ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା ଆମଦାନି ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ । କଲିକତାରୁ ମାଲ...
ଥରେ ପ୍ରହରୀମାନେ ଜଣେ ବିଦେଶୀକୁ ଆଣି ତାକୁ ରାଜାଙ୍କ ଆଗରେ ହାଜର୍ କଲେ । ସେ ଚୋରି କରିଥିଲା । ସେ ଯୁଗର ନିୟମ ଅନୁସାରେ ରାଜା କହିଲେ, “ତାକୁ ପ୍ରାଣଦଣ୍ଡ ଦିଆଗଲା ।” ଲୋକଟି କିଛି କହିବାର ଶୁଣାଗଲା । କିନ୍ତୁ ତା’ ଭାଷା ରାଜା ତ ଆଉ ଜାଣି ନଥିଲେ । ଏଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ସେ କ’ଣ କହୁଛି ଜାଣ?” ତହୁଁ ମନ୍ତ୍ରୀ କହିଲେ, “ହଁ ମହାରାଜ । ସେ କହୁଛି...
କିମ୍ବଦନ୍ତୀ କହେ ଯେ, ଶ୍ରୀକୃଷ୍ଣ ବଡ ହୋଇଯିବା ପରେ ଥରେ ତାଙ୍କ ଜନନୀ ଦେବକୀ ତାଙ୍କୁ ଶିଶୁ ରୂପେ ଦେଖିବାକୁ ଭାରି ମନ କଲେ । ତେଣୁ ସ୍ୱର୍ଗର ବିନ୍ଧାଣୀ ବିଶ୍ୱକର୍ମା ବାଳକୃଷ୍ଣଙ୍କର ଏକ ମୂର୍ତ୍ତି ଗଢି ତାଙ୍କୁ ଦେଲେ । ସମୟ କ୍ରମେ ସେହି ମୂର୍ତ୍ତି ଅର୍ଜୁନଙ୍କ ହାତରେ ପଡିଲା । ପ୍ରଭାସ ଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ଉତାରୁ ଅର୍ଜୁନ ସେ ମୂର୍ତ୍ତିକୁ ଗୋଟିଏ ବାଲୁକାସ୍ତୁପ ତଳେ ଲୁଚାଇ ଦେଲେ । ସେଠିକା ମାଟି ଉଜ୍ଜ୍ୱଳ...
ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି...
ଏକଦା ସଇତାନମାନଙ୍କର ରାଜା ଜଙ୍ଗଲ ଭିତର ଦେଇ ଯାଉ ଯାଉ ବାଟରେ ଗୋଟିଏ ଆଶ୍ରମ ଦେଖି ସେଠି ଅଟକିଲେ । ସେ ଘୋଡାରୁ ଓହ୍ଲାଇ ନିଜର ରାଜ ପୋଷାକ ଖୋଲି ଜଣେ ସାଧାରଣ ଲୋକ ବେଶ ଧାରଣ କରି ସେହି ଆଶ୍ରମ ମଧ୍ୟକୁ ପ୍ରବେଶ କଲେ । ଆଶ୍ରମ ମଧ୍ୟରେ ପ୍ରବେଶ କରୁ କରୁ ସେ ଜଣେ ଯୁବ ସନ୍ନ୍ୟାସୀଙ୍କୁ ଦେଖିଲେ । ସଇତାନଙ୍କ ରାଜା ତାଙ୍କୁ ଖୁବ୍ କର୍କଶ ସ୍ୱରରେ ଏବଂ ଚଢାଗଳାରେ କହିଲେ – “ଏ ପିଲା ! ମୋ ପାଇଁ କିଛି ଖାଇବାକୁ ଆଣ ।” ସଇତାନର...
ରାଜା ତ୍ରିଗୁଣସେନ ବିଜୟପୁର ରାଜ୍ୟରେ ରାଜୁତି କରୁଥାନ୍ତି । ତାଙ୍କ ପିତା ଓ ପିତାମହ ଖୁବ୍ ଦାନୀ ଓ ସୁଶାସକ ହିସାବରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସେମାନଙ୍କ ସୁନାମ ଯୋଗୁଁ ରାଜା ତ୍ରିଗୁଣସେନଙ୍କୁ ବି ଆଖପାଖ ରାଜ୍ୟର ରାଜାମାନେ ବହୁତ ସମ୍ମାନ କରୁଥିଲେ । ନିଜ ରାଜ୍ୟରେ ବି କବି ଓ ଗାୟକମାନେ ଆସି ବାରମ୍ବାର ରାଜାଙ୍କ ପ୍ରଶସ୍ତିଗାନ କରି ଯାଉଥିଲେ । ରାଜା ସେଥିରେ ବହୁତ ଖୁସି । ସେ ଦରବାରର ଦଳେ...
ଅନେକ ଦିନ ତଳର କଥା । ଗୋଟିଏ ରାଜ୍ୟର ରାଜା ଥାଆନ୍ତି ‘ନନ୍ଦ’ । ସେ ଚର୍ତୁଃପାଶ୍ୱର୍ରେ ସାଗର ଘେରି ରହିଥିବା ଏକ ରାଜ୍ୟକୁ ଶାସନ କରୁଥାଆନ୍ତି, ଏବଂ ତାଙ୍କର ପରାକ୍ରମର ଖ୍ୟାତି ଚର୍ତୁଃଦ୍ଧିଗ ବ୍ୟାପିଥାଏ । ସେହି ରାଜାଙ୍କ ଦରବାରରେ ବରରୁଚି ନାମକ ଜଣେ ମନ୍ତ୍ରୀ ଥାଆନ୍ତି । ସେ ରାଜନୀତି ଏବଂ ଦର୍ଶନ ଶାସ୍ତ୍ରରେ ମହାନ୍ ପଣ୍ଡିତ । ଉଭୟେ ରାଜା ଏବଂ ମନ୍ତ୍ରୀ ତାଙ୍କର ପତ୍ନୀ ଦୁଇଜଣଙ୍କୁ ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥାଆନ୍ତି...
ହରିପୁର ଗ୍ରାମର ମୁଖିଆ ଦିନେ ସହରରୁ ତାଙ୍କ କାମସାରି ଗ୍ରାମକୁ ଫେରୁଥା’ନ୍ତି । ବାଟରେ ଘୋଡାରୁ ଓହ୍ଲାଇ ନିକଟସ୍ଥ ପୁଷ୍କରିଣୀରେ ଘୋଡାକୁ ପାଣି ପିଆଇ ବୃକ୍ଷଛାୟାରେ କିଛି ସମୟ ସେ ବିଶ୍ରାମ କଲେ । ତା’ପରେ ଘୋଡା ଚଢି ବାହାରିବା ବେଳକୁ ତାଙ୍କ ଗ୍ରାମର ଧାନ ବେପାରୀ ନଟପାତ୍ର ମଧ୍ୟ ଘୋଡା ଚଢି ତାଙ୍କ ସଙ୍ଗରେ ଗ୍ରାମକୁ ଫେରିଲା । ମୁଖିଆ ଅତ୍ୟନ୍ତ ଶାନ୍ତ ଓ ଭଦ୍ର, ମାତ୍ର ନଟିଆ ବାଚାଳ । ଆରମ୍ଭରୁ ଗଡଗଡ କରି...
ଇଣ୍ଡିଆର ଦକ୍ଷିଣରେ ‘ବିଜୟ ନଗର’ ନାମକ ଏକ ରାଜ୍ୟ ଥିଲା । ଏକଦା ସେହି ରାଜ୍ୟ କୃଷ୍ଣଦେବ ରାୟ ନାମକ ଜଣେ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା । ବିଜୟନଗର ରାଜ୍ୟର ତା ପଡୋଶୀ ରାଜ୍ୟ ସହିତ ସର୍ବଦା କଳହ ଲାଗି ରହୁଥିଲା । ଏହାର ସୁଯୋଗ ନେଇ କେତେକ ଖଳ ବ୍ୟକ୍ତି ରାଜା କୃଷ୍ଣଦେବରାୟଙ୍କ ସହିତ ତେନାଲୀରାମାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ । ଦିନେ କୃଷ୍ଣଦେବ ରାୟ ତାଙ୍କ ବଗିଚାରେ ବସି ପଡୋଶୀ ରାଜ୍ୟ...
ଏକଦା ବାରାଣସୀ ସହରରେ ଚୁଲ୍ଲକ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ । ଦିନେ ସେ କୌଣସି ତତ୍ତ୍ୱ କଥା ଭାବି ଭାବି ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି, ହଠାତ୍ ତାଙ୍କ ଆଗରେ ମଲା ମୂଷାଟିଏ ପଡିଥିବାର ସେ ଦେଖିଲେ । ସେ ନିଜକୁ ନିଜେ କହିଲେ “ଇଃ, କେଡେ ଖରାପ ଦୃଶ୍ୟ!” ତା’ପରେ ସେ ପୁଣି କହିଲେ, “କିନ୍ତୁ ଜଣେ ବୁଦ୍ଧିମାନ ଲୋକ ଏଇ ମଲା ମୂଷାରୁ ମଧ୍ୟ ଲାଭ ଉଠାଇପାରେ । ଖାଲି ଠିକ୍ ଭାବରେ ଏହାର ଉପଯୋଗ କରି...
ଏକଦା ଜଣେ ମୂର୍ତ୍ତି କାରିଗର ସୁନ୍ଦର ମୂର୍ତ୍ତିଗଢି ଭଲ ପଇସା ପାଉଥାନ୍ତି । ଏହା ଦ୍ୱାରା ତାଙ୍କର ପରିବାର ପ୍ରତିପୋଷଣରେ କିଛି ଅସୁବିଧା ହେଉନଥିଲା । କୌଳିକ ପ୍ରଥାଭଳି ପୁଅ ମଧ୍ୟ ବାପାଙ୍କର ମୂର୍ତ୍ତିଗଠନ କାର୍ଯ୍ୟ ଆଦରିନେଲେ । ପୁଅର ମୂର୍ତ୍ତି ଗଢିବାରେ ଆଗ୍ରହ ତାକୁ ବାପାଙ୍କଠାରୁ ଅଧିକ ସୁନାମ ଆଣିଦେଲା । ଏବେ ପୁଅର ମୂର୍ତ୍ତିଗୁଡିକ ବାପାଙ୍କ ମୂର୍ତ୍ତିଠାରୁ ଅଧିକ ଦାମ୍ ରେ ବି ବିକ୍ରି ହେଲା । ...
“ପିଲାଟିକୁ ଦିନେ କହିଥିଲେ ମାଆ ବାବୁ ରଖିଥିବୁ ମନ ଅନ୍ୟର କଥାକୁ ବିଚାର କରିବୁ ଭୁଲି ନିଜ ସୁଖମାନ ତାହାହିଁ ପାଳନ କରିଛି ସର୍ବଦା ଜୀବନଟା ସାରା ମୁହିଁ ଆମେରିକା ରାଷ୍ଟ୍ରପତି ଆବ୍ରାହମ୍ ଏହି କଥା ଥିଲେ କହି ।” ଏକ ଦରିଦ୍ର ପରିବାରରେ ଆବ୍ରାହମ୍ ଲିଙ୍କନ୍ ଜନ୍ମଗ୍ରହଣ କରିଥିଲେ । ଅଭାବ ଓ ଅନାଟନ ଭିତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ତାଙ୍କର ଅସାଧାରଣ ପ୍ରତିଭା ବଳରେ ସେ ଦିନେ ଆମେରିକାର ରାଷ୍ଟ୍ରପତି ଭଳି ପଦରେ...
ଚନ୍ଦ୍ରନାଥ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ସର୍ବଦା ସାଧୁସନ୍ଥଙ୍କୁ ଡାକି ନେଇ ତାଙ୍କର ସେବା କରୁଥିଲେ । ଦିନେ ସେ ଜଣେ ସାଧୁଙ୍କୁ ଡାକି ତାଙ୍କର ଖୁବ୍ ସେବାଯତ୍ନ କଲେ । ତାଙ୍କର ସେବାରେ ମୁଗ୍ଧ ହୋଇ ସାଧୁ କହିଲେ, ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛି; ଯଦି ତମେ କିଛି ଚାହଁ, କୁହ ମୁଁ ତୁମ ଇଚ୍ଛା ପୁରଣ କରିବାରେ ସାହାଯ୍ୟ କରିବି ।” ଚନ୍ଦ୍ରନାଥ ବଡ ବିନୟରେ କହିଲେ, “ଆଜ୍ଞା, ମୁଁ ଜୀବନରେ...
ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ ଚିନ୍ତିତ ହୋଇ ବସି ଛନ୍ତି ।...
ରାଜା ବିକ୍ରମାଦିତ୍ୟ ତାଳ ବେତାଳଙ୍କୁ କହିଲେ ମୌନାବତୀ ଦ୍ୱାରରେ ଏବେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତାହାର ବିପରୀତ ଉତ୍ତର ଦେବ । ରାଜାଙ୍କ ଅନୁମତୀ ପାଇ ବେତାଳ ଯାଇ ଦ୍ୱାର ଦେଶରେ ରହିଲେ । ବିକ୍ରମାଦିତ୍ୟ କହିଲେ ମୌନାବତୀ ରାତ୍ରି ଶେଷ ହେଲା । ମୋ କଥା ଏବେ ଶୁଣ । ମୌନାବତୀ କିଛି ନ କହନ୍ତେ ଦ୍ୱାରଦେଶକୁ କହିଲେ ତୁ ମୋ କଥା ଶୁଣି ଠିକ୍ ଉତ୍ତର ଦେବୁ । ରାଜା ବିକ୍ରମାଦିତ୍ୟ କହିଲେ ମୁଁ ଦିନେ ପାରିଧି କରିବା...
ଅନେକ ପୁରା କାଳର କଥା । ଚୀନ ଦେଶରେ ଟୋଙ୍ଗ୍ ନାମକ ଯୁବକଟିଏ ଥିଲା । ସେ କେବେ ତା’ର ମା’କୁ ହରାଇଥିଲା, ସେ ବିଷୟରେ ତା’ର କୌଣସି ହେତୁ ନଥିଲା । ପିଲାବେଳଠୁଁ ତା’ ବାପା ତାକୁ ବଢାଇଥିଲେ । ବାପା ସତ୍ ମଣିଷ ଥିଲେ । ସେ ଟୋଙ୍ଗ୍କୁ ଶିଖାଇଥିଲେ କି କୌଣସି ଅବସ୍ଥାରେ, କୌଣସି କାରଣରୁ ମିଥ୍ୟାର ଆଶ୍ରୟ ନେବା ଆଦୌ ଉଚିତ୍ ନୁହେଁ କି ଅନ୍ୟ ପ୍ରତି ନିଷ୍ଠୁର ଆଚରଣ କରିବା ବି ଉଚିତ୍ ନୁହେଁ । ଟୋଙ୍ଗ୍ ମଧ୍ୟେ...
ହରିନାରାୟଣ ନାମକ ଜଣେ ବ୍ୟକ୍ତିର ମୁଖରେ ସର୍ବଦା ହସ ଲାଗି ରହିଥାଏ । ତେଣୁ ଭାରି ହସଖୁସିରେ ସେ ରହୁଥାଏ । କେହି କେବେବି ତାକୁ ଦୁଃଖ କରିବାର ମୋଟେ ଦେଖି ନଥାନ୍ତି । ହରିନାରାୟଣକୁ ଜଣେ ଭଦ୍ରବ୍ୟକ୍ତି କିଛିଦିନ ଲକ୍ଷ୍ୟ କଲାପରେ, ଦିନେ ତାଙ୍କୁ ପଚାରିଲେ “ଭାଇ ତୁମକୁ କେତେ ବା ମଜୁରୀ ମିଳୁଛି ଯେ ସେହିଥିରେ ତୁମେ ସର୍ବଦା ଏପରି ଆନନ୍ଦରେ ଅଛ?” ଏକଥା ଶୁଣି ସେ ହରିନାରାୟଣ କହିଲା – ଆଜ୍ଞା କ’ଣ କହିବି ମୁଁ ଚାରିଟଙ୍କା...
ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା । ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ...
ସମ୍ରାଟ୍ ଆକବରଙ୍କର ଦରବାର । ସମ୍ରାଟ୍ ଦରବାରରେ ସେଦିନ ଏକା ଏକା ବସିଥା’ନ୍ତି । ଏଥି ମଧ୍ୟରେ ତାଙ୍କର ଭାବନା ବି ମନ ମଧ୍ୟରେ ଅନେକ ଥିବା ପରି ଜଣାପଡୁଥିଲା । ଠିକ୍ ଏହି ସମୟରେ ବିରବଲ ଆସି ସମ୍ରାଟଙ୍କ ଆଗରେ ଉଭା ହୋଇଗଲେ । ସଂଗେ ସଂଗେ ଆକବରଙ୍କୁ ନିଜର ଅଭିବାଦନ ଜଣାଇବାରୁ ସମ୍ରାଟ୍ ବିରବଲଙ୍କୁ ବସିବାକୁ କହି ପୁଣି ଚିନ୍ତାମଗ୍ନ ହେଲେ । ସେତିକିବେଳେ ସମ୍ରାଟଙ୍କର ଏପରି ଅବସ୍ଥା ଦେଖି ବିରବଲ କିଛି ପଚାରିବେ...
ସୋନପୁରର ରାଜା ଜଣେ ବଡ ହସଖୁସି ମିଜାଜର ଲୋକ ଥିଲେ । ପୁଣି ସେ ମଧ୍ୟ ଅତି ବୁଦ୍ଧିମାନ୍ ବି ଥିଲେ । ଥରେ ସେ ତାଙ୍କ ରାଜ୍ୟରେ ଘୋଷଣା କଲେ ଯେ, ଯେଉଁମାନଙ୍କର ଯଶୋ ଲିପ୍ସା ନାହିଁ ସେମାନେ ସମସ୍ତେ କାଲି ଦରବାରକୁ ଆସିବେ । ସେମାନଙ୍କୁ ସମ୍ମାନ ଦିଆଯିବ । ସେଦିନ ସମ୍ମାନ ପାଇବା ଆଶାରେ କେତେ ଲୋକ ଆସିଥା’ନ୍ତି । ସେମାନଙ୍କୁ ଦେଖି ରାଜା ଥଟ୍ଟା କରି କହିଲେ, “ଆଚ୍ଛା ତାହେଲେ ତମେ ସବୁ ଏହି ସମ୍ମାନ ପାଇଁ...
ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା । ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ...
ଶିବ ନାମକ ଯୁବକଟିଏ ସହରରେ ଉଚ୍ଚଶିକ୍ଷା ଲାଭକରି ନିଜ ଗ୍ରାମକୁ ସେ ଫେରି ଆସିଲା । ତା’ର ବାପା ବହୁଦିନରୁ ମରିଯାଇଥା’ନ୍ତି । ଘରେ କେବଳ ତା’ର ବିଧବା ମା’ । ଶିବ ମା’ଙ୍କୁ କହିଲା, “ମା’ ମୁଁ ଏବେ ଚାକିରୀ ଖୋଜିବାକୁ ଯିବି ।” ଶିବର ମା’ ଏଥିରେ ଖୁସି ହୋଇ କହିଲେ, “ପୁଅ, ତୁ ରଘୁନାଥପୁରର ଧନଞ୍ଜୟଙ୍କ ପାଖକୁ ପ୍ରଥମେ ଯିବୁ । ସେ ତୋ ବାପାଙ୍କ ପିଲା ବେଳର ବନ୍ଧୁ; ସେ ଚେଷ୍ଟାକଲେ ତୋତେ ଜରୁର୍ ଜମିଦାରଙ୍କ...
ଭାରତ ବର୍ଷର ମୋଗଲମାନଙ୍କ ମଧ୍ୟରେ କେବଳ ଯଶସ୍ୱୀ ସମ୍ରାଟ୍ ଭାବରେ ଆକବରଙ୍କ ଖ୍ୟାତି ଥିଲା । ସମ୍ରାଟ୍ ଆକବରଙ୍କର ପ୍ରକୃତ ନାମ ଥିଲା ଜଲ୍ଲାଲୁଦ୍ଦିନ୍ ମହମ୍ମଦ୍ ଆକବର । ସମଗ୍ର ଭାରତ ବର୍ଷ ମଧ୍ୟରେ ଆକବର ଥିଲେ ଜଣେ ସର୍ବସହିଷ୍ଣୁ ତଥା ଧାର୍ମିକ ସମ୍ରାଟ୍ । ସେ ହିନ୍ଦୁ ଓ ମୁସଲମାନଙ୍କ ଶାସକ ଥିଲେ । ତାଙ୍କର ଶାସନ ମଧ୍ୟ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସମାନ ଥିଲା । ଯାହା ଆକବରଙ୍କ ପୂର୍ବରୁ ଓ ଆକବରଙ୍କ ପରେ ଏପରି...
ଏକ ବଣରେ ଗୋଟିଏ ବଡ ପୋଖରୀ ଥିଲା । ସେଇ ପୋଖରୀରେ ଗୋଟିଏ ରାକ୍ଷସ ରହୁଥିଲା । କୌଣସି ଜୀବ ପାଣି ପିଇବାକୁ ପୋଖରୀକୁ ଗଲେ ରାକ୍ଷସ ତାକୁ ଧରି ଖାଇଯାଉଥିଲା । ସେତେବେଳେ ବୋଧିସତ୍ୱ ଗୋଟିଏ ମାଙ୍କଡରୂପେ ଜନ୍ମହୋଇଥିଲେ । ସେ ମାଙ୍କଡମାନଙ୍କର ଦଳପତି ଥିଲେ । ଦଳର ମାଙ୍କଡମାନେ ତାଙ୍କ କଥା ମାନି ଚଳୁଥିଲେ । ଦିନେ ଦଳପତି ବୋଧିସତ୍ୱ ମାଙ୍କଡମାନଙ୍କୁ କହିଲେ – “ତୁମେମାନେ ବଣରେ ବୁଲି ଫଳ ଖାଉଚ ଓ ପୋଖରୀରୁ ପାଣି...
(କୋଶଳ ରାଜା ସୁଷେଣଙ୍କ ବନ୍ଧୁ ହେଲେ ଜୟସେନ । ତାଙ୍କ ଝିଅ ଶକ୍ତିସେନାଙ୍କ ଶକ୍ତି ସାମର୍ଥ୍ୟ ପରୀକ୍ଷା କରିବା ପାଇଁ, ତାଙ୍କ ପାଖରେ ଏହି ସର୍ତ୍ତ ରଖିଲେ ଯେ ଗୁରୁକୁଳରୁ ଫେରୁଥିବା ତାଙ୍କ ପୁଅ କୀର୍ତ୍ତିସିଂହଙ୍କୁ କାଳୀ ମନ୍ଦିରରେ ତିନି ଦିନ ବନ୍ଦୀ କରି ସେ ରଖିବେ । ଶକ୍ତିସେନା ସେଥିରେ ସମ୍ମତ ହେଲେ । କିନ୍ତୁ ଜୟସେନ ଭୁଲ୍ କରୁଥିଲେ । ତା’ପରେ ସେ ତାଙ୍କ ଝିଅକୁ ସେମାନଙ୍କ ପୂର୍ବପୁରୁଷଙ୍କ କ୍ଷେତ୍ରରେ ଘଟିଥିବା ଘଟଣାର...
(ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଯାଇଥିଲେ । ଏଥିପାଇଁ ଯୁଦ୍ଧ ଲାଗୁ ବୋଲି ଗ୍ରୀକ୍ ରାଜା ତ ଆଦୌ ଚାହୁଁ ନଥିଲେ । ସେ ତାଙ୍କୁ ଫେରାଇ ଦେବା ପାଇଁ ଦୂତ ପଠାଇଲେ । ଭୁବନସୁନ୍ଦରୀଙ୍କ ସ୍ୱାମୀ ପ୍ରତାପ ଗ୍ରୀକ୍ ରାଜକୁମାରମାନଙ୍କୁ ଯୁଦ୍ଧ କରିବାକୁ ଯିବା ପାଇଁ ନିମନ୍ତ୍ରଣ କଲେ । ସମସ୍ତିଙ୍କୁ ବହୁ କଷ୍ଟରେ ଏକତ୍ରିତ କରି ପ୍ରତାପ ଟ୍ରୟ ନଗରୀକୁ ଆକ୍ରମଣ କରିବାକୁ ଚାଲିଲେ । ନାନା ସୁବିଧା ଅସୁବିଧାର ସମ୍ମୁଖୀନ ହେବା ପରେ ସେମାନେ...
ଗୋଟିଏ ଗାଁରେ ଦୁଇଟି କୁକୁଡା ଦାନା ଖାଉଥିଲେ । ଦାନା ଖାଉ ଖାଉ ଗୋଟିଏ କୁକୁଡା ସେଠାରେ ଖଣ୍ଡେ ସୁନା ପଡିଥିବାର ଦେଖିଲା । ଏହା ଦେଖି ଆର କୁକୁଡାଟି କହିଲା ସୁନା କେଉଁଠୁ ମିଳେ ତୁ ସେ ସୁନାଟିକୁ ଖାଇଦେ । ତେଣୁ ଆର କୁକୁଡାଟି କହିଲା ମୋର ସୁନା କ’ଣ ହେବ ମୋ ପାଇଁ ତ ଧାନ ହିଁ ଭଲ ।
ଯାହା ଦରକାର ନାହିଁ ତା ପାଇଁ କାହିଁକି ଲୋଭ କରିବା ।
ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ୮୦୦ ଦ୍ୱୀପ ପୁଞ୍ଜ ସମୁହକୁ ୧୬୪୩ ଶତାଦ୍ଦୀରେ ଆବିଷ୍କାର କରାଯାଇଥିଲା; ତା’ର ନାମ ଫିଜି । ୧୮୭୪ ମସିହାରେ ଏହା ଏକ ବ୍ରିଟିଶ୍ ଉପନିବେଶରେ ପରିଣତ ହୋଇଥିଲା । ଏହାର କ୍ଷେତ୍ରଫଳ ୧୮,୩୭୬ ବର୍ଗ କିଲୋମିଟର; ଏହାର ଜନସଂଖ୍ୟା ହେଲେ ମାତ୍ର ସାଢେ ସାତ ଲକ୍ଷ । ଏହାର ରାଜଧାନୀ ହେଲା ଶୁଭା । ଉନବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ହଜାର ହଜାର ଭାରତୀୟ ଆଖୁଚାଷ ପାଇଁ ଫିଜିରେ ଯାଇ ବସବାସ କଲେ ।...
ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ । ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ ଆବଶ୍ୟକୀୟ ରଙ୍ଗ, ତୁଳୀ ଓ କନା ଯୋଗାଡ କରିବାକୁ ବରାଦ ଦେଲେ ।...
ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ । ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖାସାକ୍ଷାତ କରି ଗପସପ...
ରାମରାବଣ ଯୁଦ୍ଧ ଦେଖିବାକୁ ଦେବତା, ଯକ୍ଷ, ଗନ୍ଧର୍ବ, କିନ୍ନର ପ୍ରଭୃତି ଆସିଥିଲେ; ସେମାନେ ସମସ୍ତେ ଶ୍ରୀରାମଙ୍କର ପରାକ୍ରମ ଓ ବାନରମାନଙ୍କର ବୀରତ୍ୱ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇ ସେମାନଙ୍କର ଭୂରିଭୂରି ପ୍ରଶଂସା କରି ନିଜ ନିଜ ସ୍ଥାନକୁ ଫେରିଗଲେ । ତା’ପରେ ଶ୍ରୀରାମ ମାତଳୀଙ୍କର ବହୁ ପ୍ରଶଂସା କରି ରଥ ସହିତ ତାଙ୍କୁ ଇନ୍ଦ୍ରଙ୍କ ନିକଟକୁ ପଠାଇଦେଲେ । ତା’ପରେ ଶ୍ରୀରାମ, ଲକ୍ଷ୍ମଣ ଓ ସୁଗ୍ରୀବଙ୍କୁ ନେଇ ନିଜ ଶିବିରକୁ...
ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତ୍ତି କ’ଣ କରିବେ କିଛି...
ମାଧବ ଓ ମଙ୍ଗଳ ଦୁଇ ବନ୍ଧୁ ଥିଲେ । ବହୁ ଦିନରୁ ସେ ଉଭୟଙ୍କର କୌଣସି ଦେଖା ସାକ୍ଷାତ ହୋଇ ନ ଥାଏ । ଦିନେ ମାଧବକୁ ଦେଖା କରିବା ପାଇଁ ମଙ୍ଗଳ ଯାଇ ତାଙ୍କ ଗ୍ରାମରେ ପହଁଚିଲେ । ମାଧବ ଜଣେ ସ୍ୱଚ୍ଛଳ କୃଷକ । ତା’ ସହିତ ପିତାଙ୍କର ଚାଉଳ, ଗହମ ବ୍ୟବସାୟରୁ ମଧ୍ୟ ଭଲ ଆୟ ହେଉଥାଏ । ମାଧବଙ୍କର ଗୋଟିଏ ମାତ୍ର ପୁତ୍ର । ପାଠପଢାରେ ତା’ର ତ ଆଦୌ କୌଣସି ରୁଚି ନ ଥାଏ । ଛୋଟ ଛୋଟ ଦାୟିତ୍ୱ ମଧ୍ୟ ସେ ଠିକ୍ ରୂପେ...


