ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର

“ସତ୍ୟାଗ୍ରହ ଆନ୍ଦୋଳନ ଜାରି ହେଲା ଗୋରା ବିରୋଧରେ ସାରା ଦେଶରେ

ଅଂଟାଭିଡି ଠିଆ ହୋଇଗଲେ ଜଣେ ଏହି ଆନ୍ଦୋଳନ ପାଇଁ ଶେଷରେ ।

ସିଏ ଥିଲେ ଆମ ବଲ୍ଲଭ ପଟେଲ ନିଜକୁ ସଜେଇ ଦେଇ ସର୍ଦ୍ଦାର

ଦୃଢ ସଂଗଠନ ଗଢିଦେଲେ ଦେଶେ ଗୋରା ସରକାର ହେଲେ କାତର ।”

                ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ବେଳର କଥା । ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଶରେ ସତ୍ୟାଗ୍ରହ ଚାଲିଥାଏ । ଠିକ୍ ସେତିକିବେଳେ ୧୯୧୭ ମସିହାରେ ଜଣେ ଯୁବ ଓକିଲ ତାଙ୍କର ଓକିଲାତି ବ୍ୟବସାୟ ଛାଡି ସତ୍ୟାଗ୍ରହରେ ଯୋଗ ଦେଲେ । ସେହି ଯୁବକଙ୍କର ସ୍ୱାର୍ଥତ୍ୟାଗ କେବଳ ସେଇଠି ସୀମିତ ନ ଥିଲା । ଏପରିକି ନିଜର ପୁତ୍ରକନ୍ୟାଙ୍କର ସରକାରୀ ଶିକ୍ଷାନୁଷ୍ଠାନରେ ପାଠପଢାଇବା ବି ବନ୍ଦ କରିଦେଲେ । ସେହି ସମୟରେ ସେହି ଯୁବ ଓକିଲ ବହୁସଂଖ୍ୟକ ବିଦ୍ୟାର୍ଥୀଙ୍କୁ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ୍ କରିବା ପାଇଁ ଶିକ୍ଷାପ୍ରଦାନ ନିମନ୍ତେ ଗୁଜୁରାଟ ବିଦ୍ୟାପୀଠ ସ୍ଥାପନ କରିବା ସହିତ ଏଥିଲାଗି ଖର୍ଚ୍ଚ ବାବଦକୁ ବର୍ମା ପର୍ଯ୍ୟନ୍ତ ଗସ୍ତ କରି ପ୍ରାୟ ଦଶଲକ୍ଷ ଟଙ୍କା ଯୋଗାଡ କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ