ଗୋପାଳ ଓ ବାଈଜୀ

ରାଜା କୃଷ୍ଣ ଚନ୍ଦ୍ରଙ୍କ ରାଜ ସଭାକୁ କାହିଁ କେତେ ଆଡୁ କୁଶଳୀ ନର୍ତକୀ ମାନେ ଆସି ନୃତ୍ୟ ପରିବେଷଣ କରୁ ଥିଲେ । ଦିନେ ଜଣେ ବାଈଜୀ ଦରବାର କକ୍ଷରେ ନୃତ୍ୟ ଗୀତ ପରିବେଷଣ କଲେ ।

                 ସେଦିନ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଗୋପାଳ ଭାଣ୍ଡ ମଧ୍ୟ ଉପସ୍ଥିତ ଥାଆନ୍ତି । ଗୋପାଳକୁ ଅପଦସ୍ତ କରିବା ପାଇଁ ରାଜା ବାଈଜୀକୁ ଈସାରା ଦେଲେ । ବାଈଜୀ ତ ମହା ଚାଲାକ୍ ରାଜାଙ୍କ ଉଦ୍ଧେଶ୍ୟ ବୁଝି ପାରିଲା । ନୃତ୍ୟ କରୁ କରୁ ଗୋପାଳ ଭାଣ୍ଡକୁ କୁଣ୍ଢାଇ ପକାଇଲା । ଏହା ଦେଖି ରାଜା ଓ ସମସ୍ତ ଦର୍ଶକ ମଣ୍ଡଳୀ ତାଳି ମାରି ହସି ଉଠିଲେ ।

                 ଗୋପାଳ କି ସହଜରେ ଛାଡିବା ଲୋକ । ସେ ବାଈଜୀକୁ ଛାଡି ପ୍ରଥମେ ନିଜର ପଛ ପଟକୁ ବୁଲି କରି ଚାହିଁବାକୁ ଲାଗିଲେ ।

                 ବାଈଜୀ ଭ୍ରୂଲତା ନଚାଇ ହସି ହସି କହିଲା – କି ହେଲା, ଏମିତି ମୁହଁ ବୁଲାଇ ଦେଲେ ଯେ, ମୁଁ ଭାବି ଥିଲି ତୁମେ ଜଣେ ରସ ରାଜ ବୋଲି, ଏବେ ଦେଖୁଛି ତୁମେ ତ ଜଣେ ଅସଲ ମାଈଚିଆ । ଛି ଛି ତୁମେ କି ମରଦ ବା ସ୍ତ୍ରୀ ଲୋକଟିଏ ଦେହରେ ବାଜିଲେ ମଉଳି ଯାଉଛ ।


ଗପ ସାରଣୀ

ତାଲିକାଭୁକ୍ତ ଗପ