ଇବ୍ରାହିମ୍ର ପୁରସ୍କାର

ଇରାନ୍ରେ ଇବ୍ରାହିମ୍ ଓ ଇସ୍ମାଇଲ୍ ନାମକ ଦୁଇଟି କାଠୁରିଆ ଥିଲେ । ସେମାନେ ପ୍ରତିଦିନ ବଣକୁ ଯାଇ କାଠ କାଟନ୍ତି ଓ ତାକୁ ବିଡାବାନ୍ଧି ବଜାରରେ ନେଇ ବିକ୍ରି କରନ୍ତି । ସେଥିରେ ସେମାନଙ୍କୁ ଯାହା କିଛିବି ପଇସା ମିଳେ ତାହା ପରିବାର ଚଳାଇବାକୁ ଯଥେଷ୍ଟ ନୁହେଁ । କିନ୍ତୁ ସେମାନେ ପ୍ରତିଦିନ ଧନୀ ହେବାର ସ୍ୱପ୍ନରେ ବୁଡି ରହନ୍ତି ।                 ଦୁଇପ୍ରକାରର ଭକ୍ତି ଭାବ ଇବ୍ରାହିମ ଭିତରେ ଥିଲା । ଏକରେ ଭଗବାନଙ୍କ ପ୍ରତି ଓ...

Read More

ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି

ଶୁଣିଲେ ଚକିତ ଲାଗିବ ନିଶ୍ଚୟ ରାଷ୍ଟ୍ରପତି ଜଣେ ଗରିବ ଅତି     ସବୁଠୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ ତୁମକୁ ଶୁଣିଲେ ତାଙ୍କର ଚଳଣି ନିତି ।     ଦେଶର ମୁଖିଆ ଜମିଚାଷ କରି ରହନ୍ତି ତାଙ୍କର କୁଡିଆ ଘରେ     ନିପୀଡିତ ଜନେ ଦାନ କରିଥାନ୍ତି ତାଙ୍କର ଦରମା ପାଇଲା ପରେ ।     ଉରୁଗୁଏ ଦେଶ ରାଷ୍ଟ୍ରପତି ଏବେ “ଜୋସ୍ ମୁଜିକା” ନାମକୁ ବହି     ଦେଶକୁ ଶାସନ କରନ୍ତି ସିନା ସେ ଗରିବ ଚଳଣି ତାଙ୍କର ଭାଇ ।                 ଶୁଣିଲେ...

Read More

ପର ଭରଷାରେ କାମ ହୁଏ ନାହିଁ

ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ ।...

Read More

ବିଦୂଷକଙ୍କ ମନ୍ତ୍ରଶକ୍ତି

ବିଜୟନଗର ସହରରେ ଗୋଟାଏ ଡାକୁ ପ୍ରବଳ ହେଲା । ସେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଧନଶାଳୀ ବ୍ୟକ୍ତିମାନଙ୍କ ଘରୁ ନିୟମିତ ଚୋରି କରୁଥାଏ ।                 ରାଜା କୃଷ୍ଣଦେବରାୟ ପ୍ରାୟ ସବୁଦିନେ ଦରବାରରେ ତାଙ୍କ କର୍ମଚାରୀମାନଙ୍କୁ ପଚାରୁଥାନ୍ତି – ଡାକୁ ଧରିବା ଦିଗରେ କେହି ସଫଳ ହୋଇଛନ୍ତି କି ନାହିଁ । କିନ୍ତୁ ସବୁଦିନେ ସେ ଖବର ପାଉଥାନ୍ତି କି ନା, ସେ ଦିଗରେ କିଛି ବି କରାଯାଇ ପାରିନାହିଁ ।                 ରାଜାଙ୍କ...

Read More

ଦରିଦ୍ର ବର

ଦୂରଦେଶରେ ଏକ ଛୋଟ ରାଜ୍ୟର ଜଣେ ରାଜାଥିଲେ । ତାଙ୍କ ରାଜ୍ୟ ଏତେ ବେଶି ସମୃଦ୍ଧିଶାଳୀ ନଥିଲା; ବରଂ ଅଭାବ ଅନାଟନ ଲାଗିରହିଥାଏ । ସେହି ରାଜାଙ୍କର ଏକ ସୁନ୍ଦରୀ ଝିଅ ଥିଲେ । ତାଙ୍କ ନାମ ଗୁଣବତୀ ଥିଲା । ସେ ମଧ୍ୟ ତାଙ୍କ ନାମକୁ ସାର୍ଥକ କରିଥିଲେ । ପ୍ରଥା ଅନୁସାରେ ସ୍ୱୟମ୍ବର ହେଲା । କିନ୍ତୁ ସର୍ତ୍ତ ଥିଲା ରାଜକୁମାରମାନେ ରାଜକୁମାରୀ ଗୁଣବତୀଙ୍କୁ ନାନା ପ୍ରକାର ଉପହାରମାନ ଦେବେ । ତା’ପରେ ଗୁଣବତୀ ଯାହାକୁ ପସନ୍ଦ କରିବେ...

Read More

ନମ୍ରତା ଶ୍ରେଷ୍ଠ ଭୂଷଣ

ଥରେ ଜଣେ ଯୁବ ବ୍ରହ୍ମଚାରୀ ଦେଶ ଭ୍ରମଣରେ ଗଲେ । ନାନା ଦେଶ ଭ୍ରମଣ କାଳରେ ସେ କିଛି ଗ୍ରନ୍ଥ ଅଧ୍ୟୟନ କଲେ । ସ୍ୱଦେଶକୁ ଫେରିଲା ପରେ ସେ ଅହଂକାରୀ ହୋଇଗଲେ । ପୁସ୍ତକ ଅଧ୍ୟୟନ ହେତୁ ସେ ମନେମନେ ଭାବିଲେ ମୋଠାରୁ ଅଧିକ ଜ୍ଞାନୀ କେହି ନାହାଁନ୍ତି । ମୁଁ ଶ୍ରେଷ୍ଠ ଜ୍ଞାନୀ, ଯେତେବଡ ଜ୍ଞାନୀ ହେଲେ ମଧ୍ୟ ଜ୍ଞାନଚର୍ଚ୍ଚାରେ ମୁଁ ତାଙ୍କୁ ପରାସ୍ତ କରିଦେଇପାରିବି । ତାଙ୍କ ନିକଟକୁ ସାକ୍ଷାତ ପାଇଁ ଆସୁଥିବା ବ୍ୟକ୍ତିମାନଙ୍କୁ ସେ...

Read More

ସ୍ୱର୍ଗରେ ରାଜା ନିଯୁକ୍ତି

ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।        ସେତେବେଳେ ସିଂକକ୍ ନାମକ ରାଜ୍ୟର ରାଜା ବି ଏହି ପଦ ଆଶାୟୀ...

Read More

ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ

ପ୍ରାଚୀନ ଅଲମ୍ପିକ୍ସର ଇତିହାସ ପୃଷ୍ଠା ଓଲଟାଇ ଦେଲେ ଗ୍ରୀକ୍ର ଜଣେ ସୁପ୍ରସିଦ୍ଧ ଖେଳାଳି ‘ମିଲୋ’ଙ୍କ କଥା ନଜରକୁ ଆସେ । ତାଙ୍କର କ୍ରୀଡା କୌଶଳ ଥିଲା ଅସାଧାରଣ ।                 ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀର କଥା । ଏହି ଶତାଦ୍ଦୀ ଶେଷହେଲା ବେଳକୁ ‘ମିଲୋ’ ଦକ୍ଷିଣ ଇଟାଲୀର କ୍ରୋଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଅଜେୟ ଶକ୍ତିର ଅଧିକାରୀ । ଅଲମ୍ପିକ୍ସ କ୍ରୀଡା ଜଗତରେ ପ୍ରାୟ ପଚିଶବର୍ଷଧରି ସେ ସର୍ବଶ୍ରେଷ୍ଠ...

Read More

ରୂପଧରଙ୍କ ଯାତ୍ରା

(ରୂପଧର ଜୀବିତ ଅଛନ୍ତି କି ନାହିଁ ସେ ବିଷୟ ନିର୍ଣ୍ଣୟ ହୋଇ ପାରିଲା ନାହିଁ । ଅନେକ ରାଜକୁମାର କହିଲେ କି ସେ ମରିଯାଇଛନ୍ତି । ତେଣୁ ସେମାନେ ଆସି ତାଙ୍କ ଘରେ ଆସ୍ଥାନ ଜମାଇ ବସିଗଲେ; ପ୍ରତ୍ୟେକଙ୍କର ଇଚ୍ଛା ହେଲା ତାଙ୍କ ପତ୍ନୀଙ୍କୁ ବିବାହ କରିବା । ତେଣୁ ସେମାନେ ବାରମ୍ବାର ପ୍ରଶ୍ନ ପଚାରିଥା’ନ୍ତି କି କାହାକୁ ସେ ବିଭା ହେବେ ଶୀଘ୍ର ପସନ୍ଦ କରି କହନ୍ତୁ । ରୂପଧରଙ୍କ ପତ୍ନୀ ଓ ପୁତ୍ର ସେମାନଙ୍କ ଅନାଚାର ଆଦୌ ସହି ପାରୁ...

Read More

ସିଂହ ଓ ସାଧକ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଏଥି ସହିତ ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ ।       କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ...

Read More

ଶିଳ୍ପୀର ଇଚ୍ଛା

ପୁରାକାଳର କଥା; ଚୁବାଙ୍ଗ ରାଜ୍ୟରେ ଏକ ମହାନ୍ ଶିଳ୍ପୀ ବାସ କରୁଥିଲେ । ଦିନେ ଜଣେ ଧନୀ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ । ଶିଳ୍ପୀ ଧନୀଙ୍କର ବୈଭବ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଦେବୀଙ୍କୁ ପ୍ରାର୍ଥନା କଲେ ତାଙ୍କୁ ଜଣେ ଧନୀ ବ୍ୟକ୍ତି ବନାଇ ଦେବାକୁ । ଦେବୀ ତାଙ୍କର ଇଛା ପୂରଣ କଲେ । ଅବିଳମ୍ବେ ସେ ହୋଇଗଲେ ଏକ ବଡ ଧନୀ । ତା’ପରେ ସେ କିଛିଦିନ ବେଶ୍ ଆନନ୍ଦରେ  ବିଳାସବ୍ୟସନରେ ବୁଡି ରହି ଜୀବନ ବିତାଇଲେ । ହଠାତ୍ ଦିନେ ସେ...

Read More

ଶାଶୁଙ୍କ ଜୋଇଁ ଡାକରା

 ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳଙ୍କୁ କହିଲେ – ଆହେ ଅନେକ ଦିନ ହେଲା ଜୋଇଁ ଆସି ନାହାଁନ୍ତି । ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ? ସଂସାରର ଭଲ ମନ୍ଦ ତ କିଛି ବୁଝିଲ ନାହିଁ । ତୁମ୍ଭେ ଘରଠୁ ରାଜା ଦୁଆର ଓ ରାଜ ଦୁଆରଠୁ ଘର ଏହାହିଁ ତୁମ୍ଭ ପକ୍ଷରେ ଯଥେଷ୍ଟ ହୋଇଛି । ମୁଁ କେତେ ଥର ଏ କଥା କହିଲିଣି ହଁ ମାରି ନିଶ୍ଚିନ୍ତ  । ଯାହା ହେଲେ କାଲି ଦିନରେ ଜୁଆଇଁକି ନିଶ୍ଚେ ଆଣିଲେ ତେବେ ଯାଇ ସବୁ କଥା ।...

Read More

ମହାସାଗର ଜାତକ

ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଗୋଟିଏ ରାଜାଙ୍କର ମନ୍ତ୍ରୀ ହୋଇଥିଲେ । ରାଜା ତାଙ୍କ କାର୍ଯ୍ୟରେ ଓ ପାଣ୍ଡିତ୍ୟରେ ଅତି ଖୁସିଥିଲେ । ଦିନେ ରାଜା ବଣକୁ ବୁଲିବାହାରିଲେ । ତାଙ୍କ ସାଙ୍ଗରେ ଅନେକ ଅନୁଚର ଯାଇଥିଲେ । ନଅରର ରମଣୀମାନେ ଓ ରାଣୀ ମଧ୍ୟ ଯାଇଥାନ୍ତି । ରାଜା ବଣରେ ପରିଷ୍କାର ପାଣିଭରା ଗୋଟିଏ ପୋଖରୀ ଦେଖିଲେ । ସେ ସେହି ପୋଖରୀରେ ଗାଧୋଇବାପାଇଁ ମନ କଲେ ।        ରାଜାଙ୍କ ଅନୁଚରମାନେ ପୋଖରୀ କୂଳରେ ତମ୍ବୁ ପକାଇଲେ ।...

Read More

କର୍ମ ଘେନି ଫଳ

ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ ତା’ପଛରେ କିଛି ଲୋକ ଗୋଡାଇ ଗୋଡାଇ ତାକୁ ଟେକା ଫିଙ୍ଗୁଛନ୍ତି...

Read More

ଶିବମଲ୍ଲଙ୍କ କାହାଣୀ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ...

Read More

ସ୍ୱାର୍ଥପର ଘୋଡା

ଜଣେ ବଣିକ ତା’ର ଘୋଡା ଏବଂ ଗଧକୁ ଧରି ବାହାରକୁ ଗଲା । ସେ ବଣିକ ତ ଗଧ ପିଠିରେ ବହୁତ ଗୁଡାଏ ଜିନିଷ ଲଦି ଦେଇଥିଲା, ଯାହାଦ୍ୱାରା କି ସେ ଗଧ ଭାର ବୋହି ବୋହି ଥକିଗଲା । ତେଣୁ ସେ ଗଧ ଘୋଡାକୁ କହିଲା, “ଭାଇ ମୁଁ ଆଉ ଏତେ ଭାର ନେଇପାରୁ ନାହିଁ, ମୋଠାରୁ ଅଳ୍ପ କିଛି ଭାର ତୁ ତୋ ପିଠିରେ ନେଇଗଲେ, ମୁଁ ବାକିତକ ବୋଝ ନେଇ ଖୁସିରେ ଚାଲିପାରନ୍ତି ।”                 ମାତ୍ର ଘୋଡା ଏଥିରେ ମୋଟେ ରାଜି ହେଲା ନାହିଁ । କାହିଁକି ନା...

Read More

ମାରୁତି କବି

ରତ୍ନପୁର ପ୍ରଦେଶର ସୀମାବର୍ତ୍ତୀ କିଛି ଗ୍ରାମ ସମୁଦ୍ର ନିକଟରେ ଅବସ୍ଥିତ ଥିଲା । ତେଣୁ ବହୁ ସମୟରେ ଏହି ଗ୍ରାମଗୁଡିକ ସାମୁଦ୍ରିକ ଝଡତୋଫାନର ଶିକାର ହେଉଥିଲେ । ପାଶ୍ୱବର୍ତ୍ତୀ କ୍ଷୁଦ୍ର ଜଙ୍ଗଲରେ ନିଆଁଲାଗି ସେହି ଗ୍ରାମର ବହୁତ କ୍ଷତି ଘଟୁଥିଲା । ଏହି ବିପଦରୁ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବରେ ତ୍ରାହି ପାଇଛନ୍ତି କି ନାହିଁ, ପ୍ରଚଣ୍ଡ ବର୍ଷା ଓ ପବନ ଆରମ୍ଭ ହେଲା । କ୍ରମଶଃ ତାହା ସାମୁଦ୍ରିକ ତୋଫାନର ରୂପ ନେଲା ।...

Read More

ନଟବୁଢା ବଗିଚାରେ କିଏ?

ନଟ ବୁଢାର ବଗିଚାଟା ଥାଏ ଗ୍ରାମର ପୂର୍ବ ଦିଗରେ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ସେହି ବଗିଚାରେ ତାର ରଶ୍ମି ବିଛାଇ ଦିଏ କିନ୍ତୁ ଯୂର୍ଯ୍ୟ ରଶ୍ମି ବୃକ୍ଷ ଭେଦ କରି ବଗିଚା ମଧ୍ୟରେ ପ୍ରବେଶ କରି ପାରେ ନାହିଁ । ତେଣୁ ସେହି ବଗିଚା ଭିତରେ ସବୁ ବେଳେ ଅନ୍ଧାର ଦେଖା ଯାଏ । ଗ୍ରାମର କେହି ଛୁଆଟିଏ ଅଝଟ ହେଲେ ତାଙ୍କ ମାଆମାନେ ନଟ ବୁଢା ବଗିଚା ଆଡେ ହାତ ଦେଖାଇ ନିଜ ଛୁଆକୁ ଡରାଇ ଦିଅନ୍ତି । ଛୁଆଟାକୁ ଏପରି ବାରମ୍ବାର ଡରାଇବା...

Read More

ସର୍ବୋତ୍ତମ ଔଷଧ

ବଲ୍ଲଭପୁର ଗାଁରେ ଏକ ଦମ୍ପତ୍ତି ରହୁଥିଲେ । ସ୍ୱାମୀର ନାମ ସୁଧୀର; ସ୍ତ୍ରୀର ନାମ ସରୋଜିନୀ । ଥରେ ସେମାନଙ୍କ ପୁଅର ଦେହ ଭୀଷଣ ମାତ୍ରାରେ ଖରାପ ହେଲା । ପାଖ ଗାଁ ପ୍ରତାପପୁରରେ ଜଣେ ବିଶିଷ୍ଟ ବୈଦ୍ୟ ରହୁଥିଲେ । ସୁଧୀର ଓ ସରୋଜିନୀ ନିଜ ପୁଅକୁ ଶଗଡରେ ନେଇ ସେହି ବୈଦ୍ୟଙ୍କ ପାଖକୁ ଗଲେ । ବୈଦ୍ୟ ପୁଅକୁ ଔଷଧ ଦେଲେ । ସାତଦିନ ଔଷଧ ସେବନ ପରେ ମଧ୍ୟ ପୁଅର ଅବସ୍ଥାରେ କୌଣସି ଉନ୍ନତି ଦେଖାଗଲା ନାହିଁ । ସରୋଜିନୀ ସୁଧୀରକୁ କହିଲା...

Read More

ବହ୍ନି ଦ୍ୱୀପ

ଭଲ୍ଲୁକଚର୍ମଧାରୀମାନେ ଉଗ୍ରଦତଙ୍କୁ ସୁଡଙ୍ଗ ମାର୍ଗରେ ନିଜ ସର୍ଦ୍ଦାର କନ୍ଧ ପାଖକୁ ନେଇଗଲେ । କନ୍ଧ କହିଲା, ବ୍ୟାଘ୍ରଚର୍ମଧାରୀ ଦଳର ନେତା ଏକପାଦକୁ ସଂହାର କରିବା ନିମନ୍ତେ ସେ ରାକ୍ଷସମାନଙ୍କ ସହାୟତା କାମନା କରେ । ସେ ଉଗ୍ରଦତଙ୍କୁ ଚେତାଇଦେଲା କି ଏକପାଦକୁ ମାରିବା ଏତେ ସହଜ ନୁହେଁ । କାରଣ ସିଏ ଯାହାର ରକ୍ତ ଦେଖିବ, ସିଏ ମରିଯିବ । ଆଉ ଯିଏ ତା’ର ରକ୍ତ ଦେଖିବ, ସିଏ ବି ମରିଯିବ । ତା’ପରେ… ବ୍ୟାଘ୍ରଚର୍ମଧାରୀଙ୍କ...

Read More

ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଖଡାଖ ବୈଶାଖଡ ମାସ । କଡାକଡି ଖରା ତାପରେ ଲୋକେ ସିଝି ଯାଉଛନ୍ତି । ଇଚ୍ଛା ହେଲେ ପବନ ଧଡାଧଡ ଚାଲେ, ନୋହିଲେ ନାହିଁ । ବିନା ମଶାରୀରେ ଗଡାପଡ ହେଲେ ଫଡାଫଡ ମଶା ଲାଗନ୍ତି । ତା ପରେ ଚଡାଚଡ ଚାପୁଡା ବି ଚାଲେ । ସଡାସଡ ଝାଳ ମଧ୍ୟ ବାହାରେ । ମନ ବିଷେଇ ଉଠେ ।                 ଆଗକୁ ଥାଏ ଚନ୍ଦନ ଯାତ । ଲୋକେ ମଉଜ କରିବାକୁ ସଜବାଜ ହେଉ ଥାନ୍ତି । ମହାକ୍ଷେତ୍ର ପୁରୀ, ଶ୍ରୀଧାମ, ଶଙ୍ଖନାଭି ମଣ୍ଡଳ । ସେଠି ପୁଣି ମହୋଦଧି ବି...

Read More

ଦୃଷ୍ଟିକୋଣ

ଯୁବରାଜ ସୁରସିଂହ ଯେତେବେଳେ ପିତାଙ୍କ ମୃତ୍ୟୁ ପରେ ଯଶୋଦାପୁର ରାଜ୍ୟର ସିଂହାସନରେ ବସିଲେ, ସେତେବେଳେ ତାଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ଉପରେ ବିଶେଷ ଭାବରେ ନିର୍ଭର କରିବାକୁ ପଡିଲା । ମନ୍ତ୍ରୀଙ୍କୁ ସୁରସିଂହଙ୍କ ପିତା ବିଶେଷ ଶ୍ରଦ୍ଧା କରୁଥିଲେ । ମନ୍ତ୍ରୀ ଯେ ଜଣେ ସୁଦକ୍ଷ ଶାସକ, ଏଥିରେ ବି ସନ୍ଦେହ ନଥିଲା । କିନ୍ତୁ ମନ୍ତ୍ରୀଙ୍କର ବଡ ଦୋଷ ହେଲା, ସେ କବିମାନଙ୍କୁ ମୋଟେ ପସନ୍ଦ କରୁ ନଥିଲେ ।                ...

Read More

ଲୀଳାବତୀ କଥା

ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ ଯାହା କରିବାର କଥା କରିବେ ।” ଲୀଳାବତୀ ତାହାପରେ କହାଣୀ...

Read More

ବିଷ୍ଣୁଙ୍କ ମାୟା

ବାଳକ ଧ୍ରୁବ କଠୋର ତପସ୍ୟାରେ ମଗ୍ନଥିଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଗ୍ନ କରିବାକୁ ମନସ୍ଥ କରି, ବିରୂଥ ନାମକ ଏକ ଗନ୍ଧର୍ବକୁ ରାକ୍ଷସ ରୂପରେ ସେଠାକୁ ପଠେଇଲେ । କିନ୍ତୁ ଅରଣ୍ୟରେ ଅନ୍ୟ ଜଣେ ମୁନି ଏହି ଛଦ୍ମବେଶ ଧାରଣ କଥା ଜାଣିପାରି ବିରୂଥଙ୍କୁ, ପ୍ରକୃତ ରାକ୍ଷସ ହୋଇଯିବା ପାଇଁ ଅଭିଶାପ ଦେଲେ । ଏହି ଅଭିଶାପର ପ୍ରଭାବରେ ବିରୂଥ ନିଜର ଦେବତ୍ୱ ହରେଇଲା । ରାକ୍ଷସ ଭାବେ ତା’ର ସବୁପ୍ରକାରର ପରିବର୍ତ୍ତନ ଘଟିଥିଲେ ମଧ୍ୟ...

Read More

ତାଳଗଛ ମୂଳେ!

ଅନେକ ଦିନ ତଳର କଥା । ରତ୍ନଗିରି ଗାଁରେ ପ୍ରତାପ ରାୟ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ନାମ ତା’ର ପ୍ରଭାକର । ପ୍ରତାପବାବୁ ଜାଣୁଥିଲେ, ପ୍ରଭାକର ଖୁବ୍ ବୁଦ୍ଧିମାନ ଓ ଭଲ ପିଲା । କିନ୍ତୁ ପାଠପଢା ଶେଷ ହେବା ପରେ ବେପାର ବଣିଜରେ ସେ ଯେତେ ମନଦେବ ବୋଲି ପ୍ରତାପବାବୁ ଆଶା କରୁଥିଲେ, ସେ ସେତେ ମନ ଦେଲା ନାହିଁ । ବାପାଙ୍କ ଖାତିର୍ରେ ସେ ଯାଇ ଗୋଦାମ ଘରେ ଓ ଦୋକାନରେ କିଛି କିଛି ସମୟ ବସେ, କିନ୍ତୁ...

Read More

ବିଡାଏ କାଠ

                ଗୋଟିଏ ଚାଷୀର ଚାରୋଟି ପୁଅ ଥିଲେ । ହେଲେ ସେମାନଙ୍କ ଭିତରେ କାହାରି ବି କାହା ସାଙ୍ଗରେ ମୋଟେ ପଡୁନଥିଲା । ଓଲଟି ସେମାନେ ଖାଲି ସବୁବେଳେ ନିଜ ଭିତରେ ଝଗଡା କରୁଥାନ୍ତି ।                 ଦିନେ ଚାଷୀ ଚାରୋଟି କାଠିର ଗୋଟିଏ ବିଡାନେଇ ଘରକୁ ଫେରିଲା । ତା’ର ପୁଅମାନଙ୍କୁ ପାଖକୁ ଡାକି ସେ କାଠିର ବିଡାଟିକୁ ଭାଙ୍ଗିବା ପାଇଁ କହିଲା । ପୁଅମାନେ ଯେତେ ଚେଷ୍ଟା କଲେବି ସେ ବିଡାକୁ ମୋଟେ ଭାଙ୍ଗି ପାରିଲେ...

Read More

ରୂପଧରଙ୍କ ଯାତ୍ରା

(ଅନେକ ବାଧାବିଘ୍ନ ଅତିକ୍ରମ କରି ଓ ଅଧିକାଂଶ ନୌକା ଓ ଲୋକଙ୍କୁ ହରାଇବା ପରେ ସେ ସୁକେଶିନୀ ନାମକ ଦେବୀଙ୍କ ଦ୍ୱୀପରେ ଆସି ପହଁଚିଲେ; ସେ ନିଜ ଅନୁଚରମାନଙ୍କୁ ଦୁଇଦଳରେ ବିଭକ୍ତ କରି ମାୟାବୀ ନାମକ ଅନୁଚର ଓ ସେ ନିଜେ ଦୁଇ ଦଳର ଦଳପତି ହେଲେ । ଦୂରରୁ ଦେଖାଯାଉଥିବା ଏକ ଘର ବିଷୟରେ ବୁଝିବାକୁ ଅନିଚ୍ଛା ସତ୍ତ୍ୱେ ମାୟାବୀ ତାର ଦଳକୁ ନେଇ ଗଲା । ଏହି ଘର ଦେବୀ ସୁକେଶିନୀଙ୍କର ଥିଲା । ସେ ପ୍ରଥମେ ବହୁତ ଆଦର ଯତ୍ନ କଲେ । କିନ୍ତୁ...

Read More

ବିଲୁଆର ଉପଦେଶ

ଦିନେ ବିଲୁଆଟିଏ ବୁଲୁ ବୁଲୁ ହଠାତ୍ କୂଅରେ ପଡିଗଲା । ତା’ପରେ ସେ ବିଲୁଆ ଯେତେ ଚେଷ୍ଟା କଲେବି କୁଅରୁ ଆଉ ବାହାରି ପାରିଲା ନାହିଁ । ଠିକ୍ ଏହି ସମୟରେ ଗୋଟିଏ ଛେଳି ସେ ବାଟେ ଯାଉଥିଲା । ସେ ବିଲୁଆକୁ କୂଅ ଭିତରେ ପଡିଥିବାର ଦେଖି ପଚାରିଲା, “ତୁ କାହିଁକି କୂଅରେ ପଡିଛୁ ।” ତହୁଁ ସେ ବିଲୁଆ ଛେଳିକୁ କହିଲା, “କେଉଁଠି ତ ଆଉ ପାଣି ମିଳୁନାହିଁ । ତେଣୁ ମୁଁ ଏଠି ଭଲ ପାଣି ଦେଖି ଏଠାକୁ ଚାଲିଆସିଛି । ତୁ ମଧ୍ୟ ଏଠାକୁ ଚାଲିଆ...

Read More

କରଜ ଅସୁଲ

ସୀତାପୁର ଗ୍ରାମରେ ପ୍ରଶାନ୍ତ ଆସି ବସବାସ କଲେ । ସେ ଟଙ୍କା ସବୁ ମୋଟା ସୁଧରେ କରଜ ଦିଅନ୍ତି ଓ ସେଥିରେ ଚଳନ୍ତି । ବେଶ୍ କିଛିଦିନ ସେ ଆରାମ୍ରେ ଚଳିଲେ । ଘର ତ ନିଜର ତେଣୁ ଭଡା ଦେବାକୁ ପଡୁନାହିଁ । କରଜ ଦେଇଥିବା ଟଙ୍କାରୁ ବେଶ୍ ମୋଟା ସୁଧ ମିଳେ । ତେଣୁ ଚଳିବାରେ ତାଙ୍କର କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେହି ଗ୍ରାମର ଅଧିକାଂଶ ଲୋକ ଦରିଦ୍ର । ଯାହା ରୋଜଗାର କରନ୍ତି ସେଥିରେ ପ୍ରତିଦିନର ଖର୍ଚ୍ଚକୁ ନିଅଂଟ ।...

Read More

କର୍ମ ହେଉଛି ଭଗବାନ୍

  ଆକବରଙ୍କ ଦରବାରରେ ବିରବଲ ଯେମିତି ଜଣେ ମନ୍ତ୍ରୀ ଥାଆନ୍ତି, ସେହିପରି ‘ମୁଲ୍ଲା-ଦୋ-ପ୍ୟାଜା’ ନାମକ ଜଣେ ବ୍ୟକ୍ତି ମଧ୍ୟ ମନ୍ତ୍ରୀ ଥାଆନ୍ତି । ‘ମୁଲ୍ଲା’ ଜଣେ ସୈନିକ ପରିବାରରୁ ଆସିଥାଆନ୍ତି । ବିରବଲ କିନ୍ତୁ ଜଣେ କୃଷକ ପରିବାରରୁ ଆସି ଥାଆନ୍ତି । ରାଜା ଆକବରଙ୍କର ବିରବଲଙ୍କ ପ୍ରତି ମାତ୍ରାଧିକ ସ୍ନେହ ମୁଲ୍ଲାଙ୍କୁ ଈର୍ଷାନ୍ୱିତ କରାଉଥାଏ । ମୁଲ୍ଲା କେମିତି ବିରବଲଙ୍କୁ ଅପମାନିତ କରିବେ ସବୁ ସମୟରେ ସୁଯୋଗ ଖୋଜୁ ଥାଆନ୍ତି...

Read More

ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ

 “ଆଶୀର୍ବାଦ ବିନା କେହି ଜଣେ କେବେ ହୋଇପାରି ନାହିଁ ବଡ ମଣିଷ ସ୍ୱାମିଜୀ ବି ଦିନେ ବଡ ହୋଇଥିଲେ ଲଭି ଗୁରୁଜନଙ୍କର ଆଶିଷ । ଡରୁଥିଲେ ଯିଏ ଭାଷଣ ଦେବାକୁ ମହା ମହା ଜ୍ଞାନୀ ଜ୍ଞାନୀ ବର୍ଗେ ଓଜଃସ୍ୱିନୀ ଭାଷଣରେ କାବୁ କରି ଠିଆ ହୋଇଗଲେ ସଭିଙ୍କ ଆଗେ ।” ଚିକାଗୋଠାରେ ବିଶ୍ୱଧର୍ମ ସମ୍ମିଳନୀର ଘଟଣା । ସେଠାରେ ଅନେକ ଖ୍ୟାତିସମ୍ପନ୍ନ ବିଦ୍ୱାନ ନିଜ ନିଜ ଧର୍ମର ଧ୍ୱଜା ଉଡାଇବାର କାର୍ଯ୍ୟକ୍ରମ ଥାଏ । ଏହି ଖବର ଶୁଣି କେତେକ ଇଣ୍ଡିଆନ...

Read More

ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା

    ଧର୍ମର ମହିମା ବଖାଣି ଦେଶବିଦେଶେ     ହିନ୍ଦୁଧର୍ମ ଭାଗବତ୍ ଗୀତା ଗ୍ରନ୍ଥକୁ ରଖିଲେ ସବୁଠୁ ଶୀର୍ଷେ ।     ଦେଶପ୍ରେମ ଦୀପ ଜାଳି ଦେଇଥିଲେ ଦେଶବାସୀଙ୍କର ମନରେ ଦିନେ     ସିଏ ଥିଲେ ସ୍ୱାମୀ ବିବେକାନନ୍ଦ ଯେ ପଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।                 ସ୍ୱାମୀ ବିବେକାନନ୍ଦ କେବଳ ଆମ ଇଣ୍ଡିଆ କାହିଁକି ସମଗ୍ର ବିଶ୍ୱରେ ଜଣେ ଅପ୍ରତିଦ୍ୱନ୍ଦୀ ଆଧ୍ୟାତ୍ମିକ ନେତା ଥିଲେ । ୧୮୯୩ ମସିହା ସେପ୍ଟେମ୍ବର ମାସରେ...

Read More

ଅଂଶୁଘାତ ବୁଢା ଭିକାରି

ଭିକାରି ବୁଢାଟିଏ । ଗାଆଁ ଗାଆଁ ଭିକ ମାଗି ଚଳେ । ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ । ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତସିଆଁ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା । ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ । ସେ ଭିକାରି ବୁଢାଟିର ଘର ସ୍ୱର୍ଣ୍ଣପୁର ଗାଆଁରେ । ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନାହିଁ । ଝିଅକୁ ଦି’ ବରଷ ବେଳେ ହଇଜାରେ ସ୍ତ୍ରୀ ଆଖି ବୁଜିଲା । ବନ୍ୟାରେ ତା’ ଘର ଖଣ୍ଡିକ ବି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ