ସନ୍ଥ ଜିଲାନୀଙ୍କ ବଡପଣିଆ

ମିଳୁଅଛି ବୋଲି ଅଯଥାରେ ଖର୍ଚ୍ଚ କରିବା ନୁହେଁ ଉଚିତ

                ପ୍ରାପ୍ତଅର୍ଥ ସଦ୍ମାର୍ଗରେ ବ୍ୟୟିତ କରୁଥାଏ ଯେ’ ସତତ ।

                ସେହି ଏକା ବଡ ଏ ଧରା ବୁକୁରେ ସନ୍ଥ ଜିଲାନୀଙ୍କ ଭଳି

                ତାଙ୍କ ଜୀବନର ଘଟଣା ଶୁଣିଲେ ମଥା ଆମ ଯିବ ଘୂରି ।

                ମଣିଷର ଯେତକ ବଡପଣିଆ ତା’ର ସୁଗୁଣ ଗୁଡିକ ଭିତରେ ହିଁ ନିହିତ ଥାଏ । ଆଉ ସେହି ସୁଗୁଣ ଭିତରୁ ଗୋଟିଏ ବଡଗୁଣ ହେଲା ନିୟମର ଦାସ ସାଜି କର୍ତ୍ତବ୍ୟ ପଥରେ ଆଗେଇଯିବା । ଏହି ଲକ୍ଷଣ କେବଳ ବଡ ବଡ ଲୋକଙ୍କ ପାଖରେ ହିଁ ଦେଖାଯାଇଥାଏ । ଅର୍ଥାତ୍ ଜଣେ ସାଧାରଣ ବ୍ୟକ୍ତି ଯଦି ଏହି ନୀତିନିୟମ ମାନି ଚଳେ ସେ ଜୀବନରେ ବଡ ମଣିଷ ହୋଇଯାଏ । ସେହିଭଳି ଜଣେ ବ୍ୟକ୍ତି ଥିଲେ ମହାତ୍ମା ଜିଲାନୀ, ଯିଏ କି ଜଣେ ବିଦ୍ୱାନ ଓ କର୍ତ୍ତବ୍ୟନିଷ୍ଠ ସନ୍ଥ ଥିଲେ । ସେ କୌଣସି ପରିସ୍ଥିତିରେ କେବେବି ମଧ୍ୟ ନୀତିନିୟମ ଉଲ୍ଲଘଂନ କରୁନଥିଲେ । ସୁତରାଂ ଅନେକ ବ୍ୟକ୍ତି ପ୍ରତ୍ୟହ ତାଙ୍କ ନିକଟକୁ ଉପଦେଶ ଗ୍ରହଣ କରିବା ପାଇଁ ଆସୁଥିଲେ । ଆସ ସେଇ ମହାତ୍ମାଙ୍କର ଜୀବନୀକଥାରୁ ଗୋଟିଏ ଶୁଣିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ