କପଟୀର ଅନ୍ତ ଖରାପରେ ଶେଷ ହୁଏ

ସେଠ୍ଜୀ ରୋଗରେ ପଡି ଥିଲେ, ଭଲ ଭଲ ନାମଯାଦା ବୈଦ୍ୟ, ଡାକ୍ତର ମାନଙ୍କର ଔଷଧ ଦେଉ ଥିଲେ କିନ୍ତୁ ରୋଗ ଭଲ ହେବ କ’ଣ ଓଲଟି ବଢି ବଢି ଚାଲି ଥିଲା । ଯେତେ ବେଳେ ବୈଦ୍ୟ ମାନେ ଔଷଧ ଦେଇ ଦେଇ ଥକି ଗଲେ ସେତେ ବେଳେ ଦିନେ ସେମାନେ ସେଠ୍ଜୀଙ୍କୁ ସଫା ସଫା କହି ଦେଲେ କି – ଆପଣଙ୍କ ରୋଗ ଆଉ କେବେ ଭଲ ହେବ ନାହିଁ । ଔଷଧ ପତ୍ର ସବୁ ଆପଣଙ୍କ ରୋଗ ନିମନ୍ତେ ବୃଥା ହେଉଛି । ତେଣୁ ଆପଣ ଆଉ ବେଶୀ ଦିନ ବଂଚିବେ ନାହିଁ । ବୈଦ୍ୟମାନଙ୍କର ଏଭଳି କଥାରେ ସେଠ୍ଜୀ ବହୁତ ବ୍ୟସ୍ତ ହୋଇ ଗଲେ ଏବଂ ପାଟି କରି କରି ଭଗବାନଙ୍କୁ ଡାକିବାକୁ ଲାଗିଲେ । ଦେବତା ମାନଙ୍କୁ ଡାକି କହୁଥାନ୍ତି ହେ ଭଗବାନ ମୁଁ ତୁମକୁ ଏକ ହଜାର ସ୍ୱର୍ଣ୍ଣ ମୁଦ୍ରା ପୂଜା ସ୍ୱରୂପ ଦାନ କରିବି ମୋତେ ଏହି ରୋଗରୁ ଭଲ କରି ଦିଅ ।

                ସେଠ୍ଜୀଙ୍କ ଏଭଳି କଥାରେ ସେଠାନୀ ଅର୍ଥାତ୍ ସେଠ୍ଜୀଙ୍କ ଧର୍ମପତ୍ନୀ ବହୁତ ବ୍ୟସ୍ତ ହୋଇ ଗଲେ । ସେ କହିଲେ ଦେଖନ୍ତୁ – ଆପଣ ଭଲ ହୋଇ ଯା’ନ୍ତୁ ତ ଏକ ହଜାର କ’ଣ ଦୁଇ ହଜାର ମୋହର ଭଗବାନଙ୍କୁ ମୁଁ ଦାନ ଦେବି । ଭଲା ଜୀବନ ପାଖରେ ଧନର ମହତ୍ୱ କ’ଣ ଅଛି? ତେଣୁ ଆପଣ ଦେବତା ମାନଙ୍କୁ ଧ୍ୟାନରେ ରଖନ୍ତୁ ।

                ସେଠ୍ଜୀ ବିଗିଡି କରି କହିଲେ – ବେକାରରେ ବ୍ୟସ୍ତ ହୋଇ ଯାଉଛ । ମୁଁ ଦେବତା ମାନଙ୍କୁ ଧ୍ୟାନରେ କାହିଁକି ରଖିବି । ଠିକ୍ ହୋଇଯିବି ତ ଏକ ହଜାର ମୁଦ୍ରା ଦେବତାଙ୍କୁ ଦାନ ଦେବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ