ଧର୍ମପୁର ଗ୍ରାମରେ ଦୁଇ ମିତ୍ର ଥିଲେ । ସେମାନେ ହେଲେ କେଶବ ଓ ରାଜୀବ । ପରେ ଜୀବିକା ଅର୍ଜନ ସକାଶେ ସେ ଦୁହେଁ ଦୁଇଟି ଭିନ୍ନ ଗ୍ରାମରେ ରହି ବ୍ୟବସାୟ କଲେ ମଧ୍ୟ ସେମାନଙ୍କର ମିତ୍ରତା ଅତୁଟ ଥିଲା । କିଛିଦିନ ମଧ୍ୟରେ ସେ ଦୁଇଜଣଙ୍କର ବ୍ୟବସାୟ ବହୁତ ଉନ୍ନତି କଲା । ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । କେଶବର ପୁଅ ବିଦ୍ୟାଧର ଓ ରାଜୀବର ଝିଅ ମନ୍ଦାକିନୀ – ଏ ଦୁଇଜଣଙ୍କର ବିବାହ ଯୋଗ୍ୟ ବୟସ ହୋଇ...
(ପଦ୍ମମୁଖୀ ସ୍ଥିର କରିଥିଲେ ଓ ଘୋଷଣା ମଧ୍ୟ କରି ସାରିଥିଲେ ଯେ, ଯେଉଁ ଯୁବକ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଛନ୍ତି, ତାଙ୍କୁ, ତାଙ୍କ ପତିଙ୍କର ଧନୁରେ ତୀର ସଂଯୁକ୍ତ କରି, ତାଙ୍କ ପତିଙ୍କ ସଦୃଶ ବାରଟି କୁରାଢିର ଗର୍ତ୍ତ ମଧ୍ୟ ଦେଇ ଲକ୍ଷ୍ୟ ଭେଦ କରିବାକୁ ପଡିବ । ବୃଦ୍ଧ ଭିକାରୀ ରୂପ ଧାରଣ କରିଥିବା ନିଜ ପତିଙ୍କୁ ମଧ୍ୟ ସେ ଏହା ଜଣାଇ ଥିଲେ । କାରଣ ତାଙ୍କୁ, ତାଙ୍କର ଅସଲ ପରିଚୟ ଜଣା ନ ଥିଲା । ପର ଦିନ ଏହି କଥା...
ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ । ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା । ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା...
ପ୍ରାୟ ଚାରି ଶହ ବର୍ଷ ତଳେ ମହିଶୂର ରାଜ୍ୟରେ ପୁରୁଷୋତ୍ତମ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଗଂଗବଂଶରେ ଜନ୍ମ ହୋଇଥିଲେ ଏବଂ ବେଶ୍ ପ୍ରସିଦ୍ଧ ଶାସକ ଥିଲେ । ସେ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ପାଇଁ ଯୋଗ୍ୟ କନ୍ୟା ନ ମିଳିବା ଯାଏଁ ସେ ବିବାହ ଆଦୌ କରିବେ ନାହିଁ । ସେତେବେଳେ କାଞ୍ଚିପୁରର ରାଜାଙ୍କର ଝିଅଟିଏ ଥିଲା । ସେ ତ୍ରିଲୋକ ସୁନ୍ଦରୀ ଭାବରେ ପ୍ରସିଦ୍ଧ ଥିଲେ । ବାସ୍ତବରେ ତାଙ୍କ ସମାନ...
ବାର୍ଷିକ ପରୀକ୍ଷା ପରେ ଖରାଛୁଟି ଆରମ୍ଭ ହୋଇଗଲା । ବିନୟ ତା ପଢାବହି ସବୁ ଝାଡିଝୁଡି କରି ଦିନଟା ସାରା ସେ ଖାଲି ବୁଲାବୁଲିରେ ମନ ଦେଲା । ଟିଭିରୁ କାର୍ଟୁନ୍ ସୋ, ଖେଳ ଓ ଫିଲ୍ମ ସେ ଦେଖିଲା । ମା’ ଯେତେ କରି କହିଲେ ବି ପରୀକ୍ଷା ସରିଛି ବୋଲି କହି ସେ ବିନୟ ଖାସେ ବୁଲିଲା । ଦିନକୁ ଦିନ ବୁଲାବୁଲି, ଖେଳାଖେଳି କରୁଥିବାରୁ ବିନୟର ବାପା ମା’ଙ୍କର ଚିନ୍ତା ବଢିଗଲା । ଏବେ କ’ଣ କରାଯିବ ସେମାନେ କିଛି ବି ଜାଣିପାରିଲେ ନାହିଁ ।...
ଗଜପୁର ଗ୍ରାମରେ ଶଙ୍କରଦାସ ନାମକ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଥା’ନ୍ତି । ତାଙ୍କର ଯେତିକି ଧନ ଥିଲା ଯଶ ମଧ୍ୟ ଠିକ୍ ସେତିକି ଥିଲା । ଦିନେ ସେ ସଂଧ୍ୟାବେଳେ ପଡୋଶୀ ଗ୍ରାମରୁ ଫେରିବା ବେଳେ ବାଟରେ ତାଙ୍କ ଗୋଡ ଖସିଗଲା । ଯାହା ଦ୍ୱାରାକି ସେ ଗୋଟାଏ ପଙ୍କ ଗଡିଆରେ ପଡି ପ୍ରାୟ ଛାତି ପର୍ଯ୍ୟନ୍ତ ପଙ୍କରେ ବୁଡିଗଲେ । ସେ ତା’ଭିତରୁ ବାହାରିବାକୁ ଯେତେ ଚେଷ୍ଟା କଲେ ବି ଓଲଟି ସେ ସେତେ ଆହୁରି ତା’ଭିତରକୁ ବୁଡିଲେ । ତେଣୁ ସେ ଆଉ...
ବୀରସିଂହ ନାମରେ ଏକ ଶିବଭକ୍ତ ଯୁବକ ଥାଏ । ସେ ଭଗବାନ ଶିବଙ୍କୁ ସର୍ବଦା ଉପାସନା କରେ । ତା’ର ପିଲାଦିନୁ ବାପ ମା’ ମରି ଯାଇଥା’ନ୍ତି । ତେଣୁ ତା’ର କାକାହିଁ ତାକୁ ପାଳି ପୋଷି ମଣିଷ କରିଥିଲେ । ବୀରସିଂହର ବିବାହ ବୟସ ହେବାରୁ ତା’ର କାକା ଚନ୍ଦ୍ରସିଂହ ଦିନେ କନ୍ୟା ଖୋଜି ଯାଇ ନିଜ ଶଶୁର ଘର ଗ୍ରାମ ହରିପୁରରେ ପହଁଚିଲେ । ସେଠାରେ ତାଙ୍କ ଶ୍ୟାଳକ ରବିଗୁପ୍ତଙ୍କ ସହିତ ଏ ବିଷୟରେ ସେ ଆଲୋଚନା କଲେ । ଶେଷକୁ ଚନ୍ଦ୍ରସିଂହ କହିଲେ...
କୌଣସି ଏକ ଗାଁରେ ଜଣେ ମହିଳା ରହୁଥାନ୍ତି । ସତ କହିବାକୁ ଗଲେ ସେ ଭାରି ଈଶ୍ୱରବିଶ୍ୱାସୀ । ପ୍ରତିଦିନ ସକାଳୁ ଗାଧୋଇବା ପରେ ସେ ଘଂଟା ଘଂଟା ଧରି ବଡ ପାଟିରେ “ଓଁ ବିଷ୍ଣୁ ଦେବାୟ ନମଃ” ବୋଲି ଜପ କରୁଥାନ୍ତି । କିନ୍ତୁ ପ୍ରକୃତରେ ସେ ମହିଳା ଜଣକ ଥାଆନ୍ତି ଭାରି କ୍ରୁର ସ୍ୱଭାବର । ସବୁବେଳେ ପାଖ ପଡୋଶୀଙ୍କ ସହିତ ବିନା କାରଣରେ ସେ ଖାଲି ଝଗଡା କରୁଥାନ୍ତି । ସମସ୍ତଙ୍କ ଉପରେ ଖାଲି ତାଙ୍କର ଗରଗର । ଯଦି କେହି ଭୁଲ୍ରେ ବି ସେ...
ଆଣ୍ଡ୍ରେମାଲ୍ରୋ ନାମକ ଜଣେ ବ୍ୟକ୍ତି ପ୍ୟାରିସ୍ରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଦୁଃସ୍ଥିତି ଏବଂ କୁସଙ୍ଗରେ ପଡି ସେ ବାଳକ ଆଣ୍ଡ୍ରେ ଚୋରି କାର୍ଯ୍ୟରେ ଲିପ୍ତ ରହିଲେ । ଦିନକର କଥା । ଆଣ୍ଡ୍ରେମାଲ୍ରୋ ଏକ ଘଟଣାରେ ଧରାପଡି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ତତ୍ସହିତ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ ହେଲେ । ତା’ପରେ ସେ ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ବଙ୍କଠାରୁ...
ଦିନକର କଥା ମହାରାଜା କୃଷ୍ଣ ଚନ୍ଦ୍ର ଜଣେ ବନ୍ଧୁଙ୍କ ଆମନ୍ତ୍ରଣ ରକ୍ଷା କରିବା ପାଇଁ ଗୋପାଳକୁ ସଙ୍ଗରେ ଘେନି ଗଲେ । ମାଘ ମାସରେ ଭୟାନକ ଶୀତ ହେତୁ ଗୋପାଳ ଚିଡିଆ ଛପା ଆଲୁଆନ୍ ଖଣ୍ଡକ ତାକୁ ବେଶ୍ ମାନୁ ଥାଏ । ଆମନ୍ତ୍ରଣରେ ଆସିଥିବା ଅନ୍ୟାନ୍ୟ ଲୋକ ମାନେ ଗୋପାଳର ହାବ ଭାବ ଦେଖି ହେଁ ହେଁ ହୋଇ ହସି ଉଠିଲେ । ଗୃହ କର୍ତ୍ତା ହସଟାକୁ ଆହୁରି ଟିକିଏ ବଢାଇ ଦେବା ଲାଗି ରସିକତା କରି କହିଲେ – କିହୋ! ଗୋପାଳ...
ପାଟପୁରରେ ନୀଳାମ୍ବର ନାମକ ଜଣେ ବ୍ୟକ୍ତି ଥାଏ । ତା’ର ପରିବାର ବୋଲି ସ୍ତ୍ରୀ କନକ ଓ ପୁଅ ଝିଅ ଦୁଇଟି । ତା’ଘରେ ଦୁଇଟି ଦୁଧିଆଳୀ ମଇଁଷି ଆଉ କିଛି ଜମି ନେଇ ସେ ଦୁଃଖକଷ୍ଟରେ ଚଳୁଥାଏ । ଥରେ ଏପରି ଅକାଳ ପଡିଲା ଯେ ବର୍ଷା ନହେବାରୁ ଧାନ ନଷ୍ଟ ହେଲା । ପୁଣି ଭଲ ଘାସପତ୍ର ଖାଇବାକୁ ନପାଇ ମଇଁଷି ଦୁଇଟି ମଧ୍ୟ ହଠାତ୍ ମରିଗଲେ । ଏଣେ ଘର ଚଳାଇବାକୁ ତାକୁ ବହୁତ କଷ୍ଟ ପଡିଲା । ଦିନେ ରାତିରେ ପିଲାମାନେ...
ଏକଦା ନିଶା ଗରଜୁ ଥାଏ, ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ଅରଣ୍ୟରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ, ଘଡଘଡି, ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରିରୀ ମାନଙ୍କର ଅଟ୍ଟହାସ୍ୟ ବି ଭାସି ଆସୁଥାଏ, ତଥା ଭୟଙ୍କର ମୁଖଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲ୍ସି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ଅବଚଳିତ ଭାବେ, ପୁନର୍ବାର ସେହି ବୃକ୍ଷଟି...
ଅତି ପୁରାକାଳରେ ବ୍ରହ୍ମଦତ ବାରାଣସୀରେ ରହି ରାଜ୍ୟ ଶାସନ କରୁଥିଲେ । ବାରାଣସୀଠାରୁ କିଛି ଦୂରରେ ଗଙ୍ଗାତୀରରେ ଗୋଟିଏ ଗ୍ରାମ ଥିଲା । ଏଥିରେ ପାଂଚଶତ ସୂତ୍ରଧର ବାସ କରୁଥିଲେ । ସେମାନେ ଗୃହ ନିର୍ମାଣର ଉପକରଣମାନ ପ୍ରସ୍ତୁତ କରୁଥିଲେ । ଏହି ଉଦ୍ଧେଶ୍ୟରେ ସେମାନେ ନୌକାରେ ବସି କିଛି ଦୂରରେ ଥିବା ଗୋଟିଏ ବନକୁ ଯାଉଥିଲେ । ବନରୁ କାଠ ଆଣି ସେଥିରେ ଗୃହର ବିଭିନ୍ନ ଜିନିଷ ତିଆରି କରୁଥିଲେ । ପରେ ସେଗୁଡିକ ନୌକାରେ ଲଦି...
ଜଗତ ଦାସ ଜଣେ ସାଧାରଣ ଗୃହସ୍ଥ । ତେବେ ତା’ର ଯେତିକି ଜମି ଆବଶ୍ୟକ, ତାହାଠୁ କିଛି ଅଧିକ ଥିଲା । ନିଜର ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଧୁମ ଧାମ ରେ କରିବାକୁ ମନସ୍ଥ କରି ସେ ଦୁଇ ଏକର ଜମି ଜମିଦାରଙ୍କୁ ବିକିଦେଲା । ଦୁଇ ହଜାର ଟଙ୍କା ପାଇଲା । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପଚାଶଟି ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଦୁଇ ହଜାର ଟଙ୍କା ଥିଲା । ଜଗତ ଦାସ ସ୍ୱର୍ଣ୍ଣମୁଦ୍ରା ଥଳିଟି ନେଇ ଆସି ନିଜ ଭିତର ଘର ସିନ୍ଧୁକ...
ରାଜା କୃଷ୍ଣ ଚନ୍ଦ୍ର ଦିନେ ଗୋପାଳ ଭାଣ୍ଡକୁ କୌଣସି କାରଣ ନେଇ ବିରକ୍ତ ହୋଇ କହିଲେ “ମୁଁ ଆଉ ତୁମ୍ଭର ମୁହଁ ଚାହିଁବି ନାହିଁ ।” ଏକଥା ଶୁଣି ଗୋପାଳ କିଛି ମାତ୍ର ଚିନ୍ତିତ ନ ହୋଇ ତା’ପର ଦିନ ରାଜ ସଭାକୁ ଆସିବା ସମୟରେ ଦୂରରେ ମହାରାଜାଙ୍କୁ ଦେଖି କରି ମହାରାଜାଙ୍କ ଆଡକୁ ପଶ୍ଚାତ୍ କରି ଆସିବାକୁ ଆରମ୍ଭ କଲେ । ତା ଦେଖି ରାଜା କହିଲେ – କିହୋ ଗୋପାଳ ଏହା କ’ଣ? ଏହା ଶୁଣି ଗୋପାଳ କହିଲେ – ଆଜ୍ଞା...
ଥରେ ଜଙ୍ଗଲରେ ବୁଲୁ ବୁଲୁ ଭାଲୁ ଗୋଟିଏ ମହୁମାଛି ଫେଣା ଦେଖିଲା, ତାପେରେ ତାର ଭାରି ଲୋଭ ହେଲା । ସେ ଫେଣା ଭାଙ୍ଗି ସବୁ ମହୁ ଖାଇବା ପାଇଁ ଭାଲୁ ଇଚ୍ଛା କଲା । ସେ ଫେଣା ପାଖକୁ ଯିବା ମାତ୍ରେ ସେ ଭାଲୁକୁ ଗୋଟିଏ ମହୁ ମାଛି ବିନ୍ଧି ଦେଲା । ଫଳରେ ସେ ଭାଲୁକୁ ବହୁତ କଷ୍ଟ ହେଲା, ତାପରେ ସେ ମହୁମାଛିଟି ଭାଲୁକୁ କହିଲା, ସେଥିରେ ତ ମୋ ପରି ବିନ୍ଧିବାକୁ ବହୁତ ମହୁ ମାଛି ଅଛନ୍ତି । ତେଣୁ ତୁମେ ସେ ଫେଣା ପାଖକୁ ମୋଟେ ଯାଅନାହିଁ...
ଗୋଟିଏ ବଡ ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ‘ଶତବୁଦ୍ଧି’ ଏବଂ ‘ସହସ୍ରବୁଦ୍ଧି’ ନାମକ ଦୁଇଟି ମାଛ ବାସ କରୁଥାଆନ୍ତି । ସେମାନେ ‘ଏକବୁଦ୍ଧି’ ନାମକ ଏକ ବେଙ୍ଗ ସହିତ ବନ୍ଧୁତା ସ୍ଥାପନ କଲେ । ତିନିବନ୍ଧୁ ପୋଖରୀ ମଧ୍ୟରେ ସୁଖରେ ସମୟ କଟାଉଥାନ୍ତି । ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ରିତ ହୁଅନ୍ତି । ଦିନେ ସନ୍ଧ୍ୟା ସମୟରେ ତିନିବନ୍ଧୁ ଏକାଠି କଥାବାର୍ତ୍ତା କରୁଥିବା ସମୟରେ ଦଳେ କେଉଟ ସେହି ରାସ୍ତାଦେଇ ଗଲେ । ପୋଖରୀକୁ...
ବଲ୍ଲଭ ନାମରେ ଜଣେ ଯୁବକ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦେଖିଲା ଗୋଟିଏ ବରଗଛ ତଳେ ଜଣେ ବ୍ୟକ୍ତି ଶୋଇଛନ୍ତି; ଗୋଟିଏ ବିଷାକ୍ତ ସାପ ତାଙ୍କୁ ମାରିବାକୁ ଯାଉଛି । ବଲ୍ଲଭ ଦୌଡି ଯାଇ ସାପର ଲାଙ୍ଗୁଡ ଧରି ଟାଣି ଆଣି ଘୁରାଇ ଘୁରାଇ ତାକୁ ଦୂରକୁ ଫିଙ୍ଗିଦେଲା । ଇତିମଧ୍ୟରେ ଶୋଇଥିବା ଲୋକଟି ଉଠି ପଡିଲା । ତା’ର ନାମ ଶୀତଳ । ସେ ଜାଣିପାରିଲା ଯେ ବଲ୍ଲଭ କିପରି ତା’ର ଜୀବନ ବଂଚାଇଛି । ଶୀତଳ କହିଲା, “ପୁଅ, ତମେ ଠିକ୍ ସମୟରେ...
କାଶୀପୁରର ଜମିଦାର ଘୋଡା ଚଢା, ଶୀକାର ଓ ମଲ୍ଲବିଦ୍ୟାରେ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ପ୍ରଜାମାନେ ବି ଏସବୁ ବିଦ୍ୟା ହାସଲ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା । ତେଣୁ ସେ ପ୍ରତି ଗ୍ରାମରେ ଗୋଟାଏ ଗୋଟାଏ କୁସ୍ତି ଆଖଡା ସ୍ଥାପନ କରିଥିଲେ । ଜଣେ ଜଣେ ମଲ୍ଲବୀରଙ୍କୁ ପ୍ରତି ଆଖଡା ଉପରେ ଅଧ୍ୟକ୍ଷ ଭାବରେ ସେ ନିଯୁକ୍ତି ଦେଇଥିଲେ । ଥରେ ଜମିଦାର ଦେଶ ଦେଶାନ୍ତର ପର୍ଯ୍ୟଟନ କରିବାକୁ ଗଲେ । ସେ ଦେଖିଲେ...
“ପଢାଇଲା ବେଳେ ଢୁଳାଇବା ଥିଲା ଗୁରୁଜୀଙ୍କ ନିତିଦିନିଆକଥା ଏକଥା ଦେଖିବି ନିରବରେ ପିଲା ବସି ରହୁଥିଲେ ନୁଆଁଇ ମଥା । ହେଲେ ଜଣେ ପିଲା ଏଭଳି ଅନ୍ୟାୟ ସହିନପାରି ଖୋଲିଲା ତା’ ପାଟି ବଡ ହେଲା ପରେ ମଧୁ ବାରିଷ୍ଟର ନାମେ ହେଲା ଖ୍ୟାତ ସେଇ ପିଲାଟି ।” ଅନେକ ବର୍ଷ ତଳର କଥା । ଆଜିକାଲି ପରି ଆଗ କାଳରେ ତ ଆଉ ସ୍କୁଲ ନଥିଲା । ପିଲାମାନେ ଚାଟଶାଳୀରୁ ହିଁ ପାଠପଢା ଆରମ୍ଭ କରୁଥିଲେ । ଆଉ ସେଠାରେ ପାଠପଢାଉଥିବା ଶିକ୍ଷକଙ୍କୁ ‘ଅବଧାନ’...
ଥରେ ବିଜୟନଗର ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେଲା । ତେଣୁ ଚାରିଆଡେ ଖାଲି ପାଣି ଠିଆ ହୋଇଗଲା । ନଦୀରେ ବନ୍ୟା ଆସିଗଲା । ବନ୍ୟା ଜଳ ଗ୍ରାମରେ ପଶିବାରୁ ଝାଟିମାଟି ଘର ଗୁଡିକ ବି ଭାଙ୍ଗିଗଲା । ତା’ ସହିତ ଶହ ଶହ ପଶୁ ବର୍ଷା ପାଣିରେ ଭାସିଗଲେ । ଏମିତିକି ରାସ୍ତାରେ ପାଣି ସୁଅ ବି ଚାଲିଲା । ରାଜା କୃଷ୍ଣଦେବ ରାୟଙ୍କୁ ଏହି ସବୁ ଖବର ମଧ୍ୟ ମିଳିଲା । ତେଣୁ ରାଜା ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ...
ଖଡାଖ ବୈଶାଖଡ ମାସ । କଡାକଡି ଖରା ତାପରେ ଲୋକେ ସିଝି ଯାଉଛନ୍ତି । ଇଚ୍ଛା ହେଲେ ପବନ ଧଡାଧଡ ଚାଲେ, ନୋହିଲେ ନାହିଁ । ବିନା ମଶାରୀରେ ଗଡାପଡ ହେଲେ ଫଡାଫଡ ମଶା ଲାଗନ୍ତି । ତା ପରେ ଚଡାଚଡ ଚାପୁଡା ବି ଚାଲେ । ସଡାସଡ ଝାଳ ମଧ୍ୟ ବାହାରେ । ମନ ବିଷେଇ ଉଠେ । ଆଗକୁ ଥାଏ ଚନ୍ଦନ ଯାତ । ଲୋକେ ମଉଜ କରିବାକୁ ସଜବାଜ ହେଉ ଥାନ୍ତି । ମହାକ୍ଷେତ୍ର ପୁରୀ, ଶ୍ରୀଧାମ, ଶଙ୍ଖନାଭି ମଣ୍ଡଳ । ସେଠି ପୁଣି ମହୋଦଧି ବି...
ବାର୍ହା ଗୋଟିଏ ଗଛ ଗଣ୍ଡିରେ ତା ଲମ୍ବା ଦାନ୍ତକୁ ଘଷି ପଜଉଥାଏ । କୋକୀ ଆଖିରେ ଅଚାନକ ଏ ଦୃଶ୍ୟ ପଡିଲା । କୋକୀ ଭାବିଲା, ବର୍ତ୍ତମାନ ତ କିଛି ବି ବିପଦ ନାହିଁ ବା ଲଡେଇ ବି ଲାଗିନି । ହେଲେ ଏ ବାର୍ହା ତା’ଦାନ୍ତ କାହିଁକି ପଜୋଉଛି ଏଇକଥା କୋକୀ ସେ ବାର୍ହାକୁ ପଚାରି ଦେଲା । ତାପରେ ସେ ବାର୍ହା ଉତ୍ତର ଦେଲା – ଆରେ ବୁଝୁନୁ ! ଯୁଦ୍ଧବେଳେ ପଜେଇବାକୁ କ’ଣ ବେଳ ଥାଏ? ବର୍ତ୍ତମାନ ହିଁ ବେଳ ଅଛି, ତେଣୁ...
୧୭୪୬ ମସିହା ସେପ୍ଟେମ୍ବର ୨୦ ତାରିଖରେ ସାର୍ ଉଇଲିୟମ୍ ଜୋନ୍ସ ନାମରେ ଜଣେ ବ୍ୟକ୍ତି ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସୁବିଖ୍ୟାତ ଗଣିତଜ୍ଞ ଏବଂ ମାତା ସୁଗୃହିଣୀ ଥିଲେ । ୧୭୭୩ରେ ସେ ଏମ୍.ଏ. ଏବଂ ୧୭୭୮ ରେ ରୟାଲ୍ ସୋସାଇଟ୍ର ଫେଲୋସିପ୍ ପରେ ତାଙ୍କୁ ସାର୍ ଉପାଧି ପ୍ରଦାନ କରାଯାଇଥିଲା । କାରଣ ସେହି ସମୟରେ ଜୋନ୍ସ ଫରାସୀ ଓ ତୁର୍କୀଭାଷାରେ କାବ୍ୟସମ୍ପଦ ଉପରେ ଲାଟିନ୍ ଭାଷାରେ ଏକ ବିଶାଳ ଗ୍ରନ୍ଥ...
ବିଦର ଗ୍ରାମରେ ନିମନ ନାମକ ଜଣେ ବ୍ୟକ୍ତି ଥାଏ । ସେ ସବୁବେଳେ ନାକରେ କଥା କୁହେ, ପୁଣି ନାସ ଶୁଙ୍ଘି ଶୁଙ୍ଘି ଛିଙ୍କିବାକୁ ମଧ୍ୟ ତାକୁ ବହୁତ ଭଲ ଲାଗେ । ତା’ ଛିଙ୍କ ଓ ନାକୁଆ କଥା ଶୁଣି ଲୋକେ ଖୁବ୍ ଖୁସି ହୁଅନ୍ତି ଓ ତାକୁ “ନାକୁଆ ନିମନ୍” ବୋଲି ଡାକନ୍ତି । ନିମନ ପରିଶ୍ରମ କରି ତା’ ନିଜ ପେଟ ପୋଷେ । ହେଲେ କେଉଁଠି କିଛି ବିନା ପରିଶ୍ରମରେ ମାଗଣା ମିଳିଗଲେ ସେ ବଡ ଆନନ୍ଦ ପାଏ । କାହାକୁ ନାନା କଥା କହି...
ଶ୍ରାବସ୍ତିର ରାଜା ସୁକେତୁ ରାଜ୍ୟକାର୍ଯ୍ୟ ମଧ୍ୟରେ ଅବସର ପାଇବା ମାତ୍ରେ ଶିକାର କରିବାକୁ ସେ ଚାଲିଯାଉଥିଲେ । ଦିନେ ଶିକାର କରୁ କରୁ ସେ ରାଜା ନିଜ ପରିଜନ ଓ ଦେହରକ୍ଷୀମାନଙ୍କଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ଯାଉ ଯାଉ ସେ ଦେଖିଲେ ଗଛ ଛାଇରେ ଅତି ଗଭୀର ନିଦ୍ରାରେ ଗାଈଆଳ ପିଲାଟିଏ ଶୋଇଛି ଆଉ ତା’ର ଚିତ୍ର, ନିକଟରେ ଜଣେ ଚିତ୍ରକର ବସି ଆଙ୍କୁଛନ୍ତି । ରାଜା ନୀରବରେ ଯାଇ ସେ ଚିତ୍ରକର ପାଖରେ ପହଁଚି ତା’...
ବାରାଣସୀର ରାଜା ବ୍ରହ୍ମଦତଙ୍କର ପୁଅ ପିଲାବେଳରୁହିଁ ଅତ୍ୟନ୍ତ ଦୁଷ୍ଟ ହେବାର ଦେଖାଗଲା । ଯେତେବେଳେ ତା’ ବୟସ କୋଡିଏ, ସେତେବେଳେ ତାକୁ ନେଇ ରାଜା ବଡ ଚିନ୍ତାରେ ପଡିଲେ । ଦଳେ କୁସଙ୍ଗ ମେଳରେ ପଡି ରାଜପୁତ୍ର ସର୍ବଦା ନିରୀହ ଲୋକଙ୍କୁ ହଇରାଣ କରୁଥାନ୍ତି । ଦୂର ଦେଶର ତୀର୍ଥଯାତ୍ରୀମାନଙ୍କ ଉପରେ ଚଢଉ କରି ସେମାନଙ୍କ ସର୍ବସ୍ୱ ସେ ଲୁଣ୍ଠନ କରୁଥାନ୍ତି । ଯେତେବେଳେ ଯାହା ମନ ହେଉଥାଏ, ତାହା ସେ କରୁଥାନ୍ତି । ଦିନେ ଆକାଶରେ ମେଘ...
“ପରିଶ୍ରମ କାର୍ଯ୍ୟକୁଶଳତା ବଳେ ହୋଇପାରେ ଖ୍ୟାତନାମା ଜଣେ ଅତି ଗରିବରୁ ଧନବାନ୍ ଯେହ୍ନେ ହୋଇଥିଲେ ‘କାର୍ନେଗୀ’ ଦିନେ । ବିଶ୍ୱର ଦ୍ୱିତୀୟ ଧନବାନ ହୋଇ ଥାପିଦେଲେ ବିଶ୍ୱବିଦ୍ୟାଳୟ ଖର୍ଚ୍ଚ କଲେ ଟଙ୍କା ନାନା ଦେଶେ ଖୋଲି ଦେବାପାଇଁ ପୁସ୍ତକଆଳୟ । ଅର୍ଥାଭାବ ଯୋଗୁଁ ପାଠ ପଢାପାଇଁ ଭୋଗିଥିଲେ ଯେଣୁ ଅସୁବିଧା ସେଥିଲାଗି କାର୍ନେଗୀ ନାନା ଦେଶେ କରିଦେଲେ ଶିକ୍ଷାର ସୁବିଧା ।” ପୃଥିବୀରେ...
‘ହରିନାଥ’ ନାମକ ଜଣେ ଚିତ୍ରକର ଆଗ୍ରା ସହରରେ ବାସ କରୁଥିଲେ । ସେ ତାଙ୍କର ଜୀବିକାକୁ ନେଇ ଖୁବ୍ ଖୁସିଥିଲେ ଏବଂ ଯାହା କିଛି ରୋଜଗାର କରୁଥିଲେ, ସେଥିରେ ସେ ଖୁସିରେ ଚଳି ଯାଉଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ଥିଲା ଯେ, ସେ ଗୋଟିଏ ଚିତ୍ର କରିବାପାଇଁ ବହୁତ ସମୟ ନେଉଥିଲେ । ତେଣୁ ସେ ଅଧିକ ଧନ ରୋଜଗାର କରିପାରୁନଥିଲେ । ଯେତିକି ଧନ ରୋଜଗାର କରୁଥିଲେ ତାହା ତାଙ୍କର ଚିତ୍ରପାଇଁ ବିଭିନ୍ନ ସାମଗ୍ରୀ କିଣିବାରେ ବ୍ୟୟ...
ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା ଜାଲରେ ବେଷ୍ଟିତ ଥିଲା । କେବଳ ଗୁମ୍ଫା ଓ ତା’ ସମୀପବର୍ତ୍ତୀ ସ୍ଥାନ ଉଦ୍ଭିଦଶୂନ୍ୟ, ପରିଷ୍କୃତ ପରିଚ୍ଛନ୍ନ, ସାଧୁ ସନ୍ନ୍ୟାସୀମାନଙ୍କ ଆଶ୍ରମରେ ପରିପୂର୍ଣ୍ଣ ଥିଲା । ବିଭୂତିଭୂଷଣ କୌପୀନଧାରୀ ସାଧୁମାନେ ଧୁନି ଲଗାଇ ବସିଥାନ୍ତି, ବସ୍ତ୍ରଧାରୀ ସାଧୁମାନେ ନିର୍ଧୁନିକ । ସାଧୁ ନାନା ଶ୍ରେଣୀର- ସନ୍ନ୍ୟାସୀ, ନାଗା...
ତିରୁବଲ୍ଲୁବର ହେଉଛନ୍ତି ଦକ୍ଷିଣ ଭାରତର ଜଣେ ମହାନ ସନ୍ଥ । ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କୁ ଆପଣାର କରିପାରିଥିଲେ । ନିଜର ଜୀବିକା ନିର୍ବାହପାଇଁ ସେ ପ୍ରଥମେ ଗୋଟିଏ ଲୁଗା ଦୋକାନ କରିଥିଲେ । ଏହା ସେହି ସମୟର କଥା । ଥରେ ଜଣେ ଉଦ୍ଧତ ସ୍ୱଭାବର ଯୁବକ ତାଙ୍କ ଦୋକାନରେ ପହଁଚି ଭାବିଲା, ସେ ତିରୁବଲ୍ଲୁବରଙ୍କୁ ହଇରାଣ କରିବେ; ଯାହାଫଳରେ କି ସେ ନିଶ୍ଚୟ କ୍ରୋଧର ବଶବର୍ତ୍ତୀ ହେବେ...
ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।” ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ ସମୟରେ ମୁଁ ମାଗିନେବି ।”...
ବହୁତ ଦିନ ତଳେ ଗୋଟିଏ ଗଛରେ ଗୋଟିଏ ଦି ମୁଣ୍ଡିଆ ଚଢେଇ ରହୁଥିଲା । ତାର ଦୁଇଟି ମୁହଁ ଏବଂ ଗୋଟିଏ ପେଟ, ଦିନେ ଗୋଟା ପାଚିଲା ଆମ୍ବ ଦେଖି ଚଢେଇର ଗୋଟାଏ ମୁହଁ ତାକୁ ପୁରା ଖାଇଦେଲା । ଏଥିରେ ଦ୍ୱିତୀୟ ମୁଣ୍ଡ ପ୍ରଥମ ମୁଣ୍ଡକୁ ଗାଳି ଦେଲା । ଏକଥା ଶୁଣି ପ୍ରଥମ ମୁଣ୍ଡ କହିଲା ଯିଏ ଖାଇଲେ କ’ଣ ହେଲା ସବୁ ତ ସେଇ ଗୋଟିଏ ପେଟକୁ ଯାଉଛି । କିଛିଦିନ ପରେ ଦ୍ୱିତୀୟ ମୁହଁ ଗୋଟିଏ ବିଷାକ୍ତ ଫଳ ଦେଖି ତାକୁ ଖାଇବାକୁ...