ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା

ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ ଈଶ୍ୱରଙ୍କ ଦର୍ଶନ କରିପାରିବ । ତେଣୁ ମନୁଷ୍ୟ ସମାଜରେ ବର୍ତ୍ତମାନ ଯୁଗରେ ଆମେ ଦୁଇଟି ଦୃଷ୍ଟି କୋଣ ଦେଇ ଦୁନିଆକୁ ଦେଖି ଆସୁଛୁ, ଗୋଟେ ହେଉଛି, ଅଯୌକ୍ତିକ ସଂଗଠିତ ଧାର୍ମିକ ଆସ୍ଥା ଦ୍ୱାରା ଯାହା ବିନା ପ୍ରମାଣ, ବିନା ତର୍କ, ବିନା ଅନୁସନ୍ଧାନ, ବିନା କାରଣ, ବିନା ଅବଲୋକନ, ବିନା ବିସ୍ଲେସଣ ଏବଂ ବିନାପ୍ରମାଣ ଦ୍ୱାରା ଅନ୍ଧ ଭାବରେ ବିସ୍ଵାଶ କରାଯାଏ ଏବଂ ଅନ୍ୟଟି କଠୋର ତାର୍କିକ ତଥା ବୈଜ୍ଞାନିକ ମାଧ୍ୟମ ଦ୍ୱାରା ଯାହା ତର୍କ, ଅନୁସନ୍ଧାନ, କାରଣ, ଅବଲୋକନ, ବିସ୍ଲେସଣ ଏବଂ ପ୍ରମାଣ ପରେ ବିସ୍ଵାଶ କରାଯାଏ । ଗଣେଶ ଶିବ ପାର୍ବତୀଙ୍କ ଶାରରୀକ ସମ୍ପର୍କରୁ ଜାତ ପୁଅ ନୁହେଁ । ଶିବ ପାର୍ବତୀ ପୌରାଣିକ କାହାଣୀର ଅନେକ ରୂପାନ୍ତରଣ ଅଛି କିନ୍ତୁ ସବୁ ରୂପାନ୍ତରିତ କାହାଣୀରେ ଗଣେଶଙ୍କୁ ଶିବ ପାର୍ବତୀଙ୍କର ସନ୍ତାନ ରୂପେ ମାନ୍ୟତା ଦିଆଯାଇଛି । ଅନେକ କାହାଣୀରେ ଗଣେଶଙ୍କ ଜନ୍ମ ଶିବ ପାର୍ବତୀଙ୍କ ସଂଭୋଗରୁ ନୁହେଁ ବୋଲି ବଳିଷ୍ଠ ପ୍ରମାଣ ଅଛି । ପାର୍ବତୀଙ୍କ ଦେହର ମଳିରୁ ଗଣେଶଙ୍କ ଜନ୍ମ ବୋଲି ଅନେକ ପୌରାଣିକ ରୂପାନ୍ତରିତ କାହାଣୀ ମତ ବ୍ୟକ୍ତ କରନ୍ତି । ତେଣୁ କହିବାକୁ ଗଲେ ଗଣେଶ ଶିବଙ୍କର ଜୈବିକ ପଦ୍ଧତିରେ ଜନ୍ମିତ ପୁତ୍ର ନୁହନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ