ସିଂହ ଏବଂ ଗଧ କଥା

ଗୋଟିଏ ଜଙ୍ଗଲରେ ‘କରାଳ କେଶର’ ନାମକ ଏକ ସିଂହ ବାସ କରୁଥାଏ । ଏହି ସିଂହ ନିକଟରେ ‘ଧୂସରକ’ ନାମକ ଏକ ଶୃଗାଳ ସେବକ ଭାବେ କାର୍ଯ୍ୟ କରୁଥାଏ । ଦିନେ କରାଳ କେଶରର ଏକ ହାତୀ ସହିତ ଭୀଷଣ ଲଢେଇ ହେଲା । ଏହି ଲଢେଇରେ ସିଂହଟି ଭୀଷଣ ଭାବରେ ଆଘାତପ୍ରାପ୍ତ ହୋଇଥାଏ । ଏତେ ଆଘାତ ପାଇଥାଏ ଯେ ସେ ଚାଲିବାକୁ ମଧ୍ୟ ଶକ୍ତି ପାଉନଥାଏ । ସିଂହଟି ଅସୁସ୍ଥ ହେବାରୁ ଖାଦ୍ୟ ସଂଗ୍ରହ ମଧ୍ୟ କରିପାରିଲା ନାହିଁ । ନିଜେ ଦୁର୍ବଳ ହେବା ସହିତ ପାଖରେ ଥିବା ସେବକଟି ମଧ୍ୟ ଖାଦ୍ୟ ବିନା ଦୁର୍ବଳ ହୋଇପଡିଲା ।

       ଦିନେ ଧୂସରକ ସିଂହକୁ କହିଲେ, ମହାରାଜ! ଏମିତି କେତେଦିନ ଭୋକ ଉପାସରେ କାଳ କାଟିବା? ସେବକର ଦୁଃଖ ସହିନପାରି ମହାରାଜ କହିଲେ, ମୁଁ ଜାଣେ ତୁମେ ଖୁବ୍ ବୁଦ୍ଧିମାନ । ତେଣୁ ତୁମେ ଯାଇ ଯେ କୌଣସି ପ୍ରାଣୀକୁ ଏଠାକୁ ଡାକିଆଣ । ମୁଁ ଏହି ଗୁହା ମଧ୍ୟରେ ଲୁଚି ବସିଛି । ଏହା ଶୁଣିସାରିବାପରେ ଧୂସରକ ସଂଗେ ସଂଗେ ଖାଦ୍ୟ ଅନ୍ୱେଷଣରେ ବାହାରିପଡିଲେ । କିଛିବାଟ ଅତିକ୍ରମ କରିଯିବାପରେ ଏକ ଗାଁ ପଡିଲା । ସେଠାରେ ସେ ଦେଖିବାକୁ ପାଇଲା ଏକ ପୋଖରୀ ହୁଡାରେ ଲମ୍ବକର୍ଣ୍ଣ ଗଧ ଘାସ ଚରୁଛି । ଏହି ସମୟରେ ବିଲୁଆ ଯାଇ ଗଧ ନିକଟରେ ପହଁଚିଲା ଏବଂ କହିଲା, ମାମୁଁ! ନମସ୍କାର! ମୁଁ ତୁମକୁ ଅନେକ ଦିନ ହେବ ଦେଖି ନଥିଲି । ତୁମେ କ’ଣ ଏଠାରେ ରହୁନଥିଲ କି? ତୁମେ ଏତେ ଦୁର୍ବଳ କାହିଁକି ହୋଇଯାଇଛ?


ଗପ ସାରଣୀ

ତାଲିକାଭୁକ୍ତ ଗପ