ବସନ୍ତର ବାର୍ତ୍ତାବହ

ଏ ହେଲା ପୃଥିବୀ ତିଆରି ହେବାବେଳର କଥା । ଅନ୍ଧାର ଭିତରୁ ସୃଷ୍ଟି ହେଲା ଏ ଉଜ୍ଜ୍ୱଳ ପୃଥିବୀ । କ୍ରମେ ପୃଥିବୀରେ ସୃଷ୍ଟି ହେଲେ ଜାତିଜାତିକା ଜୀବ । ଫଳରେ ଶୂନ୍ଶାନ୍ ପୃଥିବୀ ଭରିଗଲା କେତେ କେତେ ଗଛଲତା, ପଶୁପକ୍ଷୀରେ । ସବୁ ଚଢେଇ ଥିଲେ ଏକାପରି । ଖାଲି ଆକାରରେ କିଏ ବଡ ତ କିଏ ସାନ । ଅନ୍ଧାର ଭିତରୁ ବାହାରିଥିଲେ ତ ତେଣୁ ସମସ୍ତଙ୍କ ରଙ୍ଗ ଥିଲା କଳା । ପେଟତଳ ସାମାନ୍ୟ ଫିକା । ଥଂଟ ଥିଲା ଏକାପରି ଛୋଟିଆ ଛୋଟିଆ ।

                ଦିନେ ସୃଷ୍ଟିକର୍ତ୍ତା ଈଶ୍ୱର ନିଜେ କ’ଣ ସବୁ ସୃଷ୍ଟି କରିଛନ୍ତି ବୋଲି ବୁଲିବୁଲି ଦେଖୁଥିଲେ । ଠିକ୍ ଏହି ସମୟରେ ବଣଜଙ୍ଗଲର ଗଛ ଗହଳିରୁ କିଏ ସବୁ ବୋବାଉଥାନ୍ତି । ସେସବୁ ଶୁଣି ଈଶ୍ୱର ତାଙ୍କ ସାଙ୍ଗରେ ଥିବା ଦୂତକୁ ପଚାରିଲେ – “ଏଗୁଡା କିଏ ପାଟି କରୁଛନ୍ତି?” ତହୁଁ ସେ ଦୂତ ଉତ୍ତର ଦେଲେ – “ଚଢେଇମାନେ ।” ୟା କହି ଢେଲାଟାଏ ଉଠାଇ ପକାଇଲେ ସେଇ ଦିଗରେ । ଭୂଷ୍ କରି ଏକାବେଳକେ ଗଛ ଛାଡିଲେ ପୁଳାଏ କଳା ଚଢେଇ । ଆକାଶ ଅନ୍ଧାର ହୋଇଗଲା ତାଙ୍କ ଡେଣାର ରଙ୍ଗରେ । ତାଙ୍କୁ ଦେଖି ଈଶ୍ୱରଙ୍କ ମନ ଭାରି ଖରାପ୍ ହୋଇଗଲା । ଏ ଚଢେଇମାନଙ୍କୁ ଯଦି ଭିନ୍ନ ଭିନ୍ନ ରଙ୍ଗର କରିଦିଆଯାଆନ୍ତା, ତେବେ କେତେ ସୁନ୍ଦର ଦିଶନ୍ତେ ସେମାନେ ଉଡିଲାବେଳେ! ତେଣୁ ଈଶ୍ୱର ସେ ଦୂତଙ୍କୁ ଆଦେଶ ଦେଲେ – “ଗୋଟିଏ ଦିନ ସ୍ଥିର କର, ସ୍ଥାନ ମଧ୍ୟ ଠିକଣା କର । ସବୁ ଚଢେଇଙ୍କୁ ସେହିଦିନ ସେଠାକୁ ଡାକ । ତାଙ୍କୁ ସବୁ ମୁଁ ବିଭିନ୍ନ ରଙ୍ଗରେ ରଙ୍ଗେଇଦେବି ।”

                ତା’ପରେ ଦୂତଙ୍କୁ କେତେ କାମ କରିବାକୁ ପଡିଲା । ଅଗଣନ ଯେ ସେ ପକ୍ଷୀମାନଙ୍କ ସଂଖ୍ୟା । ଆସିଗଲେ ସେମାନେ ପୃଥିବୀର ସବୁଦିଗରୁ । ଗୋଟେ ବଡ ସବୁଜ ପାହାଡ ଚାରିପଟେ ବିରାଟ ପ୍ରାନ୍ତର । ସେ ଜାଗା ସ୍ଥିର ହେଲା । ତାଙ୍କୁ ଧୀରସ୍ଥିର କରି ବସେଇବେ । ତାଙ୍କ ସଂଖ୍ୟା ଗଣିବେ, ପ୍ରତି ନାଁ ପାଖରେ ଦାଗ ଦେବେ । ଜଣେ ହେଲେ ଯେମିତି ଭୁଲ୍ ହୋଇ ନ ଯାଏ । ହଠାତ୍ ଦେଖିଲାବେଳକୁ ସେ ନାଁ ଲେଖା ଫର୍ଦ୍ଦ ଉଭାନ୍ । କିଏ ଗୋଟେ ତାକୁ ନେଇଛି । ତା’ଠୁ ଆଣିଲାବେଳକୁ ସେଇଟା ପୁରାପୁରି ଓଦା ହୋଇଯାଇଛି ଓ ଚିରିଚାରି ବି ଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ