ଅହଂକାରର ପରିଣତି

ନାମଦେବ ଜଣେ ବଡ କୃଷ୍ଣଭକ୍ତ ଥିଲେ । ସେ ଭଗବାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଆଉ ସେ ଭଗବାନଙ୍କର ଅତି ପ୍ରିୟ ବୋଲି ତାଙ୍କର ଖୁବ୍ ଅଭିମାନ ଓ ଅହଂକାର ଥିଲା । ଏହା ମଧ୍ୟ ନାମଦେବଙ୍କ ଶିଷ୍ୟମାନେ ପ୍ରଚାର କରୁଥିଲେ । ଗୋଟିଏ ସନ୍ଥସଭା ହେଉଥିଲା, ସେହି ସନ୍ଥସଭାରେ ନାମଦେବ ବି ଥିଲେ । ସନ୍ଥମାନଙ୍କୁ ପରୀକ୍ଷା କରିବାକୁ ସନ୍ଥ ଗୋରା କୁମ୍ଭାର ବାହାରିଲେ । ସେ ତ ଜାତିରେ କୁମ୍ଭାର । ମାଟି ହାଣ୍ଡି ଗଢିବା, ନିଆଁରେ ପୋଡିବା ଓ ପୋଡାଯାଇଥିବା ହାଣ୍ଡିରେ ଟିପ ବାଡେଇ ହାଣ୍ଡି ଟାଣ ହୋଇଛି କି କଂଚା ଅଛି ହାଣ୍ଡିକୁ ପରୀକ୍ଷା କରିବା ଥିଲା ତାଙ୍କର ନୀତିଦିନିଆ ବ୍ୟବସାୟ । ସେ ତେଣୁ ଜଣ ଜଣ କରି ପ୍ରତ୍ୟେକ ସନ୍ଥଙ୍କ କପାଳରେ ଥରେ ଥରେ ଟିପ ମାରି ଶେଷରେ ନାମଦେବଙ୍କ ପାଖକୁ ଗଲେ । ଗୋରା କୁମ୍ଭାରଙ୍କୁ ପାଖରେ ଦେଖି ଭକ୍ତ ନାମଦେବ ଟିକିଏ ସଙ୍କୁଚିତ ହୋଇଗଲେ । ନାମଦେବ ବ୍ରାହ୍ମଣ, ଗୋରା ଛୋଟ ଜାତିର ଲୋକ । ସେ ପୁଣି ତାଙ୍କ କପାଳକୁ ଛୁଇଁବ, ଟିପ ମାରିବ ତାଙ୍କ କାମ ସାରି ସଭାପତିଙ୍କ ପାଖରେ ବସିଗଲେ । ସଭାପତି ମୁକ୍ତାବାଈ ପରୀକ୍ଷାଫଳ ପ୍ରକାଶ କରିବାକୁ କହିଲେ । ସନ୍ଥ ଗୋରା କହିଲେ – “ଉପସ୍ଥିତ ସମସ୍ତଙ୍କର ମସ୍ତିଷ୍କ କପାଳ (ଟାଣ) ହୋଇଯାଇଛି । ହେଲେ ନାମଦେବ ମହାରାଜଙ୍କ ମସ୍ତିଷ୍କ ଆହୁରି କଂଚା ଅଛି ।”

         ଏପରି ଅପମାନ ଜନକ ମନ୍ତବ୍ୟ ଅଭିମାନୀ ନାମଦେବ କିପରି ଅବା ସହନ୍ତେ? ସେ ତତ୍କ୍ଷଣାତ୍ ଅଭିମାନିଆ ସ୍ୱରରେ କହିଲେ – “ଗୋରା ! ମୋ ମୁଣ୍ଡ କଂଚା ଅଛି? ତୁ ଗୋଟେ ସନ୍ଥ ଯେ ପୁଣି ମୋତେ ପରୀକ୍ଷା କରିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ