କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା

 “ସୁଖୀ ମଣିଷଟି ଅଟେ ନିଶ୍ଚେ ସେହି ରଖିଛି ଲକ୍ଷ୍ୟ ଯେ’ କରିବ କିଛି

ଦିନେନା ଦିନେ ତା’ ଲକ୍ଷ୍ୟ ହେବ ପୂର୍ଣ୍ଣ ମନରେ ବାସନା ଯେତକ ଅଛି ।

ଜୀବନରେ ଛାଇ ଆଲୁଅ ଖେଳରେ ସେହି ବ୍ୟକ୍ତି ଲଭିଥାଏ ଆନନ୍ଦ

ଏହି କଥା ଦିନେ ଦୃଷ୍ଟାନ୍ତ ଛଳରେ କହିଥିଲେ ସ୍ୱାମୀ ବିବେକାନନ୍ଦ ।”

                ଏହା ସ୍ୱାମୀ ବିବେକାନନ୍ଦଙ୍କର ପ୍ୟାରିସ୍ ଗସ୍ତକାଳର କଥା । ସେତେବେଳକୁ ତ ସ୍ୱାମିଜୀଙ୍କର ନାଁ ବିଶ୍ୱବିଖ୍ୟାତ ହୋଇ ସାରିଥାଏ । ସେ ପ୍ୟାରିସ୍ରେ ପହଁଚିବା ପରେ ଜଣେ ଡଚ୍ ଭଦ୍ରବ୍ୟକ୍ତି କିଛି ସମୟ ତାଙ୍କ ସହିତ ଆଳାପ ଆଲୋଚନା ପାଇଁ ଘରକୁ ତାଙ୍କୁ ନିମନ୍ତ୍ରଣ ଜଣାଇଲେ । ବିବେକାନନ୍ଦ ବି ଉକ୍ତ ଭଦ୍ରବ୍ୟକ୍ତିଙ୍କର ଆଗ୍ରହ ଦେଖି ତାଙ୍କ କଥାରେ ରାଜି ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ