ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚତୁର ମାଙ୍କଡ

ନଦୀକୂଳରେ ମାଙ୍କଡଟିଏ ରହୁଥିଲା । ସେ ଯେଉଁ କୂଳରେ ରହୁଥିଲା ସେ କୂଳରେ ଯଥେଷ୍ଟ ଖାଦ୍ୟଦ୍ରବ୍ୟ ଆଉ ମିଳିଲା ନାହିଁ । ତେଣୁ ସେ ନଦୀ ପାର ହୋଇ ଆର କୂଳକୁ ଯାଇ ଯଥେଷ୍ଟ ଫଳ ଖାଇବାକୁ ଚାହୁଁଥିଲା । ଆର କୂଳରେ ବିଭିନ୍ନ ଜାତିର ଫଳ ଫୁଲ ଭରି ରହିଥିଲା । କିନ୍ତୁ ନଦୀ ଅତିକ୍ରମ କରିବାର କୌଣସି ଉପାୟ ନଥିଲା । ତେଣୁ ସେ ମନେ ମନେ ଚିନ୍ତା କଲା ।

                ଅନେକ ଚିନ୍ତା କରିବା ପରେ ମାଙ୍କଡଟି ନଦୀ କୂଳରେ ଥିବା କୁମ୍ବୀରଟିକୁ ଅନୁରୋଧ କଲା ଏବଂ କହିଲା, “ବନ୍ଧୁ, ତୁମେ କିପରି ଅଛ? ମୁଁ ତ ସଦାସର୍ବଦା ତୁମକୁ ଏକୁଟିଆ ଦେଖୁଛି । ମନେ ହେଉଛି ତୁମର କେହି ଭାଇ ବନ୍ଧୁ ନାହାଁନ୍ତି?”

                ମାଙ୍କଡର ଏଭଳି କଥା ଶୁଣି କୁମ୍ଭୀରଟି ଉତ୍ତର ଦେଲା “ମୋର କିନ୍ତୁ ବହୁତ ବନ୍ଧୁ ଅଛନ୍ତି! ଏତେ ବନ୍ଧୁ ଅଛନ୍ତି ଯେ ସମସ୍ତେ ଏକାଠି ଠିଆ ହେଲେ ନଦୀକୁ ଅଟକାଇ ଦେବେ!”

                ତା’କଥା ଶୁଣି ମାଙ୍କଡଟି କହିଲା “ତୁମେ ଖାଲି ବଢାଇ ଚଢାଇ କହୁଛ ।” “ମୁଁ ଏ କଥା ନିଜ ଆଖିରେ ନ ଦେଖିଲେ କଦାପି ବିଶ୍ୱାସ କରିବି ନାହିଁ!”

                ଏହା ଶୁଣି ସେ କୁମ୍ଭୀରଟି କହିଲା “ଟିକେ ଅପେକ୍ଷା କର!” ଏତିକି କହି ସେ ନଦୀ ଭିତରକୁ ଡେଇଁ ପଡିଲା ଏବଂ ତା’ ପରେ ନଦୀ ଏପଟରୁ ସେପଟ ପର୍ଯ୍ୟନ୍ତ କୁମ୍ଭୀରମାନେ ଶୋଇ ରହିଥିବାର ଦେଖାଗଲା ।

                ଏସବୁ ଦେଖି ମାଙ୍କଡଟି କହିଲା “ବାଃ!” “ମୁଁ ଭାବୁଛି ତୁମେ ପ୍ରାୟ ୨ ଡର୍ଜନ ରହିଛ ।”

                ତା’ପରେ ସେ କୁମ୍ଭୀରଟି ହଠାତ୍ ଗର୍ଜନ କଲା “ଦୁଇ ଡର୍ଜନ!” “ଆମେ ତ ଶହେରୁ ଅଧିକ ଅଛୁ । ଯଦି ଚାହୁଁଛ ଗଣି ଦେଖ!”

                ଶେଷରେ ମାଙ୍କଡଟି କହିଲା “ମୁଁ ଗଣି ଦେଖିବି!” ତା’ପରେ ସେ ଗୋଟିଏ ଗୋଟିଏ କୁମ୍ଭୀର ପିଠିରେ ଡେଇଁ ଡେଇଁ ଗଣି ଗଣି ନଦୀ ଏପାରିରୁ ସେ ପାରିକୁ ଚାଲିଗଲା । ଏଥୁଅନ୍ତେ ସେ ମାଙ୍କଡଟି ଚିତ୍କାର କରି କହିଲା, ମୋତେ ନଦୀ ପାର ହେବା ପାଇଁ ସହାୟତା କରିଥିବାରୁ “ତୁମକୁ ଅଶେଷ ଅଶେଷ ଧନ୍ୟବାଦ, ବନ୍ଧୁ!”


ଗପ ସାରଣୀ

ତାଲିକାଭୁକ୍ତ ଗପ