ଗୋଟିଏ ଭଲ ଉପାୟ

ଦିନେ ଜଙ୍ଗଲରେ ବିଲେଇ ଓ କୋକିଶିଆଳିର ଦେଖାହେଲା । କୋକିଶିଆଳିଟି ବିଲେଇକୁ କହିଲା, “ଶତ୍ରୁଠାରୁ ରକ୍ଷା ପାଇବାକୁ ମୋ’ ପାଖରେ ବହୁତ ଉପାୟ ଅଛି । ମୁଁ ତୋତେ ସେଥିରୁ କିଛି ଉପାୟ ଶିଖାଇ ଦେବି ।”

                ଏହା ଶୁଣି ସେ ବିଲେଇ କହିଲା, “ମୁଁ କିନ୍ତୁ ମାତ୍ର ଗୋଟିଏ ଉପାୟ ଜାଣିଛି ।”

                ଏହି ସମୟରେ କୁକୁର ଭୁକିବାର ଶବ୍ଦ ଶୁଣାଗଲା । କୁକୁରର ଏପରି ରଡି ଶୁଣି ବିଲେଇ ଖୁବ୍ ଶୀଘ୍ର ଗଛରେ ଚଢି ଲୁଚିଗଲା ଏବଂ କହିଲା, “ଏହି ଗୋଟିଏ ଉପାୟ ହିଁ ମୁଁ ଜାଣିଛି ।”

                ଏଣେ ଏ କୋକିଶିଆଳି ଭାବି ଚାଲିଛି – ଜାଣିଥିବା ବହୁତ ଉପାୟରୁ ସେ କେଉଁଟାକୁ ବ୍ୟବହାର କରିବ । ଏହିପରି ଭାବୁ ଭାବୁ କୁକୁର ଆସି ସେ କୋକିଶିଆଳିକୁ ମାରିଦେଲା ।

ବହୁତ ଗୁଡିଏ ଅନିଶ୍ଚିତ ଉପାୟ ଅପେକ୍ଷା ଗୋଟିଏ ନିଶ୍ଚିତ ଉପାୟ ଅଧିକ କାମରେ ଲାଗେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ