ଛୋଟ କାମ କରୁ କରୁ ବଡମଣିଷ ହେଲେ

ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି ।

                ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା କାର୍ଯ୍ୟ ସେଠାରେ ଆରମ୍ଭ କରିଦେଲେ । ତାଙ୍କର ସାଙ୍ଗମାନେ ସେଠାରେ ଗବେଷଣା କରିବା ପାଇଁ ଚାହୁଁଥିଲେ ବି ସୁଯୋଗ ପାଇପାରି ନ ଥିବା ବେଳେ ନିଉଟନ୍ ସେହି ସୁଯୋଗ ପାଇବାରୁ ବେଶ୍ ଖୁସି ଥିଲେ ।

                ଯୁବ ବୈଜ୍ଞାନିକ ନିଉଟନ୍ଙ୍କ ମନରେ ବଡ ହେବା ପାଇଁ ପ୍ରବଳ ଇଚ୍ଛା ଥାଏ । ଦିନକର କଥା ସେ ଗବେଷଣାରେ ବ୍ୟସ୍ତ ଥିଲାବେଳେ ତାଙ୍କ ପଛରେ ଆସି କିଏ ଠିଆହେଲା ଭଳି ସେ ଅନୁଭବ କଲେ । କିଛି ସମୟ ପରେ ନିଉଟନ୍ ପଛକୁ ଚାହିଁଲେ । ଦେଖିଲେ ପଛରେ ଜଣେ ବୃଦ୍ଧ ବ୍ୟକ୍ତି ଠିଆ ହୋଇ ଅତି ଆଗ୍ରହରେ ତାଙ୍କର ଗବେଷଣା କାର୍ଯ୍ୟ ଲକ୍ଷ୍ୟ କରୁଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ