୍ଧରେ ଜାଣି ରାଜା ବିନ୍ଦୁସାର ଦାରୁଣ ଆଘାତ ପାଇଲେ । ଦୁଇ କୁମାରଙ୍କ ମଧ୍ୟରୁ ଜଣକୁ ରାଜ-ପ୍ରତିନିଧି ରୂପେ ଉଜ୍ଜୟିନୀକୁ ପ୍ରେରଣ କରିବା ପାଇଁ ସେ ନିଷ୍ପତି ନେଲେ । କିନ୍ତୁ ରାଜଧାନୀ...
ଗୋଟିଏ ପୋଖରୀରେ ବହୁତ ବେଙ୍ଗ ଥିଲେ । ସେମାନେ ସବୁ ପୋଖରୀରେ ଭାଷି ଭାଷି ଖେଳୁଥିଲେ । ଦିନେ ପାଖରୁ କିଛି ପିଲା ବେଙ୍ଗ ମାନଙ୍କୁ ଢେଲା ମାଡ କଲେ ଫଳରେ କେତେ ଗୁଡିଏ ବେଙ୍ଗ ମରିଗଲେ । ଏହା ଦେଖି ପିଲାମାନେ ଭାରି ଖୁସି ହେଲେ । ତାପରେ ସେ ପିଲାମାନେ ସବୁବେଳେ ଏପରି ପୋଖରୀକୁ ଢେଲାମାରି ବେଙ୍ଗମାନଙ୍କୁ ମାରିବା ଆରମ୍ଭ କଲେ । ଦିନେ ସେ ବାଟରେ ଜଣେ ସନ୍ୟାସୀ ଯାଉଥିଲେ । ଏହା ଦେଖି ପିଲାମାନଙ୍କୁ ସେ ସନ୍ୟାସୀ...
ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।” ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ ସମୟରେ ମୁଁ ମାଗିନେବି ।”...
ଶାଳ୍ୱ ଦେଶର ରାଜା ବ୍ରହ୍ମଦତ ନିଃସନ୍ତାନ ଥିଲେ । ଜଣେ ଋଷି ତାଙ୍କୁ କହିଲେ, “ତୁମର ପ୍ରଜାମାନେତ ହିଁ ତୁମର ସନ୍ତାନ । ସେମାନଙ୍କ ଭିତରୁ ତୁମେ କୌଣସି ମହତ୍ ଓ ବୀର ସ୍ୱଭାବର ପିଲା ବାଛି ନିଅ । ସେ ହେବ ତୁମର ଉତ୍ତରାଧିକାରୀ ।” କିନ୍ତୁ ଏଥିରେ ସେ ରାଜାଙ୍କ ମନ ମୋଟେ ମାନିଲା ନାହିଁ । ଏଣୁ ସେ ରାଜା କୈଳାଶ ପର୍ବତକୁ ଯାଇ ଶିବଙ୍କୁ ସେଠାରେ ଧ୍ୟାନ କଲେ । ତାଙ୍କ ପ୍ରାର୍ଥନା ପୂର୍ଣ୍ଣ ହେଲା । ତାଙ୍କର ଦୁଇ...
କେଶବ ରାମଗିରିର ଜମିଦାରଙ୍କ ପାଖରେ ପହଁଚି ଚାକିରୀ କରିବା ପାଇଁ ଆବେଦନ କଲା । ଜମିଦାର ତାକୁ ପଚାରିଲେ, “କୁହ, ତମେ କେତେ ଦରମା ଆଶା କରୁଛ?” କେଶବ କହିଲା, “ଆଜ୍ଞା, ଆପଣ ଯାହା ସ୍ଥିର କରିବେ!” ଜମିଦାର କହିଲେ “ନା, ନା, ସେମିତି କହିଲେ ହେବ ନାହିଁ ।” କେଶବ ଟିକିଏ ଚିନ୍ତା କରି କହିଲା, “ଆଜ୍ଞା, ଦୁଇଶହ ଟଙ୍କା ମିଳିଲେ ଚଳିବ ।” ଜମିଦାର କହିଲେ...
ଉଜ୍ଜୟିନୀ ନଗରୀଠାରୁ ଅଳ୍ପ ଦୂରରେ ସିପ୍ରା ନଦୀ କୂଳରେ ଗୁରୁ ପ୍ରଜ୍ଞାସାଗରଙ୍କର ଆଶ୍ରମ ଅବସ୍ଥିତ ଥିଲା । ସେ ବହୁ ବିଦ୍ୟାରେ ଏଭଳି ଜ୍ଞାନୀ ଥିଲେ ଯେ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ନିମନ୍ତେ ଅନେକ ରାଜ୍ୟରୁ ଆଶାୟୀ ଯୁବକମାନେ ଆସୁଥିଲେ । ଗୁରୁଙ୍କ ଆଶ୍ରମରେ ଆଉ ସ୍ଥାନ ନଥିଲା । ବହୁ ସଂଖ୍ୟକ ଛାତ୍ର ଆଶ୍ରମରେ ରହିଲେ ସମସ୍ତଙ୍କ ପ୍ରତି ଯଥାର୍ଥ ଧ୍ୟାନ ଦେବା ସମ୍ଭବ ହେବ ନାହିଁ ବୋଲି ଗୁରୁ ଆଉ ଅଧିକ ଶିଷ୍ୟ...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ବୋଧ ନକରି ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ...
ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା । ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ । ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା । ବିଲୁଆ ସେଇ ଗଛମୂଳେ ବସିଛି । ମନେ ମନେ ଭାବୁଥାଏ...
ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ ।...
ଦୁର୍ଗାପୁରର ଜମିଦାର ଲକ୍ଷ୍ମୀକାନ୍ତଙ୍କ ମାଳୀ ଭୋଳା ବୁଢା ହୋଇଯିବାରୁ ତା’କାମରୁ ସେ ଏଥର ଅବସର ନେବାକୁ ଚାହିଁଲା । ତେଣୁ ଜମିଦାର ତା’ର ଦରମା ବ୍ୟତୀତ ତାକୁ ଆଉ ଅଧିକ କିଛି ଧନ ଦେଇ କାମରୁ ଛୁଟି ଦେଲେ । ମାତ୍ର ଯିବା ପୂର୍ବରୁ ଜମିଦାର ସେ ଭୋଳାକୁ କହିଲେ, “ଦେଖ, ଭୋଳା, ତୁ ଯିବା ପୂର୍ବରୁ ତୋ ସ୍ଥାନରେ ତୋ ପରି ଜଣେ ଭଲ ମଣିଷକୁ ରଖାଇଦେଇ ଯିବୁ ।” ଏଣେ ଭୋଳାର ସ୍ଥାନ ଖାଲି ହେଉଛି ବୋଲି ଶୁଣି ତିନିଜଣ...
ଅନେକ ଦିନ ତଳର କଥା । ଓଡିଶାର ଜଣେ ବଣିକ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓରେ ଓଡିଶାର ଦ୍ରବ୍ୟ ବିକ୍ରୟ କରି ସେଠାରୁ ସୁନା, ରୂପା, ହୀରା ଓ ନୀଳା, ମୋତି, ମାଣିକ୍ୟ ଆଦି ଜିନିଷ ନେଇ ଆସନ୍ତି । ସେଇ ସାଧବ ପୁଅମାନଙ୍କ ଲାଗି ଦେଶରେ ସୁନା ଫଳୁଥିଲା । ଏହାର ନାବିକମାନଙ୍କ ଉପରେ ଜଳ ଦସ୍ୟୁମାନେ ବାରମ୍ବାର ଆକ୍ରମଣକରି ସେମାନଙ୍କ ଠାରୁ ସେହି ମୂଲ୍ୟବାନ୍ ସମ୍ପତ୍ତିମାନ ଛଡାଇ ନେଉଥିଲେ । ଏକଦା ଗ୍ରାମର...
ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ । କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ ରାଜା ବୋଧେ ମୋ ଉପରେ ରାଗିଥିବେ । ତେଣୁ ଯାଉଛି ରାଜଉଆସ ଆଡେ...
ଚୈତ୍ର ପଞ୍ଚମୀରେ ଶ୍ରୀରାମ ବନବାସ କରିବାକୁ ଯାଇଥିଲେ ଏବେ ଲଙ୍କାରୁ ଫେରିବା ରାସ୍ତାରେ ଚୈତ୍ର ଚତୁର୍ଥୀ ଆସି ହେଲାଣି, ଆଉ ଦିନଟିଏ ମାତ୍ର ଶ୍ରୀରାମ ପୁଷ୍ପକ ବିମାନକୁ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରଖାଇ ମୁନିଙ୍କୁ ଯାଇ ଦେଖା କଲେ । ସେ ପଚାରିଲେ, “ମୁନିବର, ଅଯୋଧ୍ୟା ନଗରୀ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଅଛି ତ? ଭରତର ରାଜ୍ୟ ଠିକ୍ ଭାବରେ ଚଳୁଛି ତ? ଆଉ ଆମ ମା’ମାନେ କୁଶଳରେ ଅଛନ୍ତି ତ?” ଭରଦ୍ୱାଜ କହିଲେ...
ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି । ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି ସ୍ଥିରକଲେ, ହାଟରେ ପହଁଚିବା ପୂର୍ବରୁ, ଏଇଠାରୁ ନୂଆ ଚପଲ୍...


