କୁଆ ଖଣ୍ଡେ ମାଂସ ତା’ପାଟିରେ ଧରି ଗଛ ଉପରେ ବସିଥିଲା । ଠିକ୍ ସେ ଖାଇବାକୁ ଯାଉଛି ସେତେବେଳେ ବିଲୁଆ ତାକୁ ଦେଖିଲା । ସେ ମାଂସ ଖଣ୍ଡକ କୁଆଠାରୁ ଆଣି ଖାଇବାକୁ ଏ ବିଲୁଆର ଭାରି ଇଚ୍ଛା ହେଲା । ତେଣୁ ସେ ବିଲୁଆ ତୁରନ୍ତ ଗଛ ତଳକୁ ଯାଇ କୁଆର ପ୍ରଶଂସା କରିବାକୁ ଲାଗିଲା । ସେ କହିଲା, “କୁଆ ଭାଈ ତୋର ବେକଟି କି ସୁନ୍ଦର, ତୋର ଗୋଡଗୁଡିକ କି ସୁନ୍ଦର! ତାହେଲେ ତୋର ସ୍ୱର ମଧ୍ୟ ଭାରି ମଧୁର ହୋଇଥିବ କିନ୍ତୁ ମୁଁ ତାହା କେବେ ବି...
ଶ୍ରୀପତି ପ୍ରଧାନଙ୍କ ଘର ସୁଜନଗଡ ଗାଁରେ । ତାଙ୍କ ପୁଅ ଭୂପତି ଯୁବକ ହେଲେ ବି ସେ କିଛି କାମଦାମରେ ମୋଟେ ଆଗ୍ରହ ଦେଖାଉ ନଥାଏ । ଅର୍ଥାତ୍ ତା’ ବାପାଙ୍କ ଉପରେ ସେ ପୁରା ନିର୍ଭର କରି ରହିଥାଏ । ତା’ ବାପା ତ ବେଶ୍ ଥିଲାବାଲା ଲୋକ । ଜମି ଅନେକ । ତେଣୁ ଚିନ୍ତା ଆଉ କ’ଣ? କିନ୍ତୁ ହଠାତ୍ ଶ୍ରୀପତି ଅସୁସ୍ଥ ହୋଇ ପଡିଲେ । ସେ ବୁଝିପାରିଲେ ଯେ ଏଥର ତାଙ୍କ ମୃତ୍ୟୁ ସନ୍ନିକଟ । ତେଣୁ ସେ ତାଙ୍କ ପୁଅ ଭୂପତି ଓ...
ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ । ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି କିଆବୁଦା ଉପରେ ପାଦ ପକାଇ ଗଲାବେଳେ ଅନେକ ଠେକୁଆ ମୃତାହତ ହେଲେ...
ନଦୀ ସ୍ରୋତଭଳି ସମୟ ଧାଇଁଛି ଥରେ ଚାଲିଗଲେ ଆସେନା ଫେରି ପ୍ରାଣୀର ଆୟୁକୁ ଘେନି ଯାଉଛନ୍ତି ଦିନ ଆଉ ରାତି ଠିକ୍ ସେପରି । ଏହି କଥା ବୁଝି ସମୟ ତାଳରେ କାର୍ଯ୍ୟ କରେ ଯିଏ ନିତି ଜୀବନେ ସେହିଭଳି ବ୍ୟକ୍ତି ସ୍ମରଣୀୟ ହୋଇ ରହିଯାଇଥାନ୍ତି ଧରାରେ ଦିନେ । ଏହି ଘଟଣାଟି ଅନେକ ଦିନ ତଳର । ଘଟିଥିଲା ଜର୍ଜ ୱାଶିଂଗଟନ୍ଙ୍କ ଜୀବନରେ । ସମୟାନୁବର୍ତ୍ତିତା ଉପରେ ଅଧିକ ଗୁରୁତ୍ୱ ଦେଇ ସାଧାରଣ ସ୍ତରରୁ ସେ...
କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ । ଶିବରାମଙ୍କ ସ୍ତ୍ରୀ ବଡ କଳିହୁଡୀ...
ଥରେ ବିଜୟନଗର ରାଜ୍ୟର ଅନ୍ୟ ଏକ ରାଜ୍ୟ ସହିତ ଯୁଦ୍ଧ ଲାଗିଥିଲା । ଯୁଦ୍ଧରେ ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟ ଜୟଯୁକ୍ତ ହେଲେ । ଯୁଦ୍ଧରେ ବିଜୟ ଲାଭ କରିଥିବାରୁ ରାଜା ତାଙ୍କ ରାଜଧାନୀରେ ବିଜୟ ଉତ୍ସବ ପାଳନ କଲେ । ଉତ୍ସବର ସମାପ୍ତି ଦିନ ରାଜା କହିଲେ, “ଯୁଦ୍ଧ ଜୟ କେବଳ ମୋର ବିଜୟ ନୁହେଁ । ମୋର ସମସ୍ତ ସାଥୀ ଏବଂ ସହଯୋଗୀମାନେ ମଧ୍ୟ ଏହି ବିଜୟର ହକ୍ଦାର । ମୁଁ ଚାହୁଁଛି ମୋର ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଏହି ଅବସରରେ...
ପାରସ୍ୟର ନୂଆ ସୁଲ୍ତାନ୍ ହେଲେ ସୟେଦ୍ ଅବଦୁଲ୍ଲା । ସେ ମନୋରଞ୍ଜନ କାର୍ଯ୍ୟକ୍ରମରେ ବହୁତ ଧନ ଖର୍ଚ୍ଚ କରୁଥିଲେ । ଅବସ୍ଥା ଏପରି ହେଲା ଯେ ରାଜ୍ୟର କଲ୍ୟାଣକାରୀ ଯୋଜନା ବା ବିଶେଷ କୌଣସି କାର୍ଯ୍ୟପାଇଁ ରାଜକୋଷରେ ଅଧିକ ଧନ ରହିଲା ନାହିଁ । ଏହା ଏକ ବଡ ସମସ୍ୟା ଭାବରେ ଦେଖାଦେଲା । ସୁଲତାନ ଓ ଉଜୀର ଏ ସମସ୍ୟା ଉପରେ ବହୁତ ଚିନ୍ତା କରିବାକୁ ଲାଗିଲେ । ବହୁ ସମୟ ବିଚାର କରି ଶେଷରେ ସେମାନଙ୍କ ମନକୁ ଏକ...
ଚତୁର୍ଦ୍ଦଶ ଦିନ ପ୍ରଭାତରେ ରାଜା ଭୋଜ ପ୍ରସ୍ତୁତ ହୋଇ ସିଂହାସନ ନିକଟରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ସୁନୟନା ଉଭା ହୋଇ କହିଲା, “ଆଗ ମୋଠୁ ମହାରାଜ ବିକ୍ରମାଦିତ୍ୟଙ୍କ ନ୍ୟାୟ ବିଚାର ଏବଂ ବୀରତ୍ୱର ଏକ କାହାଣୀ ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ ଏଇ ସିଂହାସନରେ ବସିବା ପାଇଁ କେତେଦୂର ଯୋଗ୍ୟ । ତା’ପରେ ଆରୋହଣ କରନ୍ତୁ । ମହାରାଜା ବିକ୍ରମାଦିତ୍ୟ ଜଣେ ନ୍ୟାୟ ବିଚାରକ, ପ୍ରଜାପାଳକ, ଦାନୀ...
ସ୍ୱାମୀ ରାମତୀର୍ଥ ବିଦେଶଗସ୍ତରେ ଯାଉଥାନ୍ତି ଜଳ ଜାହାଜରେ ଲେଖାରେ ପଢାରେ ବ୍ୟସ୍ତଥିବା ଜଣେ ବୃଦ୍ଧଙ୍କୁ ସେଠାରେ ଦେଖିଦେଲେ । ପଚାରିଲେ ଆଜ୍ଞା ଏ ବୃଦ୍ଧ ବୟସେ କି ଲାଭ ମିଳିବ ଲେଖିପଢି ବୃଦ୍ଧ କହିଦେଲେ ଜୀବଥିଲାଯାଏଁ ପାଠ ସରିବନି ପଢାପଢି । ସମୟ ଅଯଥା ନଷ୍ଟ କରିବାକୁ ବଳୁନାହିଁ ଯେଣୁ ମୋର ମନ ତେଣୁ ମୁଁ ପାଠକୁ ମଲାଯାଏଁ ସଦା ପଢିବାରେ ରଖିଅଛି ଧ୍ୟାନ । ସ୍ୱାମୀ ରାମତୀର୍ଥ...
ଦ୍ୱିତୀୟ ଦିନ ଯେତେବେଳେ ଧୀରସିଂହ ରାଜକୁମାରୀ ସୁଲୋଚନାଙ୍କୁ ଭେଟିବାକୁ ଆସିଲେ, ସେତେବେଳେ ରାଜକୁମାରୀ ତାଙ୍କୁ ସ୍ୱାଗତ କରି କହିଲେ, “ରାଜକୁମାର, ଏ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଯେଉଁ ଅରଣ୍ୟ ରହିଛି, ତାହା ଭିତର ଦେଇ ନଈଟିଏ ବହିଯାଇଛି । ଯିଏ ବଣ ଭିତରକୁ ଯାଏ, ସିଏ କେବଳ ସେ ନଈହିଁ ଦେଖି ପାରେ । ବଡ ବିସ୍ମୟର କଥା ଯେ ଗତ ଦୁଇବର୍ଷ ହେବ ସେ ନଈର ଜଳ ଲାଲ୍ ଦିଶୁଛି । ଏହାର କାରଣ କ’ଣ? ଏହାହିଁ ମୋର ଦ୍ୱିତୀୟ ପ୍ରଶ୍ନ ।”...
ସବୁ ସଫଳତାର ପଛରେ ରହିଥାଏ ପ୍ରଚେଷ୍ଟା । ପ୍ରଚେଷ୍ଟା ବିନା କୌଣସି ସଫଳତା ଆଦୌ ହାସଲ କରାଯାଇ ପାରିବ ନାହିଁ । ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇ, ଯେଉଁମାନେ ନିଷ୍କ୍ରିୟ ହୋଇ ବସି ରହନ୍ତି, ସେମାନଙ୍କଠାରୁ ବଡ ନିର୍ବୋଧ ଏ ସାରା ସଂସାର ଭିତରେ ଆଉ କେହି ବି ନଥାନ୍ତି । ତିଳରୁ ତେଲ ବାହାରେ, ଧାନରୁ ଚାଉଳ ବାହାରେ – ଏହା ସତ୍ୟ, କିନ୍ତୁ ଉଦ୍ୟମ ନକଲେ ତିଳରୁ ତେଲ ଓ ଧାନରୁ ଚାଉଳ କେବେବି ବାହାରିବ ନାହିଁ । ଉଦ୍ୟମ...
ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ । ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା...
ସନ୍ଧ୍ୟାହେବା ପୂର୍ବରୁ କମଳିନୀ ଦାସୀମାନେ ତା’ ନିକଟରେ ଥିଲେ । ପ୍ରହରେ ରାତ୍ରି ହୁଅନ୍ତେ କମଳିନୀ ସେମାନଙ୍କୁ ତା’ ନିକଟରୁ ବିଦା କରିଦେଲା । ଖାଦ୍ୟପେୟ ଓ ତାମ୍ବୁଳାଦି ଯତନରେ ସଜାଡି ରଖିଦେଲା । ଅତି ଯତ୍ନରେ ପୁଷ୍ପମାଳା ଗୁନ୍ଥି ତାମ୍ବୁଳ ରଖିଦେଇ ତାଙ୍କ ଅପେକ୍ଷାରେ ବସି ରହିଲା । ଗନ୍ଧର୍ବ ଚିତ୍ରରଥ ପ୍ରବେଶି ଦେଖେ କମଳିନୀର ଚନ୍ଦ୍ର ବଦନ ଶୁଖି ଯାଇଛି । ଗନ୍ଧର୍ବ ପ୍ରଶ୍ନକଲା, କହ ସଖୀ ତୁ ଆଜି ଏତେ ବିରସ ଦେଖାଯାଉଛୁ...
ଭାଗ୍ୟପୁରୀ ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ସୋମିଳକ ନାମରେ ଜଣେ ତନ୍ତ୍ରୀ ବାସ କରୁଥିଲେ । ବିଚରା ଖୁବ୍ ଦରିଦ୍ର ଥିଲା । ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ସେ ଲୁଗା ବୁଣେ । ଏଥିରୁ ଯାହା ପାରିଶ୍ରମିକ ପାଏ ସେହିଥିରେ ହିଁ ସୁଖ ଦୁଃଖରେ ପରିବାର ପ୍ରତିପୋଷଣ କରେ । କିନ୍ତୁ ସେ ଯେତିକି ପରିଶ୍ରମ କରେ ସେତିକି ପରିଶ୍ରମେରେ ତାର ସାଙ୍ଗମାନେ ଅଧିକ ପରିମାଣରେ ରୋଜଗାର କରିବା ଦେଖି ଦିନେ ତା’...
ନାରଦ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀଙ୍କ ବିଷୟରେ ସମସ୍ତ ସମ୍ବାଦ ଦେବା ପରେ ଶ୍ରୀକୃଷ୍ଣ କୁଣ୍ଡୀନ ନଗରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ତାଙ୍କର ଭାଇ ବଳରାମ, ସେନାପତି ସାତ୍ୟକି ଓ ଅନ୍ୟାନ୍ୟ ଯାଦବବୀର ମାନଙ୍କୁ ଡକାଇ କହିଲେ, “ଆପଣମାନେ ଶୁଣିଲେ ତ ନାରଦ ଯାହା କହିଗଲେ? ଯେ କୌଣସି ମତେ ଆମେମାନେ ସେଠାକୁ ଯାଇ ରୁକ୍ମିଣୀକୁ ଉଦ୍ଧାର କରିବା । ଜଣେ ନିଃସହାୟ ରାଜକୁମାରୀକୁ ତା’ର ଇଚ୍ଛା ବିରୁଦ୍ଧରେ ବିବାହ ଦିଆଯାଉଛି; ପୁଣି ସେ...
“ଆଉ ଏ ଜୀବନରେ କିଛିବି ହେବ ନାହିଁ!” ଶ୍ରୀଧର ସେଦିନ ରାଗିଯାଇ ଘର ଭିତରେ ଚିତ୍କାର କରି ଏହା କହିଲା । ଆଜିକାଲି ସେ ମଧ୍ୟେ ମଧ୍ୟେ ଏଭଳି ମନ୍ତବ୍ୟ ଦେଉଥିଲା । ସେ ଯେ କାହାରି ବିରୁଦ୍ଧରେ ଏଭଳି କହୁଥିଲା, ତାହା ନୁହେଁ, ଖାଲି ନିଜ ଅସନ୍ତୋଷକୁ ପ୍ରକାଶ କରିବା ତାହାର ଉଦ୍ଧେଶ୍ୟ ଥିଲା । ତେବେ ସେ ଏଭଳି କହିବା ଫଳରେ ତା’ ପରିବାରର ଅନ୍ୟମାନେ ବି ବିଷର୍ଣ୍ଣ ବୋଧ କରୁଥିଲେ । ବିଶେଷତଃ ତା’...
ଗଙ୍ଗାରାମ ନାମକ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ଶସ୍ୟ କିଣି ସହରରେ ଅଧିକା ଦରରେ ସେସବୁ ବିକେ । ତା’ର ଏକମାତ୍ର ପୁତ୍ର ସୁନ୍ଦରକୁ ସେ ପଢାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ, ଭାବିଲା ସହରକୁ ସାଙ୍ଗରେ ନେଇ ତାକୁବି ସେ ତା’ ବ୍ୟବସାୟରେ ଲଗାଇ ଦେବ । ଦିନେ ସକାଳେ ସେ ତା’ ପୁଅକୁ ଡାକି କହିଲା, “ସୁନ୍ଦର, ମୁଁ ଶୁଣିଲି ପାଖ ଗ୍ରାମରେ ଗୋବିନ୍ଦ ଚାଷୀ ଶସ୍ୟ ବିକୁଛି । ତୁ ପ୍ରଥମେ ଯାଇ ଦେଖି ଆସ ତାହା ଭଲ ନା...
ସୁଶାନ୍ତ ଓ ସୁମନ ଗୋଟିଏ ଗୁରୁକୂଳରେ ବିଦ୍ୟାଶିକ୍ଷା କରୁଥିଲେ । ଗୁରୁ ସୁଶାନ୍ତକୁ ବ୍ୟବସାୟ କରି ଜୀବିକାର୍ଜନ ପାଇଁ କହିଲେ ଓ ସୁମନକୁ ପାଣ୍ଡିତ୍ୟ ପ୍ରାପ୍ତ କରି ଜୀବିକା ନିର୍ବାହ କରିବାକୁ କହିଲେ । ସୁମନ ନିଜ ଗ୍ରାମକୁ ଯାଇ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିବାରେ ମଗ୍ନ ହୋଇଗଲା । ମାତ୍ର ସୁଶାନ୍ତ ସହରକୁ ଯାଇ ବ୍ୟବସାୟ କଲା ଓ ଖୁବ୍ ଅଳ୍ପ ସମୟରେ ସେ ଲକ୍ଷପତି ହୋଇଗଲା । ଧନୀ ହୋଇଯିବାରୁ ବନ୍ଧୁବାନ୍ଧବ...
ଏକ ସମୟରେ ବୋଧିସତ୍ୱ ମଗଧର ଗୋଟିଏ ଧନଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଧନିକର ସନ୍ତାନ ହୋଇଥିଲେହେଁ ସେ ବିଳାସବ୍ୟସନଠାରୁ ଦୂରରେ ରହିଥିଲେ ଓ ସକଳପ୍ରକାର କାମନା ତ୍ୟାଗ କରି ତପସ୍ୟାରେ ନିଯୁକ୍ତ ରହିଥିଲେ । ହିମାଳୟର ଏକ ଗହ୍ୱରରେ ଦୀର୍ଘକାଳ ତପସ୍ୟା କରିବା ପରେ ସେ ରାଜଗୃହକୁ ଆସି ସେଠାରେ ଗୋଟିଏ ପତ୍ରକୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ । ଏହି କୁଟୀରଟିର ଚତୁର୍ଦ୍ଧିଗ ପରିବେଷ୍ଟିତ ଥିଲା ଓ ବାହାରକୁ...
ଗୋଟିଏ ସିଂହ ବୁଢା ହୋଇଗଲା । ତାପରେ ସେ ନିଜେ ଆଉ ଶିକାର କରିପାରିଲା ନାହିଁ । ସେ ନିଜର ଗୁମ୍ଫାରେ ଶୋଇ ରହିଥାଏ ଏବଂ ଅନ୍ୟ ଜନ୍ତୁମାନେ ତାକୁ ସାହାଯ୍ୟ କରିବା ପାଇଁ ଆସିଲେ ସେ ତାଙ୍କୁ ଖାଇଯାଏ । ଏହିପରି ସେ ବହୁତ ଜୀବଜନ୍ତୁ ଖାଇ ଆରାମ୍ରେ ଥାଏ । ଦିନେ ସେବାଟେ ଶିଆଳଟିଏ ଯାଉଥିଲା । ସେ ସିଂହର ଗୁମ୍ଫା ପାଖକୁ ଆସି ବହୁତ ଜୀବଜନ୍ତୁଙ୍କର ପାଦଚିହ୍ନ ଦେଖିଲା । ସେ ଚିତ୍ରରୁ ଶିଆଳ...
ଦ୍ୱାପର ଯୁଗରେ ଯଦୁବଂଶରେ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କଲେ । ସେତେବେଳେ ତ ପୃଥିବୀ କଂସ ପ୍ରଭୃତି ଅନେକ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ବଧ କରି ପୃଥିବୀ ଭାର ନିବାରଣ କଲେ । ତାଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ମଧ୍ୟ ବଡ ଯୋଦ୍ଧା ଥିଲେ । ଶ୍ରୀକୃଷ୍ଣ ନରକାସୁରକୁ ବଧ କଲେ । ସତ୍ୟଭାମା ସେ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ସାହାଯ୍ୟ କରିଥିଲେ । ସେହିଦିନଠାରୁ ସେ ଭାବନ୍ତି ଯେ ଶ୍ରୀକୃଷ୍ଣଙ୍କ...
ଜଣେ ଲୋକ ସବୁଦିନେ ତା’ର ବଗିଚାରେ କୋଇଲିର ଗୀତ ଗାଇବା ଶୁଣେ । କାହିଁକିନା କୋଇଲିର ସୁନ୍ଦର କୁହୁ କୁହୁ ଗୀତ ଗାଇବା ସେ ଲୋକକୁ ଭାରି ଭଲ ଲାଗେ । ତେଣୁ ସେ ଭାବିଲା କୋଇଲିକୁ ପିଞ୍ଜରାରେ ରଖିଦେଲେ ସେ ସବୁଦିନେ ତା’ର ଗୀତ ଶୁଣିପାରିବେ । ଏହିପରି ଭାବି ଦିନେ ସେ ଲୋକଟି କୋଇଲିକୁ ଧରି ପିଞ୍ଜରାରେ ରଖିଦେଲା । ଏହି ସବୁ ଘଟଣା ଦେଖି ସେ କୋଇଲି କହିଲା, “ମୋତେ ପିଞ୍ଜରାରେ ବନ୍ଦୀ କରି ରଖିଲେ ମୁଁ ଗୀତ ମୋଟେ ଗାଇ ପାରିବି ନାହିଁ...
ଗୋଟିଏ ଜଙ୍ଗଲରେ ‘ଭାସୁରକ’ ନାମକ ଏକ ସିଂହ ବାସ କରୁଥିଲା । ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପରାକ୍ରମୀ ଥିଲା । ବଣରେ ବାସ କରୁଥିବା ଅନ୍ୟାନ୍ୟ ଜୀବମାନଙ୍କୁ ମାରି ଖାଉଥିଲା । ଦିନେ ବାର୍ହା, କୃଷ୍ଣସାର ମୃଗ, ମଇଁଷି, ଠେକୁଆ ଇତ୍ୟାଦି ତୃଣ ଭୋଜୀ ପ୍ରାଣୀମାନେ ଏକାଠି ଭାସୁରକଙ୍କ ନିକଟକୁ ଗଲେ ଏବଂ ସମସ୍ତେ ନିବେଦନ କରି କହିଲେ, “ମହାରାଜ! ଆପଣ ପ୍ରତ୍ୟେକଦିନ ଆମ୍ଭ ମାନଙ୍କ ମଧ୍ୟରୁ ଅନେକଙ୍କୁ ମାରି ଭକ୍ଷଣ କରୁଛନ୍ତି ।...
ଅନ୍ତିମ ଶଯ୍ୟାରେ ଶୋଇଛନ୍ତି ଜଣେ ମଣିଷ । ସେ କିନ୍ତୁ ସାଧୁ କି ସନ୍ୟାସୀ ନୁହଁନ୍ତି । ଖାଲି ଜଣେ ଭଲ ମଣିଷ । ଭଲ ମଣିଷ ମାନେ ଆଉ କଣ? ଅନ୍ୟର ଅନିଷ୍ଟ ନ କରିଲେ ତ ଜଣେ ଭଲ ମଣିଷ ହୁଏ । ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ସମସ୍ତେ ତାଙ୍କ ଚାରିପାଖେ ଘେରି ବସିଚନ୍ତି । ଶେଷ ସମୟ ହୋଇଗଲା ଜାଣି କେହି ଜଣେ ଯାଇ ତାଙ୍କ ପୁରୋହିତଙ୍କୁ ଡାକି ଆଣିଲେ । ଶେଷ ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିବା । ପୁରୋହିତ ତାଙ୍କୁ...
ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ । ଦିନ ଅକାଳରେ ପଡ଼ି ଗୋଟିଏ ହାତୀ ସହିତରେ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ ପକାଇଦେଇ ପଳାଇଗଲା । ବିଚରା ସିଂହ ଏପରି ଘାଇଲା ହୋଇ...
ମହେନ୍ଦ୍ରର ଶେଷ ଅବଲମ୍ବନ ତା ବୋଉ ଥିଲା । ବାପା ତ ବହୁ ଆଗରୁ ଯାଇଥିଲେ । ବୋଉର ପରଲୋକ ପରେ ସେ ଆଉ ଗାଁରେ ନରହି ସହରକୁ ଯାଇ କୌଣସି କାମ ଧନ୍ଦା ଯୋଗାଡ କରିନେବାକୁ ସ୍ଥିର କଲା । ଗାଁରେ ଜଣେ ଆତ୍ମୀୟ ଥିଲେ । ସେ ବେଶ୍ ଭଲ ମଣିଷ । ମହେନ୍ଦ୍ର ନିଜ ଘରର ଦାୟିତ୍ୱ ତାଙ୍କୁ ସମର୍ପି ଦେଲା । ଜମି ଯାହା ଅଳ୍ପସଳ୍ପ ଥିଲା, ତାକୁ ପ୍ରତିବେଶୀମାନଙ୍କୁ ସେ ଭାଗରେ ଦେଲା । ତେଣିକି ନିଜ ଭାଗ୍ୟ ପରୀକ୍ଷା ନିମନ୍ତେ...
ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର ଚଳିଯାଏ । ବାଲ୍ୟକାଳରୁ ସେ ଦାସିଆ ବାଉରୀ ପ୍ରଭୁ...
ସୋମନାଥ ଶାନ୍ତିପୁରର ଜଣେ ଧନୀ ଚାଷୀ ଥିଲେ । କାହିଁ କେଉଁ ବାପା ଜେଜେବାପାଙ୍କ ଅମଳରୁ ତାଙ୍କର ବହୁତ ଜମିବାଡି ଥିଲା । ପୁଅ ଭୂଷଣ ମଧ୍ୟ ବାପାଙ୍କୁ ଚାଷବାସ କାମରେ ବହୁତ ସାହାଯ୍ୟ କରେ । ସେ ଗ୍ରାମରେ ଅନେକ ଧନୀ ଲୋକ ଥା’ନ୍ତି । ସେମାନେ ସୋମନାଥଙ୍କ ତୁଳନାରେ ଅଧିକ ଧନୀ । କିନ୍ତୁ ସୋମନାଥ ମଣିଷ ହିସାବରେ ଅତି ଉତ୍ତମ ଥିଲେ । ସେ ଏକାଧାରରେ ଦୟାଳୁ, ଭଦ୍ର, ପରୋପକାରୀ ଓ ନିସ୍ୱାର୍ଥପର ଥିଲେ । ଅନ୍ୟ ଧନୀ ଲୋକମାନେ...
ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏତେବଡ ଗାଁଟାରେ କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ! ଗାଁମୁଣ୍ଡ ଦି’ମାଣ ଜମି ଛାଡି ପଦା ଢିଅରେ ଗୋଟିଏ ପଲାଘର । ଜାତିରେ ତ’ ସେ କଣ୍ଡରା- ଚୌକିଆ ବାପୁଡା ବୋଲି ପୁଞ୍ଜି ନୁହେଁ । ହେଲେ, ସେ ଗାଁ ଲୋକେ ତାକୁ ଭାରି ମାନନ୍ତି । ସେ ଆଉ ଗାଁ ଚଉକିଆ ପରି ନୁହେଁ । ଚିତାଏ ଉଂଚା ମୂଳିବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ, “ଏ ରାମ...
ଚନ୍ଦ୍ରନାଥ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ସର୍ବଦା ସାଧୁସନ୍ଥଙ୍କୁ ଡାକି ନେଇ ତାଙ୍କର ସେବା କରୁଥିଲେ । ଦିନେ ସେ ଜଣେ ସାଧୁଙ୍କୁ ଡାକି ତାଙ୍କର ଖୁବ୍ ସେବାଯତ୍ନ କଲେ । ତାଙ୍କର ସେବାରେ ମୁଗ୍ଧ ହୋଇ ସାଧୁ କହିଲେ, ମୁଁ ତୁମ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛି; ଯଦି ତମେ କିଛି ଚାହଁ, କୁହ ମୁଁ ତୁମ ଇଚ୍ଛା ପୁରଣ କରିବାରେ ସାହାଯ୍ୟ କରିବି ।” ଚନ୍ଦ୍ରନାଥ ବଡ ବିନୟରେ କହିଲେ, “ଆଜ୍ଞା, ମୁଁ ଜୀବନରେ...
ରମେଶ ଶର୍ମା ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଅବସର ନେବା ପରେ ସେ ନିଜକୁ ଜଣେ ଧର୍ମଗୁରୁ ଭାବେ ବୋଲାଇବାକୁ ତାଙ୍କର ଭାରି ମନ ହେଲା । ସେ ସେଉଠୁ ତାଙ୍କ ଦାଢୀ ବଢାଇ, ବାବାଜୀ ବେଶ ଧରି ଗୋଟାଏ ଦୂର ଗାଁକୁ ଯାଇ ସେଠାରେ ଥିବା ଗୋଟାଏ ବରଗଛ ତଳେ ଚକା ପକାଇ ବସିଲେ । ଗାଁ ଲୋକେ ଆସି ତାଙ୍କୁ ଓଳିଗି ହେଲେ । ଶର୍ମା କହିଲେ, “ତମେମାନେ ସମସ୍ତେ ଆଜି ଖରାବେଳେ ଆସ । କାହିଁକିନା ତମମାନଙ୍କୁ ମୁଁ ଧର୍ମତତ୍ତ୍ୱ ଶୁଣାଇବି ।”...
ଅନେକ ଦିନ ତଳର କଥା । ଥରେ ବୋଧିସତ୍ୱ କାଶୀ ରାଜ୍ୟର ଗୋଟିଏ ପଲ୍ଲିରେ ଜନ୍ମଗ୍ରହଣ କରିଥାନ୍ତି । ବାପା ମା ତାଙ୍କ ନାମ କମଳ ରଖିଥିଲେ । ସେମାନେ ବହୁତ ସ୍ନେହ ଯତ୍ନରେ କମଳକୁ ବଢାଇଥିଲେ । କମଳ ତ ଶିଶୁଅବସ୍ଥାରେହିଁ ନିଜର ଅସାଧାରଣ ବୁଦ୍ଧି ଓ ବିବେକର ପରିଚୟ ଦେଲା । ବାପା ମା ତାକୁ ଯେତିକି ସ୍ନେହ କରୁଥିଲେ, ତାହାଠାରୁ ତା’ ଜେଜେ ବାପା ତାକୁ ବହୁଗୁଣ ଅଧିକ ସ୍ନେହ କରୁଥିଲେ । ତେବେ...
ଆବିଓଲା ଯେମିତି ସୁନ୍ଦରୀ ସେମିତି ଗୁଣର ଝିଅ । ଘର କାମରେ ମଧ୍ୟ ଧୁରନ୍ଧର । ଅନେକ ଯୁବକ ସେ ଆବିଓଲାକୁ ବିବାହ କରିବାକୁ ଇଚ୍ଚାକଲେ । କିନ୍ତୁ ଝିଅ ଯଦି ବାହା ହୋଇଯାଏ, ତେବେ ଘରକାମ କିଏ ତୁଲାଇବ? ଏହିକଥା ଭାବି କୃପଣ ବାପ ତା’ଝିଅ ଆବିଓଲାକୁ ମୋଟେ ବାହା ଦେଉନଥିଲା । ଧୀରେ ଧୀରେ ସେ ଆବିଓଲାର ସବୁ ସାଙ୍ଗ ଝିଅମାନେ ବାହା ହୋଇଗଲେ । କୃପଣ ବୁଢାର ଢଙ୍ଗ ଦେଖି ସାଇପଡିଶା ଖାଲି ଟୁପ୍ଟାପ୍ ହେଲେ । ବନ୍ଧୁବାନ୍ଧବ ଦେଖେଇ ଶିଖେଇ...