ସାପ ଓ ବେଙ୍ଗ

ଜଙ୍ଗଲରେ ଗୋଟାଏ ସାପ ବୁଢା ହୋଇଗଲା । ତେଣୁ ସେ ଆଉ ଶିକାର କରି ଜିବଜନ୍ତୁ ଧରି ପାରିଲା ନାହିଁ । ଶେଷରେ ସେ ବୁଢା ସାପ ଖାଇବା ପାଇଁ ଗୋଟିଏ ଉପାୟ ବାଛିଲା ।

                ପାଖ ପୋଖରୀରେ ତ ବହୁତ ବେଙ୍ଗ ରହୁଥିଲେ । ତେଣୁ ସେ ବୁଢାସାପ ସେ ପୋଖରୀ ପାଖରେ ପଡିରହିଲା । ଏହା ଦେଖି ବେଙ୍ଗ ମାନଙ୍କ ରଜା ସେ ସାପକୁ ଏଠି ପଡି ରହିବାର କାରଣ ପଚାରିଲା । ବେଙ୍ଗ ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ସାପ କହିଲା ଯେ ତାର ଭୁଲ୍ ପାଇଁ ତାକୁ ଗୋଟିଏ ଅଭିଶାପ ମିଳିଛି । ସେ ଅଭିଶାପରୁ ମୁକୁଳିବା ପାଇଁ ଏ ପୋଖରୀରେ ଥିବା ବେଙ୍ଗମାନଙ୍କର ସେବା କରିବାକୁ ପଡିବ । ଏହା ଶୁଣି ବେଙ୍ଗମାନେ ସାପ ଉପରେ ଚଢିଗଲେ । ସାପ ବି ସେହି ବେଙ୍ଗମାନଙ୍କୁ ପୋଖରୀରେ ବୁଲାଇଲା । ଏପରି ସବୁ ଦିନେ ବେଙ୍ଗମାନେ ମଜ୍ଜା କରିବାରେ ଲାଗିଲେ । ଏଥିରେ ସେ ସାପ ବଡ ଦୁର୍ବଳ ହୋଇଗଲା ଏବଂ ତାକୁ ଏହାର କାରଣ ପଚାରିବାରୁ ସେ କହିଲା ଯେ ସବୁଦିନେ ସେ ଏତେ କାମ କରୁଛି କିନ୍ତୁ ତାକୁ କିଛି ବି ଖାଇବାକୁ ମିଳୁନାହିଁ । ଏହା ଶୁଣି ବେଙ୍ଗମାନଙ୍କ ରାଜା ସାପକୁ ପ୍ରତିଦିନ ଗୋଟିଏ ଲେଖାଏଁ ବେଙ୍ଗ ଖାଇବାକୁ ଦେଲା । ଏପରି ସାପ ସବୁଦିନେ ଗୋଟାଏ ବେଙ୍ଗ ଖାଇଲା । ଆସ୍ତେ ଆସ୍ତେ ସେ ପୋଖରୀରୁ ସବୁ ବେଙ୍ଗ ସରିଗଲେ ଏବଂ ଶେଷରେ ସେ ସାପ ବେଙ୍ଗ ରାଜାକୁ ମଧ୍ୟ ଖାଇ ଦେଲା ।

ଶତ୍ରୁ ଉପରେ କେବେବି ଭରଷା କରିବ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ