ଗଧ ଓ କୁକୁର

ବହୁତ ଦିନ ତଳେ ଗୋଟିଏ ଗାଁରେ ଜଣେ ଧୋବା ଥିଲା । ତାର ଗୋଟିଏ ଗଧ ଓ ଗୋଟିଏ କୁକୁର ବି ଥିଲା । ସେ ଧୋବା ତାର ସବୁ ଜିନିଷ ପତ୍ର ଗଧ ଉପରେ ରଖି ନବା ଆଣିବା କରୁଥିଲା । ପୋଷା କୁକୁରଟିକୁ ସେ ଧୋବା ବହୁତ ଭଲପାଏ ଏବଂ କେବଳ ତାକୁ ହିଁ ପାଖରେ ରଖିଥାଏ । ଧୋବା ଘରକୁ ଆସିବା ମାତ୍ରେ କୁକୁର ତା ପାଖକୁ ଦୌଡିଯାଇ ଅତି ଖୁସିରେ ତା ଛାତି ଉପରକୁ ଡେଇଁ ପଡେ ଏବଂ ସେ ଧୋବା ବି କୁକୁରକୁ ଧରି ବହୁତ ଗେଲ କରେ । ମାତ୍ର ସେ ଗଧକୁ ଏସବୁ ଦେଖିବାକୁ ମୋଟେ ଭଲ ଲାଗେ ନାହିଁ । କାହିଁକିନା ସେ ଗଧ ତ ଏତେ କାମ କରୁଛି, କିନ୍ତୁ କୁକୁର କିଛି ବି କାମ ନକଲେ ମଧ୍ୟ ମାଲିକ କୁକୁରକୁ ଏତେ ଭଲ ପାଉଛନ୍ତି । ଗଧକୁ ଏଥିରେ ଭାରି ଈର୍ଷା ହୁଏ ।

                ଦିନେ ଗଧ ଭାବିଲା ସେ ମଧ୍ୟ କୁକୁର ପରି ତା’ର ଭଲ ପାଇବା ମାଲିକକୁ ଦେଖାଇବ । ମାଲିକ ଘରକୁ ଆସିବା ମାତ୍ରେ ସେ ଗଧ କୁକୁର ପରି ତା’ଗୋଡ ଉଠାଇ ମାଲିକର ଛାତି ଉପରକୁ ଡେଇଁ ପଡିଲା । ମାତ୍ର ସେ ଧୋବା ଏହା ଦେଖି ଭାବିଲା ଗଧ ବୋଧେ ପାଗଳ ହୋଇଯାଇଛି । ତେଣୁ ସେ ଧୋବା ଗଧକୁ ବାଡେଇ ବାଡେଇ ମାରିଦେଲା ।

ଈର୍ଷା ସବୁବେଳେ ନିଜର ହିଁ କ୍ଷତି କରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ