ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ୍ୟର ମୂଲ୍ୟ

     ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି ।

       ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା ଲାଗି ରହିଥାଏ । ହଠାତ୍ ରାତି ଅଧରେ ବୁଢୀର ଦାଣ୍ଡଦୁଆରେ କିଏ ଖଟ୍ ଖଟ୍ ଶବ୍ଦ କଲା । ହଠାତ୍ ବୁଢୀର ନିଦ ଭାଙ୍ଗିଗଲା । ଦ୍ୱାର ଖୋଲି ଦେଖିଲା ବେଳକୁ ଦୁଇଜଣ ସନ୍ନ୍ୟାସୀ ଠିଆ ହୋଇଛନ୍ତି ।

       ବୁଢୀକୁ ଦେଖି ସନ୍ନ୍ୟାସୀ ଦୁହେଁ କହିଲେ, “ମାଉସୀ ! ଆମେ ଦୁହେଁ ସଂସାର ତ୍ୟାଗୀ ସନ୍ନ୍ୟାସୀ । ତୀର୍ଥଯାତ୍ରାରେ ଯିବାପାଇଁ ବାହାରିଛୁ । ବାଟରେ ବର୍ଷା ହେବାରୁ ତୁମ ଘରେ ରହି ରାତିଟା ଆଶ୍ରୟ ନେବାକୁ ଚାହୁଁଛୁ । ବର୍ଷା ଛାଡିଗଲା ପରେ ଆମେ ଆମ ବାଟରେ ଚାଲିଯିବୁ ।”

       ସନ୍ନ୍ୟାସୀଙ୍କ ଠାରୁ ଏଭଳି କଥା ଶୁଣି ବୁଢୀମନରେ ଦୟା ଆସିଲା । ଦୁହିଁଙ୍କର ବିଶ୍ରାମ ପାଇଁ ସେ ଯୋଗାଡ କରିଦେଲା । ଦୁହେଁ ବିଶ୍ରାମ ନେଲେ । ରାତି ପାହିଲା ବେଳକୁ ବର୍ଷାବି ଛାଡି ଯାଇଥାଏ । ସନ୍ନ୍ୟାସୀ ଦୁହେଁ ସେଠାରୁ ଚାଲିଯିବାକୁ ବାହାରିଲେ । ଗଲାବେଳେ ବୁଢୀକୁ ଝୁଲାମୁଣିଟିଏ ଦେଇ କହିଲେ, “ମାଉସୀ ! ଏଇଟିକୁ ଟିକିଏ ସାବଧାନରେ ରଖିଥିବ । ତୀର୍ଥରୁ ଫେରିଲା ପରେ ଆମେ ଆସି ଏଠାରୁ ନେଇଯିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ