ଗର୍ବ ଭାଙ୍ଗିଦେଲେ ଜଳପରୀ

କେଉଟଟିଏ ମାଛଧରି ତା ପେଟ ପୋଷେ । ଯେଉଁଦିନ ସେ ମାଛ ଧରେ ନାହିଁ, ଜାଣ ସେଦିନ ତାର ରୋଜଗାର ବନ୍ଦ ରହେ । ତେଣୁ ସେଦିନ ସେ ଉପବାସରେ ଶୋଇଯାଏ । ଦିନେ ନଦୀରେ ମାଛ ଧରିବା ସମୟରେ ସେ କେଉଟର ଜାଲ ଭିତରେ କ’ଣ ପଡିଲା କେଜାଣି ସେ ତାକୁ କୂଳକୁ ଘୋଷାରି ଆଣିଲା ବେଳକୁ ତାହା ଖୁବ୍ ଓଜନିଆ ଲାଗିଲା ।

ଜାଲଟିକୁ କୂଳରେ ଆଣି ସେ କେଉଟଟି ଦେଖିଲା ବିରାଟ ଏକ କଇଁଛ ତା ଜାଲରେ ପଡିଛି । ତେଣୁ ସେ କଇଁଛଟିକୁ କାଢି ବିକିବା ପାଇଁ ନେବ ବୋଲି କେଉଟ ତାକୁ ତା ବ୍ୟାଗ୍ରେ ପୂରାଇଲା । ତାପରେ ସେ ତା ଜାଲକୁ ଗୁଡାଇ ହାତରେ ଧରିଲା । ସେ ବ୍ୟାଗ୍ ଭିତରେ ଥାଇ କଇଁଛଟି କହିଲା –

“କେଉଟ ଭାଇରେ କେଉଟ ଭାଇ,

ମୁହିଁ ଜଳପରୀ ଜଳେ ରୁହଇ ।

ବିଭିନ୍ନ ପ୍ରକାର ହୁଏ ମୁଁ ରୂପ,

ସେଥିପାଇଁ ହୋଇଥିଲି ମୁଁ କଚ୍ଛପ ।

ମୋତେ ବିକିଲେ ତୁ କେତେ ପଇସା,

ପାଇବୁ କହ ମୁଁ ଦେବି ସହସା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ