ହେ ତପସ୍ୱୀ ଆମ୍ଭେମାନେ ତୁମ କଥାରେ ଏକମତ ହେଲୁ ମୃଗ ଦିଅ । ରାଜପୁତ୍ରମାନଙ୍କ କଥା ଶୁଣି ତପସ୍ୱୀ, କହିଲେ କଥାରେ କହିଲେ ହେବ ନାହିଁ । ତୁମ୍ଭ ଅଙ୍ଗରେ ମୁଁ ଗୋଟିଏ ଚିହ୍ନ ଦେବି । ତୁମ୍ଭେମାନେ ଦେଖ ମୋର ଲୁହା ଚିମୁଟା ତତାଇ ମୁଁ ତୁମ୍ଭ ଅଙ୍ଗରେ ଚିହ୍ନ ଦେବି । ସେ ଚିହ୍ନ ତୁମ୍ଭ ଶରୀରରେ ଥିବା ପର୍ଯ୍ୟନ୍ତ ଭୂତ ପ୍ରେତ ଭୟରୁ ତୁମ୍ଭେମାନେ ଉଦ୍ଧାର ପାଇବ । ରାଜପୁତ୍ରମାନେ ବିଚାର କଲେ ପିଚାରେ ବସ୍ତ୍ର ରହିବ । ତପସ୍ୱୀ ଦାଗ ନେଲେ କିଏ ବା ଦେଖିବ । ସମସ୍ତ ପୁତ୍ରମାନେ ବସ୍ତ୍ର ଖୋଲି ପିଚା ଦେଖାଇଲେ । କପଟି ତପସ୍ୱୀ ଚିମୁଟା ତତାଇ ଦାଗଦେଲେ । ତପସ୍ୱୀ ସେମାନଙ୍କୁ ମୃଗ ଗୋଟିଏ ଦେଲେ । ମୃଗଟିକୁ ଧରି ଗୃହକୁ ପ୍ରତ୍ୟାବର୍ତନ କଲେ । ନିମନ୍ତ୍ରଣ ପାଇଥିବା ରାଜାମାନେ ଗୃହରେ ମିଳିଲେ । ବିକ୍ରମାଦିତ୍ୟ ମଧ୍ୟ ମାୟା ତପସ୍ୱୀ ବେଶ ତେଜ୍ୟାକରି ରାଜାବେଶ ପରିଧାନ କରିବା ସହିତ ଶିବିକାରେ ବସାଇ ରାଣୀଙ୍କୁ ଧରି ଦାସଦାସୀମାନଙ୍କ ସଙ୍ଗରେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଲେ । ସେ ରାଜ୍ୟର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ ଏଇତ ଆମ୍ଭର ରାଜଜେମା । ମନୋରମାଙ୍କର ପିତା ମାତା କନ୍ୟାକୁ ଦେଖି ଆନନ୍ଦ ହେଲେ । ଅତି ସ୍ନେହରେ କନ୍ୟାକୁ କୋଳରେ ବସାଇ ମୁଖରେ ଚୁମ୍ବନ ଦେଲେ ଓ କୁଶଳ ବାର୍ତା ପଚାରିଲେ । ମନୋରମାଙ୍କର ଭାଇମାନେ ଭଉଣୀକୁ ଦେଖି ପୂର୍ବ ଶତ୍ରୁତା ପାଶୋରି ଆଦର କଲେ । ଭାଉଜମାନେ ମଧ୍ୟ ଈର୍ଷା ତ୍ୟାଗ କରି ନଣନ୍ଦକୁ କୋଳାଇ ନେଲେ । ସରପୁଳି ସାଙ୍ଗରେ ମିଷ୍ଟାନ୍ନ ଖୁଆଇଲେ । ମନୋରମା ଏମାନଙ୍କର ବ୍ୟବହାର ଦେଖି ହସି ଉଠିଲେ । ଶ୍ରାଦ୍ଧକାର୍ଯ୍ୟ ରାଜା ଆୟୋଜନ କଲେ । ପାତ୍ରମନ୍ତ୍ରୀମାନେ ସହଯୋଗ କଲେ । ମରାଠା ନୃପତିଙ୍କର ଏକୋଇଶ ନନ୍ଦନ । ଏକୋଇଶ ବନ୍ଧୁ । ସମସ୍ତେ ସଭାମଧ୍ୟରେ ଉପସ୍ଥିତ ହେଲେ । ଠିକ୍ ଏହି ସମୟରେ ରାଜା ବିକ୍ରମାଦିତ୍ୟ ଶ୍ରାଦ୍ଧରେ ଆସି ଯୋଗ ଦେଲେ । ଶରୀରରୁ ଜ୍ୟୋତି ବାହାରୁ ଥିଲା । କର୍ଣ୍ଣରେ କୁଣ୍ଡଳ ମସ୍ତକରେ ମୁକୁଟ ଶୋଭା ଦିଶୁଥିଲା । ଶାଳକମାନଙ୍କର ଗୁପ୍ତ କଥା ପ୍ରକାଶ କରିବାପାଇଁ ସେ ଲୌହ ଚିମୁଟାଟିକୁ ଗୁପ୍ତରେ ଆଣିଛନ୍ତି । ଅଶ୍ୱପୃଷ୍ଠରେ ବସି ରାଜା ଆସିଛନ୍ତି । ସଭାରେ ବିରାଜ କରିଥିବା ରାଜାଗଣ ଓ ତାଙ୍କର ବନ୍ଧୁମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଶୂନ୍ୟରୁ ବିକ୍ରମାଦିତ୍ୟ ଓହ୍ଲାଇ ସଭାରେ ପହଁଚିଲେ । ରାଜାମାନେ ବିକ୍ରମାଦିତ୍ୟଙ୍କୁ ଦେଖି ଚିହ୍ନି ପାରିଲେ ନାହିଁ । ବେତାଳ କହିଲେ ହେ ନୃପତି ଗଣ! ତୁମେ ଭୟଭୀତ ହୁଅ ନାହିଁ । ଏ ଉଜ୍ଜୟିନୀର ମହାମାନ୍ୟ ସମ୍ରାଟ ବିକ୍ରମାଦିତ୍ୟ । ନୃପଗଣ ତାଙ୍କର ପରିଚୟପାଇ ପଦବନ୍ଦନା କଲେ । ମରାଠା ନୃପତି ମଧ୍ୟ ତାଙ୍କର ପଦ ବନ୍ଦନା କଲେ । ରାଜା ବିଳମ୍ବ ନକରି ଆସନରୁ ଉଠି ସିଂହାସନ ଉପରେ ଉପବେଶନ କଲେ । ବିକ୍ରମାଦିତ୍ୟଙ୍କ ରୂପଦେଖି ନାରୀମାନେ କନ୍ଦର୍ପ ବାଣରେ ପୀଡିତ ହେଲେ । ରମଣୀମାନେ ନିର୍ନିମେଷ ନୟନରେ ତାଙ୍କର ରୂପଲାବଣ୍ୟକୁ ଦରଶନ କରୁଥାନ୍ତି । ତାଙ୍କର ରୂପ ଚାହିଁ ସକଳ ନାରୀଗଣ ଲଜ୍ଜିତ ହେଲେ କିନ୍ତୁ କିଛି କହିପାରିଲେ ନାହିଁ । ନାରୀମାନେ କହିଲେ କୋଟିଏ ଶିବ ସେବା କରିଥିବ କିମ୍ବା ପ୍ରୟାଗରେ ଯେ ଝାସ ଦେଇଥିବ ସେ ଏ ପୁରୁଷର ହସ୍ତ ଧରିବ । ଧନ୍ୟ କନ୍ୟା ମନୋରମା, କେତେ ତପ କରିଥିଲା ବରରୂପେ ଏହାକୁ ପାଇଲା । ବିକ୍ରମାଦିତ୍ୟଙ୍କ ରୂପ ଦେଖି କେଉଁ ନାରୀ ରନ୍ଧନ କରୁଥିବା ଦ୍ରବ୍ୟ ପୋଡିଦେଲା । ଆନ କେହୁ ଚୁଲି ଲିଭିଛି ଜାଣେନା ରନ୍ଧନ କରିବାରେ ବ୍ୟସ୍ତ । କେହୁ ରାନ୍ଧିଥିବା ଦ୍ରବ୍ୟମାନେ କୁକୁର ହାଣ୍ଡିରୁ ଖାଇଲାଣି ସେ ଜାଣିପାରୁ ନାହିଁ । ଏହି ସମୟରେ ବିକ୍ରମାଦିତ୍ୟ ସଭାରେ ପହଁଚିଗଲେ । ମରାଠା ନରପତି ତାଙ୍କୁ ସମ୍ମାନ ଜଣାଇ କହିଲେ ହେ ରାଜା ବିକ୍ରମାଦିତ୍ୟ ସମସ୍ତ ଜ୍ୱାଇଁଙ୍କ ମଧ୍ୟରେ ତୁମ୍ଭେ ଶ୍ରେଷ୍ଠ । ମୋର ବଡ ଭାଗ୍ୟ ମୁଁ ତୁମ୍ଭର ଶ୍ୱଶୁର ହୋଇପାରିଛି । ମୋର କନ୍ୟା ମନୋରମା ବରଣ କଲାବେଳେ ମୁଁ ତୁମ୍ଭଙ୍କୁ ଜାଣିପାରି ନଥିଲି । ତମ୍ଭେ ମୋର ଦୋଷ କ୍ଷମାକର । ବିନା ନିମନ୍ତ୍ରଣରେ ତୁମ୍ଭେ ଆସିଛ । ମୁଁ ବଡ ଆନନ୍ଦିତ । ରାଜା ବିକ୍ରମାଦିତ୍ୟ କହିଲେ ମୁଁ ତୁମ୍ଭର ପିତୃଶ୍ରାଦ୍ଧ ଭୋଜି ଖାଇବାକୁ ଆସି ନାହିଁ । ଅପମାନର ପ୍ରତିଶୋଧ ନେବାକୁ ଆସିଛି । ମରାଠା ନୃପତିଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭ ଗୃହରେ ମୋର ଦାସମାନେ ଅଛନ୍ତି । ମରାଠା ନୃପତି କହିଲେ କୁହନ୍ତୁ ମୋ ନଗରରେ କେ ତୁମ୍ଭର ଦାସ ଅଛି କହିଲେ ମୁଁ ତୁମ୍ଭ ପାଖକୁ ଡକାଇ ଦେବି ।
ପିତୃଙ୍କର ଶ୍ରାଦ୍ଧ ଭୋଜି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଘୋଡାର ପ୍ରକୃତ ମାଲିକ
- ମାତୃଭକ୍ତ ପରଶୁରାମ
- ମାଙ୍କଡ ଏବଂ ଘଂଟି
- ସୁବର୍ଣ୍ଣହଂସ ଜାତକ
- ବିଷବୃକ୍ଷ
- ଇର୍ସା ଅନର୍ଥର ମୂଳ କାରଣ
- ବନପରୀ
- ବିପଦକୁ ମୁକାବିଲା
- କୁକୁର ଶିଖେଇଲା ବୁଦ୍ଧି
- ଲୋଭ ମରଣର କାରଣ
- ସିଂହର ଛୁଆ
- ପକ୍ଷୀପାଗଳ ବାଳକ
- ମୂଲ୍ୟ
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ଦରିଦ୍ର ରାଜା
- ମନ୍ତ୍ରୀଙ୍କ ଯୁକ୍ତି
- ପ୍ରକୃତ ପୂଜକ
- ସ୍ତ୍ରୀ କାହାର
- ବିଶ୍ୱର ମଙ୍ଗଳ
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ଯେମିତି ଅନ୍ନ ସେମିତି ମନ
- ହୁସ୍ ହୁସ୍
- ବୃଦ୍ଧ ହୋଇ ମରିବା
- ଧନର ମୂଲ୍ୟ
- ଭୁଲ୍ ବୁଝିଲା ବିନୟ
- ବର ନିର୍ବାଚନ
- ଧୂସର ଦୁର୍ଗ
- ଚିତ୍ରଲେଖା କଥା
- ମହାଭାରତ
- କଥା କହୁଥିବା ଗୁମ୍ଫା
- ନ୍ୟାୟପୀଠ
- ଏକ ବୃଦ୍ଧ ବଣିକର କାହାଣୀ
- ବେତାଳ ଗୁପ୍ତ ରହଣୀ
- ଶିବ ପୁରାଣ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ଶେଷ ମୁହୂର୍ତ୍ତର ସାଥି
- ଈର୍ଷାପରାୟଣ ସଭ୍ୟ
- ମୌନାବତୀ କଥା
- କୁଜାର ଭେଳିକି କାରସାଦି
- କୁହୁକ ହାଣ୍ଡି
- ଶୃଗାଳ ଏବଂ ବାଦ୍ୟ କଥା
- ବିଷ୍ଣୁ ପୁରାଣ
- ଭୂବନ ସୁନ୍ଦରୀ
- ବେଙ୍ଗ ରାଜକୁମାର
- ବଣ ଆମର ବନ୍ଧୁ
- ଆମ ସଂସ୍କୃତି
- ଜ୍ଞାନ ଓ ଭାଷଣ
- ତିନି ସାଧୁ ଓ ଭଗବାନ
- ରାଜମୁକୁଟ
- ଅଧର୍ମ ବିତ୍ତ
- ସାପ ଏବଂ ବେଙ୍ଗକଥା
- ରାଣୀ ପସନ୍ଦ
- ଅତି ଚତୁର
- ରାଜାଙ୍କର କୋଷ୍ଠ ସାଫ୍
- ବିଚାର କରି କାମ କଲେ ତାହା ହିତକର ହୁଏ
- ସ୍ୱର୍ଗ ରାଜାଙ୍କ ଶୁଆ
- ରୂପ-ସୁନ୍ଦରୀ କଥା
- ପିଲାମାନେ ଓ ବେଙ୍ଗ
- ବୁଦ୍ଧି ପରୀକ୍ଷା
- ଯେସାକୁ ତେସା
- କୀର୍ତ୍ତି ସିଂହ
- ନିଷ୍ପତି ବଦଳ
- ଅହଂକାର
- ଯମୁନା ନଦୀର କାନ୍ଦ
- ସର୍ବୋଚ୍ଚ ନ୍ୟାୟାଳୟ
- ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା
- କଲ୍ୟାଣୀର ପରିଣୟ
- ବଦଭ୍ୟାସ
- ଗୁରୁଜନଙ୍କ ଆଶୀର୍ବାଦ
- ପିତା ଓ ପୁତ୍ର
- ତଥାସ୍ତୁ ଦେବତା
- ଶ୍ରୀ ଲୋକନାଥ
- ପାଷାଣ ବୋହୂ
- ବିଲୁଆର ଉପଦେଶ
- ପୁଣ୍ୟବାନ୍
- ପୂର୍ଣ୍ଣବାବୁଙ୍କ ସମସ୍ୟା
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ମୁଖିଆଙ୍କର କୁକାର୍ଯ୍ୟ
- ବିଷମ ପରୀକ୍ଷା
- ଟଙ୍କା ଥଳୀଟି କାହାର?
- ଫଳରେ ଆଶା ରଖିବାନି
- ବୀଣାର ବିବାହ
- ବିରବଲଙ୍କ ଚତୁରତା
- ମାଛ ଫସଲ
- ରଙ୍ଗଡ!
- କ୍ରୋଧଜୟୀ ଭଗବାନ ମହାବୀର
- ବିଚିତ୍ର ଚିକିତ୍ସା
- ଉତ୍ତର ରାମାୟଣ
- ଚାରୁ କୁମାରୀ କାହାଣୀ ।
- ବନ୍ଧୁତ୍ୱ
- ଆକବର ବିରବଲ
- ସୁନାର ଘୋଡା
- ବିନା ଲାଭରେ
- ଚାରିଗୁରୁ
- ବୋକା ତୁମେ ନୁହେଁ ମୁଁ
- ମଧୁମତିଙ୍କ ପସନ୍ଦ
- କ୍ରୋଧୀ ସର୍ପ
- ଯାହା ପାଇଁ ଯିଏ
- ରାଜଜ୍ୟୋତିଷ
- ମୌସୁମୀ ବର୍ଷା
- “କାଲିକୁ ଆସ”
- ଶାଶୁବୋହୁ
- ଆକାଶରେ କେତେ ତାରା?
- ବହ୍ନି ଦ୍ୱୀପ
- ଶୁଆ ପକ୍ଷୀର ଚାତୁରୀ
- ଲକ୍ଷ୍ୟ ଭେଦ
- ପଶୁପକ୍ଷୀଙ୍କ ଶବ୍ଦ
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ଶିବ ପୁରାଣ
- ପ୍ରତ୍ୟୁତ୍ପନ୍ନମତି
- ବାଜି ଜିତି ବାହା
- ସନ୍ଥ ଜିଲାନୀଙ୍କ ବଡପଣିଆ
- ଆଜି ଆମର ଏକ ସୌଭାଗ୍ୟର ଦିନ
- ଗୁଣ
- କୂପରୁ ମୁଦି ବାହାର କରିବା
- ଯାହାକୁ ଯେପରି ଶିକ୍ଷା
- କଳାକାର
- ଶିବଲୀଳା
- ପିତୃଭକ୍ତି
- ଚତୁର ଇଭାନ୍
- ଶୁଆର ମୃତ୍ୟୁ
- ସମାଲୋଚନା ସଫଳତା ଆଣିଦିଏ
- ବୀର ଏବଂ ରାକ୍ଷସୀ
- ସମ୍ରାଟ ଅଶୋକ
- କୃଷ୍ଣାବତାର
- ଅପୂର୍ବ ଯୁକ୍ତି
- ଯୋଗ୍ୟତା ଓ ଯଶ
- ରାଜସମ୍ମାନ
- ଯେ ପାଂଛେ ପର ମନ୍ଦ
- ବିଚିତ୍ର ପୁଷ୍ପ
- ଦୟା ସାଗର
- ତମାଖୁ ଶରୀର ପାଇଁ କ୍ଷତିକାରକ
- ରୂପଧରଙ୍କ ଯାତ୍ରା
- ଲୋଭି ବିଲୁଆର କାହାଣୀ
- ଛଦ୍ମକୁ ସାବଧାନ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ଶନି କୋପ ଓ ଧନ ଦେବୀଙ୍କ କୃପା
- ଅତ୍ୟାଚାରୀ ମାଲିକ
- ଅଦ୍ଭୁତ ବାୟସ
- ବାଲେଶ୍ୱରୀ ରାହାଜାନି
- ବିନାମୂଲ୍ୟରେ ପ୍ରବେଶ
- କଚ
- ଜାମାତା ନିର୍ବାଚନ
- ବିହଙ୍ଗ କଥା
- ନିଜେ ଭଲ ହେଲେ ଦୁନିଆ ଭଲ ହେବ
- ଯଶ ଲିପ୍ସା
- ଯମଙ୍କ ମହିଷ
- ବିବେକୀ ରାଜା
- ଭୂତ ଅନୁଭୂତି
- ଶିକ୍ଷା କାହିଁକି
- ଅପୂର୍ବଙ୍କ ପରାକ୍ରମ
- ଗୋପାଳର ବୁଦ୍ଧି ପରୀକ୍ଷା
- ଅକ୍ଷୟପାତ୍ର
- ଭୂତଙ୍କ ସହାୟତା
- ଠକକୁ ଜିତେ ଠକ
- ଶିକାରୀ ଏବଂ କପୋତ ପକ୍ଷୀ
- ଜୀବେ ଦୟା
- ବୁଦ୍ଧିମାନ ଗୁରୁନାଥ
- ବିଶ୍ୱାସ ଓ ବିଷ
- ଅପୂର୍ବଙ୍କ ପରାକ୍ରମ
- ପୁଣ୍ୟଦାନର ମହିମା
- ଜୟ ପରାଜୟ
- ହାତ ଖର୍ଚ୍ଚ
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ଭାଲୁର ପଣସ ଖିଆ
- ସହରର ଅଶାନ୍ତି
- କାହାର ଶିକ୍ଷାଲାଭ?
- ମାଛ କଡେଇରେ ଶଗଡିଆର ଆଶା
- ସୁନା ସଂଗ୍ରହ ପାଇଁ ଚାଲାକି
- ମତ ପରିବର୍ତ୍ତନ
- ହସର କାରଣ
- ସୃଷ୍ଟିର ଆନନ୍ଦ
- ପ୍ରକୃତ ଧନୀ କିଏ?
- ବିବେକ
- ନିର୍ଦ୍ଦୟରୁ ସଦୟ
- ବୁଦ୍ଧି ଓ ସିଦ୍ଧି
- ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ
- ଦିବାସ୍ୱପ୍ନ
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ବିଜୟ ରହସ୍ୟ
- କୃଷ୍ଣାବତାର
- କୃଷ୍ଣାବତାର
- ଧୂସର ଦୁର୍ଗ
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ସୁନାଖଣିର ଦେଶ
- ସାହସୀ ବିକ୍ରମ
- ସିଂହର କୃତଜ୍ଞତା
- ସ୍ୱର୍ଗ ଓ ନର୍କର କାହାଣୀ
- ତିନୋଟି ଉପଦେଶ
- ବିଦ୍ୟାର ଅଧିକାର
- ପ୍ରକୃତ ଜ୍ଞାନ
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ଦେଶ ଭକ୍ତ
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- କରଜ ଅସୁଲ
- ଯୋଡିଏ ଡାଳିମ୍ବ କଥା
- ପକ୍ଷୀ ଗଣତି
- ମହାସାଗର ଜାତକ