ଗନ୍ଧର୍ବ ମାଳା

ନଈ କୂଳରେ ଛୋଟ ଗାଁଟିଏ । ସେଇ ଗାଁରେ ବୁଢାବୁଢୀ ଦୁଇଜଣ ରହୁଥାଆନ୍ତି । ତାଙ୍କର ତ ଚାଷୀ ପରିବାର । ସୁଖେ ଦୁଃଖେ ତାଙ୍କର ସଂସାର ଡଙ୍ଗା ଚାଲିଥାଏ । ସେ ବୁଢାବୁଢୀଙ୍କର ତିନୋଟି ପୁଅ । ତାଙ୍କର ପ୍ରଥମ ଦୁଇପୁଅ ବେଶ୍ ଚତୁର । କାମ ଧନ୍ଦାରେ ସେମାନେ ଖୁବ୍ ନିପୁଣ । ସେମାନଙ୍କର ଘରକାମ, ବାହାରକାମ କେଉଁଥିରେ ବି କିଛି ଖୁଣିବାକୁ ନାହିଁ । ସକାଳୁ ସଞ୍ଜଯାଏଁ ସେମାନେ ଖାଲି ଖଟୁଥାଆନ୍ତି । ଏଥିପାଇଁ କେବଳ ଘରେ ତାଙ୍କ ବାପ ମାଆ...

Read More

ସଦୁପଦେଶ

କାନ୍ୟକୁବ୍ଜ ରାଜ୍ୟରେ ପୁଷ୍ପମିତ୍ର ନାମରେ ଜଣେ ମହାନ୍ କବି ରହୁଥିଲେ, ଥରେ ପଣ୍ଡିତ ଶ୍ରୀଧର ପୁଷ୍ପମିତ୍ରଙ୍କର କିଛି କବିତା ପଢିଲେ । ସେ ତଦ୍ୱାରା ଖୁବ୍ ପ୍ରଭାବିତ ହୋଇ କହିଲେ, “ବନ୍ଧୁ, ତୁମର କବିତା ଅଦ୍ୱିତୀୟ, ଯଦି ରାଜା ଏହାକୁ ଶୁଣିବେ ନା ସେ ବହୁତ ଆନନ୍ଦ ହେବେ । ତାଛଡା ତୁମର ଦାରିଦ୍ର୍ୟ ମଧ୍ୟ ଦୂର ହେବ । ତେଣୁ ତୁମେ ଯଥାଶିଘ୍ର ଯାଇ ରାଜାଙ୍କୁ ଦେଖାକର । ସାହିତ୍ୟ ଜଗତର ଏପରି ରତ୍ନ ଗୁଡିକ କାହିଁକି ଅବହେଳିତ ହୋଇ...

Read More

ପ୍ରାୟଶ୍ଚିତ

ଗୋଟିଏ ବେପାରୀ ପାଖରେ ଗୋଟିଏ ଘୋଡା ଥିଲା ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା । ସେ ଘୋଡାରେ ଚଢି ତଥା ଗଧ ଉପରେ ବୋଝ ଲଦି ଗାଁ କୁ ଗାଁ ବୁଲି ବୁଲି ସାଲ୍ ସବୁ ବିକୁ ଥିଲା । ମାଲିକ ଘୋଡାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଂଗେ ସଂଗେ ତା’ର ଖାଦ୍ୟାପେୟର ଉପଯୁକ୍ତ ଯତ୍ନ ନେଉ ଥିଲା । କିନ୍ତୁ ଗଧ କଥା ଟିକିଏ ବି ଚିନ୍ତା କରୁ ନଥିଲା । ଏକଦା ବେପାରୀ ଜଣକ ଘୋଡା ଉପରେ ସବାର ହୋଇ ଗଧ ପିଠିରେ ବୋଝ ଲଦି ଅଲଗା ଗାଁକୁ ଯାଉ ଥିଲେ । ଗଧ...

Read More

ସ୍ୱପ୍ନରୁ ବାସ୍ତବ

ଏଣେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ଚକ୍ ହୋଇ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ...

Read More

ସମୁଦ୍ର ପାଣି ଲୁଣିଆ କାହିଁକି?

ଅନେକ ଦିନ ତଳର କଥା । ଓଡିଶାର ଜଣେ ବଣିକ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓରେ ଓଡିଶାର ଦ୍ରବ୍ୟ ବିକ୍ରୟ କରି ସେଠାରୁ ସୁନା, ରୂପା, ହୀରା ଓ ନୀଳା, ମୋତି, ମାଣିକ୍ୟ ଆଦି ଜିନିଷ ନେଇ ଆସନ୍ତି । ସେଇ ସାଧବ ପୁଅମାନଙ୍କ ଲାଗି ଦେଶରେ ସୁନା ଫଳୁଥିଲା । ଏହାର ନାବିକମାନଙ୍କ ଉପରେ ଜଳ ଦସ୍ୟୁମାନେ ବାରମ୍ବାର ଆକ୍ରମଣକରି ସେମାନଙ୍କ ଠାରୁ ସେହି ମୂଲ୍ୟବାନ୍ ସମ୍ପତ୍ତିମାନ ଛଡାଇ ନେଉଥିଲେ ।          ଏକଦା ଗ୍ରାମର...

Read More

ମା’ ସାନ୍ଧିଲିଙ୍କ କଥା

       ଦିନେ ବର୍ଷାଋତୁ ସମୟରେ ମୁଁ ଜଣେ ବ୍ରାହ୍ମଣଙ୍କୁ ଅନୁରୋଧ କଲି, ତାଙ୍କ ସହିତ କିଛି ଦିନ ରହିବାପାଇଁ । କାରଣ ତାଙ୍କ ସହିତ ରହିଲେ ମୋର ଭଗବାନଙ୍କୁ ଧ୍ୟାନ କରିବାରେ କୌଣସି ଅସୁବିଧା ହେବ ନାହିଁ । ସେ ସଂଗେ ସଂଗେ ମୋ କଥାରେ ରାଜି ହୋଇ ମୋତେ ତାଙ୍କ ସହିତ ତାଙ୍କ ଘରକୁ ନେଇଗଲେ । ଦିନେ ବ୍ରାହ୍ମଣ ଜଣକ ମୋତେ କିଛି ତତ୍ୱବାଣୀ ଶୁଣାଉଥିବା ସମୟରେ ବ୍ରାହ୍ମଣଙ୍କ ପତ୍ନୀ ସେଠାରେ ଆସି ପହଁଚିଲେ । ବ୍ରାହ୍ମଣ ପତ୍ନୀଙ୍କୁ...

Read More

ଏହାପରେ କ’ଣ ହେଲା?

 ଥରେ ଆକବର ଅସୁସ୍ଥ ଅନୁଭବ କଲେ । ତାଙ୍କୁ ରାତିରେ ଆଦୌ ନିଦ ହେଲା ନାହିଁ । ରାଜାଙ୍କର ଏପରି ଅବସ୍ଥା ଦେଖି ସାରା ରାଜ୍ୟରେ ଯେତେ ବୈଦ୍ୟ ଥିଲେ, ସମସ୍ତଙ୍କୁ ଡକାଗଲା । ସମସ୍ତେ ଆସି ତୁରନ୍ତ ରାଜ ଦରବାରରେ ପହଁଚିଗଲେ । ସମସ୍ତେ ମଧ୍ୟ ଚିକିତ୍ସା ଆରମ୍ଭ କରିଦେଲେ । ହେଲେ କିଛି ଫଳ ହେଲାନି । ଯୋଉ କଥାକୁ ସେହି କଥା । ଶେଷରେ ସେମାନେ ସମସ୍ତେ ମତ ପ୍ରଦାନ କଲେ ଯେ, ରାଜାଙ୍କୁ ପ୍ରତିଦିନ କେହି ଜଣେ ଆସି ଗୋଟିଏ ଗୋଟିଏ କାହାଣୀ...

Read More

ମହାନ୍ କିଏ?

ପ୍ରାଚୀନ କାଳରେ ବାରଣାଶୀରେ ‘ବ୍ରାହ୍ମଦତ୍ତ’ ନାମକ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ବଳବାନ୍ ଏବଂ ଶକ୍ତିଶାଳୀ ଥିଲେ । କେବଳ ସେତିକି ନୁହେଁ ଦୟା, ପରୋପକାର ପ୍ରଭୃତି ମହନୀୟ ଗୁଣର ମଧ୍ୟ ଅଧିକାରୀ ଥିଲେ । ତେଣୁ ପ୍ରଜାମାନେ ତାଙ୍କ ରାଜ୍ୟରେ ସୁଖରେ କାଳାତିପାତ କରୁଥିଲେ । ପ୍ରଜାମାନେ ସୁଖରେ କାଳାତିପାତ କରୁଥିବାରୁ ରାଜା ମଧ୍ୟ ଅତ୍ୟନ୍ତ ଖୁସି ଥିଲେ । ତେଣୁ ଚାରିଆଡେ ରାଜାଙ୍କର ପ୍ରଶଂସା ବ୍ୟାପିବାରେ ଲାଗିଥାଏ ।...

Read More

ଅତି ଲୋଭରେ ତନ୍ତୀ ମରେ

ଗୋଟିଏ କୁକୁର କୌଣସି ଏକ ଘରେ ପଶି ଗଲା ଆଉ ତାକୁ ସେଠାରୁ ଅଧା ରୋଟି ଖଣ୍ଡିଏ ମିଳି ଗଲା । ବାସ୍ ସେ ତାକୁ ମୁହଁରେ ଧରି ଖୁବ୍ ଜୋର୍ରେ ନଦୀ ଆଡକୁ ଧାଇଁ ଗଲା । ସେ ନଦୀ ପାଖକୁ ଧାଇଁଲା କାରଣ ସେଠାରେ ତାକୁ ଖାଇବାକୁ କେହି ବାଧା ଦେଇ ପାରିବେ ନାହିଁ । ସେ ଗୋଟିଏ ବୁଦା ମୂଳରେ ବସି ଆରାମ୍ରେ ଏକୁଟିଆ ରୋଟିର ସ୍ୱାଦ ଚାଖି ଚାଖି ଖାଇବ । କୁକୁରଟି ଦୌଡି ଦୌଡି ନଦୀର କୂଳରେ ପହଁଚିଲା ତା’ପରେ ନଦୀ ଭିତରେ ପଶି ପହଁରି ପହଁରି ଜଲ୍ଦି...

Read More

ଯୀଶୁ ଓ ତିନି ଗଛ କାହାଣୀ

 ବହୁତ ଦିନ ତଳର କଥା । ଗୋଟିଏ ଜଙ୍ଗଲରେ ତିନିଟି ଗଛ ଥିଲେ । ସେମାନେ ପରସ୍ପର ମଧ୍ୟରେ ନିଜ ନିଜର ଭବିଷ୍ୟତକୁ ନେଇ ଦେଖିଥିବା ସ୍ୱପ୍ନ ସମ୍ପର୍କରେ ଆଲୋଚନା କରୁଥିଲେ । ସେମାନଙ୍କ ଆଲୋଚନା ସମୟରେ ପ୍ରଥମ ଗଛଟି କହିଲାଯେ, ସେ ଏକ ସିନ୍ଦୁକ ହେବାକୁ ଇଚ୍ଛା କରୁଛି । କାରଣ ଏହି ସିନ୍ଦୁକରେ ଲୋକେ ବହୁତ ସୁନା, ରୂପା, ହୀରା ଇତ୍ୟାଦି ମୂଲ୍ୟବାନ ଜିନିଷ ସବୁ ରଖିବେ ।          ଦ୍ୱିତୀୟ ଗଛଟି କହିଲାଯେ, ସେ ଗୋଟିଏ ବଡ ଜାହାଜ...

Read More

ଦାୟିତ୍ୱହୀନା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ କାଚୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ତଥାପି ବି ରାଜା ବିକ୍ରମାର୍କ ତିଳେମାତ୍ର ଦ୍ୱିଧା ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ...

Read More

କୃଷ୍ଣାବତାର

ବଳୀଙ୍କ ପୁତ୍ରର ନାମ ବାଣାସୁର ଥିଲା । ତା’ର ରାଜଧାନୀ ଶୋଣପୁର ନଗରୀ ଥିଲା । କୁହାଯାଏ ଯେ, ତା’ର ଅନେକ ଗୁଡିଏ ହାତ ଥିଲା; ସେ ତା’ ପିଲାଦିନରୁ ଭାରି ଦୁଷ୍ଟ ଓ ଉଦ୍ଦଣ୍ଡ ଥିଲା । ସେ ଦିନେ ଦେଖିଲା ଯେ ମଣିମାଣିକ୍ୟ ତଥା ସୁବର୍ଣ୍ଣରେ ପୂର୍ଣ୍ଣ ଏକ ଗୁମ୍ଫା ଭିତରେ ଭଗବାନ୍ କାର୍ତ୍ତିକେୟ ଖେଳୁଛନ୍ତି । ସେ ବାଳସୁଲଭ ଉତ୍ସାହର ସହିତ ଖେଳୁଥାନ୍ତି ଆଉ ତାଙ୍କର ପିତାମାତା ତାଙ୍କର ସେ ବାଳଲୀଳା ଅବଲୋକନ କରି ଅତ୍ୟନ୍ତ ମୁଗଧ...

Read More

ଶଙ୍କରର ବୈରାଗ୍ୟ

ଗାର୍ହ୍ୟସ୍ଥ୍ୟ ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିଲା । ଗ୍ରାମର ଉପାନ୍ତରେ...

Read More

ସତ୍ୟ ଅସତ୍ୟ

ଥରେ ପ୍ରହରୀମାନେ ଜଣେ ବିଦେଶୀକୁ ଆଣି ତାକୁ ରାଜାଙ୍କ ଆଗରେ ହାଜର୍ କଲେ । ସେ ଚୋରି କରିଥିଲା ।                 ସେ ଯୁଗର ନିୟମ ଅନୁସାରେ ରାଜା କହିଲେ, “ତାକୁ ପ୍ରାଣଦଣ୍ଡ ଦିଆଗଲା ।”                 ଲୋକଟି କିଛି କହିବାର ଶୁଣାଗଲା । କିନ୍ତୁ ତା’ ଭାଷା ରାଜା ତ ଆଉ ଜାଣି ନଥିଲେ । ଏଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ସେ କ’ଣ କହୁଛି ଜାଣ?”                 ତହୁଁ ମନ୍ତ୍ରୀ କହିଲେ, “ହଁ ମହାରାଜ । ସେ କହୁଛି...

Read More

ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର

ଦିନେ ମହାରାଜ ଆକବରଙ୍କର ଦରବାର ଚାଲିଥାଏ । ନାନାଦି ସମସ୍ୟା ସଂପର୍କରେ ରାଜା ପଚାରି ବୁଝୁଥାଆନ୍ତି । ରାଜାଙ୍କର ତ’ ପ୍ରତିଦିନ ବିରବଲଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଅଭ୍ୟାସ । ସେ ଦିନ ବା’ କେମିତି ବାଦ ଯିବ । ରାଜା ହଠାତ୍ ତାଙ୍କର ସଭ୍ୟମାନଙ୍କୁ କହିଲେ, “ମହାଶୟ! ଆଜି ଏକ ଅଦ୍ଭୁତ ଘଟଣା ଘଟିଗଲା । ଘଟଣାଟି କ’ଣ ନା, ମୁଁ ଶୋଇଥିବା ସମୟରେ କେହି ଜଣେ ଆସି ମୋ ଦାଢିକୁ ଟାଣୁଥିଲା । ଆପଣମାନେ ତ’ ସମସ୍ତେ ବିଜ୍ଞ ପଣ୍ଡିତ ।...

Read More

ଗଙ୍ଗାସ୍ନାନର ଫଳ

ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ ।                 ଦିନେ ସେହି ବ୍ରାହ୍ମଣ ଜଣକ ତା ଗଣ୍ଠିଲି ପତ୍ର ବାନ୍ଧି, ଜମିବାଡି ଧନ ସମ୍ପତ୍ତି ପୁଅକୁ...

Read More

ମଧୁମତିଙ୍କ ପସନ୍ଦ

ଅନେକ ଦିନ ତଳର କଥା । ସେତେବେଳେ କୋଶଳ ଦେଶରେ ବଲ୍ଲଭବର୍ମା ରାଜୁତି କରୁଥିଲେ । ସେ ଯେପରି ସୁଶାସକ ଥିଲେ, ଠିକ୍ ସେହିପରି ସେ ବୁଦ୍ଧିମାନ ବି ଥିଲେ । ଲୋକେ କହୁଥାନ୍ତି, “ଏମିତି ରାଜା ସହଜରେ ମିଳନ୍ତି ନାହିଁ ।”                 ସେ ରାଜାଙ୍କର ଦୁଇ ପୁଅ ଥିଲେ: ସେମାନେ ହେଲେ ସୁମନ୍ତ ଓ ପ୍ରବୀର । ରାଜା ସେ ଦୁହିଁଙ୍କୁ ସମାନ ପ୍ରକାରେ ସ୍ନେହ କରୁଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ବଡ ପୁଅ ହେଲେହିଁ...

Read More

ଅପୂର୍ବଙ୍କ ପରାକ୍ରମ

ହିମାଳୟର ଗୁମ୍ଫା ଭିତରେ ରହୁଥିବା ମୁନି ସଦାନନ୍ଦ ଯଜ୍ଞ କରି ପ୍ରକୃତିର ପଂଚ ମହାଭୁତ ମଧ୍ୟରୁ ଏକ କ୍ଷୁଦ୍ର ଆକୃତି ବିଶିଷ୍ଟ ଆଶ୍ଚର୍ଯ୍ୟ ମଣିଷକୁ ସୃଷ୍ଟି କଲେ । ସେହି ମଣିଷର ନାମ ଅପୂର୍ବ ଥିଲା । ସେ ଉଭୟ ସାହସୀ ଓ ଅନେକ ବିଶିଷ୍ଟ ଗୁଣସମ୍ପନ୍ନ ଥିଲା । ସେ ସର୍ବଦା ସତ୍ୟକୁ ଆଦର କରୁଥିଲା । ସେ ଅଗ୍ନିରେ ଭସ୍ମ ହେଉଥିବା ଏକ ଗ୍ରାମକୁ ହାତୀମାନଙ୍କ ସହାୟତାରେ ରକ୍ଷା କଲା । ତା’ପରେ… ହାତୀମାନେ ଶୁଣ୍ଡରେ ପାଣି ପକାଇ...

Read More

ରାମନାଥଙ୍କ ବୁଦ୍ଧି

ଚଂଚଳପୁରରେ ଗୋଟିଏ ଲୁହାଖଣି ବାହାରିଲା । ତେଣୁ ଦୂରଦୂରାନ୍ତରରୁ ଅନେକ ଲୋକସବୁ ବ୍ୟବସାୟ ସୂତ୍ରରେ ଆସି ସେଠାରେ ବସବାସ କଲେ । ସେମାନଙ୍କ ମଧ୍ୟରେ ରାମନାଥ ଅନ୍ୟତମ ଥିଲେ । ବହୁଲୋକ ଅନ୍ୟ ଆଡୁ ଆସି ବସବାସ କରିବାରୁ ଘର ଭଡାକୁ ମିଳୁ ନଥାଏ ।                 ରାମନାଥ ଚାରିଆଡେ ଘର ଖୋଜି ବୁଲି ବୁଲି, ତାଙ୍କ ଚପଲ ଛିଡିଗଲା । ଶେଷକୁ ସେ ଗୋଟିଏ ଘରର ସନ୍ଧାନ ପାଇଲେ । ଘରର ମାଲିକ ଗୁରୁନାଥଙ୍କର ସର୍ତ୍ତ ଥିଲା କି ଘରର ଭଡା...

Read More

କୁଆ ଗଣତି

ସମୟ ପରେ ସମୟ ଗଡି ଚାଲିଲା । ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଂଗମ ହୋଇ ଆଗ୍ରାରେ ଯାଇ ପହଁଚିଲେ । ଆଗ୍ରାରେ ପହଁଚିବା ପରେ ବିରବଲ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ । ରାଜ ଦରବାରରେ ପହଁଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ । ବିରବଲ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ ।...

Read More

ସାବାସ୍ ବିଶାନ

ଇଣ୍ଡିଆର ମୁକ୍ତି ଆନ୍ଦୋଳନରେ ଅନେକ ଦେଶପ୍ରେମୀ ବାଳକଙ୍କ ବିଶେଷ ସ୍ଥାନ ରହିଛି ଯାହାକି ଆମ ପାଇଁ ଗର୍ବ ଓ ଗୌରବ । ଯେପରି ଆମ ଓଡିଶାର ବାଜି ରାଉତ ଆମମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ଓ ଇତିହାସ, ଠିକ୍ ସେହିପରି ପଞ୍ଜାବ ପ୍ରଦେଶର ସାତ ବର୍ଷର ପିଲାଟିଏ । ସେ ଅଭିମନ୍ୟୁ ପରି ବୀର ବାଳକର ମାନ୍ୟତା ପାଇଛି । ଗୁରୁ ରାମ ସିଂହଙ୍କର ଅନେକ ଶିଷ୍ୟ ଥିଲେ । ସେହି ଶିଷ୍ୟମାନେ ତାଙ୍କ ଗୁରୁଙ୍କ ଆରାଧନାରେ ଏତେ ମଜି ଯାଉଥିଲେ ଯେ ବାହାର...

Read More

ମଲାମୂଷାର ମୂଳଧନ

ଏକଦା ବାରାଣସୀ ସହରରେ ଚୁଲ୍ଲକ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ । ଦିନେ ସେ କୌଣସି ତତ୍ତ୍ୱ କଥା ଭାବି ଭାବି ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି, ହଠାତ୍ ତାଙ୍କ ଆଗରେ ମଲା ମୂଷାଟିଏ ପଡିଥିବାର ସେ ଦେଖିଲେ ।                 ସେ ନିଜକୁ ନିଜେ କହିଲେ “ଇଃ, କେଡେ ଖରାପ ଦୃଶ୍ୟ!” ତା’ପରେ ସେ ପୁଣି କହିଲେ, “କିନ୍ତୁ ଜଣେ ବୁଦ୍ଧିମାନ ଲୋକ ଏଇ ମଲା ମୂଷାରୁ ମଧ୍ୟ ଲାଭ ଉଠାଇପାରେ । ଖାଲି ଠିକ୍ ଭାବରେ ଏହାର ଉପଯୋଗ କରି...

Read More

ନୂତନ ପଞ୍ଜିକା

ଥରେ ମହାରାଜ୍ ଆକବର ଗମ୍ଭୀର ଅବସ୍ଥାରେ ବସି କୌଣସି କଥା ଚିନ୍ତା କରୁଥାଆନ୍ତି । ହଠାତ୍ ରାଜାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ରାଜା ମନେ ମନେ ଭାବିଲେ ଗୋଟିଏ ମାସ ଯଦି ତିରିଶ ଦିନ ନହୋଇ ଷାଠିଏ ଦିନ ହୁଅନ୍ତା ତା’ହେଲେ ବହୁତ ଭଲ ହୁଅନ୍ତା । ଏହି କଥା ମଧ୍ୟ ରାଜା ମନ୍ତ୍ରୀମାନଙ୍କ ଆଗରେ ପ୍ରକାଶ କଲେ ।          ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣଙ୍କ ଖିଆଲ୍ଟା କିଛି ମନ୍ଦ ନୁହେଁ । ତିରିଶ ଦିନ ଷାଠିଏ...

Read More

ଆଚରଣରେ ପରିବର୍ତ୍ତନ

କୌଣସି ଏକ ଗାଁରେ ଜଣେ ମହିଳା ରହୁଥାନ୍ତି । ସତ କହିବାକୁ ଗଲେ ସେ ଭାରି ଈଶ୍ୱରବିଶ୍ୱାସୀ । ପ୍ରତିଦିନ ସକାଳୁ ଗାଧୋଇବା ପରେ ସେ ଘଂଟା ଘଂଟା ଧରି ବଡ ପାଟିରେ “ଓଁ ବିଷ୍ଣୁ ଦେବାୟ ନମଃ” ବୋଲି ଜପ କରୁଥାନ୍ତି । କିନ୍ତୁ ପ୍ରକୃତରେ ସେ ମହିଳା ଜଣକ ଥାଆନ୍ତି ଭାରି କ୍ରୁର ସ୍ୱଭାବର । ସବୁବେଳେ ପାଖ ପଡୋଶୀଙ୍କ ସହିତ ବିନା କାରଣରେ ସେ ଖାଲି ଝଗଡା କରୁଥାନ୍ତି । ସମସ୍ତଙ୍କ ଉପରେ ଖାଲି ତାଙ୍କର ଗରଗର । ଯଦି କେହି ଭୁଲ୍ରେ ବି ସେ...

Read More

ତିନୋଟି ପରୀକ୍ଷା

ସାରା ରାତି ଘୋଡା ଚଢି କୃଷ୍ଣବର୍ମା ପରଦିନ ଦ୍ୱିପ୍ରହର ବେଳକୁ କୌମୁଦି ଦେଶରେ ଯାଇ ପହଁଚିଲେ । ସେହି ଜଙ୍ଗଲରେ ଏକ ସ୍ଥାନରେ ସେ ଦେଖିଲେ ଏକ ବିରାଟ ଚନ୍ଦନ ବୃକ୍ଷ । ସେହି ବୃକ୍ଷର ନିମ୍ନଭାଗରେ ଦୁଇଟି ସର୍ପ ଖୋଦିତ ହୋଇଥିବା ଏକ ଶିଳା ମଧ୍ୟ ରହିଛି । ବହୁତ ସାବଧାନ ହୋଇ ସେ ଚତୁର୍ଦ୍ଦିଗ ତନ୍ନ ତନ୍ନ କରି ଦେଖିଲେ । ଘୋଡାକୁ ବାନ୍ଧି ଦେଇ ସେ ଖୋଦିତ ଶିଳା ପାଖକୁ ଗଲେ । ଠିକ୍ ସେତିକିବେଳେ ପଛରୁ କେହି ତାଙ୍କୁ କହିଲା...

Read More

ମଣିଷର ବୁଦ୍ଧି ରାକ୍ଷାସର ବଳ

ବିନ୍ଧ୍ୟ ପର୍ବତର ପାଦ ଦେଶରେ ଗୋଟିଏ ରାକ୍ଷସ ରାଜ୍ୟ ଥିଲା ତା ନାଁ ଦୈତ୍ୟପୁରୀ । ସେ ଦେଶର ରାଜାଙ୍କ ନାମ ହେଉଛି ସର୍ବଭକ୍ଷ । ସେ ପଶୁପକ୍ଷୀ ମଣିଷ ସବୁ ଖାଇଯାଆନ୍ତି । ତେଣୁ ସେ ରାଜ୍ୟସାରା ଖାଲି ଜଙ୍ଗଲ । ମଝିରେ ମଝିରେ ଜନ ବସତି । ସେଥିରେ ଆଦିବାସୀ ଲୋକମାନେ ବି ବାସ କରନ୍ତ । ରାକ୍ଷାସ ରାଜା ଜଙ୍ଗଲରୁ ହରିଣ, ବାରାହା ମାରି ସେମାନଙ୍କର ମାଂସ ରାନ୍ଧି ଖାଏ । ମଝିରେ ମଝିରେ କୌଣସି ମଣିଷକୁ ଏକୁଟିଆ ପାଇଲେ ତାକୁ ବି ମାରି...

Read More

ନାରୀ ମାୟା ଦେବେ ଅଗୋଚର

ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ ।                 ଉଠ ଅବଲୋକରା ପାହିଲା ରାତି                 ଯିବା ତୀର୍ଥ ଜାଣ ଚଂଚଳ ମତି ।                 ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା ।                ...

Read More

ନେତ୍ରଦର୍ଶୀ

ଗୋଟିଏ ଗ୍ରାମରେ ଏକ ଜମିଦାର ଥା’ନ୍ତି । କିଛିଦିନ ପାଇଁ ସେ ସହର ଯାଇ ଫେରିଥା’ନ୍ତି । କିନ୍ତୁ ବାହାରେ ଘୋଷଣା କଲେ କି “ମୁଁ ହିମାଳୟ ଯାଇ ଜଣେ ସାଧୁଙ୍କଠାରୁ ଚିକିତ୍ସାବିଧି ଶିକ୍ଷା କରି ଆସିଛି । ଯଦି କେହି କୌଣସି ପୁରୁଣା ରୋଗରୁ ଭୋଗୁଥିବେ ତେବେ ଆସି ମୋତେ କୁହ ମୁଁ ଭଲ କରିଦେବି ।”                 “ଏ ଚିକିତ୍ସାରେ ରୋଗୀମାନଙ୍କୁ ପରୀକ୍ଷା କରିବା କିଛି ଦରକାର ନାହିଁ । ମୁଁ କେବଳ ରୋଗୀର ଆଖିକୁ ଭଲଭାବରେ ଦେଖିବି ଆଉ...

Read More

ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର

ନିର୍ଲୋଭ ମଣିଷ ସନ୍ଥମାନେ ସଦା ଧନ ସମ୍ପତ୍ତିରେ ନଥାଏ ଲୋଭ     ମାଟି ଗୋଡିସମ ମଣିଥାନ୍ତି ଯେତେ ମୂଲ୍ୟବାନ ହୀରା, ମୋତି ସରବ ।     ସନ୍ଥ ପୁରନ୍ଦର ଦମ୍ପତ୍ତି ଏଭଳି ନିର୍ଲୋଭ ମଣିଷ ଅତୀତେ ଥିଲେ     ଛଦ୍ମବେଶେ କୃଷ୍ଣ ଦେବରାୟ ରାଜା ସନ୍ଥ ଦମ୍ପତ୍ତିଙ୍କୁ ପରୀକ୍ଷା କଲେ ।                 ସାଧାରଣତଃ ସାଧୁସନ୍ଥମାନେ ନିର୍ଲୋଭ ମଣିଷ । ସେମାନଙ୍କର ଧନସମ୍ପଦ କି କୋଠାବାଡି ଉପରେ ମୋଟେ ଲୋଭ ନଥାଏ । ବସ୍ତୁତଃ ସେମାନେ...

Read More

ଅମୂଲ୍ୟ ହୀରା

ଧନଗିରି ରାଜ୍ୟର ରାଜକନ୍ୟାଙ୍କ ବିବାହ ସ୍ଥିର ହୋଇଗଲା । ବିବାହ ଦିନ ସେ ପିନ୍ଧିବା ନିମନ୍ତେ ରାଜା ଗୋଟିଏ ଅତ୍ୟନ୍ତ ମୁଲ୍ୟବାନ ହାର ଗଢାଇଲେ । ସେ ହାରଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ଖାଲି ସେଥିରେ ହୀରାର ଲକେଟ୍ ଖଣ୍ଡିଏ ଖଞ୍ଜିବାର ସ୍ଥିର ହେଲା ।                 “ଝିଅ! ତୁ ନିଜେ ହୀରା ଖଣ୍ଡିକ ପସନ୍ଦ କର ।” ଏହା କହି ରାଜା ଧନଗିରି ରାଜ୍ୟର ରାଜଧାନୀରେ ଥିବା ସବୁ ହୀରା ବେପାରୀଙ୍କର ଭଲ ଭଲ ହୀରା ଆଣି ତାଙ୍କୁ...

Read More

ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ

କଥାଟି ୧୮୯୪ ମସିହା ବେଳର । ସେତେବେଳେ କବିବର ରାଧାନାଥ ରାୟ ଓଡିଶା ସ୍କୁଲ ସମୂହର ଶିକ୍ଷା ବିଭାଗର ପଦାଧିକାରୀ, ଜଏଂଟ ଇନ୍ସପେକ୍ଟର ଥାଆନ୍ତି । ତାଙ୍କର ଅଫିସ ଥାଏ କଟକଠାରେ । ଆଜିକାଲି ଭଳି ସେତେବେଳେ ତ ଆଉ ଚୌକି ଟେବୁଲ ଭଳି ଆସବାବପତ୍ର ନଥିଲା । ତେଣୁ ଅଫିସରମାନେ ମସିଣା ଉପରେ ବସି କାର୍ଯ୍ୟ କରୁଥିଲେ ।                 ଦିନକର କଥା । ରାଧାନାଥବାବୁ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଦ୍ୱି’ପ୍ରହର ବେଳେ ଜଣେ...

Read More

ଭଲମନ୍ଦ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ମଧ୍ୟରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ, ବିଚଳିତ ନହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...

Read More

ଯୋଗ୍ୟତା ଓ ଯଶ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତା’ପରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ