ମନ୍ତ୍ର ରାକ୍ଷସ କଥା

ଯମୁନାର ଉତ୍ତର ଦିଗରେ ଯାତ୍ରା କରୁ କରୁ ଚତୁର କଥାକାର ଓ ବୋଲକରାକୁ ରାସ୍ତାରେ ସଂନ୍ଧ୍ୟା ହୋଇ ଗଲା ।  ଚତୁର ବ୍ୟଙ୍ଗକାର ବୋଲକରା ଆଡକୁ ଚାହିଁ କହିଲେ ଏଥର ବାବା ଅନ୍ଧାର ହୋଇ ଯିବ । ଅନ୍ଧାର ହୋଇ ଯିବା ପରେ ଆମେ ଆଗକୁ ଯିବା କିପରି ବରଂ ଦେଖ ୟେ ହେଉଛି ମହାରାଷ୍ଟ୍ରର ଏକ ଛୋଟିଆ ରାଜ୍ୟ ବିନୟ ନଗର । ଏଠାରେ ପୁରାତନ କାଳରୁ ଏପରି ଅତିଥି ଶାଳା ଗୋଟିଏ ଅଛି । ତୁମେ ଗୋଟେ ପଟେ କାମ କର, ପଇସା ନିଅ, ଆମର ଆଜିର ନିମନ୍ତେ ଯାହା ଯାହା ସଉଦା ଦରକାର ତାହା ଘେନି ଆସ । ଏହା କହି  ଚତୁର ବ୍ୟଙ୍ଗକାର ବୋଲକରାକୁ ଗାଞ୍ଜିଆରୁ ପଇସା କାଢି ଦେଇ ଦେବା ପରେ ନିଜେ ଯାଇ ପାଖ ପୁଷ୍କରିଣୀରୁ ସ୍ନାନାଦି କାର୍ଯ୍ୟ ସାରି ଆସି ନିଜର ନିତ୍ୟ ସଂନ୍ଧ୍ୟା କାର୍ଯ୍ୟରେ ବସି ଗଲେ ।

                ୟେ ବି ନୂଆ ଜାଗା, ସବୁ ସ୍ଥାନ ପରି ଏ ସ୍ଥାନରେ ଥରେ ବୁଲି ଆସିବା ଲାଗି ବୋଲକରାର ମନ ତତ୍ପର ହେଲା । ଏହା ଛଡା ଅନ୍ଧାର ହୋଇ ଗଲେ ସେ ସ୍ଥାନ ବୁଲି ଦେଖିବାର ସୁଯୋଗ ଆଉ ତାକୁ ମିଳିବ ନାହିଁ । ଏହା ଭାବି କରି ବୋଲକରା କାନ୍ଧରେ ଅଖା ମୁଣି ଖଣ୍ଡିକ ଗଳାଇ ଦେଇ ତରତର ହୋଇ ନଗର ଆଡକୁ ଧସି ଚାଲିଲା ।

ନଗରର କିଛି ଆଗକୁ ଯାଇଛି, ବୋଲକରା ଆଖିରେ ଏକ ବୃହତ କାଚ ଘର ପଡିଲା । କି ସୁନ୍ଦର ଦେଖା ଯାଉଛି ସେହି କାଚ ଘର । ଦେଖିବାର ଉତ୍କଣ୍ଠା ନେଇ ବୋଲକରା ସେହି କାଚ ଘର ନିକଟକୁ ଯାଇ ଯାହା ଦେଖିଲା ସେଥିରେ ସେ ଆଚମ୍ବିତ ହୋଇ ଗଲା । କାଚ ଘରର କୌଣସି ଦିଗରେ ଦ୍ୱାର ନାହିଁ । ଦ୍ୱାର ନଥିବା କାଚ ଘର ଭିତରେ ସେ ଦେଖିଲା ବୃହତ ଏକ ମଣିଷ ଆକୃତିର ରୂପ । ଖୁବ୍ କଳା ମଚ୍ ମଚ୍ ଦେଖା ଯାଉଛି । ସେ ରୂପକୁ ଦେଖି ବୋଲକରାର ଦେହ ଥରି ଗଲା । ସେ ଗୋଟାଏ ମଣିଷ କି ରାକ୍ଷାସ ସେ କଥା ବୋଲକରା ଠଉରାଇ ପାରିଲା ନାହିଁ । ତା’ର ମନକୁ ଖୁବ୍ ଭୟ ଆସିଲା । ସେ ସଉଦା କିଣିବାକୁ ଯିବ କ’ଣ ଧାଇଁ ଧାଇଁ ପଳାଇ ଆସି ଉପଦେଷ୍ଟାଙ୍କୁ କହିଲା –

ଦେଖିଲି ଦେଖିଲି କେତେ ଭୟ କରି

ଦୂର ହୋଇ ଗଲା ପରା

ଦେଖିଲା ଅସୁର ପଶି କାଚ ଘର

 ଚତୁର ବ୍ୟଙ୍ଗକାର ଦିଅ ଉତ୍ତର ।

 ଚତୁର ବ୍ୟଙ୍ଗକାର କହିଲେ – କିରେ, ତୋର ୟେ କ’ଣ ହେଲା । ଆରେ ଥରୁଛୁ କାହିଁକି? କ’ଣ ହୋଇଛି କିରେ? ଅବୋଲକରା କହିଲା – କ’ଣ ଦେଖିବି ଆଉ । ଗୋଟାଏ ଅସୁର ସେଠାରେ ଥିବା କାଚ ଘର ମଧ୍ୟରେ ଠିଆ ହୋଇ ରହିଛି । ବୋଲକରା ଠାରୁ ଏ କଥା ଶୁଣିବା ମାତ୍ରେ ଚତୁର କଥାକାର ମନେ ମନେ ଭାବିଲେ ଶଳା ଗୋଟାଏ ମୂର୍ଖ ହୁଣ୍ଡାଟାଏ କଥାରେ କହନ୍ତି ନାପିତ, ଧୃର୍ତ ହେଲେ କଣ ହେବ ଏ ଶଳାଟା ଏଡିକି ମୂର୍ଖଯେ ଏପରି ଏକ ଅସୁରକୁ କାଚ ଘର ମଧ୍ୟରେ ଦେଖି ଶଳାର ଦୁଇ ହୋଇ ଗଲା । ଚତୁର ବ୍ୟଙ୍ଗକାର କହିଲେ ଏଇଥି ଲାଗି ତୁ ସଉଦା ନଆଣି ପଳାଇ ଆସିଲୁନା ।

ବୋଲକରା କହିଲା – ଆଉ କରି ଥାଆନ୍ତି କ’ଣ । ମୋତେ କ’ଣ ଅସୁର ଖାଇ ଥିଲେ ତୁମର ଭଲ ହୋଇ ଥାଆନ୍ତା । ଚତୁର ବ୍ୟଙ୍ଗକାର କହିଲେ – କିରେ ଦ୍ୱାର ନଥିବା କାଚ ଘର ଭିତରକୁ ରାକ୍ଷସବା ଯିବ କିପରି । ପୁଣି ରାକ୍ଷସକୁ କାଚ ଘର ମଧ୍ୟରେ ବନ୍ଦୀ କରି ରଖା ଯାଇ ପାରିବ – ଏମିତି ଅସମ୍ଭବକୁ ସମ୍ଭବ କରିବାରେ ଲାଗିଛ । ତୁ ସେ କଳା ମନୁଷ୍ୟକୁ ଜାଣି ନାହୁଁ । କମ୍ବଳ ପକାଇ ବସି ପଡ । ମୁଁ ସେହି କଳା ରାକ୍ଷସ ବିଷୟରେ ଏବେ ତୋତେ କହୁଛି । ଉପଦେଷ୍ଟାଙ୍କ ଠାରୁ ଏ କଥା ଶୁଣି ବୋଲକରା ସଙ୍ଗେ ସଙ୍ଗେ ଆସନ ପକାଇ ବସି ପଡନ୍ତେ ଚତୁର ବ୍ୟଙ୍ଗକାର କଳା ଅସୁର ବିଷୟରେ କହିବାକୁ ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ