ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ

ଖଡାଖ ବୈଶାଖଡ ମାସ । କଡାକଡି ଖରା ତାପରେ ଲୋକେ ସିଝି ଯାଉଛନ୍ତି । ଇଚ୍ଛା ହେଲେ ପବନ ଧଡାଧଡ ଚାଲେ, ନୋହିଲେ ନାହିଁ । ବିନା ମଶାରୀରେ ଗଡାପଡ ହେଲେ ଫଡାଫଡ ମଶା ଲାଗନ୍ତି । ତା ପରେ ଚଡାଚଡ ଚାପୁଡା ବି ଚାଲେ । ସଡାସଡ ଝାଳ ମଧ୍ୟ ବାହାରେ । ମନ ବିଷେଇ ଉଠେ ।

                ଆଗକୁ ଥାଏ ଚନ୍ଦନ ଯାତ । ଲୋକେ ମଉଜ କରିବାକୁ ସଜବାଜ ହେଉ ଥାନ୍ତି । ମହାକ୍ଷେତ୍ର ପୁରୀ, ଶ୍ରୀଧାମ, ଶଙ୍ଖନାଭି ମଣ୍ଡଳ । ସେଠି ପୁଣି ମହୋଦଧି ବି ଅଛି । ରୋହିଣୀ କୁଣ୍ଡ, ବଟକୃଷ୍ଣ, ଇନ୍ଦ୍ରଦୁ୍ୟମ୍ନ ଓ ମାର୍କଣ୍ଡ ଅଛି । ପଂଚତୀର୍ଥ, ପୁଣ୍ୟର ମହାନ ସ୍ଥାନ । ସେତେକ ସାତ୍ୱିକ ଭାବେ କରି ପାରିଲେ ଜୀବନର ମହାପାପ ରାଶି ଧୋଇ ହୋଇ ଯାଏ । ହିନ୍ଦୁର ପରମକାମ୍ୟ ମୁକ୍ତିର ସୋପାନ ଖୋଲେ । ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକେ ଛୁଟି ଆସନ୍ତି ସେହି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ।

                ମହାପ୍ରଭୂ, ମହୀୟାନ, ମହିମାଶାଳୀ, ମହତ୍ର ପ୍ରତୀକ ସେ । ସନାତନ ବ୍ରହ୍ମ । ପୁଣି ତାଙ୍କ କଳା ଶ୍ରୀମୁଖ ଓ ଚକାନେତ୍ର ଦର୍ଶନ କରିବା ଇଚ୍ଛା ନାହିଁବା କାହାର?

                ପ୍ରଭୂଙ୍କ ଶ୍ରୀଧାମରେ ଚନ୍ଦନ ଯାତ୍ରା । ଦେଶ ବିଦେଶରୁ ହଜାର ହଜାର ଯାତ୍ରୀ ଛୁଟି ଆସୁଥାନ୍ତି ସେହି ମଦନ ମୋହନ ନରେନ୍ଦ୍ର ସରୋବରରେ ଚାପ ବିହାର କରିବେ । ଚନ୍ଦନ ଯାତ୍ରା ମଧ୍ୟ ହେବ । ଏଥି ପାଇଁ ପଣ୍ଡା ପଡିହାରି ମାନଙ୍କ ମନରେ କେବଳ ଆନନ୍ଦର ଲହଡି ଖେଳୁ ଥାଏ । ଦେଖୁ ଦେଖୁ ସାରା ଦିନ ବିତି ଗଲା । ଆସିଲା ଅକ୍ଷୟ ତୃତୀୟା ।

ଆମରି ଓଡିଶା ପ୍ରଦେଶର ଚାରୋଟି ରଜା ସେ ବର୍ଷ ନିଜ ନିଜର ସପରିବାରରେ ଆସିଲେ ସେହି ଚନ୍ଦନ ଯାତ୍ରା ଦେଖିବେ ଓ ସମୁଦ୍ର ପବନରେ ଗ୍ରୀଷ୍ମ ସମୟତକ ବିତାଇବେ ଏହି ଅଭିପ୍ରାୟରେ । ଏ ଚାରି ରାଜାଙ୍କର ଚାରୋଟି ଝିଅ ମଧ୍ୟ ତାଙ୍କ ସାଙ୍ଗରେ ଆସି ଥାଆନ୍ତି । ସେମାନେ ସମସ୍ତେ ସମବୟସୀ, ସୁନ୍ଦରୀ, ବୁଦ୍ଧିମତୀ ଏବଂ ମଧ୍ୟ ମିଷ୍ଟଭାଷିଣୀ ।

ସେହି ଚାରି ଜଣ ରାଜା ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଳି ରାଜା, ଜଣେ ହେଉଛନ୍ତି କୁଜଙ୍ଗ ରାଜା, ଜଣେ ହେଉଛନ୍ତି ସୁନ୍ଦରଗଡ ରାଜା ଏବଂ ଆଉ ଜଣେ ହେଉଛନ୍ତି ଜୟପୁର ରାଜା ।

ଆଳି ରାଜାଙ୍କ ନାମ ହରି ଚନ୍ଦନ ମର୍ଦ୍ଦରାଜ, କୁଜଙ୍ଗ ରାଜାଙ୍କ ନାମ ମର୍ଦ୍ଦଗାଜୀ ଷଣ୍ଢ, ସୁନ୍ଦରଗଡ ରାଜାଙ୍କ ନାମ କିଶୋରଚନ୍ଦ୍ର ସିଂହ ଓ ଜୟପୁର ରାଜାଙ୍କ ନାମ ମନୋହର ବରିହା ।

ସମୁଦ୍ରର ଆଖ ପାଖରେ ଥିବା ଗୋଟିଏ ଗୋଟିଏ ଘରେ ବସା କରି ରହି ଥାଆନ୍ତି ସେହି ରାଜା ମାନେ । ପ୍ରତିଦିନ ସଂନ୍ଧ୍ୟା ସମୟରେ ସେମାନେ ଆସନ୍ତି ବୁଲିବା ପାଇଁ । ଏହି ବୁଲାବୁଲି ସମୟରେ ହିଁ ଯାହା ସେମାନଙ୍କର ଦେଖାସାକ୍ଷାତ ହୁଏ । ସୁନ୍ଦରଗଡ ରାଜାଙ୍କ ଝିଅ ନାମ ଗୀତା । ତା’ର ଆସି ଯୁବା ବୟସ ହୋଇ ଥାଏ । ପିଲାଟା ଥିଲା ଭାରି ହସକୁଡୀ । ସେ ଖାଲି କଥା କଥାରେ ହସେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ