ଚିରୁଗୁଣୀ

ସତୁରା ଗାଁ ପାଖ ସାହିକୁ ପ୍ରତିଦିନ ଟିଉସନ୍ ହେବାକୁ ଯାଏ । ସକାଳୁ ଉଠି ସ୍କୁଲ୍ରେ ଯାହା ପାଠ ଦିଆ ଯାଇ ଥାଏ ତାକୁ ସେ ଶେଷ କରେ । ଗଣିତ କସେ । ଜ୍ୟାମିତି କରେ । ପାଠ ପଢୁ ପଢୁ ଆସି ଘଂଟାରେ ବାଜି ଯାଏ ନଅଟା । ତାପରେ ସେ ଉଠି ପଡି ରୁଟିନ୍ ଅନୁସାରେ ବହି ଖାତା ସବୁ ସଜାଡି ବ୍ୟାଗ୍ରେ ରଖି ଦିଏ । ଗାଧୁଆ ପାଧୁଆ ସାରି ତାକୁ ତା ମାଆ ଯାହା ଦିଅନ୍ତି ତାହାକୁ ସେ ମନ ଲଗାଇ ଖାଇ ଦିଏ । ତାପରେ ଟିଫିନ୍ ଓ ବହି ପତ୍ର ଧରି ସେ ତା ସ୍କୁଲ୍କୁ ବାହାରେ । ମଫସଲ ଅଂଚଳ ବର୍ଷା ଦିନ ଛତାଟିକୁ ସାଥିରେ ନେବା ସହିତ ସ୍ଲିପର ହଳକୁ ହାତରେ ଧରି ସେ ଉଠି ଯାଏ ରାସ୍ତା ଉପରକୁ । ସେ ତାର କାଦୁଅ ଗୋଡ ପାଖ ପୋଖରୀରେ ଧୋଇ ପୁଣି ସ୍ଲିପର୍ ପିନ୍ଧି ଚାଲି ଯାଏ ତା ସ୍କୁଲ୍କୁ । ସ୍କୁଲ୍ରେ ରୁଟିନ୍ ଅନୁସାରେ ପାଠ ପଢା ଚାଲେ ଚାରିଟା ବେଳକୁ ତା ସ୍କୁଲ୍ ଛୁଟି ହୁଏ । ସତୁରା ଘରକୁ ଆସି କଣ ଦିଟା ଖାଇ ଦେଇ ଟିକେ ବାହାରେ ବୁଲି ଆସିଲା ବେଳକୁ ସଂନ୍ଧ୍ୟା ହୋଇ ଯାଏ । ସତୁରାର ସାଙ୍ଗ ପଦିଆ ଆସି ତାକୁ ଡାକେ ତାପରେ ଦୁହେଁ ଲଣ୍ଠନ ଧରି ପାଖ ସାହିକୁ ଟିଉସନ୍ ହେବାକୁ ବାହାରି ପଡନ୍ତି ।

                ସେମାନଙ୍କୁ ଟିଉସନ୍ କରନ୍ତି ପଦି ଅପା । ସେ ପଦି ଅପା ବି.ଏ.ସି ଯାଏଁ ପାଠ ପଢି ଛନ୍ତି । ତାଙ୍କର ବାପା ସହରରେ ଚାକିରି କରନ୍ତି । ଏଣେ ବୋଉଙ୍କ ସହ ଦୁଇ ଭଉଣୀ ରୁହନ୍ତି । ଭାଇ ତାଙ୍କର ଏକ ବର୍ଷ ହେଲା ବାହାରେ ହଷ୍ଟେଲ୍ରେ ରହି ପାଠ ପଢୁ ଥାଏ । ସାନ ଭଉଣୀଟି ସତୁରା ଶ୍ରେଣୀରେ ପାଠ ପଢୁ ଥାଏ । ପଦି ଅପା ଟିଉସନ୍ ସାରି ଦିଅନ୍ତି ନଅଟା ରାତିରେ ତାପରେ ସତୁରା ଓ ପଦିଆ ଦୁହେଁ ମିଶି ସେହି ଲଣ୍ଠନ ଧରି ଫେରନ୍ତି ନିଜ ନିଜ ଘରକୁ । ଘର ଠାରୁ ପଦି ଅପାଙ୍କ ସାହି ମଝିରେ ଗୋଟିଏ ଛୋଟ ଗୋହିରି ଥାଏ । ସେହି ଗୋହିରି ମଝିରେ ରାସ୍ତା । ରାସ୍ତା ଦୁଇ ପଟେ ଖାଲି ଗଛ, କିଆ ବଣ ଇତ୍ୟାଦି ।


ଗପ ସାରଣୀ

ତାଲିକାଭୁକ୍ତ ଗପ