କୁମ୍ଭୀର, ମାଙ୍କଡ କଥା

ସମୁଦ୍ର କୂଳରେ ଏକ ବଡ ଜାମୁ କୋଳି ଗଛ ଥିଲା । ସେହି ଗଛରେ ବର୍ଷସାରା ଜାମୁକୋଳି ଫଳିଥାଏ । ସେହି ଗଛରେ ରକ୍ତମୁଖ ନାମକ ମାଙ୍କଡ ବାସ କରୁଥାଏ । ଦିନକର କଥା, କରାଳମୁଖ ନାମକ ଏକ କୁମ୍ଭୀର ସମୁଦ୍ରର ଢେଉ କାଟି କାଟି ସେହି ଗଛ ମୂଳରେ ଆସି ପହଁଚିଲା । ମାଙ୍କଡଟି କୁମ୍ଭୀରକୁ ଦେଖି ମନେ ମନେ ବହୁତ ଖୁସି ହୋଇଗଲା । ସଂଗେ ସଂଗେ ତା’ ସହିତ ବନ୍ଧୁତା ଜମାଇ ଦେଲା । କିଛି ସମୟ ପରେ ତା’ସହିତ କଥାବାର୍ତ୍ତା କରିବାପରେ, ତାକୁ ସେହି ଗଛରେ ପାଚିଥିବା ଜାମୁକୋଳି ଖାଇବାକୁ ଦେଲା । କୁମ୍ଭୀରଟି ମନ ଆନନ୍ଦରେ ଜାମୁକୋଳି ଖାଇ, ମାଙ୍କଡକୁ ବହୁତ ପ୍ରଶଂସା କଲା ।

       ଏହିପରି ପ୍ରତିଦିନ କୁମ୍ଭୀର ଜାମୁକୋଳି ଗଛ ନିକଟକୁ ଆସେ । ମାଙ୍କଡ ତାକୁ ଜାମୁକୋଳି ଦିଏ । ସେ ମନ ଆନନ୍ଦରେ କୋଳି ଖାଇଥାଏ । ଉଭୟେ ଦୀର୍ଘ ସମୟ ଏହି ବୃକ୍ଷ ତଳେ ଗପସପ କରନ୍ତି । ଦିନକୁ ଦିନ ଏମାନଙ୍କ ମଧ୍ୟରେ ବନ୍ଧୁତା ବଢିଲା । କୁମ୍ଭୀରଟି ନିଜେ କୋଳି ଖାଇବା ସଂଗେ ସଂଗେ ପ୍ରତିଦିନ ତା’ର ସ୍ତ୍ରୀ ପାଇଁ ମଧ୍ୟ କିଛି କୋଳି ନେଇଯାଏ । ସ୍ତ୍ରୀ ତ କେବେହେଲେ ଏପରି ସ୍ୱାଦିଷ୍ଟ କୋଳି ଖାଇନଥିଲା । ଦିନେ ସ୍ୱାମୀଙ୍କୁ ପଚାରିଲା ତୁମେ ଏତେ ସ୍ୱାଦିଷ୍ଟ କୋଳି କେଉଁଠାରୁ ପାଇଲ? କୁମ୍ଭୀରଟି ଉତ୍ତର ଦେବାକୁ ଯାଇ କହିଲା, “ମୋର ଏକ ଘନିଷ୍ଠ ବନ୍ଧୁ ସମୁଦ୍ର କୂଳରେ ଥିବା ଜାମୁକୋଳି ଗଛରେ ରହୁଛି । ସେ ମୋତେ ପ୍ରତିଦିନ ଏହି ଜାମୁକୋଳି ଖାଇବାକୁ ଦିଅନ୍ତି । କୁମ୍ଭୀରର ସ୍ତ୍ରୀ ତା’ର ସ୍ୱାମୀଙ୍କୁ ପଚାରିଲା, “ତୁମ ବନ୍ଧୁ ତ’ ତା ହେଲେ ସବୁଦିନ ଏହି କୋଳି ଖାଉଥିବେ । ତାଙ୍କର କଲିଜାଟା କେତେ ସ୍ୱାଦିଷ୍ଟ ହୋଇନଥିବ”? କାହିଁକି କେଜାଣି ମୋର ସେଇ ମାଙ୍କଡ ବନ୍ଧୁଙ୍କ କଲିଜା ଖାଇବାକୁ ବହୁତ ଇଚ୍ଛା ହେଉଛି । ତୁମେ ମୋତେ ତାଙ୍କରି କଲିଜା ଆଣି ଖାଇବାକୁ ଦେବ ନା? ସେହି ମାଙ୍କଡର କଲିଜା ଖାଇବା ପରେ ମୋ ଦେହରୁ ସମସ୍ତ ରୋଗ ବୈରାଗ ଦୂର ହୋଇଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ