ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିନି ତ୍ୟାଗୀ

ମନ୍ଦାକିନୀ ସଙ୍ଗେ ସଙ୍ଗେ ରାକ୍ଷସକୁ କହିଲେ, “ହେ ରାକ୍ଷସୋତମ, ମୋର ଶପଥ ଥିଲା ଚନ୍ଦ୍ରପୁରର ରାଜା ନୁହେଁ ଚନ୍ଦ୍ରପୁରର ରାଜା ଚନ୍ଦ୍ରସେନଙ୍କୁହିଁ ବିବାହ କରିବି । ଯଦି ଏକଥା ତାଙ୍କର ପସନ୍ଦ ନୁହେଁ, ତେବେ ଶିବଦତଙ୍କୁ ଛାଡିଦିଅ । ମୋତେ ଓ ଚନ୍ଦ୍ରସେନକୁ ଖାଇଦିଅ । ତେବେ ବଂଚିବା ଅବସ୍ଥାରେ ଯାହାକୁ ମୁଁ ପାଇ ନ ପାରିଲି, ଅନ୍ତତଃ ମରିବା ଅବସ୍ଥାରେ ତାହା ତ ପାଇବି ।”

ରାଜକୁମାରୀଙ୍କ କଥା ଶୁଣି ସେ ରାକ୍ଷସ ଆହୁରି ବିସ୍ମିତ ହୋଇ କହିଲା, “ମୁଁ ଆଜିପର୍ଯ୍ୟନ୍ତ ଜାଣିଥିଲି କି କେବଳ ଶାରିରୀକ ନୁହେଁ ମାନସିକ ଭାବରେ ମଧ୍ୟ ମନୁଷ୍ୟ ଅତ୍ୟନ୍ତ ଦୁର୍ବଳ । ମୁଁ ଭାବିଥିଲି ମନୁଷ୍ୟ ସ୍ୱାର୍ଥୀ ଓ ଅନ୍ୟକୁ କଷ୍ଟ ହେଲେ ସେ ବହୁତ ଖୁସି ହୁଏ । କିନ୍ତୁ ତୁମ ତିନି ଜଣକୁ ଦେଖିବା ମାତ୍ରେ ମୁଁ ବୁଝୁଛି ଯେ ମଣିଷ ମଧ୍ୟରେ ଯେତେ ଦୁର୍ଗୁଣ ଥାଉ ନା କାହିଁକି ସଦ୍ଗୁଣ ମଧ୍ୟ କିଛି ଥାଏ । ଶିବଦତ ମଧ୍ୟରେ ପ୍ରଭୂଭକ୍ତି ଅଛି । ତୁମ ମଧ୍ୟରେ ନିଜର ସେବକ ପ୍ରତି ଆଦର, ପ୍ରେମ ତଥା ଅନୁରାଗ ଭରି ରହିଛି । ରାଜକୁମାରୀ ମଧ୍ୟ ନିଜର ସତ୍ୟବାକ୍ୟ ପାଇଁ ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ । ଏସବୁ ମହାନ୍ ସତ୍ୟକୁ ଜାଣିବା ପରେ ମଧ୍ୟ ତୁମେ କୁହ କେଉଁ ବିବେକରେ ମୁଁ ତୁମମାନଙ୍କୁ ମାରି ଖାଇବି? ଶିବଦତ, ଯିଏକି ନିଜର ପ୍ରଭୁଙ୍କ ପାଇଁ ପ୍ରାଣପାତ କରୁଛି; ରାଜା ଯିଏକି ତାଙ୍କ ସେବକ ପାଇଁ ନିଜର ପ୍ରାଣ ସୁଧା ଉତ୍ସର୍ଗ କରୁଛି, ଆଉ ଏହି ରାଜକନ୍ୟା ନିଜର ପ୍ରେମର ଶପଥ ଯୋଗୁଁ ମରିବାକୁ ମଧ୍ୟ ପ୍ରସ୍ତୁତ । ମୁଁ କାହାକୁ ଖାଇବି । ରାକ୍ଷସ ହେଲେ ମଧ୍ୟ ମୁଁ ଏତେବି ନୀଚ ଓ ପାଷାଣ୍ଡ ନୁହେଁ । ମୁଁ ତିନିଜଣଙ୍କୁ ଖୁସିରେ ଛାଡି ଦେଉଛି ।” ଏତିକି କହି ସେ ରାକ୍ଷସ ଆକାଶମାର୍ଗରେ ଉଡିଯାଇ କୁଆଡେ ଅଦୃଶ୍ୟ ହୋଇଗଲା ।

ବେତାଳ ତା’ କାହାଣୀଟି ଶୁଣାଇ ସାରି ପଚାରିଲା, “ରାଜନ୍, ଶିବଦତର ବ୍ୟବହାରରେ ମୋର କାହିଁକି କେଜାଣି ଟିକେ ସନ୍ଦେହ ଆସୁଛି । ସେ ଯଦି ପ୍ରକୃତ ରାଜଭକ୍ତ ହୋଇଥା’ନ୍ତା ତେବେ ସେ ପ୍ରଚଣ୍ଡଙ୍କ ନିକଟରେ ହାରି ଯାଇଥା’ନ୍ତା ଏବଂ ରାଜା ଚନ୍ଦ୍ରସେନଙ୍କ ସର୍ତ୍ତ ଅନୁସାରେ ସେ ନିଜେ ଉକ୍ତ ରାକ୍ଷସର ଆହାର ହୋଇଥା’ନ୍ତା । କିନ୍ତୁ ସେ ସମସ୍ତ ପ୍ରକାର ଚେଷ୍ଟାକରି ପ୍ରଚଣ୍ଡକୁ ହରାଇଲା ଯଦ୍ୱାରା ରାଜା ରାକ୍ଷସର ଆହାର ହେବେ । ମନ୍ଦାକିନୀ ନ ଥିଲେ ଶିବଦତ ହୁଏତ ରାଜା ହୋଇଥା’ନ୍ତା ଓ ରାଜାଙ୍କୁ ରାକ୍ଷସ ଖାଇଥା’ନ୍ତା । ମୋର ଏସବୁ ସନ୍ଦେହକୁ ସମାଧାନ କର । ସମାଧାନ କରିବାର ଶକ୍ତି ଥାଇ ଯଦି ତମେ ନ କରିବ, ତେବେ ତୁମର ଶିର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ କହିଲେ, “ବୀରଶୁର, ପ୍ରଭୁଭକ୍ତି-ପରାୟଣ ବ୍ୟକ୍ତି କେବେ ମଧ୍ୟ ନିଜର ଭଲ ଦେଖନ୍ତି ନାହିଁ । ସେମାନେ କେବଳ ରାଜ୍ୟର ଲୋଭ ପାଇଁ ସବୁ କରନ୍ତି ନାହିଁ । ସେମାନେ ରାଜ୍ୟ ବା ଦେଶର ମଙ୍ଗଳ ଓ ସୁଖ୍ୟାତି ପାଇଁ ଜୀବନ ଉତ୍ସର୍ଗ କରନ୍ତି । ଶିବଦତ ପ୍ରଚଣ୍ଡଙ୍କୁ ନ ହରାଇଲେ ଚନ୍ଦ୍ରପୁର ରାଜ୍ୟର ସମ୍ମାନ ମାଟିରେ ମିଶିଯାଇଥାନ୍ତା । ଅବଶ୍ୟ ପ୍ରଚଣ୍ଡଙ୍କୁ ହରାଇବା ଦ୍ୱାରା ରାଜାଙ୍କ ଜୀବନ ବିପଦାପନ୍ନ । କିନ୍ତୁ ରାକ୍ଷସର ବ୍ୟବହାରରୁ ସେ ଜାଣିଛି ଯେ ରାକ୍ଷସ ଦୟାକୁ ଓ ନ୍ୟାୟକୁ ମୂଲ୍ୟ ଦିଏ, ସେ ଏତେ ବି ନିଷ୍ଠୁର ନୁହେଁ । ତେଣୁ କେବଳ କ୍ଷୁଧା ପାଇଁ ସେ କୌଣସି ପୈଶାଚିକ କାଣ୍ଡ କରି ବସିବ ନାହିଁ । ଏହି ବିଶ୍ୱାସ ଶିବଦତର ଥିଲା । ମୋ ଦୃଷ୍ଟିରେ ସେ ତିନିଜଣ ଯାକ ତ୍ୟାଗୀ ଓ ମହାନ୍ ।”

ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେବେତାଳ ଶବସହିତ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ