ମହାଭାରତ

ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ  ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ “ମହାଭାରତ” ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ ।  ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ ।  ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଧର୍ମ ଅର୍ଥାତ୍ ସତ୍ ଗୁଣ; ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି । ଧର୍ମର ଅନ୍ୟନାମ ସତ୍ କର୍ମ; ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦୋଶକୁ ଜଳାଇ ଦେଇପାରେ ଏଠାରେ ଦୋଷ ନିଆଁର  ନୁହେଁ ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର; ତେଣୁ ମନ୍ଦ ଉଦ୍ଧେଶ୍ୟ ହେଉଛି ପାପ ବା କୁକର୍ମ । ଯଦି ଧର୍ମ ନାମରେ କୁକର୍ମ କରଯାଏ ତାହା ଧର୍ମ ନୁହେଁ ତାହା ମଧ୍ୟ କୁକର୍ମ । ଧର୍ମନାମରେ କିଛିଲୋକ ନିଜ ନିଜ ଧାର୍ମିକ ବେପାର ଖୋଲି ବସିଛନ୍ତି । ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି; ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ, କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି ତାହା ଧର୍ମ ନୁହେଁ, ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ । ଯଦି ସତ୍ କର୍ମ ହିଁ ଧର୍ମ ହୁଏ ତେବେ ସତ୍ କର୍ମ କରିବା ପାଇଁ କୌଣସି ଧର୍ମର ଆଳ ନେବାର କୌଣସି ଅବଶକ୍ୟତା ନାହିଁ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ