ଆକବର କହିଲେ – “ବିରବଲ! ତୁମେ କାହା ସହିତ କାହାକୁ ତୁଳନା କରୁଛ । ଚୂଡିକୁ ତ ଖୁବ୍ ସହଜରେ ଗଣାଯାଇ ପାରିବ । ମୁଣ୍ଡରେ ଥିବା କେଶକୁ କ’ଣ କେହି କେବେ ଗଣିପାରେ ।”
ବିରବଲ କହିଲେ – “ତା’ହେଲେ ଠିକ୍ ଅଛି ମହାରାଜ, ମୁଁ ଆପଣଙ୍କ କଥାରେ ସଂପୂର୍ଣ୍ଣ ଏକମତ । ତା’ହେଲେ ଆପଣ ବର୍ତ୍ତମାନ ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଆପଣ ପ୍ରତିଦିନ କେତୋଟି ପାହାଚ ଚଢି ଉପର ମହଲାକୁ ଯାଉଛନ୍ତି? ବିରବଲଙ୍କ ପ୍ରଶ୍ନ ଶୁଣି ଆକବର କିଛି ଉତ୍ତର ଦେଇ ପାରିଲେ ନାହିଁ । ନିଜେ ନିଜେ ଖାଲରେ ପଡିଲେ ।
“ମହାରାଜ୍! ଚୂଡି ଠାରୁ ତ’ ପାହାଚ ଗୁଡିକ ଗଣିବା ଖୁବ୍ ସହଜ ସାଧ୍ୟ । ଯେତେବେଳେ ଆପଣ କେବେ ଇଚ୍ଛା କରି ନାହାଁନ୍ତି ପାହାଚ ଗଣିବାକୁ କିମ୍ବା ଆପଣଙ୍କର ଏହା କୌଣସି କାର୍ଯ୍ୟରେ ଆସିବ ନାହିଁ । ଠିକ୍ ସେହିପରି ମୁଁ କାହିଁକି ଚୂଡି ଗଣିବି । ମୋର ବା’ ତାହା କି କାର୍ଯ୍ୟରେ ଆସିବ ।”
ବିରବଲଙ୍କ କଥାରେ ଆକବର ମୁଗ୍ଧ ହୋଇ ନିଜ ବେକରେ ପିନ୍ଧିଥିବା ମୋତିମାଳା ବିରବଲଙ୍କୁ ପ୍ରଦାନ କଲେ ।