ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୁଲାପଣ

ଲକ୍ଷ୍ମଣସେଠ୍ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବାକୁ ଗଲେ । ପାଖ ଗ୍ରାମରେ ଥିବା ତାଙ୍କର ବନ୍ଧୁ ବୀରସେଠଙ୍କ ସହିତ ବାଟରେ ଦେଖା ହେଲା । ସେ କହିଲେ, “ଶୁଣିଲି, ତୁମ ଘରେ ଚୋର ତିନିଥର ଚୋରୀ କରିଛି । କ’ଣ ଏକଥା ସତ?”

                ଲକ୍ଷ୍ମଣସେଠ୍ କହିଲେ “ହଁ ସତ ।”

                ବୀରସେଠ ପଚାରିଲେ “ଚୋର ସିନ୍ଦୁକ ଭାଙ୍ଗିବା ବେଳେ ତମେ ନିଦରୁ ଉଠିପଡିଲ ନାହିଁ?”

                ତହୁଁ ଲକ୍ଷ୍ମଣସେଠ୍ କହିଲେ “କିପରି ଉଠିବି? ମୋ ତକିଆ ତଳୁ ଚାବିଟି ଚୋର ଚୁପ୍ ଚାପ୍ ନେଇ ସିନ୍ଦୁକ ଖୋଲିଲା ।” ବୀରସେଠ ପଚାରିଲେ “ଚାବି ସବୁବେଳେ ତକିଆ ତଳେ କାହିଁକି ରଖୁଛ?” ଲକ୍ଷ୍ମଣସେଠ୍ ପୁଣି କହିଲେ, “ତକିଆ ତଳେ ନ ରଖି ଅନ୍ୟ ସ୍ଥାନରେ ମଧ୍ୟ ରଖୁଥିଲି ।”

                ବୀରସେଠ ପଚାରିଲେ “ତେବେ ଚୋର ସେକଥା କିପରି ଜାଣିଲା?”

                ଲକ୍ଷ୍ମଣସେଠ୍ ଲଜ୍ଜିତ ହୋଇ କହିଲେ “ମୋ ଭୁଲାପଣରୁ ଚୋର ମୋତେ ସର୍ବସ୍ୱାନ୍ତ କଲା । ମୁଁ କାଳେ ଭୁଲିଯିବି ବୋଲି ଗୋଟିଏ କାଗଜରେ ଲେଖି ରଖିଥିଲି କି ଚାବିଟି ମୁଁ ବହି ଆଲମିରା ଉପରେ ରଖିଛି । ତା’ପରେ କାଗଜଟି ତକିଆ ତଳେ ରଖିଥିଲି । ଚୋର ସେଇଟି ନେଇ ପଢି ଚାବିଟି ପାଇଲା ଓ ଆରାମ୍ରେ ସବୁ କିଛି ଚୋରୀ କରି ନେଲା ।”

                ଏକଥା ଶୁଣିବା ପରେ ବୀରସେଠ ଲକ୍ଷ୍ମଣସେଠ୍ ଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଓଲଟି ହସି ହସି ବେଦମ୍ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ