ଭାଇ ହେବତ ଏମିତି

ଜଣେ ଭାଇ ପାଇଁ ଆଉ ଜଣେ ଭାଇର ଅପୂର୍ବ ତ୍ୟାଗକଥା ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଘଟଣାଟି ଘଟିଥିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନରେ । ପଟେଲଙ୍କର ଘରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସୁତରାଂ ପଟେଲ୍ ହାଇସ୍କୁଲ ପାଠ ଶେଷ କଲା ପରେ କଲେଜରେ ପଢିବାପାଇଁ ଆଉ ମନ ବଳାଇଲେ ନାହିଁ । ସେ ଭାରି ଭଲ ପାଠ ପଢୁଥିଲେ ମଧ୍ୟ ସେଇଠି ପାଠରେ ତାଙ୍କର ଡୋରି ବନ୍ଧା ହୋଇଗଲା ।

                ଏବେ ପଟେଲ କରିବେ କ’ଣ? ତେଣୁ ସେ ବାଧ୍ୟହୋଇ ତାଙ୍କ ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ମନଦେଲେ । ଏଥର ସେ ଅଦାଲତରେ ମୁକ୍ତ୍ୟାର ହୋଇ ମୋକଦ୍ଦମା ଲଢିବା କାମରେ ଲାଗିଗଲେ । ଅବଶ୍ୟ ଏହି କାର୍ଯ୍ୟରେ ତାଙ୍କର ବଡ ଭାଇ ଆଗରୁ ନିଯୁକ୍ତି ପାଇଥିଲେ ।

ନିଜର ତୀକ୍ଷ୍ନ ବୁଦ୍ଧି ଓ ପରିଶ୍ରମର ଫଳ ଯୋଗୁଁ ସେ ଦିନ କେଇଟାରେ ସମସ୍ତଙ୍କର ପ୍ରିୟଭାଜନ ହୋଇଗଲେ । ଆଉ ଭଲ ଦି’ପଇସା ରୋଜଗାର ବି କଲେ । ଉଚ୍ଚଶିକ୍ଷା ପାଇଁ ମନରେ ସୁପ୍ତ ଥିବା ପ୍ରବଳ ଆଗ୍ରହ ତାଙ୍କର ଏବେ ଚେଇଁଉଠିଲା । ସେ ଇଂଲଣ୍ଡ ଯାଇ ଓକିଲାତି ପଢିବା ପାଇଁ ଠିକ୍ କଲେ ଓ ବିଦେଶ ଗସ୍ତ ଲାଗି ପାସ୍ପୋର୍ଟ ହାସଲ କରିବାକୁ ଆବେଦନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ