ସଚ୍ଚା ପ୍ରେମୀ

ଗତକାଲି ଲାଜ କ’ଣ ଜାଣି ନ ଥିବା ରାଜକୁମାରୀ ବନ୍ଦନା, ଆଜି ସଖିମାନଙ୍କ ଟାହିଟାପରା କଥାରେ ଲାଜେଇ ଯାଇଛନ୍ତି । କୌଣସି ଏକ ରାଜକୁମାରଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ତାଙ୍କ ମନର ଆଗ୍ରହ ବଢିଯାଇଛି । ନିରୋଳାରେ ଉଆସର ଛାତ ଉପରେ ବୁଲି ଗୀତ ଗାଇବା, ଗୋଧୁଳିର ଶାନ୍ତ-ସ୍ନିଗ୍ଧ ଲଗ୍ନରେ ଘୋଡାଗାଡିରେ ବୁଲିବା ଏଣିକି ତାଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେଇଗଲାଣି ।

                ଗତକାଲି ହାଲ୍କା ପୋଷାକ ପିନ୍ଧୁଥିବା ବନ୍ଦନା ଆଜି ନିଜ ଦେହକୁ ସଂପୂର୍ଣ୍ଣ ଆବୃତ କରିବାକୁ ଭୁଲିଯାଉ ନାହାଁନ୍ତି । ସ୍ୱପ୍ନ କ’ଣ ଜାଣି ନଥିବା ଝିଅଟି ଆଜି ସ୍ୱପ୍ନର ଇନ୍ଦ୍ରଧନୁ ଆଙ୍କୁଛନ୍ତି । ଏପରିକି ମନଟା ବି ତାଙ୍କର ସ୍ୱପ୍ନିଳ ହୋଇଯାଇଚି । ବେପରୁଆ ଭାବେ ବୁଲୁଥିବା ଝିଅଟି ଏଣିକି ନିଜକୁ କଟକଣାର ବନ୍ଧନୀ ଭିତରେ ଆବଦ୍ଧ କରି ରଖୁଛନ୍ତି । ସତରେ କ’ଣ ତାଙ୍କର ହେଇଚି?

                ଋୂପବତୀ, ଗୁଣବତୀ, ରାଜକୁମାରୀ ବନ୍ଦନା କିଶୋରୀରୁ ଯୁବତୀ ହୋଇଗଲେ । ପୁଣି ତାଙ୍କ ଅଙ୍ଗେ ଅଙ୍ଗେ ଯୌବନର ଢେଉ । ଆଚ୍ଛା, ଆପଣ କେବେ ସେ ରାଜକୁମାରୀ ବନ୍ଦନାକୁ ଦେଖିଛନ୍ତି? ନା, ଆପଣ ଦେଖି ନ ଥିବେ ବୋଧେ । ଦେଖିବା ମାତ୍ରକେ କହିଉଠିବେ-ରାଜକୁମାରୀ ! ତମର କୌଣସି କଳନା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ