ସ୍ତ୍ରୀ କାହାର

ସମ୍ରାଟ୍ ଆକବରଙ୍କର ରାଜତ୍ୱ ସମୟର କଥା । ଆଗ୍ରା ନାମକ ଏକ ସହର ଥିଲା । ସେହି ସହରକୁ ଲାଗି ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ଜଣେ ବ୍ୟବସାୟୀ ବାସ କରୁଥିଲେ । ବିବାହର କେତେଦିନ ଅତିବାହିତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । କିନ୍ତୁ ବ୍ୟବସାୟୀଙ୍କ ସ୍ତ୍ରୀ, କେତେ ସୁନ୍ଦରୀ, ସେ ସୁନ୍ଦରୀଙ୍କୁ ଉପମା ଦେବାକୁ ଥିଲା । ସେ ଚନ୍ଦ୍ରମୁଖୀ, ସେ ପଦ୍ମମୁଖୀ । ଯାହା ଉପମା ଲଗାଇ ଦେବ ତାହା ହିଁ ଲାଗିଯିବ ।

         ଦିନକର କଥା । ଆଗ କାଳରେ ତ ସବୁ ଆଡକୁ ରାସ୍ତା ଘାଟ ନଥିଲା । ଯୁଆଡେ ଯାଉଥିଲେ ଚାଲି ଚାଲି ଯିବାକୁ ପଡୁଥିଲା । କେବଳ ରାଜା ମନ୍ତ୍ରୀମାନେ ଅଶ୍ୱ ହସ୍ତୀ ଅଥବା ପାଲିଙ୍କି ଚଢି ନାନା ସ୍ଥାନକୁ ଯାଆସ କରୁଥିଲେ । ସେହି ବ୍ୟବସାୟୀ ଜଣକ ନିଜର ଜନ୍ମସ୍ଥାନ ଗ୍ରାମକୁ ଯିବା ଲାଗି ଇଚ୍ଛା କରି ସକାଳୁ ସକାଳୁ ବାହାରି ପଡିଲା । ସାଙ୍ଗରେ ମଧ୍ୟ ତାଙ୍କର ସ୍ତ୍ରୀ ଥାଆନ୍ତି ।

         ଦୁହେଁ ଚାଲି ଚାଲି ଯାଉଥାଆନ୍ତି । ରାସ୍ତାଗୁଡିକ ଶଗଡ ଗୁଳା, ସେମାନେ କିଛି ପଥ ଯାଆନ୍ତେ ଚାଲିବା ପଥରେ ଜଣେ ଶଗଡିଆ ନିଜର ଶଗଡ ନେଇଯିବାର ଦେଖାଗଲା । ଶଗଡିଆ ଥାଏ ଖୁବ୍ ଯୁବକ । ତା’ର ନଜର କିନ୍ତୁ ବ୍ୟବସାୟୀଙ୍କର ସ୍ତ୍ରୀ ଉପରେ ପଡିଲା । କେତେ ସୁନ୍ଦରୀ ବ୍ୟବସାୟୀର ସ୍ତ୍ରୀ । ମନେ ମନେ ମନକୁ ତା’ର ପାପ ଆଡକୁ ନେଇ କହିଲା – ଆହେ ଭାଇ, ତୁମେ ସିନା ଚାଲିପାରୁଚ । ଚାଲିବାର ତ ଅଭ୍ୟାସ ଅଛି । ହେଲେ ସେ ଭଉଣୀଙ୍କୁ କିପରି ଚଲାଇ ଚଲାଇ ନେଉଛ ମ?

         ବ୍ୟବସାୟୀ କହିଲେ – ଆରେ ଭାଇ କ’ଣ କରିବା । ଗାଁକୁ ଯିବାର ଇଚ୍ଛା ହେଲା ତ, ଦୁହେଁ ସାଥି ହୋଇ ବାହାରିଲୁ । ଚାଲି ଚାଲି ଯିବା ବ୍ୟତୀତ ଆମ ପାଖରେ ଆଉ କି ଉପାୟ ଅଛି କହୁନା । ହାତୀ ଘୋଡା ତ ରାଜା ଓ ମନ୍ତ୍ରୀଙ୍କର । କଷ୍ଟ ହେଉପଛେ ଚାଲିଯିବା ନା ଆଉ କ’ଣ?

         ପାପୀ ମନ, ବ୍ୟବସାୟୀଙ୍କୁ ବଦଳାଇବାକୁ ଯାଇ କହିଲା, ହଁ, ତାହା ନୁହଁ ତ ଆଉ କ’ଣ? ଆଚ୍ଛା ତୁମେ ଗୋଟେ କାମ କର । ଗୋଟାଏ ବଳଦର ଦେହ ଟିକେ ଭଲ ନାହିଁ । ବେଶୀ ବୋଝ ଦେଲେ ସେ କ’ଣ ବୋହିପାରିବ? ତେବେ ଭଉଣୀ ଆମର ଏପରି ଖରାରେ କିପରି ଏତେ ବାଟ ଚାଲି ଚାଲି ଯିବେ? ତମେ ଗୋଟେ କାମ କରିବ ଭାଇ, ତମର ଚାଲି ତ ଶଗଡ ଚାଲିଠାରୁ ବଳି । ୟେ ଭଉଣୀ ଆମର ଶଗଡରେ ବସି ଯାଆନ୍ତୁ । ତୁମେ ସେମିତି ପଛେ ପଛେ ଗୋଟିଏ ଗୋଟିଏ ଚାଲିଆସ ।


ଗପ ସାରଣୀ

ତାଲିକାଭୁକ୍ତ ଗପ