ବନ୍ଧୁଙ୍କ ଅସୁଲି

ଗୁରୁନାଥପୁର ଗ୍ରାମରେ ଗୋବିନ୍ଦରାଜ ନାମକ ଜଣେ ଗୃହସ୍ଥ ବାସ କରୁଥିଲେ । ତାଙ୍କର ଦୁଇ ଜଣ ବନ୍ଧୁ ଥିଲେ । ସେମାନେ ହେଲେ ଶୋଭନ ଏବଂ ବୋଧନ ।

                ଗୋବିନ୍ଦରାଜ ଧନବାନ୍ ବ୍ୟକ୍ତି ଥିଲେ । ଏହା ଜାଣି ଶୋଭନ ଏବଂ ବୋଧନ ତାଙ୍କର ବନ୍ଧୁ ପାଲଟିଗଲେ– ‘ଟଙ୍କା ପେଟିରେ ବନ୍ଦ କରି ରଖୁଛ!’ ‘ଏହା ଦ୍ୱାରା କଣ ଲାଭ ମିଳିବ? ଯଦି ତୁମେ ସେଗୁଡିକୁ କୌଣସି ବ୍ୟବସାୟରେ ଲଗାଇ ଦିଅନ୍ତ ତେବେ ଗୋଟିଏ ଟଙ୍କା ଦଶ ଟଙ୍କା ହୋଇପାରନ୍ତା!’ ଏହିପରି ଭାବେ ସେ ଦୁହେଁ ଗୋବିନ୍ଦରାଜଙ୍କୁ ପରାମର୍ଶ ଦେଲେ । ଏହା ଶୁଣି ଗୋବିନ୍ଦରାଜ କହିଲେ ‘ହେଲେ ମୋତେ ତ କୌଣସି କାରବାର ବିଷୟରେ ଜଣା ହିଁ ନାହିଁ!’ ତା’ପରେ ସେ ଦୁହେଁ କହିଲେ – ‘ତମେ କାରବାର ଆରମ୍ଭ କରିଦିଅ! ସବୁ କାମ ଆମେ ଦେଖି ନେବୁ!’

                ଗୋବିନ୍ଦରାଜର ଟଙ୍କାପଇସା କାରବାର ଆରମ୍ଭ ହେଲା । ଦୁଇ ବନ୍ଧୁଙ୍କ ଉପରେ ବିଶ୍ୱାସ କରି ଗୋବିନ୍ଦରାଜ ତାଙ୍କ ଉପରେ ସବୁ ଛାଡି ଦେଲା । ଦୁହେଁ ବ୍ୟବସାୟରେ ଯେଉଁ ଲାଭ ହେଲା ତାହାକୁ ମୂଳଧନ ସହିତ ହଡପ କରି ନେଲେ ଏବଂ ଗୋବିନ୍ଦରାଜଙ୍କୁ କହିଦେଲେ ଯେ କାରବାରରେ କ୍ଷତି ହୋଇଗଲା! ଏପରି କଥା ଶୁଣି ଗୋବିନ୍ଦରାଜର ମୁଣ୍ଡ ହଠାତ୍ ଘୂରିଗଲା ।

                ଗୋବିନ୍ଦରାଜଙ୍କୁ ଶେଷ ପର୍ଯ୍ୟନ୍ତ ବିଶ୍ୱାସ ହେଲା ନାହିଁ ଯେ ତାଙ୍କର ଦୁଇ ବନ୍ଧୁ ମିଶି ତାଙ୍କୁ ଠକି ଦେଇଛନ୍ତି ବୋଲି । ଦୁଇ ବନ୍ଧୁ ତାଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଦୁଇ ବନ୍ଧୁ ନିଜ ନିଜର ନାମରେ ବ୍ୟାଙ୍କରେ ଜମା ଖାତା ଖୋଲି ପାଂଚ ପାଂଚ ହଜାର ଟଙ୍କା ଜମା କରିନେଲେ । ଏହି ଦୁଇ ବନ୍ଧୁ ତାଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ କଥା ଜାଣିଲା ପରେ ବି  ଗୋବିନ୍ଦରାଜ ତାଙ୍କ ବନ୍ଧୁମାନଙ୍କ ସହିତ ଖରାପ ବ୍ୟବହାର କଲେ ନାହିଁ । ସେମାନଙ୍କୁ କିଛି ବି କହିଲେ ନାହିଁ । ପୂର୍ବ ପରି ସେମାନଙ୍କ ସହିତ ଶ୍ରଦ୍ଧା ଭାବ ପ୍ରଦର୍ଶନ କଲେ ।

                କିଛି ଦିନ ପରେ ସେ ଗୋବିନ୍ଦରାଜ ବେମାର ପଡିଲେ ଏବଂ ବଂଚିବାର କୌଣସି ଲକ୍ଷଣ ନ ଦେଖି ଶୋଭନକୁ ଡକାଇ ପଠାଇଲେ । ସେ ଆସିବା ମାତ୍ରେ ଗୋବିନ୍ଦରାଜ କହିଲେ – ଭାଇ ଶୋଭନ! ତୁମେ ମୋର ଗୋଟିଏ ଉପକାର କରିଦେବ?’

ଏହା ଶୁଣି ଶୋଭନ ପଚାରିଲେ ‘କଣ କରିବାକୁ ହେବ?’

ତା’ପରେ ଗୋବିନ୍ଦରାଜ କହିଲେ ‘ମୁଁ ତ ଆଉ ମାତ୍ର କେତେ ଦିନ ବଂଚିବି । ମୋର ଟଙ୍କା ପଇସା କେଉଁଠି କେଉଁଠି ଅଛି ଏ କଥା ମୁଁ ମୋର ସ୍ତ୍ରୀକୁ କହିବାକୁ ଚାହୁଁଛି । ମୋ ସ୍ତ୍ରୀ ତ ଭାରି ସରଳା ସେ ପଇସା ଆସିବା ମାତ୍ରେ ଦୁଇ ମିନିଟ୍ରେ ତାକୁ ଖର୍ଚ୍ଚ କରିଦିଏ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ